অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୋରିଷ

ସୋରିଷ ଓ ରାଇସୋରିଷ

ସୋରିଷ ଓ ରାଇସୋରିଷ  ଭାରତର ମୁଖ୍ୟ ତୈଳବୀଜ ଫସଲ  । ଚିନାବାଦାମ ପରେ ସୋରିଷ ସ୍ଥାନ ଦ୍ଵିତୀୟ  । ଭାରତର ଉତ୍ତରପ୍ରଦେଶ,  ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମ ଓଡିଶା ଏବଂ ଆସାମ ରାଜ୍ୟର ଲୋକମାନଙ୍କର ପ୍ରାୟ ୫୦%  ସ୍ନେହସାର ଆବଶ୍ୟକତା ଉଭୟ ଚିନାବାଦାମ ଓ ସୋରିଷ ଫସଲରୁ ମିଳେ   ।

ପୃଥିବୀର ଅଧିକ ସୋରିଷ ଓ ରାଇସୋରିଷ ଉତ୍ପାଦନ କରୁଥିବା ଦେଶମାନଙ୍କମଧ୍ୟରୁ  ଭାରତ ଅନ୍ୟତମ  । ସୋରିଷ ଓ ରାଇସୋରିଷ ଭାରତରେ ୧.୬୨ ନିୟୁତ ଟନ ଉତ୍ପାଦନ ହୋଇଥାଏ   । ଏହା ମୋଟ ତୈଳବୀଜ ଉତ୍ପାଦନ ୧୮% ଭାଗ   । ସୋରିଷର ୩୭-୪୯% ତେଲଥାଏ   । ମଞ୍ଜି ଓ ତେଲ ଖାଇବା ପାଇଁ, ବିଭିନ୍ନ ଖାଦ୍ୟ ପଦାର୍ଥ ତରକାରୀ ଇତ୍ୟାଦି ପାଇଁ ବ୍ୟବହାର ହୋଇଥାଏ   । ସୋରିଷ ତେଲ ଆଚାର ତିଆରି ପାଇଁ ମଧ୍ୟ ବ୍ୟବହାର ହୁଏ   । ଏହି ତେଲରୁ କେଶ – ତେଲ, ସାବୁନ ଏବଂ ଔଷଧ ମଧ୍ୟ ତିଆରି କରାଯାଏ   । ପିଡିଆ ଗୋ ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ   । ସବୁଜ ପତ୍ର ଓ କାଣ୍ଡ ଗୋ ଖାଦ୍ୟରୂପେ ବ୍ୟବହାର ହୁଏ   । କଅଁଳ ପତ୍ର ଶାଗଭଳି କରି ମଧ୍ୟ ଲୋକେ ଖାଆନ୍ତି   । କାରଣ ଏଥିରୁ ଯଥେଷ୍ଟ ଗନ୍ଧକ ମିଳିଥାଏ   । ଏହି ତେଲ ଚମଡା ଶିଳ୍ପରେ ମଧ୍ୟ ବ୍ୟବହାର କରାଯାଏ   ।

ଉଦ୍ଭବ କେନ୍ଦ୍ର

କେତେକ ବଜ୍ଞାନିକଙ୍କ ମତରେ ଚୀନ ହେଉଛି ଏହାର ଉଦ୍ଭବ କେନ୍ଦ୍ର  । ଚୀନରୁ ଭାରତ ଓ ଭାରତରୁ କାଳକ୍ରମେ ଆଫଗାନିସ୍ଥାନକୁ ସୋରିଷ ପ୍ରସାର ଲାଭ କରିଥିଲା   ।

କ୍ଷେତ୍ରଫଳ ଓ ବଣ୍ଟନ :

ପୃଥିବୀରେ ସୋରିଷ ଚାଷ କରାଯାଉଥିବା  ମୁଖ୍ୟ ଦେଶଗୁଡିକ ହେଲା – ଭାରତ, କାନାଡା, ଚୀନ, ପାକିସ୍ଥାନ, ପୋଲାଣ୍ଡ, ବଙ୍ଗଳା ଦେଶ, ଏବଂ ସୁଇଡେନ  । କ୍ଷେତ୍ରଫଳ ଦୃଷ୍ଟିରୁ ଭାରତ ପୃଥିବୀର ପ୍ରଥମ  । ଦ୍ଵିତୀୟ ବୃହତ୍ତମ ଦେଶ ହେଲା – କାନାଡା  । ଭାରତର ଉତ୍ତର ପ୍ରଦେଶରୁ ହିଁ ମୋଟ ସୋରିଷ ଓ ରାଇସୋରିଷର ୬୦% ଭାଗ ଉତ୍ପାଦନ ହୋଇଥାଏ   । ସୋରିଷ ଓଡିଶାର ଗୋଟିଏ ମୁଖ୍ୟ ତୈଳବୀଜ ଫସଲ   ।

ଶ୍ରେଣୀ ବିଭାଗ :

ଭାରତରେ ଚାଷ କରାଯାଉଥିବା ସୋରିଷକୁ ନିମ୍ନଲିଖିତ ମତେ ବିଭକ୍ତିକରଣ କରାଯାଇପାରେ  ।

ଭାରତୀୟ ଶ୍ରେଣୀ

ଜାତି ଓ ପ୍ରଜାତି

ରଙ୍ଗ

ସାଧାରଣ ନାମ

କ୍ରୋମଜମ୍

ସାରସନ୍

ଭାରତୀୟ ରେପ

Barssica campestris –var-Toria

ହଳଦିଆ

ହଳଦିଆ ସୋରିଷ

20

ଖଇରା ବା ଲାଲ

ଲାଲ ସୋରିଷ

20

ତୋରିଆ ରେପ୍

Barssica campestris –var-Toria

ହଳଦିଆ

ହଳଦିଆ ତୋରିଆ

20

କଳା

କଳା ତୋରିଆ ବା ଲାହି

20

ରାଇ ସୋରିଷ

Barssica junsea

ହଳଦିଆ

ରାଇ

36

Barssica junsea var-Toria

 

ପାହାଡି ସୋରିଷ

36

Barssica nigra

 

କଳା

16

ଉଦ୍ଭିଦ ବର୍ଣ୍ଣନା :

ବଂଶ ସୋରିଷ ବଂଶୀ ପ୍ରଜାତି ବ୍ରାସିକା, ଜାତି- କାମ୍ପେଷ୍ଟ୍ରିସ୍  ଜନସିଆ ନାଇଗ୍ରା ଆବା ହିରଟା  । ବାଣିଜ୍ୟ ଦୃଷ୍ଟିରୁ ସୋରିଷକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ – (୧) ରେପ୍ ରାଇ, ତୋରିଆ, (୨) ସୋରିଷ (୩) ଲାହି ବା ତାରାମିରା

ସୋରିଷ ଏକ ଋତ୍ଵିକ ଫସଲ  । ଗଛ ଛୋଟ, ଶାକୀୟ ଏହା ରାଇ ସୋରିଷ ଗଛଠାରୁ ଛୋଟ  । ଗଛର ଉଚ୍ଚତା ୪୫-୫୦ ସେ.ମି.  । କାଣ୍ଡ ଅଠାଳିଆ ପଦାର୍ଥ ଦ୍ଵାରା ଘୋଡେଇ ହୋଇଯାଇଥାଏ   । ପତ୍ରରୁ ହିଁ ଏହା ରାଇ ସୋରିଷ ଠାରୁ କିପରି ଫରକ ଜାଣି ହୋଇଯାଏ   । ରେପ୍- ସୋରିଷର ପତ୍ରଗୁଡିକ ଅବୃନ୍ତ, ଚିକ୍କଣ ଏବଂ ଲୋମଯୁକ୍ତ   । ଫଳକର ତଳଅଂଶ ଡେମ୍ଫକୁ ସମ୍ପୂର୍ଣ୍ଣ ଭାବରେ ବା ଆଂଶିକ ଘୋଡେଇ ରଖିଥାଏ   । ଫଳଗୁଡିକ ରାଇ ସୋରିଷ ଠାରୁ ମୋଟା ଓ ପାର୍ଶ୍ଵରୁ ଚେପେଟା, ଫଳର  -  ଅଂଶ ଚଞ୍ଚୁପରି ହୋଇଥାଏ   । ମଞ୍ଜିଗୁଡିକ ହଳଦିଆ ବା ବାଦାମୀ ରଙ୍ଗ ଏବଂ ବୀଜାବରଣ ମଶଣ  ।

ରାଇସୋରିଷ ଏହି ସୋରିଷକୁ ରାଇ ବା ଲାହା କୁହାଯାଏ  । ରାଇ ଗଛଗୁଡିକ ଲମ୍ବା ୯୦-୨୦୦ ସେ.ମି., ସିଧା ଏବଂ ବହୁ ଶାଖା ପ୍ରଶାଖା ଯୁକ୍ତ   । ପତ୍ରର ବିସ୍ତାରଣ ରେପ୍ ସୋରିଷ ମୂଳରୁ ହୁଏ ନାହିଁ, ଡେମ୍ଫଯୁକ୍ତ, ଓସାରିଆ ଅଳ୍ପଖଣ୍ଡିତ, ପକ୍ଷକାର  । ଫଳ ଗୁଡିକ ସରୁଆ ୨-୬.୫ ସେ.ମି. ଲମ୍ବା, ସିଧା, ଉର୍ଦ୍ଧ୍ଵଗାମୀ ଏବଂ ଫଳର ଗୋଟିଏ ଛୋଟ ମୋଟା ଚଞ୍ଚୁଥାଏ   । ମଞ୍ଜି – ବାଦାମୀ ବା ଗାଢ ବାଦାମୀ  । ବୀଜାବରଣ ବନ୍ଧୁର   । ଉଭୟ ରେପ୍ ଓ ମଷ୍ଟାର୍ଡରେ ସ୍ଵପରାଗଣ ହୁଏ, କିନ୍ତୁ ପରପରାଗଣ ଆଂଶିକ ହୋଇଥାଏ   । ଉଭୟ ଜାତିର ସୋରିଷର  ଫୁଲରେ ଚାରିଗୋଟି  ବୃତ୍ତି ଓ ଚାରିଗୋଟି ଦଳ ଥାଏ   । ଏଗୁଡିକ ଗାଢ ହଳଦିଆରୁ ଫିକା ହଳଦିଆ  ରଙ୍ଗ   । ପ୍ରତ୍ୟକ ଫୁଲରେ ଛଅଗୋଟି  କେଶର ଥାଏ  । କେଶର ମୁକ୍ତ; ଦୁଇଟି ବଳୟରେ ସଜ୍ୱିତ । ସେଥିରୁ ଦୁଇଗୋଟି କେଶର ପାର୍ଶ୍ଵସ୍ଥ, ବାହ୍ୟ ସମ୍ମୁଖୀ ଓ ଅନତିଦୀର୍ଘ ଏବଂ ଚାରିଗୋଟି କେଶର ମଧ୍ୟବର୍ତ୍ତୀ  ଅନ୍ତରସ୍ଥ ଏବଂ ଦୀର୍ଘ; ଅର୍ଥାତ୍ ୨+୪, ତେଣୁ ଏହାକୁ ଚତୁଃଦୀର୍ଘକ କୁହାଯାଏ   । ଫଳିକା ଯୌଗିକ, ଡିମ୍ବାଶୟ ଦ୍ଵିକୋଷ୍ଟି ଦୁଇ ଫଳିକା ଯୁକ୍ତ ଫଳିକା ଗୋଟିଏ ସ୍ଵଚ୍ଛ ପରଦା ଦ୍ଵାରା ପ୍ରକୋଷ୍ଟ ଦୁଇଟି ଅଲଗା ଥାଏ   । ପ୍ରତ୍ୟକ ପ୍ରକୋଷ୍ଠରେ ଏକାଧିକ ଡିମ୍ବାକ ଥାଏ   । ଡିମ୍ବାଶୟ ଭିତରେ ଡିମ୍ବାଣୁ, ନାଦ ଗୁଡିକ ଚୋପା ଓ ସ୍ଵଚ୍ଛପରଦା ସହ କାନ୍ଥଭଳି ଛୋଟ ଛୋଟ ପ୍ରକୋଷ୍ଠ ସୃଷ୍ଟିକରି ରହିଥାନ୍ତି   । ପ୍ରତି କ୍ଷୁଦ୍ର ଗୃହରେ ଗୋଟିଏ ଗୋଟିଏ ବୀଜଥାଏ  । ଭ୍ରୁଣ ବନ୍ଧନୀ ବା ଡିମ୍ବାଣୁ ନାଦ ମାୟାପଟି ଦ୍ଵାରା ଦୁଇପରର ମଞ୍ଜି ଅଲଗା ଅଲଗା ରହିଥାନ୍ତି  । ମାୟା ପଟି ସହ ବୀଜନାଦ ଲାଗିଥାଏ   । ଫଳ ଛୁଇଁ ଭଳି, ପ୍ରତ୍ୟକ ଫଳରେ ୧୨-୧୬ ବୀଜଥାଏ   ।

ଜଳବାୟୁ ଓ ଋତୁ :

ସୋରିଷ C ସର୍ବନିମ୍ନ ଓ ସର୍ବାଧିକ ତାପ C ଦରକାର କରେ   । ସୋରିଷ ଓ ରାଇ ସୋରିଷ ଶୀତଦିନିଆ ଫସଲ  । ଏହି ଫସଲ ଉପ – ଉଷ୍ଣ ଓ ନାତିଶୀତୋଷ୍ଣ ମଣ୍ଡଳୀୟ ଜଳବାୟୁରେ ଚାଷ କରାଯାଏ   । ସୋରିଷ ତାର ଜୀବନକାଳରେ ସନ୍ତୋଷଜନକ ବୃଦ୍ଧି ଓ ବିକାଶ ପାଇଁ ଥଣ୍ଡା ଓ ଶୁଷ୍କ ପରିବେଶ ଦରକାର କରେ   । ଅଙ୍ଗୀୟ ବୃଦ୍ଧି ସମୟରେ ମୃତ୍ତିକାରେ ଆବଶ୍ୟକୀୟ ଜଳ ରହିବା ଦରକାର କରେ   । ଅଙ୍ଗୀୟ ବୃଦ୍ଧି ସମୟରେ ମୃତ୍ତିକାରେ ଆବଶ୍ୟକୀୟ ଜଳ ରହିବା ଦରକାର କରେ ଏବଂ ଜନନାବସ୍ଥାରେ ଜଳବାୟୁ ସ୍ଵଚ୍ଛ ଓ ଶୁଷ୍କ ରହିବା ଆବଶ୍ୟକ   । ଥଣ୍ଡାପାଗ, ସ୍ଵଚ୍ଛ ଶୁଷ୍କ ପାଗ, ବହୁଳ ସୂର୍ଯ୍ୟ ଲୋକ ଏବଂ ମୃତ୍ତିକାରେ ଆବଶ୍ୟକୀୟ ଆଦ୍ରତା ତୈଳ ଉତ୍ପାଦନ ବୃଦ୍ଧି କରିଥାଏ  । ଏହା ଗୋଟିଏ ଦୀର୍ଘ ଦିବାଲୋକର  ଫସଲ  । ଫସଲର ମରୁଡି ସହଣୀ କ୍ଷମତା ନାହିଁ   ।ବାର୍ଷିକ ୩୫-୪୫ ସେ.ମି. ବର୍ଷା ଯଥେଷ୍ଟ  । ପାଣି ଜମି ରହିଲେ ସୋରିଷ ଫସଲର କ୍ଷତି ହୋଇଥାଏ   । ଓଡିଶାରେ ସୋରିଷ ଅକ୍ଟୋବର ଶେଷ ସପ୍ତାହରୁ ନଭେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ବୁଣାଯାଏ ଏବଂ ଫେବୃୟାରୀ ଶେଷ ସୁଦ୍ଧା ଅମଳ କରାଯାଇଥାଏ   । ଓଡିଶାର ଉପକୂଳ ଜିଲ୍ଲା ଅଞ୍ଚଳରୁ ଆରମ୍ଭ କରି ଅନ୍ତଃଜିଲ୍ଲାଗୁଡିକର ପାହାଡିଆ ଅଞ୍ଚଳରେ ସୋରିଷ  ଚାଷ କରାଯାଏ   । ଉତ୍ତର ଭାରତରେ ତାପମାନ କମ୍ ବହୁଦିନ ଧରି ରହୁଥିବାରୁ ଏହି ଫସଲର ବୃଦ୍ଧି ଓ ବିକାଶ ଭଲ ହୋଇଥାଏ   । ଏବଂ ଅମଳ ଅଧିକ ହୁଏ   ।

ମୃତ୍ତିକା :

ବାଲିଆ ଦୋରସା ଠାରୁ ଆରମ୍ଭ କରି ମଟାଳ ଦୋରସା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ମୃତ୍ତିକାରେ ସୋରିଷ ଫସଲ ହୋଇପାରିବ  । କିନ୍ତୁ ସୋରିଷ ହାଲୁକା ଦୋରସା ମୃତ୍ତିକା ବା ପଟୁ ଦୋରସା ମୃତ୍ତିକାରେ ଭଲ ହୁଏ   । ମଟାଳ ମାଟିରେ ଜଳାନୁବୋଧନ ସୋରିଷ ସହ୍ୟ କରିପାରେନାହିଁ  କୀ ଗୁରୁ ମୃତ୍ତିକାରେ ଭଲହୁଏ  ନାହିଁ   । ମୃତ୍ତିକାର ପି.ଏଚ୍ ୭ ରହିବା ଭଲ   । ଏହି ଫସଲ ସାମାନ୍ୟ ଲୁଣୀ ବା କ୍ଷାରୀ ସହ୍ୟ କରିପାରେ   ।

ବିହନ କିସମ :

ସୋରିଷ ଉତ୍ପାଦନ ବୃଦ୍ଧି କରିବା ପାଇଁ ଉନ୍ନତ ସୋରିଷ ବିହନ ବ୍ୟବହାର କରିବା ଉଚିତ   । ଓଡିଶାର ଜଳବାୟୁକୁ ସୁହାଉଥିବା କେତେକ ଉନ୍ନତ ବିହନ ନିମ୍ନରେ ଦିଆଗଲା  ।

କିସମ

ଅବଧି ଦିନ

ଏମ୍ - ୨୭

୭୫

ଟି – ୯

୮୫

ପି.ଟି – ୩୦୩

୮୦

ବି.ଟି.ଏସ୍ – ୨୯

୭୫

ବିନୟ (YSB - ୯)

୯୦

ପୁଷ୍ପା ବୋଲଢ

୧୦୫

ପୁଷ୍ପା ବାହାର

୧୦୦

କ୍ରାନ୍ତି

୧୧୦-୧୧୫

କ୍ରିଷ୍ଣା

୧୧୦-୧୧୫

ବରୁଣ

୧୧୫

ଅଣ ଜଳସେଚନ କମି ପାଇଁ ସହଜ ଅମଳ କିସମ ଓ ଜଳସେଚିତ ଜମି ପାଇଁ ଅଧିକ ଦିନର ଅମଳ ହେଉଥିବା କିସମ ବ୍ୟବହାର କରନ୍ତୁ   ।

ଚାଷ ପ୍ରଣାଳୀ :

ଜମି ପ୍ରସ୍ତୁତି :

ସୋରିଷ ଫସଲ ଗୁଣ୍ଡମାଟି ଦରକାର କରେ  । ଏଣୁ ଜମି ପାଗିଥିବା ସମୟରେ ୩-୪ ଓଡ କାଠ ଲଙ୍ଗଳରେ ଚାଷ କରି ଟେଳା ଭାଙ୍ଗି ମଇ ଦେଇ ମାଟି ଗୁଣ୍ଡ କରି ସମତୁଲ କରିଦେବା ଦରକାର   । ଜମିରେ ଢେଲା ରହିଗଲେ ସୋରିଷ ମଞ୍ଜି ଛୋଟ ଛୋଟ ହୋଇଥିବାରୁ  ମଞ୍ଜି ଟେଳା ତଳେ ରହିଯିବା ଫଳରେ ଗଜା ହୁଏନାହିଁ  । ବା ଗଜା ହୋଇ ମରିଯାଏ   । ଏଣୁ ସୋରିଷ ଫସଲ ପାଇଁ ଗୁଣ୍ଡ ଚାଷ ଦରକାର  । ଜମିରୁ ଅନାବନା ଘାସ ବାଛି ସଫା କରିଦେବା ଦରକାର   । ବିହନ ବୁଣିବା ଜମିରେ ଯଥେଷ୍ଟ ଆର୍ଦ୍ରତା ରହିବା ଉଚିତ   ।

ବିହନ ବୁଣିବା ସମୟ :

ଅଧିକ ଉପାଦାନ କରିବାକୁ ହେଲେ ସୋରିଷକୁ ଠିକ୍ ସମୟରେ ବୁଣିବା ଦରକାର   । ସୋରିଷ ମଞ୍ଜିରେ ତୈଳଭାଗ ପରିବେଶ ଅର୍ଥାତ୍ ଉତ୍ତାପ, ଆର୍ଦ୍ରତା, ଇତ୍ୟାଦି ଉପରେ ନିର୍ଭର କରେ   । ଆଗରୁ ବୁଣିଲେ ବା ଡେରିରେ ବୁଣିଲେ ପରିବେଶର କ୍ଷତିକାରକ ପ୍ରଭାବ ଯୋଗୁ ତୈଳାଂଶ କମିଯାଏ  ଏବଂ ଅମଳ ମଧ୍ୟ କମିଯାଏ  । ଯଦି ବିଳମ୍ବରେ ବୁଣାଯାଏ ତେବେ ପରିବେଶର କୁପ୍ରଭାବ ଯୋଗୁ ଫସଲର ଅଙ୍ଗୀୟ ବୃଦ୍ଧି ଭଲ ହୁଏ  ନାହିଁ   । ଫୁଲ ହେବା ସମୟ କମିଯାଏ   । ଛୁଇଁ ହେବା, ମଞ୍ଜି ହେବା ଏବଂ ମଞ୍ଜୀର ଆକାର ଉପରେ ମଧ୍ୟ ପରିବେଶର କୁପ୍ରଭାବ ପଡେ   । ତୋରିଆ ସୋରିଷ ବୁଣିବାପାଇଁ ସେପ୍ଟେମ୍ବର ୨୫ ତାରିଖରୁ ଅକ୍ଟୋବର ଶେଷଯାଏ  ହେଉଛି  ଉପଯୁକ୍ତ ସମୟ ଯଦି ବୁଣିବା ବିଳମ୍ବ ହୁଏ ତେବେ ଫସଲକୁ ଜଉପୋକ ଲାଗିଯିବା  । ରାଇସୋରିଷ ଓ ସୋରିଷ ବୁଣା ଅକ୍ଟୋବର ୩ ସପ୍ତାହ ସୁଦ୍ଧା ଶେଷ ହେବା ଦରକାର  । ଏହି ସୋରିଷ ନଭେମ୍ବର ୧୫ ତାରିଖ ସୁଦ୍ଧା ବୁଣାଯାଇପାରିବ  ।

ବିହନ ପରିମାଣ ଓ ବିହନ ବିଶୋଧନ :

ହେକ୍ଟର ପିଛା ୮ କେଜି ବିହନ ସହ କିଲୋଗ୍ରାମ୍ ପ୍ରତି ୩ ଗ୍ରାମ ହିସାବରେ ଥିରାମ ବା କ୍ୟାପଟାନ ଗୁଣ୍ଡ ଗୋଳାଇ ବିଶୋଧନ କରନ୍ତୁ   ।

ବୁଣିବା ପ୍ରଣାଳୀ :

ବିହନ ବୁଣିବା ସମୟରେ ମାଟିରେ ଯଥେଷ୍ଟ ବତର ଥିବା ଦରକାର   । ସହ କିସମଗୁଡିକୁ ଧାଡିକୁ ଧାଡି ୨୦ ସେ.ମି. ଓ ଡେରି କିସମଗୁଡିକୁ ୩୦ ସେ.ମି. ବ୍ୟବଧାନରେ ରଖି ଗଛକୁ ଗଛ ୮-୧୦ ସେ.ମି. ବ୍ୟବଧାନ ରଖି ୨.୫ ସେ.ମି. ଗଭୀରରେ ବୁଣନ୍ତୁ  ।

ଜଳସେଚିତ ବରୁଣ କିସମ ପାଇଁ ଧାଡିକୁ ଧାଡି ୪୫ ସେ.ମି. ବ୍ୟବଧାନ ରଖନ୍ତୁ   । ଧାଡିରେ ବୁଣିଲେ ପରବର୍ତ୍ତୀ ଯତ୍ନନେବା ସହଜ ହୁଏ   । ଖର୍ଚ୍ଚ ମଧ୍ୟ କମିଯିବ  । ଏଣୁ ସବୁବେଳେ ଧାଡିରେ ବୁଣିବା ଭଲ  । ଏହାଦ୍ଵାରା ଜମିରେ ଗଛସଂଖ୍ୟା ଠିକ୍ ରଖିହେବ ଫଳରେ ଭଲ ଅମଳ ମିଳିବ  । ଖାତା ଓ ସାରର  ମଧ୍ୟ ସଦଉପଯୋଗ ହେବ   ।

ଖତ ଓ ସାର ପ୍ରୟୋଗ :

ହେକ୍ଟର ପିଛା ୫ ଟନ୍  ଗୋବର ଖତ ବା କମ୍ପୋଷ୍ଟ ଶେଷ ଓଡ ଚାଷ କରିବା ସମୟରେ ପ୍ରୟୋଗ କରି ମଇ ଦେଇ ମାଟିରେ ମିଶାଇ ଦିଆଯାଏ   । ଏହା ଛଡା ନିମ୍ନଲିଖିତ ପରିମାଣର ରାସାୟନିକ ସାର ହେକ୍ଟର ପିଛା ବ୍ୟବହାର କରାଯାଏ   ।

ସୋରିଷର ରାସାୟନିକ ସାର ଆବଶ୍ୟକ (କେଜି / ହେକ୍ଟର) :

 

ଜଳସେଚିତ

ଅଣଜଳସେଚିତ

ଯବକ୍ଷାରଜାନ (N)

60

30

ଫସଫରସ୍ ()

30

15

ପଟାସ (O)

30

15

ଜଳସେଚିତ ଫସଲରେ ବିହନ ବୁଣିବା ପୂର୍ବରୁ ୫୦% ଯବକ୍ଷାରଜାନ ଜାତୀୟ ସାର, ସବୁତକ ଫସଫରସ୍ ଓ ପଟାସ ଜାତୀୟ ସାର ସିଆରରେ କିଛି ଖତ ସହ ମିଶାଇ ପ୍ରୟୋଗ କରନ୍ତୁ ତାପର ମାଟି କିଛି ଘୋଡାଇ ବିହନ ବୁଣନ୍ତୁ  । ଅବଶିଷ୍ଟ ୫୦% ଯବକ୍ଷାରଜାନ ଜାତୀୟ ସାରକୁ ଗଛ ଉଠିବାର ୨୧ ଦିନ ବେଳକୁ ପ୍ରାଗ କରି ପାଣି ମଡାନ୍ତୁ  । ଅଣଜଳସେଚିତ ଫସଲରେ ବିହନ ବୁଣିବା ପୂର୍ବରୁ ସବୁସାରକୁ ଲଙ୍ଗଳ ସିଆରରେ ୭-୧୦ ସେ.ମି. ଗଭୀରରେ ପ୍ରୟୋଗ କରି ମାଟି ଘୋଡାଇ ବିହନ ବୁଣନ୍ତୁ   ।

ଅନ୍ତଃଚାଷ :

ଗଛ ଉଠିବାର ୩ ସପ୍ତାହ ବେଳକୁ ଖୁସାଖୁସି କରି ଘାସବାଛି ଦିଅନ୍ତୁ   । ଧାଡିରେ ଅଧିକ ବହଳ ଥିଲେ  ୮-୧୦ ସେ.ମି. ବ୍ୟବଧାନରେ ଭଲଗଛ ରଖି ଦୁର୍ବଳ ଓ ରୋଗୀଣା  ଗଛ ସବୁ ଉପାଡି ଦିଅନ୍ତୁ   ।

ଜଳ ସେଚନ :

ଶୀର୍ଷ ସାର ପ୍ରୟୋଗ ପରେ ଥରେ ଓ ଫଳ ଧରିବା ଅବସ୍ଥାରେ ଆଉଥରେ ଏହି ପରି ୨ ଥର ପାଣି ମଡାଯାଇ ପାରିବ   ।

ସୋରିଷ କଟା ଓ ଅମଳ :

ଗଛ ଓ ଛୁଇଁ ଗୁଡିକ ହଳଦିଆ ପଡିଗଲେ ସୋରିଷ ଗଛ କଟାଯାଏ ବା ଉପାଡି ଦିଆଯାଏ  । ତା’ ପରେ ଗୋଛାରେ ବାନ୍ଧି ଲିପା ଖଳାରେ ଶୁଖାଯାଏ  । ଖରାରେ ଗଛ ଶୁଖିଗଲେ ଠେଙ୍ଗାରେ ପିଟି ବା ବଳଦ ମଡାଇ ସୋରିଷ ଅମଳ କରାଯାଏ   ।

ସୋରିଷ ଭଲଭାବେ ଉଡାଇ ସଫା କରି ୮-୯% ଜଳୀୟ ଅଂଶ ଥିବା ସମୟରେ ସାଇତି ରଖାଯାଏ   । ହେକ୍ଟର ପିଛା ୧୦-୧୫ କୁଇଣ୍ଟାଲ ଅମଳ ମିଳିଥାଏ   । ପଲିଥିନ୍ ଦେଇ ଅଖାରେ ସୋରିଷ ରଖିବା ଉଚିତ୍  । ଅଖାକୁ ଶୁଖିଲା ଜାଗାରେ ରଖିଲେ ଜଳୀୟ ଅଂଶ ବୃଦ୍ଧି ପାଏ ନାହିଁ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate