ଉପାଦେୟତା ଏହି ପ୍ରଣାଳୀ ଚାଷରେ ଜମିପ୍ରସ୍ତୁତି ଆବଶ୍ୟକ ପଡିନଥାଏ କିମ୍ବା ମାଟି ଧୋଇ ହୋଇଯିବାର ଭୟ ମଧ୍ୟ ନ ଥାଏ । ସିମେଣ୍ଟ ଅଖାରେ ଦେଶୀଆଳୁ ଲଗାଇବା ଅମଳ କରିବା ଇତ୍ୟାଦି କାମ ସହଜ ହୋଇଥାଏ। ଏଥିପାଇଁ ସ୍ବଚ୍ଛ ସମୟ ଏବଂ କମ ଶ୍ରମଶକ୍ତି ଆବଶ୍ୟକ ପଡିଥାଏ। ଯେଉଁସ୍ଥାନ ଯଥା ଖାଲୁଅ,ସନ୍ତସନ୍ତିଆ ଜାଗାରେ ଦେଶୀଆଳୁଲଗାଇଲେ ପାଚିଯିବାର ଭୟ ଥାଏ ସେହି ସ୍ଥାନରେ ସିମେଣ୍ଟ ଅଖା ମାଧ୍ୟମରେ ଦେଶୀଆଳୁଚାଷ କରାଯାଇପାରିବ । ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସହଜରେ ସ୍ଥାନାନ୍ତରିତ କରିହେବ । ସିମେଣ୍ଟ ଅଖାରେ ଦେଶୀଆଳୁ ଲଗାଯାଇ ରଖାଯାଇଥାଇବା ସ୍ଥାନରେ ଘାସ ସମସ୍ୟା ହେଲେମଧ୍ୟ ଏହାଦ୍ବାରା ଫସଲ ପ୍ରଭାବିତ ହୋଇନଥାଏ। ଆଳୁ ଖୋଲିବା ଅମଳ କରିବା ସମୟରେ ଦେଶୀଆଳୁ ଖଣ୍ଡିଆଖାବରା ହୋଇ ନଷ୍ଟ ହୋଇଯାଏ। ଘର ଛାତ ଉପରେ ମଧ୍ୟ ସିମେଣ୍ଟ ଅଖାଦ୍ଵାରା ଦେଶୀଆଳୁ ଚାଷ କରାଯାଇପାରେ । କିସମ ନିର୍ବାଚନ ଓଡିଶା ଏଲାଇଟ ଓ ଡିଏ ୨୯୩ ପ୍ରଭୃତି ଦେଶୀଆଳୁ କିସମ ସିମେଣ୍ଟ ଅଖାରେ ଲଗାଇବା ପାଇଁ ଉପଯୁକ୍ତ ଅଟେ। ଲଗାଇବା ସମୟ ସାଧାରଣତଃ ମେ-ଜୁନ ମାସରେ ଲଗାଯାଇଥାଏ ,ଜଳସେଚନର ସୁବିଧା ଥିଲେ ଅପ୍ରେଲ ମାସଠାରୁମଧ୍ୟ ଲାଗାଯାଇପାରେ। ବିହନ ପ୍ରସ୍ତୁତି ସମ୍ପୂର୍ଣ ଦେଶୀଆଳୁକୁ ବିହନ ଭାବେ ବ୍ୟବହାର କରାଯାଇଥାଏ ।ଏଥିପାଇଁ ଯତ୍ନ ସହକାରେ ଦେଶୀଆଳୁକୁ ଅତିକମ୍ରେ ୨୦୦ ରୁ ୨୫୦ ଗ୍ରାମ ଓଜନ ବିଶିଷ୍ଟ ଖଣ୍ଡରେ କତଯାଇଥାଏ। ଦେଖିବାକୁ ହେବ ଯେପରି କାଟିବା ବେଳେ କତଖଣ୍ଡ ଆଲୁର ଉପର ଚୋପା ନଷ୍ଟ ନ ହୁଏ।ଏହି କତଯାଇଥିବା ବିହନ ଖଣ୍ଡକୁ ତତପରେ ବିଶୋଧନ କରାଯାଇଥାଏ। ବିହନ ବିଶୋଧନ ୧୦ ଲିଟର ପାଣିରେ ୧-୨ କି.ଗ୍ରା କଞ୍ଚାଗୋବର ,୧ ଲିଟର ଗୋମୁତ୍ର ,୨୦ ଗ୍ରାମ କାର୍ବେଣ୍ଡ।ଜିମ(ବାଭିଷ୍ଟିନ),୧୦ ଗ୍ରାମ ପ୍ଲାଣ୍ଟୋମାଇସିନ ଏବଂ ୨୦ ମିଲି କ୍ଳୋରୋପାଇରିଶ +ସଇପରମେଥ୍ରୀନ(ଅନ୍ଥ)କୀଟନାଶକ ମିଶାଇ ଏକ ଘୋଳ ପ୍ରସ୍ତୁତ କରାଯାଏ।ଏହି ଘୋଳରେ କତଯାଇଥିବା ଦେଶୀଆଳୁ ଖଣ୍ଡକୁ ୨୫-୩୦ ମିନିଟ ବୁଡାଇ ରଖାଯାଇଥାଏ ଏବଂ ଏହାପରେ ଛାଣି ଛାଇରେ ଶୁଖାଯାଇଥାଏ ।ମଞ୍ଜି ଗୁଡିକ ଉପରେ ଲାଗିରହିଥିବା ଘୋଳ ଶୁଖିଯିବାପରେ ଏହାକୁ ସିମେଣ୍ଟ ଅଖାରେ ପୋଡା ଯାଇଥାଏ। ଲଗାଇବା ପ୍ରଣାଳୀ ପ୍ରଥମେ ୨:୧:୧ ଅନୁପାତରେ ମାଟି, ବାଲି ଓ ଖତର ଏକ ମିଶ୍ରଣ ପ୍ରସ୍ତୁତ କରାଯାଏ। ଏହି ମିଶ୍ରଣରୁ ୪୦-୫୦ କି.ଗ୍ରା ଏକ ସିମେଣ୍ଟ ଅଖାରେ ଭର୍ତି କରି ଏଥିରେ ବିଶୋଧିତ ଦେଶୀଆଳୁ ଖଣ୍ଡକୁ ୩-୪ ଇଞ୍ଚ ଗଭୀରରେ ପୋତାଯାଇଥାଏ। ପ୍ରତ୍ଯେକ ଅଖାରେ ଗୋଟିଏ ଦେଶୀଆଳୁ ଖଣ୍ଡ ଲଗାଯାଇଥାଏ।ଲଗାଇ ସାରିବା ପରେ ସିମେଣ୍ଟ ଅଖାରେ ଉପରି ଭାଗକୁ ୨-୩ ଇଞ୍ଚ ବହଳରେ ଶୁଖିଲା ଘାସ ପାତ୍ର/କୁଟା/ନଡା ଦ୍ଵାରା ଆଚ୍ଛାଦିତ କରାଯାଇ ପ୍ରତ୍ୟେକ ଅଖାରେ ୨-୩ ଲିଟର ପାଣି ଜଳସେଚିତ କରାଯାଇଥାଏ।ଏହାପରେ ଯଦି ବର୍ଷ ନହୁଏ ତେବେ ପ୍ରତ୍ୟେକ ୧୫ ଦିନ ବ୍ୟବଧାନରେ ଅଳ୍ପ ଅଳ୍ପ ପାଣି ଦିଆଯାଇଥାଏ। ବର୍ଷା ଆରମ୍ଭ ହୋଇଯିବାପରେ ଜଳସେଚନର ଆବଶ୍ୟକତା ପଡିନଥାଏ । ଲଗା ସରିଯିବାପରେ ଅଖାଗୁଡ଼ିକୁ ଧାଡି ଧାଡି କରି ରଖାଯାଇପାରେ କିମ୍ବା ବଡ ଗଛମୂଳେ ରଖାଯାଇପାରେ, ଧାଡିରେ ରଖିଲେ ପ୍ରତ୍ୟେକ ଧାଡି ମଧ୍ୟରେ ବ୍ୟବଧାନ ୫ ଫୁଟ ରଖାଯାଇଥାଏ ।ଅଖାରୁ ଗଜା ବାହାରିବା ପାଇଁ ପ୍ରାୟ ୩୫-୪୦ ଦିନ ସମୟ ଲାଗିଥାଏ। ସାର ପରିଚାଳନା ଲଗାଇବାଠାରୁ ଅମଳ ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶୀଆଳୁ ଅଖାପିଛା ୩୦ ଗ୍ରାମ ସିଙ୍ଗଳ ସୁପର ଫସପେଟ ,୨୫-୩୦ ଗ୍ରାମ ୟୁରିଆ ଏବଂ ୧୫-୨୦ ଗ୍ରାମ ମ୍ୟୁରେଟ ଅଫ ପୋଟାସ ସାର ପ୍ରୟୋଗ ଆବଶ୍ୟକ ପଡିଥାଏ ।ସମୁଦାୟ ସିଙ୍ଗଲ ସୁପର ଫସଫେଟ ସାରକୁ ଲଗାଇବା ସମୟରେ ଅଖାରେ ଦିଆଯାଇଥାଏ।ତତ୍ପରେ ସମସ୍ତ ୟୁରିଆସାରକୁ ସମାନ ୫ ଟି କିସ୍ତିରେ ଏବଂ ସମସ୍ତ ମ୍ୟୁରେଟ ଅଫ ପୋଟାସ ସାରା ସମାନ ୪ ଟି କିସ୍ତିରେ ଅଖାରେ ପ୍ରୟୋଗ କରାଯାଇଥାଏ ।ଏଥିପାଇଁ ଗଜା ବାହାରିବା ପରଠାରୁ ପ୍ରତ୍ୟେକ ୩୦ ଦିନ ବ୍ୟବଧାନରେ ଥରେ ୟୁରିଆ ଓ ମ୍ୟୁରେଟ ଅଫ ପଟାସ ସାର ଅଖାରେ ଦିଆଯାଇଥାଏ ।ସାରା ପ୍ରୟୋଗ ସମୟରେ ଘାସ /ପାତ୍ର /ନଡା/କୁଟା ର ଆଚ୍ଛାଦାନକୁ କାଢିଦେଇ ଅଖାରେ ଉପରିଭାଗ ମାଟିକୁ ହାଲକାଭାବେ ଖୁସାଇ ଦିଆଯାଏ ।ଏହାପରେ ୟୁରିଆ ଓ ମ୍ୟୁରେଟ ଅଫ ପୋଟାସ ସାରା କୁ ସିମେଣ୍ଟ ଅଖାରେ ଭିତର ପରସ୍ଵରୁ ୧-୧,ଇଞ୍ଚ ଛାଡି ଗଛର ଚାରିପଟେ ଦେଇ ମାଟିରେ ମିଶାଇ ଦିଆଯାଏ ଏବଂ ପୁନର୍ବାର ଆଚ୍ଛାଦନ କରି ଦିଆଯାଇଥାଏ । ଇଟା ପରିଚାଳନା ସିମେଣ୍ଟ ଅଖା ଗୁଡିକୁ ବଡ ଗଛମୂଳେ ରଖିଦେଲେ ଦେଶୀଆଳୁ ସେହି ଗଛରେ ଲଟାଇ ଥାଏ।ବାଉଁଶ କଣି କିମ୍ବା ଗଛର ଡାଳକୁ ମଧ୍ୟ ରଞ୍ଜ।ଭାବେ ବ୍ୟବହାର କରାଯାଇପାରେ । ଧାଡିରେ ରଖାଯାଇଥିବା ଦେଶୀଆଳୁ ଅଖା ପାଖରେ ବାଉଁଶ କିମ୍ବା କାଠ ଖୁଣ୍ଟ ପୋତି ସେଥିରେ ୩ ସରି ଲୁହାତାର ଭିଡାଯାଇଥାଏ। ଏହି ଲୁହାତାର ଗୁଡିକୁ ପ୍ଲାଷ୍ଟିକ କିମ୍ବା କତାରସି ସାହାଯ୍ୟରେ ପରସ୍ପର ସହିତ ଯୋଡି ଏକ ଫ୍ରେମ ସୃଷ୍ଟି କରି ଏଥିରେ ଦେଶୀଆଳୁ ଗଛ ଗୁଡିକୁ ମଡାଇ ଦିଆଯାଇଥାଏ ।ରଞ୍ଜା ଦେଇ ଇଟା ମଡାଇଲେ ଭଲ ଅମଳ ମିଳିଥାଏ । ଘାସ ପରିଚାଳନା ସାଧାରଣତଃ ଘାସ ସମସ୍ୟା ଏତେଟା ଦେଖାଯାଏ ନାହିଁ।ତଥାପି ଅଖାରେ ଘାସ ଉଠିଲେ ହାତରେ ଓପାଡି ଦିଆଯାଇଥାଏ। ରୋଗପୋକ ପରିଚାଳନା: ଦେଶୀଆଳୁ ଫସଲରେ ପ୍ରାୟତଃ ଏତେଟା ରୋଗପୋକ ସଂକ୍ରମଣ ଦେଖାଯାଇନଥାଏ। ପତ୍ରଖିଆ ପୋକ ପାଇଁ ପ୍ରତି ଲିଟର ପାଣିରେ ୨ ମି.ଲି. ଟ୍ରାଏଜୋଫସ କିମ୍ବା କ୍ଳୋରୋପାଇରିଫସ+ସାଇପରମେଥ୍ରୀନ ମିଶ୍ରିତ କୀଟନାଶକ ସିଂଚନ କରାଯାଇଥାଏ । ପତ୍ରଦାଗ ରୋଗ ନିମିତ ପ୍ରତି ଲିଟର ପାଣିରେ ୩ ଗ୍ରାମ ମାନକୋଜେବ କିମ୍ବା ୨.୫ ଗ୍ରାମ ମେଟାଲାକସିଲ+ମାନକୋ ଜେବ ମିଶ୍ରିତ ଫିମ୍ପିନାଶକ ସିଂଚନ କରିବାକୁ ପଡିଥାଏ। ଅମଳ ଅଖାରେ ଦେଶୀଆଳୁ ଲଗାଇବାର ପ୍ରାୟ ୮ ମାସ ପରେ ଅମଳଯୋଗ୍ୟ ହୋଇଥାଏ । ଗଛ ହଳଦିଆ ପଡି ମରି ଆସିଲେ ଦେଶୀଆଳୁ ଅମଳ କରାଯାଇଥାଏ ।ପ୍ରଥମେ “ଦା” କିମ୍ବା ଛୁରି ସାହାଯ୍ୟରେ ଅଖାକୁ କାଟି ତତ୍ପରେ ମାଟିପିଣ୍ଡକୁ ତଳେ ଶୁଖାଇ ଗୋଡଦ୍ଵାରା ଆଘାତ ଦେଲେ ମାଟି ଖସିଯାଇ ଦେଶୀଆଳୁ ବାହାରି ଆସିଥାଏ ।ପ୍ରତ୍ୟେକ ଅଖାରୁ ହାରାହାରି ୨ କିଗ୍ରା ପର୍ଯ୍ୟନ୍ତ ଦେଶୀଆଳୁ ଅମଳ ମିଳିଥାଏ। ଆଧାର : କୃଷି ଜାଗରଣ