ମୁଗ ଫସଲର ଉନ୍ନତ ଚାଷ ପଦ୍ଧତି ଜଳବାୟୁ ବିରି ଖରିଫ୍, ରବି ଓ ଖରାଦିନେ ଚାଷ କରାଯାଇ ପାରିବ । ସମୁଦ୍ର ପତ୍ତନ ଠାରୁ ୧୮୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଏହା ସଫଳ ଭାବେ ଚାଷ କରାଯାଇପାରିବ । ଗଜାହେବା ଓ ଫୁଲ ଧରିବା ସମୟରେ ପ୍ରବଳ ଓ ଅବିରତ ବର୍ଷା ଫସଲ ପାଇଁ କ୍ଷତିକାରକ । ମୃତ୍ତିକା ବିଭିନ୍ନ ପ୍ରକାର ଜମି ଯଥା ବାଲିଆ ଦୋରସାରୁ ଭାରି କାଦୁଆ ଜମି ଚାଷ କରାଯାଇଥାଏ । ଯାହାହେଲେ ଅଧିକ ଜଳ ଧରି ରଖୁଥିବା ଭାରିମାଟି ବିରି ଚାଷ ପାଇଁ ଉପଯୁକ୍ତ ।ନିରପେକ୍ଷ ପି.ଏଚ୍. ଥିବା ଦୋରସାରୁ କାଦୁଆ ଦୋରସା ମାଟି ବିରି ପାଇଁ ସବୁଠାରୁ ଉପଯୋଗୀ । ମାଟିରେ ପାଣି ଜମି ରହିଲେ ବିରି ଚାଷ ଭଲ ହୁଏ ନାହିଁ । ତେଣୁ ବର୍ଷା ଦିନେ ମାଟିକୁ ଭଲଭାବେ ଜଳ ନିଷ୍କାସନ କରିବା ଆବଶ୍ୟକ । ଲୁଣା, କ୍ଷାରୀ ଓ ଅମ୍ଳମାଟିରେ ଏହା ସଫଳ ଭାବେ ଚାଷ କରାଯାଇପାରିବ । କିସମ ବିଭିନ୍ନ ଋତୁ ପାଇଁ ଚିହ୍ନଟ / ବିକାଶ କରାଯାଇଥିବା କିସମଗୁଡିକ ଏଠାରେ ପ୍ରଦାନ କରାଯାଇଛି । ଖରିଫ୍ (ଜୁନ୍ – ଜୁଲାଇ) କିସମ ଅବଧି (ଦିନ) ସମ୍ଭାବ୍ୟ ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ) ହାରାହାରି ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ) ବିଶେଷ ଗୁଣାବଳୀ ପ୍ରସାଦ (ବି-୩-୮-୮) ୭୦ – ୭୫ ୨୦.୦ ୭.୦ ସାହେବୀ ରୋଗ ପ୍ରତିରୋଧୀ ଉଜାଲା (ଓ.ବି.ଜି. - ୧୭) ୬୫ – ୭୦ ୧୭.୦ ୮.୦ ସାହେବୀ ରୋଗ ପ୍ରତିରୋଧୀ ସାରଳା ୬୫ – ୭୦ ୧୦.୦ ୮.୦ ସାହେବୀ ରୋଗ ସହଣୀ ପି.ୟୁ – ୧୯ ୭୦ – ୮୦ ୧୨.୦ ୮.୫ ସାହେବୀ ରୋଗ ପ୍ରତିରୋଧୀ ପି.ୟୁ – ୩୦ ୭୦ – ୮୦ ୧୩.୦ ୯.୦ ସାହେବୀ ରୋଗ ପ୍ରତିରୋଧୀ ପି.ୟୁ – ୩୫ ୭୦ – ୮୦ ୧୩.୦ ୧୦.୦ ସାହେବୀ ରୋଗ ପ୍ରତିରୋଧୀ କେ.ୟୁ. – ୩୦୦ ୭୫ – ୮୦ ୧୨.୦ ୮.୦ ସାହେବୀ ରୋଗ ପ୍ରତିରୋଧୀ କେ.ୟୁ. – ୩୦୧ ୭୫ – ୮୦ ୧୨.୦ ୯.୦ ସାହେବୀ ରୋଗ ପ୍ରତିରୋଧୀ ରବି ଋତୁ (ଅକ୍ଟୋବର - ନଭେମ୍ବର) କିସମ ଅବଧି (ଦିନ) ସମ୍ଭାବ୍ୟ ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ) ହାରାହାରି ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ) ବିଶେଷ ଗୁଣାବଳୀ ପି.ୟୁ – ୧୯ ୭୦ – ୮୦ ୧୨.୦ ୮.୫ ସାହେବୀ ରୋଗ ପ୍ରତିରୋଧୀ ପି.ୟୁ – ୩୦ ୭୦ – ୮୦ ୧୩.୦ ୯.୦ ସାହେବୀ ରୋଗ ପ୍ରତିରୋଧୀ ପି.ୟୁ – ୩୫ ୭୦ – ୮୦ ୧୩.୦ ୧୦.୦ ସାହେବୀ ରୋଗ ପ୍ରତିରୋଧୀ ଟି.ୟୁ ୯୪ – ୨ ୭୦ – ୭୫ ୧୫.୦ ୮.୦ ସାହେବୀ ରୋଗ ପ୍ରତିରୋଧୀ ବସନ୍ତ ବାହାର (ପି.ଡି.ୟୁ - ୧) ୭୦ – ୮୦ ୧୩.୦ ୮.୦ ହୃଷ୍ଟପୁଷ୍ଟ ମଞ୍ଜି ସାହେବୀ ରୋଗ ସହଣୀ ଏଲ.ବି.ଜି – ୧୭ ୭୦ – ୮୦ ୧୨.୦ ୭.୦୦ ସାହେବୀ ରୋଗ ସହଣୀ ସାରଳା ୭୦ – ୮୦ ୧୦.୦ ୮.୦ ସାହେବୀ ରୋଗ ସହଣୀ ଖରାଦିନିଆ (ଫେବୃୟାରୀ - ମାର୍ଚ୍ଚ) କିସମ ଅବଧି (ଦିନ) ସମ୍ଭାବ୍ୟ ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ) ହାରାହାରି ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ) ବିଶେଷ ଗୁଣାବଳୀ ପି.ୟୁ – ୩୦ ୭୦ – ୭୫ ୧୩.୦ ୯.୦ ସାହେବୀ ରୋଗ ପ୍ରତିରୋଧୀ ସାରଳା ୭୦ – ୮୦ ୧୦.୦୦ ୮.୦ ସାହେବୀ ରୋଗ ପ୍ରତିରୋଧୀ ପ୍ରସାଦ ବି ୩-୮-୮ ୬୫ – ୭୦ ୧୦.୦ ୮.୦ ସାହେବୀ ରୋଗ ପ୍ରତିରୋଧୀ ଜମି ପ୍ରସ୍ତୁତି ଥରେ ଗଭୀର କରି ୨-୩ଟି ହାରୋଇଂ ଓ ମଇ ଦେବା ଦ୍ଵାରା ବିରି ଚାଷ ପାଇଁ ମାଟି ଉପଯୁକ୍ତ ଭାବେ ପ୍ରସ୍ତୁତ ହୋଇଥାଏ । ଜମି ଭଲଭାବେ ସମତୁଲ ହେବା ଓ ସମ୍ପୂର୍ଣ୍ଣ ଭାବେ ଘାସମୁକ୍ତ ହେବା ଆବଶ୍ୟକ । ହେକ୍ଟର ପ୍ରତି ୫ ଟନ୍ ସଢା ଗୋବର ଖତ ପ୍ରୟୋଗ କରାଯାଏ । ଫସଲ ଚକ୍ରୀକରଣ ସବୁ ଋତୁରେ ବିରିଚାଷ କରାଯାଇପାରିବ । ସେଥିପାଇଁ ଏହା ଫସଲର ବିଭିନ୍ନ ଚକ୍ରୀକରଣରେ ଉପଯୋଗ ହୋଇଥାଏ । ମୁଖ୍ୟ ଫସଲ ଚକ୍ରୀକରଣ ନିମ୍ନରେ ପ୍ରଦାନ କରାଯାଇଛି । ବିରି – ଥୋରିଆ – ଗହମ ହରଡ – ବିରି – ଗହମ ମକା – ବିରି – ଗହମ ମକା – ସୋରିଷ – ବିରି ମକା – ଆଳୁ – ବିରି ଧାନ – ବିରି ଧାନ – ଚିନାବାଦାମ – ବିରି ଧାନ ସୂର୍ଯ୍ୟମୁଖୀ – ବିରି ଅନ୍ତଃଫସଲ ଅଧିକ ବ୍ୟବଧାନରେ ଚାଷ କରାଯାଇଥିବା ଫସଲ ଯଥା – ହରଡ, ମକା, ଆଖୁ, ବାଜରା ଆଦି ଫସଲରେ ବିରି ଏକ ଲାଭଜନକ ଅନ୍ତଃଫସଲ ଭାବେ ଚାଷ କରାଯାଇପାରିବ । ଦୁଇଧାଡି ମକା ମଧ୍ୟରେ ଗୋଟିଏ ବା ଦୁଇଧାଡି ବିରି ବୁଣାଯାଇପାରିବ । ହରଡ ୭.୫ ସେ.ମି. ଧାଡି ବ୍ୟବଧାନର ଲଗାଯାଇଥାଏ । ଲଗାଇବାର ୭୫ – ୯୦ ଦିନ ପର୍ଯ୍ୟନ୍ତ ଏହାର ମନ୍ଥର ବୃଦ୍ଧି ଅବସ୍ଥା ଯୋଗୁଁ ହରଡ ଫସଲରେ ବହୁ ଜାଗା ଅବ୍ୟବହୃତ ହୋଇ ରହିଥାଏ । ଏହି ସ୍ଥାନ ଘାସ ଦ୍ଵାରା ଆଚ୍ଛାଦିତ ହେବାର ଆଶଙ୍କା ଥାଏ ଯାହାକି ହରଡ ଫସଲ ପାଇଁ ଅସୁବିଧା ସୃଷ୍ଟି କରେ । ତେଣୁ ଅଧିକ ଚାଷ ଖର୍ଚ୍ଚ ନକରି ୭୦ – ୭୫ ଦିନିଆ ବିରି ଯଥା ପ୍ରସାଦ, ପି.ୟୁ - ୧୯, ପି.ୟୁ – ୩୦ ଆଦି ଅମଳ କରାଯାଇପାରିବ । ହରଡର ମୁଖ୍ୟ ଅନ୍ତଃଫସଲ ନିମ୍ନରେ ପ୍ରଦାନ କରାଯାଇଛି । ହରଡ + ବିରି ମକା + ବିରି ଆଖୁ + ବିରି ଯଅ + ବିରି ବୁଣିବା ସମୟ ଖରିଫ୍ – ଜୁନ୍ ୩୦ ରୁ ଜୁଲାଇ ୧୫ ମଧ୍ୟରେ ବୁଣିଲେ ଅଧିକ ଅମଳ ଦିଏ । ରବି – ୧୫ ଅକ୍ଟୋବରରୁ ୧୫ ନଭେମ୍ବର ଖରାଟିଆ – ଫେବୃୟାରୀ ଶେଷ ସପ୍ତାହରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଉପଯୁକ୍ତ । ଉଭୟ ସହଳ ଓ ବିଳମ୍ବ ବୁଣା ଅମଳ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ବିହନ ହାର – ହେକ୍ଟର ପ୍ରତି ୨୫ – ୩୦ କି.ଗ୍ରା ବ୍ୟବଧାନ – ଆବଶ୍ୟକୀୟ ଗଛ ସଂଖ୍ୟା ରଖିବା ପାଇଁ ଉପଯୁକ୍ତ ବ୍ୟବଧାନ ଆବଶ୍ୟକ । ଖରିଫ୍ – ୩୦ ସେ.ମି. X ୧୦ ସେ.ମି.(ପ୍ରତିବର୍ଗ ମିଟରରେ ୩୩ଟି ଗଛ) । ରବି - ୨୫ ସେ.ମି. X ୧୦ ସେ.ମି.(ପ୍ରତିବର୍ଗ ମିଟରରେ ୪୦ଟି ଗଛ) । ଖରାଟିଆ - ୩୦ ସେ.ମି. X ୧୦ ସେ.ମି.(ପ୍ରତିବର୍ଗ ମିଟରରେ ୩୩ଟି ଗଛ) । ବିହନ ବିଶୋଧନ ଓ କଲଚର୍ ଉପଚାର ବିହନ ବୁଣିବା ପୂର୍ବରୁ ଉପଯୁକ୍ତ ରାଜୋବିୟମ କଲଚର (ବ୍ୟାକ୍ଟେରିଆ କଲଚର)ରେ ବିହନ ଉପଚାର କଲେ ଗଜା ହେବା, ଗଛ ବାହାରିବା ଓ ଗୁଟିକା ଧରିବା ତ୍ୱରାନ୍ୱିତ ହୁଏ । ଫଳରେ ଜୈବିକ ଉପାୟରେ ଅଧିକ ଯବକ୍ଷାରଜାନ ବିବନ୍ଧିତ ହୋଇଥାଏ । ସମସ୍ତ ଛୁଇଁ ଜାତୀୟ ଫସଲର ଅମଳ ଗୁଟିକା ସଂଖ୍ୟା ସହିତ ସମାନୁପାତିକ ହୁଏ । ଅଧିକ ଗୁଟିକା ହେଲେ ଅଧିକ ଅମଳ ମିଳେ । ଛୁଇଁ ଜାତୀୟ ଫସଲରେ ପ୍ରତ୍ୟକ ଥର ବୁଣିବା ବେଳେ ବିହନକୁ ରାଜୋବିୟମ କଲଚରରେ ଉପଚାର କରି ବୁଣିବା ଆବଶ୍ୟକ । ୬୦୦ ମି.ଲି.ପାଣିରେ ୨୦୦ ଗ୍ରାମ୍ ରାଇଜୋବିୟମ କଲଚର ଓ ୨୫୦ ଗ୍ରାମ୍ ଫସଫେଟ୍ ଦ୍ରବଣୀୟ ବ୍ୟାକ୍ଟେରିଆ (ପି.ଏସ୍.ବି) ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତା ପରେ ୧୦ କି.ଗ୍ରା ମଞ୍ଜି ଉପରେ ବୁନ୍ଦା ବୁନ୍ଦା କରି ମନ୍ଦ ଢାଳନ୍ତୁ ଓ ଏକ ସମାନୁପାତିକ ଆସ୍ତରଣ ସୃଷ୍ଟି ହେବା ପର୍ଯ୍ୟନ୍ତ ହାତରେ ଗୋଳାଇ ଦିଅନ୍ତୁ । ବିହନ ଉପଚାର କଲାବେଳେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ପ୍ରତି ୧୦ କି.ଗ୍ରା. ବିହନରେ ୩ ଗ୍ରାମ୍ ହିସାବରେ ଆମୋନିୟମ କିମ୍ବା ସୋଡିୟମ ମଲିବଡେଟ ଆକାରରେ ମଲିବଡିନମ୍ ମିଶାନ୍ତୁ । ଏକ ପରିଷ୍କାର ଲୁଗା, କାଗଜ କିମ୍ବା ପଲିଥିନ୍ ଉପରେ ଉପଚାରିତ ବିହନକୁ ଛାଇରେ ଶୁଖାଇ ଦିଅନ୍ତୁ ଓ ଏହାକୁ ସଙ୍ଗେ ସଙ୍ଗେ ବିଶେଷତଃ ଅପରାହ୍ନରେ ବୁଣି ଦିଅନ୍ତୁ । ଉତ୍ତମ ଅମଳ ପାଇବା ପାଇଁ ଓ ଫସଲକୁ ଚାରା ସଢା ରୋଗ, ଚାରା ପୋଡା ଆଦି ରୋଗରୁ ମୁକ୍ତ ରଖିବା ପାଇଁ ପ୍ରତି କି.ଗ୍ରା. ବିହନରେ ଭିଟାମିନ୍ସ ପାୱାର ୧.୫ ଗ୍ରାମ୍ କିମ୍ବା (କାର୍ବେଣ୍ଡାଜିମ୍ ୧.୦ ଗ୍ରାମ୍ + ଥିରାମ୍ ୧.୫ ଗ୍ରାମ୍) ମିଶାଇ ବିଶୋଧନ କରାଯିବା ଆବଶ୍ୟକ । ସଘନ ହରଡ ଚାଷ ଅଞ୍ଚଳରେ ଚେରଗଣ୍ଠି ଓ ବୃକକ୍ ସୂତ୍ରଜୀବ ଆକ୍ରମଣରୁ ରକ୍ଷାକରିବା ପାଇଁ ରାଇଜୋବିୟମ କଲଚର ଉପଚାର କରିବା ୧ ସପ୍ତାହ ପୂର୍ବରୁ କାର୍ବୋସଲଫାନ ୨୫ ଇ.ସି. ୦.୨% ହିସାବରେ ମିଶାଇ ବିଶୋଧନ କରିବା ଆବଶ୍ୟକ । ବିହନ ବୁଣା ଜମି ପ୍ରସ୍ତୁତି ପରେ ପରେ ବିହନ ଧାଡିରେ ବୁଣାଯିବା ଦରକାର । ମଇ ଦେଇ ମାଟିକୁ ନିଦା କରିବା ଦ୍ଵାରା ମଞ୍ଜିଗୁଡିକ ମାଟିର ଜଳୀୟାଂଶ ନିବିଡ ସଂସ୍ପର୍ଶରେ ଆସିଥାଏ ଯାହାକି ଗଜାରୁ ତ୍ୱରାନ୍ୱିତ କରିଥାଏ । ଅମଳ ସମୟରେ ଯେଉଁ ଜମି ଶୁଖିଯିବାର ଆଶଙ୍କା ଥାଏ ତାହା ଅମଳ ପୂର୍ବରୁ (ପାଇରା) ବୁଣିବା ଦରକାର । ମାଟିରୁ ଜଳୀୟାଂଶ କମ୍ ଥିଲେ ପୂର୍ବ ରାତିରେ ମଞ୍ଜିକୁ ଭିଜାଇ ବୁଣିବା ଦ୍ଵାରା ଗଜା ଶୀଘ୍ର ହୁଏ । ଧାଡିବୁଣା କରିବା ଦ୍ଵାରା କୋଡାଖୁସା ଓ ଘାସ ବଛା ଇତ୍ୟାଦି ଭଲଭାବରେ କରିହୁଏ । ଖାଦ୍ୟସାର ପରିଚାଳନା ବିରିଚାଷ ସାଧାରଣତଃ ବିନା ସାରରେ ଚାଷ କରାଯାଏ । ବିଭିନ୍ନ ସ୍ଥାନରେ କରାଯାଇଥିବା ପରୀକ୍ଷାରୁ ଜଣାଯାଇଛି ସାର ପ୍ରୟୋଗ ଦ୍ଵାରା ବିରି ଫସଲର ଉତ୍ପାଦନ ବୃଦ୍ଧି କରାଯାଇ ପାରିବ । ବିରି ଫସଲ ପାଇଁ ଅନୁମୋଦିତ ସାର ହେଉଛି ହେକ୍ଟର ପ୍ରତି ୨୦ କି.ଗ୍ରା ଯବକ୍ଷାରଜାନ ୪୦ କି.ଗ୍ରା. ଫସଫରସ୍ ୨୦ କି.ଗ୍ରା. ସଲଫର । ଏହାର ସର୍ବାଧିକ ବିନିଯୋଗ ପାଇଁ ସମସ୍ତ ଫସଫରସ୍ ଓ ସଲଫର ସହିତ ୫୦% ଯବକ୍ଷାରଜାନ ଓ ପଟାସ ମୂଳସାର ଭାବେ ପ୍ରୟୋଗ କରାଯାଏ । ଅବଶିଷ୍ଟ ୫୦% ଯବକ୍ଷାରଜାନ ଓ ପଟାସ ସାରକୁ ୨-୩ ସପ୍ତାହ ପରେ ଅର୍ଥାତ୍ ଘାସ ବଛା ଓ ହୁଡା ଟେକା ସମୟରେ ପ୍ରୟୋଗ କରାଯାଏ । ବୁଣିବା ପୂର୍ବରୁ ଜମି ପ୍ରସ୍ତୁତି ଶେଷ ଅବସ୍ଥାରେ ମୂଳସାରକୁ ମାଟିରେ ଭଲଭାବରେ ମିଶାଇବା ଦରକାର । ନାଳୀରେ ସାର ପ୍ରୟୋଗ କରିବା ଦ୍ଵାରା ଅଧିକ ଲାଭ ମିଳିଥାଏ । ତୃଣକ ପରିଚାଳନା ବୁଣିବାର ୧୫ ଦିନ ପରେ ୧ମ ଥର ଏବଂ ୩୦ ଦିନ ପରେ ୨ୟ ଥର କୋଡାଖୁସା ଓ ଘାସ ବଛା କରିବା ଯୋଗୁଁ ଘାସଦ୍ଵାରା ମାଟିର ଅପସାରିତ ଖାଦ୍ୟସାରକୁ ପ୍ରତିହତ କରାଯିବା ସଙ୍ଗେ ସଙ୍ଗେ ଏହା ଜଳୀୟାଂଶ ସଂରକ୍ଷିତ ଫସଲର ଉତ୍ତମ ବୃଦ୍ଧି ଘଟାଇଥାଏ । ତେଣୁ ଧାଡି ବୁଣା କରିବା ଦ୍ଵାରା ଧାଡି ମଝିରେ କୋଡାଖୁସା ଓ ଘାସ ବଛା ସହଜରେ କରିହୁଏ । ପ୍ରାକ୍ ଗଜା ତୃଣନାଶକ ପେଣ୍ଡିମିଥାଲିନ୍ ହେକ୍ଟର ପ୍ରତି ୦.୭୫ କି.ଗ୍ରା. କିମ୍ବା ସଟର୍ଣ୍ଣ ୧ କି.ଗ୍ରା. କ୍ରିୟାଶୀଳ ଉପାଦାନ ସହିତ ବୁଣିବାର ୩୦ ଦିନର ପରେ ଥରେ ହାତରେ ଘାସ ବାଛିଦେଲେ ଘାସ ନିୟନ୍ତ୍ରଣ କରିହୁଏ । ଜଳ ପରିଚାଳନା ଖରିଫ୍ ଋତୁରେ ଅଧିକ ଦିନ ପର୍ଯ୍ୟନ୍ତ ମରୁଡି ଅବସ୍ଥା ନ ରହିଲେ ବିରି ଫସଲରେ ଜଳସେଚନ ଆବଶ୍ୟକ ହୋଇନଥାଏ । ବିରି ଫସଲର ସଫଳ ଚାଷ ନିମନ୍ତେ ବିରି ଜମିରୁ ଜଳ ନିଷ୍କାସନ କରିବା ଆବଶ୍ୟକ । ରବି ଋତୁ ଏବଂ ପ୍ରାକ୍ ରବି ଋତୁରେ ବିରି ଅବଶିଷ୍ଟ ଜଳୀୟାଂଶରେ ଚାଷ କରାଯାଏ । ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ବେଳେ ବେଳେ ଜଳାଭାବ ଦେଖାଯାଏ ଏହା ଫଳରେ ଅମଳ ବୃଦ୍ଧିରେ ବାଧା ସୃଷ୍ଟି ହୁଏ । ଫୁଲ ଧରିବା ଓ ଛୁଇଁ ବଢିବା ଜଳସେଚନ ପାଇଁ ସଙ୍କଟକାଳୀନ ଅବସ୍ଥା । ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ଥିବା ସ୍ଥାନରେ ରବି ଓ ଖରାଦିନରେ ବିରି ଚାଷ କରାଯିବା ଆବଶ୍ୟକ । ଖରାଦିନେ ସାଧାରଣତଃ ବିରି ଚାଷ ପାଇଁ ୩-୫ଟି ଜଳସେଚନର ଆବଶ୍ୟକ ହୋଇଥାଏ । ଅମଳ ପରିମାଣ ଖରିଫ୍ ଫସଲରେ ହେକ୍ଟର ପ୍ରତି ୫-୧୦ କ୍ଵିଣ୍ଟାଲ ମଞ୍ଜି ଅମଳ ମିଳିଥାଏ । ରବି ଖରାଟିଆ ଫସଲ ହେକ୍ଟର ପ୍ରତି ୧୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଅମଳ ଓ ଅମଳ ପରବର୍ତ୍ତୀ ପରିଚାଳନା ଅଧିକାଂଶ ଛୁଇଁ କଳାରଙ୍ଗ ହୋଇଗଲେ ଅମଳ କରାଯିବା ଆବଶ୍ୟକ । ଅମଳ ବିଳମ୍ବ କଲେ ଛୁଇଁ ଫାଟିଯାଇପାରେ । ଖରାରେ ଭଲଭାବେ ଶୁଖାଇବା ପରେ ବିରି ଅମଳ କରାଯାଏ ଓ ମଞ୍ଜିଗୁଡିକୁ ପରିଷ୍କାର କରାଯାଏ । ବିଭିନ୍ନ ଫସଲ ପାଇଁ ଥିବା ଅମଳ କରିବା ଯନ୍ତ୍ର ଉପଯୁକ୍ତ ଭାବେ ବ୍ୟବହାର କରି ଅମଳ କରାଯାଇପାରିବ । ଖରାଦିନେ ଛୁଇଁ ତୋଳିବା ପରେ ଗଛ ଗୋଖାଦ୍ୟ କିମ୍ବା ସବୁଜସାର ଭାବେ ବ୍ୟବହୃତ ହୋଇପାରିବ । ବିଶେଷ ବାର୍ତ୍ତା ଉନ୍ନତ କିସମ ବିହନ ପ୍ରସାଦ (ବି ୩-୮-୮), ଉଜାଲା (ଓ.ବିଜି ୧୭) ସାରଳା, ପି.ୟୁ ୩୦, ପି.ୟୁ – ୩୫, କେ.ୟୁ ୩୦୧, କେୟୁ ୩୦୦ ଖରିଫ୍ ଋତୁରେ ଚାଷ କରିବା ପାଇଁ ଉପଯୋଗୀ । ରବି ଋତୁ ପାଇଁ ପି.ୟୁ – ୧୯, ଟି.ୟୁ – ୪ – ୨, ପିଡି.ୟୁ – ୧, ଏଲ୍.ବି.ଜି. – ୧୭ ଓ ଖରାଦିନ ପାଇଁ ପି.ୟୁ – ୩୦ପ୍ରସାଦ (ବି ୩-୮-୮) ସାରଳା ଆଦି ଉପଯୁକ୍ତ । ଏହି କିସମଗୁଡିକ ମଧ୍ୟରୁ ଅଧିକାଂଶରେ ସାହେବୀ ରୋଗ ପ୍ରତିରୋଧି / ସହଣୀ ଶକ୍ତି ରହିଛି । ଖରିଫ ଫସଲ ବୁଣିବା ପାଇଁ ୩୦ ଜୁନ୍ ରୁ ୧୫ ଜୁଲାଇ, ରବି ପାଇଁ ୧୫ ଅକ୍ଟୋବରରୁ ୧୫ ନଭେମ୍ବର ଓ ଖରାଦିନ ଚାଷ ପାଇଁ ଫେବୃୟାରୀ ଶେଷ ସପ୍ତାହରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହେଉଛି ଉପଯୁକ୍ତ ସମୟ । ହେକ୍ଟର ପ୍ରତି ୨୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ । ଫସଲକୁ ବିହନ ବାହିତ ରୋଗରୁ ରକ୍ଷା କରିବା ପାଇଁ ପ୍ରତି କି.ଗ୍ରା. ବିହନରେ ୧.୫ ଗ୍ରାମ୍ ହିସାବରେ ଭିଟାମିନ୍ସ ଗୋଳାଇ ବିହନ ବିଶୋଧନ କରାଯାଏ । ହେକ୍ଟର ପ୍ରତି ଅନୁମୋଦିତ ସାର ମାତ୍ରା ହେଉଛି ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍ ଓ ୨୦ କି.ଗ୍ରା. ପଟାସ । ହେକ୍ଟର ପ୍ରତି ପେଣ୍ଡିମେଥାଲିନ୍ ର ୦.୭୫ କି.ଗ୍ରା. କ୍ରିୟାଶୀଳ ଉପାଦାନ ପ୍ରୟୋଗ କରି ବୁଣିବାର ୩୦ ଦିନ ପରେ ଥରେ ହାତରେ ଘାସ ବାଛିନେଲେ ସଫଳ ଭାବେ ତୃଣ ନିୟନ୍ତ୍ରିତ ହୋଇଥାଏ । ଅମଳ କରାଯାଇଥିବା ମଞ୍ଜିକୁ ଖରାରେ ଉତ୍ତମ ଭାବେ ଶୁଖାଇବା ଆବଶ୍ୟକ । ଏହା ଦ୍ଵାରା ୧୦ – ୧୨% ଜଳୀୟାଂଶ ସ୍ତର ରକ୍ଷା କରିହୁଏ । ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ