ଉପକ୍ରମ ବର୍ଷ ବର୍ଷ ଧରି ଅସନ୍ତୁଳିତ ସାର ପ୍ରୟୋଗ ଏବଂ ଫସଲର ଚାହିଦାଠାରୁ କମ ସାର ପ୍ରୟୋଗ ଫଳରେ ଓଡିଶାର ପ୍ରାୟ ସମସ୍ତ ମାଟିରେ ମୁଖ୍ୟ ଖାଦ୍ୟସାରଗୁଡିକର ଅଭାବ ଦେଖାଗଲାଣି । ମାତ୍ର ଆମର ଚାଷୀ ଭାଇ ମୃତ୍ତିକା ପରୀକ୍ଷା ନକରି ଆନୁମାନିକ ଭାବରେ ବିଭିନ୍ନ ଫସଲରେ ସାର ପ୍ରୟୋଗ କରିଥାଆନ୍ତି । ତେଣୁ ପ୍ରାୟ ସମସ୍ତ ଫସଲରେ ସର୍ବଭାରତୀୟ ସ୍ତର ଅପେକ୍ଷା ବହୁତ କମ ଅମଳ ପାଇଥାନ୍ତି । ମୃତ୍ତିକାର ଭୂମିକା ଉଦ୍ଭିଦ ବୃଦ୍ଧିର ମାଧ୍ୟମ ଅଟେ । ମଞ୍ଜିରୁ ଗଜା ହେବା ପାଇଁ ଆବଶ୍ୟକ ହେଉଥିବା ଆର୍ଦ୍ରତା ଓ ଉଷ୍ମତା ଯୋଗାଇ ଦିଏ । ଚେରକୁ ଦୃଢ ଭାବରେ ଧରି ରଖେ । ବୃକ୍ଷର ଆଲୋକ ସଂଶ୍ଳେଷଣ , ଶ୍ଵାସପ୍ରଶ୍ଵାସ ପ୍ରକ୍ରିୟା ଓ ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ଜଳ ଯୋଗାଇଥାଏ । ମୃତ୍ତିକାର ଛିଦ୍ରରେ ଚଳପ୍ରଚଳ ହେଉଥିବା ବାୟୁରୁ ଚେରର ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ଯୋଗାଇଥାଏ । ଉଦ୍ଭିଦ ତାର ଜୀବନକାଳ ମଧ୍ୟରେ ବିଭିନ୍ନ ପ୍ରକ୍ରିୟା ପାଇଁ ୧୭ଋ ପୋଷକ ତତ୍ଵ ଆବଶ୍ୟକ କରିଥାଏ । କ୍ର. ନଂ ପୋଷାକ ତତ୍ଵ /ଉପାଦାନ କେଉଁଠାରୁ ଉଦ୍ଭିଦକୁ ମିଳିଥାଏ 1 ଅଙ୍ଗାରକ ପବନ 2 ଉଦଜାନ ପାଣି 3 ଅମ୍ଳଜାନ ପବନ ଓ ପାଣି 4 ଯବକ୍ଷାରଜାନ ମାଟି ଓ ସାର 5 ଫସଫରସ ମାଟି ଓ ସାର 6 ପୋଟାସିୟମ ମାଟି ଓ ସାର 7 କ୍ୟାଲସିୟମ ମାଟି ଓ ସାର 8 ମ୍ୟାଗନେସିୟମ ମାଟି ଓ ସାର 9 ସଲଫର ମାଟି ଓ ସାର 10 ଲୌହ ମାଟି ଓ ସାର 11 ମାଙ୍ଗାନିଜ ମାଟି ଓ ସାର 12 ଦସ୍ତା ମାଟି ଓ ସାର 13 ତମ୍ବା ମାଟି ଓ ସାର 14 ବୋରନ ମାଟି ଓ ସାର 15 ମଲିବଡେନମ ମାଟି ଓ ସାର 16 କ୍ଳୋରିନ ମାଟି ଓ ସାର 17 ନିକେଲ ମାଟି ଓ ସାର ଉପରୋକ୍ତ ସାରଣୀ ହିସାବରେ ସବୁଗୁଡିକ ଅତି ଦରକାରୀ ଖାଦ୍ୟସାର ବା ପୋଷାକତତ୍ଵ । ଯେକୌଣସି ଗୋଟିକର ଅଭାବରେ ଉଦ୍ଭିଦ ଜୀବନରେ କିଛି ନ କିଛି ଅସୁବିଧା ସୃଷ୍ଟି ହୋଇଥାଏ । ପ୍ରଥମ ୩ ଟି ଉପାଦାନକୁ ବାଦ ଦେଲେ ଅନ୍ୟସବୁ ମୃତ୍ତିକା ପରୀକ୍ଷାଗାରରେ ପରୀକ୍ଷା କରାଯାଇଥାଏ । ଉଦ୍ଭିଦ ଆବଶ୍ୟକ କରୁଥିବା ଉପାଦାନ ଗୁଡିକର କାର୍ଯ୍ୟ ଉଦ୍ଭିଦ ଆବଶ୍ୟକ କରୁଥିବା ଉପାଦାନ/ପୋଷକତତ୍ଵ 3 ଭାଗରେ ବିଭକ୍ତ ଯଥା ମୁଖ୍ୟ , ଗୌଣ , ଓ ଅଣୁ । ମୁଖ୍ୟ ପୋଷକତତ୍ଵରେ ଯବକ୍ଷାରଜାନ,ଫସଫରସ ଓ ପୋଟାସିୟମ ଅନ୍ତର୍ଭୁକ୍ତ । କ୍ୟାଲସିୟମ , ମାଗ୍ନେସିୟମ ଓ ସଲଫରକୁ ଗୌଣ ଉପାଦାନ କୁହାଯାଏ । ଏତତ ବ୍ଯତୀତ ବୋରନ, ତମ୍ବା, ଦସ୍ତା,ମାଙ୍ଗାନିଜ ଇତ୍ୟାଦିକୁ ଅଣୁ ଉପାଦାନ / ସାର କୁହାଯାଏ । ଯବକ୍ଷାରଜାନ ଉଦ୍ଭିଦର ଅଙ୍ଗୀୟ ବୃଦ୍ଧିରେ ସହାୟକ ହୁଏ । ପୃଷ୍ଟିସାର ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ କରେ । ଫସଫରସ ଓ ପୋଟାସିୟମ ଉପଲବ୍ଧ କରାଏ । ପତ୍ରର ସବୁଜ କଣିକା ବଢାଏ ଓ ଖାଦ୍ୟ ପ୍ରସ୍ତୁତି (ଆଲୋକ ସଂଶ୍ଳେଷଣ) ରେ ସହାୟକ ହୁଏ । ଅଭାବରେ ଉଦ୍ଭିଦର ବୃଦ୍ଧି ହୋଇପାରେ ନାହିଁ । ଅଭାବରେ ପୁରୁଣା ପତ୍ର ହଳଦିଆ ହୋଇ ଝରିପଡେ । ଅଭାବରେ ପୃଷ୍ଟିସାର ପରିମାଣ କମ ହୋଇଯାଏ । ଅଭାବରେ ଗଛ ବାମନାକୃତି ହୁଏ । ଅଭାବରେ ପତ୍ର ସିଧାରହେ ଓ ଅତ୍ୟଧିକ ଅଭାବରେ ଫିକା ସବୁଜ ଅଥବା ପାଣ୍ଡୁର ରୁ ହଳଦିଆ ବର୍ଣ୍ଣ ଦେଖାଯାଏ । ଅତ୍ୟଧିକ ଅଭାବ ହେଲେ ଜାଲିଗଲା ପରେ ଦେଖାଯାଏ । ଫସଫରସ ଉଦ୍ଭିଦର ଚେରବୃଦ୍ଧିରେ ସାହାଯ୍ୟ କରେ । ଫୁଲ, ଫଳ ଧାରଣରେ ସାହାଯ୍ୟ କରେ । ଅଭାବରେ ଚେର ବୃଦ୍ଧି ଠିକ ହୋଇପରେ ନାହିଁ । ଅଭାବରେ ସଠିକ ଅମଳରେ ବାଧକ ହୁଏ । ଅଭାବରେ ଫସଲ ଅମଳ ଡେରି ହୁଏ ଓ ମଞ୍ଜି ଓ ଫଳର ବୃଦ୍ଧି ଠିକ ଭାବରେ ହୋଇପାରେ ନାହିଁ । ଅଭାବରେ ଗଛ ବାମନାକୃତି ହୋଇ ଗାଢ ସବୁଜ ରଙ୍ଗ ଧାରଣ କରେ । ଅଭାବରେ ପତ୍ର ସିଧାରହେ ଓ ଅତ୍ୟନ୍ତ ସରୁହୁଏ । ଅତ୍ୟଧିକ ଅଭାବ ହେଲେ ସବୁଜ ଧୂସର ରୁ କଳା ରଙ୍ଗ ଧାରଣ କରେ । ପତ୍ରର ତଳ ଭାଗ ନାଲିମିଶା ବାଇଗଣି ଛିଟ ରଙ୍ଗ ହୁଏ ,। ପୋଟାସିୟମ ଏହା ଉଦ୍ଭିଦରେ କୋଷ ସଂଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହା ଉଦ୍ଭିଦର ମରୁଡି ସହଣୀ , ଉତ୍ତାପ ସହଣୀ , ଥଣ୍ଡା ସହଣୀ ତଥା ରୋଗ ସହଣୀ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ । ଏହା ଚେରରେ ଖାଦ୍ୟ ଗ୍ରହଣ କ୍ଷମତାକୁ ତ୍ଵରନିତ୍ଵ କରେ । ପତ୍ରରେ ତିଆରି ଖାଦ୍ୟକୁ ଫଳରେ ପହଞ୍ଚାଇ ଦିଏ । ଏହାଦ୍ଵାରା ଅଗାଡି କମ ହୁଏ । ଉଦ୍ଭିଦର କାଣ୍ଡ ଓ ଶାଖାକୁ ଶକ୍ତ କରାଏ । ରୋଗ ପ୍ରତିଷେଧକ ଶକ୍ତି ବଢାଏ । ମଞ୍ଜିକୁ ପରିଶିଷ୍ଟ କରେ ଓ ଓଜନ ବଢାଏ । ଅଭାବରେ ପତ୍ରର ରଙ୍ଗ ଫିକା ସବୁଜ ରୁ ହଳଦିଆ ବା କମଳା ରଙ୍ଗ ହୁଏ । କେବଳ ପତ୍ର ଶିରାକୁ ଛାଡି ଅନ୍ୟ ଅଂଶରେ ମୃତ ଚିହ୍ନ ଦେଖାଯାଏ । ଅଭାବରେ ଗଛର ବୃଦ୍ଧି ହୋଇପାରେନା । ଅଭାବ ଯୋଗୁଁ କାଣ୍ଡ ଦୁର୍ବଳ ହୁଏ ଓ ଗଛ ନଇଁପଡେ । ଅଭାବ ଯୋଗୁଁ ପତ୍ର ଶିରାରେ ପତ୍ରମୋଡା ହୋଇଯାଏ । କ୍ୟାଲସିୟମ କ୍ୟାଲସିୟମ ଉଦ୍ଭିଦ କୋଷ ପ୍ରାଚୀରର ଏକ ମୁଖ୍ୟ ଅଂଶ । ଏହା କୋଷ ପ୍ରାଚୀର ଦେଇ ପ୍ରବେଶ କରୁଥିବା ଅନ୍ୟାନ୍ୟ ଖାଦ୍ୟ ଉପାଦାନକୁ ନିୟନ୍ତ୍ରଣ କରେ ଓ କାଣ୍ଡକୁ ଶକ୍ତ କରାଏ । ଏହା ଉଦ୍ଭିଦ ମଧ୍ୟରେ ଥିବା କ୍ଷାରଲବଣ ଓ ଜୈବଅମ୍ଳ ପ୍ରଶମିତ କରେ । ଏହା ଉଦ୍ଭିଦର ଚେର ଓ ଅଗ୍ରଭାଗ ବୃଦ୍ଧିରେ ସାହାଯ୍ୟ କରେ । ଅଭାବରେ ଗଛ ଗାଢ ସବୁଜ ଥାଏ ଅଗ୍ରଭାଗର କଅଁଳପତ୍ରର ରଙ୍ଗ ଫିକା ହୁଏ । ଅଭାବରେ ପତ୍ର ବଙ୍କା ହୋଇ ହୁକ ପରି ହୁଏ । ଅଭାବରେ ଅଗ୍ରଭାଗ ଓ ପତ୍ରଧାର ଶୁଖିଯାଏ ଓ ଶେଷରେ ଅଗ୍ରମୂକୁଳ ଗୁଡିକ ମରିଯାଆନ୍ତି । ମାଗ୍ନେସିୟମ ମାଗ୍ନେସିୟମ ପ୍ରତ୍ୟେକ ଉଦ୍ଭିଦ ସବୁଜକଣାର ଏକ ମୁଖ୍ୟ ଉପାଦାନ । ଏଣୁ ଏହା ଉଦ୍ଭିଦର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଜଡିତ । ଏହା ଉଦ୍ଭିଦର ବିଭିନ୍ନ କାର୍ଯ୍ୟରେ ଭାଗନିଏ । ଏନଜାଇମ ମାନଙ୍କର କାର୍ଯ୍ୟକୁ ତ୍ବରାନିତ୍ଵ କରିବା ସହ ଉଦ୍ଭିଦର ଶ୍ଵାସ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଅଭାବରେ ପତ୍ରର ଆଡ଼ଭାଗ ଓ ଦୁଇଧାର ଅଞ୍ଚଳରୁ ସବୁଜକଣା କମିଯାଏ । ପତ୍ରରେ ମୃତ ଚିହ୍ନ ନଥାଏ । ଶିରା ସବୁଜ ଥାଏ , ଅଗ୍ରଭାଗ କପ ଆକାରରେ ହୁଏ । ଅଭାବରେ ପତ୍ର ସହଜରେ ଭାଙ୍ଗିଯାଏ । ସଲଫର ଏହା ଉଦ୍ଭିଦ ମଧ୍ୟରେ ପୃଷ୍ଟିସାର ପ୍ରସ୍ତୁତ କରିବାରେ ଏକ ମୁଖ୍ୟ ପୋଷାକ । ଏନଜାଇମ ଓ ଭିଟାମିନର କାର୍ଯ୍ୟଦକ୍ଷତା ତ୍ଵରନିତ୍ଵ କରେ । ଉଦ୍ଭିଦର ସବୁଜକଣା ପ୍ରସ୍ତୁତିରେ ସାହାଯ୍ୟ କରେ । ଚେର ବୃଦ୍ଧିରେ ସହାୟକ ହେବା ସହ ଉତ୍ପାଦନ ବୃଦ୍ଧି କରାଏ । ଉଦ୍ଭିଦର ବୃଦ୍ଧିରେ ସହାୟକ ହୁଏ ତଥା ଥଣ୍ଡା ସହଣୀ ଶକ୍ତି ବଢାଏ । ଅଭାବରେ ଈଷତ ସବୁଜ ରଙ୍ଗ ପତ୍ର ଦେଖାଦିଏ । ପତ୍ର ଶିରା ଗାଢଥାଏ । ପତ୍ର ଉପରେ କୌଣସି ଶୁଖିଲା ଚିହ୍ନ ନ ଥାଏ । ବୋରନ ଏହା ଉଦ୍ଭିଦର ଅନ୍ୟାନ୍ୟ ଖାଦ୍ୟ ଉପାଦାନ ବ୍ୟବହାରରେ ସାହାଯ୍ୟକରେ ଓ ଅନ୍ୟାନ୍ୟ ଖାଦ୍ୟ ଉପାଦାନର ପରିମାଣ ନିୟନ୍ତ୍ରଣ କରେ । ଏହା ଶ୍ଵେତସାର ଓ ନ୍ୟୁକ୍ଲୀୟ ଅମ୍ଳ ବିପାକ ପକ୍ରିୟା ସହ ଜଡିତ । ମଞ୍ଜି ଓ ଫଳ ବୃଦ୍ଧିପାଇଁ ନିହାତି ଦରକାର । ଅଭାବରେ ଅଗ୍ରଭାଗରେ ଥିବା କଅଁଳ ପତ୍ରର ମୂଳ ଅଂଶର ରଙ୍ଗ ଫିକା ପଡିଯାଏ ଓ ମୂଳରୁ ଭାଙ୍ଗିଯାଏ । ଅଭାବରେ ଅଗ୍ରମୁକୁଲଟି ଶୁଖିଯାଏ । ତମ୍ବା ଉଦ୍ଭିଦର ସବୁଜକଣା ଓ ମଞ୍ଜି ବୃଦ୍ଧିରେ ସହାୟକ ହୁଏ । ଏହାଚେର ବୃଦ୍ଧିରେ ସାହାଯ୍ୟ କରିବା ସହିତ ପୃଷ୍ଟିସାର ଆହରଣରେ ସାହାଯ୍ୟ କରେ । ଅଭାବରେ ନୂଆ ହୋଇଥିବା ପତ୍ରର ଶିରା ମଧ୍ୟଭାଗ ପାଣ୍ଡୁରବର୍ଣ୍ଣ ଦେଖାଯାଏ । ଅଭାବରେ ଅଗ୍ରପତ୍ର ପ୍ରଥମେ ଝାଉଁଳି ପଡେ । ଅଭାବରେ ପତ୍ର ସହଜରେ ଝଡିପଡେ । କ୍ଳୋରିନ ଉଦ୍ଭିଦର ଗଠନ ପାଇଁ ଏହା ନିହାତି ଆବଶ୍ୟକ ଏହା କୋଷର ଟରଗର ଚାପରେ ଉନ୍ନତି ଆଣିଥାଏ ଏବଂ କୋଷର ରସରେ ଥିବା ଧନାୟନର ସନ୍ତୁଳନ ରକ୍ଷା କରେ । ଲୌହ ଏହା ଉଦ୍ଭିଦର ସବୁଜକଣା ପ୍ରସ୍ତୁତିରେ ଉତପ୍ରେରକ ରୂପେ କାର୍ଯ୍ୟକରେ । ଉଦ୍ଭିଦକୁ ଅନ୍ୟାନ୍ୟ ଖାଦ୍ୟ ଉପାଦାନ ଗ୍ରହଣ କରିବାକୁ ମଧ୍ୟ ସାହାଯ୍ୟ କରେ । ଅଭାବରେ ପତ୍ରର ସବୁଜ କଣିକା କମ ଥାଏ । ପତ୍ରରେ କୌଣସି ଚିହ୍ନ ନଥାଏ । ମାଙ୍ଗାନିଜ ବିଭିନ୍ନ ଏନଜାଇମ ପ୍ରକ୍ରିୟାରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହା ଉଦ୍ଭିଦର ଆଲୋକ ସଂଶ୍ଳେଷଣ ତଥା ଯବକ୍ଷାରଜାନ ବିପାକ ପ୍ରକ୍ରିୟାରେ ସଂଶ୍ଳିଷ୍ଟ ସମସ୍ତ ଏନଜାଇମଙ୍କୁ ସାହାଯ୍ୟକରେ । ମଞ୍ଜି ଅଙ୍କୁରୋଦଗାମ ତଥା ଉଦ୍ଭିଦର ପରିପକ୍ଵତାକୁ ତ୍ଵରନିତ୍ଵ କରେ । ଅଭାବରେ କଅଁଳିଆ ପତ୍ରରେ କେବଳ ଶିରା ଗୁଡିକ ସବୁଜ ରଙ୍ଗ ରହିଥାଏ ଏବଂ ପ୍ରତି ଶିରା ମଧ୍ୟରେ ଥିବା ପତ୍ରରେ ଅଂଶଗୁଡିକ ଫିକା ସବୁଜ ଏବଂ ସଂପୂର୍ଣ୍ଣ ଧଳା ରଙ୍ଗ ଧାରଣ କରିଥାଏ । ମଲିବଡେନମ ଏହା ବାୟୁମଣ୍ଡଳର ଯବକ୍ଷାରଜାନକୁ ବିବନ୍ଧିତ କରି ଗଛ ପାଇଁ ଉପଯୋଗୀ ଅବସ୍ଥାରେ ଆଣିବାର ସାହାଯ୍ୟକରେ । ଉଦ୍ଭିଦର ଜଳଗ୍ରହଣୀୟ କ୍ଷମତା ଏବଂ ଉଦ୍ଭିଦର ବିଭିନ୍ନ ଅଂଶରେ ଜଳର ପରିମାଣରେ ସହାୟକ ହୁଏ । ଅଭାବରେ ପତ୍ର ଆକାର ଛୋଟ ହୁଏ । ପତ୍ରର ଦୁଇ ଶିରା ମଧ୍ୟରେ ଥିବା ଅଂଶ ଗୁଡିକ ହଳଦିଆ ଦେଖାଯାଏ । ପତ୍ରର ଶିରା, ପ୍ରଶିରା , ଅଗ୍ରଭାଗ ଓ ଧାରରେ ଚିହ୍ନମାନ ବୃଦ୍ଧି ପାଏ । ମୃତ୍ତିକା ପରୀକ୍ଷା କରିବା ଆବଶ୍ୟକତା ମାଟିର ଉର୍ବରତାର ସଠିକ ନିରୂପଣ କରାଯାଇଥାଏ । ମାଟିର କିସମ ଓ ଗୁଣ ଜଣାପଡେ । ମାଟିର ଅମ୍ଳତା ଓ କ୍ଷାରତ୍ଵ ପରୀକ୍ଷା ଓ ଦ୍ରବଣୀୟ ଲବଣତା ପରିମାଣ ବିଷୟରେ ଜାଣିହୁଏ । ସମସ୍ୟା, ବହୁଳ ମାଟି ଯଥା କ୍ଷାରୀ , ଅମ୍ଳ ଓ ଲୁଣୀ ମାଟିର ସଂଶୋଧନ କରାଯାଏ । ମୃତ୍ତିକାରେ ଗଚ୍ଛିତ ଥିବା ମୁଖ୍ୟ ଉପାଦାନ ଯବକ୍ଷାରଜାନ , ଫସଫରସ ଓ ପୋଟାସିୟମ ବିଷୟରେ ସଠିକ ତଥ୍ୟ ମିଳେ । ଗୌଣ ଉପାଦାନ କ୍ୟାଲସିୟମ, ମାଗ୍ନେସିୟମ ଓ ସଲଫର ବିଷୟରେ ଜାଣିହୁଏ । ଏହାଛଡା ଅଣୁ ଉପାଦାନଗୁଡିକର ସଠିକ ପରିମାଣ ବୁଝିହୁଏ । ବିଭିନ୍ନ ଫସଲର ଅନୁମୋଦିତ ସାର ପ୍ରୟୋଗରେ ସହାୟକ ହୋଇଥାଏ । ମୁଲ୍ୟବାନ ସାରର ଅନାବଶ୍ୟକ ବ୍ୟବହାରକୁ ଏଡାଇ ଦିଆଯାଇପାରେ । ଅମ୍ଳମାଟି ଦ୍ଵାରା କ୍ଷୟକ୍ଷତି ଅମ୍ଳମାଟିରେ ଲୌହ ଓ ଆଲୁମିନିୟମ ଅଧିକ ଥିବାରୁ ଫସଲରେ ବିଷାକ୍ତ ପ୍ରଭାବ ପଡେ । ଅମ୍ଳମାଟିରେ ଜୈବିକ ଆଙ୍ଗାର କମ ରହେ ,। ଅମ୍ଳମାଟିରେ ଅନୁଜୀବ ସଂଖ୍ୟା ବହୁତ କମ ଥାଏ । ଅମ୍ଳମାଟିରେ ଖାଦ୍ୟସାର ହିସାବରେ ଯବକ୍ଷାରଜାନ , ଫସଫରସ , ପୋଟାସିୟମ କ୍ୟାଲସିୟମ, ବୋରନ ଓ ମଲିବଡେନମ କମ ପରିମାଣରେ ଥାଏ । ଅମ୍ଳ ମୃତ୍ତିକାର ପରିଚାଳନା ରାସାୟନିକ ସାର ସହିତ ଜୀବାଣୁ ସାର ଓ ଜୈବିକ ସାର ପ୍ରୟୋଗରେ ଅମ୍ଳଶୋଧନ ହୁଏ ଓ ମୃତ୍ତିକା ସୁସ୍ଥ ରହେ । ଅମ୍ଳ ମୃତ୍ତିକା ପି.ଏଚ ହିସାବରେ ଚୂନ କିମ୍ବା କାଗଜକାଳ ମଣ୍ଡ ପ୍ରୟୋଗ କରାଯାଇଥାଏ । ଗୋବର ଖତ ଏକର ପିଛା 2 ଟନ ହିସାବରେ ପ୍ରୟୋଗ କରାଗଲେ ସଫଳ ମିଳେ । କ୍ଷାରିୟ ମୃତ୍ତିକା ଦ୍ଵାରା କ୍ଷୟକ୍ଷତି କ୍ଷାରିୟ ମୃତ୍ତିକାରେ ଜୈବିକ ଅଙ୍ଗାର ପରିମାଣ ଓ ଅଣୁଜୀବ ସଂଖ୍ୟା ଅତି କମ ପରିମାଣରେ ଥାଏ । ଫସଲର ବୃଦ୍ଧି ମଧ୍ୟ କମ ହୋଇଥାଏ । ଉଦ୍ଭିଦ ଲାଲ ହୋଇଯାଏ । ଲବଣାକ୍ତ ମୃତ୍ତିକା ଦ୍ଵାରା କ୍ଷୟକ୍ଷତି ମୃତ୍ତିକା ଲବଣ ଉଚିତ ପରିମାଣରେ ନଥିଲେ ତାହା ଫସଲ ପାଇଁ କ୍ଷତିକାରକ ହୋଇଥାଏ । ଦ୍ରବଣୀୟ ଲବଣ ୧ ଡେସିସିମେନସରୁ ୨ ଡେସିସିମେନସ / ମିଟର ପର୍ଯ୍ୟନ୍ତ ହେଲେ ମଞ୍ଜିରୁ ଗଯା ହେବାର ସଂଖ୍ୟା କମ ହୋଇଯାଏ । ୪ ଡେସିସିମେନସ/ମିଟରରୁ ଅଧିକ ଲବଣାକ୍ତ ଅବସ୍ଥାରେ ଉଦ୍ଭିଦମାନେ ବଢିପାରନ୍ତି ନାହିଁ ଓ ମରିଯାଆନ୍ତି । ନମୁନା ମାଟି ସଂଗ୍ରହ ଚାଷୀ କ୍ଷେତର ସଂଗୃହିତ ନମୁନା ମାଟି ସମୁଦାୟ କ୍ଷେତ ମାଟିର ପ୍ରତିନିଧିତ୍ଵ କରିପାରୁଥିବା ଦରକାର । ଏଥିପାଇଁ ନିମ୍ନଲିଖିତ ବିଷୟରେ ଧ୍ୟାନ ଦେବା ଦରକାର । ସର୍ବନିମ୍ନ ୧୫ ରୁ ୨୦ ଟି ନମୁନା ମାଟି ନିଅନ୍ତୁ । ସମତୁଲ ଜମିରୁ ହିଁ ମାଟି ସଂଗ୍ରହ କରନ୍ତୁ । କେବଳ ଚାଷମାଟି (ଉପରେ ୬ ଇଞ୍ଚ) ସ୍ତରରୁ ମାଟି ନିଅନ୍ତୁ । ନମୁନା ମାଟିକୁ ସଫା ପଲିଥିନରେ ରଖନ୍ତୁ । ସତର୍କତା : ନିମ୍ନଲିଖିତ ସ୍ଥାନରୁ ନମୁନା ମାଟି ସଂଗ୍ରହ କରନ୍ତୁ ନାହିଁ । ଅତ୍ୟଧିକ ଓଦା ଜମି । ଜମି ଡିହ କଡର ମାଟି । ଗଛ ତଳ ସ୍ଥାନର ମାଟି । ଖତ ଗଦା ହୋଇଥିବା ସ୍ଥାନ ମାଟି । ଜମିରେ ସାର ପ୍ରୟୋଗ କରିବାର ଠିକ ପରେ । ନମୁନା ମାଟି ସଂଗ୍ରହ କରିବା ପରେ ଜମିରେ ଫସଲ ନ ଥିବା ସମୟରେ ଓ ମାଟି ଶୁଷ୍କଥିବା ଅବସ୍ଥାରେ ନମୁନା ମାଟି ସଂଗ୍ରହ କରିବା ଦରକାର । ସାଧାରଣତଃ ଗ୍ରୀଷ୍ମଋତୁ ବା ପ୍ରାରମ୍ଭିକ ଶୀତଋତୁରେ ନମୁନା ମାଟି ସଂଗ୍ରହ କରାଯାଇଥାଏ । ନମୁନା ମାଟି ସଂଗ୍ରହ କରିବା ପ୍ରଣାଳୀ ମାଟି ଉପରେ ୬ ଇଞ୍ଚ (୧୫ ସେ.ମି) ସ୍ତରରେ ହିଁ ସମସ୍ତ ଫସଲର ଚେର ବଢିଥାଏ ଓ ସାର ପ୍ରୟୋଗ ମଧ୍ୟ ଏହି ସ୍ତରରେ ହୋଇଥାଏ । ତେଣୁ ମାଟିର ଉପର ୬ ଇଞ୍ଚ ସ୍ତରରୁ ନିମ୍ନମତେ ନମୁନା ମାଟି ସଂଗ୍ରହ କରନ୍ତୁ । ପ୍ରଥମେ ଜମିର ମାଟି ସଂଗୃହିତ ହେବାକୁ ଥିବା ସ୍ଥାନଗୁଡିକୁ ଚିହ୍ନିତ କରି , ସେଠରୁ ଘାସ ଓ ଫସଲ ଅବଶେଷକୁ ବାଛି ପରିଷ୍କାର କରିଦିଅନ୍ତୁ । ଗୋଟିଏ ଫାଉଡା ସାହାଯ୍ୟରେ ବିପରୀତ ଦିଗରେ ତିର୍ଯ୍ୟକ ଭାବରେ ଦୁଇଚୋଟ ପକାଇ ଗୋଟିଏ ଭି ଆକାରର ୬ ଇଞ୍ଚ ଗଭୀରର ଗାତ କରନ୍ତୁ । ସେହି ଗାତର ଗୋଟିଏ କଡରୁ ୨ -୩ ସେମି ମୋଟା ମାଟିସ୍ତର ଖୁରୁପୀ ସାହାଯ୍ୟରେ ସଂଗ୍ରହ କରି ନମୁନା ମାଟି ପଲିଥିନରେ ରଖନ୍ତୁ । ଏକ ଏକର ଜମିପିଛା ସର୍ବନିମ୍ନ ୧୫-୨୦ ଟି ନମୁନା ମାଟି ସଂଗ୍ରହ କରନ୍ତୁ । ୧୫-୨୦ ଟି ନମୁନା ମାଟିକୁ ଏକାଠି ମିଶାଇ ଦିଅନ୍ତୁ । ଏହି ମାଟିକୁ ୪ ଭାଗରେ ବିଭକ୍ତ କରି ୨ ଟି ବିପରୀତ ଭାଗକୁ ସଂଗ୍ରହ କରି ଅନ୍ୟ ଦୁଇ ଭାଗକୁ ଫିଙ୍ଗିଦିଅନ୍ତୁ ।/ ଏହି ବିଭକ୍ତିକାରଣ ପ୍ରକ୍ରିୟା ମଧ୍ୟମରେ ଶେଷ ୫୦୦ ଗ୍ରାମ ଉପଯୁକ୍ତ ନମୁନା ମାଟିକୁ ଗୁଣ୍ଡ କରି ଏବଂ ପରିଷ୍କାର କରି ସଫା ପଲିଥିନ ଜାରି ବା ମାଟି ପରୀକ୍ଷା କଣା ବ୍ୟାଗରେ ରାଖୀ ଶେଠୀରେ ଗୋଟିଏ ଟ୍ୟାଗ ଲଗାନ୍ତୁ । ଏହି ଟ୍ୟାଗରେ ଚାଷୀଙ୍କ ନାମ , ଠିକଣା, ପୂର୍ବରୁ କରିଥିବା ଫସଲ ଓ ପରବର୍ତ୍ତୀ ସମୟରେ କରିବା ପାଇଁ ଥିବା ଫସଲର ବିବରଣୀ ଲେଖି ମୃତ୍ତିକା ପରୀକ୍ଷାଗାରକୁ ପଠାନ୍ତୁ କିମ୍ବା ଭ୍ରାମ୍ୟମାଣ ମୃତ୍ତିକାଗାରରେ ପରୀକ୍ଷା ପାଇଁ ଦିଅନ୍ତୁ । ମୃତ୍ତିକା ପରୀକ୍ଷା ଆଧାରିତ ସାର ପ୍ରୟୋଗ ମାଟି ପରୀକ୍ଷାର ଫଳାଫଳକୁ ବିଚାରକୁ ନେଇ , ଯେଉଁ ଉପାଦାନ /ପୋଷାକତତ୍ଵ ପରିମାଣ ସ୍ୱଳ୍ପ ରହିଥିବ ସେହି ଉପାଦାନକୁ ନିର୍ଧାରିତ ପରିମାଣରୁ ଶତକଡା ୨୫ ଭାଗ ଅଧିକ ହେବାକୁ ହୋଇଥାଏ । ସେହିପରି ଯେଉଁ ଉପାଦାନ ପରିମାଣ ମଧ୍ୟମ ରହିଥିବ, ସେ କ୍ଷେତ୍ରରେ କେବଳ ନିର୍ଦ୍ଧାରିତ ସାର ପରିମାଣ ପ୍ରୟୋଗ କରାଯାଏ । ଯେଉଁ ଉପାଦାନ ପରିମାଣ ଅଧିକ ରହିଥିବା ସେ କ୍ଷେତ୍ରରେ ନିର୍ଦ୍ଧାରିତ ସାର ପରିମାଣକୁ ଶତକଡା ୨୫ ଭାଗ କମାଇ ଦିଆଯାଇଥାଏ । ସନ୍ତୁଳିତ ସାର ପ୍ରୟୋଗ ମୃତ୍ତିକା ପରୀକ୍ଷାର ଫଳାଫଳକୁ ଆଧାର କରି ଉଦ୍ଭିଦ ଆବଶ୍ୟକ କରୁଥିବା ଉପାଦାନକୁ ମେଣ୍ଟାଇବା ପାଇଁ ସଂପୂର୍ଣ୍ଣଭାବେ ରାସାଯନିକ ସାର ଉପରେ ନିର୍ଭର ନକରି ସେହି ଉପାଦାନ ମିଳୁଥିବା ଜୈବିକ ସାର ପ୍ରୟୋଗ କରିବା ଉଚିତ । ଜୈବିକ ସାର ପ୍ରୟୋଗରେ କିଛି ପରିମାଣରେ ଉପାଦାନ ମିଳିଯାଇଥାଏ , ଯଦିଓ ଏହା ଉଦ୍ଭିଦ ଆବଶ୍ୟକ କରୁଥିବା ପରିମାଣକୁ ଭରଣା କରିପାରେ ନାହିଁ । ଜୈବିକ ସାରକୁ ଯାହା ଉପାଦାନ ମିଳିଲା ପରେ ଅବଶିଷ୍ଟ ପରିମାଣ ପାଇଁ ରାସାୟନିକ ସାର ଉପରେ ନିର୍ଭର କଲେ ମାଟିର ଗୁଣ ବିଶେଷ ଭାବେ ନଷ୍ଟ ହୋଇନଥାଏ । ବାରମ୍ବାର ରାସାୟନିକ ସାର ପ୍ରୟୋଗ ଫଳରେ ମାଟିରେ ରାସାୟନିକ ପରିବର୍ତ୍ତନ ଘଟି ମାଟିର ଗୁଣ ନଷ୍ଟ ହୁଏ । ଜୈବିକ ସାର ପ୍ରୟୋଗରେ ମାଟି ସୁସ୍ଥ ରହେ । ମାଟିର ଜଳଧାରଣ ଖ୍ଯାମାତା ବଢେ , ମାଟି ହାଲୁକା ରହେ, ଉପକାରୀ ଅଣୁଜୀବ ମାନଙ୍କରେ ସଂଖ୍ୟାବଢେ । ଅଣୁ ଜୀବମାନେ ମାଟିରେ ଯାବତୀୟ , ରାସାୟନିକ ବିଘଟଣ କରାଇ ଉଦ୍ଭିଦକୁ ସରଳ ରୂପରେ ଉପାଦାନ ମାନ ଯୋଗାଇ ଦିଅନ୍ତି । ଜୈବିକ ସାର ବିଶେଷତଃ କମ୍ପୋଷ୍ଟ, ଗୋବର ଖତ , ଧଣିଚା ଚାଷ, ନଳିତା ଚାଷ , ଡାଲିଜାତୀୟ ଫସଲ ଚାଷ , ଜିଆଖତ, ଅଜୋଲା , ଜୀବାଣୁସାର , ନୀଳହରିତ ଶୈବାଳ ଚାଷ ଇତ୍ୟାଦିରୁ ମିଳିଥାଏ । ସେଥିପାଇଁ ରାସାୟନିକ ସାର ସହିତ ଜୈବିକ ସାରର ସମ୍ମିଶ୍ରଣ ମୃତ୍ତିକା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଆଧାର - କୃଷି ବିଜ୍ଞାନ କେନ୍ଦ୍ର