অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବରଗୁଡି

ଉପକ୍ରମ

ସାଧାରଣତଃ ବରଗୁଡି ଚାଷ ପାରିବା, ଡାଲି, ଗୋ ଖାଦ୍ୟ ଓ ସବୁଜସାର ପାଇଁ କରାଯାଏ  । ବରଗୁଡିରେ ବହୁଳ ପୁଷ୍ଟିସାର  ଓ ଅନ୍ୟାନ୍ୟ ଖାଦ୍ୟସାର  ଥିବାରୁ ଏହା ଶାକୀୟ ମାଂସ ବୋଲି ସୁପରିଚିତ   । ବରଗୁଡି ମଞ୍ଜିରେ ୨୩.୪୭ ପୁଷ୍ଟିସାର, ୧.୮% ସ୍ନେହସାର ଏବଂ ୬୦.୩% ଶ୍ଵେତସାର ରହିଛି  ଏଥିରେ କ୍ୟାଲସିୟମ ଓ ଲୌହ ମଧ୍ୟ ରହିଛି  ।

ଉଦ୍ଭବ କେନ୍ଦ୍ର

ମଧ୍ୟ ଆଫ୍ରିକା ବରଗୁଡି ଫସଲର ଉଦ୍ଭବ କେନ୍ଦ୍ର ପୁରାତନ ଯୁଗରୁ ଗ୍ରୀସ, ରୋମାନ ଏବଂ ସ୍ପାନିଅର୍ଡମାନେ  ବରଗୁଡି  ଚାଷ କରୁଥିବା ପ୍ରମାଣିତ ରହିଛି   । ଭାରତରେ ମଧ୍ୟ ବହୁ ପୁରାତନ କାଳରୁ ଏହା ଚାଷ ହୋଇ ଆସୁଛି   ।

ବରଗୁଡି ଫସଲର ଶ୍ରେଣୀବିଭାଗ :

ଚାଷ ହେଉଥିବା ବରଗୁଡି ଫସଲକୁ ତିନି ଭାଗରେ ବିଭକ୍ତ କରାଯାଇ ପାରିବ ଯଥା –

  1. ଭିଗ୍ନା ସାଇନେନସିସ୍  ଏହାର ଛୁଇଁଗୁଡିକ ୨୦-୩୦ ସେ.ମି. ଲମ୍ବା ଏବଂ ମଞ୍ଜି ୦.୬ ରୁ ୦.୯ ସେ.ମି. ଲମ୍ବା  । ଶୁଖିଗଲେ ଛୁଇଁଗୁଡିକ ନରମ ହୋଇଯାଏ  ନାହିଁ  କି ଫୁଲି ଯାଏ ନାହିଁ   ।
  2. ଭିଗ୍ନା ସାଇନେନସିସ୍  ଉପଜାତି – କାଟାଜଙ୍ଗ ଭାରତୀୟ ବରଗୁଡି ଛୁଇଁଗୁଡିକ ୭.୫ ରୁ ୧୨.୫ ସେ.ମି. ଲମ୍ବ ସିଧା  । ସବୁଜ ଅବସ୍ଥାରେ ସିଧା ରହେ   । ଶୁଖିଗଲେ ନଇଁଯାଏ  । ମଞ୍ଜିଗୁଡିକ ୦.୫ରୁ ୦.୬ ସେ.ମି. ଲମ୍ବା ଏବଂ ପ୍ରାୟ ଯେତିକି ମୋଟା ସେତିକି ଓସାର  ।
  3. ତୃତୀୟ ପ୍ରକାର  ହେଲା-ଉପଜାତି – ସେସ୍ କୁଇ –ପେଡାଲିସ୍  ଛୁଇଁଗୁଡିକ ୩୦-୬୦ ସେ.ମି. ଲମ୍ବା ଏବଂ ପ୍ରଲମ୍ବିତ   । ସୁଖିବା ପୂର୍ବରୁ ଦୁଇ ମଞ୍ଜି ଭିତରେ ଖାଲ  ଦେଖାଯାଏ  । ଛୁଇଁ ଶୁଖିଗଲେ ଚେପଟା ଦେଖାଯାଏ  । ମଞ୍ଜି ୦.୮ ରୁ ୧.୨ ସେ.ମି. ଲମ୍ବା  ।

ଉଦ୍ଭିଦବର୍ଣ୍ଣନା :

ବରଗୁଡି  ଗୋଟିଏ ଋତ୍ଵିକ, ଶାକୀୟ ଲତା ଜାତୀୟ ଉଦ୍ଭିଦ   । ଏହାର ଆଦିମୂଳ  ଉନ୍ନତ ଏବଂ ଏଥିରେ ବହୁ ପାର୍ଶ୍ଵିକ ଚେର ଥାଏ  ଉପର ୪୦ ସେ.ମି. ମାଟିରେ ପ୍ରାୟ ସମସ୍ତ ଚେର ଥାଏ   । ଏହାର କାଣ୍ଡ ସାମାନ୍ୟ ଶିରାଯୁକ୍ତ  ଏବଂ ପ୍ରାୟ ଚିକ୍କଣ  । ପତ୍ର ତ୍ରିପତ୍ରୀ  ଏକାନ୍ତର ଏବଂ ଲୋମାଯୁକ୍ତ  । ଫଳ ଧଳା, ହଳଦିଆ ବା ପାଟଳ ବର୍ଣ୍ଣ  । ବରଗୁଡି  ଫୁଲରେ ସ୍ୱପରାଗସଙ୍ଗମ  ହୋଇଥାଏ  । ମଞ୍ଜି ଗୁଡିକ ବିଭିନ୍ନ ଆକାରର  । ଫଳରେ ୮-୨୦ଟି ମଞ୍ଜି ରହେ   । ମଞ୍ଜିର ରଙ୍ଗ ଧଳା, ସବୁଜ, ନାଲି, ଧୂସର ବା କଳା କିମ୍ବା କେତେକ ମଞ୍ଜିରେ  ଛିଟାଯାଏ   । ଆକାର ଗୋଳାକୃତି  ବା କୁଞ୍ଚୁକୁଞ୍ଚିଆ  ।

ଋତୁ ଓ ଜଳବାୟୁ :

ବରଗୁଡି ବିଷୁବମଣ୍ଡଳୀୟ ଓ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଚାଷ କରାଯାଏ  । ଏହାର ମରୁଡି ସହଣୀଶକ୍ତି ଥିଲେ ମଧ୍ୟ ଅତ୍ୟନ୍ତ ଶୁଷ୍କ ଜମିରେ ଅମଳ କମିଯାଏ  । ଗ୍ରୀଷ୍ମ ଓ ବର୍ଷା ଋତୁରେ ବରଗୁଡି ଭଲ ହୁଏ  । ଶୀତ ଋତୁରେ ବରଗୁଡି  ଚାଷ କାଲେ  ଗଛଗୁଡିକ ରୋଗାକ୍ରାନ୍ତ  ହୋଇଯାଏ  ।  ସେଲସିୟସ  ଉତ୍ତାପରେ ଅରଗୁଡି  ଭଲ ବଢେ  ଓ ଅଧିକ ଅମଳ ଦିଏ   । ଏହା ସାମାନ୍ୟ ଛାଇ ଯାଗାରେ ବଢିପାରେ କିନ୍ତୁ ଥଣ୍ଡା ଓ କୁହୁଡି ପାଗ ସହ୍ୟ କରିପାରେ  ନାହିଁ   ।

ବରଗୁଡି ବୁଣିବା ସମୟ :

ବର୍ଷାଋତୁ – ଜୁନରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ବୁଣାଯାଇ ପାରିବ   । ପାହାଡିଆ ଯାଗାରେ ବରଗୁଡି ଏପ୍ରିଲଠାରୁ ମେ ମାସ ଭିତରେ ବୁଣାଯାଏ  । ସବୁଜ ସାର ଫସଲ ରୂପେ ଚାଷ କଲେ ମଞ୍ଜି ଜୁନ ମଧ୍ୟରୁ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବୁଣିବାକୁ ହେବ  । ଓଡିଶା ପାଇଁ ବରଗୁଡି ବୁଣିବାର ଉପଯୁକ୍ତ ସମୟ ହେଉଛି ମାର୍ଚ୍ଚଠାରୁ ଏପ୍ରିଲ  ।

ମୃତ୍ତିକା :

ବରଗୁଡି  ବହୁପ୍ରକାର ମୃତ୍ତିକାରେ ଚାଷ କରାଯାଇ ପାରିବ  । ଜଳନିଷ୍କାସନ ଥିବା ଦୋରସା ବା ଅଳ୍ପ ଭାରି ମୃତ୍ତିକା ବରଗୁଡି ଚାଷ ପାଇଁ ଉପଯୁକ୍ତ ବରଗୁଡି  ଚାଷ ପାଇଁ କ୍ଷାରୀ ମୃତ୍ତିକା ବା ଲୁଣୀ  ମୃତ୍ତିକା ମୋଟେ ଉପଯୁକ୍ତ ନୁହେଁ   ।

ବିହନ କିସମ :

ବରଗୁଡି ଓ ଝୁଡଙ୍ଗ ଏକ ଜାତୀୟ ଫସଲ  । ବରଗୁଡି  ଝଙ୍କାଏ ବା ସାମାନ୍ୟ ଲଟାଏ  । ଝୁଡଙ୍ଗ ଝଙ୍କାଏ ଏବଂ ଅଧିକ ଲଟାଏ   । ବରଗୁଡି ଫୁଲ ପାଟଳ, ଝୁଡଙ୍ଗ ଛୁଇଁ ଧଳା  । ଝୁଡଙ୍ଗ ଛୁଇଁ କଅଁଳ  ଚୋପା ସହିତ ତରକାରୀ  ହୁଏ  । ପ୍ରକାର – ଛୁଇଁ ଶାଗୁଆ, ଲାଲ ରଙ୍ଗ ଧରେ  । ବୀଜ ଚୋପା ଧଳା, କଳା ଓ ଖଇରା  । ନିମ୍ନରେ ବିଭିନ୍ନ କିସମର  ବରଗୁଡି  ଓ ଏହାର ଗୁଣାବଳୀ ପ୍ରଦତ୍ତ ହେଲା  ।

କିସମ ନାମ

ଋତୁ ବା ସମୟ

ଅବଧି ଦିନ

ମଞ୍ଜିର ରଙ୍ଗ

ହେକ୍ଟରର ପ୍ରତି ଅମଳ (କୁଇଣ୍ଟାଲ)

ବିଶେଷ ଗୁଣ

ଏସ୍.ଇ ବି- 2

ବର୍ଷା

90

ଧଳା ଓ ଲାଲ ଚିତ୍ରା

6

ପରିବା ଓ ମଞ୍ଜି ଭାବେ ବ୍ୟବହାର ହୁଏ

ଶରତ

90

ଲାଲ ଚିତ୍ରା

6

ଖରା

70

ଲାଲ ଚିତ୍ରା

6

ସ – 152 ସ୍ଵର୍ଣ୍ଣ

ଶରତ

90

ଲାଲ ଚିତ୍ରା

8

ମଞ୍ଜି ଓ ଗୋଖାଦ୍ୟ

ରାଇରଙ୍ଗପୁର

ଶରତ

100

କଳା

8

ପରିବା ପାଇଁ ଉତ୍କୃଷ୍ଟ

ନୟାଗଡ – 2

ଶରତ

90

କଳା

10

ପରିବା ପାଇଁ ଉତ୍କୃଷ୍ଟ

ସହଳ ଲୋବିଆ

ଶରତ

90

କଳା

10

ପରିବା ପାଇଁ ଉତ୍କୃଷ୍ଟ

ଏଫ- ଏସ୍- 68, ସି.ଓ-୧, ସ୍ଵର୍ଣ୍ଣ, ଭି – ୩୭ କିସମଗୁଡିକ ମଞ୍ଜି ପାଇଁ ଓ ଏସ୍.ଇ.ବି.- ୨, ପୁଷା ବରଷାତି, ପୁଷା ଦୋ ଫସଲି ଓ ପୁଷା ଫାଲଗୁନି ପରିବା ପାଇଁ ଚାଷ କରାଯାଏ  । ଏ ଗୁଡିକ ସାରା ଓଡିଶାରେ ଚାଷ କରାଯାଏ  ।

ଗୋଖାଦ୍ୟ ପାଇଁ ଉପଯୁକ୍ତ କିସମ :

ଋସିୟାନ ଜିଆଣ୍ଟ କେ – ୩୯୭, କେ – ୫୮୫, ସିରସା- ୧୦, ଇ.ସି.- ୪୨୧୬, ଏଫ.ଓ ଏସ୍ – ୧, ଏଫଏସ୍ – ୧୪୫ କୋ – ୨, ୟୁପିସି ୫୨୮୬, ୟୁପିସି – ୨୮୭, ଏସ୍ ୪୫୦, ଏସ୍ ୪୫୬ ଏବଂ ଏସ୍ -୪୫୭  ।

ଜମି ପ୍ରସ୍ତୁତି :

ପୂର୍ବ ଫସଲର ମୂଳ ଏବଂ ଅନାବନା ମୂଳ ଥିଲେ ପରିଷ୍କାର କରିଦେବା ଉଚିତ୍ । ତାପରେ ଜମିକୁ ଦୁଇ ତିନି ଓଡ ଚାଷ କରି ମାଟିକୁ ଗୁଣ୍ଡ କରି ଦିଆଯାଏ   । ମଇ ଦେଇ ଚଉରସ କରାଯାଏ  ।

ବିହନ ପରିମାଣ ଓ ବିହନବୁଣା ପ୍ରଣାଳୀ

ପରିବା ପାଇଁ  ବରଗୁଡି ଚାଷ କରୁଥିଲେ ହେକ୍ଟର ପିଛା ୨୦-୨୫ କି.ଗ୍ରା. ବିହନ ଦରକାର  । ଗୋଖାଦ୍ୟ ପାଇଁ ଚାଷ କରୁଥିଲେ ୩୫-୪୦ କି.ଗ୍ରା. ବିହନ ଦରକାର  । ଋତୁ ଭେଦରେ ବରଗୁଡି ଲଗାଇବା ବ୍ୟବଧାନ, ବିହନ ପରିମାଣ ନିମ୍ନରେ ଦିଆଗଲା  ।

ବର୍ଷା  ଓ ଶରତ ଋତୁ

ଖରା

ବ୍ୟବଧାନ ସେ.ମି.

ବିହନ ପରିମାଣ (କି.ଗ୍ରା.)

ବ୍ୟବଧାନ ସେ.ମି.

ବିହନ ପରିମାଣ (କି.ଗ୍ରା.)

45 X 15

20

30 X 10

30

ବିହନକୁ  କି.ଗ୍ରା. ପିଛା 3 ଗ୍ରାମ ଥିରାମ ସହିତ ଭଲଭାବେ ମିଶାଇ ବିଶୋଧନ କରିବା ଉଚିତ  । ବିହନକୁ ଲଙ୍ଗଳସିଆର ପଛରେ ବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଧାଡିରେ ବୁଣିବା ଦରକାର  । ବୁଣିବାର ୧ ଦିନ ପୂର୍ବରୁ ବିହନ ବିଶୋଧନ କରି ଓ ବୁଣିବା ଦିନ ଜୀବାଣୁ କଲଚର ପ୍ରୟୋଗ କରି ବିହନ ଉପରବେଳା ବୁଣିବା ଦରକାର   ।

ଖତ ଓ ସାର –

ବରଗୁଡି ପାଇଁ ହେକ୍ଟର ପ୍ରତି ୫ ଟନ୍ କମ୍ପୋଷ୍ଟ ଜମିପ୍ରସ୍ତୁତି  ସମୟରେ ପ୍ରୟୋଗ କରି ମାଟିରେ ଭଲଭାବେ ମିଶାଇ ଦିଆଯାଏ   । ବୁଣିବା ସମୟରେ ହେକ୍ଟର ପ୍ରତି ୨୫ କି.ଗ୍ରା.  ଯବକ୍ଷାରଜାନ, ୫୦ କି.ଗ୍ରା. ଫସଫରସ୍ ଓ ୨୫ କି.ଗ୍ରା. ପଟାସ୍ ପ୍ରୟୋଗ କରାଯାଏ  । ସାର  ସିଆରରେ ୭.୫ ସେ.ମି. ଗଭୀରରେ ଦିଆଯାଏ ଓ ମଞ୍ଜି ୫ ସେ.ମି. ଗଭୀରରେ ବୁଣାଯାଏ  ।

ପରବର୍ତ୍ତୀ ଯତ୍ନ :

ବିହନ ବୁଣିବାର ୨୦-୨୫ ଦିନ ମଧ୍ୟରେ ଫସଲକୁ ତୃଣକ ଦାଉରୁ ରକ୍ଷା କରିବା ଉଚିତ  । ଏହି ସମୟରେ ଥରେ କୋଡା ଖୁସା ଓ ଘାସବାଛି ଦେବା ଉଚିତ  । ନଚେତ୍ ତୃଣକ ଦମନ ନିମିତ୍ତ ରାସାୟନିକ ପଦାର୍ଥ ବାସାଲିନ୍ ହେକ୍ଟର ପ୍ରତି ୨ ଲିଟରକୁ ୧୦୦୦ ଲିଟର ଜଳରେ ମିଶାଇ ବୁଣିବାର ଦିନକ ପୂର୍ବରୁ ମାଟିରେ ଭଲଭାବେ  ଛିଞ୍ଚିଦେବା ଉଚିତ  । ଏହାଦ୍ଵାରା ଏକ ମାସ ପର୍ଯ୍ୟନ୍ତ ତୃଣକ ହେବ ନାହିଁ  ।

ଜଳସେଚନ :

ବିଶେଷତଃ ଶରତ ଓ ଗ୍ରୀଷ୍ମ ଋତୁରେ ଜଳସେଚନ ଦରକାର  । ମାଟିର ପାଗ ଦେଖି ୧୦-୧୫ ଦିନ ଅନ୍ତରରେ ୫ ସେ.ମି. ଲେଖାଏଁ ଜଳସେଚନ କରିବା ଦରକାର   । କିନ୍ତୁ ବର୍ଷାଦିନିଆ ଫସଲକୁ ଜଳ ନିଷ୍କାସନର  ବ୍ୟବସ୍ଥା କରିବା ଉଚିତ  ।

ଅମଳ ଓ ସାଇତା :

ଛୁଇଁଗୁଡିକ ଶୁଖିଗଲା ପରେ ତୋଳି ଆଣି ଅମଳ କରାଯାଏ  । ଶୁଖିଲା ଛୁଇଁ ଫଳଗୁଡିକୁ ତିନିଥର ତୋଳିବା ଦରକାର ପଡେ   । ସେଗୁଡିକୁ ଖରାରେ ଭଲଭାବେ ଶୁଖାଇ ଠେଙ୍ଗାରେ ପିଟି ଅମଳ କରାଯାଏ   । ତାପରେ ସଫାକରି ମଞ୍ଜିକୁ  ଶୁଖାଇ ଜଳୀୟ ଅଂଶ ୯%  ଥିବା ଅବସ୍ଥାରେ ସାଇତି ରଖାଯାଏ   ।

ପରିବା :

ସବୁଜ ଛୁଇଁ ପରିବା ରୂପେ ବ୍ୟବହାର କରିବା ପାଇଁ ବୁଣିବାର ୪୫-୯୦ ଦିନ ମଧ୍ୟରେ ତୋଳାଯାଏ  । ଛୁଇଁଗୁଡିକ କଅଁଳ ଥିବା ସମୟରେ ତୋଳିବା ଭଲ  । ନଚେତ୍ ଅମଳ କମିଯିବ । ମଞ୍ଜି ପାଇଁ ୯୮-୧୨୫ ଦିନ ମଧ୍ୟରେ ଅମଳ କରାଯାଏ  ।

ଗୋଖାଦ୍ୟ :

ଗୋ ଖାଦ୍ୟ  ପାଇଁ ଏହାକୁ ୪୦-୫୦ ଦିନ ଭିତରେ କାଟି ଗାଈଗୋରୁଙ୍କୁ ଦିଆଯାଏ ବା ସାଇଲେଜ୍ କରାଯାଏ   ।

ସବୁଜ ଖତ:

ଦୁଇ ତିନିଥର ପରିବା ପାଇଁ ସବୁଜ ଛୁଇଁ ତୋଳିନେବା ପରେ ଚାଷକରି ମାଟିରେ ମିଶାଇ ଦିଆଯାଏ   ।

ଅମଳ :

ଫସଲ ଭଲହେଲେ ୧୨-୧୫ କୁଇଣ୍ଟାଲ ମଞ୍ଜି ଓ ୫୦-୬୦ କୁଇଣ୍ଟାଲ ବୋତି ହେକ୍ଟର ପିଛା ମିଳିଥାଏ   । ଗୋ ଖାଦ୍ୟ ପାଇଁ କରିଥିବା ବରଗୁଡି ଫସଲରୁ ୨୫୦ – ୩୫୦ କୁଇଣ୍ଟାଲ ସବୁଜ ଗୋ ଖାଦ୍ୟ ହେକ୍ଟର ପିଛା ଅମଳ ହୋଇଥାଏ   ।

ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate