ଜଳସେଚନ ସୁବିଧା ଥିବା ଜମିରେ ଖରାଦିନିଆ ମୁଗ , ବିରି , ହରଡ ଚାଷ କରାଯାଇଥାଏ । ଏଥିପାଇଁ ଫେବୃୟାରୀ ମାସ ଦ୍ଵିତୀୟ ସପ୍ତାହରୁ ମାର୍ଚ୍ଚ ୨ୟ ସପ୍ତାହ ପର୍ଯ୍ୟନ୍ତ ହେଉଛି ଉପଯୁକ୍ତ ସମୟ । ଜମିକୁ ଭଲ ରକମ ଚାଷକରି ମାଟିକୁ ଗୁଣ୍ଡ କରିଦିଅନ୍ତୁ । ଚାଷ ସମୟରେ ଏକ ପିଛା ୨ ଟନ ଶଢା ଗୋବର ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ ବିହନ ବୁଣିବା ପୂର୍ବରୁ ଶେଷଓଡ ଚାଷ କରି ସିଆର କରାଯିବା ସହ ଏକର ପିଛା ୮ କିଗ୍ରା ଯବକ୍ଷାରଜାନ , ୧୬ କିଗ୍ରା ଫସ୍ ଫରସ୍ ଓ ୮ କିଗ୍ରା ପଟାସ ସାର ପ୍ରୟୋଗ କରନ୍ତୁ । କ୍ଷେତରେ ବୁଣିବା ପୂର୍ବରୁ ମୁଗ , ଓ ବିରି ବିହନକୁ ୩ ଗ୍ରାମ କାପଟାନ ବା ଥିରାମ କିମ୍ବା ୧.୫ ଗ୍ରାମ କାର୍ବୋଣ୍ଡାଜିମ ସହିତ ଗୋଳାଇ ବିଶୋଧନ କରନ୍ତୁ । ବିହନ ବିଶୋଧନ କରିବାର ୭ ଦିନ ପରେ ଜୀବାଣୁ କଲଚରରେ ଉପଚାର କରନ୍ତୁ । ଏକ ଏକର ଚାଷ ଜମିରେ ୧୦ କିଗ୍ରା ମୁଗ କିମ୍ବା ବିରି ବିହନ ବୁନନ୍ତୁ । ସିଆର ଏବଂ ସିଆର ମଧ୍ୟରେ ଯେପରି ୨୫ ସେମି ବ୍ୟବଧାନ ରହିବ । ପ୍ରତି ଗଛକୁ ଗଛ ୧୦ ସେମି ବ୍ୟବଧାନ ରହିଲେ ଭଲ । ବିହନ ବୁଣି ସାରିବା ପରେ କ୍ଷେତରେ ଛିଞ୍ଚାପାଣି ଦିଅନ୍ତୁ ଯେମିତି ସମସ୍ତ ବୀଜ ଗଜା ହୋଇଯିବ ।
ଯେଉଁ ଅଞ୍ଚଳରେ କେନାଲ କିମ୍ବା ଉଠା ଜଳସେଚନର ସୁବିଧା ଅଛି ସେଠାରେ ମାର୍ଚ୍ଚ ୧୫ ତାରିଖରୁ ବୁଣାବୁଣି କାର୍ଯ୍ୟ ଆରମ୍ଭ କରାଯାଇପାରିବ । ନଳିତା ବୁଣିବା ପାଇଁ ଜମି ପ୍ରସ୍ତୁତ କରନ୍ତୁ । ମାଟିକୁ ଭଲ ଭାବରେ ଗୁଣ୍ଡ କରି ହେକ୍ଟର ପ୍ରତି ୧୨ ଶଗଡ ଶଢା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ । ହେକ୍ଟର ପ୍ରତି ପିତା ନଳିତା ପାଇଁ ୬୦ କି.ଗ୍ରା ଯବକ୍ଷାରଜାନ , ୩୦ କି.ଗ୍ରା ଫସ୍ ଫରସ୍ ଓ ୩୦ କି.ଗ୍ରା ପଟାସ୍ ସାର ମଧୁର ନଳିତାରେ ୪୦ କି.ଗ୍ରା ଯବକ୍ଷାରଜାନ , ୨୦ କି.ଗ୍ରା ଫସ୍ ଫରସ୍ ଓ ୨୦ କି.ଗ୍ରା ପଟାସ୍ ସାର ପ୍ରୟୋଗ କରନ୍ତୁ । ଶେଷ ଓଡ ଚାଷ ସମୟରେ ସମୁଦାୟ ଫସ୍ ଫରସ୍ ଓ ପଟାସ୍ ସାରକୁ ମାଟିରେ ମିଶାଇ ଦିଅନ୍ତୁ । ଯବକ୍ଷାରଜାନ ସାରର ଅର୍ଦ୍ଧେକ ବୁଣିବାର ୨୦ – ୨୫ ଦିନ ପରେ ଘାସ ବଛା ଓ କୋଡାଖୋସା ସମୟରେ ପ୍ରୟୋଗ କରନ୍ତୁ । ଅବଶିଷ୍ଟ ଅର୍ଦ୍ଧେକ ଏହାର ୧୫ ଦିନ ପରେ ପ୍ରୟୋଗ କରନ୍ତୁ ଧାଡିବୁଣା ପାଇଁ ହେକ୍ଟର ପ୍ରତି ୫ କିଲୋଗ୍ରାମ୍ ଓ ଛଟାବୁଣା ପାଇଁ ୭.୫ କିଲୋଗ୍ରାମ୍ ବିହନ ଆବଶ୍ୟକ । ଏକ କି.ଗ୍ରା ବିହନ ବିଶୋଧନ ପାଇଁ ୨ଗ୍ରାମ୍ କାର୍ବେଣ୍ଡାଜିମ୍ କିମ୍ବା ୩ ଗ୍ରାମ୍ ଥିରାମ୍ ଆବଶ୍ୟକ । ମଧୁର ନଳିତା କିସମଗୁଡିକ ହେଲା ରେବତୀ , ମହାଦେବ , ବୈଶାଖି ତୋଷା , ଚୈତାଳି ତୋଷା , ନବୀନ ଏବଂ ପିତା ନଳିତା କିସମ ଗୁଡିକ ହେୟା ବଳଦେବ , ଜୟଦେବ , ଶ୍ରେଷ୍ଠା , ସବୁଜସୁନା , ଶ୍ୟାମଳି ।
ଆଧାର : କୃଷି ବିଭାଗ
Last Modified : 5/22/2020