অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୁଗର ଉନ୍ନତ ଚାଷ କୌଶଳ

ମୁଗର ଉନ୍ନତ ଚାଷ କୌଶଳ

ମୁଗର ଉନ୍ନତ ଚାଷ କୌଶଳ

ଜଳବାୟୁ

ମୁଗ ଚାଷ ଖରିଫ୍, ରବି ଏବଂ ଗ୍ରୀଷ୍ମ ଋତୁରେ କରାଯାଏ  । ଏହା ଉଷ୍ଣ ଜଳବାୟୁ ଆବଶ୍ୟକ କରେ ଏବଂ ଜଳୀୟାଂଶ ଅଭାବକୁ ମଧ୍ୟ ସହ୍ୟ କରିପାରେ  । ୫୦ – ୭୦ ସେ.ମି. ବୃଷ୍ଟିପାତ ହେଉଥିବା ସ୍ଥାନ ମୁଗ ଚାଷ ପାଇଁ ସର୍ବୋକୃଷ୍ଟ ବୋଲି ବିବେଚିତ ହୋଇଥାଏ । ସମୁଦ୍ର ପତ୍ତନ ଠାରୁ ହାରାହାରି ୨୦୦୦ ମିଟର ମଧ୍ୟରେ ଏହା ସଫଳ ଭାବରେ ଚାଷ କରାଯାଇପାରିବ ।

ମୃତ୍ତିକା

ମୁଗ ବିଭିନ୍ନ ପ୍ରକାର ମାଟିରେ ଚାଷ କରାଯାଇପାରେ ଯଥା – ନାଲି ଲାଟେରାଇଟ, କୃଷ୍ଣ କାର୍ପାସ ଏବଂ ବାଲିଆ ମାଟି  । ଦୋରସା, ବାଲିଆ ଦୋରସା ମାଟି ମୁଗ ଚାଷ ପାଇଁ ସର୍ବୋକୃଷ୍ଟ ବୋଲି ବିବେଚନା କରାଯାଏ  । ମାଟିରେ ଉତ୍ତମ ଭାବରେ ଜଳ ନିଷ୍କାସିତ ହେଉଥିବା ଦରକାର  । ଏପରିକି ସାମୟିକ ଭାବେ ଜଳ ଜମି ଗଲେ ଫସଲର କ୍ଷତି ଘଟିଥାଏ  । ଲୁଣିକ୍ଷାରୀ ଏବଂ ଅମ୍ଳମାଟି ମୁଗ ଚାଷ ପାଇଁ ଅନୁପଯୁକ୍ତ  ।

କିସମ

ବିଭିନ୍ନ ଋତୁ ପାଇଁ ବହୁ ଉନ୍ନତ କିସମ ବିହନ ଚାଷ କରାଯାଇ ପାରିବ  । ବିଭିନ୍ନ ଅଞ୍ଚଳରେ ଫସଲ ପର୍ଯ୍ୟାୟରେ ସ୍ଥାନୀୟ କିସମଗୁଡିକ ଗୃହିତ ହୋଇଛନ୍ତି  । ଫସଲ ପର୍ଯ୍ୟାୟ, ମୃତ୍ତିକାରେ ଜଳଧାରଣ କ୍ଷମତା ଓ ସ୍ଥାନୀୟ ଆଗ୍ରହ ଅନୁଯାୟୀ ଫସଲ ଓ କିସମ ଚୟନ କରାଯିବା ଆବଶ୍ୟକ  । ଅନୁମୋଦିତ ଉନ୍ନତ କିସମ ସମ୍ବନ୍ଧୀୟ କିଛି ସୂଚନା ଏଠାରେ ପ୍ରଦାନ କରାଯାଇଛି  ।

ବିଭିନ୍ନ ଋତୁ ପାଇଁ ଚିହ୍ନଟ / ବିକାଶ କରାଯାଉଥିବା କିସମ

ଖରିଫ (ଜୁନ୍ – ଜୁଲାଇ)

କିସମ

ଅବଧି (ଦିନ)

ସମ୍ଭାବ୍ୟ ଅମଳ (କ୍ଵି.ହେ.)

ହାରାହାରି ଅମଳ (କ୍ଵି.ହେ)

ବିଶେଷ ଗୁଣାବଳୀ

କାମଦେବ (ଓ.ୟୁ.ଏମ୍.-୧୧–୫)

୫୫ – ୬୦

୧୧.୦୫

୭.୪

ସହଳ, ସାହେବୀ ରୋଗ ସହଣୀ

ଦୂର୍ଗା (ଓବିଜିଜି - ୫୨)

୬୦ – ୬୫

୧୩.୦

୮.୦

ସାହେବୀ ରୋଗ ସହଣୀ

ଧଉଳି

୬୦ – ୬୫

୧୫.୦

୭.୫

ସାହେବୀ ରୋଗ ପ୍ରତିରୋଧୀ

ସୁଜାତା (ଏଚ୍.ୱାଇ.ବି – ୧୨ -୪)

୬୦ – ୬୫

୧୦.୦

୭.୫

ସାହେବୀ ରୋଗ ସହଣୀ

ସମ୍ରାଟ (ପିଡିଏମ୍ ୮୪-୧୩୯)

୬୦ – ୬୫

୧୦.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ଏମ୍ ଏଲ – ୧୩୧

୬୦ – ୬୫

୧୦.୦

୭.୦

ସାହେବୀ ରୋଗ ପ୍ରତିରୋଧୀ

ହମ୍ – ୧

୬୦ – ୬୫

୧୦.୦

୭.୦

ସାହେବୀ ରୋଗ ପ୍ରତିରୋଧୀ

କେ – ୮୫୧

୬୦ – ୭୦

୧୦.୦

୮.୦

ସାହେବୀ ରୋଗ ସହଣୀ

ପ୍ରାକ୍ ରବି ଋତୁ (ସେପ୍ଟେମ୍ବର - ଅକ୍ଟୋବର)

କିସମ

ଅବଧି (ଦିନ)

ସମ୍ଭାବ୍ୟ ଅମଳ (କ୍ଵି.ହେ.)

ହାରାହାରି ଅମଳ (କ୍ଵି.ହେ)

ବିଶେଷ ଗୁଣାବଳୀ

ଜ୍ୟୋତି

୬୦ – ୬୫

୮.୦

୭.୦

କଳାମଞ୍ଜି, ସାହେବୀ ରୋଗ ସହଣୀ

ଟାର୍ମ – ୧

୬୫ – ୭୦

୯.୦

୭.୦

ପାଉଁଶିଆ ରୋଗ ସାହେବୀ ରୋଗ ସହଣୀ

ଟାର୍ମ – ୨

୬୫ – ୭୦

୯.୦

୭.୦

ପାଉଁଶିଆ ରୋଗ ଓ ସାହେବୀ ରୋଗ ସହଣୀ

ପୁଷା – ୯୦୭୨

୬୫ – ୭୦

୧୦.୦

୯.୦

ସାହେବୀ ରୋଗ ପ୍ରତିରୋଧୀ

କାମଦେବ (ଓୟୁଏମ୍ – ୧୧-୫)

୬୦ – ୬୫

୧୧.୫

୭.୫

ସାହେବୀ ରୋଗ ସହଣୀ

ଧଉଳି

୬୦ – ୬୫

୧୨.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

 

ରବି ଋତୁ (ଅକ୍ଟୋବର - ନଭେମ୍ବର )

କିସମ

ଅବଧି (ଦିନ)

ସମ୍ଭାବ୍ୟ ଅମଳ (କ୍ଵି.ହେ.)

ହାରାହାରି ଅମଳ (କ୍ଵି.ହେ)

ବିଶେଷ ଗୁଣାବଳୀ

ଟାର୍ମ – ୧

୬୫ – ୭୦

୯.୦

୭.୦

ପାଉଁଶିଆ ରୋଗ ଓ ସାହେବୀ ରୋଗ ସହଣୀ

ଟାର୍ମ – ୨

୬୫ – ୭୦

୯.୦

୭.୦

ପାଉଁଶିଆ ରୋଗ ଓ ସାହେବୀ ରୋଗ ସହଣୀ

ପୁଷା – ୯୦୭୨

୬୫ – ୭୦

୧୦.୦

୯.୦

ସାହେବୀ ରୋଗ ପ୍ରତିରୋଧୀ

ଏଲ.ଜି.ଜି. – ୪୬୦

୬୫ – ୭୦

୧୦.୦୦

୮.୦

ସାହେବୀ ରୋଗ ପ୍ରତିରୋଧୀ ଏବଂ ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ

ସିଓ – ୪

୭୦ – ୭୫

୧୦.୦୦

୮.୦

ସାହେବୀ ରୋଗ ଓ ପାଉଁଶିଆ ରୋଗ ସହଣୀ ଏବଂ ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ

ଧଉଳି

୬୫ – ୭୦

୧୦.୦

୮.୦

ସାହେବୀ ରୋଗ ସହଣୀ

ଏଲଜିଜି – ୪୧୦

୬୫ – ୭୦

୧୦.୦

୮.୦

ସାହେବୀ ରୋଗ ପ୍ରତିରୋଧୀ ଏବଂ ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ

ପ୍ରଜ୍ଞା (ଆର.ୟୁ.ଏମ୍ – ୧-୨୦)

୬୫ – ୭୦

୧୦.୦

୮.୦

ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ

ଖରାଦିନିଆ

କିସମ

ଅବଧି (ଦିନ)

ସମ୍ଭାବ୍ୟ ଅମଳ (କ୍ଵି.ହେ.)

ହାରାହାରି ଅମଳ (କ୍ଵି.ହେ)

ବିଶେଷ ଗୁଣାବଳୀ

ପିଡିଏମ୍ ୧୧

୬୦ – ୬୫

୯.୦

୬.୫

ସାହେବୀ ରୋଗ ପ୍ରତିରୋଧୀ

ପିଡିଏମ୍ ୫୪

୬୦ – ୬୫

୯.୦

୭.୦

ସାହେବୀ ରୋଗ ପ୍ରତିରୋଧୀ

ପିଡିଏମ୍ ୮୪ – ୧୪୩

୬୦ – ୬୫

୧୦.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ଏସଏମ୍ ଏଲ ୬୬୮

୫୫ – ୬୦

୧୦.୦

୮.୦

ସାହେବୀ ରୋଗ ଏବଂ ହୃଷ୍ଟପୁଷ୍ଟ ବିହନ

ହମ୍ ୧୨

୬୦ – ୬୫

୧୦.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ଜମି ପ୍ରସ୍ତୁତି

ମୁଗ ଚାଷ ପାଇଁ ଥରେ ଗଭୀର ହଳ କରି ଦୁଇ ତିନି ଥର ହାରୋଇଙ୍ଗ କରି ଓ ମଇ ଦେଇ ଉପଯୁକ୍ତ ଭାବରେ ଜମି ପ୍ରସ୍ତୁତି କରାଯାଏ  । ଜମି ଭଲ ଭାବରେ ସମତୁଲ ଏବଂ ଘାସ ମୁକ୍ତ ହେବା ଦରକାର  । ହାରୋଇଙ୍ଗ ସମୟରେ ସଢା ଗୋବର ଖତ (ହେକ୍ଟର ପ୍ରତି ୨ ଟନ୍) ପ୍ରୟୋଗ କରାଯିବା ଉଚିତ୍  । ପାଇରା ଫସଲ ପାଇଁ ଆଦୌ ହଳ କରିବା ଆବଶ୍ୟକ ପଡି ନଥାଏ  ।

ଫସଲ ଚକ୍ରୀକରଣ

ମୌସୁମୀ ବର୍ଷା ଆରମ୍ଭରେ ବର୍ଷାଦିନିଆ ମୁଗ ବୁଣାଯାଇଥାଏ  । ରବି ଫସଲ ଅମଳ ପରେ ଏହା ବୁଣାଯାଇ ପାରେ । ରବି ଫସଲ ଅମଳ ଓ ଖରିଫ ଫସଲ ବୁଣା ହେବ ମଧ୍ୟରେ ଖରା ଦିନିଆ ମୁଗ ଚାଷ କରାଯାଏ  । ତେଣୁ ଫସଲ ଚକ୍ରୀକରଣ ଦ୍ଵାରା ମୃତ୍ତିକାର ସ୍ୱାସ୍ଥ୍ୟ ବୃଦ୍ଧି ଘଟେ ଏବଂ ପ୍ରତି ଏକକ ଜମିରେ ଉତ୍ପାଦନ ବୃଦ୍ଧି କରିହୁଏ  । ନିମ୍ନରେ କେତେକ ମୁଖ୍ୟ ଫସଲ କ୍ରମ ପ୍ରଦାନ କରାଯାଇଛି  ।

ମୁଗ – ସୋରିଷ – ବିରି

ଧାନ – ଗହମ – ମୁଗ

ଧାନ – ସୂର୍ଯ୍ୟମୁଖୀ – ମୁଗ

ଧାନ – ଚିନାବାଦାମ – ମୁଗ

ଧାନ ପନିପରିବା – ମୁଗ

ମକା – ସୋରିଷ – ମୁଗ

ଧାନ – ମୁଗ –କୋଳଥ

ଅନ୍ତଃଫସଲ

ମୁଗ ସାଧାରଣତଃ ଖରିଫ ଋତୁରେ ମକା, ହରଡ, ମିଲେଟ୍, ପର୍ଲମିଲେଟ୍, ଯଅ ସହିତ ଏବଂ ରବି ଋତୁରେ ଚିନାବାଦାମ ସହିତ ଅନ୍ତଃଫସଲ ଭାବରେ ଚାଷ କରାଯାଏ  । ମୁଗ ଅନ୍ତଃଫସଲ ପଦ୍ଧତି ଅମଳ ବଢାଇବା ସହିତ ଅର୍ଥକାରୀ ମଧ୍ୟ ହୋଇଥାଏ  । ଫଳପ୍ରଦ ଅନ୍ତଃଫସଲ ପଦ୍ଧତିଗୁଡିକ ହେଲା –

ହରଡ + ମୁଗ

ମକା + ମୁଗ

ଚିନାବାଦାମ + ମୁଗ

ଶସ୍ୟ (ମିଲେଟ୍) + ମୁଗ

ବୁଣିବା ସମୟ

ଖରିଫ୍ – ଜୁନ୍ ୩୦ରୁ ଜୁଲାଇ – ୧୫ ମଧ୍ୟରେ ବୁଣିଲେ ଅଧିକ ଅମଳ ଦିଏ  ।

ପ୍ରାକ୍ ରବି – ୧୫ ସେପ୍ଟେମ୍ବରରୁ – ୩୦ ସେପ୍ଟେମ୍ବର

ରବି – ୧ମ ଅକ୍ଟୋବରରୁ – ୫ ଅକ୍ଟୋବର

ଖରାଟିଆ – ଫେବୃୟାରୀ ଶେଷ ସପ୍ତାହରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଉପଯୁକ୍ତ  ।

ଉଭୟ ସହଳ ଓ ବିଳମ୍ବ ବୁଣା ଅମଳ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ  ।

ବିହନ ହାର – ହେକ୍ଟର ପ୍ରତି ୨୫ – ୩୦ କି.ଗ୍ରା.

ବ୍ୟବଧାନ – ଆବଶ୍ୟକୀୟ ଗଛ ସଂଖ୍ୟା ରଖିବା ପାଇଁ ଉପଯୁକ୍ତ ବ୍ୟବଧାନ ଆବଶ୍ୟକ  ।

ଖରିଫ୍ – ୩୦ ସେ.ମି. X ୧୦ ସେ.ମି. (ପ୍ରତି ବର୍ଗ ମିଟରରେ ୩୩ ତି ଗଛ) ।

ରବି – ୨୫ ସେ.ମି. X ୧୦ ସେ.ମି. (ପ୍ରତି ବର୍ଗ ମିଟରରେ ୩୩ ତି ଗଛ) ।

ଖରାଟିଆ – ୩୦ ସେ.ମି. X ୧୦ ସେ.ମି. (ପ୍ରତି ବର୍ଗ ମିଟରରେ ୩୩ ତି ଗଛ) ।

ବିହନ ବିଶୋଧନ ଏବଂ ଜୀବାଣୁସାର ଉପଚାର

ବୁଣିବା ପୂର୍ବରୁ ବିହନ ବିଶୋଧନ ସହିତ ରାଜୋବିୟମ କଲଚର (ଜୀବାଣୁ ସାର) ଉପଚାର କଲେ ଗଜାଶକ୍ତି ଏବଂ ଗୁଟିକା (ନୋଡ୍ୟୁଲ) ଅଧିକ ହୁଏ  । ଅବଶେଷରେ ଜୈବ ବିବନ୍ଧିତ ଯବକ୍ଷାରଜାନ ଫସଲ ବୃଦ୍ଧିରେ ସାହାଯ୍ୟ କରେ  । ସମସ୍ତ ଛୁଇଁ ଜାତୀୟ ଫସଲରେ ଗୁଟିକା ସଂଖ୍ୟା ଭଲଭାବରେ ବୃଦ୍ଧି ପାଏ  । ଅଧିକ ସଂଖ୍ୟକ ଗୁଟିକା ଥିଲେ ଅଧିକ ଅମଳ ହୁଏ  । ଛୁଇଁ ଜାତୀୟ ଫସଲର ପ୍ରତ୍ୟକ ଥର ବୁଣିବା ସମୟରେ ରାଇଜୋବିୟମ ଉପଚାର କରିବା ଏକାନ୍ତ ଆବଶ୍ୟକ  ।

୬୦୦ ମି.ଲି. ପାଣିରେ ୨୦୦ ଗ୍ରାମ୍ ରାଇଜୋବିୟମ କଲଚର ଓ ୨୫୦ ଗ୍ରାମ୍ ଫସଫେଟ୍ ଦ୍ରବୀଭୂତ କରୁଥିବା ବ୍ୟାକ୍ଟେରିଆ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ  । ତା ପରେ ୧୦ କି.ଗ୍ରା. ମଞ୍ଜି ଉପରେ ବୁନ୍ଦା ବୁନ୍ଦା କରି ମଣ୍ଡ ଢାଳନ୍ତୁ ଓ ଏକ ସମାନୁପାତିକ ଆସ୍ତରଣ ସୃଷ୍ଟି ହେବା ପର୍ଯ୍ୟନ୍ତ ହାତରେ ଗୋଳାଇ ଦିଅନ୍ତୁ  । ବିହନ ଉପଚାର କଲାବେଳେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ପ୍ରତି ୧୦ କି.ଗ୍ରା. ବିହନରେ ୩ ଗ୍ରାମ୍ ହିସାବରେ ଆମୋନିୟମ କିମ୍ବା ସୋଡିୟମ ମଳିବଡେଟ୍ ଆକାରରେ ମଲିବଡିନମ୍ ମିଶାନ୍ତୁ  । ଏକ ପରିଷ୍କାର ଲୁଗା, କାଗଜ କିମ୍ବା ପଲିଥିନ୍ ଉପରେ ଉପଚାରିତ ବିହନକୁ ଛାଇରେ ଶୁଖାଇ ଦିଅନ୍ତୁ ଓ ଏହାକୁ ସଙ୍ଗେ ସଙ୍ଗେ ବିଶେଷତଃ ଅପରାହ୍ନରେ ବୁଣି ଦିଅନ୍ତୁ  ।

ଉତ୍ତମ ଅମଳ ପାଇବା ପାଇଁ ଓ ଫସଲକୁ ଚାରା ସଢା ରୋଗ, ଚାରା ପୋଡା ଆଦି ରୋଗରୁ ମୁକ୍ତ ରଖିବା ପାଇଁ ପ୍ରତି କି.ଗ୍ରା. ବିହନରେ ଭିଟାଭାକ୍ସ ପାୱାର ୧.୫ ଗ୍ରାମ୍ କିମ୍ବା (କାର୍ବେଣ୍ଡାଜିମ୍ ୧.୦ ଗ୍ରାମ୍ + ଥିରାମ୍ ୧.୫ ଗ୍ରାମ୍) ମିଶାଇ ବିଶୋଧନ କରାଯିବା ଆବଶ୍ୟକ  । ସଘନ ହରଡ ଚାଷ ଅଞ୍ଚଳରେ ଚେରଗଣ୍ଠି ଓ ବୃକକ୍ ସୂତ୍ରଜୀବ ଆକ୍ରମଣରୁ ରକ୍ଷାକରିବା ପାଇଁ ରାଇଜୋବିୟମ କଲଚରରେ ଉପଚାର କରିବାର ୧ ସପ୍ତାହ ପୂର୍ବରୁ କାର୍ବୋସଲଫାନ୍ ୨୫ ଇ.ସି. ୦.୨% ହିସାବରେ ମିଶାଇ ବିଶୋଧନ କରିବା ଆବଶ୍ୟକ  ।

ଖାଦ୍ୟସାର ପରିଚାଳନା

ମୁଗଚାଷ ସାଧାରଣତଃ ବିନା ସାରରେ ଚାଷ କରାଯାଏ  । ବିଭିନ୍ନ ସ୍ଥାନରେ କରାଯାଇଥିବା ପରୀକ୍ଷାରୁ ଜଣାଯାଇଛି ସାର ପ୍ରୟୋଗ ଦ୍ଵାରା ମୁଗ ଫସଲର ଉତ୍ପାଦନ ବୃଦ୍ଧି କରାଯାଇ ପାରିବ  । ମୁଗ ଫସଲ ପାଇଁ ଅନୁମୋଦିତ ସାର ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ ୪୦ କି.ଗ୍ରା. ଫସଫରସ୍ ୨୦ କି.ଗ୍ରା. ପଟାସ୍  ଏବଂ ୨୦ କି.ଗ୍ରା. ସଲଫର  । ଏହାର ସର୍ବାଧିକ ବିନିଯୋଗ ପାଇଁ ସମସ୍ତ ଫସଫରସ୍ ଓ ସଲଫର ସହିତ ୫୦% ଯବକ୍ଷାରଜାନ ଓ ପଟାସ୍ ମୂଳସାର ଭାବେ ପ୍ରୟୋଗ କରାଯାଏ  । ଅବଶିଷ୍ଟ ୫୦%ଯବକ୍ଷାରଜାନ ଓ ପଟାସ ସାରକୁ ୨-୩ ସପ୍ତାହ ପରେ ଅର୍ଥାତ୍ ଘାସ ବଛା ଓ ହୁଡା ଟେକା ସମୟରେ ପ୍ରୟୋଗ କରାଯାଏ  ବୁଣିବା ପୂର୍ବରୁ ଜମି ପ୍ରସ୍ତୁତି ଶେଷ ଅବସ୍ଥାରେ ମୂଳସାରକୁ ମାଟିରେ ଭଲଭାବରେ ମିଶାଇବା ଦରକାର  । ନାଳୀରେ ସାର ପ୍ରୟୋଗ କରିବା ଦ୍ଵାରା ଅଧିକ ଲାଭ ମିଳିଥାଏ  ।

ବିହନ ବୁଣା

ଜମି ପ୍ରସ୍ତୁତି ପରେ ପରେ ବିହନ ଧାଡିରେ ବୁଣାଯିବା ଦରକାର  । ମଇ ଦେଇ ମାଟିକୁ ନିଦା କରିବା ଦ୍ଵାରା ମଞ୍ଜି ମାଟିର ଜଳୀୟାଂଶ ସହିତ ନିବିଡ ସଂସ୍ପର୍ଶରେ ଆସିଥାଏ ଯାହାକି ଗଜା ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ  । ଅମଳ ସମୟରେ ଯେଉଁ ଜମି ଶୁଖିଯିବାର ଆଶଙ୍କା ଥାଏ ସେଥିରେ ଅମଳ ପୂର୍ବରୁ ବିହନ ବୁଣିବା ଦରକାର  । ମାଟିରେ ଜଳୀୟାଂଶ କମ୍ ଥିଲେ ପୂର୍ବ ରାତିରେ ମଞ୍ଜିକୁ ଭିଜାଇ ବୁଣିବା ଦ୍ଵାରା ଗଜା ଶୀଘ୍ର ହୁଏ । ଧାଡିବୁଣା କରିବା ଦ୍ଵାରା କୋଡାଖୁସା ଓ ଘାସ ବଛା ଇତ୍ୟାଦି ଭାଲଭାବରେ କରିହୁଏ  ।

ତୃଣକ ପରିଚାଳନା

ବୁଣିବାର ୧୫ ଦିନ ପରେ ୧ମ ଥର ଏବଂ ୩୦ ଦିନ ପରେ ୨ୟ ଥର କୋଡାଖୁସା ଓ ଘାସ ବଛା କରିବା ଯୋଗୁଁ ଘାସଦ୍ଵାରା ମାଟିରୁ ଅପସାରିତ ଖାଦ୍ୟସାରକୁ ପ୍ରତିହତ କରାଯିବା ସଙ୍ଗେ ସଙ୍ଗେ ଏହା ଜଳୀୟାଂଶ ସଂରକ୍ଷଣ ପୂର୍ବକ ଉତ୍ତମ ବୃଦ୍ଧି ଘଟାଇଥାଏ  । ତେଣୁ ଧାଡି ବୁଣା କରିବା ଦ୍ଵାରା ଧାଡି ମଝିରେ କୋଡାଖୁସା ଓ ଘାସ ବଛା ସହଜରେ କରିହୁଏ  । ପ୍ରାକ୍ ଗଜା ତୃଣନାଶକ ପେଣ୍ଡିମିଥାଲିନ୍ ହେକ୍ଟର ପ୍ରତି ୦.୭୫ କି.ଗ୍ରା. କିମ୍ବା ସଟର୍ଣ୍ଣ ୧ କି.ଗ୍ରା. କ୍ରିୟାଶୀଳ ଉପାଦାନ ସିଞ୍ଚନ କରିବା ସହିତ ବୁଣିବାର ୩୦ ଦିନ ପରେ ଥରେ ହାତରେ ବାଛିଦେଲେ ଘାସ ନିୟନ୍ତ୍ରଣ ହୋଇଥାଏ  ।

ଜଳ ପରିଚାଳନା

ଖରିଫ୍ ଋତୁରେ ଅଧିକ ଦିନ ପର୍ଯ୍ୟନ୍ତ ମରୁଡି ଅବସ୍ଥା ଦେଖା ନ ଦେଲେ ମୁଗ ଫସଲରେ ଜଳସେଚନ ଆବଶ୍ୟକ ହୋଇନଥାଏ  । ସଫଳ ଚାଷ ନିମନ୍ତେ ମୁଗ ଜମିରୁ ଜଳ ନିଷ୍କାସନ କରିବା ଆବଶ୍ୟକ  । ରବି ଋତୁ ଏବଂ ପ୍ରାକ୍ ରବି ଋତୁରେ ମୁଗ ବିଶେଷତଃ ଅବଶିଷ୍ଟ ଜଳୀୟାଂଶରେ ଚାଷ କରାଯାଏ  । ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ବେଳେ ବେଳେ ଜଳାଭାବ ଦେଖାଯାଏ ଏହା ଫଳରେ ଅମଳରେ ବାଧା ସୃଷ୍ଟି ହୁଏ  । ଫୁଲ ଧରିବା ଓ ଛୁଇଁ ବଢିବା ଜଳ ଆବଶ୍ୟକତାର ସଙ୍କଟକାଳୀନ ଅବସ୍ଥା  । ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଥିବା ସ୍ଥାନରେ ରବି ଓ ଖରାଦିନରେ ମୁଗଚାଷ କରାଯିବା ଆବଶ୍ୟକ  । ଖରାଦିନେ ସାଧାରଣତଃ ମୁଗ ଚାଷ ପାଇଁ ୩-୫ ତି ଜଳସେଚନର ଆବଶ୍ୟକତା ରହିଥାଏ  ।

ଅମଳ ପରିମାଣ

ହେକ୍ଟର ପ୍ରତି ପ୍ରାୟ ୮ – ୧୦ କୁଇଣ୍ଟାଲ ମୁଗ ଅମଳ ହୋଇଥାଏ  । ଖରିଫ୍ ଋତୁରେ ସାମାନ୍ୟ କମ୍ ଅମଳ ମିଳିଥାଏ  । କିନ୍ତୁ ରବି ଓ ଖରାଟିଆ ମୁଗ ଚାଷ ଅଧିକ ଲାଭପ୍ରଦ ହୋଇଥାଏ  । ମୁଗଚାଷ ଜମିର ଉର୍ବରତା ବୃଦ୍ଧି କରାଏ  । ମୁଗ ଫସଲ ଚାଷ କରିବା ଦ୍ଵାରା ହେକ୍ଟର ପ୍ରତି ମାଟିକୁ ୩୦-୪୦ କି.ଗ୍ରା. ଯବକ୍ଷାରଜାନ ମିଳିଥାଏ  । ଏହା ଦ୍ଵାରା ହେକ୍ଟର ପ୍ରତି ୩୦ କି.ଗ୍ରା. ଯବକ୍ଷାରଜାନ ଖର୍ଚ୍ଚ ବଞ୍ଚାଇ ହୁଏ ଏବଂ ଖାଉଟିମାନଙ୍କୁ ପୁଷ୍ଟିସାର ସମୃଦ୍ଧ ଖାଦ୍ୟ ଯୋଗାଇ ହୁଏ  ।

ଅମଳ ଓ ଅମଳ ପରବର୍ତ୍ତୀ ପରିଚାଳନା

  • ଛୁଇଁ ଫାଟି ଝଡି ନଯିବା ପାଇଁ ପାକଳ ଛୁଇଁ ତୋଳି ଆଣନ୍ତୁ  ।
  • ଅବଶିଷ୍ଟ ଛୁଇଁ ଥିବା ଗଛକୁ ଅମଳ କରାଯାଇ ପାରିବ  ।
  • ଛୁଇଁଗୁଡିକୁ ଖରାରେ ଶୁଖାଇ ମଞ୍ଜି ଅମଳ କରାଯାଏ  ।
  • ମଞ୍ଜିଗୁଡିକୁ ପରିଷ୍କାର କରି ଉପଯୁକ୍ତ ଭାବରେ ଖରାରେ ଶୁଖାଇବା ଦରକାର  ।
  • ମଞ୍ଜିରେ ଜଳୀୟାଂଶ ପରିମାଣ ୧୦ – ୧୨% ରହିବା ଦରକାର  ।
  • ସାଇତା କୋଠିରେ ମଞ୍ଜି ରହିବା ଦରକାର  । ପଲ୍ସ ବିଟିଲ୍ ରୁ ମୁକ୍ତ ରଖିବା ପାଇଁ ଗୋଟାଏ ଇ.ଡିବି ଆମ୍ପୁଲ ରଖାଯାଏ  ।

ବିଶେଷ ବାର୍ତ୍ତା

  • କାମଦେବ (ଓୟୁଏମ୍ ୧୧-୫), ଦୂର୍ଗା (ଓବିଡିଜି - ୫୨) ଧଉଳି, ସୁଜାତା (ଏଚ୍ ୱାଇବ – ୧୨ – ୪) ସମ୍ରାଟ (ପିଡିଏମ୍ - ୧୩୯), ହମ୍ – ୧ ଖରିଫ୍ ଋତୁ ପାଇଁ ଉନ୍ନତ କିସମ, ଟାର୍ମ – ୧, ଟାର୍ମ – ୨, ପୁଷା ୯୦୭୨ – ପ୍ରାକ୍ ରବି ଋତୁ ପାଇଁ ଏବଂ ରବି ଋତୁ ପାଇଁ ପିଡିଏମ୍ – ୧୧, ଏସ୍ ଏମ୍ ଏଲ – ୬୬୮, ହମ୍-୧୨ ଖରାଦିନିଆ ପାଇଁ ଉପଯୁକ୍ତ ଏବଂ ସମସ୍ତ କିସମରେ ସାହେବୀ ରୋଗ ସାହାଣୀ ଶକ୍ତି ରହିଛି  ।
  • ଖରିଫ୍ ଋତୁ ପାଇଁ – ୩୦ ଜୁନ୍ ର ୧୫ ଜୁଲାଇ, ପ୍ରାକ୍ ରବି ଋତୁ ପାଇଁ – ୧୫ ସେପ୍ଟେମ୍ବରରୁ ୧୫ ଅକ୍ଟୋବର, ରବି ଋତୁ ପାଇଁ ଅକ୍ଟୋବର ଶେଷରୁ ୧୫ ନଭେମ୍ବର ଏବଂ ଗ୍ରୀଷ୍ମ ଋତୁ ପାଇଁ ଫେବୃୟାରୀ ଶେଷ ସପ୍ତାହରୁ – ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହେଉଛି ଉପଯୁକ୍ତ ବୁଣିବା ସମୟ  ।
  • ହେକ୍ଟର ପ୍ରତି ୨୫ କି.ଗ୍ରା. ବିଆହନ ଆବଶ୍ୟକ ହୋଇଥାଏ  ।
  • ଫସଲକୁ ବିହନ ବାହିତ ରୋଗରୁ ମୁକ୍ତ ରଖିବା ପାଇଁ ପ୍ରତି କିଗ୍ରା. ବିହନକୁ ୧.୫ ଗ୍ରାମ୍ ଭିଟାଭାକ୍ସରେ ବିଶୋଧନ କରିବା ଆବଶ୍ୟକ  ।
  • ପ୍ରତି ହେକ୍ଟର ଜମି ପାଇଁ ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କିଗ୍ରା ଫସଫରସ୍, ପଟାସ୍ ୨୦ କି.ଗ୍ରା. ଆବଶ୍ୟକ ହୋଇଥାଏ  ।
  • ହେକ୍ଟର ପ୍ରତି ୦.୭୫ କି.ଗ୍ରା. ପ୍ରାକ୍ ଗଜା ତରୁଣନାଶକ ପେଣ୍ଡିମେଥାଲିନ୍ପ୍ରୟୋଗ କରି ବୁଣିବାର ୩୦ ଦିନରେ ଥରେ ହାତରେ ଘାସ ବାଛି ଭଲଭାବେ ଘାସ ନିୟନ୍ତ୍ରଣ ପୂର୍ବକ ତୃଣକ ପରିଚାଳନା କରାଯାଇଥାଏ  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate