ଓଡ଼ିଶା ଇ-ପୋଲିସିଂ ସେବା ଓଡ଼ିଶା ପୋଲିସର ଏକ ସେବା । ଓଡ଼ିଶା ଅପରାଧ ରେକର୍ଡ ବ୍ୟୁରୋ ଦ୍ଵାରା ୩ ଅକ୍ଟୋବର ୨୦୧୫ରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହାକୁ ସେହି ଦିନ ଇଣ୍ଟରନେଟରେ ଉପଲବ୍ଧ କରାଯାଇଥିଲା । ଇ-ଏଫଆଇଆର ଦେଇ ଜନସାଧାରଣ ନିଜର ଅଭିଯୋଗ ପୋଲିସ ଷ୍ଟେଶନ ନଯାଇ ସିଧା ଇଣ୍ଟରନେଟ ମଧତମରେ ପୁଲିସ ନିକଟରେ ଉପସ୍ଥାପନ କରି ସହାୟତା ପାଇବା ପ୍ରକ୍ରିୟା ସହଜ କରିପାରିବେ । ବୈଶିଷ୍ଟ୍ୟ ପୋଲିସ ସେବା ୱେବସାଇଟ ପରିଦର୍ଶନ କରି ନିମ୍ନୋକ୍ତ ସୁବିଧାମାନ ହାସଲ କରିପାରିବେ । ସିଟିଜେନ ଚାର୍ଟର ଘରୋଇ ସହାୟତା ଯାଞ୍ଚ ଅନୁରୋଧ ବରିଷ୍ଠ ନାଗରିକ ପଞ୍ଜୀକରଣ ପାସପୋର୍ଟ ଯାଞ୍ଚ ଅନୁରୋଧ ବନ୍ଧୁକ ଲାଇସେନ୍ସ ଅନୁରୋଧ ପ୍ରାଇଭେଟ ସେକ୍ୟୁରିଟି ଏଜେନ୍ସୀ ଯାଞ୍ଚ ଅନୁରୋଧ କାର୍ଯ୍ୟକ୍ରମ ଆୟୋଜନ ଅନୁରୋଧ ବିଦେଶୀ ନାଗରିକ ପଞ୍ଜୀକରଣ ଅନୁରୋଧ ସିଫର୍ମ ଅନୁରୋଧ ଅଭିଯୋଗ ଦାଖଲ, ଅଭିଯୋଗ ନକଲ ପ୍ରାପ୍ତି, ଧାରଣା କିମ୍ବା ଆନ୍ଦୋଳନ ପଞ୍ଜୀକରଣ ଅନୁମତି, ଚରିତ୍ର ପ୍ରମାଣପତ୍ର ଅନୁରୋଧ, ଶୋଭାଯାତ୍ରା ଲାଇସେନ୍ସ, ଭଡ଼ାଟିଆଙ୍କ ଯାଞ୍ଚ, କର୍ମଚାରୀଙ୍କ ଯାଞ୍ଚ, ହଜିଲା ଜିନିଷ ସନ୍ଧାନ ଅନୁରୋଧ, ହଜିଯାଇଥିବା ଲୋକଙ୍କୁ ସନ୍ଧାନ ଅନୁରୋଧ ତଥ୍ୟ ବଣ୍ଟନ ଏବଂ ଏ ସମସ୍ତ ପାଇଁ ସ୍ଥିତି ଅନୁସନ୍ଧାନ ଆଦି କରିପାରିବେ । ଏହି ପ୍ରୋଜେକ୍ଟ ଅଧିନରେ ୫୮୧ ଟି ପୋଲିସ ଥାନା, ୩୭ ପୋଲିସ ନିୟନ୍ତ୍ରଣ କକ୍ଷ, ୧୦୯ ଏସଡିପିଓ, ଡିଏସେଆରପି, ଏସିପି, ପୋଲିସ କମିସନରେଟ ମୁଖ୍ୟାଳୟ, ୩୬ ପୋଲିସ ଜିଲ୍ଲା ମୁଖ୍ୟାଳୟ, ଅନୁସନ୍ଧାନ କେନ୍ଦ୍ର ନିର୍ଦ୍ଦେଶକ, ଆଇଜି ଅପରେସନ, ସ୍ଵତନ୍ତ୍ର ଆର୍ମ ପୋଲିସ, ଆର୍ଥିକ ଅପରାଧ ଶାଖା, ସ୍ଵତନ୍ତ୍ର ଟାସ୍କ ଫୋର୍ସ, ଅପରାଧ ତଦନ୍ତ ଶାଖା, ରାଜ୍ୟ ଫୋରେନସିକ ବିଜ୍ଞାନାଗାର ଏବଂ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଏବଂ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର, ଅରଗୁଳ ପୋଲିସ ପ୍ରଶିକ୍ଷଣ ମହାବିଦ୍ୟାଳୟ, ସିକ୍ସ ବାଟାଲିଅନ ସମେତ ୪୪ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଅନ୍ତର୍ଭୁକ୍ତ ଅଟେ । ଆଧାର : ଇ- ପ୍ରଶାସନ ସେବା