ତୁମେ ଭାରତୀୟ ଭୂଗଠନ ସମ୍ବନ୍ଧରେ ପୂର୍ବରୁ ପଢିଅଛ । ଏହି ଦେଶରେ ହିମାଳୟ ପର୍ବତ ଶ୍ରେଣୀ, ପଶ୍ଚିମରେ ଜାମ୍ମୁକାଶ୍ମୀରଠାରୁ ଉତ୍ତର ପୂର୍ବରେ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବିସ୍ତ୍ରୁତ । ପୂର୍ବଘାଟ ଏବଂ ପଶ୍ଚିମଘାଟ ନାମରେ ପର୍ବତ ଶ୍ରେଣୀ ଏଠାରେ ରହିଅଛି । ଇଣ୍ଡୋ-ଗଙ୍ଗା ନାମରେ ଭାରତର ଏକ ବଡ ସମତଳ ଭୂମି ଅଛି ଯାହାକି ପୃଥିବୀର ବଡ ସମତଳ ଭୂମିମାନଙ୍କ ମଧ୍ୟରେ ଅନ୍ୟତମ ଅଟେ । ମଧ୍ୟଭାଗ ମାଳଭୂମି ରୂପରେ ବିଦ୍ୟମାନ । ଭୂମିରୂପରେ ବ୍ୟତିକ୍ରମ ବ୍ୟତୀତ ଜଳବାୟୁ ଅବସ୍ଥାରେ ବିଭିନ୍ନତା ଏବଂ ମୃତ୍ତିକାରେ ପ୍ରକାର ଭେଦ ଏହି ଦେଶରେ ରହିଅଛି । ଏହି ପ୍ରାକୃତିକ ବିଭିନ୍ନତା ବ୍ୟତୀତ ଅନ୍ୟ କାରକ ମଧ୍ୟ ରହିଅଛି । ସେଗୁଡିକ ହେଲା ଜଳ ସେଚନର ସୁଲଭତା, ଯନ୍ତ୍ରପାତିର ବ୍ୟବହାର, ଆଧୁନିକ କୃଷି ଉତ୍ପାଦନ ଯଥା ଅଧିକ ଅମଳକ୍ଷମ ବିହନ, କୀଟନାଶ ପାଇଁ କୀଟନାଶକର ବ୍ୟବହାର ।
ସବୁ ପ୍ରକାର କୃଷିର ଶ୍ରେଣୀ ବିଭାଗ, ପ୍ରକୃତି ଏବଂ ଉଦ୍ଦେଶ୍ୟ ଉପରେ ନିର୍ଭରଶୀଳ ଅଟେ । କଦଳୀଚାଷ ରୋପଣ କୃଷିର ଅନ୍ତର୍ଗତ । ଏହାକୁ ମଧ୍ୟ ବାଣିଜ୍ୟିକ କୃଷିର ଶ୍ରେଣୀଭୁକ୍ତ କରାଯାଇପାରେ ।
ଭାରତ ପ୍ରାୟ ସବୁ ପ୍ରକାର ଶସ୍ୟ ଉତ୍ପାଦନ କରେ । ତୁମେ ଭାବିପାରୁଛ କି କାହିଁକି ? ଆମେ ଯଦି କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୁଜୁରାଟର ପଶ୍ଚିମ ଉପକୂଳରୁ ଏକଦମ ପୂର୍ବରେ ଥିବା ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦେଖିବା ସେଠାରେ ହଜାର ପ୍ରକାର ଶସ୍ୟ ଉତ୍ପାଦିତ ହେଉଥିବାର ଦେଖିବା । ସମସ୍ତ ଶସ୍ୟକୁ ଆମେ ଚାରିଗୋଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରିବା । ପ୍ରତ୍ୟକ ଶ୍ରେଣୀର ମୁଖ୍ୟ ଶସ୍ୟ ବିଷୟରେ ଆସ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ।
କି ପ୍ରକାର ଶସ୍ୟ |
ଅର୍ଥ |
ପ୍ରଧାନ ଶସ୍ୟ |
ଖାଦ୍ୟଶସ୍ୟ |
ଯେଉଁ ଶସ୍ୟକୁ ମନୁଷ୍ୟ ଖାଦ୍ୟ ଆକାରରେ ଗ୍ରହଣ କରେ |
ଧାନ, ଗହମ, ମକା, ବାଜରା ଏବଂ ଡାଲି |
ଅର୍ଥକାରୀ ଫସଲ |
ଶସ୍ୟ ଯେଉଁଗୁଡିକୁ କଞ୍ଚାମାଲ ରୂପେ ବିକ୍ରି ପାଇଁ କରାଯାଏ କିମ୍ବା ରୂପାନ୍ତରିତ କରି ବିକ୍ରୟ କରାଯାଏ । |
କପା, ଝୋଟ, ଆଖୁ, ଧୂଆଁପତ୍ର ଏବଂ ତୈଳବୀଜ |
ରୋପଣ କୃଷି |
ବିସ୍ତୃତ ଅଞ୍ଚଳର ଛାଡ଼ ରୋପଣକରି ଉତ୍ପାଦନ କରାଯାଏ |
ଚାହା, କଫି, ନଡିଆ ଏବଂ ତୈଳବୀଜ |
ଉଦ୍ୟାନ କୃଷି |
କୃଷିର ଯେଉଁ ବିଭାଗରେ ଫଳ ଓ ପରିବା ଚାଷ କରାଯାଏ |
ଫଳ ଏବଂ ପରିବା |
ଧାନ – ଭାରତର ପ୍ରଧାନ ଖାଦ୍ୟ ଶସ୍ୟ ଧାନ ଅଟେ । ଏହା ପ୍ରଧାନ ଖରିଫ ଫସଲ ବା ଗ୍ରୀଷ୍ମକାଳୀନ ଶସ୍ୟ ଅଟେ । ଏହା ଦେଶର ସମୁଦାୟ କୃଷିଭୂମିର ଏକ ତୃତୀୟାଂଶରେ ଚାଷ କରାଯାଏ । ଏହା ଭାରତର ଅର୍ଦ୍ଧାଧିକ ଲୋକଙ୍କୁ ଖାଦ୍ୟ ଯୋଗାଏ । ଭାରତର ଅଧିକାଂଶ ଲୋକ ଭାତ ଖାଇଥାନ୍ତି । ଧାନ ଚାଷ ପାଇଁ କେଉଁ ଭୌଗଳିକ ଅବସ୍ଥା ଦରକାର ତୁମେ ଜାଣିଛ କି ? ତୁମେ ଯଦି ଭାରତର ଧାନ ଉତ୍ପାଦିତ ହେଉଥିବା ଅଞ୍ଚଳକୁ ଲକ୍ଷ କରିବ, ଦେଖିବ ଯେ ଏହା ଭାରତର ଏକମାତ୍ର ଖାଦ୍ୟ ଏକମାତ୍ର ଖାଦ୍ୟ ଶସ୍ୟ । ଏହା ବିଭିନ୍ନ ଅଞ୍ଚଳରେ ଉତ୍ପାଦିତ ହେଉଥିବାର ନିମ୍ନରେ ତୁମେ ଦେଖିବ ।
ଉତ୍ତାପ – ଧାନ ଉଷ୍ମ ଏବଂ ଆଦ୍ର ଅବସ୍ଥା ଦରକାର କରେ । ଅଧିକ ଉତ୍ତାପ ହେବା ଆବଶ୍ୟକ । ସେଲସିଅସ ରୁ ସେଲସିଅସ ଉତ୍ତାପ ଦରକାର କରେ । ହାରାହାରି ସେଲସିଅସ ଉତ୍ତାପ ଆବଶ୍ୟକ ହୋଇଥାଏ ।
ବର୍ଷା – ଧାନ ଚାଷ ପାଇଁ ୧୫୦-୩୦୦ ସେଣ୍ଟିମିଟର ବୃଷ୍ଟିପାତ ଆବଶ୍ୟକ ହୋଇଥାଏ । ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶରେ ୧୦୦ ସେଣ୍ଟିମିଟରରୁ କମ୍ ବୃଷ୍ଟିପାତ ହେଲେ ମଧ୍ୟ ଜଳସେଚନର ସୁବିଧା ଥିବାରୁ ସେଠାରେ ଧାନ ଚାଷ ହୁଏ ।
ମାଟି – ଧାନ ବିଭିନ୍ନ ପ୍ରକାର ମୃତ୍ତିକା ଥିବା ଅଞ୍ଚଳରେ ଚାଷ କରାଯାଏ । କିନ୍ତୁ ପଙ୍କୁଆ ଓ ଦୋରସା ମାଟିରେ ଏହା ଭଲ ହୁଏ । ଧାନ ପ୍ରଧାନତଃ ସମତଳ ଅଞ୍ଚଳରେ ଚାଷ କରାଯାଏ । କେରଳର କୁଟିନାଡ ଅଞ୍ଚଳରେ ସମୁଦ୍ର ପତ୍ତନରେ ନିମ୍ନରେ ଏହା ଚାଷ କରାଯାଏ । ଭାରତର ଉତ୍ତର ପୂର୍ବ ପାହାଡିଆ ଅଞ୍ଚଳ ଏବଂ କାଶ୍ମୀର ଉପତ୍ୟକାରେ ମଧ୍ୟ ଧାନ ଚାଷ କରାଯାଏ ।
ଶ୍ରମିକ – ଅଧିକାଂଶ କୃଷିକାର୍ଯ୍ୟ ଶ୍ରମିକ ଦ୍ଵାରା ହୋଇଥାଏ, ତେଣୁ ଏହାକୁ ଶ୍ରମିକ ଭିତ୍ତିକ କୃଷି କହନ୍ତି । ଏହି ଚାଷ ପାଇଁ ମେସିନ ଅଧିକ ଫଳ ପ୍ରଦ ନୁହେଁ ।
ବଣ୍ଟନ – ଭାରତର ପ୍ରାୟେ ସବୁ ରାଜ୍ୟରେ ଧାନ ଚାଷ କରାଯାଏ । ପ୍ରଧାନ ଧାନ ଚାଷ ରାଜ୍ୟ ହେଉଛି ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ବିହାର, ଝାଡଖଣ୍ଡ, ଉତ୍ତରାଖଣ୍ଡ, ଛତିଶଗଡ, ପଞ୍ଜାବ, ଓଡିଶା, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆସାମ, ମହାରାଷ୍ଟ୍ର । ଏହା ଆହୁରି ମଧ୍ୟ ହରିୟାଣା, ମଧ୍ୟପ୍ରଦେଶ, କେରଳ ଗୁଜୁରାଟ ଓ କାଶ୍ମୀର ଉପତ୍ୟକାରେ ଚାଷ ହୁଏ ।
ଗହମ – ଧାନ ପରେ ଗହମ ଭାରତର ଦ୍ଵିତୀୟ ମୁଖ୍ୟ ଖାଦ୍ୟ ଶସ୍ୟ ଅଟେ । ଏହା ରବି ଫସଲ ବା ଶୀତଦିନିଆ ଫସଲ ଅଟେ । ଏହା ଶୀତ ଆରମ୍ଭରେ ବୁଣାଯାଏ ଏବଂ ଗ୍ରୀଷ୍ମ ଆରମ୍ଭରେ ଅମଳ ହୁଏ । ଉତ୍ତର ଭାରତରେ ଏହା ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ବୁଣାଯାଏ ଏବଂ ମାର୍ଚ୍ଚ ଓ ଏପ୍ରିଲ ମାସରେ ଅମଳ କରାଯାଏ । ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଭାରତର ଲକ୍ଷ ଲକ୍ଷ ଲୋକମାନଙ୍କର ପ୍ରଧାନ ଖାଦ୍ୟ ଅଟେ । ଏହା ଧାନ ଭଳି ନୁହେଁ । ଏହା ରବି ଫସଲ ହୋଇଥିବାରୁ କେବଳ ଶୀତଦିନେ ଉତ୍ପାଦନ କରାଯାଏ ।
କେତେକ ଭୌଗଳିକ ଅବସ୍ଥା –
ଉତ୍ତାପ – ଏହା ମଧ୍ୟମ ଉଚ୍ଚତା ବିଶିଷ୍ଟ ଘାସୁଆ ଅଞ୍ଚଳର ଶସ୍ୟ ଅଟେ । ଏହା ଶୀତଳ ଜଳବାୟୁ ଦରକାର କରେ । ଏହା ପାଇଁ ବୁଣିଲା ବେଳେ ସେଲସିଅସ ରୁ ସେଲସିଅସ ଉତ୍ତାପ ଏବଂ ଅମଳ ବେଳେ ସେଲସିଅସ ରୁ ସେଲସିଅସ ଉତ୍ତାପ ଦରକାର ହୋଇଥାଏ ।
ବୃଷ୍ଟିପାତ – ଗହମ ଚାଷ ଅଞ୍ଚଳରେ ବାର୍ଷିକ ୭୫ ସେ.ମି. ବୃଷ୍ଟିପାତ ହେବା ଦରକାର । ତୁମେ ଜାଣିଛ ଯେ ୧୦୦ ସେ.ମି. ଅଧିକ ବୃଷ୍ଟିପାତ ଅଞ୍ଚଳ ଧାନ ଚାଷ ପାଇଁ ଅନୁକୂଳ ଅଟେ । ଯେଉଁ ଅଞ୍ଚଳରେ ୭୫ ସେ.ମି. ରୁ କମ୍ ସ୍ୱଳ୍ପ ବୃଷ୍ଟିପାତ ଉତ୍ପାଦନ ବଢାଇଥାଏ । ଅନ୍ୟ ଦିଗରେ ଦେଖିବାକୁ ଗଲେ ଫୁଲ ଉଡାଉଥିବାବେଳେ କୁହୁଡି ଏବଂ ପାଚିଲା ବେଳେ କୁଆପଥର ବର୍ଷା ଗହମ ଚାଷରେ ଅଶେଷ କ୍ଷତି ଘଟାଇ ଥାଏ ।
ମୃତ୍ତିକା – ଯଦିଓ ଗହମ ବିଭିନ୍ନ ପ୍ରକାର ମୃତ୍ତିକାରେ ଚାଷ କରାଯାଏ କିନ୍ତୁ ଏହାର ଚାଷ ପଟୁ ଦୋରସା ମଟାଳ ମାଟିରେ ସବୁଠାରୁ ଭଲ ହୋଇଥାଏ । ଗହମ ଚାଷ ପାଇଁ ସମତଳ ଭୂମି ସବୁଠାରୁ ଉପଯୁକ୍ତ ଅଟେ ।
ବଣ୍ଟନ – ଭାରତର ପ୍ରଧାନ ଗହମ ଉତ୍ପାଦିତ ହେଉଥିବା ଅଞ୍ଚଳ ହେଲା ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର । ଭାରତର ସମୁଦାୟ ଗହମର 66 ଭାଗ ଗହମ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ଉତ୍ପାଦିତ ହୋଇଥାଏ ।
ଜୁଆର – କମ୍ ସମୟ ଆବଶ୍ୟକ କରୁଥିବା ଜୁଆର ହେଉଛି ଗୋଟିଏ ଉଷ୍ମ ପାଗର ଶସ୍ୟ । ଏହା ଗୋଟିଏ ମୋଟା ଦାନାର ଶସ୍ୟ । ଏହାକୁ ଖାଦ୍ୟ ଏବଂ ଗୋ ଖାଦ୍ୟ ରୂପେ ବ୍ୟବହାର କରାଯାଏ । ଏହା ଖରିଫ ଫସଲ ଅଟେ । ଏହା ମେରୁ ଅଗଷ୍ଟ ମାସ ମଧ୍ୟରେ ବୁଣାଯାଏ ଏବଂ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଅମଳ କରାଯାଏ । ଆଜିକାଲି ଜୁଆର ଗରିବ ଲୋକମାନଙ୍କର ପ୍ରଧାନ ଖାଦ୍ୟ ହୋଇଛି । ଭାରତରେ ବହୁତ ପରିମାଣରେ ଜୁଆର ଉତ୍ପାଦନ କରାଯାଏ । ଏହାର ବିଭିନ୍ନ ସ୍ଥାନୀୟ ନାମ ଅଛି । ସେଗୁଡିକ ହେଲା ଜୱାର, ବାଜରା, ରାଶି, କୋରା, କୋଡନ, କୁଟକି, ହରକା, ବାଉଟି ରାଜାଗିରା । ଭାରତରେ ଜୱାର ବାଜରା ଏବଂ ମାଣ୍ଡିଆ ବିସ୍ତୃତ ନାଚଳରେ ଚାଷ କରାଯାଇଛି, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଅଞ୍ଚଳଗୁଡିକ ସମୟର ତୁଳନାରେ କମିବାକୁ ଲାଗିଛି ।
ଏହି ଶସ୍ୟ ଉତ୍ପାଦନର ଭୌଗଳିକ ଅବସ୍ଥା ସମ୍ବନ୍ଧରେ ତଳେ ଦିଆଯାଇଅଛି ।
ଉତ୍ତାପ – କେଉଁ ଅଞ୍ଚଳରେ ସେଲସିଅସରୁ ସେଲସିଅସ ପର୍ଯ୍ୟନ୍ତ ଉତ୍ତାପ ଅନୁଭୂତ ହୁଏ । ସେଠାରେ ଜୁଆର ଚାଷ କରାଯାଏ ।
ବୃଷ୍ଟିପାତ – ଏହାକୁ ଶୁଷ୍କ ଭୂମି ଶସ୍ୟ ବୋଲି ଅଭିହିତ କରାଯାଇଅଛି । ୫୦ ସେ.ମି. ରୁ ୧୦୦ସେ.ମି. ବୃଷ୍ଟିପାତ ଅଞ୍ଚଳଜୁଆର ଚାଷ ପାଇଁ ଉପଯୁକ୍ତ ଅଟେ ।
ମୃତ୍ତିକା – ମୃତ୍ତିକାର ଭିନ୍ନତା ଯୋଗୁଁ ମିଲେଟ ଚାଷ ବ୍ୟାପକ ହେଉ ନାହିଁ । ଏହାର ଚାଷ ନିକୃଷ୍ଟ ଧରଣର ପଟୁମାଟି ଏବଂ ଦୋରସା ମାଟିରେ ହୋଇପାରେ ।
ବଣ୍ଟନ – ଜୱାର ଏବଂ ବାଜରା ଉଭୟ ଓ ଦକ୍ଷିଣ ଭାରତରେ ଚାଷ କରାଯାଏ । କିନ୍ତୁ ମାଣ୍ଡିଆ କେବଳ ଦକ୍ଷିଣ ଭାରତରେ ଚାଷ କରାଯାଏ । ଜୱାର ଏବଂ ବାଜରା ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ଚାଷ କରାଯାଏ ।
ଡାଲିଜାତୀୟ ଶସ୍ୟ – ଏହା ଅନେକ ଶସ୍ୟକୁ ବୁଝାଏ । ପ୍ରଧାନତଃ ଏହା ଶିମ୍ବ ଜାତୀୟ । ଏହା ଭାରତର ଶାକାହାରୀମାନଙ୍କୁ ପ୍ରୋଟିନ ଯୋଗାଏ । ଯେଉଁମାନେ ମାଛ-ମାଂସ ଖାଆନ୍ତି ତାଙ୍କରି ତୁଳନାରେ ସେମାନେ କମ୍ ପ୍ରୋଟିନ ଡାଲି ଜାତୀୟ ଶସ୍ୟରୁ ପାଇପାରନ୍ତି । ଏହା ଉତ୍କୃଷ୍ଟ ଗୋ-ଖାଦ୍ୟ ଅଟେ । ଏହା ଦାନା କେନ୍ଦ୍ରୀକ ଗୋ-ମହିଷାଦି ପଶୁଙ୍କ ଖାଦ୍ୟ ଅଟେ । ଶିମ୍ବ ଜାତୀୟ ଶସ୍ୟର ବାୟୁମଣ୍ଡଳରୁ ଯବକ୍ଷାରଜାନ ନେଇ ମୃତ୍ତିକାରେ ପ୍ରବେଶା କରାଇବାର କ୍ଷମତା ରହିଅଛି । ଏହା ଅନ୍ୟ ଶସ୍ଯ ଉତ୍ପାଦନ ପାଇଁ ମାଟିକୁ ଉର୍ବର କରିଥାଏ । ଭାରତରେ ବିଭିନ୍ନ ପ୍ରକାରର ଡାଲି ଜାତୀୟ ଶସ୍ଯ ମିଳିଥାଏ । ସେଗୁଡିକ ହେଲା ବୁଟ, ହରଡ (ପାରାମଟର ବା ନାଲି ବୁଟ), ବିରି, ମୁଗ, ମସୁର, କୋଳଥ, ମଟର । ଉପରଲିଖିତ ଡାଲି ଜାତୀୟ ଶସ୍ଯ ମଧ୍ୟରୁ ବୁଟ ଏବଂ ହରଡ ଅଧିକ ବ୍ୟବହାରରେ ଆସେ ।
ବୁଟ – ଏହା ସବୁ ଡାଲି ଠାରୁ ଉଚ୍ଚରେ । ଭାରତରେ ୩୭% ବୁଟ ଉତ୍ପାଦିତ ହୁଏ ଏବଂ ବୁଟ ଉତ୍ପାଦିତ ହେଉଥିବା ଭୂମିର ୩୦% ଭାରତରେ ଅଛି । ଏହା ଏକ ରବି ଫସଲ । ଏହା ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ବୁଣାଯାଏ ଏବଂ ଫେବୃୟାରୀରୁ ଏପ୍ରିଲ ମଧ୍ୟରେ ଅମଳ ହୁଏ । ଏହା କେବଳ ଗୋଟିଏ ମାତ୍ର ଶସ୍ଯ ରୂପେ ଚାଷ କରାଯାଏ । ନଚେତ ଗହମ, ବାର୍ଲି, ଶୋରିଷ ଏବଂ ପେଶୁ ସହିତ ମିଶି ଚାଷ କରାଯାଏ ।
କେତେକ ଭୌଗଳିକ ଅବସ୍ଥା ତଳେ ଦିଆଯାଇଅଛି ।
ତାପମାତ୍ରା – ଏହା ଶୀତଳ ଶୁଷ୍କ ଜଳବାୟୁ ଅଞ୍ଚଳରେ ଚାଷ କରାଯାଏ । ଏହା ପାଇଁ ସେଲସିସ ତାପମାତ୍ରାରୁ ସେଲସିଅସ ତାପମାତ୍ରା ଦରକାର ହୋଇଥାଏ ।
ବୃଷ୍ଟିପାତ – ବୁଟ ଚାଷ ପାଇଁ ୪୦ ରୁ ୪୫ ସେ.ମି. ବର୍ଷା ଆବଶ୍ୟକ ହୋଇଥାଏ ।
ବଣ୍ଟନ – ଯଦିଚ ବୁଟ ଦେଶର ଅନେକ ଅଞ୍ଚଳରେ ଚାଷ କରାଯାଉଥିଲେ ମଧ୍ୟ ପାଞ୍ଚଗୋଟି ରାଜ୍ୟରେ ୯୦% ବୁଟ ଚାଷ କରାଯାଏ । ସେ ରାଜ୍ୟଗୁଡିକ ହେଲା – ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟାଣା ଓ ମହାରାଷ୍ଟ୍ର ।
ଅର୍ଥକାରୀ ଫସଲ
ଅର୍ଥକାରୀ ଫସଲ ଯାହାକୁ କି ବିକ୍ରି ଉଦ୍ଦେଶ୍ୟରେ ଚାଷ କରାଯାଏ (କଞ୍ଚା ହେଉ ବା ଅର୍ଦ୍ଧ ପ୍ରୋସେସିଙ୍ଗ ହୋଇ) ସେ ବିଷୟରେ ବର୍ଣ୍ଣନା କରାଯାଇଅଛି । ଏହି ପାଠରେ ଆମ୍ଭେମାନେ କେତେକ ମୁଖ୍ୟ ଅର୍ଥକାରୀ ଫସଲ ବିଷୟରେ ଶିକ୍ଷା ଲାଭ କରିବା । ସେଗୁଡିକ ହେଲା ଆଖୁ, କପା, ଝୋଟ, ଦୁଇଗୋଟି ପାନୀୟ ଫସଲ ହେଲା ଚା, କଫି, ତିନିଗୋଟି ତୈଳବୀଜ ହେଲା ଚିନାବାଦାମ, ସୋରିଷ ଏବଂ ରାଇ ସୋରିଷ ।
ଆଖୁ – ଚିନୀ ବ୍ୟତୀତ ଜୀବନ କିପରି ହେବ ତୁମେ ଭାବି ପାରୁଛ କି ? ଚିନୀ ବ୍ୟତୀତ ବଞ୍ଚିବା ଅସମ୍ଭବ ହୋଇପଡିବ । ତୁମେ ଜାଣିଛ କି ଆଖୁ ବାଉଁଶ ବଂଶୀୟ ଅଟେ ଏବଂ ଏହା ବାହାରୁ ଭାରତକୁ ଆସିଥିଲା । ଏହା ଏକ ଖରିଫ ଫସଲ । ଚିନି, ଗୁଡ ଏବଂ ଖଣ୍ଡସାରା ଏହାର ମୂଳ ଉତ୍ସ ଅଟେ । ଆଲକହଲ ପ୍ରଭୃତି ପାଇଁ ଏହା କଞ୍ଚାମାଲ ଅଟେ । ଏହାର ଆଖୁଛେଦାରୁ କାଗଜ ପ୍ରସ୍ତୁତ ହୁଏ । ପେଟ୍ରୋଲ ଜାତ ଦ୍ରବ୍ୟର ଏହା ହେଉଛି ବଦଳ । ଅନ୍ୟ ରାସାୟନିକ ଉତ୍ପାଦନର ଏହା ସେବକ । ଏହାର ଗୋଟିଏ ଅଂଶ ପଶୁ ଖାଦ୍ୟ ରୂପରେ ବ୍ୟବହାର କରାଯାଏ ।
ଆଖୁ ଉତ୍ପାଦନର କେତେ ଭୌଗଳିକ ତଥ୍ୟ ନିମ୍ନରେ ଦିଆଗଲା ।
ତାପମାତ୍ରା – ଏହା ଉଷ୍ମ ଆଦ୍ର ଜଳବାୟୁ ସହିତ ରୁ ସେଲସିଅସ ଟାପ ଦରକାର କରେ ।
ବର୍ଷା – ୭୫ ସେ.ମି. ରୁ ୧୫୦ ସେ.ମି. ବର୍ଷା ଆଖୁ ଚାଷ ପାଇଁ ଦରକାର ହୁଏ । ଯେଉଁ ଅଞ୍ଚଳରେ ଏହି ପରିମାଣର ବର୍ଷା ଠାରୁ କମ୍ ବର୍ଷା ହୁଏ, ସେଠାରେ ଜଳସେଚନ କରି ଆଖୁ ଚାଷ କରାଯାଏ ।
ମୃତ୍ତିକା – ଏହା ବିଭିନ୍ନ ପ୍ରକାର ମୃତ୍ତିକା ଥିବା ଅଞ୍ଚଳରେ ଚାଷ କରାଯାଏ । ଯେଉଁ ମୃତ୍ତିକା ଜଳୀୟ ବାଷ୍ପ ଧାରଣ କରେ ସେହି ମୃତ୍ତିକାରେ ଅକହୁ ଚାଷ ହୋଇପାରେ, କିନ୍ତୁ ଗଭୀର ଦୋରସା ମାଟି ଏହା ପାଇଁ ସର୍ବୋତ୍କୃଷ୍ଟ ଅଟେ । କିନ୍ତୁ ମୃତ୍ତିକା ଯବକ୍ଷାରଜାନ, କ୍ୟାଲସିୟମ ଏବଂ ଫସଫରସରେ ସମୃଦ୍ଧ ହୋଇଥିବା ଉଚିତ୍ । ଏହା ଅମ୍ଳ ଓ କ୍ଷାର ଯୁକ୍ତ ହୋଇ ନଥିବା ଚଟକା, ସମତାଳେବ୍ମ ମାଳଭୂମି ଆଖୁଚାଷ ପାଇଁ ଉପଯୁକ୍ତ ଅଟେ, କାରଣ ଜଳସେଚନ ଏବଂ ରାସାୟନିକ ସାରା ଆବଶ୍ୟକ କରେ କାରଣ ଏହା ଜମିର ଉର୍ବରତାକୁ ବ୍ୟାପକ ଭାବରେ ଶୀଘ୍ର କମାଇ ଦିଏ ।
ଶ୍ରମିକ – ଏହା ଏକ ଶ୍ରମ ଭିତ୍ତିକ କୃଷି ଏବଂ ଶସ୍ତା ଶ୍ରମିକ ଦରକାର କରେ ସବୁ ସ୍ତରରେ ଯଥେଷ୍ଟ ମାନବ ହାତ ଆବଶ୍ୟକ ହୁଏ । ଚାରା ଲଗାଇବା, କୋଡିବା, ସଫା କରିବା ଜଳସେଚନ କରିବା, କାଟିବା ଏବଂ କାରଖାନାକୁ ଆଖୁ ବୋହିବା ପାଇଁ ଅଧିକ ଶ୍ରମିକ ଦରକାର ।
ବଣ୍ଟନ – ପୃଥିବୀରେ ଭାରତର ଅଧିକ ଅଞ୍ଚଳରେ ଆଖୁଚାଷ କରାଯାଏ । ଆଖୁ ଚାଷରେ ଭାରତ ବ୍ରାଜିଲ ପରେ ପୃଥିବୀରେ ଦ୍ଵିତୀୟ ସ୍ଥାନ ଅଧିକାର କରିଅଛି । ଭାରତରେ ତିନିଗୋଟି ଭୌଗଳିକ ଅଞ୍ଚଳ ରହିଅଛି ଯେଉଁଠାରେ କି ଆଖୁଚାଷ କରାଯାଏ । ସେଗୁଡିକ ହେଲା –
କପା – କପା କେବଳ ଭାରତ ନୁହେଁ ସମୁଦାୟ ପୃଥିବୀରେ ତନ୍ତୁଜାତୀୟ ଫସଲ ରୂପେ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଯେ ଲୁଗା କାରଖାନାକୁ ତୁଳା ଯୋଗାଏ ତାହା ନୁହେଁ କିନ୍ତୁ ଆହୁରି ମଧ୍ୟ ଏହାର ମଞ୍ଜି ବନସ୍ପତି ତେଲ କାରଖାନାରେ ବ୍ୟବହାର କରାଯାଏ । କପାମଞ୍ଜି ଦୁଧିଆଳୀ ଗାଈକୁ ଅଧିକ ଦୁଗ୍ଧ ଦେବା ପାଇଁ ଖାଦ୍ୟ ରୂପେ ଦିଆଯାଏ । ତୁଳା ମୂଳତଃ ଖରିଫ ଫସଲ ଅଟେ ଏବଂ କ୍ରାନ୍ତୀୟ ଏବଂ ଇଉପିଏକ୍ରାନ୍ତୀୟ ଅଞ୍ଚଳରେ ଉତ୍ପାଦିତ ହୁଏ ।
କେତେକ ଭୌଗଳିକ ତଥ୍ୟ ତଳେ ଦିଆଗଲା ।
ତାପମାତ୍ରା - କପା କ୍ରାନ୍ତୀୟ ଏବଂ ଉପକ୍ରାନ୍ତୀୟ ଅଞ୍ଚଳରେ ଚାଷ କରାଯାଏ । ଏହା ସମତା ରକ୍ଷା କରୁଥିବା ଉଚ୍ଚ ତାପମାତ୍ରା ଦରକାର କରେ । ଏହା ପାଇଁ ରୁ ଟାପ ଦରକାର ହୁଏ ।
ବୃଷ୍ଟି – ଯେଉଁ ଅଞ୍ଚଳ ବର୍ଷକ ମଧ୍ୟରେ ୨୧୦ ଦିନ ତୁଷାର ମୁକ୍ତ ରହେ ସେଠାରେ କପାଚାଷ ହୁଏ । ଏହା ୫୦ ସେ.ମି. ରୁ ୧୦୦ ସେ.ମି. ମୃଦୁ ବୃଷ୍ଟି ଦରକାର କରେ । ଯେଉଁ ଅଞ୍ଚଳରେ ୫୦ ସେ.ମି. ରୁ କମ୍ ବର୍ଷା ହୁଏ ସେଠାରେ ଜଳସେଚନ କରି କପା ଚାଷ କରାଯାଏ । ଚାଷର ଆରମ୍ଭରେ ଅଧିକ ପରିମାଣରେ ବର୍ଷା ଏବଂ ଅମଳ ବେଳେ ଶୁଷ୍କ ପାଗ ଦରକାର ହୁଏ ।
ମୃତ୍ତିକା – କପା ଚାଷ ଦାକ୍ଷିଣାତ୍ୟ ମାଳଭୂମି ଏବଂ ମାଳବ ମାଳଭୂମିର କୃଷ୍ଣ କାର୍ପାସ ମୃତ୍ତିକା ସହିତ ସଂପୃକ୍ତ ଅଟେ । ଏହା ଆହୁରି ମଧ୍ୟ ସତଲେଜ ଗଙ୍ଗା ସମତଳ ଅଞ୍ଚଳର ଉର୍ବର ମୃତ୍ତିକାରେ ଏବଂ ଉପଦ୍ଵୀପୀୟ ମାଳଭୂମିର ଲୋହିତ ଓ ଲାଟରାଇଟ ମୃତ୍ତିକା ଅଞ୍ଚଳରେ ଚାଷ କରାଯାଏ ।
ଶ୍ରମିକ – ବର୍ତ୍ତମାନ ସୁଦ୍ଧା ତୁଳା ସଂଗ୍ରହ ମେସିନ ଦ୍ଵାରା ହୋଇପାରି ନାହିଁ । ତେଣୁ କରି ତୁଳା ସଂଗ୍ରହ କରିବାକୁ ବହୁ ସଂଖ୍ୟକ ଶସ୍ତା ଦକ୍ଷ ଶ୍ରମିକ ଦରକାର ହେଉଛନ୍ତି ।
ବଣ୍ଟନ – ଭାରତରେ ବିସ୍ତୃତ ଅଞ୍ଚଳରେ କପା ଚାଷ କରାଯାଏ । ଚୀନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପଛକୁ କପା ଉତ୍ପାଦନରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଅଛି । ଭାରତର ଚାରିଗୋଟି ରାଜ୍ୟରେ କପା ଚାଷ ଅଞ୍ଚଳର ଦୁଇ ତୃତୀୟାଂଶ ଏବଂ ଉତ୍ପାଦନର ଦୁଇ ତୃତୀୟାଂଶ ରହିଅଛି । ସେ ରାଜ୍ୟଗୁଡିକ ହେଲା ପଞ୍ଜାବ, ମହାରାଷ୍ଟ୍ର ଗୁଜୁରାଟ ଓ ହରିୟାଣା ।
ତୈଳବୀଜ – ବାଣିଜ୍ୟିକ – ବାଣିଜ୍ୟିକ କୃଷି ମଧ୍ୟରେ ତୈଳବୀଜ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବସ୍ତୁତ୍ଵ ପୃଥିବୀରେ ଭାରତରେ ବିସ୍ତୃତ ଅଞ୍ଚଳରେ ଅଧିକ ପରିମାଣରେ ଏହାର ଚାଷ କରାଯାଏ । ତୈଳବୀଜରୁ କେବଳ ଯେ ଆମ ଖାଦ୍ୟ ପାଇଁ ତୈଳ ବାହାର କରାଯାଏ ତାହା ନୁହେଁ, ସେଥିରୁ ରଙ୍ଗ, ବାରନିସ, ସାବୁନ, ଲୁବ୍ରିକାଣ୍ଟସ ତେଲ ପ୍ରସ୍ତୁତ କରାଯାଏ । ତୈଳ ବାହାର କଲା ପରେ ଯେଉଁ ବର୍ଜ୍ୟବସ୍ତୁ ରାହିଜାଏ ସେଥିରୁ ଗୋ ଖାଦ୍ୟ ପ୍ରସ୍ତୁତ ହୁଏ ।
ଚିନାବାଦାମ – ଏହା ଭାରତର ଅତ୍ୟଧିକ ଦରକାରୀ ତୈଳବୀଜ ଅଟେ । ଚିନାବାଦାମ ଉଭୟ ଖରିଫ ଏବଂ ରବି ଋତୁରେ ଚାଷ କରାଯାଏ । କିନ୍ତୁ ଖରିଫ ଋତୁରେ ୯୦-୯୫ ଭାଗ ଏହାର ଚାଷ ହୁଏ ।
କେତେକ ଭୌଗଳିକ ଅବସ୍ଥା ତଳେ ଦିଆଗଲା ।
ତାପମାତ୍ରା – ଏହା କ୍ରାନ୍ତୀୟ ଜଳବାୟୁ ଅଞ୍ଚଳରେ ଚାଷ କରାଯାଏ । ଏହା ସେଲସିଅସ ରୁ ସେଲସିଅସ ଟାପ ଆବଶ୍ୟକ କରେ ।
ବୃଷ୍ଟିପାତ – ଚିନାବାଦାମ ଚାଷ ପାଇଁ ୫୦ ସେ.ମି. ରୁ ୭୫ ସେ.ମି. ବର୍ଷା ଆବଶ୍ୟକ ହୋଇଥାଏ । ତୁଷାରପାତ ଦୀର୍ଘସ୍ଥାୟୀ ମରୁଡି, ଲଗାତାର ବର୍ଷା ଏବଂ ପାଣି ଜମି ରହିବା ଚିନାବାଦାମ ଚାଷର ଶତ୍ରୁ ଅଟେ । ଏହାର ଅମଳ ବେଳେ ଶୁଷ୍କ ଶୀତଳ ପାଗ ଦରକାର ।
ମୃତ୍ତିକା – ଜଳ ନିଷ୍କାସିତ ହାଲୁକା ବାଲିଆ ଦୋରସା ମାଟି, ଲୋହିତ, ପୀତ ଏବଂ କୃଷ୍ଣ ମୃତ୍ତିକାରେ ଏହାର ଚାଷ ଭଲ ହୁଏ ।
ବଣ୍ଟନ – ଏହା ଭାରତର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ତୈଳବୀଜ ଅଟେ । ଏହା ଭାରତରେ ଉତ୍ପାଦିତ ହେଉଥିବା ସମସ୍ତ ତୈଳବୀଜର ଅଧା ଅଟେ । ଚିନାବାଦାମ ଉତ୍ପାଦନରେ ପୃଥିବୀରେ ଭାରତ ପ୍ରଥମ ଅଟେ । ପୃଥିବୀ ଉତ୍ପାଦନର ଏକ ତୃତୀୟାଂଶ ଭାରତରେ ହୋଇଥାଏ । ଭାରତରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଏବଂ ଗୁଜୁରାଟରେ ସର୍ବାଧିକ ଚିନାବାଦାମ ଚାଷ କରାଯାଏ । ଏଠାରେ ଭାରତର ଉତ୍ପାଦନର ୬୦ ପ୍ରତିଶତ ଉତ୍ପାଦିତ ହୋଇଥାଏ । ଅନ୍ୟ ୩୦ ଶତାଂଶ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଓଡିଶାରେ ହୋଇଥାଏ ।
ରୋପଣ କୃଷି
ଚାହା – ଭାରତ ଏହାର ଚାହା ବଗିଚା ପାଇଁ ପ୍ରସିଦ୍ଧ ଅଟେ । ତୁମେ ଆସାମ ଏବଂ ପଛିମବଙ୍ଗର ଦାର୍ଜିଲିଂର ଚାହା ବଗିଚା କଥା ଶୁଣିଥିବ । ଏହା କଥିତ ଅଛି ଯେ ୧୯୩୨ ମସିହାରେ ବ୍ରିଟିଶରମାନଙ୍କ ଦ୍ଵାରା ଚାହା ଚାଷ ଆରମ୍ଭ ହୋଇଥିଲା । ସେମାନେ ଯେତେବେଳେ ବଣୁଆ ଚାହା ଗଛ ଆସାମର ପାହାଡିଆ ଅଞ୍ଚଳ ଏବଂ ଜଙ୍ଗଲ ଅଞ୍ଚଳରେ ଦେଖିଲେ ସେତେବେଳେ ତାହା ଚାଷ ଆରମ୍ଭ କରିଥିଲେ । ଚାହା ଗଛର କଅଁଳ ପତ୍ରକୁ ଶୁଖାଇ ସେଥିରୁ ଚାହା ପ୍ରସ୍ତୁତ କରାଯାଏ । ବର୍ତ୍ତମାନ ପୃଥିବୀରେ ଭାରତ ଚାହା ଉତ୍ପାଦନରେ ଅଗ୍ରଣୀ ଦେଶ ଅଟେ । ତାହା ଉତ୍ପାଦନରେ ଚୀନ ଏବଂ ଶ୍ରୀଲଙ୍କା ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
କେତେକ ଭୌଗଳିକ ଅବସ୍ଥା ତଳେ ଦିଆଗଲା ।
ତାପମାତ୍ରା – ଏହା ଉଷ୍ମ ଆଦ୍ର ଜଳବାୟୁ ଦରକାର କରେ । ଚାହା ଚାଷ ପାଇଁ ସେଲସିଅସ ରୁ ସେଲସିଅସ ତାପମାତ୍ରା ଆବଶ୍ୟକ ହୋଇଥାଏ । ଯଦି ତାପମାତ୍ରା ସେଲସିଅସକୁ ବୃଦ୍ଧି ପାଏ ଏବଂ ସେଲସିଅସକୁ କମି ଆସେ ଏହା ଚାହା ବୁଦା ଏବଂ ପତ୍ର ପାଇଁ କ୍ଷତିକାରକ ହୋଇଥାଏ ।
ବୃଷ୍ଟିପାତ – ପୂର୍ବରୁ ବର୍ଣ୍ଣିତ ହୋଇଛି ଯେ ଚାହା ବାର୍ଷିକ ୧୫୦ – ୩୦୦ ସେ.ମି. ବର୍ଷା ଦରକାର । ବହୁତ ଦିନ ବର୍ଷା ଛାଇଯିବା ଚାହା ଚାଷ ପାଇଁ କ୍ଷତିକାରକ ଅଟେ ।
ମୃତ୍ତିକା – ଚାହା ଗଛ ଉଚ ଗଡାଣିଆ ଦୋରସା ମାଟିଥିବା ଅଞ୍ଚଳରେ ଭଲ ବଢେ । ଲୌହ ମିଶା ଖତୁଆ ଜଙ୍ଗଲି ମାଟି ଚାହା ଗଛ ପାଇଁ ସର୍ବୋତ୍କୃଷ୍ଟ ଅଟେ । ଚାହା ହେଉଛି ଛାଇକୁ ଭଲ ପାଉଥିବା ବୁଦା ଗଛ ଛାଇରେ ଏହା ଭଲ ବଢେ ।
ଶ୍ରମିକ ଚାହା ଚାଷ ପାଇଁ ଶସ୍ତା ଏବଂ ଦକ୍ଷ ଶ୍ରମିକ ଦରକାର ।
ବଣ୍ଟନ – ଭାରତରେ ଉତ୍ପାଦିତ ହେଉଥିବା ଚାହାର ୫୦ ଭାଗ ଆସାମରେ ଉତ୍ପାଦିତ ହୁଏ । ଆସାମର ଚାହା ଚାଷ ଅଞ୍ଚଳ ପାହାଡକୁ ଢାଲୁ ଅଞ୍ଚଳ ଏବଂ ବ୍ରହ୍ମପୁତ୍ର ଏବଂ ସୁରମା ନଦୀର ଉପତ୍ୟକା ଅଟେ । ଚାହା ଉତ୍ପାଦନରେ ପଶ୍ଚିମବଙ୍ଗ ହେଉଛି ଦ୍ଵିତୀୟ ରାଜ୍ୟ ଏହାର ଦାର୍ଜିଲିଂ, ସିଲଗୁଡି, ଜଲପାଇଗୁଡ଼ି ଏବଂ କୁଚବିହାର ଜିଲ୍ଲାରେ ଅଧିକ ଚାହା ଚାଷ କରାଯାଏ । ତାମିଲନାଡୁ ତୃତୀୟ ଚାହା ଉତ୍ପାଦନକାରୀ ରାଜ୍ୟ ଅଟେ । ଏହାର ନୀଳଗିରି ପାହାଡିଆ ଅଞ୍ଚଳରେ ଚାହା ଚାଷ କରାଯାଏ ।
କଫି – କେଉଁଠାରୁ ଭାରତକୁ ପ୍ରଥମେ କଫି ଆସିଥିଲା ତୁମେ ଜାଣିଛ କି ? ଏହା ଇଥୋପିଆର (ଆବିସିନିଆ ମାଳଭୂମି) ସ୍ଵଦେଶୀ ଫସଲ । ଏକାଦଶ ଶତାବ୍ଦୀରେ ଏହା ଇଥୋପିଆରୁ ଆରବକୁ ଆସିଥିଲା । ଆରବରୁ ଏହାର ମଞ୍ଜି ବାବା ଭୁଦାନଙ୍କ ଦ୍ଵାରା ସପ୍ତଦଶ ଶତାବ୍ଦୀରେ କର୍ଣ୍ଣାଟକର ବାବା-ଭୂଦାନ ପାହାଡକୁ ଅଣାଯାଇଥିଲା । ବ୍ରିଟିଶ ଚାରାରୋପଣକାରୀମାନେ ଆଗ୍ରହ ପ୍ରକାଶ କରି ପଶ୍ଚିମ କରି ପଶ୍ଚିମଘାଟର ବିସ୍ତ୍ରୀର୍ଣ୍ଣ ଅଞ୍ଚଳରେ କଫି ଚାଷ କରାଇଥିଲେ ।
କଫିଚାଷ ପାଇଁ କେତେକ ଭୌଗଳିକ ଅବସ୍ଥା ତଳେ ଦିଆଗଲା ।
ତାପମାତ୍ରା – ଏହା ଉଷ୍ଣ ଆର୍ଦ୍ର ଜଳବାୟୁ ଦରକାର କରେ । ଏହା ରୁ ସେଲସିଅସ ତାପ ଦରକାର କରେ । ଏହା ସାଧାରଣତଃ ଗଛର ଛାଇରେ ଭଲ ହୁଏ । ତେଣୁ ପ୍ରଚଣ୍ଡ ସୂର୍ଯ୍ୟ କିରଣ, ଉଚ୍ଚତାପମାତ୍ରା ସେଲସିଅସରୁ ଅଧିକ ତାପ, ତୁଷାରପାତ, ବରଫପାତ କଫି ଚାଷ ପାଇଁ କ୍ଷତିକାରକ ଅଟେ । କଫି ଫଳ ପାଚିଲା ବେଳେ ଶୁଖିଲା ପାଗ ଦରକାର ହୁଏ ।
ବର୍ଷା – କଫି ଚାଷ ପାଇଁ ୧୫୦-୨୦୦ ସେ.ମି. ବର୍ଷା ଦରକାର ହୁଏ ।
ମୃତ୍ତିକା – ଜଲ ନିଷ୍କାସିତ ତନ୍ତୁଯୁକ୍ତ ଦୋରସା ମାଟି ଯେଉଁଥିରେ କି ଅଧିକ ଉଦ୍ଭିଦସାରା, ଲୌହ କ୍ୟାଲସିୟମର ଖଣିଜଅଂଶ ଥାଏ କଫି ଚାଷ ପାଇଁ ଭଲ ଅଟେ । ମାଟିକୁ ସାରଯୁକ୍ତ କରାଯିବା ଉଚିତ । ଏହିପରି ମୃତ୍ତିକାରେ ଉତ୍ପାଦନ ବଢେ ।
ଶ୍ରମିକ – ମଞ୍ଜିବୁଣିବା, ପରିବହନ, ଗଛରୁ ଡାଳ କାଟିବା, କଫିଫଳ ତୋଳିବା, ଶୁଖେଇବା ଗୁଣ୍ଡା କରିବା ଏବଂ ପ୍ୟାକିଙ୍ଗ କରିବା ପାଇଁ ଚାହାପରି ଶସ୍ତା ଏବଂ ଦକ୍ଷ ଶ୍ରମିକ ଆବଶ୍ୟକ ।
ବଣ୍ଟନ – ଭାରତର କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ ରାଜ୍ୟରେ ଅଧିକ କଫି ଚାଷ କରାଯାଏ ।
ଭାରତୀୟ କୃଷି ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ଵାନ
ଆମେ ଯଦି ସମ୍ମୁଖୀନ ହେଉଥିବା ଡାକରା ଆଡକୁ ଦୃଷ୍ଟି ପକାଇବା ତାହା ହେଲେ ଏହାକୁ ଦୁଇଗୋଟି ଶ୍ରେଣୀରେ ବିଭକ୍ତ କରିବା । ଗୋଟିଏ ହେଲା ନୂଆ କୃଷି ପ୍ରଣାଳୀରେ ତୃଟି, ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ସମସ୍ୟା, ଆସ ମୁଖ୍ୟ ଆହ୍ଵାନଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ।
ଜଗତିକରଣ – ଜଗତିକରଣ ଜଗତର ସଭ୍ୟତା, ମନୁଷ୍ୟ ଏବଂ ତାର ରୋଜଗାର ସମ୍ପର୍କ ବୃଦ୍ଧି କରେ । ସବ୍ସିଡି (ଛାଡ) – ବ୍ୟବସାୟୀ ଏବଂ ଲୋକଙ୍କୁ ସରକାରଙ୍କର ଆର୍ଥିକ ସାହାଯ୍ୟ । Liberalization – ଦେଶର ଯେ କୌଣସି ସ୍ଥାନରେ ଯେ କୌଣସି ସମୟରେ ଆର୍ଥିକ କାର୍ଯ୍ୟକଳାପକୁ ଘରୋଇ ନିର୍ବିଶେଷରେ ସ୍ଥାପନା କରିବାର ସ୍ଵାଧୀନତା । |
ଏହି ଧ୍ଵଂସଲୀଳା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଏବଂ ଛତିଶଗଡ ପାଞ୍ଚଗୋଟି ପ୍ରଦେଶରେ ଲାଗି ରହିଅଛି । ୨୦୦୩ – ୨୦୦୮ ମଧ୍ୟରେ ଏହି ରାଜ୍ୟମାନଙ୍କରେ ସମୁଦାଯ ଆତ୍ମହତ୍ୟାର ଦୁଇ ତୃତୀୟାଂଶ କୃଷକଙ୍କର ହୋଇଅଛି । ମୁଖ୍ୟ କାରଣମାନ ମଧ୍ୟରୁ କୃଷି ଋଣ, ଉତ୍ପାଦନ କମିଯିବା ଏବଂ ଆର୍ଥିକ ଅବସ୍ଥାର ନିମ୍ନକୁ ଗମନ କେତେକାଂଶରେ ଦାୟୀ ଅଟେ । ସାମାଜିକ ସ୍ଥିତିରେ ଅବନତି, ସ୍ଥାନୀୟ ମହାଜନଙ୍କର ଅତ୍ୟଧିକ ସୁଧ ଆଦାୟ, ପରିବାରରେ ପୁରାତନ ଅସ୍ତୁସ୍ଥତା ଲାଗି ରହିବା, ମନ୍ଦ ଅଭ୍ୟାସର ବଶବର୍ତ୍ତୀ ପ୍ରଭୃତି କାରଣ କୃଷକର ଜୀବନକୁ କଷ୍ଟଦାୟକ କରିଦିଏ ।
ଆଧାର :ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ
Last Modified : 1/26/2020