অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୁଗ

ଉପକ୍ରମ

ଉଚ୍ଚମାନ ପୁଷ୍ଟିସାରର ଏକ ପ୍ରଧାନ ଉତ୍ସ ହେଉଛି ମୁଗ   । ଏଥିରେ ପ୍ରାୟ ୨୫% ପୁଷ୍ଟିସାର ଥାଏ   । ମୁଗକୁ ଡାଲିକରି ଏବଂ ବିଭିନ୍ନ ପ୍ରକାର ପିଠା – ମିଠାଇ କରି ଖାଆନ୍ତି   । ମୁଗ ଗଜା କରି ମଧ୍ୟ ତରକାରୀ  କରନ୍ତି  । ଗଜାମୁଗ ମଧ୍ୟ ପ୍ରାତଃ ଜଳଖିଆ କରନ୍ତି  । ସାଧାରଣତଃ ଭାରତରେ ଏହା ଡାଲି କରି ଖାଆନ୍ତି  । ମୁଗରୁ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ସହଜରେ ହଜମ ହୋଇ ପାରୁଥିବାରୁ ରୋଗୀମାନଙ୍କୁ ମଧ୍ୟ ଏହି ଖାଦ୍ୟ ପଦାର୍ଥ ଦିଆଯାଏ  । ମୁଗହାଲୁଆ ସୁସ୍ଵାଦୁ ଓ ପୁଷ୍ଟିକାରକ  । ଗଜାମୁଗରେ ଭିଟାମିନ (C) ଥାଏ  । ଗଜା କରିବା ଦ୍ଵାରା ରିବୋଫ୍ଲାବିନ ଏବଂ ଥୟାମିନ୍ ଅଂଶ ବଢେ   ।

ମୁଗ ଫସଲ ସବୁଜ ସାର ରୂପେ ବ୍ୟବହାର ହୋଇଥାଏ  । ଡାଲିଜାତୀୟ ଫସଲ ହୋଇଥିବାରୁ ଯବକ୍ଷାରଜାନ  ବାୟୁମଣ୍ଡଳରୁ ସଂଗ୍ରହ କରି ମୃତ୍ତିକାରେ ମିଶାଏ  । ମୃତ୍ତିକା କ୍ଷୟ ରକ୍ଷାକରେ  । ଅଳ୍ପଦିନର ଫସଲ ହୋଇଥିବାରୁ କ୍ୟାଚ କ୍ରପ ରୂପେ ଫସଲ ପର୍ଯ୍ୟାୟରେ ସ୍ଥାନପାଇଥାଏ  । ଏହାର ଡାଳପତ୍ର ଇତ୍ୟାଦି ଗୋଖାଦ୍ୟ ରୂପେ ବ୍ୟବହାର କରାଯାଏ   । ମୁଗ ତୋଳି ସାରିଲା ପରେ ଗଛକୁ ଶୁଖାଇ ଟିକିଟିକି କରି କାଟି ଗୋଖାଦ୍ୟରୂପେ ବ୍ୟବହାର ପାଇଁ ସାଇତି ରଖାଯାଏ   । ମୁଗଚୋପା ପାଣିରେ ଭିଯାଇ ଗାଈକୁ ଖାଇବାକୁ ଦିଆଯାଏ   ।

ଆମ ଦେଶର ଲୋକମାନଙ୍କର ଖାଦ୍ୟ ଅଭ୍ୟାସ ଓ ଆବଶ୍ୟକତା ଇତ୍ୟାଦିକୁ ବିଚାରକୁ ନେଇ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ ସୁଷମ ଖାଦ୍ୟର ଯେଉଁ ତାଲିକା ପ୍ରସ୍ତୁତ କରିଅଛନ୍ତି ଡାଲିର ସ୍ଥାନ ଦ୍ଵିତୀୟରେ ରଖାଯାଇଛି   । ଏହି ବୈଜ୍ଞାନିକଙ୍କ ମତରେ ନିମ୍ନଲିଖିତ ପ୍ରକାରେ ଜଣେ ବ୍ୟକ୍ତି ତାର ଦୈନନ୍ଦିନ ଖାଦ୍ୟରେ ଡାଲି ଖାଇବା ଉଚିତ୍  ।

ଦୈନନ୍ଦିନ ଜୀବନରେ ଡାଲିର ଆବଶ୍ୟକତା

ହାଲୁକା ପରିଶ୍ରମ କରୁଥିବା

ମଧ୍ୟମ ଧରଣର ପରିଶ୍ରମ କରୁଥିବା

କଠିନ ପରିଶ୍ରମ କରୁଥିବା

କିଶୋର ୧୦-୧୨ ବର୍ଷ

ପୁରୁଷ

ସ୍ତ୍ରୀ

କିଶୋର ୧୦-୧୨ ବର୍ଷ

ପୁରୁଷ

ସ୍ତ୍ରୀ

କିଶୋର ୧୦-୧୨ ବର୍ଷ

ପୁରୁଷ

ସ୍ତ୍ରୀ

୪୫

୪୦

୪୦

୪୫

୫୦

୪୫

୪୫

୬୦

୫୦

୧୦୦ ଗ୍ରାମ୍ ମୁଗଡାଲିରେ ନିମ୍ନଲିଖିତ ଖାଦ୍ୟ ଉପାଦାନ ରହିଛି –

ଶ୍ଵେତସାର ୫୯.୯ ଗ୍ରାମ୍, ସ୍ନେହସାର ୧.୨, ପୁଷ୍ଟିସାର ୨୪.୫ ଗ୍ରାମ୍ କ୍ୟାଲସିଅମ ୭୫ ମି.ଗ୍ରା. ଲୌହ ୮.୫ ମି.ଗ୍ରା. ଭିଟାମିନ ‘କ’ ୧.୩ ମାଇକ୍ରୋଗ୍ରାମ ଭିଟାମିନ ‘ଖ’ ୦.୭୨ ମି.ଗ୍ରା. ଶକ୍ତି ୩୪୮ କ୍ୟାଲୋରୀ

ଉଦ୍ଭବ କେନ୍ଦ୍ର :

ଭାରତ ଓ ମଧ୍ୟ ଏସିଆ ହିଁ ମୁଗର ଉଦ୍ଭବ କେନ୍ଦ୍ର ।

ବିସ୍ତୃତି :

ମୁଗ – ଭାରତ, ବର୍ମା, ଶ୍ରୀଲଙ୍କା, ପାକିସ୍ଥାନ, ଚୀନ, ଫିଜ ଏବଂ ଆଫ୍ରିକାରେ ଚାଷ କରାଯାଏ  । ଭାରତରେ ସବୁ ପ୍ରଦେଶରେ ମୁଗ ଚାଷ ହୁଏ  । ଭାରତରେ ୨୭.୬୩ ଲକ୍ଷ ହେକ୍ଟର ଜମିରେ ମୁଗଚାଷ ହୁଏ ଏବଂ ଆଦାୟ ୯.୧ ଲକ୍ଷ ଟନ ହୁଏ   । ଓଡିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ଓ ବିହାରରେ ମୁଗ ଏକ ମୁଖ୍ୟ ଫସଲ  ।

ମୁଗର ଶ୍ରେଣୀ ବିଭାଗ

ମୁଗର ପତ୍ର ଆକାର, ଫୁଲର ରଙ୍ଗ ଓ ବୀଜର ରଙ୍ଗ ଇତ୍ୟାଦିକୁ ନେଇ ୪୦ଟି କିସମର ମୁଗ ଦେଖିବାକୁ ମିଳେ   । ଏହି ସମସ୍ତ ପ୍ରକାର ମୁଗକୁ ୪ ଭାଗରେ ବିଭକ୍ତ କରାଯାଇଛି  ।

  1. କଳାମୁଗ
  2. ଶାଗୁଆ ମୁଗ
  3. ଖଇରାମୁଗ
  4. ସୁନାମୁଗ

ଉଦ୍ଭିଦ ବର୍ଣ୍ଣନା :

ମୁଗ- ବଂଶ- ଲେଗୁମିନୋସି, ଉପବଂଶ ପାପିଲିଓନେସି, ପ୍ରଜାତି ଭିଗ୍ନା, ଜାତି – ରାଡିଟିଏ  । ମୁଗ ଗୋଟିଏ ଛୁଇଁ ଜାତୀୟ ଏକ ଋତ୍ଵିକ ଉଦ୍ଭିଦ  । ଏହା ଉଚ୍ଚାରେ ୩୦-୧୦୦ ସେ.ମି. ଯାଏ ବଢେ  । ଏହା ତ୍ରିପତୀ, ପର୍ଣ୍ଣକ ଅଣ୍ଡାକୃତି, କାଣ୍ଡ ଓ ପତ୍ର ଉଭୟେ ସରୁ ସରୁ ଲୋମଯୁକ୍ତ  । ପ୍ରଥମ ଅବସ୍ଥାରେ ଗଛ ଧୀରେ ଧୀରେ ବଢେ ଓ ୨୦-୨୫ ଦିନ ପରେ ଶୀଘ୍ର ବଢି ମାଟି ଘୋଡାଇ ପକାଏ  ।

ପୁଷ୍ପସଜ୍ଵା :

ସ୍ତବକ ଅସୀମ  । ପ୍ରତ୍ୟକ ସ୍ତବକରେ ୧୦-୨୦ ଫୁଲ ଧରେ  । ସମୟକ୍ରମେ ସ୍ତବକର ତଳ ଅଂଶରେ ଛୁଇଁ, ମଧ୍ୟାଂଶରେ ଫୁଲ ଓ ଆଗ୍ରାଭାଗରେ କଢ ଦେଖାଯାଏ  । ଗୋଟିଏ ପେନ୍ଥାରେ ୫-୬ ଟି ଫଳ ଧରେ   । ପ୍ରତ୍ୟକ ଫୁଲ ଏକ ସମତଳି ଓ ସମବିଭାଜୀ  । ଦୂରରୁ ଦେଖିବାକୁ ଏହା ପ୍ରଜାପତି  ଭଳି   । ଏଥିରେ ୫ଟି ପାଖୁଡା ବା ଦଳ ଥାଏ   । ପାଖୁଡାଗୁଡିକ ବୃତ୍ତିମଣ୍ଡଳର ଭୂମି ସହିତ ଲାଗିଥାନ୍ତି   । ଫୁଲର ବାହାର ପାଖୁଡାଟି ବଡ ଓ ଭିତରେ ଥିବା ନିକଟବର୍ତ୍ତୀ  ଦୁଇ ପାଖୁଡାକୁ ଘୋଡାଇ ରଖିଥାଏ  ଏବଂ ସେ ଦୁଇଟି ଛୋଟ ଛୋଟ ପାଖୁଡାକୁ ମଧ୍ୟ ଘୋଡାଇ ରଖିଥାଏ   ।

ପୁଂକେଶର ଦଣ୍ଡରେ ୧୦ ଗୋଟି ପୁଂକେଶର ଦୁଇଟି ପେଣ୍ଡାରେ ଥାନ୍ତି   । ଗୋଟିକରେ ୯ଟି ଓ ଅନ୍ୟଟିରେ ଗୋଟିଏ   । ଏହି ଦୁଇଟି ପେଣ୍ଡା ଫଳିକା ଚକ୍ରର ଉଭୟ ପାର୍ଶ୍ଵରେ ରହିଥାନ୍ତି  । ଫଳିକା ଚକ୍ର ସରଳ ଓ ଲମ୍ବା ଏବଂ ଏଥିରେ ୧୨ଟି ପର୍ଯ୍ୟନ୍ତ ଡିମ୍ବାଶୟ ଥାଏ   । ଡିମ୍ବାଶୟ ଦଣ୍ଡ ପୁଂକେଶର ଉପରକୁ ଥାଏ  ଏବଂ ଏହାର ଅଗ୍ରଭାଗରେ ପରାଗ ରେଣୁ ଗ୍ରହଣ କରିବା ପାଇଁ ଗର୍ଭପୀଠ ଥାଏ   । ଗର୍ଭପୀଠରେ ପରାଗ ରେଣୁ ପଡିଲେ ପରାଗଣ ହୋଇଥାଏ   ।

ମଞ୍ଜି ବୁଣିବାର ୪-୮ ସପ୍ତାହରେ ଫୁଲ ଧରେ  । ଫୁଲ ଫୁଟିବାର  ପୂର୍ବଦିନ ସନ୍ଧ୍ୟାରେ ସ୍ୱପରାଗ ସଂଗମ ହୁଏ ଏବଂ ଫୁଲ ସକାଳେ ଫୁଟି ସନ୍ଧ୍ୟାରେ ମଉଳିଯାଏ  ।

ଫଳ :

ଛୁଇଁ ଜାତୀୟ, ୬-୧୦ ସେ.ମି. ଲମ୍ବା ସରୁ ନଳୀ ସଦୃଶ ଓ ଲୋମଯୁକ୍ତ  । ଛୁଇଁରେ ମଞ୍ଜି ସଂଖ୍ୟା ୧୦-୧୫ ଥାଏ  । ମଞ୍ଜିର ରଙ୍ଗ ଶାଗୁଆ ଓ ସ୍ଥଳବିଶେଷରେ ମାଟିଆ ବା ହଳଦିଆ ହୋଇଥାଏ   ।

ଋତୁ ଓ ଜଳବାୟୁ :

୬୦-୭୫ ସେ.ମି. ବର୍ଷା ହେଉଥିବା ଅଞ୍ଚଳ ମୁଗଚାଷ ପାଇଁ ଉପଯୁକ୍ତ  । ମୁଗ ଉଷ୍ଣ ଜଳବାୟୁରେ ଭଲ ହୁଏ ଓ ସମୁଦ୍ର ପତ୍ତନ ଠାରୁ ୨୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ସ୍ଥାନରେ ଚାଷ କରାଯାଏ  । ଶୁଷ୍କାଞ୍ଚଳରେ ବର୍ଷାଦିନେ ଏହା ଭଲ ହୁଏ   । ଓଡିଶାରେ ଖରିଫ, ରବି ଓ ଗ୍ରୀଷ୍ମ ଋତୁରେ ମୁଗ ଚାଷ କରାଯାଏ  । କିନ୍ତୁ ରବିଋତୁରେ ଏହା ବହୁଳ ପରିମାଣରେ ଚାଷ କରାଯାଏ ।

ମୃତ୍ତିକା :

ବର୍ଷାଦିନିଆ ମୁଗ ଉଚ୍ଚା, ନିଗିଡା, ବାଲି ଦୋରସା ମାଟିରେ ଭଲ ହୁଏ   । ଲୁଣୀ ଓ କ୍ଷାରୀ ମାଟିରେ ମୁଗ ଭଲ ହୁଏ ନାହିଁ  । ରବି ଋତୁରେ ଏହା ମଧ୍ୟମ କିସମ ଜମିରେ ଭଲ ହୁଏ  । ଖରାଦିନେ ଜଳସେଚନ ସୁବିଧା ଥିବା ଜମିରେ ଚାଷ କରାଯାଏ   । ଦୋରସା, ଲାଲ ଦୋରସା, ମଟାଳ ଦୋରସା, ଢିପ ଓ ମଧ୍ୟମ ଜମିରେ ମୁଗ ଭଲ ହୁଏ  ।

ବିହନ କିସମ :

ଅଧିକ ଉତ୍ପାଦନ ପାଇଁ ଉନ୍ନତ କିସମ ବିହନ ଏକାନ୍ତ ପ୍ରୟୋଜନ  । ପ୍ରତ୍ୟକ କିସମର ଏକ ନିର୍ଦ୍ଧିଷ୍ଟ ଆବଶ୍ୟକତା ରହିଥିବାରୁ ଜମି ଓ ଋତୁ ଅନୁସାରେ କିସମ ନିର୍ବାଚନ କରିବା ଦରକାର  । ଆମ ରାଜ୍ୟ ଚାଷୀଙ୍କ ପାଇଁ କେତେଗୁଡିଏ ଉନ୍ନତ ମୁଗ କିସମ ଅନୁମୋଦନ କରାଯାଇଛି   । ତାହାର ଏକ ବିବରଣୀ ନିମ୍ନରେ ଦିଆଗଲା   ।

ମୁଗ କିସମର  ନାମ

ସମୟ (ଋତୁ)

ଅବଧି (ଦିନରେ)

ମଞ୍ଜିର ରଙ୍ଗ

ହେକ୍ଟର ପ୍ରତି ଅମଳ

ଅଞ୍ଚଳ

ବିଶେଷ ଗୁଣ

K – 851

ବର୍ଷା

75

ଚକ୍ ଚକ୍  ସବୁଜ

8

ସାରା ଓଡିଶା

ସାହେବୀ ରୋଗ ହୁଏ

ଶରତ

70

ଚକ୍ ଚକ୍  ସବୁଜ

6

ଉପକୂଳ

ସାହେବୀ ଓ ପାଉଁଶିଆ ରୋଗ ହୁଏ

ଖରା

65

ଚକ୍ ଚକ୍  ସବୁଜ

10

ପଶ୍ଚିମ ଓଡିଶା

ସାହେବୀ ରୋଗ ହୁଏ

T. 44

ବର୍ଷା

75

ସବୁଜ

8

ସାରା ଓଡିଶା

ସାହେବୀ ରୋଗ ହୁଏ

କୁପରଗାଓଁ

ବର୍ଷା

65

ଚକ୍ ଚକ୍  ସବୁଜ

8

ସାରା ଓଡିଶା

ସାହେବୀ ରୋଗ ହୁଏ

ପୁଷ୍ପା ବୈଶାଖୀ

ବର୍ଷା

75

ଚକ୍ ଚକ୍  ସବୁଜ

7

ସାରା ଓଡିଶା

ସାହେବୀ ରୋଗ ହୁଏ

ଖରା

65

ଚକ୍ ଚକ୍  ସବୁଜ

8

ପଶ୍ଚିମ ଓଡିଶା

 

ସୁଜାତା

ବର୍ଷା

70

ଚକ୍ ଚକ୍  ସବୁଜ

9

ସାରା ଓଡିଶା

ସାହେବୀ ରୋଗ ସହଣୀ

ଖରା

60

ଚକ୍ ଚକ୍  ସବୁଜ

10

ସାରା ଓଡିଶା

ସାହେବୀ ରୋଗ ସହଣୀ

ଜ୍ୟୋତି

ବର୍ଷା

75

କଳା ଚିତ୍ରା

6

ସାରା ଓଡିଶା

ସାହେବୀ ରୋଗ ସହଣୀ

ଶରତ

70

କଳା ଚିତ୍ରା

5

ସାରା ଓଡିଶା

ସାହେବୀ ରୋଗ ସହଣୀ

ଖରା

65

କଳା ଚିତ୍ରା

10

ସାରା ଓଡିଶା

ସାହେବୀ ରୋଗ ସହଣୀ

ରତିଲା ସିଲେସ୍ନନ

ଶରତ

75

ଚକ୍ ଚକ୍  କଳା ଚିତ୍ର

7

ସାରା ଓଡିଶା

ସାହେବୀ ରୋଗ ସହଣୀ

ଧଉଳୀ

ବର୍ଷା

75

ସବୁଜ

7

ସାରା ଓଡିଶା

ସାହେବୀ ରୋଗ ସାମାନ୍ୟ ସହେ

ଖରା

65

ସବୁଜ

8

ସାରା ଓଡିଶା

ସାହେବୀ ରୋଗ ସାମାନ୍ୟ ସହେ

ନୟାଗଡ 2-4

ଶୀତ

80

ମାଟିଆ ବାଦାମି

7

ସାରା ଓଡିଶା

ସାହେବୀ ରୋଗ ପାଉଁଶିଆ ରୋଗ ସାମାନ୍ୟ ସହେ

ଖରା

65

ମାଟିଆ ବାଦାମି

7

ସାରା ଓଡିଶା

ସାହେବୀ ରୋଗ ପାଉଁଶିଆ ରୋଗ ସାମାନ୍ୟ ସହେ

P.D 14-54

ବର୍ଷା

70

ଫିକା ସବୁଜ

8

ସାରା ଓଡିଶା

ସାହେବୀ ରୋଗ ପାଉଁଶିଆ ରୋଗ ସାମାନ୍ୟ ସହେ

 

ଶରତ

65

ଫିକା ସବୁଜ

6

ସାରା ଓଡିଶା

ସାହେବୀ ରୋଗ ପାଉଁଶିଆ ରୋଗ ସାମାନ୍ୟ ସହେ

 

ଶୀତ

55

ଫିକା ସବୁଜ

5

ସାରା ଓଡିଶା

ସାହେବୀ ରୋଗ ପାଉଁଶିଆ ରୋଗ ସାମାନ୍ୟ ସହେ

 

ଖରା

50

ଫିକା ସବୁଜ

12

ସାରା ଓଡିଶା

ସାହେବୀ ରୋଗ ପାଉଁଶିଆ ରୋଗ ସାମାନ୍ୟ ସହେ

CO – 4

ଶରତ

98

ସବୁଜ

10

ସାରା ଓଡିଶା

ସାହେବୀ ରୋଗ ପାଉଁଶିଆ ରୋଗ ସାମାନ୍ୟ ସହେ

 

ଶୀତ

90

ସବୁଜ

8

ସାରା ଓଡିଶା

ସାହେବୀ ରୋଗ ପାଉଁଶିଆ ରୋଗ ସାମାନ୍ୟ ସହେ

J.R.U.

ଶୀତ

90

କଳା

8

ସାରା ଓଡିଶା

ସାହେବୀ ଓ ପାଉଁଶିଆ ରୋଗ ସହେ । ବାମନ ଗଛ  ।

ନୟାଗଡ – ୧ ମୁଗ ବିହନ ୯୦ ଦିନରେ ଅମଳ ହୁଏ   । ଏହା ଶୀତ ଦିନେ ବୁଣାଯାଏ   । ସୁଜାତା ଓ ଜ୍ୟୋତି ଗ୍ରୀଷ୍ମ ଋତୁରେ ସାହେବୀ ରୋଗ ଦ୍ଵାରା ପ୍ରାୟ ଆକ୍ରାନ୍ତ ହୁଏ ନାହିଁ  । ଅନ୍ୟ ବିହନ କିସମଗୁଡିକ କେବଳ ଅନ୍ତଃଜିଲ୍ଲାମାନଙ୍କରେ ଏହି ରୋଗରୁ ରକ୍ଷା ପାଇପାରୁଛି   ।

ଖତ ଓ ସାର :

ଶେଷଥର ଚାଷ ପୂର୍ବରୁ ହେକ୍ଟର ପ୍ରତି ୫ ଟନ୍  ବା ୧୦ ଗାଡି ଗୋବର ଖତ କିମ୍ବା  କମ୍ପୋଷ୍ଟ ପ୍ରୟୋଗ କରିବା ଉଚିତ୍ । ବିହନ ବୁଣିବା ସମୟରେ ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ ଓ ୪୦ କି.ଗ୍ରା. ଫସଫରସ୍ ବୁଣି ଭଲଭାବେ ମାଟିରେ ମିଶାଇ ବିହନ ବୁଣାଯାଏ   । ସାର ତଥା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ  ଓ ସୁବିଧାରେ କରାଯାଇପାରେ   ।

ବିହନ ପରିମାଣ ଓ ବିହନ ବିଶୋଧନ :

ହେକ୍ଟର ପିଛା ୨୫ କି.ଗ୍ରା. ବିହନ ଦରକାର  । ବିହନକୁ କି.ଗ୍ରା. ପ୍ରତି ୩ଗ୍ରାମ ହିସାବରେ ଥିରାମ ବା କ୍ୟାପଟେନ ଗୁଣ୍ଡା ସହିତ ଗୋଳାଇ ବିଶୋଧନ କରନ୍ତୁ   । କୌଣସି ଜମିରେ ପୂର୍ବ ବର୍ଷଗୁଡିକରେ ମୁଗ ବୁଣାଯାଉନଥିଲେ  ମଞ୍ଜି ସହ ଜୀବାଣୁ କଲଚର ଗୋଳାଇ ବୁଣନ୍ତୁ ଓ ସେପରି ସ୍ଥଳେ ବିହନ ସହିତ ଜୀବାଣୁ କଲଚର ଗୋଳାଇବାର ଏକ ସପ୍ତାହ ପୂର୍ବରୁ କ୍ୟାପଟେନ ଦ୍ଵାରା ବିଶୋଧନ କରାଯାଏ   । ଋତୁ ଭେଦରେ ଗଛର ବୃଦ୍ଧି, ଅବଧି ଏବଂ ଉତ୍ପାଦନ କମ୍ ବା ବେଶି ହୋଇଥାଏ   । ମୁଗ ସର୍ବାଧିକ ବୃଦ୍ଧି ବର୍ଷାଦିନେ ହୋଇଥାଏ  ଏବଂ କ୍ରମଶଃ ଶରତ ଓ ଶୀତ ଦିନେ ବୃଦ୍ଧି କମିଯାଏ  । ଖରାଦିନେ ମୁଗଫସଲ ବୃଦ୍ଧି କମ୍ ହେଲେ  ମଧ୍ୟ ଉତ୍ପାଦନ ସର୍ବାଧିକ ହୋଇଥାଏ   । ଏଥିପାଇଁ ବିହନର ପରିମାଣ ତୁଳନାତ୍ମକ ଭାବେ କମ୍ ବା ବେଶି କରିବା ଦରକାର   ।

ବର୍ଷା ଓ ଶରତ ଋତୁ

ଶୀତ ଋତୁ

ଗ୍ରୀଷ୍ମଋତୁ

ବୁଣିବା ବ୍ୟବଧାନ ସେ.ମି

ଗଛସଂଖ୍ୟା ହେକ୍ଟର ପ୍ରତି (ଲକ୍ଷ)

ହେକ୍ଟର ପ୍ରତି ବିହନର ପରିମାଣ (କି.ଗ୍ରା)

ବୁଣିବା ବ୍ୟବଧାନ ସେ.ମି

ଗଛସଂଖ୍ୟା ହେକ୍ଟର ପ୍ରତି (ଲକ୍ଷ)

ହେକ୍ଟର ପ୍ରତି ବିହନର ପରିମାଣ (କି.ଗ୍ରା)

ବୁଣିବା ବ୍ୟବଧାନ ସେ.ମି

ଗଛସଂଖ୍ୟା ହେକ୍ଟର ପ୍ରତି (ଲକ୍ଷ)

ହେକ୍ଟର ପ୍ରତି ବିହନର ପରିମାଣ (କି.ଗ୍ରା)

୩୦ X ୩୩

୧୦

୨୫ X ୨୨.୫ X ୧୦

 

୪.୪

୩୦

୨୫ X ୫

୪୦

ଋତୁ ଅନୁସାରେ ଉନ୍ନତ କିସମ ସ୍ଥିର କରି ଉପଯୁକ୍ତ ପରିମାଣରେ ସ୍ଵିକୃତି ପ୍ରାପ୍ତ ବିହନ ବ୍ୟବହାର କଲେ ଉତ୍ପାଦନ ଶତକଡା ୧୦ ଭାଗ ବୃଦ୍ଧି ପାଇବ  । ବିହନ ଗଜା ହେବା ଶକ୍ତି ଉପରେ ନିର୍ଭର କରି ଜମିରେ ଗଛ ସଂଖ୍ୟା କମ୍ ବେଶି ହୋଇଥାଏ   । ତେଣୁ ଆବଶ୍ୟକୀୟ ଗଛସଂଖ୍ୟା କମ୍ ବେଶି ହୋଇଥାଏ   । ତେଣୁ ଆବଶ୍ୟକୀୟ ଗଛସଂଖ୍ୟା  ପାଇବାକୁ ହେଲେ, ବୁଣିବାପୂର୍ବରୁ ବିହନ ପରୀକ୍ଷା କରି ନେବା ଦରକାର   । ମୁଗ ୩ ଦିନ ଭିତରେ ଅନ୍ୟୁନ  ୮୫% ଗଜା ମିଳେ   । ଏଥିପାଇଁ  ବିହନ ନମୁନା ବାହାର କରି ୪-୬ ଘଣ୍ଟା ପାଣିରେ ବତୁରାଇ କନାରେ ବାନ୍ଧି ସଜାଇ ଦେଲେ ବା ମାଟି ସରାରେ ବଲଭରି  ତହିଁରେ ବୁଣିଦେଲେ ୩ ଦିନ ମଧ୍ୟରେ ଗଜା ହୋଇଥାଏ   । ଏହାକୁ ଗଣି ଶତକଡା ୮୦ରୁ ଉର୍ଦ୍ଧ୍ଵ ଗଜା ହେଉଥିଲେ ସେହି ବିହନ ବ୍ୟବହାର କରିବା ଉଚିତ  । ଗଜା ସଂଖ୍ୟା ୬୦-୭୦ ଭାଗ ମଧ୍ୟରେ ଥିଲେ ଓ ଆଉ ଭଲ ବିହନ ସଂଗ୍ରହ କରିବା ସମ୍ଭାବନା ନଥିଲେ ଅନୁପାତିକ ଭାବେ ବିହନ ପରିମାଣ ବଢାଇ ବୁଣାଯାଇପାରେ   ।

ଜୀବାଣୁ କଲଚରର ଆବଶ୍ୟକତା ଓ ପ୍ରୟୋଗ –

ମୁଗ ଗଛ ତା’ର ଯବକ୍ଷାରଜାନ  ଚାହିଦା ଚେରରେ ବଢୁଥିବା ସହାୟକ ଜୀବାଣୁ  ବା ଗୁଟିକା ସାହାଯ୍ୟରେ ମେଣ୍ଟାଇଥାଏ   । ଏହି ଜୀବାଣୁ ବାୟୁରୁ ଯବକ୍ଷାରଜାନ ସଂଗ୍ରହ କରି ନିଜେ ବ୍ୟବହାର କରିବା ସହ ମୁଗ ଗଛକୁ ମଧ୍ୟ ଯୋଗାଇଥାଏ  । ବିହନ ଗଜା ହେବାର ୧୪ ଦିନ ପରେ ଚେରରେ ଗୁଟିକା ସୃଷ୍ଟି ହୋଇ ଏହି ପ୍ରକ୍ରିୟା ଆରମ୍ଭ ହୁଏ  । ଗୁଟିକାର ସଂଖ୍ୟା ଓ  ରଙ୍ଗ ଉପରେ ଯବକ୍ଷାରଜାନ ସ୍ଥିରୀକରଣ ନିର୍ଭର କରେ   । ଗଛର ବୃଦ୍ଧି, ମାଟିରେ ପୂର୍ବରୁ ଥିବା ଜୀବାଣୁସଂଖ୍ୟା, ଫସଫରସ୍ ଏବଂ ମଲିବଡିବମ୍ ସୁଲଭତା ଗଛରେ ଗୁଟିକା ସଂଖ୍ୟା ନିର୍ଣ୍ଣୟ କରେ  । ଗୁଟିକାର ଭିତର ରଙ୍ଗ ଧଳା, ବାଇଗଣି ଓ କଳା ହୋଇଯାଏ   । ଏଥି ମଧ୍ୟରୁ ବାଇଗଣି ରଙ୍ଗର ଗୁଟିକା କାର୍ଯ୍ୟକ୍ରମ ଅଟନ୍ତି   । ଗୁଟିକା ଗୁଡିକ ଗଛର ଚେରର ଉପରି ଭାଗରେ ଲାଗି  ରହିଥାଏ   । ମାଟିରୁ ଚେର ଉପାଡିବା ବେଳେ ଗୁଟିକା ସହଜରେ ଚେରରୁ ବାହାରି ମାଟିରେ ରହିଯାଏ  । ହାଲୁକା ମାଟିରେ କିଛି ଗୁଟିକା ଚେର ସହ ବାହାରି ଆସେ   ।

ଚେରରେ ଗୁଟିକା ନଥିଲେ ମୁଗ ଫସଲ ଭଲ ବଢେ ନାହିଁ  କିମ୍ବା ଉପଯୁକ୍ତ ପରିମାଣ ଫୁଲ ଫଳ ଧରେ ନାହିଁ   । ଜୀବାଣୁ କଲଚର  ପ୍ରୟୋଗ କଲେ ଜୀବାଣୁ ସଂଖ୍ୟା ବୃଦ୍ଧି ପାଇଥାଏ ଓ ଅଧିକ ଗୁଟିକା ହୁଏ   । ଫଳରେ ଫସଲକୁ ଯବକ୍ଷାରଜାନ ମିଳେ ଓ ଉତ୍ପାଦନ ଅଧିକ ହୋଇଥାଏ   ।

ଜୀବାଣୁ କଲଚର ପ୍ରୟୋଗ ବିଧି :

୧୦ କି.ଗ୍ରା ବିହନ ପ୍ରତି ଏକ ପୁଡିଆ ଜୀବାଣୁ କଲଚର ଦରକାର ଏକ ପୁଡିଆ ଜୀବାଣୁ କଲଚର ଏକ ଲିଟର  ପାଣିରେ ଗୋଳାଇ ଖିରି ପରି କରି ୧୦ କି.ଗ୍ରା. ବିହନ ସହିତ ଗୋଳେଇ ଦିଆଯାଏ   । କଲଚରର  ଦକ୍ଷତା ବୃଦ୍ଧି ପାଇଁ ୧୦ କି.ଗ୍ରା. ବିହନ ପ୍ରତି ୫ ଗ୍ରାମ ହିସାବରେ ସୋଡିୟମ ମଲିବିଡେଟ୍ କଲଚର ସହିତ ମିଶାଇ ଗୋଳାଇବା ଆବଶ୍ୟକ   । କଲଚର ଗୋଳା ବିହନ ଛାଇରେ  ଶୁଖାଇ ୧୨ ଘଣ୍ଟା ମଧ୍ୟରେ ଉପର ଓଳା ବୁଣିବା ଦରକାର   ।

ଜମି ପ୍ରସ୍ତୁତି ଓ ବିହନ ବୁଣା :

୩-୪ ଓଡ ଚାଷ ସହ ମଇ ଦେଇ ମାଟିକୁ ଗୁଣ୍ଡ ଓ ସମତୁଲ କରିବା ଦରକାର  । ମାଟି ଭଲଭାବେ ଗୁଣ୍ଡ ହେଲେ ବିହନ ସହଜରେ ଓ ସୁଷମ ଭାବେ ଗଜା ହୁଏ   । ମାଟିର ଜଳୀୟ ଅଂଶ ଏବଂ ଜଳସେଚନର ସୁବିଧା ଉପରେ ଚାଷ ସଂଖ୍ୟା ନିର୍ଭର କରେ  । ଶରତ ଓ ଶୀତ ଋତୁରେ ଚାଷ ବେଳେ ମାଟିର  ଜଳୀୟ ଅଂଶପ୍ରତି ସତର୍କ ଦୃଷ୍ଟି ରଖିବା ଦରକାର   । ବାଲିଆ ଦୋରସା ଜମିରେ ମାଟି ପାଗିବା ମାତ୍ରେ  ଏକାଦିନକେ ଦୁଇ ଓଡ ଚାଷ କରି ମଇ ଦେଇ ମାଟି ଗୁଣ୍ଡ ହେଲେ ବିହନ ବୁଣି ମଇ ଦେବା ଦରକାର   । ଶୀତ ଓ ଖରାଦିନେ  ଆବଶ୍ୟକ ବତର ଥାଇ ଚାଷ କରି ବିହନ ବୁଣିବା ଦରକାର   । ପାଗ ନଥିଲେ ବିହନ ବୁଣିବା ପରେ ସିଞ୍ଚା ପାଣି ଦେଲେ ଭଲ ଗଜା ହୁଏ   ।

ଅନ୍ତଃଚାଷ :

ପ୍ରଥମ ୨-୩ ସପ୍ତାହ ପର୍ଯ୍ୟନ୍ତ ମୁଗ ଗଛ ଶୀଘ୍ର ବଢେ ନାହିଁ   । ଏହି ସମୟରେ ଅନାବନା ଗଛ ମୁଗ ଗଛ  ସହ ଖାଦ୍ଯ ଓ ଜଳ ପାଇଁ ପ୍ରତିଦ୍ଵନ୍ଦୀ  ହୁଅନ୍ତି   । ଏଣୁ ଏହି ସମୟରେ କୋଡା ଖୁସା ଓ ଘାସ ଦମନ ଏକାନ୍ତ ଆବଶ୍ୟକ   । ବର୍ଷାଦିନେ ରାସାୟନିକ ତୃଣକମାରୀ ଯଥା ବାସାଲିନ୍ ୧ କି.ଗ୍ରା. a.i. ହେକ୍ଟର ପିଛା ୮୦୦ – ୧୦୦୦ ଲିଟର ପାଣିରେ ମିଶାଇ ବିହନ ବୁଣିବା ପୂର୍ବରୁ ପ୍ରୟୋଗ କରିବା ଉଚିତ୍  । ଅନେକ ସମୟରେ ମାଟିର ପାଗ ଏବଂ  ମଞ୍ଜିଦୋଷରୁ  ଜମିରେ ଆବଶ୍ୟକ ମୁଗ ଗଛ ରହିପାରେ ନାହିଁ   । ତେଣୁ ପ୍ରଥମେ ଗଜା ବାହାରିବାର ଏକ ସପ୍ତାହ ମଧ୍ୟରେ ଖାଲି ସ୍ଥାନରେ କିଛି ଭଲ ବିହନ ପୋତି ଦେବା ଦରକାର   । କିଛିଦିନ ପରେ ଏହି ଗଛଗୁଡିକ ପ୍ରଥମ ଗଛ ସହ ମିଶିଯାଏ   । ସ୍ଥଳବିଶେଷରେ ଧାଡିରେ ଥିବା ଗଛ ସଂଖ୍ୟା ଅଧିକ ହୋଇ କିମ୍ବା ଉର୍ବର ମାଟିରେ ବର୍ଷାଦିନିଆ ମୁଗ ପଲ୍ଲବିତ ହୋଇ ବଢିଯାଏ   । ଫଳରେ ଗଛରେ ଅପେକ୍ଷାକୃତ କମ୍ ଛୁଇଁ ଓ ଦାନା ଧରେ   । ଏଣୁ କୋଡା ଖୁସା ସମୟରେ ବହଳ ଉଠିଥିବା ଗଛ ପତଳା କରି ଦେବା ଉଚିତ୍  ।

ଜଳସେଚନ ଓ ଜଳ ନିଷ୍କାସନ :

ଡାଲି ଫସଲ ଏକ ନିପାଣିଆ ଫସଲ ଭାବେ ଚାଷୀମାନେ ଚାଷ କରନ୍ତି   । କିନ୍ତୁ ଶୀତ ଓ ଖରାଟିଆ ମୁଗ ଫସଲ ଜଳସେଚନ ଆବଶ୍ୟକ କରେ  । ଶୀତ ଓ ଖରାଦିନେ ମୁଗ ଫସଲରେ ଆବଶ୍ୟକ ମତେ ଜଳସେଚନ ଆବଶ୍ୟକ କରେ   । ଶୀତ ଓ ଖରାଦିନେ ମୁଗ ଫସଲରେ ଆବଶ୍ୟକ ମତେ ଜଳସେଚନ କଲେ ଉତ୍ପାଦନ ୨୫-୩୦ ଭାଗ ଅଧିକ ହୁଏ   । ଶୀତ ଓ ଖରାଟିଆ ମୁଗ – ଚାଷରେ ହାଲୁକା ମାଟିରେ ମୂଳ ଜଳସେଚନକୁ ମିଶାଇ ୪ ଥର ଟିବିଏମ ଉର୍ବର ମାଟିରେ ତିନିଥର ସିଞ୍ଚାପାଣି ଦେବାକୁ ହୁଏ   । ମୁଖ୍ୟତଃ ବିହନ ବୁଣିବା ପୂର୍ବରୁ ବା ପରେ ପ୍ରଥମ ମୁଗ ଫୁଲ ଧରିବା ବେଳେ ଥରେ ଏବଂ ଛୁଇଁ ପାକଲା ହେବା ସମୟରେ ଥରେ  ସିଞ୍ଚା ଜଳସେଚନ କରିବା ଆବଶ୍ୟକ   । ମୁଗ କିଆରିରେ ବୁଡା ପାଣି ଦେବା କ୍ଷତିକାରକ   । ବର୍ଷା ଓ ଶରତ ଋତୁରେ ଉପଯୁକ୍ତ ଜଳ ନିଷ୍କାସନର  ବ୍ୟବସ୍ଥା ନ ହେଲେ ମୁଗ ଫସଲ ନଷ୍ଟ ହୋଇଯାଏ   । ଗଛ ମୂଳରେ ପାଣି ଜମି ରହିଲେ ବା ଜମି ସନ୍ତସନ୍ତିଆ ରହିଲେ ମୁଗ ଫସଲରେ ମୂଳ ସଢା ରୋଗ ହୁଏ  । ଗଛ ହଳଦିଆ ପଡି ଝାଉଂଳି ମରିଯାଏ   । ଚିତା ରୋଗ ବେଶି ହୁଏ, ପତ୍ର ଝଡିଯାଏ, ବାୟୁ ଚଳାଚଳ ଅଭାବରେ ଚେର ଦୁର୍ବଳ ହୋଇଯାଏ  କିମ୍ବା ସଢିଯାଏ, ଫୁଲ ଝଡିଯାଏ   । ଆଭ୍ୟନ୍ତରୀଣ ଆର୍ଦ୍ରତା  ଓ ଉଷ୍ଣତା ଯୋଗୁଁ ଛୁଇଁଗୁଡିକ ପଚିଯାଏ   । କିମ୍ବା ମଞ୍ଜି ଛୁଇଁ ମଧ୍ୟରେ ଥାଇ ଗଜା ହୋଇଯାଏ ଏବଂ ସ୍ଥଳବିଶେଷରେ ଦାନା ଗମିଯାଇ ନଷ୍ଟ ହୋଇଯାଏ   । ଏଣୁ ବର୍ଷା ଓ ଶରତ ଋତୁରେ ଉପଯୁକ୍ତ ବ୍ୟବଧାନରେ ନିଷ୍କାସନ ନାଳକରି ଜମିକୁ ସମ୍ପୂର୍ଣ୍ଣ ନିଗିଡା ରଖିବା ଉଚିତ  ।

ଅମଳ

ମୁଗ ଫସଲ ଅନିର୍ଦ୍ଧିଷ୍ଟ ବୃଦ୍ଧି ଯୋଗୁ ଗଛରେ ଏକ ସମୟରେ କଢ, ଫୁଲ, କଞ୍ଚା ଓ ପାକଲା ଛୁଇଁ ଦେଖିବାକୁ ମିଳେ   । ଏହାଛଡା ଛୁଇଁରେ ଚୋପା ପତଳା ଓ ଛିଦଯୁକ୍ତ ହୋଇଥିବାରୁ ସହଜରେ ଜଳୀୟଅଂଶ ଶୋଷି ହୋଇଯାଏ   । ଫଳରେ ଛୁଇଁ ଅଧିକ ଆର୍ଦ୍ରତା ଥିଲେ ପଚିଯାଏ  କିମ୍ବା ଛୁଇଁ ଭିତରେ ଥାଇ ମଞ୍ଜି  ଗଜା ହୋଇଯାଏ   । ଟାଣ ଖରାରେ ମଧ୍ୟ  ଛୁଇଁ ଫାଟି ଦାନା ବିଲରେ  ଖସିପଡେ   । କେବଳ ଶୀତଦିନେ ଏପରି ହୋଇ ନଥାଏ  । ଏହିସବୁ କାରଣ ଯୋଗୁଁ ଶୀତଦିନିଆ ମୁଗ ଫସଲ ବ୍ୟତୀତ ଅନ୍ୟ ସବୁ ଋତୁରେ ପାକଲା ଛୁଇଁ ଥରେ ବା ଦୁଇଥର ତୋଳିନେବା ଦରକାର  । ପରେ ଗଛ କାଟି ଅମଳ କରି ଦେବା ଉଚିତ  । ଶୀତଦିନେ ମୁଗ ଫସଲ ହାରାହାରି ୮୦ ଭାଗ ଛୁଇଁ ପାଚିଗଲେ ଗଛକାଟି ଆଣି ଅମଳ କରିବା ଦରକାର  । ଗଛ ନ ଉପାଡି, କାଟି ଅମଳ କରିବା ଦ୍ଵାରା ଚେର ସହ ଜୀବାଣୁ ଗୁଟିକା ମାଟିରେ ରହିଯାଏ  ଓ ମାଟିରେ ଯବକ୍ଷାରଜାନ ସ୍ଥିରୀକରଣ ବେଶି ହୁଏ   । ଛୁଇଁ ବା ଗଛକୁ କାଟି ଆଣି ବା ତୋଳି ଆଣିବା ପରେ ସଙ୍ଗେ ସଙ୍ଗେ ଖରାରେ ଭଲଭାବେ ଶୁଖାଇ, ବାଡେଇ ବା ବେଙ୍ଗଳା ପକାଇ କରାଯାଏ   । ଗଦା ମରିବା ପୂର୍ବରୁ ଏକ ସଙ୍ଗେ ୨-୩ ଟି ଖରାରେ ସୁଖାଇବା ଦରକାର   । ବିଶେଷ କରି ବର୍ଷାଦିନେ ଛୁଇଁ ବା ଗଛକୁ ଖରାରେ କିମ୍ବା ବାୟୁ ଚଳାଚଳ କରୁଥିବା ଘରେ  ଶୁଖାଇ ଅମଳ କରିବା ଦରକାର  । ନହେଲେ ଗଦାରେ ଜଳୀୟଅଂଶ ଓ ଉଷ୍ଣତା ବଢି ଛୁଇଁ ଓ ଦାନା ପଚିଯାଏ ବା ନଷ୍ଟ ହୋଇଯାଏ  । ଡାଲି ଦାନାରେ ୮-୧୨ ଶତାଂଶ ମଧ୍ୟରେ ଜଳୀୟ ଅଂଶ ରହିବା ପରେ ସାଇତି ରଖିବା ଉଚିତ  । ଏ ଅବସ୍ଥାରେ ଦାନାକୁ ଦାନ୍ତରେ ରଗଡିଲେ ‘ଠିକ୍’ କରି ଶବ୍ଦ ହୁଏ  ।

ଆଧାର – ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate