অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ଇ- ପ୍ରଶାସନ ପ୍ଲାନ (ଏନଇଜିପି)

ସୂଚନା ଓ  ପ୍ରଯ଼ୁକ୍ତି ବିଦ୍ୟାର ଲାଭକୁ ତଳ ପର୍ଯ୍ୟନ୍ତ ନେବା ପାଇଁ ତଥା ପାରଦର୍ଶୀ, ସମୟ ସୀମା ମଧ୍ୟରେ ଓ ନିଶୁଳ୍କ ନାଗରିକ ସେବା ପ୍ରଦାନ କରିବା ପାଇଁ ଭାରତ ସରକାର 1990 ଦଶକର ଶେଷ ଆଡକୁ ଇ - ଗଭର୍ଣ୍ଣାନ୍ସ କାର୍ଯ୍ୟକ୍ରମ ଆରମ୍ଭ କଲେ l ଏନଇଜିପି ହେଉଛି ଏକ କାର୍ଯ୍ୟକ୍ରମ ଯ଼େଉଁଥିରେ ଇଲୋକ୍ଟ୍ରୋନିକ ଓ ସୂଚନା ପ୍ରଯ଼ୁକ୍ତି ମନ୍ତ୍ରଣାଳୟ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗ ଦ୍ଵାରା ଚଳାଯାଉଥିବା । ବିଭିନ୍ନ ଯୋଜନାର କାର୍ଯ୍ୟକାରିତାରେ ଉତପ୍ରେରକର ଭୂମିକା ଗ୍ରହଣ କରିଥାଏ l ଏହି କାର୍ଯ୍ୟକ୍ରମରେ ଶକ୍ତିଶାଳୀ ଇ-ଇନଫ୍ରାଗଠନ ନିର୍ମାଣ କରାଯାଇଛି ଓ ବିଭିନ୍ନ ବିଭାଗ ଓ ରାଜ୍ୟ ସରକାରଙ୍କ ଆଇସିଟି ସମାଧାନକୁ ସହଜ କରିବାକୁ ଏହା ବ୍ୟବହାର ହୋଇଥାଏ l ଏହା ବାଦ ଅନେକ ମିଶନ ମୋଡ ପ୍ରୋଜେକ୍ଟ ରହିଛି ଯ଼େଉଁଥିରେ ଖୁବ ଅଧିକ ନାଗରିକ ଇଣ୍ଟରଫେସ ରହିଛି l  କୋର ଇନଫ୍ରାଗଠନର କାର୍ଯ୍ୟକାରିତା ଓ ସମସ୍ତ ମିଶନ ମୋଡ ପ୍ରୋଜେକ୍ଟ, କୁ ନେଇ ଗୁରୁତ୍ଵପୂର୍ଣ ପ୍ରଗତି ହୋଇସାରିଛି । 27ଟି ସ୍ଵାନ ଓ 14ଟି ଷ୍ଟେଟ ଡାଟା ସେଣ୍ଟର ବର୍ତ୍ତମାନ କାମ କରିବା ଆରମ୍ଭ କଲାଣି ଲ ରାଜ୍ୟ ସେବା ଡେଲିଭରୀ ଗେଟବେଜ (ଏସଏସଡିଜି) ମଧ୍ୟ ଦୁଇଟି ରାଜ୍ୟରେ କାର୍ଯ୍ୟକାରୀ ହେଲାଣି । ନାଗରିକ ମାନଙ୍କୁ କୌଣସି ସମୟରେ ଓ କୌଣସି ଠାରେ  ଜନସେବା ପ୍ରଦାନ କରିବା ପାଇଁ  ଇଲୋକ୍ଟ୍ରୋନିକ ଓ ସୂଚନା ପ୍ରଯ଼ୁକ୍ତି ମନ୍ତ୍ରଣାଳୟ 127002ଟି ସାଧାରଣ ସେବା କେନ୍ଦ୍ର (31 ଅଗଷ୍ଟ 2013) ପର୍ଯ୍ୟନ୍ତ ଦେଶ ସାରା ସ୍ଥାପିତ କରିଛି। ସାମର୍ଥ ବିକାଶ ଯୋଜନାରେ ରାଜ୍ୟଇ ମିଶନ ଟିମ ( ଏସଇଏମଟି) 30ଟି ରାଜ୍ୟରେ ସ୍ଥାପିତ କରାଯାଇଛି। ଏହି ଯୋଜନାରେ 7 ଶହ ସରକାରୀ କର୍ମଚାରୀ ମାନେ ପ୍ରଶିକ୍ଷଣ ନେଇଛନ୍ତି l  ଓପନ ଷ୍ଟାଣ୍ଡାର୍ଡ, ବାୟୋମେଟ୍ରିକ ଷ୍ଟାଣ୍ଡାର୍ଡ, ମେଟାଡାଟା, ଏବଂ ଡାଟା ଷ୍ଟାଣ୍ଡାର୍ଡ, ଲୋକାଲାଇଜେସନ ଏବଂ ଲାଙ୍ଗୁଏଜ ଟେକ୍ନୋଲଜି ଷ୍ଟାଣ୍ଡାର୍ଡ ଆଦି କ୍ଷେତ୍ର ପାଇଁ ଷ୍ଟାଣ୍ଡାର୍ଡ ତିଆରି କରାଯାଇଛି।   20ଟି ଜିଲ୍ଲାରେ ଇ ଡିଲ୍ଲା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ଅନେକ ମିଶନ ମୋଡ ପ୍ରକଳ୍ପରେ  ଚିହ୍ନିତ କରାଯାଇଥିବା ଅନେକ ସେବା   ପ୍ରଦାନ  କ୍ଷେତ୍ରରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ପ୍ରଗତି ହୋଇଛି l

ଦ୍ଵାଦଶ ପଞ୍ଚବର୍ଷୀୟ ଯୋଜନାରେ ଇଲୋକ୍ଟ୍ରୋନିକ ଓ ସୂଚନା ପ୍ରଯ଼ୁକ୍ତି ମନ୍ତ୍ରଣାଳୟ କୋର ଇନଫ୍ରାଗଠନ ପ୍ରକଳ୍ପକୁ ଶକ୍ତିଶାଳୀ କରିବା ସହ ଅଧିକ ହରାଇଜେଣ୍ଟାଲ କନେକ୍ଟିଭିଟି ଉଲଲବ୍ଧ କରାଇବା, ରିଡୁଣ୍ଡାନ୍ସି କନେକ୍ଟିଭିଟି ତିଆରି କରିବା, ଏସଡିସି ଗୁଡିକର ଏନର୍ଜି ଅଡିଟ କରିବାକୁ ପ୍ରସ୍ତାବ ଦେଇଛି. ଫାଇବର ଅପଟିକ ଆଧାରିତ କନେକ୍ଟିଭିଟି ସମେତ କୋର ଇନଫ୍ରାଗଠନକୁ ଶକ୍ତିଶାଳୀ କରାଯିବ ଏବଂ ପଞ୍ଚଯତ ମାନଙ୍କରେ ସଠିକ ପ୍ରଶାସନ ଓ ସେବା ପ୍ରଦାନ ପ୍ରଣାଳୀ ତିଆରି କରିବାକୁ ଅତିରିକ୍ତ 15000 ସିଏସସି ସ୍ଥାପନା କରାଯିବ l

ସମସ୍ତ ସରକାରୀ ସେବାକୁ ଇଲେକ୍ଟ୍ରୋନିକ ମୋଡରେ ପ୍ରଦାନ କରିବା ଓ ସରକାରୀ ପ୍ରକ୍ରିୟlକୁ ପାରଦର୍ଶୀ ଓ ନାଗରିକ କେନ୍ଦ୍ରିକ ଓ ସହଜରେ ପହଂଚି ପାରୁଥିବା ଭଳି କରିବାକୁ ଡିଇଆଇଟିବାୟ ଇଲେକ୍ଟ୍ରେନିକ ଡେଲିଭରି ସର୍ଭିସେସ (ଇଡିଏସ) ଅଧିନିୟମ ଆଣିବା ଓ କାର୍ଯ୍ୟକାରୀ କରିବାକୁ  ପ୍ରସ୍ତାବ ଦେଇଛି l

ଆଇସିଟି ର ବହୁଳ ବ୍ୟବହାର ହେବା ଦ୍ଵାରା ଆବଶ୍ୟକ ପଡୁଛି ଯ଼େ ସରକାର ଡାଟା ଏବଂ ଟେକ୍ନୋଲୋଜିର ଏଥିକାଲ ବ୍ୟବହାର ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ଓ ଏକ ସୁରକ୍ଷିତ ସାଇବର ବିଶ୍ଵ ତିଆରି କରନ୍ତୁ । ସୂଚନା  ଅସନ୍ତୁଳନ, ପହଂଚି ପାରିବା, ଆଇସିଟି ଜରିଆରେ ସୂଚନାକୁ ବ୍ୟବହାର କରିବାରେ ଅକ୍ଷମତା ଯୋଗୁ ସାମାଜିକ ଓ  ଆର୍ଥିକ ଅସାମନତାକୁ ଦୂର କରିବା ପାଇଁ ଡିଇଆଇଟିବାୟ ଯୋଜନା କରୁଛି. ହିତାଧିକାରୀ ମାନଙ୍କ ପାଇଁ ସାମାଜିକ କଲ୍ୟାଣ ଯୋଜନାକୁ  ଆଇସିଟି ଜରିଆରେ ଭଲ ଭାବେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ ପ୍ରଦାନ କରିବାକୁ ଡିଇଆଇଟିବାୟ ଯୋଜନା କରିଛି l

ଏନଇଜିପିର ସଂପ୍ରସାରଣ କରାଯିବା ସହିତ ସ୍ଵାସ୍ଥ୍ୟ, ଶିକ୍ଷା, ପିଡିଏସ, ପୋଷ୍ଟ, କୌଶଳ ବୃଦ୍ଧି, ଜେଲ ନିକଟରେ ଅପରାଧର ସମନ୍ଵିତ ପ୍ରଣାଳୀ, ଅପରାଧ ବିରୁଦ୍ଧରେ ସୁରକ୍ଷା ଆଦି କ୍ଷେତ୍ରରେ ନୂଆ ଏମଏମପି ସାମିଲ କରାଯିବ ।  ଇ - ଗଭର୍ଣ୍ଣାନ୍ସ, ମୋବାଇଲ ଗଭର୍ଣ୍ଣାନ୍ସ  କ୍ଷେତ୍ରରେ ଇନୋଭେସନକୁ ପ୍ରୋତ୍ସାହନ ଦେବା ପାଇଁ ଓ ଇ - ଗଭର୍ଣ୍ଣାନ୍ସ ଆପ୍ଲିକେସନର ବହୁଳ ବିକାଶ କରିବା ପାଇଁ ଡିଇଆଇଟିବାୟ ଇ - ଗଭର୍ଣ୍ଣାନ୍ସ ଇନୋଭେସନ ଫଣ୍ଡ ସ୍ଥାପିତ କରିବାର ଲକ୍ଷ୍ୟ ରଖିଛି l

ଡିଇଆଇଟିବାୟ ଏକ ଖୋଲା  ଡାଟା ପ୍ଲାଟଫର୍ମ,ଏବଂ ଅନୁଷ୍ଠାନିକ ଗଠନ ତିଆରି କରିବାର ଯୋଜନା ରଖିଛି ଯାହା ନାଗରିକ ମାନଙ୍କର  ବ୍ୟବହାର ପାଇଁ. ସମସ୍ତ. ପବ୍ଲିକ ଏଣ୍ଟିଟିକୁ ତାଙ୍କର ନନ କ୍ଲାସିଫାଏଡ ତଥ୍ୟ ଆଦାନ ପ୍ରଦାନ କରାଯାଇପାରିବ. ଡିଇଆଇଟିବାୟ ଇ - ଗଭର୍ଣ୍ଣାନ୍ସ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଏହାର ଲୋକ ମାନଙ୍କ ଉପରେ ପ୍ରଭାବକୁ ଆକଳନ କରିବାର ଯୋଜନା କରିଛି ।

ଶେଷରେ ଡିଇଆଇଟିବାୟ ଆନ୍ତରିକ ଆଇସିଟିକୁ ସାମିଲ କରିବା ଏବଂ ସଠିକ ସଂସ୍ଥାଗତ ଗଠନ ତିଆରି କରି ବର୍ତ୍ତମାନ ର କେନ୍ଦ୍ର ସରକାରଙ୍କର ସଂସ୍ଥା ଗୁଡିକର ସିବି ଯୋଜନାକୁ ସଂପ୍ରସାରଣ କରି ଏବଂ ସଂରଚିତ ଇ - ଗଭର୍ଣ୍ଣାନ୍ସ  ପ୍ରଶିକ୍ଷଣ, ପ୍ରମାଣୀକରଣ ଓ ସବୁ ସ୍ତରର ସରକାରୀ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ସାମର୍ଥ ବିକାସ ପ୍ରୟlସ କରିବାକୁ ଯୋଜନା ରଖିଛି ।

ଇ - ଗଭର୍ଣ୍ଣାନ୍ସକୁ  ଶୀଘ୍ର ଆପଣାଇବା ଓ ଇ - ଗଭର୍ଣ୍ଣାନ୍ସ  ପ୍ରକଳ୍ପ କାର୍ଯ୍ୟକାରିତାରେ ସାଇକ୍ଲ ଟାଇମକୁ କମ କରିବା ପାଇଁ ଡିଇଆଇଟିବାୟ ବିସ୍ତୃତ ବିଜନେସ ପ୍ରକ୍ରିୟl, ରି ଇଞ୍ଜିନୟରିଂ ।  ଏଣ୍ଟରପ୍ରାଇଜର ଆର୍କିଟେକଚରାଲ ଫ୍ରେମୱାର୍କ ତିଆରି କରିବା, ଶେୟlର୍ଡ  ପ୍ଲାଟଫର୍ମ ତିଆରି କରିବା ଓ ନେସନାଲ ଆପ୍ଲିକେସନ ଷ୍ଟୋର ତିଆରି କରିବାକୁ ଯୋଜନା ରଖିଛି ।

  1. ଜାତୀୟ ଇ ପ୍ରଶାସନ ଯୋଜନାର ଭିଜନ
  2. ଜାତୀୟ ଇ ପ୍ରଶାସନ ଯୋଜନାର  କାର୍ଯ୍ୟକାରିତା ରଣନୀତି
  3. ଜାତୀୟ ଇ ପ୍ରଶାସନ ଯୋଜନାର କାର୍ଯ୍ୟକାରିତାର ନ୍ୟାସନାଲ ଫ୍ରେମୱାର୍କ
  4. ଜାତୀୟ ଇ ପ୍ରଶାସନ ଡିଭିଜନ
  5. ମିସନ ମୋଡ ପ୍ରକଳ୍ପ

ଜାତୀୟ ଇ ପ୍ରଶାସନ ଯୋଜନାର ଭିଜନ

ସରକାରୀ ସେବାକୁ ନାଗରିକ ଓ ବାଣିଜ୍ୟ ପାଇଁ ସହଜରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟ ପାଇଁ ନ୍ୟାସନାଲ ଉ ପ୍ରଶାସନ ଯୋଜନା ଆରମ୍ଭ କରାଯାଇଥିଲା । ଏହାର ନିମ୍ନ ଲିଖିତ ଭିଜନ ରହିଛି ।

“ ସାଧାରଣ ଲୋକକୁ ତାର ସ୍ଥାନରେ ସାଧାରଣ ସେବା ପ୍ରଦାନ କେନ୍ଦ୍ରରେ ସମସ୍ତ ଜନସେବା ମିଳୁ,ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତାକୁ ବୁଝି ଏହି ସେବା ପ୍ରଦାନ ଉଚିତ ମୁଲ୍ୟରେ ହେବା ସହିତ ଏଥିରେ  ପାରଦର୍ଶିତା,ବିଶ୍ଵ ସମନ୍ଵୟ ତା ରହୁ ।”

ଏହି  ଭିଜନ ବକ୍ତବ୍ୟ ରେ ଭଲ ପ୍ରଶାସନ ପାଇଁ ସରକାରଙ୍କ ପ୍ରାଥମିକତା ସ୍ପଷ୍ଟ ରେଖାଙ୍କିତ ହୋଇଛି ।

ଗ୍ରହଣୀୟ : ଗ୍ରାମୀଣ ଜନସଂଖ୍ୟlକୁ ଆଖି ଆଗରେ ରଖି ଭିଜନ ପ୍ରସ୍ତୁତ କରାଯାଇଛି । ଭୌଗଳିକ ଦୃଷ୍ଟିରୁ ଆହ୍ଵାନଥିବା  ଓ ସଚେତନତାର ଅଭାବ ଥିବା ଭଳି ବିଭିନ୍ନ କାରଣରୁ ସରକାରୀ ବଳୟ ମଧ୍ୟକୁ ଆସି ପାରି ନ ଥିବା ସମାଜରେ ବର୍ଗ ପାଖକୁ ପହଂଚିବା ଏହାର ଉଦ୍ଦେଶ୍ୟ ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଯୋଜନା (ଏନଇଜିପି)ରେ ଗ୍ରାମୀଣ ଅଞ୍ଚଳର ଲୋକ ମାନଙ୍କ ପାଖକୁ ପହଂଚିବା ପାଇଁ ଷ୍ଟେଟ ବାଇଡ ଏରିଆ ନେଟୱର୍କ (ଏସଡବଲୁଏଏନ)କୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଏବଂ ସାଧାରଣ ସେବା କେନ୍ଦ୍ର (ସିଏସସି) ପର୍ଯ୍ୟନ୍ତ ଯୋଡିବା ପାଇଁ  ବ୍ୟବସ୍ଥା ରହିଛି।

ସାଧାରଣ ସେବା ପ୍ରଦାନ ଆଉଟଲେଟ

ବର୍ତ୍ତମାନ ରେ ଦୂରାନ୍ତ ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କୁ ସରକାରୀ ବିଭାଗକ କାମ ପାଇଁ ଦୀର୍ଘ ଯାତ୍ରା କରିବାକୁ ପଡୁଛି .ସାଧାରଣ ଲୋକ ମାନଙ୍କୁ ନାଗରିକ ସେବା ହାସଲ କରିବା ପାଇଁ ଏହା ସମୟ ଓ ବ୍ୟୟ ସାପେକ୍ଷ । ଏହି ସମସ୍ୟlର ସମାଧାନ ପାଇଁ, ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଯୋଜନା (ଏନଇଜିପି)ର ଭିଜନର ଅଂଶ ଭାବେ ପ୍ରତି ଛଅଟି ଗାଁ ପାଇଁ ଏକ କମ୍ପ୍ୟୁଟର ଓ ଇଣ୍ଟରନେଟ ବ୍ୟବସ୍ଥା ସହ  ସାଧାରଣ ସେବା କେନ୍ଦ୍ର (ସିଏସସି) ସ୍ଥାପନା କରିବାର କଳ୍ପନା କରାଯାଇଛି । ଏହା ଦ୍ଵାରା କୌଣସି ସମୟରେ କୌଣସି ଠାରେ ଆଧାରରେ ଅନଲାଇନ ସମନ୍ଵିତ ସେବା  ପ୍ରଦାନ କରାଯାଇପାରିବ ।

ପ୍ରଶାସନରେ ସୁଧାର ପାଇଁ ଇ - ଗଭର୍ଣ୍ଣାନ୍ସକୁ ଆପଣାଇବା : ସୂଚନା ଏବଂ ସଂଚାର ଟେକ୍ନୋଲୋଜି (ଆଇସିଟି) ଦ୍ଵାରା ସରକାର ପ୍ରଶାସନରେ ସୁଧାର କରି ନାଗରିକ ମାନଙ୍କ ନିକଟକୁ ପହଞ୍ଚି ପାରିବେ । ଏହା ଦ୍ଵାରା ବିଭିନ୍ନ ସରକାରୀ ଯୋଜନା ଗୁଡିକର କ୍ରିୟାନ୍ଵୟନ ଓ ତଦାରଖ କାମ  ମଧ୍ୟ ହୋଇପାରିବ ଓ ସରକାରଙ୍କର ଦାୟିତ୍ଵବୋଧ ଓ ପାରଦର୍ଶିତାରେ ବୃଦ୍ଧି ହେବ ।

ନାଗରିକ ମାନଙ୍କର ଜୀବନ ମାନରେ ସୁଧାର : ସାମାନ୍ୟ ଦାମରେ ନାଗରିକ କେନ୍ଦ୍ରିକ ସେବା ପ୍ରଦାନର ବ୍ୟବସ୍ଥା କରି  ଏହି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଇ - ଗଭର୍ଣ୍ଣାନ୍ସ ସହାୟକ ହେବ । ଏହା ଦ୍ଵାରା ସମୟରେ ପରିବର୍ତ୍ତନ ହେବ ସେବା ଦାବି କରିବା ଓ ପ୍ରଦାନ କରିବା ସହଜ ହେବ । ତେଣୁ ପ୍ରଶାସନକୁ ଭଲ ଓ ସୁଦୃଢ କରିବା ପାଇଁ ଇ - ଗଭର୍ଣ୍ଣାନ୍ସକୁ ସରକାର  ମାର୍ଗ ଭାବରେ ବ୍ୟବହାର କରିବାକୁ ଭିଜନ ରହିଛି ।   ବିଭିନ୍ନ ଇ - ଗଭର୍ଣ୍ଣାନ୍ସକାର୍ଯ୍ୟ ପ୍ରାରମ୍ଭ ଗୁଡିକ  ଦ୍ଵାରା ପ୍ରଦାନ କରାଯାଉଥିବା ସମସ୍ତ ସେବା ଦ୍ଵାରା  କେନ୍ଦ୍ର ଓ ରାଜ୍ୟ ସରକାର ସ୍ତରରେ ବର୍ତ୍ତମାନ ସୁଦ୍ଧା ଅପହଞ୍ଚ ଥିବା ଲୋକଙ୍କ ନିକଟକୁ  ସରକାର ପହଂଚିବାରେ ସହାୟକ ହେବେ  ବୋଲି  ଆଶା କରାଯିବା ସହ ସରକାରୀ ପ୍ରକ୍ରିୟlରେ ଏହି ବଂଚିତ ଲୋକ ମାନଙ୍କର ଭାଗିଦାରୀ ଦ୍ଵାରା ସଶକ୍ତିକରଣ  କରାଯିବା ଓ ଦାରିଦ୍ର୍ୟ ଦୂରୀକରଣ ତଥା ସାମାଜିକ ଓ ଆର୍ଥିକ ଅସାମନତାକୁ ଦୂର କରିବାରେ ସହାୟକ ହେବ ।

ଜାତୀୟ ଇ ପ୍ରଶାସନ ଯୋଜନାର କାର୍ଯ୍ୟକାରିତା ରଣନୀତି

ତେଣୁ  ଜାତୀୟ ଇ ପ୍ରଶାସନ ଯୋଜନା (ଏନଇଜିପି), ଯାହା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ କାର୍ଯ୍ୟକାରୀ କରାଯାଇଥିବା ସଫଳ ଇ ପ୍ରଶାସନ ଆପ୍ଲିକେସନଗୁଡିକର  ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ ଆଧାରରେ କରାଯାଇଥାଏ, ପାଇଁ ବ୍ୟବହାରିକ ଦୃଷ୍ଟିକୋଣ ଆପଣାଇବାକୁ ପଡିବ । ନ୍ୟାସନାଲ ଇ-ପ୍ରଶାସନ ଯୋଜନା (ଏନଇଜିପି) ପାଇଁ ଆପଣା ଯାଇଥିବା ଦୃଷ୍ଟିକୋଣ ଓ  ପ୍ରକ୍ରିୟlରେ ନିମ୍ନ ତତ୍ତ୍ଵ ରହିବା ଆବଶ୍ୟକ ।

ସାଧରଣ ଭିତ୍ତିଭୂମି : ଜାତୀୟ ଇ ପ୍ରଶାସନ ଯୋଜନା (ଏନଇଜିପି) କାର୍ଯ୍ୟକାରିତା ରେ ସାଧାରଣ ଓ ସମର୍ଥନ ଆଇଟି ଭିତ୍ତିଭୂମି ଯ଼େପରି ଷ୍ଟେଟ ବାଇଡ ଏରିଆ ନେଟୱର୍କ (ଏସଡବଲୁଏଏନ), ରାଜ୍ୟ ଡାଟା କେନ୍ଦ୍ର (ଏସଡିସି), ସାଧାରଣ ସେବା କେନ୍ଦ୍ର (ସିଏସସି) ଏବଂ ଇଲୋକ୍ଟ୍ରୋନିକ ସେବା  ପ୍ରଦାନ ଗେଟବେଜ ସାମିଲ ରହିଥାଏ।

ପ୍ରଶାସନ : ସମର୍ଥ କର୍ତୃପକ୍ଷଙ୍କ ଦ୍ଵାରା  ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଯୋଜନାର ତଦାରଖ ଏବଂ ସମନ୍ଵୟ ଓ କାର୍ଯ୍ୟକାରିତା ପାଇଁ ଆବଶ୍ୟକୀ ବ୍ୟବସ୍ଥାର ସ୍ଥାପନା  କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାନକ, ନୀତି ମାର୍ଗଦର୍ଶକ ଆଦି ତିଆରି କରିବା, ବୈଷୟିକ ସହୟତା ପ୍ରଦାନ କରିବା, ସାମର୍ଥ ବିକାଶ କରିବା, ଅନୁସନ୍ଧାନ  ଓ ବିକାଶ କରିବା ଆଦି ସାମିଲ ରହିଛି । ଡିଇଆଇଟିବାଇ ନିଜକୁ ଅନ୍ୟ ସଂସ୍ଥା ଶକ୍ତିଶାଳୀ କରେ ଯ଼େପରିକି ଜାତୀୟ ଇନଫର୍ମେଟିକ୍ସ କେନ୍ଦ୍ର, ମାନକୀକରଣ, ପରୀକ୍ଷଣ ଓ ମାନ ପ୍ରମାଣୀକରଣ (ଏସଟିକ୍ଯୁସି) , ସେଣ୍ଚର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସ  କମ୍ପ୍ୟୁଟିଙ୍ଗ (ସି ଡାକ) , ଜାତୀୟ ଇନଷ୍ଟିଚ୍ୟୁଟ ଫର ସ୍ମାର୍ଟ ଗଭର୍ଣ୍ଣାନ୍ସ ଆଦି, ଓ ଏହି ଭୂମିକାକୁ ପ୍ରଭାବୀ ଭାବେ ନିର୍ବାହ କରେ

କେନ୍ଦ୍ରୀକୃତକାର୍ଯ୍ୟ ପ୍ରାରମ୍ଭ, ବିକେନ୍ଦ୍ରୀକୃତ କାର୍ଯ୍ୟରିତା : ଇ - ଗଭର୍ଣ୍ଣାନ୍ସକୁ  କେନ୍ଦ୍ରୀକୃତକାର୍ଯ୍ୟ ପ୍ରାରମ୍ଭ ଦ୍ଵାରା ନାଗରିକ କେନ୍ଦ୍ରିକ  ଦିଗରେ ସୁନିଶ୍ଚିତ କରିବାକୁ ପ୍ରୋତ୍ସାହିତ କରାଯାଇଥାଏ ସଫଳ ପ୍ରକଳ୍ପକୁ ଚିହ୍ନି  ଯେଉଁଠାରେ ଆବଶ୍ୟକ ସେଠାରେ ଦରକାରୀ କଷ୍ଟମାଇଜେସନ କରି ଦୋହରାଇବାର  ହେଉଛି ଏହାର ଲକ୍ଷ୍ୟ।

ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ମଡେଲ : ସୁରକ୍ଷା ବ୍ୟବସ୍ଥା ସହ ସାଲିସ ନ କରି ଯ଼େଉଁଠାରେ ସମ୍ଭବ ସମ୍ବଳ ପୁଞ୍ଜକୁ ବଢାଇବା ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଇପାରେ ।

ଇଣ୍ଟିଗ୍ରେଟିଭ ତତ୍ତ୍ଵ  : ନାଗରିକ ଓ ବାଣିଜ୍ୟ ଓ ସମ୍ପତ୍ତି ପାଇଁ  ୟୁନିକ ଆଇଡେଣ୍ଟିଫିକେସନ କୋଡକୁ କାର୍ଯ୍ୟକାରୀ  କରିବାକୁ ପ୍ରୋତ୍ସାହନ ଦେଇ ସମନ୍ଵୟବୃଦ୍ଧିକୁ ସହଯୋଗ କରିବା ଓ ସନ୍ଦେହ ଦୂର କରିବା ।

ଜାତୀୟ ଇ ପ୍ରଶାସନ ପ୍ଲାନ (ଏନଇଜିପି)ର କାର୍ଯ୍ୟକାରିତା ଫ୍ରେମୱାର୍କ

ଜାତୀୟ ଇ - ଗଭର୍ଣ୍ଣାନ୍ସ ପ୍ଲାନ (ଏନଇଜିପି)ର କାର୍ଯ୍ୟକାରିତାରେ ଅନେକ ଏଜେନ୍ସି ସାମିଲ ହୋଇଥିବାରୁ ଓ ରାଷ୍ଟ୍ରୀୟ ସ୍ତରରେ ଏମାନଙ୍କ ମଧ୍ୟରେ ସମନ୍ଵୟର ଆବଶ୍ୟକତା ଥିବାରୁ ଜାତୀୟ ଇ - ଗଭର୍ଣ୍ଣାନ୍ସ ପ୍ଲାନକୁ ଏକ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି, ଯ଼େଉଁଥିରେ  ପ୍ରତ୍ୟେକ ଏଜେନ୍ସୀର  ନିଶ୍ଚିତ ଭୂମିକା ଓ ଦାୟିତ୍ଵ ରହିବ ଏବଂ ସଠିକ କାର୍ଯ୍ୟକ୍ରମ ପରିଚାଳନା ଢାଂଚା ତିଆରି କରାଯିବ ଓ ଏହାକୁ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳି ସାରିଛି । କାର୍ଯ୍ୟକ୍ରମ ପରିଚାଳନା ଢାଞ୍ଚାର ମୁଖ୍ୟ ଭାଗ ଓ ଫିଚରକୁ ଗ୍ରାଫିକ ଜରିଆରେ ପ୍ରଦାନ କରାଯାଇଛି ।

ସେବା ପ୍ରଦାନ ପାଇଁ ରଣନୀତି

ଏକ ସାଧାରଣ ସେବା ପ୍ରଦାନ ଇନଫ୍ରାଗଠନରେ ରହିଥିବା ଷ୍ଟେଟ ବାଇଡ ଏରିଆ ନେଟୱର୍କ (ଏସଡବଲୁଏଏନ), ଷ୍ଟେଟ ଡାଟା ସେଣ୍ଟର(ଏସଡିସି), ଜାତୀୟ/ ଷ୍ଟେଟ ସେବା ଡେଲିଭରୀ ଗେଟବେ ( ଏନଏସଡିଜି/ ଏସଏସଡିଜି), ରାଜ୍ୟ ପୋର୍ଟାଲ ,  ସାଧାରଣ ସେବା କେନ୍ଦ୍ର (ସିଏସସି)  ନିର୍ମାଣ କରାଯାଇଥାଏ । ଏହା ପ୍ରତ୍ୟେକ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶରେ ସାଧାରଣ ଲୋକଙ୍କୁ ଜନସେବା ଏକକ ଝରକା ଦ୍ଵାରା ଯୋଗାଇ ଦେବାକୁ  ସୁନିଶ୍ଚିତ କରାଇଥାଏ ।

ଜାତୀୟ ଇ ପ୍ରଶାସନ ଡିଭିଜନ (ଏନଇଜିଡି)

ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ ଏବଂ ସୂଚନା  ପ୍ରଯ଼ୁକ୍ତି ମନ୍ତ୍ରଣାଳୟ ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଡିଭିଜନ (ଏନଇଜିଡି) ଗଠନ କରାଯାଇଛି,  ଯାହା ମନ୍ତ୍ରଣାଳୟର ମିଡିଆ ଲ୍ୟାବଏସିଆ ଅଧୀନରେ ଏକ ସ୍ଵୟଂଶାସିତ ବାଣିଜ୍ୟକିକ ଡିଭିଜନ । ଏହା ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଯୋଜନାକୁ ସହଯୋଗ କରେ ।  ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଯୋଜନା  ଇଲେକ୍ଟ୍ରୋନିକ ଏବଂ ସୂଚନା  ପ୍ରଯ଼ୁକ୍ତି ମନ୍ତ୍ରଣାଳୟକୁ ନିମ୍ନ ଲିଖିତ କାମରେ ସହଯୋଗ ପ୍ରଦାନ କରେ ।

  • ଲାଇନ / ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ଦ୍ଵାରା ଚାଲୁଥିବା ମିଶନ ମୋଡ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତାକୁ ସୁରୁଖୁରରେ କରିବାରେ ସହଯୋଗ କରେ ।
  • କେନ୍ଦ୍ରୀୟ ମନ୍ତ୍ରଣାଳୟ / ଲାଇନ ମନ୍ତ୍ରଣାଳୟ ଗୁଡିକୁ ବୈଷୟିକ ସହାୟତା ପ୍ରଦାନ କରିବା ।
  • ସମସ୍ତ ଜାତୀୟ ଇ - ଗଭର୍ଣ୍ଣାନ୍ସ ଯୋଜନା ପ୍ରକଳ୍ପ ଗୁଡିକର ବୈଷୟିକ ଆକଳନ କରୁଥିବା ଆପେକ୍ସ କମିଟିର ସଚିବାଳୟ ଭାବେ କାମ କରିବା ।
  • ରାଜ୍ୟ ଇ ମିଶନ ଟିମକୁ ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଯୋଜନା କ୍ରିୟାନ୍ଵୟନରେ ରାଜ୍ୟ ଗୁଡିକୁ ସହାୟତା ଉପଲବ୍ଧ କରାଇବା ।
  • ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ ଏବଂ ସୂଚନା  ପ୍ରଯ଼ୁକ୍ତି ମନ୍ତ୍ରଣାଳୟ ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଡିଭିଜନ (ଏନଇଜିଡି) ଗଠନ କରାଯାଇଛି,  ଯାହା ମନ୍ତ୍ରଣାଳୟର ମିଡିଆ ଲ୍ୟାବ ଏସିଆ ଅଧୀନରେ ଏକ ବାଣିଜ୍ୟକିକ ଡିଭିଜନ। ଏହା ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଯୋଜନାକୁ ସହଯୋଗ କରେ। ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଯୋଜନା  ଇଲେକ୍ଟ୍ରୋନିକ ଏବଂ ସୂଚନା  ପ୍ରଯ଼ୁକ୍ତି ମନ୍ତ୍ରଣାଳୟକୁ ନିମ୍ନ ଲିଖିତ କାମରେ ସହଯୋଗ ପ୍ରଦାନ କରେ ।
  • ଲାଇନ / ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ଦ୍ଵାରା ଚାଲୁଥିବା ମିଶନ ମୋଡ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତାକୁ ସୁରୁଖୁରରେ କରିବାରେ ସହଯୋଗ କରେ ।
  • କେନ୍ଦ୍ରୀୟ ମନ୍ତ୍ରଣାଳୟ/ ଲାଇନ ମନ୍ତ୍ରଣାଳୟ ଗୁଡିକୁ ବୈଷୟିକ ସହାୟତା ପ୍ରଦାନ କରିବା ।
  • ସମସ୍ତ ଜାତୀୟ ଇ - ଗଭର୍ଣ୍ଣାନ୍ସ ଯୋଜନା ପ୍ରକଳ୍ପ ଗୁଡିକର ବୈଷୟିକ ଆକଳନ କରୁଥିବା ଆପେକ୍ସ କମିଟିର ସଚିବାଳୟ ଭାବେ କାମ କରିବା ।
  • ରାଜ୍ୟ ଇ ମିଶନ ଟିମକୁ ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଯୋଜନା କ୍ରିୟାନ୍ଵୟନରେ ରାଜ୍ୟ ଗୁଡିକୁ ସହାୟତା ଉପଲବ୍ଧ କରାଇବା ।

ସାମର୍ଥ ବିକାଶ

ନ୍ୟାସନାଲ ଇ - ଗଭର୍ଣ୍ଣାନ୍ସ ଯୋଜନା (ଏନଇଜିପି)ରେ ସାମର୍ଥ ବିକାଶ ଯୋଜନା  (ସିବି) ଜାନୁଆରୀ 2008ରେ ତିନି ବର୍ଷ ପାଇଁ ଆରମ୍ଭ କରାଯାଇଥିଲା ଓ ପରବର୍ତ୍ତୀ ଅବସ୍ଥାରେ ଏହାକୁ ଦୁଇ ବର୍ଷ ପାଇଁ ବଢାଇ ଦିଆଯାଇଥିଲା,  ରାଷ୍ଚ୍ରୀୟ ଇ - ଗଭର୍ଣ୍ଣାନ୍ସ ଯୋଜନାକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରିବା ପାଇଁ  ସରକାରଙ୍କ ସବୁ ସ୍ତରରୁ  ନିଷ୍ପତ୍ତି ଗ୍ରହଣକାରୀଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସାମର୍ଥ ବିକଶିତ କରିବା ପାଇଁ ସିବି ଯୋଜନାରେ ଲକ୍ଷ୍ୟ ରଖାଯାଇଛି ।

ସାମର୍ଥ ବିକାସ ଯୋଜନାରେ ରାଜ୍ୟ ଇ- ମିଶନ ଟିମ (ଏସଇଏମଟି) 30ଟି ରାଜ୍ୟରେ ସ୍ଥାପନା କରାଯାଇଛି । ସରକାରୀ ଅଧିକାରୀ ମାନଙ୍କର ପ୍ରଶିକ୍ଷଣ ଓ ସଚେତନତା  ସବୁବେଳେ ଧ୍ୟlନର କେନ୍ଦ୍ର ବିନ୍ଦୁ ହୋଇଥାଏ ଓ  ଏହା  ଏହି  ଯୋଜନାରର ମୁଖ୍ୟ ଭାଗ ଅଟେ । ନେତୃତ୍ଵ ସମ୍ମିଳନୀ, ଇ - ଗଭର୍ଣ୍ଣାନ୍ସ କାର୍ଯ୍ୟକ୍ରମ ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ (ଏସଟିଇପି), ସିଆଇଓଙ୍କ କାର୍ଯ୍ୟକ୍ରମ, ଓରିଏଣ୍ଟେସନ କର୍ମଶାଳା ପରି ବିଭିନ୍ନ  ରେଞ୍ଜର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ  ଅନ୍ୟ ପ୍ରଶିକ୍ଷଣ ମଡ୍ୟୁଲ ତିଆରି କରାଯାଇ ସରକାରୀ ଅଧିକାରୀ ମାନଙ୍କୁ କୌଶଳ ଶିକ୍ଷା ଦିଆଯାଇଛି । ରାଜନୈତିକ ସ୍ତରରେ ନେତୃତ୍ଵ ସମ୍ମିଳନୀ ମାନ 18ଟି ରାଜ୍ୟରେ ଆଯୋଜିତ ହୋଇଯାଇଛି ତଥା ଅନ୍ୟ ରାଜ୍ୟରେ ଖୁବ ଶୀଘ୍ର ହେବାକୁ ଯାଉଛି । ଏସଟିଇପି ପ୍ରଶିକ୍ଷଣ ଦେଶ ସାରା କର୍ମଚାରୀ ମାନଙ୍କ ଇ - ଗଭର୍ଣ୍ଣାନ୍ସର ବିଭିନ୍ନ ଆୟlମ ଯ଼େପରି ଇ - ଗଭର୍ଣ୍ଣାନ୍ସ ପ୍ରୋଜେକ୍ଟ ଲାଇଫ ସାଇକଲ, ସରକାରୀ ପ୍ରକ୍ରିୟl ରି ଇଞ୍ଜିନୟରିଂ , ଇ - ଗଭର୍ଣ୍ଣାନ୍ସ  ଦିଆଯାଇ  ଇ - ଗଭର୍ଣ୍ଣାନ୍ସ ପ୍ରକଳ୍ପ ପାଇଁ ବିଜନେସ ମଡେଲ ଓ ପିପିପି  , ଚେଞ୍ଜ ମ୍ୟାନେଜମେଣ୍ଟ, ଇ - ଗଭର୍ଣ୍ଣାନ୍ସ ପାଇଁ ରେଗୁଲେଟରୀ ଫ୍ରେମୱାର୍କ, ସୂଚନା ଏବଂ ସୁରକ୍ଷା ପରିଚାଳନା,  ଇ - ଗଭର୍ଣ୍ଣାନ୍ସ ପାଇଁ ଏଣ୍ଟରପ୍ରାଇଜେସ ଆପ୍ଲିକେସନ  ଏବଂ  ଓପନ ସୋର୍ସ, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଏଣ୍ଡ ଆସର୍ଟିଭନେସ, ସଂଚାର ଏବଂ ପ୍ରସ୍ତୁତିକରଣ କୌଶଳ ବିଷୟରେ କୌଶଳ ବୃଦ୍ଧି କରାଯାଉଛି । ଏସଟିଇପି ପ୍ରଶିକ୍ଷଣ ଦ୍ଵାରା ପାଖାପାଖି 700 ଜଣ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।   ଦେଶ ସାରା ସରକାରଙ୍କର ସମସ୍ତ ସ୍ତରରେ ଇ - ଗଭର୍ଣ୍ଣାନ୍ସ କୁ ନେତୃତ୍ଵ ଓ କାର୍ଯ୍ୟକାରୀ କରିବା ପାଇଁ ଇନ ହାଉସ ବିଶେଷଜ୍ଞ ସମ୍ବଳ କ୍ଯାଯାଡର ସୃଷ୍ଟି ଓ ଶକ୍ତିଶାଳୀ କରିବା ପାଇଁ  ଏକ ସିଆଇଓ  ଯୋଜନା ତିଆରି କରାଯାଉଛି।

ଦ୍ଵାଦଶ ପଞ୍ଚ ବର୍ଷୀୟ ଯୋଜନାରେ ଡିଇଆଇଟିବାଇ  ଷ୍ଟେଟ ଅଫ ଦି ଆର୍ଟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଇ - ଗଭର୍ଣ୍ଣାନ୍ସ (ଏନଆଇଜି) ସ୍ଥାପିତ କରିବାର  ପ୍ରସ୍ତାବ ରଖିଛି ।  ସରକାରୀ କର୍ମଚାରୀଙ୍କୁ ବର୍ଷ ତମାମ ଇ - ଗଭର୍ଣ୍ଣାନ୍ସ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବା ଏହି ସଂସ୍ଥାନର ପ୍ରାଥମିକ ଉଦ୍ଦେଶ୍ୟ ରହିବ ।  ଇ - ଗଭର୍ଣ୍ଣାନ୍ସ  ସମ୍ପର୍କିତ ଅନୁସନ୍ଧାନରେ ଏହି ସଂସ୍ଥାନ ପଥ ପ୍ରଦର୍ଶକ ହେବ ।  ଏନଆଇଜି କୁ ଇ - ଗଭର୍ଣ୍ଣାନ୍ସ ସ୍କୁଲର ଏକ ରୋଲ ମଡେଲ ଭାବେ ବିକଶିତ କରିବାକୁ କଳ୍ପନା କରାଯାଇଛି । କର୍ମଚାରୀ ମାନଙ୍କର ବ୍ୟବହାର, ଇ - ଗଭର୍ଣ୍ଣାନ୍ସ, ଆଇଟିକୁ ସ୍ଵକାର କରିବା ଦିଗରେ  ବ୍ୟାପକ ପରିବର୍ତ୍ତନ କରିବାରେ ସଂସ୍ଥାନ ସଫଳ ହେବ ବୋଲି ଆଶା କରାଯାଇଛି । ସାମର୍ଥ ବିକାଶ ଯୋଜନାରେ ସ୍ଥିର କରାଯାଇଥିବା ପ୍ରଶିକ୍ଷଣ ଏବଂ କର୍ମଶାଳା ପାଇଁ ଏନଆଇଜିକୁ ବ୍ୟବହାର କରାଯିବ।   ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସାର୍ଟି ଫିକେସନରେ ଏନଆଇଜି ପ୍ରତି ବର୍ଷ ଅତି କମରେ 50 ଜଣ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବ ସବୁ ସ୍ତରର ସରକାରୀ କର୍ମଚାରୀ ମାନଙ୍କର ପ୍ରଶିକ୍ଷଣ ଓ ସଚେତନତା -

  1. ମୌଳିକ ଆଇଟି କୌଶଳ  –  ମୌଳିକ କୌଶଳ ବିକାଶର ଲକ୍ଷ୍ୟ ହେଲା ଯ଼େ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ମୌଳିକ ଆଇଟି ସ୍ଵାକ୍ଷରତା/ ଇ - ଗଭର୍ଣ୍ଣାନ୍ସ ଜ୍ଞାନ ପ୍ରଦାନ କରିବା (ସଠିକ ବ୍ୟବହାର ସମ୍ପର୍କରେ ବୁଝାଇବା ମଧ୍ୟ ସାମିଲ)ବର୍ତ୍ତମାନ କାମ କରୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଧୀରେ ଧୀରେ କୌଶଳ ଶିକ୍ଷା ପ୍ରଦାନ କରାଯିବ। ଏହା ବାଦ ନୂତନ ଭାବେ ସରକାରୀ କର୍ମଚାରୀ ଭାବେ ସାମିଲ ହେଉଥିବା କର୍ମଚାରୀ ମାନଙ୍କୁ ମଧ୍ୟ ପର୍ଯ୍ୟାୟ କ୍ରମେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ।
  2. ଉଚ୍ଚତର କୌଶଳ – ଉଚ୍ଚତର କୌଶଳର ଲକ୍ଷ୍ୟ ହେଲା ଯ଼େ କର୍ମଚାରୀ ମାନଙ୍କୁ ହଡୱେୟାର ନେଟୱାରିଙ୍ଗ, ଡାଟାବେସ, ଟ୍ରବଲ ଶୁଟିଂ, କଣ୍ଟ୍ରାକ୍ଟ ଓ ଏସଏଲଏ ମ୍ୟାନେଜମେଣ୍ଟର କୌଶଳ ଶିକ୍ଷା ଦେବା ।
  3. ବିଶେଷଜ୍ଞତା କୌଶଳ– ସିଆଇଓ / ଇ- ଚାମ୍ପିୟନ ତିଆରି କରିବାର, ଟେକ୍ନୋଲୋଜିରେ ବିଶେଷଜ୍ଞ, ମ୍ୟାନେଜମେଣ୍ଟ ପରିବର୍ତ୍ତନ ପ୍ରକ୍ରିୟl ପୁନଃ ଇଞ୍ଜିନୟରିଂ କରିବାର କୌଶଳ ।

ଆଧାର - ଭାରତ ସରକାର

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate