অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନ (ତୃଣକ ଓ ଫସଲ ମଧ୍ୟରେ ପ୍ରତିଯୋଗୀତା, ସଂକଟ କାଳ)

ଫସଲ ଉତ୍ପାଦନ (ତୃଣକ ଓ ଫସଲ ମଧ୍ୟରେ ପ୍ରତିଯୋଗୀତା, ସଂକଟ କାଳ)

ତୃଣକ  ଓ  ଫସଲ  ମଧ୍ୟରେ  ପ୍ରତିଯୋଗୀତା

ଉଦ୍ଭିଦ   ଜଗତରେ  ପ୍ରତ୍ୟକ   ଉଦ୍ଭିଦ   ବଢିବାର  ବିଭିନ୍ନ  ଆବଶ୍ୟକତା  ପାଇଁ   ପାର୍ଶ୍ଵ   ଉଦଭିଆ  ସହିତ  ଅହରହ  ସଂଗ୍ରାମରତ  । ତୃଣକ ଓ ଫସଲ  ମଧ୍ୟରେ  ସର୍ବଦା  ପୋଷକ  ପଦାର୍ଥ ଜଳ  ଓ  ଆଲୋକ  ପାଇଁ   ପ୍ରତିଯୋଗୀତା   ଲାଗିରହିଛି   । କୌଣସି  ପରିବେଶ  ପାଇଁ   ତୃଣକ  ଫସଲ  ଗଛଠାରୁ  ଅଧିକ  ପ୍ରତିଯୋଜ୍ୟ   । ମନୁଷ୍ୟର  ହସ୍ତକ୍ଷେପ   ବିନା  ତୃଣକ  ଫସଲ  ଗଛକୁ   ସହଜରେ   ମୂଳପୋଛ   କରି  ଦେଇ   ପାରିବ   ।

  1. ପୋଷକ  ଉପାଦାନ  ପାଇଁ  ପ୍ରାୟଯୋଗିତା
  2. ତୃଣକ  ସାଧାରଣତଃ  ଅଧିକାଂଶ   ଫସଲଠାରୁ   ପୋଷକ  ଉପାଦାନ  ଶୀଘ୍ର   ଆବଶୋଷଣ  କରେ  ଏବଂ  ନିଜ  ଶରୀର   ମଧ୍ୟରେ  ଅଧିକ  ପରିମାଣରେ  ଗଚ୍ଛିତ   କରି  ରଖେ   । ଉଦାହରଣସ୍ୱରୂପ  ବନଖଡାର  ଶୁଷ୍କ  ପଦାର୍ଥରେ  ଶତକଡା ୩.୧୬ ଭାଗ  ଯବକ୍ଷାରଜାନ , କଙ୍କଡା  ଘାସ ର  ଶୁଷ୍କ  ପଦାର୍ଥରେ   ଶତକଡା ୩.୩୬ ଭାଗ  ଫସଫେଟ୍ ଓ  ଲହଙ୍ଗୀର  ଶୁଷ୍କ  ପଦାର୍ଥରେ  ଶତକଡା  ୫.୮୧ ଭାଗ  ପଟାସ୍  ଥାଏ  ଅଥଚ  ଧାନର  ଶୁଷ୍କ  ପଦାର୍ଥରେ  ଶତକଡା  ୧.୧୩ ଭାଗ  ଯବକ୍ଷାରଜାନ, ୦.୩୪  ଭାଗ  ଫସଫେଟ୍ ଓ ୧.୧୦ ଭାଗ  ପଟାସ୍  ଏବଂ  ଗହମର  ଶୁଷ୍କ  ପଦାର୍ଥରେ  ଶତକଡା  ୧.୩୩ ଭାଗ  ଯବକ୍ଷାରଜାନ, ୦.୫୯ ଭାଗ  ଫସଫେଟ୍ ଓ ୧.୪୪ ଭାଗ  ପଟାସ  ଥାଏ  । ପୋଷକ  ଉପାଦାନ   ଅବଶୋଷଣ  ଓ  ଗଚ୍ଛିତ   କରିବାରେ  ଅଧିକ  ଦକ୍ଷତା  ସହିତ  ତୃଣକ   ଅଧିକ  ପରିମାଣରେ   ଶୁଷ୍କ  ପଦାର୍ଥ  ଉତ୍ପାଦନ  କରିବାରେ   ମଧ୍ୟ  ସମର୍ଥ  । ଫଳରେ  ପ୍ରତି  ଚାଷ  ଋତୁରେ   ତୃଣକ  ବହୁଳ  ପରିମାଣରେ   ପୋଷକ  ଉପାଦାନ  ଅପସାରଣ  କରିଥାଏ   । ସମୟ  ସମୟରେ  ତୃଣକ  ଦ୍ଵାରା  ଅପସାରିତ  ପୋଷକ  ଉପାଦାନ  ପରିମାଣ  ଫସଲ  ଦ୍ଵାରା  ଅପସାରିତ  ପରିମାଣର  ଦୁଇଗୁଣ   ହୋଇଥାଏ  । ପରୀକ୍ଷାକରି  ଦେଖାଯାଇଛି   ଯେ, ଗୋଟିଏ   ଘାସ  ଅବଚ୍ଛା  ଆଖୁ   କ୍ଷେତରୁ   ହେକ୍ଟର   ପ୍ରତି   ୧୬୨କି.ଗ୍ରା.  ଯବକ୍ଷାରଜାନ, ୨୪ କି.ଗ୍ରା. ଫସଫେଟ୍  ଓ  ୨୦୩ କି.ଗ୍ରା. ପଟାସ୍  ତୃଣକ   ଦ୍ଵାରା   ଅପସାରିତ   ହୋଇଥାଏ   ଅଥଚ   ଫସଲ  ଦ୍ଵାରା  ୨୮ କି.ଗ୍ରା.  ଯବକ୍ଷାରଜାନ  ୧୭ କି.ଗ୍ରା.  ଫସଫେଟ୍  ଓ ୬୨  କି.ଗ୍ରା.  ପୋଟାସ୍  ଅପସାରିତ  ହୋଇଥାଏ   । ଅନାବନା   ଗଛ  ନିୟନ୍ତ୍ରଣ  କଲେ   ଆଖୁ   ଅଧିକ  ପରିମାଣରେ  ପୋଷକ  ଉପାଦାନ  ଅପସାରଣ   କରେ   ।

  3. ଜଳ  ପାଇଁ  ପ୍ରତିଯୋଗିତା
  4. ଅନ୍ୟାନ୍ୟ  ପ୍ରତିଯୋଗିତା  ସହିତ  ତୃଣକ  ଓ  ଫସଲ  ମଧ୍ୟରେ  ଜଳ   ପାଇଁ  ମଧ୍ୟ  ପ୍ରତିଯୋଗିତା  ହୋଇଥାଏ   । ମାଟିର  ଜଳୀୟ  ଅଂଶ  କମିଗଲେ   ଏହି  ପ୍ରତିଯୋଗିତା  ଅଧିକ   ସଂକଟାପନ୍ନ   ହୋଇଥାଏ   । ସମପରିମାଣ  ଶୁଷ୍କ   ପଦାର୍ଥ   ଉତ୍ପାଦନ  ପାଇଁ   ତୃଣକ  ସାଧାରଣତଃ  ଅଧିକାଂଶ   ଫସଲଠାରୁ  ଅଧିକ  ଜଳ  ଉତ୍ ସ୍ଵେଦନ  କରିଥାଏ   ।  ଉଦାହରଣସ୍ୱରୂପ  ବଣଖଡା, ଡୁବ, ସୁଆଁ  ଘରପୋଡିଆ  ଓ  ବିଶଲ୍ୟକରଣୀର   ପ୍ରସ୍ଵେଦନାନୁପାତ  ଯଥାକ୍ରମେ  ୩୩୬,୮୧୩, ୬୭୪, ୧୧୦୮ ଓ ୧୪୦୨  ଅଟେ   ।  ଅଥଚ  ମକା  ଓ  ଜୁଆରର  ପ୍ରସ୍ଵେଦନାନୁପାତ  ମାତ୍ରା   ଯଥାକ୍ରମେ  ୩୫୨ ଓ  ୪୩୦  ଅଟେ   । କେତେକ  ତୃଣକର  ବ୍ୟବହାରିକ  ଜଳ  ପରିମାଣ   ମଧ୍ୟ   ଫସଲର   ବ୍ୟବହାରିକ  ଜଳ  ପରିମାଣ  ଠାରୁ   ଅଧିକ  ଅଟେ   । ତୃଣକ  ମଧ୍ୟ   ଅଧିକ  ଗଭୀରତାକୁ   ଜଳ  ଆହରଣ   କରିଥାଏ   । ତେଣୁ  ଘାସୁଆ  ଫସଲ   କ୍ଷେତରୁ  ଘାସମୁକ୍ତ   ଫସଲ  କ୍ଷେତଠାରୁ  ବାଷ୍ପ – ପ୍ରସ୍ଵେଦନ  ଅଧିକ  ହୁଏ  ଏବଂ  ଘାସୁଆ  କ୍ଷେତ ଶୀଘ୍ର  ଶୁଖିଯାଏ   ।

  5. ଆଲୋକ  ପାଇଁ   ପ୍ରତିଯୋଗିତା
  6. ତୃଣକ  ଓ  ଫସଲ  ମଧ୍ୟରେ  ଆଲୋକ  ପାଇଁ  ପ୍ରତିଯୋଗିତା   ହୋଇଥାଏ   । ଏହି  ପ୍ରତିଯୋଗିତା  ଅଧିକ  ଗୁରୁତ୍ୱପୂର୍ଣ୍ଣ   ହୁଏ   ଯେତେବେଳେ  ମୃତ୍ତିକାରେ  ଜଳ  ଓ  ପୋଷକ   ଉପାଦାନ  ଯଥେଷ୍ଟ  ପରିମାଣରେ  ଥାଏ  । ବିଲ  ଅବଚ୍ଛା  ରହିଲେ  କେତେକ  ତୃଣକ   ଫସଲଠାରୁ   ଉଚ୍ଚତାରେ   ଅଧିକ  ବଢନ୍ତି  । ଫଳରେ  ଫସଲକୁ  ଯଥେଷ୍ଟ  ପରିମାଣରେ  ସୂର୍ଯ୍ୟାଲୋକ  ମିଳିପାରେ  ବଢି  ପିଲ   ଅବସ୍ଥାରୁ   ଯଦି  ଫସଲକୁ   ଘୋଡାଇ  ଦିଏ   ତେବେ   ଆଲୋକ  ପାଇଁ   ପ୍ରତିଯୋଗିତା   ପ୍ରଥମରୁ  ହିଁ   ଆରମ୍ଭ  ହୋଇଥାଏ   ।

  7. ଆଲିଲୋପାଥି
  8. କେତେକ  ତୃଣକ  ଯଥା  ମୁଥା, ଜଙ୍ଗଲୀ  ଓଟ  ଓ  ଛପର   ଘାସ   ବିଷାକ୍ତ   ପଦାର୍ଥ  ଉତ୍ପନ୍ନ   କରି  ନିକଟବର୍ତ୍ତୀ   ଫସଲର  ଅଙ୍କୁରୋଦଗମ ଓ  ବୃଦ୍ଧିକୁ   ନିରୋଧ   କରନ୍ତି   ।  ଏହି  ପ୍ରକ୍ରିୟାକୁ   ଆଲିଲୋପାଥି   କୁହାଯାଏ   । ବିଷାକ୍ତ  ପଦାର୍ଥ  ଗଛରୁ  ବାଷ୍ପ  ଆକାରରେ  ନିର୍ଗତ  ହୋଇଥାଏ   । ପତ୍ରରୁ   ଝରିଥାଏ , ଚେରରୁ   ନିର୍ଗତ  ହୋଇଥାଏ   କିମ୍ବା  ମଲାଗଛର  ଅପଘଟନରୁ   ନିର୍ଗତ   ହୋଇଥାଏ   ।

ତୃଣକ – ଫସଲ  ପ୍ରତିଯୋଗିତାରେ  ସଂକଟ  କାଳ

ଫସଲର  ବୃଦ୍ଧି ଓ  ବିକାଶବେଳେ   ଯେଉଁ  ନ୍ୟୁନତମ   ସମୟକୁ   ଘାସମୁକ୍ତ  କରି  ରଖିଲେ  ସର୍ବାଧିକ   ଲାଭ   ମିଳେ   ସେହି  ସମଯରୁ   ତୃଣକ  ପାଇଁ  ସଂକଟକାଳ   କୁହାଯାଏ   । ଫସଲକୁ  ମୂଳରୁ   ଶେଷଯାଏ  ଘାସମୁକ୍ତ  ପ୍ରାୟ  ସେତିକି  ଆଦାୟ   ମିଳେ   ବା  ଆଦାୟ   ବିଶେଷ  କମେ  ନାହିଁ  ଏଣୁ  ଅଧିକ   ଆଦାୟ   ପାଇବା   ପାଇଁ   ଘାସ   ବାଛିବା  ଯେପରି  ଗୁରୁତ୍ଵପୂର୍ଣ୍ଣ  ଠିକ୍  ସମୟରେ   ଘାସ  ବାଛିବା   ସେହିପରି   ଗୁରୁତ୍ଵପୂର୍ଣ୍ଣ    । ଯେ କୌଣସି   ସମୟରେ  ଘାସବାଛି   ତୃଣକ  ପ୍ରତିଯୋଗିତାରୁ   ଫସଲକୁ  ରକ୍ଷା  କରାଯାଇପାରେ   ନାହିଁ   । ବୁଣାଧାନରେ  ଗଛ  ଉଠିବାର  ୧୦ – ୨୦  ଦିନ,  ରୁଆଧାନରେ   ୪ – ୬ ସପ୍ତାହ  ଏବଂ  ଆଉ  ଥରେ  ୧୦ ସପ୍ତାହ   ବେଳ  ସଂକଟ   କାଳ   । ମକାଗଛ   ଉଠିବାର   ପ୍ରଥମ   ଦୁଇ  ସପ୍ତାହ  ଓ  ଚିନାବାଦାମ   ଗଛ  ଉଠିବା   ପରଠାରୁ  ୬-୮  ସପ୍ତାହ   ପର୍ଯ୍ୟନ୍ତ   ସଂକଟ  କାଳ   ।

ଆଧାର - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 4/25/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate