ପୋଟଳ ଏକ ଅଧିକ ଅମଳ କ୍ଷମ ଅର୍ଥକାରୀ ଫସଲ । ଓଡିଶାର ବିଭିନ୍ନ ଅଞ୍ଚଳରେ ଏହାର ଲାଭଜନକ ଚାଷ କରାଯାଇପାରିବ । ପ୍ରତି 100 ଗ୍ରାମ ପୋଟଳରେ 2 ପ୍ରତିଶତ ପୃଷ୍ଟିସାର ,୦.୩ ପ୍ରତିଶତ ସ୍ନେହସାର ,୨.୨ ପ୍ରତିଶତ ଶ୍ଵେତସାର , ୩ ଗ୍ରାମ ତନ୍ତୁ । ୨୫୫ IU ଜୀବସାର -A ,୦.୧୧ ମିଲିଗ୍ରାମ ଜୀବସାର – B ଏବଂ ୨୯ ମିଲିଗ୍ରାମ ଜୀବସାର- ସି ଥାଏ । ଏହା ବହୁତ ସ୍ଵାଦଯୁକ୍ତ ଏବଂ ସହଜରେ ହଜମ ହୁଏ । ପୋଟଳକୁ ତରକାରୀ, ଆଚାର ଏବଂ ମିଠା ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ । ଓଡିଶାର ସମ୍ବଲପୁର , ବଲାଙ୍ଗୀରି ,ପୁରୀ, ବାଲେଶ୍ଵର , ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାଗୁଡିକରେ ଏହା ବହୁତ ଭାବେ ଚାଷ କରାଯାଏ ।
ପୋଟଳ ଚାଷ ପାଇଁ ଉଷ୍ଣ ଆର୍ଦ୍ର ଜଳବାୟୁ ଆବଶ୍ୟକ ହୋଇଥାଏ । ଗଛ ବଢିବା ପାଇଁ ୩୦C ଉପଯୁକ୍ତ ତାପମାତ୍ରା । ବସନ୍ତ ଋତୁ ଆସିଲେ ପୋଟଳ ଗଛ ଗୁଡିକ ଭଲ ଭାବେ ବଢିଥାଏ । ଶୀତ ଦିନ ଅଧିକ ବର୍ଷା ଓ ଅଧିକ ଗରମରେ ଗଛରେ ଫୁଲ ଫଳ ହେବାରେ ବାଧା ସୃଷ୍ଟି ହୋଇଥାଏ । କେତେକ ବୈଷୟିକ ଚାଷୀ ଏହାକୁ ବର୍ଷତମାମ ଲଗାଇଥାନ୍ତି । ଏହାଦ୍ଵାରା ଅମଳର ବିଶେଷ ପ୍ରଭାବ ପଡେ ନାହିଁ । ଓଡିଶାର ଜଳବାୟୁ ପୋଟଳ ଚାଷ ପାଇଁ ଉପଯୁକ୍ତ ଅଟେ । ବାଲିଆ ଦୋରସା ମାଟି ପୋଟଳ ଚାଷ ପାଇଁ ଉତ୍କୃଷ୍ଟ । ପଟୁ ପଡୁଥିବା ଜମି ଏବଂ ଖତସାର ମିଶା ଅନ୍ୟାନ୍ୟ ମାଟିରେ ଏହା ଭଲ ଭାବରେ ବଢିଥାଏ । ପୋଟଳ ଚାଷ ପାଇଁ ଉପଯୁକ୍ତ ଭାବେ ଜଳସେଚନ ସହ ନିଷ୍କାସନ ଆବଶ୍ୟକ ହୋଇଥିବାରୁ ଏହାକୁ ସାଧାରଣତଃ ଉଚ୍ଚ ସ୍ଥାନରେ ଚାଷ କରାଯାଇଥାଏ ।
ଓଡିଶାରେ ପୋଟଳ ଚାଷ ପାଇଁ ନିମ୍ନୋକ୍ତ କିସମ ଉପଯୁକ୍ତ ଅଟେ ।
ପୋଟଳ ମଞ୍ଜିରୁ ଗଛ ପ୍ରସ୍ତୁତ ହେଲେ ପ୍ରାୟ ଶତକଡା ୫୦ ଭାଗ ଅଣ୍ଡିରା ଗଛ ହୁଏ ଏବଂ ମାଈ ଗଛରେ ଭଲ ଫଳ ଆସିନଥାଏ । ତେଣୁ ବ୍ୟବଶାୟିକ ପୋଟଳ ଚାଷ ପାଇଁ ଏହାର ଡଙ୍କ ଓ ଚେରକୁ ବିହନ ରୂପେ ବ୍ୟବହାର କରାଯାଏ । ସାଧାରଣତଃ ଅକ୍ଟୋବର –ନଭେମ୍ବର ଏବଂ ଫେବୃଆରି – ମାର୍ଚ୍ଚ- ମାସରେ ଡଙ୍କଗୁଡିକୁ ନିମ୍ନୋକ୍ତ ପ୍ରଣାଳୀରେ ବ୍ୟବହାର କଲେ ଏହା ଅଧିକ ଲାଭପ୍ରଦ ହୋଇଥାଏ ।
ପ୍ରଥମେ ଜମିକୁ ୨-୩ ଥର ଗଭୀର ଚାଷ କରି ମଇ ଦିଆଯାଏ ଓ ତା ପରେ ଗାତ ପ୍ରସ୍ତୁତ କରାଯାଏ । ଏହି ଗାତର ଲମ୍ବ ୩୦ ସେମି , ପ୍ରସ୍ଥ ୩୦ ସେମି ଓ ଗଭୀର ମଧ୍ୟ ୩୦ ସେମି କରାଯାଏ । ଏହାପରେ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଗାତକୁ ସୂର୍ଯ୍ୟାଲୋକରେ ରଖିବା ଉଚିତ । ଗାତପିଛା ୧୦ କିଗରା FYM ବା କମ୍ପୋଷ୍ଟ,୧୦୦ ଗ୍ରାମ DAP ଓ ୨୦୦ ଗ୍ରାମ MOP ର ମିଶ୍ରଣ ଦିଆଯାଏ । ରୋପଣ ବେଳେ ଗଛରୁ ଗଛ ପ୍ରତି ଦୂରତା ୧-୧.୨ ମିଟର ଏବଂ ଧାଡିରୁ ଧାଡି ପ୍ରତି ଦୂରତା ୧.୫ ମିଟର ରଖାଯିବା ଉଚିତ । ୧୦ ଟି ମାଈ ଚାରା ପିଛା ଗୋଟିଏ ଅଣ୍ଡିରା ଛଡ଼ା ଲଗାଯାଏ କାରଣ ଉଚିତ ସଂଖ୍ୟକ ଅଣ୍ଡିରା ଛଡ଼ା ନ ହେଲେ ପରାଗସଂଗମ କମ ଯୋଗୁଁ କଷି ଫଳଗୁଡିକ ହଳଦିଆ ପଡିବା ସହ ସୁଖୀ ଝଡିଯାଏ ।
ସାଧାରଣତଃ ପୋଟଳ ଗଛକୁ ହୁଡାରେ ଲଗାଇ ଏହାର ଡଙ୍କକୁ ମାଟିରେ ମଡାଯାଇଥାଏ । କିନ୍ତୁ ଏହାଦ୍ଵାରା ଡଙ୍କ, ଫୁଲ ଓ ଫଳ ମାଟିରେ ଲାଗି ନଷ୍ଟ ହୁଏ । ପତ୍ରର ତଳଭାଗ ରୋଗପୋକ ଦ୍ଵାରା ଆକ୍ରାନ୍ତ ହୋଇଥାଏ । ଔଷଧ ସିଞ୍ଚନ କଳାବେଳେ ଏହା ପତ୍ରର ତଳ ଭାଗକୁ ସ୍ପର୍ଶ କରିପାରେ ନାହିଁ ।
ଏହିସବୁ ଅସୁବିଧାକୁ ଦ୍ରୁଷ୍ଟିରେ ରଖି ପୋଟଳ ଗଛକୁ ଟ୍ରେଲି (ରଞ୍ଜା) ପ୍ରଣାଳୀ ମାଧ୍ୟମରେ ମଡାଇବା ଉଚିତ । ଏହି ପ୍ରଣାଳୀରେ ପୋଟଳ ଗଛ ମଡାଇଲେ ଜମିରେ ଜଳସେଚନ ସୁବିଧା ହୋଇଥାଏ । ରୋଗ ପୋକ ଦମନ ପାଇଁ ଔଷଧ ସିଞ୍ଚନରେ ମଧ୍ୟ ସୁବିଧା ହୋଇଥାଏ । ପୋଟଳ ଡଙ୍କ ଭଲ ଭାବେ ବଢିଥାଏ ଏବଂ ଫଳ ତୋଳିବାରେ ସୁବିଧା ହୁଏ ।
ଯେଉଁ ଜମିରେ ଜଳ ନିଷ୍କାସନର ଭଲ ସୁବିଧା ନ ଥାଏ ବା ମାଟି ୭-୮ ଦିନ ପର୍ଯ୍ୟନ୍ତ ଲଗାତର ଆର୍ଦ୍ର ଥାଏ , ସେଠାରେ ଟ୍ରେଲିର ବ୍ୟବସ୍ଥା କରାଯିବା ଆବଶ୍ୟକ ।
ବିଭିନ୍ନ ପ୍ରକାର ପ୍ରଚଳିତ ଟ୍ରେଲି ପ୍ରଣାଳୀ ମଧ୍ୟରେ ଗୋଟିକିଆ ଧାଡି ଟ୍ରେଲି ପଦ୍ଧତି ଅତ୍ୟନ୍ତ ସୁବିଧାଜନକ । ଏହି ପ୍ରକାର ଟ୍ରେଲିର ଉଚ୍ଚତା ୬ ଫୁଟ ଏବଂ ଏଥିରେ ପ୍ରତି ୨ ମି, ବ୍ୟବଧାନରେ ସିଧା ଖମ୍ବ ପୋତାଜାଏ । ଯେଉଁତିରେ ଜମିରୁ ୩ ଫୁଟ ଛାଡି ପ୍ରଥମେ ସମାନ୍ତର ତାର ବନ୍ଧାଯାଏ । ତାପରେ ପ୍ରତି ୧ ଫୁଟ ବ୍ୟବଧାନରେ ସମାନ୍ତର ତାର ବନ୍ଧାଯାଏ । ଗଛ ଉପରକୁ ସହଜରେ ବଢିବା ପାଇଁ ପ୍ରତି ଗଛ ପାଖରେ ଭୂମି ସହ ସିଧା ଭାବେ ଛୋଟ କାଠିକୁ ଟ୍ରେଲିର ତାର ସହ ସଂଯୋଗ କରାଯାଇଥାଏ । ଧାଡିକୁ ଧାଡି ମଧ୍ୟରେ ଥିବା ଅନାବନା ଘାସକୁ ହାତ କିମ୍ବା ପାୱାର ଟ୍ରିଲର ସାହାଯ୍ୟରେ ବାହାର କରିହେବ । ପ୍ଲାଷ୍ଟିକ ଜାରି ଓ ଜୈବ ପଦାର୍ଥ ଯଥା- କଟା, କଦଳୀ ପତ୍ର, ଆଖୁ ଛେଦା ବା ଶୁଖିଲା ଘାସ ଦ୍ଵାରା ଅଛାଦନ କରାଯାଏ । ଯାହା ଦ୍ୱ୍ରା ଜମିରେ ଘାସ ନହେବା ସହ ଗଚ୍ଚ ପାଖ ଆର୍ଦ୍ର ରହିଥାଏ ।
ଗଛ ବଢିବା ସଙ୍ଗେ ସଙ୍ଗେ ଆବଶ୍ୟକ ମାତ୍ରାର ଖାଦ୍ୟସାର ଦରକାର କରେ । ଏଥିପାଇଁ 10 କିଗ୍ରା , ସଦ୍ୟ ଗୋବର 5 କିଗ୍ରା , ଏମଓ ପିଓ 2 କିଗ୍ରା ନିମ୍ବ ପିଡିଆ , 2 କିଗ୍ରା , କରଞ୍ଜ ପିଡିଆ ଏବଂ 5 କିଗ୍ରା , ଜିଆଖତକୁ ୨୦୦ ଲି, ପାଣିରେ ମିଶାଇ ମିଶ୍ରଣକୁ ଗଛ ପିଚ୍ଚା ଏକ ଲିଟର ରୋପଣର ୩୦ ଦିନ ପରେ ଦେବା ଉଚିତ । ଏହାସହ ରୋପଣ ହେବାର ୬୦ ଦିନ ପରେ ସଲଫର ୨୦ ଗ୍ରାମ ୧୩୦ ଦିନ ପରେ NPK ୫୦ ଗ୍ରାମ ,୧୮୦ ଦିନ ପରେ ୟୁରିଆ , ୨୦ ଗ୍ରାମ , ୨୦୦ ଦିନ ପରେ ସଲଫର ୪୦ ଗ୍ରାମ ଦେବା ଉଚିତ । ଏତତବ୍ୟତୀତ ୨୦୦-୨୫୦ କ୍ଵିଣ୍ଟାଲ FYM,୧୨୦ କିଗ୍ରା N ୬୦ କିଗ୍ରା P ୫୦ କିଗ୍ରା , K ହେକ୍ଟର ପିଛା ଦେଇ ହେବ ।
ପୋଟଳ ଚାଷ ପାଇଁ ସଠିକ ଜଳ ପରିଚାଳନା, ନିତ୍ୟାନ୍ତ ଆବଶ୍ୟକ । ରିତୁ ଅନୁଯାୟୀ ଜଳର ଆବଶ୍ୟକତାକୁ ନଜରରେ ରାଖୀ ଜଳ ପରିଚାଳନା କରାଯାଏ । ଶୀତ ଦିନେ ୮-୧୦ ଦିନ ବ୍ୟବଧାନରେ ଓ ଖରା ଦିନେ ୪-୫ ଦିନ ବ୍ୟବଧାନରେ ଜଳସେଚନ କରାଯାଏ । ଜମିର ଜଳ ନିଷ୍କାସନ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ କାରଣ ଜମିରେ ପାଣି ଜମି ରହିଲେ ଚେର ପାଚିଯାଏ ଓ ଫ୍ୟୁଜାରିଆମ ଫିମ୍ପିର ଆକ୍ରାନ୍ତ ଅଧିକ ହୁଏ । ବୁନ୍ଦା ଜଳସିଞ୍ଚନର ବ୍ୟବସ୍ଥା କମ କାଲେ କମ ଖର୍ଚ୍ଚରେ ଅଧିକ ସଫଳ ମିଳେ ।
ପୋଟଳ ଚାଷରେ ଧାଡିକୁ ଧାଡି ଅଧିକ ଜାଗା କରିଥିବା ଯୋଗୁଁ ଅନ୍ତଃ ଚାଷ ଅତି ସହଜରେ କରାଯାଇପାରିବ । ଏଥିପାଇଁ ଲଙ୍କା , ଆଳୁ, ପାଳଙ୍ଗ , ଧନିଆ ପ୍ରଭୁତି ପନିପରିବା ଉପଯୁକ୍ତ ଅଟେ । ଟ୍ରେଳିର ମଧ୍ୟଭାଗରେ ଲଙ୍କା , ପିଆଜକୁ ସମ୍ବଲପୁର ଜିଲ୍ଲାରେ ଅନ୍ତଃ ଚାଷ ଭାବେ କରାଯାଉଛି ।
ଫଳ ଧାରଣ ସାରିବା ପରେ ଅକ୍ଟୋବର –ନଭେମ୍ବର ଆଡକୁ ପୋଟଳ ଡଙ୍କ ସୁଖିବା ଆରମ୍ଭ ହୁଏ । ଏହି ସମୟରେ ମୂଳକୁ ଡଙ୍କକୁ କାଟି ଟ୍ରେଲିରୁ ଅଲଗା କରାଯାଏ । ଏହାପରେ ମୂଳକୁ ଗଜା ବାହାଋ ପୁନର୍ବାର ଗଛ ହୋଇଥାଏ । ଡଙ୍କଗୁଡିକ ୦.୫ ମି , ଲମ୍ବ ହେଲେ ଜମିକୁ ପୂର୍ବ ଭଳି ପ୍ରସ୍ତୁତ କରି ଘାସ ବାଛି ମୁଖ୍ୟ ଫସଲକୁ ଦିଆଯାଇଥିବା ପ୍ରକାରରେ ଖତ ସାର ପ୍ରୟୋଗ କରାଯାଏ ।
ଲାଭଜନକ ଭାବେ ପୋଟଳ ଚାଷ କରିବାକୁ ହେଲେ ଏହି ଫସଲର ରୋଗ ପୋକ ପ୍ରତି ସର୍ବଦା ସତର୍କ ହେବା ଉଚିତ ।
ଝାଉଁଳା ରୋଗ :- ଏହି ମୃତ୍ତିକା ରୋଗରେ ଗଛଗୁଡିକ ଆଗରୁ ସୁଖିବା ଆରମ୍ଭ କରି ପରିଶେଷରେ ସମଗ୍ର ଗଛ ଶୁଖିଯାଏ ଏବଂ ଆକ୍ରାନ୍ତ ଗଛର ଚେର ମଧ୍ୟ କଳା ପଡିଯାଏ ।
ପ୍ରତିକାର :- ଚାରା ଲଗାଇବା ସମୟରେ ଚେରଗୁଡିକ ବାଭିଷ୍ଟିନ (୨ ଗ୍ରାମ/ଲି୦ ଘୋଳରେ ବୁଡାଇ ୨୦ ମିନିଟ ପର୍ଯ୍ୟନ୍ତ ରଖିବା ଆବଶ୍ୟକ । ଫଳିବା ସମୟରେ ବାଭିଷ୍ଟିନ (୨ ଗ୍ରାମ /ଲି) ଘୋଳ ଦ୍ଵାରା ଗଚ୍ଚର ମୂଳକୁ ଭିଜାଇଲେ ସଫଳ ମିଳେ ।
ଆନ୍ଥାକନୋଜ : ଏହି ରୋଗରେ ପତ୍ର ଉପଋଭାଗରେ ହଳଦିଆ ରଙ୍ଗର ଛୋଟ ଛୋଟ ଦାଗ ଦେଖାଯାଏ । ଧୀରେ ଧୀରେ ଏହି ଦାଗ ବଢି ବାଦାମି ଓ ପରେ କଳା ରଙ୍ଗ ଧାରଣ କରେ ।
ପ୍ରତିକାର :- ଦାଇଥେନ ଏମ- ୪୫ କୁ ୫-୭ ଦିନ ବ୍ୟବଧାନରେ ୨ ଗ୍ରାମ /ଲି ହିସାବରେ ସିଞ୍ଚନ କାଲେ ଏହି ରୋଗର ପ୍ରତିକାର ହୁଏ ।
ପାଉଁସିଆ ରୋଗ : ଏହି ରୋଗ ଆରମ୍ଭରେ ଧଳା ଫିମ୍ଫି ଥିବା ଦାଗ ପତ୍ର ଉପରେ ଦେଖାଯାଏ । ରୋଗ ଆକ୍ରାନ୍ତ ଅଧିକ ହେଲେ ପତ୍ରଗୁଡିକ ଶୁଖି ଝଡିପଡିଥାଏ ।
ପ୍ରତିକାର :- ସଲଫର ୨ ଗ୍ରାମ/ଲି ର ୧୫ ଦିନ ବ୍ୟବଧାନରେ ସିଞ୍ଚନ କଲେ ରୋଗର ଆକ୍ରାନ୍ତକୁ କମାଯାଇପାରେ ।
ଡାଉନ ମିଲଡିର : ଏହି ରୋଗରେ ପତ୍ର ଉପରି ଭାଗରେ ହଳଦିଆ ରଙ୍ଗ ଦାଗ ଦେଖାଯାଏ । ଯାହାର ତଳ ଭାଗରେ ଧଳା ରଙ୍ଗର ଫିମ୍ଫି ଦ୍ରୁଷ୍ଟିଗତ ହୁଏ । ରୋଗର ତୀବ୍ରତା ବଢିଲେ ପତ୍ରପୋଡା ଦାଗ ଦେଖାଯାଏ ଓ ପତ୍ର ଝଡି ପଡେ । ଆର୍ଦ୍ରତା ଅଧିକ ଥିବାବେଳେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହୁଏ ।
ପ୍ରତିକାର :- ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ହେଲେ ବାଇଟାକ୍ସ କିମ୍ବା ରିଡୋମିଲ ୨.୫ ଗ୍ରାମ/ଲିଃ ପାଣି ର ମିଶାଇ ୧୦-୧୨ ଦିନ ବ୍ୟବଧାନରେ ସିଞ୍ଚନ କରିବା ଉଚିତ ।
ଗଣ୍ଠିବିନ୍ଧା ପୋକ :- ଏହି ପୋକ ଡଙ୍କ ଖାଇ ସେଥିରେ ସୁଡଙ୍ଗ କରି ଦିଅନ୍ତି ଯାହା ଦ୍ଵାରାକି ଡଙ୍କ ଫୁଲିଯାଏ । ଆକ୍ରାନ୍ତ ଅଧିକ ହେଲେ ଛୋଟ ଗଛ ଗୁଡିକ ନଷ୍ଟ ହୋଇଯାଏ ।
ପ୍ରତିକାର :- ଫେଣଭଲରେଟ ୨୦EC , ୦.୫ ମିଲି/ଲି ଦ୍ଵାରା ସିଞ୍ଚନ କରି ଏହି ପୋକର ଆକ୍ରାନ୍ତକୁ ଜମାଯାଇପାରିବ ।
ରେଳସ୍ପାଇଡ଼ର ମାଇଟ :- ଏହି ପୋକ ଗଛର ତଳ ଭାଗକୁ ଖାଇ ରସ ଶୋଷୀନିଏ ଓ ପତ୍ରଦୁଇକ ଉପରେ ଜାଲ ତିଆରି କରିଦିଏ । ପତ୍ରଗୁଡିକର ସବୁଜ କନିକା କମିଯିବା ଯୋଗୁଁ ପତ୍ର ଶୁଖି ଝଡିଯାଏ ।
ପ୍ରତିକାର :- ଡାଇକୋଫର ୨.୭୫ ମିଲି/ଲି ଘୋଳକୁ ୧୫-୨୦ ଦିନ ବ୍ୟବଧାନରେ ସିଞ୍ଚନ କଲେ ସୁଫଳ ମିଳେ । ଖରାଦିନେ ଯଥେଷ୍ଟ ପରିମାଣରେ ସିଞ୍ଚନ ଜଳ ଯୋଗାଇଲେ ଏହାର ଆକ୍ରାନ୍ତ କମ ହୁଏ ।
ମୂଳଗ୍ରନ୍ଥି ସୂତ୍ରକୃମି :- ଆକ୍ରାନ୍ତ ଗଛର ଚେରରେ ଅନେକ ଗଣ୍ଠି ସୃଷ୍ଟି ହୋଇଥାଏ । ଯାହା ଦ୍ଵାରାକି ପତ୍ର ଗୁଡିକ ହଳଦିଆ ପଡି ଛୋଟ ରହି ଯାଆନ୍ତି । ଗଛର ଡଙ୍କ ଗୁଡିକ ଶୁଖି ଝାଉଁଳି ପଡେ ।
ପ୍ରତିକାର : ରୋପଣର ପୂର୍ବରୁ ଜମିରେ ଗାତ ପିଛା ୫୦୦ ଗ୍ରାମ ନିମ୍ବ ପିଡିଆ ଗୋବର ଖତ ସହ ମିଶାଇ ପ୍ରୟୋଗ କଲେ ଏହାର ଆକ୍ରାନ୍ତକୁ କମାଯାଇପାରିବ ।
ରେଡ ପମ୍ଫିକିନ ବିଟିଲ : ବୟସ୍କ ପୋକ ପତ୍ରକୁ ଖାଇ ସେଥିରେ କଣା କରି ଦିଅନ୍ତି । ଛୋଟ ଗଛ ଉପରେ ଏହାର ଆକ୍ରାନ୍ତ ଅଧିକ ଦେଖାଯାଏ ।
ପ୍ରତିକାର : ସେଭିନ ୨ ଗ୍ରାମ /ଲି ଘୋଳକୁ ୬-୭ ଦିନ ବ୍ୟବଧାନରେ ଶିଚନ କଲେ ଏହି ପୋକର ପରିଚାଳନା କରିହୁଏ ,।
ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ବା ପରେ ଅମଳ କଲେ ଉତ୍ପାଦନ ମାନ ହ୍ରାସ ପାଇ ବଜାର ଦର କମ ମିଳେ । ଏଣୁ ପ୍ରକୃଷ୍ଟ ସମୟରେ ହିଁ ଅମଳ କରିବା ଉଚିତ । ଫାଳଗୁଣ ମାସଠାରୁ ପୋଟଳ ବଜାରରେ ମିଳିବା ଆରମ୍ଭ ହୋଇଥାଏ । ରୋପଣର ୪୦-୫୦ ଦିନ ମଧ୍ୟରେ ଫୁଲ ଆସିସ୍ଥାଏ ଏବଂ ୬୦-୭୦ ଦିନ ମଧ୍ୟରେ ଅମଳ ଆରମ୍ଭ ହୋଇଥାଏ । ଏହାପରେ ସପ୍ତାହକୁ ଠାରେ ଅମଳ କରାଯାଏ । ପୋଟଳ ହେକ୍ଟର ପିଛା ୨୫-୩୫ ଟନ ପର୍ଯ୍ୟନ୍ତ ଅମଳ ଦିଏ ।
ଅମଳ ପରେ ପୋଟଳକୁ ରଖିବା ପାଇଁ ବାଉଁଶ ବାକ୍ସ ହେଉଛି ସବୁଠାରୁ ଭଲ । ଏହି ବାକ୍ସର ତଳ ଓ ଉପରି ଭାଗରେ ସଦ୍ୟ କଦଳୀ ପତ୍ର ଦିଆଯାଇ ବନ୍ଧାଯାଇଥାଏ । ଏହା ଦ୍ଵାରା ଫଳ ନଷ୍ଟ ନହୋଇ ରପ୍ତାନି ପାଇଁ ପଠାଯାଇପରେ ।
ପୋଟଳଚାଷରେ ଏକର ପିଛା ହାରାହାରି ୪୦,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ସ୍ଥଳେ ଲକ୍ଷେରୁ ଊର୍ଦ୍ଧ୍ଵ ଆୟ ହୋଇଥାଏ । ସାଧାରଣତଃ ପୋଟଳର ବଜାର ଦର ୮-୧୦ ଟଙ୍କାରୁ ଆରମ୍ଭ କରି ୫୫-୬୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।
ସମ୍ବଲପୁର ଜିଲ୍ଲାରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ଵର ଦ୍ଵାରା ଦିଆଯାଇଥିବା ସ୍ଵର୍ଣ୍ଣ ଆଲୌକିକ କିସମ ପୋଟଳ ଚାଷ କରି ଚାଷୀମାନେ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି । ୨୦୧୦ ମସିହାରେ ଶ୍ରୀଯୁକ୍ତ ରୂପାନନ୍ଦ ପଟେଲ , ଗ୍ରାମ- ଜରଲି, ପୋଷ୍ଟ- ରେଙ୍ଗଲୋଇ, ଜି- ସମ୍ବଲପୁର ନିଜର ୧୬୦ ବ.ମୀୟ ପରିମିତ ସ୍ଥାନରେ ସ୍ଵର୍ଣ୍ଣ ଆଲୋକିକ ପୋଟଳ ଚାଷକୁ ଧାଡିକିଆ ଟ୍ରେଲି ପଦ୍ଧତିରେ ଚାଷ କରୁଛନ୍ତି । ଏହି ସ୍ଥାନରୁ ଶ୍ରୀ ପଟେଲ ୨ କ୍ଵିଣ୍ଟାଲ ଉର୍ଦ୍ଧ୍ଵ ଅମଳ କରି କିଗ୍ରା ପଟି ୩୫.୦୦ ଟଙ୍କା ଦରରେ ବିକ୍ରି କରି ପାୟ ୭୦୦୦/- ଟଙ୍କା ପାଉଛନ୍ତି । ଏହା ସହ ଉନ୍ନତ ମାନର ୧୨୦୦ ଚାରା ପ୍ରସ୍ତୁତ କଇ ୫ ଟଙ୍କା ଦରରେ ଚାରା ବିକ୍ରି କରି ୬୦୦୦/- ଟଙ୍କା ଓ ଲଙ୍କା ଅନ୍ତଃଚାଷ କରି ଟଙ୍କା ୧୦୦୦/- ଅତିରିକ୍ତ ଆୟ ମଧ୍ୟ କରିପାରୁଛନ୍ତି । ପୂର୍ବରୁ ଶ୍ରୀ ପଟେଲ ଦେଶୀ ପୋଟଳ ଚାଷ କରି ସେହି ଜମିରୁ ମାତ୍ର ୧.୫ କୁଇଣ୍ଟାଲ ଅମଳ କରି ୫୨୫୦ ଟଙ୍କା ହିଁ ପାଉଥିଲେ । ସେହି ଗ୍ରାମ ତଥା ପଡୋଶୀ ଗ୍ରାମର ଅନେକ ଚାଷୀଙ୍କ ପାଇଁ ଶ୍ରୀଯୁକ୍ତ ପଟେଲ ପଥପ୍ରଦର୍ଶକ ସାଜିଥିବା ବେଳେ ଏହି ବୈଜ୍ଞାନିକ ପଦ୍ଧତିରେ ସେମାନେ ପୋଟଳ ଚାଷ କରି ଲାଭବନ ହେବାକୁ ପ୍ରଚେଷ୍ଟା କରୁଛନ୍ତି ।
ଆଧାର- କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର
Last Modified : 7/23/2020