ପ୍ରୟୋଗ ପ୍ରଣାଳୀ ମୁଖ୍ୟତଃ ତୃଣକମାରୀର କାର୍ଯ୍ୟକରିବା ରୀତି ଓ ନିର୍ବାଚୀ ଧର୍ମଭିତ୍ତିରେ ଭିନ୍ନ ଭିନ୍ନ ହୁଏ । ପରିବେଶ, ସୁବିଧା ଓ ଅର୍ଥ ଆବଶ୍ୟକତା ମଧ୍ୟ ପ୍ରୟୋଗ ପ୍ରଣାଳୀକୁ ପ୍ରଭାବିତ କରେ । ଉଚିତ୍ ପଦ୍ଧତିରେ ପ୍ରୟୋଗ ନକଲେ ତୃଣକ ନିୟନ୍ତ୍ରଣ ଭଲଭାବେ ହୋଇପାରେ ନାହିଁ କିମ୍ବା ଫସଲର ବିଶେଷ କ୍ଷତି ଘଟେ ।
ମୃତ୍ତିକା – ସକ୍ରିୟ ତୃଣକମାରୀକୁ ସାଧାରଣତଃ ମୃତ୍ତିକା ପୃଷ୍ଠରେ ପ୍ରୟୋଗ କରି ସେହିପରି ଛାଡି ଦିଆଯାଏ କିମ୍ବା ଭୌତିକ ପ୍ରକ୍ରିୟା ଦ୍ଵାରା ମାଟି ସହିତ ମିଶାଇ ଦିଆଯାଏ । ମାଟି ସହିତ ନ ମିଶାଇ ଯେତେବେଳେ ଛାଡି ଦିଆଯାଏ ଅଙ୍କୁରିତ ତୃଣକକୁ ମାରିବା ପାଇଁ ଭୁପୃଷ୍ଠରୁ ୩.୫ ରୁ ୪.୫ ସେ.ମି. ଗଭୀରତା ପର୍ଯ୍ୟନ୍ତ ବୃଷ୍ଟି ବା ସେଚ ଜଳ ଦ୍ଵାରା ତୃଣକ ଯିବା ଆବଶ୍ୟକ । କେତେକ ତୃଣକମାରୀ ଉଦ୍ ବାୟୀ ଉଦ୍ ବାୟୀକରଣକୁ କମ କରିବା ପାଇଁ ସେ ପ୍ରକାର ତୃଣକମାରୀକୁ ମାଟି ସହିତ ମିଶାଇ ଦେବା ଆବଶ୍ୟକ । ତା ଛଡା ମାଟି ସହିତ ମିଶାଇ ଦେଲେ କେତେକ ତୃଣକମାରୀର କାର୍ଯ୍ୟ ଦକ୍ଷତା ବୃଦ୍ଧିପାଏ ।
ଏହି ପଦ୍ଧତିରେ ଭୁପୃଷ୍ଠର ୭-୧୦ ସେ.ମି. ତଳେ ସାନ୍ଦ୍ରିତ ପଟଟୀ ରେ ତୃଣକ ମାରୀ ପ୍ରୟୋଗ କରାଯାଏ । ଏହି ପଦ୍ଧତି ଦ୍ଵାରା କେତେକ ବହୁବର୍ଷୀ ତୃଣକକୁ ସଫଳତାର ସହିତ ନିୟନ୍ତ୍ରଣ କରିହୁଏ । କାର୍ବୋମେଟ ଦ୍ଵାରା ଏହି ପଦ୍ଧତିରେ ମୁଥାକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିହେବ ।
ଜମିର ସବୁଆଡେ ପ୍ରୟୋଗ ନକରି ଫସଲ ଧାଡିର ସୀମିତ ଅଞ୍ଚଳରେ ତୃଣକମାରୀ ପ୍ରୟୋଗ କରିବାକୁ ପଟଟୀ ପ୍ରୟୋଗ କୁହାଯାଏ । ଏହି ପ୍ରଣାଳୀରେ ଖର୍ଚ୍ଚ କମ୍ ଲାଗେ । ପଟଟୀ ପ୍ରଣାଳୀରେ ତୃଣକମାରୀ ପ୍ରୟୋଗକଲେ ଦୁଇ ଧାଡି ମଧ୍ୟବର୍ତ୍ତୀ ସ୍ଥାନରୁ ପରେ କୋଡା ଖୁସା କରି ତୃଣକ ନିୟନ୍ତ୍ରଣ କରାଯାଏ ।
ପ୍ରକୃତ ଭିତ୍ତିରେ ଧୂମକକୁ ଭୁପୃଷ୍ଠ ବା ଅଭ୍ୟନ୍ତରରେ ବିଭିନ୍ନ ଉପାୟରେ ପ୍ରୟୋଗ କରାଯାଏ ।
ଏହି ପ୍ରଣାଳୀରେ ଫସଲର ସ୍ଥିତି ବା ଅସ୍ଥିତି ଭେଦରେ କ୍ଷେତରେ ସବୁଆଡେ ସମାନ ଭାବରେ ଔଷଧ ପ୍ରୟୋଗ କରାଯାଏ । କେବଳ ଅତିମାତ୍ରାରେ ନିର୍ବାଣ ତୃଣକମାରୀକୁ ଏହି ପ୍ରଣାଳୀରେ ପ୍ରୟୋଗ କରାଯାଏ । ଗହମ କ୍ଷେତରେ ୨,୪ ଡି ପ୍ରୟୋଗ ଓ ଲୁସର୍ଣ୍ଣ କ୍ଷେତରେ ୨,୪ ଡିବି ପ୍ରୟୋଗ କରାଯାଏ ।
ଏହି ପ୍ରଣାଳୀରେ ଯେତେ ସମ୍ଭବ ଫସଲ ପଛକୁ ଛାଡି ତୃଣକ ଉପରେ ଔଷଧ ପ୍ରୟୋଗ ସହିତ ନିୟନ୍ତ୍ରିତ ହୁଏ । ପ୍ରତ୍ୟକ୍ଷ ସିଞ୍ଚନ ପାଇଁ ଫସଲଠାରୁ ତୃଣକ ଅଧିକ ଉଚ୍ଚ ହୋଇଥିବା ଆବଶ୍ୟକ । ସାଧାରଣତଃ ଆଂଶିକ ନିର୍ବାଚୀ ତୃଣକମାରୀ ପାଇଁ ଏହି ପ୍ରଣାଳୀ ଅନୁସୃତ ହୁଏ ।
ଅଧିକ ବ୍ୟବଧାନରେ ଲଗାଯାଇଥିବା ପନିପରିବା ଓ ଫୁଲ ଗଛକୁ ପଲିଥିନ ବା ଧାତୁ ନିର୍ମିତ ଚାଦରରେ ଘୋଡାଇ ଅନିର୍ବାଚୀ ତୃଣକମାରୀ ଏହି ପ୍ରଣାଳୀରେ ପ୍ରୟୋଗ କରାଯାଏ ।
ତୃଣକ ନଥିବା ଫାଙ୍କା ସ୍ଥାନକୁ ବାଦଦେଇ ତୃଣକ ଥିବା ନିର୍ଦ୍ଧିଷ୍ଟ ଛୋଟ ଛୋଟ ସ୍ଥାନରେ ଏହି ପ୍ରଣାଳୀରେ ଔଷଧ ପ୍ରୟୋଗ କରାଯାଏ । ଫସଲ କ୍ଷେତରେ ଅଳ୍ପ ଅଳ୍ପ ସ୍ଥାନରେ ଥିବା ବହୁବର୍ଷୀ ମାରାତ୍ମକ ତୃଣକକୁ ନିୟନ୍ତ୍ରଣ କରିବା ପାଇଁ ଏହି ପ୍ରଣାଳୀ ବିଶେଷ ସହାୟକ ।
ଫସଲର ବିଭିନ୍ନ ଅବସ୍ଥାରେ ତୃଣକମାରୀ ପ୍ରୟୋଗ କରାଯାଇଥାଏ । ଯଥା :
ବୁଣା ବା ରୁଆ ପୂର୍ବରୁ ତୃଣକମାରୀ ପ୍ରୟୋଗ କରି ଜମିରେ ଉଠିଥିବା ଅନାବନା ଗଛକୁ ନିୟନ୍ତ୍ରଣ କରିହୁଏ । ଜମି ନ ଚଷି ବା ଅଳ୍ପ ଚଷି ଫସଲ ବୁଣାଯାଏ । ଜମି ପ୍ରସ୍ତୁତ ପରେ ତୃଣକ ବିହୀନ କ୍ଷେତରେ ତୃଣକମାରୀ ପ୍ରୟୋଗ କରି ମୃତ୍ତିକା ସହିତ ମିଶାଇ ଦେଲେ ଏହା ଫସଲ ବୁଣାପରେ ତୃଣକକୁ ଉଠିବାକୁ ଦିଏ ନାହିଁ ।
ବୁଣା ବା ରୁଆ ପରେ ତୃଣକର ଅଙ୍କୁରଣ ପୂର୍ବରୁ ତୃଣକମାରୀ ପ୍ରୟୋଗ କରି ତୃଣକ ନିୟନ୍ତ୍ରଣ କରିହୁଏ । ଏହା ଅଙ୍କୁରିତ ତୃଣକ ଗଜାକୁ ନଷ୍ଟ କରିଦିଏ । ଏହି ପ୍ରଣାଳୀର ସଫଳତା ପାଇଁ ଗୁଣ୍ଡ ଚାଷ ହେବା ଆବଶ୍ୟକ ଏବଂ ତୃଣକମାରୀକୁ ୨ – ୩ ସେ.ମି. ଗଭୀରତାକୁ ନେଇଯିବା ପାଇଁ ମୃତ୍ତିକାରେ ଯଥେଷ୍ଟ ଜଳୀୟ ଅଂଶ ରହିବା ଆବଶ୍ୟକ ।
ଫସଲ ଓ ତୃଣକ ଉଭୟ ପ୍ରକାର ଗଛ ଥିବାବେଳେ ଔଷଧ ପକାଇ ତୃଣକକୁ ନିୟନ୍ତ୍ରଣ କରିହୁଏ । ସମୟ ସମୟରେ ଫସଲ ଗଛ ଉଠିବା ପୂର୍ବରୁ ତୃଣକ ଉଠିଯାଏ । ସେପରି ସ୍ଥଳେ ଔଷଧ ପକାଇ ତୃଣକକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରେ । ସାଧାରଣତଃ ଅଣ – ଅବଶିଷ୍ଟ ତୃଣକକୁ ଏଥିପାଇଁ ବ୍ୟବହାର କରାଯାଏ ।
ତୃଣକମାରୀକୁ ମୃତ୍ତିକା ବା ପତ୍ର ଉପରେ ପ୍ରୟୋଗ କରାଯାଏ । କାର୍ଯ୍ୟକ୍ଷମ ହେବା ପାଇଁ ତୃଣକମାରୀ ତୃଣକ ଦ୍ଵାରା ଅବଶୋଷିତ ହୋଇ କର୍ମସ୍ଥଳୀକୁ ଯଥେଷ୍ଟ ପରିମାଣରେ ପରିବାହିତ (ସ୍ପର୍ଶ ତୃଣକମାରୀ ବ୍ୟତୀତ) ହେବା ଆବଶ୍ୟକ ।
ତୃଣକମାରୀ ତୃଣକ ପୃଷ୍ଠରୁ ଅଧିଚର୍ମୀୟ କୋଷର କୋଷଜୀବକ ମଧ୍ୟରେ ପ୍ରବେଶ କରିବାକୁ ଅବଶୋଷଣ କୁହାଯାଏ । ମୃତ୍ତିକାରେ ପ୍ରୟୋଗ କରାଯାଇଥିବା ତୃଣକମାରୀ ସାଧାରଣତଃ ଛେରା ଦ୍ଵାରା ଅବଶୋଷିତ ହୁଏ । ତୃଣକମାରୀ ମଧ୍ୟ ସ୍ଫୀତ ହୋଇଥିବା ବୀଜ, ଅଙ୍କୁରିତ ଚାରାର ବୀଜ ପତ୍ର ଉପବୀଜପତ୍ର ଓ ଅଧୋବୀଜପତ୍ର ଦ୍ଵାରା ଅବଶୋଷିତ ହୁଏ । କେତେକ ତୃଣକମାରୀ ଅଙ୍କୁରିତ ଚାରାର ଭୂମିମ୍ନ କାଣ୍ଡଦ୍ଵାରା ମୁଖ୍ୟତଃ ଅବଶୋଷିତ ହୁଏ । ଭୁପୃଷ୍ଠର ନିମ୍ନରେ କାଣ୍ଡ ଥିବା ସ୍ତରରେ କ୍ଲୋରୋପ୍ରୋଫାମ ଏବଂ ଚେରଥିବା ସ୍ତରରେ ସୀମାଜିନ ପ୍ରୟୋଗ କଲେ ଅବଶୋଷଣ ଅଧିକ ହୋଇଥାଏ । ବହୁବର୍ଷୀ ତୃଣକର କନ୍ଦା, କନ୍ଦାକାଣ୍ଡ, ଏବଂ ଖର୍ବଧାବକ ଦ୍ଵାରା ମଧ୍ୟ ତୃଣକମାରୀ ଅବଶୋଷିତ ହୁଏ ।
ପତ୍ର ଉପରେ ପ୍ରୟୋଗ କରାଯାଉଥିବା ତୃଣକମାରୀ କିଉଟିକିଲ୍, ପତ୍ରଲୋମ ଓ ଷ୍ଟୋମାଟା ଦେଇ କୋଷ ମଧ୍ୟରେ ପ୍ରବେଶ କରେ । ପତ୍ରପରି ତୃଣକର କାଣ୍ଡ ମଧ୍ୟ ଅନେକ ସମୟରେ ଦକ୍ଷତାର ସହିତ ତୃଣକମାରୀ ଅବଶୋଷିତ କରେ । କିନ୍ତୁ ଗଛ ପାକଲା ହୋଇଗଲେ ବଳକା ଦେଇ ତୃଣକମାରୀ ସହଜରେ ଗତି କରିପାରେ ନାହିଁ ।
ମୃତ୍ତିକାରେ ପ୍ରୟୋଗ କରାଯାଇଥିବା ତୃଣକମାରୀ ଚେର ଓ କାଣ୍ଡ ଦ୍ଵାରା ଅବଶୋଷିତ ହୋଇ ଜାଇଲେମରେ ପ୍ରବେଶ କରେ ଏବଂ ଉତ୍ ସ୍ଵେଦନ ସ୍ରୋତ ସହିତ ତୃଣକର ଉପରି ଭାଗକୁ ପରିବାହିତ ହୁଏ ।
ପତ୍ରରେ ପ୍ରୟୋଗ କରାଯାଇଥିବା ପରିବାହିତ ତୃଣକମାରୀ ପତ୍ରରେ ପ୍ରସ୍ତୁତ ଖାଦ୍ୟ ସହିତ ଫ୍ଲୋଏମ ଦେଇ ଆଗ୍ରା ମୁକୁଳ, କକ୍ଷ ମୁକୁଳ, ଚେର, ଫଳ ଆଦି ତୃଣକର ବଢୁଥିବା ଅଂଶକୁ ପରିବାହିତ ହୁଏ । କେତେକ ତୃଣକମାରୀ ଚେରଦ୍ଵାରା ଅବଶୋଷିତ ହେଲେ ଜାଇଲେମ ଦେଇ ପରିବାହିତ ହୁଅନ୍ତି ଏବଂ ପତ୍ର ଦ୍ଵାରା ଅବଶୋଷିତ ହେଲେ ଫ୍ଲୋଏମ ଦେଇ ପରିବାହିତ ହୁଅନ୍ତି । ଡାଲାପନ ଏହିପରି ଏକ ତୃଣକମାରୀ ।
ଫ୍ଲୋଏମ ଉଦ୍ଭିଦ ଅଙ୍ଗର ଜୀବନ୍ତ ତନ୍ତୁ । ତୃଣକମାରୀ ପ୍ରୟୋଗ ପାତ୍ର । ଅଧିକ ହେଲେ ଫ୍ଲୋଏମ ନଷ୍ଟ ହୋଇଯାଏ ଓ ତୃଣକମାରୀ ବିଭିନ୍ନ ଅଙ୍ଗକୁ ପରିବାହିତ ହେବାର ବାଧା ଘଟେ । ତେଣୁ ପତ୍ର – ପ୍ରୟୋଗ ତୃଣକମାରୀ ମାତ୍ରା ଗଛ ସହିପାରିବା ସ୍ତରରେ ରହିବା ଆବଶ୍ୟକ ।
ଦାରୁ ବା ଜାଇଲେମ ଉଦ୍ଭିଦର ଜୀବନ- ଶୂନ୍ୟ ତନ୍ତୁ । ତେଣୁ ଗର ପଦାର୍ଥରେ ନଷ୍ଟ ହେବାର ଆଶଙ୍କା ନଥାଏ । ଦ୍ଵିତୀୟତଃ ମାଟିରେ ପ୍ରୟୋଗ ମାତ୍ରା ଅଧିକ ହେଲେ ତୃଣକମାରୀର ରାସାୟନିକ ଗଠନରେ ପରିବର୍ତ୍ତନ ଘଟେ । ଚେର ନଷ୍ଟ ହୋଇଗଲେ ସୁଦ୍ଧା ‘ ପ୍ରସ୍ଵେଦନ ସ୍ରୋତ ’ ରେ ବାଧା ଘଟୁ ନଥିବାରୁ ତୃଣକମାରୀ ଉର୍ଦ୍ଧ୍ଵକୁ ପରିବାହିତ ହୁଏ ।
ଉଦ୍ଭିଦର ଜାତି , କିସମ, ଶାଖା ମେଲିବା ଢଙ, ପୃଷ୍ଠଭାଗ ପ୍ରକୃତି , ବୃଦ୍ଧି ଅବସ୍ଥା, ବୃଷ୍ଟିପାତ, ପବନ, ଆଲୋକ, ବାୟୁମଣ୍ଡଳର ଆର୍ଦ୍ରତା ଓ ତାପମାତ୍ରା, ମୃତ୍ତିକାର ଜଳୀୟ ଅଂଶ, ତାପକ୍ରମ, ଜୈବ ଅଂଶ, ଅମ୍ଳତା, କର୍ଦ୍ଦମ ପ୍ରକାର, ତୃଣକମାରୀ ସାନ୍ଦ୍ରତା, ଅମ୍ଳତା ଓ ବିନ୍ୟାସ ଆଦି ତୃଣକର ଅବଶୋଷଣ ଓ ପରିବହନକୁ ପ୍ରଭାବିତ କରନ୍ତି ।
ଅଧିକାଂଶ ତୃଣକମାରୀ ଉଦ୍ଭିଦର ଭାଶ୍ଲେଷଣ ପ୍ରକ୍ରିୟାକୁ ନଷ୍ଟକରି ତୃଣକ ନିୟନ୍ତ୍ରଣ କରନ୍ତି । ଟ୍ରୟାଜିନ ବାଇପିରିଡିଲମ ଇଉରିଏଜ ଏହି ଧରଣର ତୃଣକମାରୀ । କେତେକ ତୃଣକମାରୀ ଉଦ୍ଭିଦର ଶ୍ଵାସକ୍ରିୟାରେ ବାଧା ସୃଷ୍ଟିକରି, କେତେକ ସମବିଭାଜନରେ ବ୍ୟାଘାତ ଘଟାଇ ଏବଂ ଆଉ କେତେକ ପ୍ରୋଟିନ ଲିପିଡ଼ ଓ କାରୋଟିନଏଡ ସଂଶ୍ଳେଷଣକୁ ପ୍ରତିରୋଧ କରି ତୃଣକ ନିୟନ୍ତ୍ରଣ କରନ୍ତି ।
ତୃଣକମାରୀର ଏକ ବିଶିଷ୍ଟ ଧର୍ମ ହେଲା ମିଶାମିଶି ହୋଇ ରହିଥିବା ବିଭିନ୍ନ ପ୍ରକାର ଉଦ୍ଭିଦ ଉପରେ ପ୍ରୟୋଗ କଲେ ଅନ୍ୟ ଉଦ୍ଭିଦର କିଛି କ୍ଷତି ନଘଟାଇ ବା ଅଳ୍ପ କ୍ଷତି ଘଟାଇ ଏମାନେ ଲକ୍ଷ ଉଦ୍ଭିଦକୁ ମାରନ୍ତି । ତୃଣକମାରୀର ଏହି ଧର୍ମକୁ ନିର୍ବାଚୀ ଧର୍ମ କୁହାଯାଏ । ଏହା ତୃଣକମାରୀ ସବୁଠାରୁ ବଡ ଧର୍ମ ଯେଉଁଥିପାଇଁ ରାସାୟନିକ ତୃଣକ ନିୟନ୍ତ୍ରଣ ପଦ୍ଧତି ସଫଳ ହୋଇପାରିଛି । ନିର୍ବାଚୀ ଧର୍ମର ମୂଳତତ୍ତ୍ଵ ହେଲା ଲକ୍ଷ ଉଦ୍ଭିଦର କ୍ରିୟାସ୍ଥଳରେ ଅନ୍ୟ ଉଦ୍ଭିଦଠାରୁ ଅଧିକ ବିଷାକ୍ତ ପଦାର୍ଥ ସକ୍ରିୟ ଅବସ୍ଥାରେ ପହଞ୍ଚେ । ଏହା (କ) ଅବଶୋଷଣରେ ପାର୍ଥକ୍ୟ (ଖ) ପରିବହନରେ ପାର୍ଥକ୍ୟ ଓ (ଗ) ତୃଣକମାରୀକୁ ନିଷ୍କ୍ରିୟ କରିବାରେ ପାର୍ଥକ୍ୟ ଯୋଗୁ ସମ୍ଭବ ହୁଏ । ଏହା ଛଡା କେତେକ ତୃଣକର ଆଦି ଜୀବନ ନିର୍ଦ୍ଧିଷ୍ଟ ତୃଣକମାରୀକୁ ପ୍ରତିରୋଧ ମଧ୍ୟ କରେ ।
ଉଦ୍ଭିଦର ବାହ୍ୟ ଗଠନ ଓ ବଢିବା ପ୍ରକାର , ଅଧିଚୋଷକ ଓ ବିଷୟ ବ୍ୟବହାର ଏବଂ ଦାନାଦାର ଔଷଧ ପ୍ରୟୋଗ ଅବଶୋଷଣରେ ତାରତମ୍ୟ ଘଟାଏ ।
ପତ୍ର ଅଣ – ଓସାରିଆ ଓ ଠିଆ ହୋଇଥିଲେ, ପତ୍ରପୃଷ୍ଠ ତରଙ୍ଗାୟିତ , ମହମାକ୍ତ ଓ ଲୋମଶ ହୋଇଥିଲେ ତୃଣକମାରିର ଜଳୀୟ ଦ୍ରବଣ ବେଶି ପରିମାଣରେ ଧରି ରଖିପାରେ ନାହିଁ । ଉଦ୍ଭିଦ ବର୍ଦ୍ଧିଷ୍ଣୁ ଅଙ୍ଗ ଆଚ୍ଛାଦିତ ହୋଇ ରହିଲେ ତୃଣକମାରୀ ତା ଉପରେ ପଡିପାରେ ନାହିଁ । ପତ୍ରର ଏହିସବୁ ଲକ୍ଷଣ ଉଦ୍ଭିଦକୁ କେବଳ ସ୍ପର୍ଶ ତୃଣକମାରୀଠାରୁ ରକ୍ଷା କରେ ।
ଫସଲ ଗଛ ତୃଣକଠାରୁ ଅଧିକ ଉଚ୍ଚ ଓ ତୃଣକ ଫସଲଠାରୁ ଅଧିକ ଉଚ୍ଚ ହୋଇଥିଲେ କେବଳ ତୃଣକ ଉପରେ ଔଷଧ ପକାଇ ନିୟନ୍ତ୍ରଣ କରିହେବ । କେତେକ ସ୍ଥଳରେ ଫସଲ ଗଛ ଉଠିବାର ଯଥେଷ୍ଟ ପୂର୍ବରୁ ତୃଣକ ଉଠିଯାଏ । ସ୍ପର୍ଶ ବିଷ ପ୍ରୟୋଗ କରି ଏହାକୁ ନିୟନ୍ତ୍ରଣ କରିହୁଏ । ଉପର ୧.୫ ସେ.ମି. ମୃତ୍ତିକାରେ ଥିବା ତୃଣକ ବୀଜ ସାଧାରଣତଃ ଅଙ୍କୁରିତ ହୁଏ । ଅଧିକାଂଶ ଫସଲ ବୀଜ ୫-୭.୫ ସେ.ମି. ଗଭୀରତାରେ ଥାଏ । ଏଣୁ ଉପର ମାଟିରେ ଔଷଧ ପକାଇ ଫସଲର କ୍ଷତି ନଘଟାଇ ତୃଣକ ନିୟନ୍ତ୍ରଣ କରିହୁଏ ।
ସକ୍ରିୟତା – ଅଙ୍ଗାର କେତେକ ତୃଣକମାରୀର ଏକ ବଳିଷ୍ଠ ଅଧିଚୋଷକ । ବୀଜ ଓ ଚାରା ଚାରିପଟେ ଏହାକୁ ପ୍ରୟୋଗ କଲେ ତୃଣକମାରୀ ବିଷର ଆବିଷ୍କାର ହେଲାଣି । ଏହାକୁ ମୃତ୍ତିକାରେ ପ୍ରୟୋଗ କଲେ କିମ୍ବା ବିହନ ସହିତ ମିଶାଇ ବୁଣିଲେ ତୃଣକମାରୀ ଫସଲର କ୍ଷତି କରିପାରେ ନାହିଁ ।
ଫସଲ ଥିବା କ୍ଷେତରେ ନୂଆ ହୋଇ ଉଠୁଥିବା ତୃଣକକୁ ନିୟନ୍ତ୍ରଣ କରିବା ପାଇଁ ଦାନାଦାର ଔଷଧ ବିଶେଷ ସହାୟକ ହୁଏ । ଫସଲ ପତ୍ର ଉପରେ ନରହି ଦାନାଦାର ଔଷଧ ତଳକୁ ଖସିପଡେ ଏବଂ ଆର୍ଦ୍ର ମୃତ୍ତିକା ସଂସ୍ପର୍ଶରେ ଆସି ଅଙ୍କୁରିତ ତୃଣକକୁ ନିୟନ୍ତ୍ରଣ କରେ ।
ସବୁ ତୃଣକମାରୀ ଉଦ୍ଭିଦ ଶରୀରରେ ସମହାରରେ ପରିବାହିତ ହୁଅନ୍ତି ନାହିଁ । ଅଧିକ ହାରରେ ପରିବାହିତ ହେଲେ ତୃଣକମାରୀ ଅଧିକ କ୍ଷତି ଘଟାଏ । ଉଦାହରଣ ସ୍ୱରୂପ ୨,୪ ଡି ଆଖୁରେ ବିଳମ୍ବରେ ଏବଂ ଶିମ୍ବରେ ଶୀଘ୍ର ଶୀଘ୍ର ପରିବାହିତ ହୁଏ । ଫଳରେ ୨,୪ ଡି ଆଖୁ ଗଛର ବିଶେଷ କ୍ଷତି କରେ ନାହିଁ କିନ୍ତୁ ଶିମ୍ବଗଛ ପାଇଁ କ୍ଷତିକାରକ ହୁଏ ।
କର୍ମସ୍ଥଳୀରେ ତୃଣକମାରୀ ପହଞ୍ଚିବା ପୂର୍ବରୁ ବିଷାକ୍ତ ପଦାର୍ଥକୁ ନିଷ୍କ୍ରିୟ କରିବାରେ ଉଦ୍ଭିଦ ମଧ୍ୟରେ ତାରତମ୍ୟ ଦେଖାଯାଏ । ସହିଷ୍ଣୁଜାତିର ଉଦ୍ଭିଦ ତୃଣକମାରୀର ଅଣୁ ବା ଆୟନକୁ ଶୀଘ୍ର ନିଷ୍କ୍ରିୟ କରିଦିଏ । ସମ୍ବେଦନଶୀଳ ଜାତିର ଉଦ୍ଭିଦ ସେପରି କରିପାରେ ନାହିଁ । ବିଷାକ୍ତ ପଦାର୍ଥର ନିଷ୍କ୍ରିୟତା ବିପଚନ, ବିପରୀତ ବିପଚନ ଓ ସଞ୍ଜୁଗ୍ମନ ଯୋଗୁ ହୋଇଥାଏ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 4/26/2020