ହୋମ / କୃଷି / ଶସ୍ୟ ଉତ୍ପାଦନ / ଓଡ଼ିଶାରେ ଡାଲିଜାତୀୟ ଫସଲର ଉତ୍ପାଦନ ବୃଦ୍ଧି ଆବଶ୍ୟକ ଓ ଉପାୟ
ସେଆର କରନ୍ତୁ

ଓଡ଼ିଶାରେ ଡାଲିଜାତୀୟ ଫସଲର ଉତ୍ପାଦନ ବୃଦ୍ଧି ଆବଶ୍ୟକ ଓ ଉପାୟ

ଓଡ଼ିଶାରେ ଡାଲିଜାତୀୟ ଫସଲର ଉତ୍ପାଦନ ବୃଦ୍ଧି ଆବଶ୍ୟକ ଓ ଉପାୟ ବିଷୟରେ ସୂଚନା ।

ଓଡ଼ିଶାରେ ଡାଲିଜାତୀୟ ଫସଲ

ଡାଲିଭାତ-ଭୋଜିଭାତ । ଭାତ ସାଙ୍ଗକୁ ଟିକିଏ ଡାଲି ହେଲେ ମୁଠାଏ ଭଲ କରି ଖାଇ ହୁଏ । ଡାଲି ଶରୀରକୁ ପୁଷ୍ଟିସାର ଯୋଗାଏ – ଅତି ଉପକାରୀ । ପୁଷ୍ଟିସାରର ଶସ୍ତା ଉପାୟ - ଡାଲି । ଡାଲିରୁ ଏକ କି.ଗ୍ରା ପୁଷ୍ଟିସାର ପାଇଁ ଟ.୧୦୦କୋ ଧରା ଗଲେ ଏତିକି ପରିମାଣ ପୁଷ୍ଟିସାର ପାଇଁ ଅଣ୍ଡା, ଦୁଧ ଓ ମାଛ ପାଇଁ ଯଥାକ୍ରମେ ଟ.୨୦୦, ଟ.୩୦୦ ଓ ଟ.୪୫୦ ପଡ଼େ । ଡାଲି ସମସ୍ତଙ୍କୁ ଖାଇବାକୁ ମିଳେ ନାହିଁ । ବର୍ତ୍ତମାନ ଡାଲି ଦର ଏତେ ହେଲାଣି ଯେ ସମସ୍ତେ କିଣି ଖାଇବା ଅବସ୍ଥାରେ ନାହାନ୍ତି । ସରକାରୀ ଦର ଅନୁସାରେ ବଜାରରେ ବର୍ତ୍ତମାନ ବୁଟ ଡାଲି କିଲୋଗ୍ରାମ ପ୍ରତି ଟ.୧୮ରୁ ଟ.୨୦, ହରଡ଼ ଡାଲି ଟ.୨୨ ରୁ ଟ.୩୨, ମୁଗ ଡାଲି ଟ.୧୮ରୁ ଟ.୨୧ ଓ ମସୁର ଡାଲି ଟ.୨୧ରୁ ଟ୨୪ଙ୍କା । ଉତ୍ପାଦନ ହ୍ରାସ ପାଉଥିବାରୁ ଡାଲିଦର କ୍ରମେ ବଢ଼ି ବଢ଼ି ଯାଉଛି । ୧୯୮୦ ମସିହାରେ ବିରିଡ଼ାଲି କିଲୋ ଥିଲା ଟ.୪ଙ୍କା, ବର୍ତ୍ତମାନ ଟ.୨୦ଙ୍କା । ହରଡ଼ ଡାଲି ପନ୍ଦର ବର୍ଷ ତଳେ କିଲୋପ୍ରତି ଥିଲା ଟ.୬ଙ୍କା, ବର୍ତ୍ତମାନ  ଟ.୩୨ ଙ୍କା ।

ଆମ ଓଡ଼ିଶାର ପ୍ରୌଢ  ସାମ୍ୟ ଲେ।କ ସଂଖ୍ୟା ୩୧୫୬୭୯୫୧ । ଜଣକୁ ଦୈନିକ ଆବଶ୍ୟକ ୮୫ ଗ୍ରାମ ଡାଲି । ଏଣୁ ମୋଟ ଡାଲି ଆବଶ୍ୟକ ପରିମାଣ ୨୬୮୩.୨୭୫୮୫ ଟନ । ଆମର ଆମଦାନୀ ଆବଶ୍ୟକ ତୁଳନାରେ ବହୁତ କମ୍ । ଗୋଟା ଡାଲି ୧୦୦ କି.ଗ୍ରା. ଭାଜି ଭାଙ୍ଗିଲେ ୧୫ କି.ଗ୍ରା ଚୋପାଯାଏ । ଏଣୁ ମୋଟ ଦରକାର ଡାଲି ଦାନା ପରିମାଣ ୩୧୫୬.୭୯୫ ଟନ । ଓଡ଼ିଶାରେ ୧୯୭୦ ମସିହାରୁ ଆଜି ପର୍ଯ୍ୟନ୍ତ ଉତ୍ପାଦକତା ମାତ୍ର ୪୯୬ କି.ଗ୍ରା.କୁ ବଢ଼ିଛି । ଓଡ଼ିଶାରେ ଏହି ସମୟରେ ଡାଲି ଜାତୀୟ ଫସଲ ୧୫୭୧.୬୧ ହଜାର ହେକ୍ଟରକୁ ବୃଦ୍ଧି ପାଇଛି । ଏଣୁ ଆମର ଉତ୍ପାଦକତା କେତେ ବଢ଼ାଇଲେ ଆମର ଚାହିଦା ମେଣ୍ଟି ପାରିବ ଅତି ଚିନ୍ତାର ବିଷୟ । ଭାରତରେ ମୋଟ ଡାଲି ଉତ୍ପାଦନ ୧୦.୬୭ ନିୟୁତ ଟନ । ଏହା ଭାରତର ପ୍ରୌଢ  ସଂଖ୍ୟା ଅନୁସାରେ (୮୯,୯୦ x ୧୦୭) ଦୈନିକ ମାତ୍ର ୩୭.୫୨ ଗ୍ରାମ । ଏଣୁ ଭାରତ ବାହାର ଦେଶରୁ ଏବଂ ଓଡ଼ିଶା ବାହାର ରାଜ୍ୟରୁ ଡାଲି ଆମଦାନୀ କରିବାକୁ ବାଧ୍ୟ ।

ଓଡ଼ିଶାରେ ମୁଗ, ବିରି, କୋଳଥ, ହରଡ଼, ବରଗୁଡ଼ି, ବୁଟ, ଚଣା, ମଟର ଓ ମସୁର ଇତ୍ୟାଦି ମୁଖ୍ୟ ଡାଲି ଜାତୀୟ ଫସଲ । ବୁଟ, ଚଣା, ମଟର, ମସୁର ଶୀତ ଦିନିଆ, ରବି ଋତୁ ଫସଲ । ମୁଗ, ବିରି, ହରଡ଼ ଉଭୟ ଖରିଫ ଓ ରବି ଋତୁ ଫସଲ । ଖରିଫ ଋତୁ ରେ ୨୦୦୧-୦୨ରେ ମୋଟ ୫୫୨.୩୩ ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ ହୋଇଥିଲା । ରବି ଋତୁରେ ମୋଟ ୧୧୯୧.୨୭ ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ ହୋଇଥିଲା । ଖରିଫ ଋତୁରେ ଉତ୍ପାଦକତା ୪୪୪ କି.ଗ୍ରା. ଓ ରବି ଋତୁରେ ୩୮o କି.ଗ୍ରା. । ରବି ଋତୁର ଫସଲ ମୁଖ୍ୟତଃ ମାଟିରେ ବର୍ଷା ଋତୁପରେ ରହୁଥିବା ବତର ଉପରେ ନିର୍ଭର କରିଥାଏ । ଆଶ୍ଵେନ-କାର୍ତ୍ତିକ-ମାର୍ଗଶିର ମାସ ବର୍ଷା ଉପରେ ଏହା ନିର୍ଭରଶୀଳ । ଏଣୁ ଖରିଫ ଓ ରବି ଋତୁରେ ମିଶି ମୋଟ ୧୭୪୩ ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଚାଷ ହେଉଥିଲେ ହେଁ ଉତ୍ପାଦକତା ୩୮୦-୪୦୦ କି.ଗ୍ରା.ରୁ ବେଶୀ ହେଉନାହିଁ । ଏହା ଗଭୀର ଚିନ୍ତାର ବିଷୟ । ଏଣୁ ଅଧିକ  ଜମିରେ ଡାଳି ଜାତୀୟ ଫସଲ ଚାଷ କରି, ଫସଲର ଉତ୍ପାଦକତା ଖୁବ୍ଲକରେ ପ୍ରାୟ ୧୦୦୦ କି.ଗ୍ରା.କୁ ବୃଦ୍ଧି କରିବାକୁ ପଡ଼ିବ । ଆମର ମୋଟ ଉତ୍ପାଦନ ୧୧୯୧୨୭୦ ଟନ ହୋଇପାରିବ । ଆମ ସମସ୍ୟା କିଛି ମାତ୍ରାରେ ଲାଘବ ହେବ ।

ଜଳବାୟୁ

ଓଡ଼ିଶାର ଜଳବାୟୁ ଉଷ୍ମ ଓ ଆର୍ଦ୍ର । ଶୀତ ଋତୁ ବେଶୀ ଦିନିଆ ନୁହେଁ କି ତାପମାନ ବେଶୀ କମ୍ ନୁହେଁ । ଏଣୁ ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ ଚାଷ ପାଇଁ ଅନୁକୁଳ ଅଟେ । ଆମର ହାରାହାରି ବାର୍ଷିକ ବୃଷ୍ଟିପାତ ୧୪୨୨ ମିଲିମିଟର । ଏହାର ୭୦-୭୫ ଭାଗ ବର୍ଷା ୪ ମାସରେ (ଆଷାଢ଼ -ଆଶ୍ଵିନ) ମିଳିଥାଏ । ଏବଂ ରବି ଋତୁ ଡାଲି ଚାଷ ମୃତ୍ତିକା ବତର ଉପରେ ନିର୍ଭର କରି କମ୍ ବହୃତ ହୋଇଥାଏ । ଅଧିକ  ବର୍ଷା ହେତୁ ମୃତ୍ତିକାରୁ ଯବକ୍ଷାରଜାନ ଓ ଅନ୍ୟାନ୍ୟ ଦ୍ରବୀଭୂତ ଉପାଦନା ଧୋଇ ହୋଇଯାଏ । କ୍ୟାଲସିଅମ ଓ ମ୍ୟାଗ୍ନେସିଅମ୍ ଭଳି କ୍ଷାରୀ ଉତ୍ପାଦନ ଧୋଇ ହୋଇଯାଉଥିବାରୁ ମୃତ୍ତିକା ଅମ୍ଳୀ ହୋଇଯାଏ ।

ଅଧିକ  ତାପମାନ ହେତୁ ମୃତ୍ତିକା  ଜୈବିକ ଅଙ୍ଗାର ଜାରିତ ହୋଇ ନିମ୍ନ ପରିମାଣକୁ ହ୍ରାସ ପାଏ । ଏଣୁ ମୃତ୍ତିକା ପରିଚାଳନା ଉତ୍ପାଦନ ବୃଦ୍ଧି ଏକ ବଡ଼ ସମସ୍ୟା, ଜଳବାୟୁ ଓ ମୃତ୍ତିକା ବୟନ (ବାଲି, ପଟୁ ଓ କର୍କମ ପରିମାଣ) ଆମେ ବଦଳାଇ ପାରିବା ନାହିଁ । କେବଳ ଏହାକୁ ଖାପଖୁଆଇ ଆମର ଉତ୍ପାଦନ ପଦ୍ଧତି ବଦଳାଇ ପାରିବା ।

ଡାଲି ଜାତୀୟ ଫସଲ ଚାଷ ଜମି ପରିମାଣ ବଢ଼ିବ କେମିତି ?

ବର୍ଷା ଋତୁରେ ମୁଗ, ବିରି, ହରଡ଼, କାନ୍ଦୁଲ, ବରଗୁଡ଼ି ଇତ୍ୟାଦି ଚାଷ କରାଯାଏ । ଶ୍ରାବଣ ଶେଷ ଓ ଭାଦ୍ରବ ଆରମ୍ଭରେ ଢିପଜମିରେ କୋଳଥ ବୁଣାଯାଏ । ବର୍ତ୍ତମାନ ମୋଟ ଜମିର ୪୨-୪୩ ଭାଗ ଢିପଜମି । ଏହାର ପ୍ରାୟ ୩୦ ଭାଗ ଜମି ଅତି ଢିପ କିସମର । ଏଥିରେ କୋଳଥ, ହରଡ଼, କାନ୍ଦୁଲ ଚାଷ କରାଯାଇ ପାରେ । ବିଆଳିଧାନ କାଟିସାରି ସେ ଜମିରେ ବିରି, ମୁଗ ବୁଣାଯାଏ । ସାରଦ ଧାନ କାଟିସାରି ମମ କିସମ ଜମିଯାଏ ହଳକରି ମୁଗ, ବିରି ଓ ଖରାଦିନିଆ ହରଡ଼ ଓ ବରଗୁଡ଼ି, ଚଣା, ବୁଟ ଚାଷ କରାଯାଏ ।

ଚାଷ ପଦ୍ଧତି ଦୁଇ ପ୍ରକାର । ସାଦା ଭଉଁରିଆ ବୁଣା ଓ ଧାଡ଼ି ବୁଣା । ଧାଡ଼ି ବୁଣା ଭଉଁରିଆ ବୁଣାଠାରୁ ଭଲ । କେତେକ ମଧ୍ୟମ ଓ ଖାଲ ଜମିରେ କାଦୁଆ ବତରରେ ମୁଗ, ବିରି, ମଟର, ମସୁର ମଧ୍ୟ ଛଟା ଯାଏ । ଛଟା ବୁଣା ଫସଲର ଉତ୍ପାଦକତା ହଳକରି ବୁଣା ଯାଉଥିବା ଡାଲି ଫସଲର ଉତ୍ପାଦକତାଠାରୁ କମ୍ । ଛଟା ବୁଣା ଫସଲର ଉତ୍ପାଦକତା, ଏ ଫସଲ ପାଇଁ ଫସଫେଟ ପ୍ରୟୋଗକରି ଓ ଫୁଲବେଳେ ଯବକ୍ଷାରଜାନ ସ୍ତେ କରି ବୃଦ୍ଧି କରାଯାଇଥାଏ । କେନ୍ଦୁଝର ଗବେଷଣା କେନ୍ଦ୍ରରେ ହୋଇଥିବା ଛଟା ମଟରରେ ପରୀକ୍ଷା କରି ଏହାର ଉତ୍ପାଦକତା । ହେକ୍ଟର ପ୍ରତି ୧୫୦୦ କି.ଗ୍ରା. ହୋଇପାରିବ ବୋଲି ଜଣାପଡ଼ିଛି ।

ଧାନ ଚାଷ ପରେ ଧାନ କାଟି ମୃତ୍ତିକା ବିତର ଅନୁସାରେ ଚାଷ କରି ମୁଗ, ବିରି ବୁଣାଯାଏ । ପାଗ ଠିରିକି ଗଲେ ବିଲ ପଡ଼ିଆ ପଡ଼େ । ଏସବୁ ଫସଲକୁ ବୃଷ୍ଟି ପୁଷ୍ଟ ଫସଲ ରୂପେ ଗ୍ରହଣ କରାଯାଉଥିବାରୁ ଏହାର ଉତ୍ପାଦକତା ସାଧାରଣତଃ କମ୍ ।

ଆମର ଜଳସେଚନ ଧାନଚାଷ ମୁଖୀ । ଯେଉଁ ସବୁ ଅଞ୍ଚଳରେ ଜଳସେଚନର ସୁବିଧା ଅଛି ସେଠି କେବଳ ଧାନ ଚାଷ ହେତୁ ଡାଲି ଜାତୀୟ ଫସଲଚାଷ ବୁଡ଼ି ଗଲାଣି । ହୀରାକୁଦ ଜଳସେଚିତ ଅଞ୍ଚଳ, କଟକ ଓ ପୁରୀ ଜିଲ୍ଲାର ତ୍ରିକୋଣ ଭୂମି ଅଞ୍ଚଳ ଏହାର ଉଦାହରଣ । ଏ ଅଞ୍ଚଳରେ ଆଗରୁ ଭଲ ମୁଗ, ବିରି, ଚଣା ହେଉଥିଲା । ଏବେ ଏସବୁ ବୁଡ଼ି ଗଲାଣି । ହୀରାକୁଦ ଜଳସେଚିତ ଅଞ୍ଚଳର ଆଟ ଜମିରେ ମଧ୍ୟ ହରଡ଼, କୋଳଥ, ମୁଗ, ବିରି ଚାଷ ନାହିଁ । ଏଣୁ ଉଭୟ କୃଷି ଓ ଜଳସେଚନ ବିଭାଗ ଅଧୁକାରୀଙ୍କ ସମନ୍ଵୟରେ ଦୁଇଟି ଧାନ ଫସଲ ମଝିରେ ମିଳୁଥିବା ଅଢେଇ ମାସରୁ ତିନି ମାସ ସମୟ ମଧ୍ୟରେ ଗୋଟିଏ ବିରି ବା ମୁଗ ଫସଲ ନେବା ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ ।

ଢିପ ଜମିରେ ଧାନ ଚାଷ ନକରି ସେଠି, ହରଡ଼, କୋଳଥ, ବିରି, ମୁଗ ଚାଷ କରିବା ଆବଶ୍ୟକ । ପରୀକ୍ଷା କରି ଦେଖାଯାଇଛି ଯେ, ୯୦-୯୫ ଦିନିଆ ଧାନ କାଟି ସେ ବିଲରେ କୋଳଥ ଚାଷ କଲେ ଏବଂ ଉପଯୁକ୍ତ ଯତ୍ନ ନେଲେ ହେକ୍ଟର ପିଛା ୧୨୦୦- ୧୮୦୦ କି.ଗ୍ରା. କୋଳଥ ଅମଳ ହୋଇପାରିବ ।

ଓଡ଼ିଶାର ଢିପଜମି ଓ ମଝିଆଳି ଜମି ପରିମାଣ ପ୍ରାୟ ୪୨୩୦ ହଜାର ହେକ୍ଟର । ଢିପଜମିର ଶତକଡ଼ା ୩୦ ଭାଗ ଓ ମଝିଆଳି ଜମିର ଶତକଡ଼ା ୬୦ ଭାଗ ଜମିରେ ବିଭିନ୍ନ ଡାଲି ଜାତୀୟ ଫସଲ ଚାଷ କଲେ ମୋଟ ଡାଲି ଜାତୀୟ ଫସଲର ଜମି ପରିମାଣ ବୃଦ୍ଧି ପାଇପାରିବ । ଏହି ଜମି ପରିମାଣ ୨୮ ଲକ୍ଷ ହେକ୍ଟର ହେଲେ ଏବଂ  ହେକ୍ଟରକୁ ୧ ଟନ ଅମଳ ହେଲେ ଆମକୁ ୨୮ ଲକ୍ଷ ଟନ ଡାଲି ମିଳିପାରିବ । ଏଥିରୁ ଫାଳ ଡାଲି ପ୍ରାୟ ୨୩ ଲକ୍ଷ ଟନ ହେବ ।

ଉତ୍ପାଦକତା ବୃଦ୍ଧି କରିବା କେମିତି ?

ଏହା ଉପଯୁକ୍ତ ପରିମାଣ ବିହନ ଓ ଫସଲ ପରିଚାଳନା ଦ୍ଵାରା ହୋଇପାରିବ ।

ଉନ୍ନତ ମାନର ବିହନ ବ୍ୟବହାର

ସ୍ଵାଧୀନତା ପରେ ଓଡ଼ିଶାରେ ଡାଲି ଜାତୀୟ ଫସଲର ଉନ୍ନତ କିସମ ଉଦ୍ଭାବନ ପାଇଁ ଧ୍ୟାନ ଦିଆଯାଇ ନାହିଁ । ଏଣୁ ଖରିଫ ଓ ରବି ଋତୁ ପାଇଁ ଅଧିକ ଅମଳକ୍ଷମ କିସମ ନାହିଁ । ବର୍ତ୍ତମାନ ବର୍ଷା ଦିନ ପାଇଁ ଅନୁମୋଦିତ କିସମ ବର୍ଷାଦିନରେ ଅଧିକ  ବୃଷ୍ଟି ରହଣୀ ଓ ଶୀତ ଦିନିଆ କିସମ ଶୀତ ରହଣୀ ନୁହେଁ । ଉପଯୁକ୍ତ ପରିମାଣର ବିହନ ବ୍ୟବହାର କଲେ ମୁଗ, ବିରି, କୋଳଥ ଫସଲରୁ ୧ ଟନ ଓ ହରଡ଼, କାନ୍ଦୁଲ, ଚଣା, ମଟର, ବୁଟ ଫସଲର ଉତ୍ପାଦକତା ହେକ୍ଟର ପିଛା ୧.୫ ଟନ କରାଯାଇପାରିବ । କିନ୍ତୁ ବର୍ତ୍ତମାନ ଉତ୍ପାଦକତା ମାତ୍ର ୩୮o୪୦୦ କି.ଗ୍ରା. । ପ୍ରତ୍ୟେକ ଫସଲ ପାଇଁ ଲଗାଇବା/ବୁଣିବା ଦୂରତା ଅଙ୍କୁରୋଦୁଗମ ହାର, ଗଛ ପ୍ରତି ଛୁଇଁ ସଂଖ୍ୟା ଓ ଛୁଇଁରେ ଦାନା ସଂଖ୍ୟା ଓ ଦାନାର ଓଜନ ଅନୁସାରେ ବିହନ ପରିମାଣ ବ୍ୟବହାର କରାଗଲେ ଅଥବା ଅନୁମୋଦିତ ପରିମାଣ ବିହନ ବ୍ୟବହାର କଲେ ଅମଳ ବୃଦ୍ଧି ପାଇବ । ପ୍ରତି କୃଷି ଜଳବାୟୁ ଅଞ୍ଚଳ ପାଇଁ ଏହି ପରିମାଣ ଫସଲ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

ମୃତ୍ତିକାର ଉର୍ବରତା ବୃଦ୍ଧି

ଜୈବିକ ଅଙ୍ଗାର ଅଂଶ ବୃଦ୍ଧି – ଆମ ମୃତ୍ତିକା ର ଜୈବିକ ଅଙ୍ଗାର ମାତ୍ରା  ଖୁବ୍ କମ୍ ମାତ୍ର ୦.୨୮-୦.୩୧% । ଏହାକୁ ଆମେ ଆମର ଜଳବାୟୁ ଦୃଷ୍ଟିରୁ ବେଶୀ ବଢ଼ାଇ ନପାରିଲେ ମଧ୍ୟ ଦ୍ଵିଗୁଣ କରି ପାରିବା । ଏହା ଦେହର ମାସ ଭଳି । ଆବଶ୍ୟକ ସ୍ଥଳେ ସବୁଜ ସାର ଚାଷ କରି । ମାଟିରେ ମିଶାଇ ମାଟିର ଜୈବିକ ଅଙ୍ଗାର ବୃଦ୍ଧି କରାଯାଇପାରିବ । ଢିପଜମିରେ ଛଣ ପଟ, ବରଗୁଡ଼ି ବୁଣି ସବୁଜ ସାର କରି ସେ ଜମିରେ କୋଳଥ ହରଡ଼, ବିରି, ମୁଗ ବୁଣା ଯାଇ ଉତ୍ପାଦକତା ବୃଦ୍ଧି କରାଯାଇପାରିବ ।

ଉପଯୁକ୍ତ ପରିମାଣ ସାର ପ୍ରୟୋଗ ଓ ଜଳସେଚନ

ଆମେ ବିଭିନ୍ନ ଡାଲି ଜାତୀୟ ଫସଲକୁ ନିପାଣିଆ ଫସଲ ରୂପେ ଗ୍ରହଣ କରିଥାଉଁ ଏବଂ ଅତି ଢିପ ଓ ଅନୁର୍ବର ଜମିରେ ବୁଣିଥାଉ । ଏଥିରେ ପ୍ରାୟ କେହି ସାର ଦିଅନ୍ତି ନାହିଁ । ଧାରଣା - ଡାଲି ଜାତୀୟ ଫସଲ ଚେରରେ ଭାତୁଡ଼ି ଅଛି, ଭାତୁଡ଼ି ଭିତରେ ରାଇଜୋବିଅମ ବାଟେରିଆ ଅଛି । ସେମାନେ ସହଜୀବିତା ହେତୁ ବାୟୁମଣ୍ଡଳରୁ । ଯବକ୍ଷାରଜାନ ନିବନ୍ଧିତ କରି ମାଟିର ଉର୍ବରତା ବଢ଼ାଇବେ । ଏଣୁ ସାର ଦେବା ଅନାବଶ୍ୟକ । ଡାଲି ଜାତୀୟ ଫସଲରେ ଭାତୁଡ଼ି ରହୁଥିବା ହେତୁ ହେକ୍ଟର ପିଛା ୩୦-୫୦ କି.ଗ୍ରା. ଯବକ୍ଷାରଜାନ ନିବନ୍ଧିତ ହେଉଥିଲେ ହେଁ ବିଭକ୍ତ ଡାଲି ଜାତୀୟ ଫସଲ ମୁଭିକାରୁ ଏହାର ଅନେକ ଗୁଣ ବେଶୀ ଯବକ୍ଷାରଜାନ ଫସଫରସ୍, ପୋଟାସ, କ୍ୟାଲସିଅମ, ମଲିବିଡିନମ ଆଦି ଶୋଷି ମାଟିକୁ କ୍ରମେ ଅନୁର୍ବର କରନ୍ତି ।

ମାଟିରେ ଏଥିପାଇଁ ଆବଶ୍ୟକ ସଂଖ୍ୟକ ସହ ଜୀବି ରାଇରୋଜିଅମ ରହିବା ଆବଶ୍ୟକ । ସହଜୀବିତା ସ୍ଥାପନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ମଧ୍ୟ କିଛି ପରିମାଣ ଯବକ୍ଷାରଜାନ ଆବଶ୍ୟକ । ଗଛ ପ୍ରତି ଭାତୁଡ଼ି ସଂଖ୍ୟା ଓ ତା’ର ଗୁଣ ବୃଦ୍ଧି ଲାଗି ଆବଶ୍ୟକ ଫସଫେଟ୍ ସାର । ଫସ୍‌ଫେଟ୍ ସାର ନଦେଲେ ଚେରରେ ଭାତୁଡ଼ି ହେବନି, ହେଲେବି ସେମାନେ କାର୍ଯ୍ୟକ୍ଷମ ହେବେନି ଇତ୍ୟାଦି ସମସ୍ୟା ରହିବ । ଏଣୁ ଉତ୍ପାଦକତା ହ୍ରାସ ପାଇବ । ଏଣୁ ଡାଲି ଜାତୀୟ ଫସଲ ପାଇଁ ଉପଯୁକ୍ତ ବ୍ୟକ୍ରେରିଆ ଟୀକା ଦେଇ ଏବଂ ଯଥେଷ୍ଟ ଫଫେଟ୍ ସାର ଦେଇ ବୁଣିବା ଆବଶ୍ୟକ । ଗଛର ଯବକ୍ଷାରଜାନ, ଫସ୍‌ଫରସ୍ ଓ ପୋଟାସର ଚାହିଦା ବେଶୀ ଫୁଲ ଧରିବା ବେଳେ । ଏଣୁ ଅନେକ ସ୍ଥଳେ ଡାଲି ଜାତୀୟ ଫସଲ ଫୁଲ ଧରିବା ସମୟରେ ୟୁରିଆ ଦ୍ରବଣ ସ୍ପ୍ରେ କରାଯାଏ । ଗଛ ଆବଶ୍ୟକ କରୁଥିବା ଫଫେଟ୍ ଉପାଦାନ ଗଛ ଉଠିବାର ମାସକ ଭିତରେ ସଂଗ୍ରହ କରିଥାଏ । ଏଣୁ ବୁଣିବାବେଳେ ସବୁ ଫଫେଟ୍ ସାର ପ୍ରୟୋଗ ଆବଶ୍ୟକ । ଆମ ମୃତ୍ତିକା ପାଇଁ । ଅନୁମୋଦିତ ପରିମାଣ ହେକ୍ଟର ପିଛା ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫ ଫେଟ୍ ଓ ୪୦ କି.ଗ୍ରା. ପୋଟାସ ଓ ୧୦ କି.ଗ୍ରା. ମଲିଡିନମ୍ । କିନ୍ତୁ କେହି କିଛି ସାର ପ୍ରୟୋଗ କରନ୍ତି ନାହିଁ ।

ବୁଣାଧାନ କାଟି ମୁଗ ଫସଲ କରି ଦେଖାଯାଇଛି ଯେ ଏକ ଦ୍ଵିଣ୍ଟାଲ ମୁଗ ପାଇଁ ଫସଲ ୭ କି.ଗ୍ରା ଯବକ୍ଷାରଜାନ, ୧.୨ କି.ଗ୍ରା ଫସଫରସ୍ ଓ ୩.୨ କି.ଗ୍ରା. ପୋଟାସିଅମ୍ ଓ ୨୫ କି.ଗ୍ରା. କାଲିସିଅମ୍ ଶୋଷିଥାଏ । ଏରୁ ଉତ୍ପାଦନର ଉପଯୋଗ ଦକ୍ଷତା ଅନୁସାରେ ଏସବୁ ସାର ପ୍ରୟୋଗ ଆବଶ୍ୟକ ।

ଚୂନ ପ୍ରୟୋଗ

ଆମ ମାଟି ଅମ୍ଳୀ ମାଟି । ଅମ୍ଳୀ ମାଟିରେ ରାଇଜୋବିଅମ୍ ବେଶି ବଢ଼େ ନାହିଁ କି କାର୍ଯ୍ୟକ୍ଷମ ହୁଏ ନାହିଁ । ଏଣୁ ଆମର ମାଟିର ଅମ୍ଳତା ହ୍ରାସ ପାଇଁ ପ୍ରତି ଦୁଇ ବର୍ଷରେ ଥରେ ହେକ୍ଟର ପ୍ରତି କାଗଜକଳ ମଣ୍ଡ ପ୍ରୟାଗକଲେ ଆବଶ୍ୟକ ପରିମାଣ କ୍ୟାଲସିଅମ ଓ ମାଗ୍ନେସିଅମ୍ ମିଳିପାରିବ ।

  • ଆମ ମୃତ୍ତିକା ଅମ୍ଳୀ ହୋଇଥିବାରୁ ଏହାର ଫସଫରସ୍ ବାନ୍ଧି ରଖିବାଗୁର ଅଧିକା । ଏଣୁ ଫସ୍‌ଫରସ୍ ଦ୍ରବୀଭୂତକାରୀ ବ୍ୟାକ୍ଟରିଆ ସାହାଯ୍ୟରେ ପ୍ରୟୋଗ କରାଯାଉଥିବା ଫସଫେଟ୍ ପରିମାଣର ସୁଲଭତା ବୃଦ୍ଧି କରାଯାଇପାରିବା । ସହଜୀବିତା ସୃଷ୍ଟି କରି ବଢୁ ଥିବା କବକ ସାହାଯ୍ୟରେ ମଧ୍ୟ ଉତ୍ପାଦକତା ବୃଦ୍ଧି କରାଯାଇପାରିବ । ପୁରୀ ଜିଲ୍ଲାର ବାଘମାରୀ ଓ ଫୁଲବାଣୀର ଅନ୍ତୀ ମୂଭିକାରେ ଫସଫରସ୍ ଦ୍ରବୀଭୂତକାରୀ ବ୍ୟାକ୍ଟରିଆ ଓ ସହିଜୀବିତା ସୃଷ୍ଟି କରି କବକ ପ୍ରୟୋଗ କରି ମୁଗ ଫସଲର ଅମଳ ୧ ଟନରୁ ବେଶି ହୋଇ ପାରିବ ବୋଲି ପରୀକ୍ଷାରୁ ଜଣାପଡ଼ିଛି । ଏହାଦ୍ଵାରା ଫସଲର ଯବକ୍ଷାରଜାନ ନିବନ୍ଧନ ଶକ୍ତି ମଧ୍ୟ ବୃଦ୍ଧି ପାଉଥିବାର ଜଣାପଡ଼ିଛି ।

ଜଳସେଚନ

ବର୍ଷାଋତୁରେ ଚାଷ କରାଯାଉଥିବା ଫସଲ ପାଇଁ ଜଳସେଚନ ଆବଶ୍ୟକ ନାହିଁ । ଦରକାର ନିଗିଡ଼ା ଉର୍ବର ଜମି । ଶୀତ ଓ ଗ୍ରୀଷ୍ମ ଦିନ ଫସଲ ପାଇଁ ଜଳସେଚନ ଆବଶ୍ୟକ । ଚିପିଲିମା ଗବେଷଣା କେନ୍ଦ୍ରରେ ହୋଇଥିବା ପରୀକ୍ଷାରୁ ଜଣାପଡ଼େ ଯେ, ଧାନ ପରେ ମୁଗ, ବିରି, ବୁଟ, ଚଣା, ହରଡ଼ ଇତ୍ୟାଦି ରବି ଫସଲରେ ବୁଟ ଓ ହରଡ଼ ସବୁଠାରୁ ବେଶୀ ଅମଳ ଦାୟି । ଶୀତଦିନିଆ ଫସଲ ପାଇଁ ୧ ଏବଂ ଖରାଦିନିଆ ଫସଲ ପାଇଁ ୩-୪ ଜଳସେଚନ ଆବଶ୍ୟକ । ଖରାଦିନେ ଫୁଲ କାଖେଇବା ଓ ଫୁଲଧରିବା ବେଳେ ଏବଂ ଛୁଇଁ ପାକଳ ହେବା ବେଳେ ପାଣିର ଆବଶ୍ୟକତା ବେଶୀ । ଏହି ସମୟରେ ଜଳୀୟ ଅଂଶ ଅଭାବ ହେଲେ ଅନେକ ଫୁଲ ଝଡ଼ିଯାଏ, ଛୁଇଁରେ ଦାନା ବଢ଼େ ନାହିଁ ଏବଂ ଦାନାର ଓଜନ କମିଯାଏ । ଏଣୁ ଉତ୍ପାଦକତା ହ୍ରାସ ପାଏ । ଝାଇଁ ମୁଗ ମଧ୍ୟ ଜଳସେଚନ ହେତୁ ଅଧିକ  ଅମଳ ଦିଏ ।

ରୋଗ ଓ ପୋକ ନିୟନ୍ତ୍ରଣ

ଡାଲି ଜାତୀୟ ଫସଲରେ ସାହେବି ରୋଗ ଏକ ଭୂତାଣୁ ଜନିତ ରୋଗ । ସାହେବୀ ରୋଗ ବିହନ ବିଶୋଧନ ଓ ସାହେବି ଉପାଡ଼ି ପୋଡ଼ି ଦେବାଦ୍ଵାରା ହ୍ରାସ ପାଇଥାଏ । ଏହାଛଡ଼ା ପ୍ରପୋଡ଼ା ରୋଗ ମଧ୍ୟ ଏକ ଅନିଷ୍ଟକାରୀ ରୋଗ । ଏହା ଉପଯୁକ୍ତ ରୋଗମାରୀ ବ୍ୟବହାର କରି ଦମନ କରାଯାଇଥାଏ ।

  • ଜଉପୋକ – ଏହା ମୁଗ, ବିରି, ହରଡ଼, ଶିମ୍ବ, ମଟର ବରଗୁଡ଼ି ଓ ଅନ୍ୟାନ୍ୟ ଛୁଇଁ ଜାତୀୟ ଫସଲରେ ଦେଖାଯାଏ ।
  • ହରଡ଼ରେ – ହରଡ଼ ଛୁଇଁ ବିନ୍ଧାଣଶଲଭ, ସୋଟନ ଭୂଙ୍ଗ, ଛୁଇଁ ଶୋଷକ କୀଟ, ଛୁଇଁ ବିନ୍ଧା ମାଛି ।
  • ମୁଗରେ - ମୁଗ ଛୁଇଁ ବିନ୍ଧା କୀଟ ।
  • ଶିମ୍ବରେ – ଶିମ୍ବଫଳ ବିନ୍ଧାକୀଟ, ଶିମ୍ବଶୋଷକ କୀଟ ବୁଟରେ – ବୁଟ ଛୁଇଁ ବିନ୍ଧାପୋକ ।
  • ମଟରରେ – ମଟର ପତ୍ର ସୁଡ଼ଙ୍ଗକାରୀ, ମଟର ଛୁଇଁ ବିନ୍ଧା ପୋକ, । ମଟର ଘୋଡ଼ା ପୋକ ।
  • ବରଗୁଡ଼ିରେ – ବରଗୁଡ଼ି କାଣ୍ଡ ମାଛି, କର୍ଭକ କୀଟ ।

ଇତ୍ୟାଦି ଅନିଷ୍ଟକାରୀ କୀଟ । ଏମାନଙ୍କୁ ଆବଶ୍ୟକ କୀଟ ମାରି ସ୍ପ୍ରେ କରି ଏବଂ ଫସଲ କିଆରି ସଫାରଖି  ଦମନ କରାଯାଇପାରେ । ସମନ୍ୱିତ କୀଟ ନିୟନ୍ତ୍ରଣ ପ୍ରଣାଳୀ ଅବଲମ୍ବନ ସବୁଠୁ ଭଲ । ଷୋଟକ ଭୂଙ୍ଗ (Blister Beetle) ଅନେକ ପ୍ରକାର ଫସଲକୁ ଆକ୍ରମଣ କରି ଗଛର ଫୁଲଗୁଡ଼ିକୁ ନଷ୍ଟ କରି ଦିଏ । ଏ ଭୃଙ୍ଗ ସବୁ ପ୍ରକାର ଛୁଇଁ ଜାତୀୟ ଫସଲର କ୍ଷତି କରେ । ସକାଳ ବେଳା ଟିଣେ ପାଣିରେ ଅଳ୍ପ କିରୋସିନି ପକାଇ ଏ ଭୃଙ୍ଗଗୁଡ଼ିକୁ ଧରି ସେ ପାଣିରେ ପକାଇ ଦେଲେ ଶୀଘ୍ର ମରିଯାନ୍ତି ।

ଆଧାର - "ଇ - ମାଗାଜିନ"

2.93548387097
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top