অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶସ୍ୟ ଜାତୀୟ ଫସଲ(ମକା ଚାଷ)

ଉପକ୍ରମ

ମକା ପୃଥିବୀର ତୃତୀୟ ଶସ୍ୟପ୍ରଦ ଫସଲ  । ଏହି ଫସଲର ଅତ୍ୟଧିକ ଅମଳ କ୍ଷମା ରହିଥିବାରୁ ଏହା “ଶସ୍ୟପ୍ରଦ - ଫସଲରାଣୀ” ନାମରେ ପରିଚିତ   ।

ମକା ଭାରତର ପ୍ରତ୍ୟକ ପ୍ରଦେଶରେ ଚାଷ କରାଯାଏ   । ଭାରତରେ ଉତ୍ପାଦିତ  ହେଉଥିବା ମକାର ୮୫% ଖାଦ୍ୟସାମଗ୍ରୀ ରୂପେ ବ୍ୟବହାର ହୋଇଥାଏ   । ମକାକୁ ପୋଡି ଖଇ ଇତ୍ୟାଦି ବିଭିନ୍ନ ପ୍ରକାର ଖାଦ୍ୟସାମଗ୍ରୀ ତିଆରି କରାଯାଏ   । ମକାଭଜା ପିଲାମାନେ ଖାଇବାକୁ ଭଲ ପାଆନ୍ତି  । ଏହା ଛଡା ମକା ଗୋ – ଖାଦ୍ୟ, କୁକୁଡା ଖାଦ୍ୟ ଓ ଘୁଷୁରି ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ  । ମକାରେ ୧୦% ପୁଷ୍ଟିସାର, ୪% ସ୍ନେହସାର, ୭୦% ଶ୍ଵେତସାର, ୨-୩ % କ୍ରୁଡ ଫାଇବର, ୧୦.୪% ଆଲାବୁମିନୋ ଏସିଡି ଓ ୧.୪% ଖଣିଜ ପଦାର୍ଥ  ରହିଛି   ।

ଉଦ୍ଭବ କେନ୍ଦ୍ର –

ମଧ୍ୟ ଆମେରିକା ଏବଂ ମେକ୍ସିକୋ ମକାର ଉଦ୍ଭବ କେନ୍ଦ୍ର ବୋଲି ସ୍ଥିର ହୋଇଥିଲେ  ମଧ୍ୟ ଅଧିକାଂଶ ବୈଜ୍ଞାନିକଙ୍କ ମତରେ ମେକ୍ସିକୋ  ମକାର ଘର ବୋଲି ସ୍ଵୀକାର କରାଯାଇଛି   ।

ବିସ୍ତୃତ –

ୟୁ.ଏସ୍.ଏ. ବ୍ରାଜିଲ, ଚୀନ, ମେକ୍ସିକୋ ଓ ଭାରତରେ ବହୁଳଭାବରେ ଏହା ଚାଷ କରାଯାଏ   ।

ଉଦ୍ଭିଦବର୍ଣ୍ଣନା

ମକା ପୋଏସି ବଂଶଜ  । ଏହା ୧-୩ ମିଟର ପର୍ଯ୍ୟନ୍ତ ଉଚ୍ଚ ହେଉଥିବା ଏକ ଲମ୍ବା ଏକ ବର୍ଷୀ ଉଦ୍ଭିଦ   । ଏହାର ମୁଖ୍ୟ ଅଂଶଗୁଡିକ ସଂକ୍ଷେପରେ ବର୍ଣ୍ଣନା କରାଗଲା   ।

ମୂଳମନ୍ତ୍ର

ଏହା (କ) ରେତ ଚେର (ଖ) ଶୀର୍ଷମୂଳ ଏବଂ (ଗ) ବାୟବୀୟ ଚେର କୁ ନେଇ ଗଠିତ   ।

  1. ରେତଚେର

ଭ୍ରୁଣକାଣ୍ଡ ଉପରକୁ ଉଠୁଥିବା ବେଳେ ଭ୍ରୁଣମୂଳ ତଳକୁ ଯାଏ   । ପ୍ରଥମେ ଗୋଟିଏ ଚେର ବାହାରେ ଏବଂ ପରେ ପରେ ସାଧାରଣତଃ ପାର୍ଶ୍ଵଚେର ୩ – ୫ ଟି ବାହାରେ  । ଏଗୁଡିକ ଭୂମି ତଳେ ଥିବା ପ୍ରଥମ ଗଣ୍ଠିରୁ ବାହାରେ   ।

  1. ଶୀର୍ଷମୂଳ

ମୂଳ ସନ୍ନିକଟ ତୃତୀୟ ଗଣ୍ଠିରୁ ପେଶୀ ଚେର ବାହାରେ   । ବୀଜପତ୍ରର ଅଗ୍ରଭାର ଭୂ-ପୃଷ୍ଠ ଉପରେ ପହଞ୍ଚିବା ପରେ ପରଶାଖା ଚେର ବାହାରେ  । ବାସ୍ତବରେ ଶୀର୍ଷମୂଳହିଁ ବୃତ୍ତିକ ମୂଳ ଏହା ଗଜା ହେବାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟ କରେ   ।

  1. ବାୟବୀୟ ଚେର

ଏହା ମୃତ୍ତିକାର ଉପରେ ଥିବା ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ଗଣ୍ଠିରୁ ବାହାରେ  । ଏହିସବୁ ଗଣ୍ଠିରୁ ବାହାରିବା ସମସ୍ତ ଚେର ମୃତ୍ତିକା ଭିତରେ ପ୍ରବେଶ କରିପାରେ ବା ନ କରିପାରେ  । କିନ୍ତୁ ଏହାର ମୁଖ୍ୟ କାର୍ଯ୍ୟ ହେଲା ଗଛକୁ ଜମିରେ ଭିଡି ରଖିବା  ।

କାଣ୍ଡ

କାଣ୍ଡରେ ୧୨ – ୧୮ ଗଣ୍ଠି ଥାଏ  । ପବ ମକା ଦ୍ଵାରା ପରିପୂର୍ଣ୍ଣ ହୋଇଥାଏ   । ପ୍ରତ୍ୟକ ଗଣ୍ଠିରୁ ଗୋଟିଏ  ପତ୍ର ବାହାରେ   । ଅଧିକାଂଶ ପତ୍ର ଗଣ୍ଠି ମଝିରୁ ଗୋଟିଏ କଳିକାମୁକୁଳ ବାହାରେ   । ପ୍ରତ୍ୟକ ଗଛରେ ୧୨-୨୦ଟି ପତ୍ରଥାଏ ପତ୍ରର  ଦୁଇପାଖରେ ଥାଏ  ।

ସ୍ତବକ

ମକା ଗୋଟିଏ ଉଭୟଲିଙ୍ଗୀ ଗଛ  । ଏହାର ଦୁଇପ୍ରକାର ମଞ୍ଜରୀ ବା ସ୍ତବକ ଥାଏ   । ସ୍ତ୍ରୀ ମଞ୍ଜରୀଟିକୁ ମାକ କୁହାଯାଏ   । ଏହା ଗଛର ମଝି ଗଣ୍ଠିର  ଆଖିରୁ ବାହାରେ   । ଯେଉଁଥିରେ ପୁଂ କେଶର ରହିଛି ତାହା ଗଛର ଅଗ୍ରଭାଗରେ ଥାଏ   । ଏହାକୁ ଚଅଂର କୁହାଯାଏ   । ସ୍ତ୍ରୀ ଫୁଲଗୁଡିକର ଭୁଣ୍ଡିରେ ବାହାରେ   । ଏହିପରି ଉଦ୍ଭିଦର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ପୁରୁଷ ଓ ସ୍ତ୍ରୀ ଫୁଲ (ଚଅଂର ଓ ଝୋଟ ବା ସିଲ୍ କ ) ଦେଖାଯାଏ   । ଚଅଂରରେ ଥିବା ପରାଗ ପେଟିକା ଫାଟି ପରାଗରେଣୁ ବହୁସଂଖ୍ୟାରେ ବା ସ୍ତ୍ରୀ ଫୁଲ ଉପରେ ଗଡେ  । silk ବା ଝୋଟ ଅଠାଳିଆ ହୋଇଥିବାରୁ ପୁଂ କେଶର ପଡିବା ମାତ୍ରେ ଲାଗିଯାଏ  ଏବଂ ପରାଗସଙ୍ଗମ  ହୁଏ   ।

ଜଳବାୟୁ 

ମକା ଗୋଟିଏ ଉଷ୍ଣ ପରିବେଶର ଫସଲ   । ବର୍ଷା ଓ ତାପମାତ୍ରା ମକା ଫସଲକୁ ପ୍ରଭାବିତ କରିଥାଏ   । ମକା ସମୁଦ୍ର ପତ୍ତନରୁ ୩୦୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଇ ପାରିବ  । ବର୍ଷସାରା  ଆମ ଦେଶରେ  ବିଭିନ୍ନ ପ୍ରଦେଶରେ ମକା ଚାଷ ହୁଏ   । ଉତ୍ତର ଭାରତରେ  ଖରିଫ ଋତୁରେ ମକା ଚାଷ ହୁଏ   । ଦକ୍ଷିଣ ଭାରତରେ ଯେ କୌଣସି ସମୟରେ ମକାଚାଷ ହୋଇଥାଏ   । ମକା ତା’ ଜୀବନକାଳ ମଧ୍ୟରେ ଆର୍ଦ୍ର ଓ ଉଷ୍ଣ ଜଳବାୟୁ ଆବଶ୍ୟକ  କରେ  ।

ଗଜା ହେବା ପାଇଁ C, ବୃଦ୍ଧି ପାଇଁ  ସେଲସିୟସ ଉତ୍ତାପ ଆବଶ୍ୟକ   । ଫୁଲ ଉଡାଇବା ସମୟରେ ଅତ୍ୟଧିକ ଉତ୍ତାପ ଏବଂ କମ୍ ଆର୍ଦ୍ରତା କ୍ଷତିକାରକ ହୋଇଥାଏ   । ମକା ପାଇଁ ୫୦ – ୭୫ ସେ.ମି. ସୁଷମ ବଣ୍ଟନ ବର୍ଷା ଆବଶ୍ୟକ   । ପାଣି ଜମି ରହିଲେ ମକା ଫସଲର ଯଥେଷ୍ଟ କ୍ଷତି ହୋଇଥାଏ  । ବିଶେଷ କରି ଏହାର ବୃଦ୍ଧି ସମୟରେ ଜଳ ନ ରହିବା ଉଚିତ୍  । ବର୍ଷାଦିନିଆ ମକା ପାଇଁ ଜଳସେଚନର  ଆବଶ୍ୟକତା ନ ହୋଇପାରେ   । ଶୀତଦିନିଆ ମକା ଚାଷ ପାଇଁ ଜଳସେଚନର ଆବଶ୍ୟକତା ରହିଛି  । ଶୀତ ପରିବେଶର ଜଳ ଚାହିଦା ଗ୍ରୀଷ୍ମପରିବେଶ  ଠାରୁ କମ୍ ବର୍ଷାଦିନିଆ ମକାର ବର୍ଷାପାଗ ଓ ବର୍ଷା ବଣ୍ଟନ ଉପରେ  ଉତ୍ପାଦନ ସମ୍ପୂର୍ଣ୍ଣ ନିର୍ଭରଶୀଳ  । ମେଘୁଆ ପାଗ ଯୋଗୂନ ସୂର୍ଯ୍ୟଶକ୍ତିର ପୂର୍ଣ୍ଣ ବିନିଯୋଗ ମକା ଫସଲ କରିପାରେ ନାହିଁ   । ଏଣୁ ଖରିଫ ଋତୁରେ ମକା ଉତ୍ପାଦନ ଅନୁକୂଳ ତାପମାନ ଓ ଉଜ୍ଵଳ ସୂର୍ଯ୍ୟକିରଣରେ ବଢେ   । ଏଣୁ ମକା ଉତ୍ପାଦନ ଅଧିକ ହୁଏ   ।

ମୃତ୍ତିକା

ମକା ପାଇଁ ଉଚ୍ଚ ନିଗିଡା – ଦୋରସା ଓ ମଟାଳ – ଦୋରସା ଉତ୍କୃଷ୍ଟ  । ମକା ଜଳାନୁ ବୋଧତା ସହିପାରେ ନାହିଁ  । ବରଂ ସାମାନ୍ୟ ଅମ୍ଳ ଓ କ୍ଷାର  ସହିପାରେ  । ମୃତ୍ତିକାର ପିଏଚ - ୫.୫ରୁ ୭.୫ ରହିବା ସବୁଠାରୁ ଉତ୍ତମ   ।

ବିହନ କିସମ

ପୃଥିବୀର  ଉତ୍ତର ଆମେରିକା ମୁଖ୍ୟ ଉପହାର – ହାଇବ୍ରିଡ ମକା ବା ଶଙ୍କର ମକା ବିହନ  । ହାଇବ୍ରିଡ ବା ଶଙ୍କର ମକା ବିହନର ମୁଖ୍ୟ ଗୁଣଗୁଡିକ ହେଲା –

  1. ଏହାର ଉତ୍ପାଦନ କ୍ଷମତା ଅଧିକ
  2. ଗଛ ଟାଣ ଥିବା ଯୋଗୁଁ ଶୋଇପଡେ  ନାହିଁ   ।
  3. ପୋକ ଓ ରୋଗ ପ୍ରତିରୋଧ ଶକ୍ତି ଦେଶୀ ବିହନଠାରୁ ଯଥେଷ୍ଟ ଭଲ   ।
  4. ସଅଳ ଅମଳ ହୁଏ  ।
  5. ଯବକ୍ଷାରଜାନ ସାର ବିନିଯୋଗ କରିବା କ୍ଷମତା ଅଧିକା ତାପ ଓ ମରୁଡି ସହିପାରେ   ।

ଶଙ୍କର ମକା ଚାଷର କେତେକ ପ୍ରତିବନ୍ଧକ :

ବିହନ ପ୍ରତି ବର୍ଷ କିଣିବାକୁ ହୁଏ କାରଣ ମକା ବିହନ ଉତ୍ପାଦନ ଏକ ଜଟିଳ ପ୍ରକ୍ରିୟା ଚାଷୀମାନଙ୍କ ପକ୍ଷେ ବିହନ ଉତ୍ପାଦନ କରିବା ସହଜ ନୁହେଁ   । ଏଣୁ ଚାଷୀ କରିବା ମକା ଫସଲ କେବଳ ବିକ୍ରି କରିବା ଓ ଖାଇବା ପାଇଁ ଉପଯୁକ୍ତ  । ବିହନ ପାଇଁ ନୁହେଁ  । ଭିନ୍ନ ଭିନ୍ନ ପରିବେଶ ପାଇଁ ଭିନ୍ନ ଭିନ୍ନ  ମକା ବିହନ ଉତ୍ପାଦନ ଆବଶ୍ୟକ   ।

ଭାରତରେ ଶଙ୍କର ଓ କମ୍ପୋଜିଟ ମକା ଚାଷର ପ୍ରଗତି ଓ ସଂପ୍ରସାରଣ :

ମକା ଉତ୍ପାଦନ ବୃଦ୍ଧି କରିବା ପାଇଁ ୧୯୫୭ ମସିହାରୁ ଭାରତବର୍ଷରେ ରକଫେଲର  ଫାଉଣ୍ଡେସନ ସହାୟତାରେ ଗୋଟିଏ ସୁଚିନ୍ତିତ ଯୋଜନା ପ୍ରସ୍ତୁତି କରାଯାଇଥିଲା   । ଫଳରେ ଏକ ଅନୁଷ୍ଠାନ ୧୯୬୧ ମସିହାରେ ଶଙ୍କର ମକା ଗଙ୍ଗା – ୧, ଗଙ୍ଗା – ୧୦୧, ରଣଜିତ ଏବଂ ଡୋକାନ ଏପରି ଚାରିଗୋଟି ବିହନ ମୁକ୍ତି ଲାଭ କଲା  । ତାପରେ ୧୯୬୩ ମସିହା ଓ ୧୯୭୧ ମସିହାରେ ଆଉ ୪ ଗୋଟି ଶଙ୍କର ବିହନ ମୁଖ୍ୟ ଲାଭ କଲା  । ସେଗୁଡିକ ମଧ୍ୟରୁ ଗଙ୍ଗା – ୫ ଓଡିଶାରେ ଚାଷ କରାଯାଏ   । ୧୯୭୭ ମସିହାରେ କମ୍ପୋଜିଟ ମକା ବିହନ ମିକତି ଲାଭ କଲା   । ନିମ୍ନରେ ଓଡିଶାର ଜଳବାୟୁକୁ ସୁହାଉଥିବା କେତେକ ଶଙ୍କର କମ୍ପୋଜିଟ  ମକାର ନାମ ଓ ଗୁଣ ପ୍ରଦତ୍ତ କରାଗଲା   ।

ଶଙ୍କର ମକା :

  1. ଗଙ୍ଗା – ୧ – ୧୯୬୧ ମସିହାରେ ଏହା ମୁକ୍ତ ହେଲା  । ଏହାର ପତ୍ର ଗାଢ ସବୁଜ, ଚଉଡା, ଗଛଗୁଡିକ ପବନରେ ଶୋଇ ପଡେ ନାହିଁ   । ସୂର୍ଯ୍ୟଶକ୍ତି  ବିନିଯୋଗ ଦକ୍ଷତା ଅଧିକ  । ୮୫ – ୯୦ ଦିନରେ ପାଚେ  । ପତ୍ରଢଳି ପାଉଁସିଆ ରୋଗ, ପତ୍ର ଅଙ୍ଗମାରୀ ଓ ଗେରୁଆ ପ୍ରତିରୋଧ  ଶକ୍ତି ଅଛି   । ହେକ୍ତଟର  ପ୍ରତି ଅମଳ ୪୦ – ୫୦ କ୍ଵିଣ୍ଟାଲ, ମହାରାଷ୍ଟ୍ର  କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ଓଡିଶା ଓ ଗୁଜୁରାଟ ପାଇଁ ଉପଯୁକ୍ତ   ।
  2. ଗଙ୍ଗା – ହାଇବ୍ରିଡ – ୫ ପତ୍ର ଚଉଡା ଓ ଫିକା ଶାଗୁଆ  । ମକା ଲମ୍ବା ଦାନା ଓ ସଫା ହଳଦିଆ  । ୧୧୦ ଦିନରେ ପାଚେ   । ଉତ୍ପାଦନ – ହେକ୍ଟର ପ୍ରତି ୫୫ – ୬୦ କ୍ଵିଣ୍ଟାଲ
  3. ଗଙ୍ଗା ହାଇବ୍ରିଡ ସଫେଦ – ୨ – ଏହା ୧୯୬୩ ରେ ମୁକ୍ତ କରାଗଲା ଗଛ  ସରୁଆଡେଙ୍ଗା । ପତ୍ର ସରୁଆ ଲମ୍ବ ଓ ଫିକା ଶାଗୁଆ  । ୯୫ – ୧୦୦ ଦିନରେ ଅମଳ ହୁଏ  ମକା – ଲମ୍ବା ଓ ରୋଲର ପରି, ଦାନ ଛୋଟ, ଧଳା ଓ ଫ୍ଲିଣ୍ଟ । ଆଂଶିକ ରୋଗ ପ୍ରତିରୋଧ  ଶକ୍ତି ରହିଛି   । ହେକ୍ଟର ପ୍ରତି ୪୫ – ୫୩ କ୍ଵିଣ୍ଟାଲ ଅମଳ ମିଳେ   ।
  4. ଗଙ୍ଗା – ୯ ଏହା ୧୦୫ – ୧୨୦ ଦିନରେ ଅମଳ ହୁଏ   ।
  5. ଡେକାନ ୧୦୩ ଏହା ୧୦୫ – ୧୨୦ ଦିନରେ ଅମଳ ହୁଏ   । ରୋଗ ପ୍ରତିରୋଧକ ଶକ୍ତି ରହିଛି  । ଅଧିକ ଅମଳକ୍ଷମ  ଆଂଶିକ ଫ୍ଲିଣ୍ଟ
  6. ଗଙ୍ଗା – ୨ ଏହା ମକା ନାରଙ୍ଗୀ ହଳଦିଆ ରବି ଓ ଖରିଫ ଋତୁରେ ଚାଷ କରାଯାଏ  ।
  7. ସରତାଜ ମଞ୍ଜି ହଳଦିଆ । କେବଳ ଖରିଫ ଋତୁରେ ଚାଷ କରାଯାଏ   ।

କମ୍ପୋଜିଟ ମକା

  1. ବିଜୟା ୧୦୦ – ୧୧୦ ଦିନରେ ଅମଳ ହୁଏ   । ମକା ଛୋଟ ଓ ଗୋଜିଆ  ଦାନା  । ସ୍ଵଚ୍ଛ ଓ ନାରଙ୍ଗୀ, ବର୍ଣ୍ଣ ଟାଣ  । ପ୍ରତି ଗଛରେ ଦୁଇଟି କରି ମକା ହୁଏ   । ମକା ଲମ୍ବା ଓ ଅଗ ଆଡକୁ ସରୁ  । ଗଛ ଗାଢ ସବୁଜ ବର୍ଣ୍ଣ  । ହେକ୍ଟର ପିଛା  ୫୦-୬୦ କ୍ଵିଣ୍ଟାଲ ଅମଳ ହୁଏ   ।
  2. ଜବାହର ଗଛ ଡେଙ୍ଗା, ଗାଢ ସବୁଜ  । ଡାଉନ ମିଲଡିଉ, ପତ୍ରପୋଡା ଓ କଳଙ୍କି  ରୋଗ ସହଣୀ ଶକ୍ତି ଅଛି  । ମକା ଲମ୍ବା ଓ ସିଲଣ୍ଡର ଆକୃତି  ବିଶିଷ୍ଟ, ଚୋପା ଜାବୁଡି ରହିଥାଏ   । ଗଛ ଗୋତାକେ ମକା ଗୋଟିଏ  । ଦାନା ନାରଙ୍ଗୀ -  ହରିତ୍  । ୯୫ – ୧୦୦ ଦିନରେ ପାକଲା ହୁଏ   । ହେକ୍ଟର ପ୍ରତି ୩୫ – ୫୫ କ୍ଵିଣ୍ଟାଲ ଅମଳ ଦିଏ  ।
  3. ନବଜ୍ୟୋତ – ୮୫ – ୯୫ ଦିନରେ ଅମଳ ହୁଏ  । ନାରଙ୍ଗୀ ହଳଦିଆ, ଆଂଶିକ ଫ୍ଲିଣ୍ଟ ।
  4. ଅରୁଣ ୮୦ – ୮୫ ଦିନରେ ଅମଳ ହୁଏ  । ମଞ୍ଜି ନାରଙ୍ଗୀ ହଳଦିଆ ଆଂଶିକ  ଫ୍ଲିଣ୍ଟ  ।

ଦେଶୀ ମକା ବିହନ :

  1. କାଳିପଙ୍ଗ – ମକାଦାନା ହଳଦିଆ, ବଡମକା ୧୦୦ ଦିନରେ ଅମଳ ହୁଏ   ।
  2. ଜଉନପୁର – ମଧୁରମକା, ସିଝାଇ ଓ ପୋଡି ଖିଆଯାଏ  । ୯୦ – ୧୦୦ ଦିନରେ ଅମଳ ହୁଏ   ।
  3. ଖଇମକା – ଛୋଟ ମକା ଖଇ ଭଲ ହୁଏ   ।

ଦେଶୀ ମକାଠାରୁ ଶଙ୍କର ମକା ବା କମ୍ପୋଜିଟ ମକା ୨-୫ ଗୁଣ ଅଧିକ ଅମଳ ଦିଏ   ।

ବିହନ ପରିମାଣ :

ହେକ୍ଟର ପ୍ରତି ୧୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ   ।

ବିହନ ବିଶୋଧନ

ପ୍ରତି କି.ଗ୍ରା.  ବିହନ ସହିତ ୩ ଗ୍ରାମ୍ ହିସାବରେ ମନୋସାନ ବା ଥିରାମ ଗୁଣ୍ଡ ଗୋଳାଇ ବିଶୋଧନ କରାଯାଏ   ।

ବିହନ ବୁଣିବା ସମୟ

ଫସଲ ଋତୁ

ବୁଣିବା ସମୟ

ବର୍ଷାଋତୁ

ଜୁନ୍

ଶୀତ

ସେପ୍ଟେମ୍ବର – ନଭେମ୍ବର

ଗ୍ରୀଷ୍ମ

ଜାନୁୟାରୀ ଦ୍ଵିତୀୟାର୍ଦ୍ଧ

ସଅଳ ବୁଣା :

ବର୍ଷା ଆରମ୍ଭ ହେବାର ୧୦-୧୫ ଦିନ ପୂର୍ବରୁ ବୁଣିଲେ ଅମଳ ୧୫% ଅଧିକ ହୋଇଥାଏ   । ସେହିପରି ଖରାଦିନେ ମକା ବିହନ – ପେବୃୟାରୀ ୧୫ ପୂର୍ବରୁ ବୁଣିଲେ ଅମଳଭଲ ହୁଏ  । ପେବୃୟାରୀ ୧୫ ପରେ ବୁଣିଲେ ଦାନା ଭଲ ହୁଏ  ନାହିଁ  ।

ହେକ୍ଟର ପିଛା ଗଛ ସଂଖ୍ୟା :

ହେକ୍ଟର ପିଛା ଗଛ ସଂଖ୍ୟା ଠିକ୍ ରଖିଲେ ଅମଳ ଭଲ ମିଳେ   । ଗଛ ସଂଖ୍ୟା ଅଧିକ ହେଲେ ଅମଳ କମିଯାଏ   । କେବଳ ଧାଡିରେ ମକା ବିହନ ବୁଣିଲେ କୋଡା ଖୁସା ଓ ହିଡଟେକିବା ସୁବିଧା ହୋଇଥାଏ   । ଧାଡିକୁ ଧାଡି ୫୦ ସେ.ମି.  ଓ ଗଛକୁ ଗଛ ୨୫ ସେ.ମି. ରହିବା ଉଚିତ୍  । ତେବେ ହେକ୍ଟର ପିଛା ୫୫୦୦୦ ରୁ ୬୦୦୦୦ ଗଛ ରହିବ  । ଗୋଟିଏ ସ୍ଥାନରେ ଗୋଟିଏ ଗଛ ରଖି ଅଧିକ ଗଛ ଉପାଡି ଦିଆଯାଏ   । ଗଛରେ ୩ ପତ୍ର ହେଲେ ଗଛ ଉପାଡି ପତଳା କରି ଦେବା ଦରକାର   ।

ଜମି ପ୍ରସ୍ତୁତି :

ମକା, ଗୁଣ୍ଡ ଚାଷ ଦରକାର କରେ  । ଲୁହା ଲଙ୍ଗଳ ସାହାଯ୍ୟରେ ଚାଷକରି ମାଟିକୁ  ଗୁଣ୍ଡ କରି ଶେଷ ଓଦା ଚାଷ ସମୟରେ ଜମିରେ ହେକ୍ଟର ପିଛା ୫ ଟନ ସଢା ଗୋବର ଖତ ପକାଇ କାଠ ଲଙ୍ଗଳରେ ଚାଷ କରି ମଇ ଦେଇ ସମତୁଲ କରିବା ଆବଶ୍ୟକ  । ଊଇ ଲାଗିବା ଆଶଙ୍କା ଥିଲେ ହେକ୍ଟର ପିଛା ୩୭ କି.ଗ୍ରା. କୁଇନାଲଫସ୍  ଗୁଣ୍ଡ ଜମିରେ ବିଞ୍ଚି  ଦିଆଯାଏ  । ବିହନ ବୁଣିବା ପୂର୍ବରୁ ମାଟିରେ ବତର ଥିବା ଦରକାର  । ପାଣି ନ ଥିଲେ ପାଣି ମଡାଇ ପାଗିବା ଅବସ୍ଥାରେ ଚାଷ କରି ବିହନ ବୁଣିବା ଦରକାର   ।

ବିହନ ବୁଣା :

ଗୋଜି ଲଙ୍ଗଳରେ ୫୦ ସେ.ମି. ବ୍ୟବଧାନରେ ସିଆର କାଟି ଆବଶ୍ୟକ ସାର ପ୍ରୟୋଗ କରି ଅଳ୍ପ ମାଟି ଘୋଡାଇ ତା ଉପରେ ମକା ମଞ୍ଜି ବୁଣି ମାଟି  ଘୋଡାଇ ଦିଅନ୍ତୁ   । ମକା ମଞ୍ଜିକୁ ୪-୫ ସେ.ମି. ଗଭୀରରେ ଓ ଦୁଇଟି କରି ବୁଣିବା ଉଚିତ୍  ।

ଅନ୍ତଃଚାଷ

ମକାଗଛ  ଉଠିବାର ୨-୩ ସପ୍ତାହ ମଧ୍ୟରେ କୋଡା ଖୁସା କରି ଘାସ ବାଛି ସାର ପ୍ରୟୋଗ ପରେ ହିଡ  ଟେକିଦେବା ଉଚିତ୍  । ଏହି ସମୟରେ ଘାସ ସହ ଗଛ ବହଳ ଥିଲେ ପତଳା କରିଦେବା ଉଚିତ୍  । ଘାସ ମାଟିରୁ ପୁଷ୍ଟିତତ୍ଵ  ଟାଣିନିଏ   । ଘାସ ଶୀଘ୍ର ବଢିଯାଇ ମକା ଗଛକୁ ଘୋଡାଇ ପକାଏ  । ଖାଦ୍ୟ ଜଳ ଓ ସୂର୍ଯ୍ୟାଲୋକ ପାଇବାରେ ଅନ୍ତରାୟ ହୁଏ  ହିଡ ଟେକି ଦେଲେ ଗଛ ପବନରେ ଶୋଇଯାଏ ନାହିଁ  । ତାପରେ ୫-୭ ସପ୍ତାହ ମଧ୍ୟରେ ଆଉଥରେ ଘାସ ବାଛି – କୋଡା ଖୁସା କରି ସାର ଦେଇ ହିଡ ଟେକି ଦେବା ଆବଶ୍ୟକ  । ଏହା ଦ୍ଵାରା  ଅନାବନା ଘାସ ଫସଲରେ କ୍ଷତି କରିପାରିବ ନାହିଁ  । ଶ୍ରମିକ ନ ମିଳିଲେ ମକା କ୍ଷେତରେ ଘାସମରା ଔଷଧ ସିଞ୍ଚନ କରି ସେଗୁଡିକୁ ଦମନ କରିବା ଉଚିତ୍  ।

ରାସାୟନିକ ଉପାୟରେ ତୃଣକ ଦମନ :

ଖରିଫ ଋତୁରେ ବର୍ଷା ଅଧିକ ହେଲେ ଅନାବନା ଘାସ ମଧ୍ୟ ବେଶି ହୁଏ  । ମକା ବିହନ ଗଜା ହେବା ସଙ୍ଗେ ସଙ୍ଗେ ଘାସ ମଧ୍ୟ ଉଠିଯାଏ  । ଫଳରେ ଅନାବନା ଘାସ ମକା ଫସଲକୁ ଘୋଡାଇ ପକାଏ   । ଘାସ ବାଛି ନ ପାରିଲେ ରାସାୟନିକ ଉପାୟ ଅବଲମ୍ବନ କରି ଘାସ ଦମନ କରାଯାଇ ପାରିବ । ୭ଦିନ ମଧ୍ୟରେ ମକା ଗଛ ଉଠେ  । ମକା ମଞ୍ଜି ବୁଣିବା ପୂର୍ବରୁ ଏବଂ ମକା ଗଛ ଉଠିବା ପରେ ତୃଣକମାରୀ ପ୍ରୟୋଗ କରି ଘାସ ମାରିଦିଆଯାଏ । ଗୁଗୁଚିଆ, ମାଣ୍ଡିଆ ଘାସ, ଜନସନ ଘାସ, ଦୁବ, ହରିଆଳି, ସୁଆଁ, ସୁଧା, ଅଗରା, କଣ୍ଟା କୁସୁମ, ଅଗିଆ, କଣ୍ଟାନେଉଟିଆ, କନଶିରୀ, ଚାକୁଣ୍ଡା, ବିଶଲ୍ୟକରଣୀ, ଲାଜକୁଳି ପ୍ରଭୃତି ତୃଣକ ମକା ଫସଲରେ ଦେଖାଯାଏ  । ନିମ୍ନଲିଖିତ ପ୍ରକାରେ ତୃଣକମାରୀ ମକାଜମିରେ ପ୍ରୟୋଗ କରାଯାଏ  ।

ପ୍ରୟୋଗ ସମୟ

ତୃଣକମାରୀ ନାମ

ମାତ୍ରା (କି.ଗ୍ରା / ହେକ୍ଟର)

କେତେପାଣିରେ ମିଶାଇବେ

ପ୍ରୟୋଗ ପ୍ରଣାଳୀ ଓ କାର୍ଯ୍ୟ

ମଞ୍ଜି ଗଜା ହେବା ପୂର୍ବରୁ

ସାମାଜିନ୍

ହାଲକାମାଟିରେ 1.125 କି.ଗ୍ରା.

1000

ମକା ମଞ୍ଜି ବୁଣିବା ଆରେ ପରେ ସ୍ପ୍ରେ କରାଯାଏ  ।

ମଟାଳ ମାଟିରେ 1.25 – 1.50 କି.ଗ୍ରା.

1000

 

ଆଟ୍ରାଜିନ୍

ହାଲକାମାଟି 1 – 1. କି.ଗ୍ରା.

1000

ଏହାର ପ୍ରଭାବ 6-8 ସପ୍ତାହ ରହେ, ସବୁ ପ୍ରକାର ଘାସ ନଷ୍ଟ କରେ  ।

ମଟାଳ ମାଟି 1.25 – 1.50 କି.ଗ୍ରା.

 

 

 

ଆଲକ୍ଲୋର

5 ଲିଟର

1000

ଏହା ଘାସ ଓ ଦ୍ଵିବୀଜପତ୍ରୀ ଉଦ୍ଭିଦ ମାରୀ ଦିଏ  ।

ଗଛ ଉଠିବା ପରେ

-2-4-D

1-1.5 କି.ଗ୍ରା.

1000

ମକାଗଛ 20 ସେ.ମି. ହେଲେ ମାଟିକୁ ସ୍ପ୍ରେ କରିବାକୁ ହେବ  ।

ଡାଲାପନ୍

1-2 କି.ଗ୍ରା.

1000

ଏହା ଘାସ ଓ ଦ୍ଵିବୀଜପତ୍ରୀ ତୃଣକମାରେ

ସାରା ପ୍ରୟୋଗ

ସର୍ବଦା ମୃତ୍ତିକା ପରୀକ୍ଷା କରି ସାର ପ୍ରୟୋଗ କରିବା ଉଚିତ୍  । ମୃତ୍ତିକା ପରୀକ୍ଷା ନ ହୋଇଥିଲେ ଶଙ୍କର ଓ କମ୍ପୋଜିଟ୍  ମକା ଫସଲ ପାଇଁ ନିମ୍ନଲିଖିତ ସାର ପ୍ରୟୋଗ କରନ୍ତୁ   ।

ସାର ନାମ

ପରିମାଣ (ହେକ୍ଟର ପିଛା) କି.ଗ୍ରା.

ଯବକ୍ଷାରଜାନ (N)

80

ସୁପର  ( 05)

40

ପୋଟାସ୍ O

40

ପ୍ରୟୋଗ ବିଧି

ମକାଗଛ ଅବସ୍ଥାରେ ଅଳ୍ପ ଯବକ୍ଷାରଜାନ ଦରକାର କରେ   । ଚଅଂର ବାହାରିବାର ୨ ସପ୍ତାହ ପୂର୍ବରୁ ଓ ତିନିସପ୍ତାହ ପରେ ଏପରି ୫ ସପ୍ତାହ ଯବକ୍ଷାରଜାନ ଆବଶ୍ୟକତା ସର୍ବାଧିକ   । ଗଛ ବଢିବା ସଙ୍ଗେ  ସଙ୍ଗେ  ଯବକ୍ଷାରଜାନ ସାରର ଅଭାବ ହେଲେ ରୁଗୁଡିଆ ପଡିଯାଏ   । ଚଅଂର  ବାହାରିବା ୧୦ ଦିନ ବିଳମ୍ବ ହୋଇଯାଏ, ୨୦ -୨୫ ସେ.ମି ଉଚ୍ଚବେଳକୁ ଯବକ୍ଷାରଜାନ ପାର୍ଶ୍ଵ ପ୍ରୟୋଗ କଲେ ଗଛ ବଢେ ଓ ମକା ଆକାର ଭଲ ହୁଏ   । ଏଣୁ ମୂଳସାର ରୂପେ – ୨୫% ଭାଗ ଯବକ୍ଷାରଜାନ  ସହ ସମସ୍ତ ସୁପର ଓ ପଟାସ୍ ଅର୍ଥାତ୍ ୨୦ କି.ଗ୍ରା. ଯବକ୍ଷାରଜାନ ୪୦ କି.ଗ୍ରା. ସୁପର ଓ ୪୦ କି.ଗ୍ରା.  ପଟାସ୍  ଜମିରେ ପ୍ରୟୋଗ କରାଯାଏ   । ତାପରେ ୫୦% ଯବକ୍ଷାରଜାନ ଅର୍ଥାତ୍ ୪୦ କେ.ଜି. ଯବକ୍ଷାରଜାନ ୨-୩ ସପ୍ତାହ ଭିତରେ ଅନ୍ତଃଚାଷ କରିବା ସମୟରେ ପ୍ରୟୋଗ କରି ହିଡ ଟେକି ଦେବା ଉଚିତ୍  । ତୃତୀୟଥର ୬-୭  ସପ୍ତାହ ମଧ୍ୟରେ ୨୫% N ସାର ଅର୍ଥାତ୍  ୨୦ କି.ଗ୍ରା.  ପ୍ରୟୋଗ କରି ବଛା ବଛି କରି କୋଡା ଖୁସାପରେ ହିଡଟେକି ଦିଆଯାଏ  ମାତ୍ର ଅଣ ଜଳସେଚିତ ଓ କମ୍  ବର୍ଷା ପାଉଥିବା ଜମିରେ କେବଳ ବୁଣିବା ସମୟରେ ଥରେ ସାର ପ୍ରୟୋଗ କରାଯାଏ   । ଗଛ ଦୁଇ ପାଖରେ ସାର ପକାଇ କୋଡା – ଖୁସା କରି ହିଡ ଟେକି ଦେବା ଉଚିତ୍  । ମୂଳସାର ଯେପରି  ବିହନକୁ ନଲାଗେ, ସେହି ବ୍ୟବସ୍ଥା କରିବା ଉଚିତ୍  । ସିଲ୍କି ବାହାରିବା ସମୟରେ ଯଦି ୧୦ କେଜି ଯବକ୍ଷାରଜାନ ହେକ୍ଟର ପିଛା ଦିଆଯାଏ ତେବେ ଅମଳ ୧୦-୧୨% ବୃଦ୍ଧି ପାଇବା ପରୀକ୍ଷା କରି ଦେଖାଯାଇଛି   ।

ଜଳସେଚନ :

ଶୀତଦିନେ ଓ ଖରାଦିନେ ମକା ଫସଲ ପାଇଁ ୬-୮ ଥର ୧୦-୧୨ ଦିନ ବ୍ୟବଧାନରେ ପାଣି ମଡାଯାଏ   । ଫୁଲ ଧରିବାର ୧୫ ଦିନ ପୂର୍ବରୁ ଓ ଦାନା ଧରିବା ଅବସ୍ଥାରେ ବିଲରୁ ପାଣି ଛାଡିବା ଉଚିତ୍  ନୁହେଁ   । ଅର୍ଥାତ୍ ମକା ଚଅଂର ବାହାରିବା ଦିନରୁ ମକା ଭୁଣ୍ଡି ବା ଝୋଟ ବା ସଲକ ମଉଳିବା ପର୍ଯ୍ୟନ୍ତ ୨୦ – ୨୫ ଦିନ ମକା ଜୀବନର ସଙ୍କଟକାଳ  । ଏହି ସମୟରେ ପାଣି ଅଭାବ ହେଲେ ପରାଗ ସଙ୍ଗମ ଘଟେ ନାହିଁ  । ମକା କ୍ଷୀର ଢୋକିପାରେ ନାହିଁ   । ମକା ଦରପାକଳ  ଅବସ୍ଥା ପରେ ବର୍ଷା ନ ହେଲେ ବା ଜଳସେଚନ ନହୋଇପାରିଲେ ମକା ଉତ୍ପାଦନରେ ଆଞ୍ଚ ଆସେ  ନାହିଁ  । କିନ୍ତୁ ଚଅଂରରୁ ସିଲ୍କି ସମୟ ମଧ୍ୟରେ ଦିନକ ଲାଗି ଗଛ ଝାଉଁଳିଲେ ଉତ୍ପାଦନ ୨୨% କମିଯାଏ  । ୬-୭ ଦିନ ଝାଉଂଳିଲେ ୫୦% କମିଯାଏ   । ଏହାପରେ ଜଳସେଚନ କଲେ ମଧ୍ୟ ଗଛ ପୂର୍ବ ଅବସ୍ଥାକୁ ଫେରିପାରେ  ନାହିଁ   ।

ମକା ଅମଳ :

ମକା ମଞ୍ଜି ହଳଦିଆ ଓ ଟାଣ ହୋଇଗଲେ ୩୦% ଜଳୀୟ ଅଂଶ ଥିବା ସମୟରେ ଅମଳ କରାଯାଏ   । ଗଛ ମରିଯିବା ବା ଶୁଖିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଅନାବଶ୍ୟକ  । ମକାରୁ ମକା ଭୁଣ୍ଡି ବାହାରକରି ମକାଗୁଡିକ 11 AM – 3 AM ଖରାରେ ୭-୮ ଦିନ ଶୁଖାଇ ମକା ମଞ୍ଜି ଛଡା ଯନ୍ତ୍ର ହେଉ ବା ବିଟ ସାହାଯ୍ୟରେ ମକା ମଞ୍ଜି ଅମଳ କରାଯାଏ   । ପୋଡି ଖାଇବା ପାଇଁ ମକା ସବୁଜ ଥିବା ଅବସ୍ଥାରେ ଓ ଦାନା  କଅଁଳ ଥିବାବେଳେ ମକା ଭାଙ୍ଗି ନିଆଯାଏ   ।

ହେକ୍ଟର ପିଛା ଉତ୍ପାଦନ :

ଜଳସେଚିତ ମକା ୫୦ – ୬୦ କୁଇଣ୍ଟାଲ

ଜଳସେଚିତ ମକା କମ୍ପୋଜିଟ ମକା ୩୫ – ୪୦ କୁଇଣ୍ଟାଲ

ବର୍ଷା ଧାର ଶଙ୍କର ମକା – ୨୦-୨୫ କୁଇଣ୍ଟାଲ

କମ୍ପୋଜିଟ୍ ମକା ୧୫ – ୨୦ କୁଇଣ୍ଟାଲ

ମକାର ଉତ୍ପାଦନ ଶକ୍ତି :

ମକା ଗଛ ସୂର୍ଯ୍ୟଠାରୁ ଶକ୍ତି ସଂଗ୍ରହ କରିବାରେ ସର୍ବଶ୍ରେଷ୍ଠ  । ୦.୩ – ୦.୪ ଗ୍ରାମ୍  ଓଜନର ଗୋଟିଏ ମାତ୍ର ବୀଜ ୯ ସପ୍ତାହରେ ୨- ୩ ମିଟର ଉଚ୍ଚ ହୋଇ ଆଉ ୮ ସପ୍ତାହ ପରେ ୬୦୯ ରୁ ୧୦୦୦ ବୀଜ ଉତ୍ପାଦନ କରିପାରିଥାଏ   । ଯାହାର ଓଜନ ୧୮୦ – ୩୦୦ ଗ୍ରାମ୍  । ଏଣୁ ଏହି ଫସଲକୁ ଶସ୍ୟପ୍ରଦ ରାଣୀ କୁହାଯାଏ   ।

ଆଧାର- ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate