অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଣ୍ଡିଆ ଚାଷ

ମାଣ୍ଡିଆ

ଅତି ପୁରାତନ କାଳରୁ “ମଣ୍ଡିଆ” ଗାଁ ଗହଳି ତଥା ପରବାତ୍ୟାଞ୍ଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ଯ ରୂପେ ପରିଚିତ ।ଖାଦ୍ୟସାରରେ ଭରପୁର ଏହା ଏକ ଉପାଦେୟ ଶସ୍ୟ। ଏଥିରେ ୪ ଗୋଟି ଅତ୍ୟାବଶ୍ୟକୀୟ ଆମିନୋଏସିଡ (ସିଷ୍ଟିନ,ଟାଇରୋସିନ,ଟ୍ରିପଫିନ ଓ ମିଥିଓନଇନ) ଥିବା ସହିତ ପ୍ରଚୁର ପରିମାଣର ,ପୁଷ୍ଟିସାର,

ସ୍ନେହସାର ,ଶ୍ଵେତସାର ,ଖଣିଜ ଦ୍ରବଣ ,କ୍ୟାଲସିୟମ,ଫସ୍ଫରସ, ଲୌହ ଓ ତନ୍ତୁଭାଗ ଭାରି ରହିଛି ।ତେଣୁ ଗୁଣାତ୍ମକ ମାନ ଦୁଷ୍ଟିରୁ ଧ୍ହାନ,ମକା ଓ ଗହମ ଠାରୁ ମଣ୍ଡିଆ ସବୁ ଦିଗରୁ ଉନ୍ନତ ।ଏଣୁ ଏହା ଶିଶୁ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଏ।ବହୁମୂତ୍ର ରୋଗୀମାନଙ୍କ ପାଇଁ ଏହା ଏକ ଉପାଦେଯ ଖାଦ୍ଯ ଅଟେ।ସବୁଜ ମାଣ୍ଡିଆ ଗଛରୁ ସାଇଲେଜ ତିଆରି କରି ଗୋ-ଖାଦ୍ଯ ରୂପେମଧ୍ୟ ବ୍ୟବହାର କରାଯାଏ।

ମଣ୍ଡିଆ ଏକ ଗ୍ରୀଷ୍ମ ମଣ୍ଡଳିଆ ଫସଲ ହେଲେ ମଧ୍ୟ ବର୍ଷସାରା ଚାଷ କରାଯାଇପାରିବ ।ମାଣ୍ଡିଆ ୪୦-୬୦ ସେ.ମି ଜଳ ଆବଶ୍ୟକ କରେ।

ଜମି

ସମତଳ ,ନିଗିଦ ଢିପ ଜମି ମଣ୍ଡିଆ ଚାଷ ପାଇଁ ଉପଯୁକ୍ତ ।ଲୁଣୀ ମାଟିରେ ମଧ୍ୟ ମଣ୍ଡିଆ ଚାଷ କରାଯାଇ ପାରିବ ।କାରଣ ଅନ୍ୟଫସଲ ତୁଳନାରେ ମଣ୍ଡିଆର ଲୁଣି ସାହଣି ଶକ୍ତି ଅଧିକ । ଏହା ଖୁବ କମ ପାଣି ଦରକାର କରେ ।

ଚାଷ ସମୟ

ଇର୍ଷର ସବୁ ସମୟରେ ମଣ୍ଡିଆ ଚାଷ କରାଯାଇ ପାରେ ।ବର୍ଷାଦିନିଆ ,ପ୍ରାକ ରବି ଓ ସାମାନ୍ୟ ଜଳସେଚନ ସୁବିଧା ଥିଲେ ରବି ଏବଂ ଖରାଦିନିଆ ଫସଲଭାବେ ମାଣ୍ଡିଆ ଚାଷ କରାଯାଇଥାଏ।ଅଗଷ୍ଟ ସେପ୍ଟେମ୍ବର ମାସରେ ରବି ଋତୁର ପୂର୍ବମତି ଫସଲ ରୂପେ ଏହାକୁ ଚାଷ କାଲେ ଜଳସେଚନ ଆବଶ୍ୟକ ହୁଏ ନାହିଁ।ଲଘୁ ଶସ୍ୟ ମଧ୍ୟରେ ମାଣ୍ଡିଆ ଏକ ପ୍ରଧାନ ଫସଲ ।ମଣ୍ଡିଆ ଫସଲ ଖୁବ କମ ପାଣି ଆବଶ୍ୟକ କରୁଥିବାରୁ ରବି ଋତୁରେ ଓ ଖରାଦିନେ କେନାଳର ଶେଷ ମୁଣ୍ଡରେ ଏବଂ ସେଚ।ଞ୍ଚଳରେ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ବହୁ ଫସଲୀ ପର୍ଯ୍ୟାୟରେ ଚାଷ କରାଯାଇଥାଏ।

ବିହନ କିସମ

 

ଦିବ୍ୟସିଂହ

:

୮୫ ଦିନ

ଏ.କେ.ପି-୨

 

୮୫ ଦିନ

ଏ.କେ.ପି-୩

:

୧୦୫-୧୧୦ ଦିନ

ଏ.କେ.ପି-୭

 

୮୫-୯୦ ଦିନ

ଗୋଦାବରୀ

:

୧୧୫ ଦିନ

ନୀଳାଚଳ

 

୧୦୦-୧୦୫ ଦିନ

ଭୈରବୀ

:

୧୦୫ ଦିନ

ଶୁଭ୍ରା

 

୧୦୦ ଦିନ

ଚିଲିକା

:

୧୧୦ ଦିନ

 

 

 

 

ଲଗାଇବା ସମୟ

ତଳି ପାଇଁ ବିଭିନ୍ନ ଋତୁରେ ନିମ୍ନରେ ନିମ୍ନମତେ ମାଣ୍ଡିଆ ବିହନକୁ ତଳି ପଟାଳିରେ ବୁଣନ୍ତୁ ।

ଋତୁ

ତଳି ପକାଇବା ସମୟ

ବର୍ଷା ଋତୁ

ଜୁନ ପ୍ରଥମାର୍ଦ୍ଧ

ଶୀତ ଋତୁ

ଅଗଷ୍ଟ ଦ୍ଵିତୀୟାର୍ଦ୍ଧ ରୁ

ସେପ୍ଟେମ୍ବର ପ୍ରଥମାର୍ଦ୍ଧ

ଗ୍ରୀଷ୍ମ ଋତୁ

ଜାନୁୟାରୀ ପ୍ରଥମାର୍ଦ୍ଧ

 

ବିହନ ପରିମାଣ

ସିଧା ସଳଖ ବୁଣିଲେ ହେକ୍ଟର ପ୍ରତି ୧୦ କୀ.ଗ୍ରା ବିହନ ଦରକାର।ତଳି ପକାଇ ରୋଇବା ପାଇଁ ୬ କି.ଗ୍ରା ବିହନ ଯଥେଷ୍ଟ ।

ବିହନ ବିଶୋଧନ

ଏକ କି.ଗ୍ରା ବିହନ ସହିତ ୩ ଗ୍ରାମ ହିସାବରେ କ୍ୟାପଟାନ କିମ୍ବା ଥିରାମ କିମ୍ବା ୧ ଗ୍ରାମ ଟ୍ରାଇସାଇକ୍ଲାଜୋଲ ଗୋଳାଇ ବିହନ ବିଶୋଧନ କରନ୍ତୁ।

ଜମି ପ୍ରସ୍ତୁତି

ବିହନ ସିଧାସଳଖ ବୁଣିବା ପାଇଁ ଗୁଣ୍ଡା ଚାଷ ଦରକାର। ଚାଷ ସମୟରେ ହେକ୍ଟର ପ୍ରତି ୫ ଟନ ଗୋବର ଖାତା କମ୍ବା କମ୍ପୋଷ୍ଟ ପ୍ରୟୋଗ କରି ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ ।ଉଈ ଆକ୍ରମଣରୁ ଫସଲ କୁ ରକ୍ଷା କରିବା ପାଇଁ ହେକ୍ଟର ପ୍ରତି ୨୫ କି.ଗ୍ରା କ୍ଳୋରୋପାଇରିଫସ ଗୁଣ୍ଡା ୧.୫ ଶତାଂଶ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରନ୍ତୁ।

ଚାଷ ପ୍ରଣାଳୀ

  • ବିହନ ବୁଣା : ବିଶୋଧିତ ବିହନକୁ ୨୦ ସେ.ମି ଦୂରତା ରେ ସିଆର କାଟି ଧାଡିରେ ବୁଣନ୍ତୁ। ବୁଣା ପରେ ଧାଡି ଦିଗରେ ମଇ ଦେଇ ମାଟି ଘୋଡାଇ ଦିଅନ୍ତୁ। ମାଟିରେ ବତର ଥିବା ସମୟରେ ବିହନ ବୁଣିବା ଭଲ ।
  • ତଳିଘର। ପ୍ରସ୍ତୁତି : ରୋଇବା ପାଇଁ ମାଟି ଭଲଭାବେ ଗୁଣ୍ଡା କରି ତଳି ଘରା ପ୍ରସ୍ତୁତ କରନ୍ତୁ। ଖତ ସହିତ ତଳିଘର।ରେ ପ୍ରତି ବର୍ଗମିଟର ପାଇଁ ୧୦ ଗ୍ରାମ ହିସାବରେ ଯବକ୍ଷାରଜାନ ଓ ଫସଫରସ  ପ୍ରୟୋଗ କରି ଆବଶ୍ୟକ ପରିମାଣର ବିହନକୁ ତଳିଘରାରେ ସବୁଆଡେ ସମାନ ଭାବରେ ବୁଣନ୍ତୁ ଓ ଆବଶ୍ୟକତା ଅନୁସାରେ ଜଳସେଚନ କରନ୍ତୁ।
  • ରୁଆ: ୨୫-୩୦ ଦିନର ତଳି ରୋଇବା ପାଇଁ ଉପଯୁକ୍ତ ହୋଇଥାଏ ।ସେସ ଓଡ ଚାଷ ବେଳେ ଖତ ସାର ପ୍ରୟୋଗ କରି ସହଳ କିସମ ତଳିକୁ ୧୫x୧୦ ସେ.ମି ମଝିଆଳି ଓ ବିଳମ୍ବ କିସମ ତଳିକୁ୨୦x୧୦ ସେ.ମି ବ୍ୟବଧାନରେ ରୁଅନ୍ତୁ। ଦିଆରରେ ରୋଇବା ସମୟରେ ତଳିର ମୂଳଭାଗ ପାଖ ସିଆର ଟଣାଯିବା ସମୟରେ ପୋତି ହୋଇଯାଏ।ଅଗଭୀରରେ (୫ ସେ.ମି ମଧ୍ୟରେ) ରୋଇଲେ ଶୀଘ୍ର ଛେରା ଧରେ ଓ ଭଲ ପିଲ ହୁଏ।

ସାରା ପ୍ରୟୋଗ

ମାଟି ପରୀକ୍ଷା କରି ଅନୁମୋଦିତ ସାରା ପ୍ରୟୋଗ କରନ୍ତୁ ।ଯେଉଁଠାରେ ମାଟି ପରୀକ୍ଷା କରାଯାଇ ନାହିଁ,ହେକ୍ଟର ପ୍ରତି ଅନଜଳସେଚିତ ମାଣ୍ଡିଆ ପାଇଁ ୪୦ କି.ଗ୍ରା ଯବକ୍ଷାରଜାନ,୨୦ କି.ଗ୍ରା ଫସଫରସ ଓ ୨୦ କି.ଗ୍ରା ପଟାସ ଏବଂ ଜଳସେଚିତ ଫସଲ ପାଇଁ ହେକ୍ଟର ପ୍ରତି ୬୦ କି.ଗ୍ରା, ଯବକ୍ଷାରଜାନ,୩୦ କି.ଗ୍ରା ଫସଫରସ ଓ ୩୦ କି.ଗ୍ରା ପଟାସ ସାରା ପ୍ରୟୋଗ କରନ୍ତୁ।

ଏଥି ମଧ୍ୟରୁ ସବୁତକ ଫସଫରସ ଓ ପଟାସ ସହିତ ଅଧା ପରିମାଣର ଯବକ୍ଷାରଜାନ ରୋଇବା କିମ୍ବା ବୁଣିବା ପୂର୍ବରୁ ଏବଂ ବାକି ଅଧା ଯବକ୍ଷାରଜାନ ପ୍ରଥମକୋଡାଖୁସା ପୂର୍ବରୁ ପ୍ରୟୋଗ କରନ୍ତୁ।

ଅନ୍ତଃଚାଷ

ବୁଣା ଯାଇଥିବା ମାଣ୍ଡିଆ ମାଣ୍ଡିଆ ଫସଲକୁ ଶୀଘ୍ର ବଛାବଛି କଲେ ଅଧିକ ଅମଳ ମିଳେ। ବୁରାଯିବାର ୨-୩ ସପ୍ତାହ ମଧ୍ୟରେ ପ୍ରଥମ ଥର କୋଡଖୁସା ଓ ଘାସ ବଛା କରି ଦିଅନ୍ତୁ ।ପ୍ରଥମ ଥର ଘାସ ବଛା ଯିବାର ୧୫ ଦିନ ପରେ ଦ୍ଵିତୀୟ ଥର ବଛାବଛି କରନ୍ତୁ। ରୁଆ ଫସଲରେ ରୁଆ ଯିବାର ୨-୩ ସପ୍ତାହ ପରେ କୋଡଖୁସ ଓ ବଛାବଛି ଶେଷ କରି ଦିଅନ୍ତୁ ।ଆବଶ୍ୟକ ସ୍ଥଳେ ୨ ୟ ଥର ବଛାବଛି କାଲେ ଭଲ ଭଲ ଅମଳ ମିଳେ ।କୋଡ।ଖୁସା  ପୂର୍ବରୁ ସାରା ପ୍ରୟୋଗ କାଲେ ଏହା କୋଡାଖୁସା ବେଳେ ମାଟିରେ ଭଲଭାବେ ମିଶିଯାଏ ।

ଜଳସେଚନ

କିଆରୀରେ ଠିଆ ପାଣି ରଖନ୍ତୁ ନାହିଁ। ଏହାଦ୍ବାରା ଗଛ ଝଉଂଳି ମରିଯିବ ।

ପୋକ :

  • ଉଈ: ଜୁଲାଇ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଫସଲରେ ଉଈ ଆକ୍ରମଣ ଦେଖାଯାଇଥାଏ। ଗଯା ହେଉଥିବା ମଞ୍ଜି ଓ ଚ।ରା ଗଛ ଏମାନଙ୍କ ଦ୍ଵାରା ଆକ୍ରାନ୍ତ ହୁଏ।

ଏହାର ଦମନ ପାଇଁ ଜମି ପ୍ରସ୍ତୁତି କଲାବେଳେ କ୍ଳୋରୋପାଇଋଫସ ୧.୫ % ଗୁଣ୍ଡା ଏକର ପ୍ରତି ୧୦ କି.ଗ୍ରା ହିସାବରେ ମାଟିରେ ପ୍ରୟୋଗ କରନ୍ତୁ ।ବୃଦ୍ଧି ସମୟରେ କିମ୍ବା ପରବର୍ତ୍ତୀ ସମୟରେ ଉଈ ଲାଗିଲେ ପ୍ରତି ଲିଟର ପାଣିରେ ୨ ମି.ଲି ହିସାବରେ କ୍ଳୋରୋପାଇଋଫସ ୨୦% ଇ.ସି ମିଶାଇ ମାଟିରେ ସିଂଚନ କରନ୍ତୁ।

  • କାଣ୍ଡବିନ୍ଧା ପୋକ: ଅଗଷ୍ଟ ମାସରୁ ସେପ୍ଟେମ୍ବର ମାସ ଓ ଫେବୃୟାରିରୁ ମାର୍ଚ୍ଚ ମାସରେ ଏହାର ଆକ୍ରମଣ ଦେଖାଯାଇଥାଏ।ଏହାର ଶୁକ କାଣ୍ଡ ମଧ୍ୟରେ ପଶି କମ ବଯସର ଗଛରେ ମାଲା ମଞ ସୃଷ୍ଟି କରେ ଓ ଏହାଦ୍ବାରା ପାକଳ ଫସଲ ଅଗାଡି ହୋଇଯାଏ।

ଏହା ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ମି. ଲି ଟ୍ରାଇଜୋଫସ ମିଶାଇ ସିଂଚନ କରନ୍ତୁ ।

  • ଜଉ ପୋକ: ଏହି ପୋକ ପତ୍ରରୁ ରସ ଶୋଷଣ କରିବା ଫଳରେ ଗଛର ବୃଦ୍ଧି କମିବା ସହିତ ଅମଳ ବାଧାପ୍ରାପ୍ତ ହୁଏ।

ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ମିଥାଇଲ ଆକ୍ସିଡେମିଟନ ୨୫% ଇ .ସି,୨ ମି.ଲି କିମ୍ବା ଡାଇମିଥୋଏଟ ୩୦% ଇ .ସି କିମ୍ବା ଡି.ଡି.ଭି.ପି ୭୬% ଇ.ସି ୧ ମି.ଲି ହିସାବରେ ମିଶାଇ ସିଂଚନ କରନ୍ତୁ।

ରୋଗ:

ମହିଷା ରୋଗ – ଏହି ରୋଗ ଜୁଲାଇରୁ ନଭେମ୍ବର ଓ ଫେବୃୟାରିରୁ ମାର୍ଚ୍ଚ ମାସ ମଧ୍ୟରେ ଲାଗିଥାଏ। ପାତ୍ର,କାଣ୍ଡ ଓ ଗଣ୍ଠିରେ ତାକୁଡି ଆକୃତିର ବାଦାମି ଦାଗ ଦେଖାଯାଏ।ଏହାର ମାଝି ଅଂଶ ପାଉଁଶିଆ ଦେଖାଯାଏ ।ଏହି ରୋଗର ଦମନ ପାଇଁ ନିମ୍ନଲିଖିତ ବ୍ୟବସ୍ଥା ଗ୍ରହଣ କରନ୍ତୁ ।

  • ପ୍ରତି ୧ କି.ଗ୍ରା ମଞ୍ଜିରେ ୧ ଗ୍ରାମ ହିସାବରେ ଟ୍ରାଇସାଇକ୍ଲାଜୋଲ କିମ୍ବା ୩ ଗ୍ରାମ ହିସାବରେ କ୍ୟାପଟାନ ବା ଥିରାମ ମିଶାଇ ବିହନ ବିଶୋଧନ କରନ୍ତୁ ।
  • ମାଧ୍ୟମ ଭାବେ ପ୍ରତିରୋଧି ବିହନ ଯଥା:ଏ.କେ.ପି-୨/ଦିବ୍ୟସିଂହ/ଜେ.ଏମ.ଆର-୧୦୦୮/ଏମ.ଆର-୧୧୬୯/ପି.ଆର-୨୦୨ ଚାଷ କରନ୍ତୁ ।
  • ତଳିଘରାରେ ଓ ଥୋଡ ପତ୍ର ବାହାରିବା ବେଳେ କାର୍ବେଣ୍ଡ।ଜିମ କିମ୍ବା ୦.୧% ଟ୍ରାଇସାଇକ୍ଲାଜୋଲ ଦୁଇଥର ସିଂଚନ କରନ୍ତୁ।

ମୁଦ୍ରିକା ସୂତ୍ରକୃମି(ରିଙ୍ଗ ନେମାଟୋଡ)

ଏହା ବର୍ଷର ସବୁ ସମୟରେ ଫସଲକୁ ଆକ୍ରମଣ କରିଥାଏ। ଆକ୍ରାନ୍ତ ଜମିରେ ଫସଲ ମଳ।କୁ  ମଳା ରୁଗୁଡିଆ ପଡିଯାଏ।ଚେରରେ ବାଦାମୀ ରଙ୍ଗର ଦାଗ ଦେଖାଯାଏ ।ଏହାର ଦମନ ପାଇଁ ନିମ୍ନ ବ୍ୟବସ୍ଥା ଗ୍ରହଣ କରନ୍ତୁ ।

  1. ଫସଲ ପର୍ଯ୍ୟାୟରେ ପନିପରିବା ଫସଲ ଚାଷ କରନ୍ତୁ।
  2. ଖରାଦିନେ ଗଭୀର ହଲ କରନ୍ତୁ ।
  3. ଯେଉଁ ଜମିରେ ଅଧିକ ସଂଖ୍ୟ।ରେ  ସୂତ୍ରଜୀବ ପ୍ରଥମରୁ ରହିଥାନ୍ତି ,ବିହନ ବୁଣିବାରେ ୧୫ ଦିନ ପରେ ଏକର ପ୍ରତି ୧୦ କି.ଗ୍ରା ହିସାବରେ କର୍ଟାପ ହାଇଡ୍ରୋକ୍ଲୋର।ଇଡ ପ୍ରୟୋଗ କରନ୍ତୁ ।

ଅମଳ:

କେଣ୍ଡା ପାଳକ ହେବା ସଙ୍ଗେ ସଙ୍ଗେ କାଟି ନିଅନ୍ତୁ।କାରଣ ଅଧିକ ପାଚି ଗଲେ ମଣ୍ଡିଆ ଝଡି ପଡିବ ।କେଣ୍ଡାଗୁଡିକୁ କାଟି ନେଇ ଖଳାରେ ଗଦା କରି ଦିଅନ୍ତୁ ।୩-୪ ଦିନ ଖରାରେ ଶୁଖିଲା ପରେ ଗୋଡରେ ଦଳି ବା ବେଙ୍ଗଳା ପକାଇ ଅମଳ କରନ୍ତୁ।ଏହା ପରେ ମଣ୍ଡିଆକୁ ଖରାରେ ଶୁଖାଇ ଶତକଡା ୧୦-୧୪ ଭାଗ ଅଦ୍ରତା ରହିଲେ ସାଇତି ରଖନ୍ତୁ ।ମଣ୍ଡିଆ ଫସଲକୁ ହେକ୍ଟର ପ୍ରତି ହାରାହାରି ୨୦-୩୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

କେବଳ ବର୍ଷା ଦିନରେ ଅଣଜଳସେଚିତ ଅଞ୍ଚଳରେ ମଣ୍ଡିଆ ଚାଷ କରିବାକୁ ହେଲେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ।

“ଦିବ୍ୟସିଂହ” କିସମ ବିହନ ବ୍ୟବହାର କରନ୍ତୁ। ଉପରୋକ୍ତ ମତେ ତାଳି ଭତାରି ଲଙ୍ଗଳ ସିଆରରେ ଧାଡିକୁ ୨୦ ସେ.ମି ବ୍ୟବଧାନରେ ରୁହନ୍ତୁ।ଜମି ପ୍ରସ୍ତୁତ ସମୟରେ ଏକର ପିଛା ୪ ଗାଡି ଗୋବର ଖାତା ବା କମ୍ପୋଷ୍ଟ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ।ଏହା ଛଡା ରୁଆ ହେବା ପୂର୍ବରୁ ଏକର ପିଛା ୪ କି.ଗ୍ରା ଯାବକ୍ଷାରଜ।ନ ୫ କି.ଗ୍ରା ଫସଫରସ ଓ ୫ କି.ଗ୍ରା ପଟାସ ସାରା ପ୍ରୟୋଗ କରି ମାଟିରେ ଭଲ ରୂପେ ମିଶାଇ ଦେଇ ତଳି ରୁଅନ୍ତୁ । ରୋଇବାର ୧୫ ଦିନ ପରେ ପୁଣି ୪ କି.ଗ୍ରା ଯାବକ୍ଷାରଜ।ନ  ସାରା ପ୍ରୟୋଗ କରନ୍ତୁ ।ରୁଆ ହେବାର ୧୫ ଦିନ ଓ ୩୦ ଦିନ ପରେ ଥରେ ଲେଖାଏଁ ଖୁସାଇ  ଘାସ ବାଛି ଦିଅନ୍ତୁ ।ଉକ୍ତ ପ୍ରଣାଳୀରେ ଚାଷ କାଲେ ଏକର ପିଛା ହାରାହାରି ଅମଳ ୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ମିଳେ।

ବିଶେଷ ଧ୍ୟାନ :

  1. ଧାଡିରେ ବୁଣି ବା ରୋଇ ସହଳ ଘାସ ବାଛନ୍ତୁ।
  2. ବୁଣିବା ଅପେକ୍ଷା ରୋଇବା ଭଲ ।
  3. ସାରା ଠିକ ପରିମାଣରେ ଦିଅନ୍ତୁ ।
  4. ସଠିକ ସମୟରେ ମହିଷା ରୋଗକୁ ଦମନ କରନ୍ତୁ।

 

ଓଡିଶା ମିଲେଟ ମିସନ ସୂତ୍ରରୁ ଆସିଅଛି

ଆଧାର : କୃଷି  ଜାଗରଣ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate