অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନ୍‌ଲାଇନ୍‌ରେ ମିଳିବ ଶିଶୁଭବନର ଓପିଡି ଟିକେଟ୍‌

ଅନ୍‌ଲାଇନ୍‌ରେ ମିଳିବ ଶିଶୁଭବନର ଓପିଡି ଟିକେଟ୍‌

ଶିଶୁଭବନରେ ଓପିଡି ଟିକେଟ୍‌

ଏବେ ଶିଶୁଭବନରେ ଅଭିଭାବକମାନଙ୍କୁ ଓପିଡି ଟିକେଟ୍ପାଇଁ କାଉଣ୍ଟରରେ ଧାଡ଼ି ବାନ୍ଦି ଠିଆହେବାକୁ ପଡ଼ିବ ନାହିଁ। କିମ୍ବା ଘଣ୍ଟା ଘଣ୍ଟା ସମୟ ସେମାନଙ୍କର ନଷ୍ଟ ହେବ ନାହିଁ। କାରଣ ଓଡ଼ିଶାର ପ୍ରଥମ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ଶିଶୁଭବନରେ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ ବ୍ୟବସ୍ଥା ଆରମ୍ଭ ହୋଇଛି।
ଏଥିପାଇଁ ୩ ମାସ ପୂର୍ବରୁ ମଧ୍ୟ ଟିକେଟ୍ବୁକିଂ କରାଯାଇପାରିବ। ତେଣୁ ଏପରି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଡିଜିଟାଲ୍ଇଣ୍ଡିଆର ସ୍ୱପ୍ନ ଓଡ଼ିଶାରେ ଧିରେ ଧିରେ ସଫଳ ହେଉଥିବା ଦେଖାଯାଉଛି।

ଅନ୍ଲାଇନ୍ରେଜିଷ୍ଟ୍ରେସନ

ଏହି ଅନ୍ଲାଇନ୍ରେଜିଷ୍ଟ୍ରେସନ ପାଇଁ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ଓ ଇନ୍ଫରମେସନ୍ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଏକ ୱେବସାଇଟ୍www.ors.gov.in ଖୋଲାଯାଇଛି। ଏହି ୱେବସାଇଟ୍ସମ୍ବନ୍ଧୀତ ସମସ୍ତ କାର୍ଯ୍ୟକୁ ଏନ୍ଆଇସିକୁ ନ୍ୟସ୍ତ କରାଯାଇଛି। ଅଭିଭାବକମାନେ ଘରେ ବସି ଉକ୍ତ ୱେବସାଇଟ୍ରେ ଲଗ୍ଇନ୍କରି ଓପିଡି ଟିକେଟ୍ବୁକିଂ କରିବାରିବେ। ତେବେ ପ୍ରଥମେ ପଞ୍ଜିକରଣ ପାଇଁ ଆଧାର କାର୍ଡ ନମ୍ବର ବା ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ ଅଛି। ତାପରେ ରୋଗୀ ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ପଡ଼ିବ। କେଉଁ ତାରିଖରେ ଶିଶୁରୋଗୀ ଜଣକ ଡାକ୍ତରଙ୍କୁ ଭେଟିବେ ସଂପୃକ୍ତ ତାରିଖ ଅଭିଭାବକଙ୍କ ପକ୍ଷରୁ ପ୍ରଦାନ କରାଯିବ। ପଞ୍ଜୀକରଣ ପରେ ପୂର୍ବରୁ ଦିଆଯାଇଥିବା ମୋବାଇଲ୍ଫୋନ୍କୁ ଏକ ଆଇଡି ନମ୍ବର ଆସିବ ଅଥବା ପଞ୍ଜୀକରଣ ପରେ ଏକ ପ୍ରିଣ୍ଟ୍ବାହାରିବ। ଉକ୍ତ ଆଇଡି ନମ୍ବରକୁ ଧାର୍ଯ୍ୟ ତାରିଖରେ ଶିଶୁଭବନର ନିର୍ଦ୍ଦିଷ୍ଟ ଓଆର୍ଏସ୍ କାଉଣ୍ଟରରେ ଜମା କରି ଶିଶୁରୋଗୀମାନେ ଡାକ୍ତରଙ୍କୁ ସୁବିଧାରେ ଭେଟିପାରିବେ। ଏପରିକି ଅଭିଭାବକ ଚାହିଁଲେ ପଞ୍ଜୀକରଣକୁ ବାତିଲ ମଧ୍ୟ କରାପାରିବେ।
ସୂଚନାଯୋଗ୍ୟ ଯେ ଗୁଗୁଲ୍ପ୍ଲେ ଷ୍ଟୋର୍ରୁ ଓଆର୍ଏସ୍ ଆପ୍ଲିକେସନ୍ ଡାଉନ୍ଲୋଡ କରି ମୋବାଇଲରେ ମଧ୍ୟ ଓପିଡି ଟିକେଟ୍ପଞ୍ଜୀକରଣ କରିହେବ। ଏବେ ଶିଶୁଭବନରେ ଓଆର୍ଏସ୍ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ ଖୋଲାଯାଇଛି। ଆଗକୁ ଅନ୍ଲାଇନ୍ବୁକିଂର ଚାହିଦା ବଢ଼ିଲେ କାଉଣ୍ଟର ସଂଖ୍ୟାକୁ ବୃଦ୍ଧି କରାଯିବ। ଏବେ ଅନ୍ଲାଇନ୍ରେ କେବଳ ଓପିଡି ଟିକେଟ୍ବୁକିଂ କରାଯାଉଛି। ପରେ ଏଥିରେ ବିଭିନ୍ନ ପରୀକ୍ଷା ରିପୋର୍ଟ ମିଳିବା ସହ ବ୍ଲଡ ଷ୍ଟୋରେଜ୍ୟୁନିଟ୍ରେ ସଂରକ୍ଷିତ ଥିବା ରକ୍ତ ପରିମାଣ ସମ୍ପର୍କରେ ମଧ୍ୟ ଡାକ୍ତରଖାନାକୁ ଆସିବା ପୂର୍ବରୁ ଜାଣିହେବ। ଏହା ସହ ଶିଶୁଭବନର ସମସ୍ତ ତଥ୍ୟ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।
ଶିଶୁଭବନରେ ଓପିଡି ଟିକେଟ୍‌ଏବେ ଶିଶୁଭବନରେ ଅଭିଭାବକମାନଙ୍କୁ ଓପିଡି ଟିକେଟ୍ପାଇଁ କାଉଣ୍ଟରରେ ଧାଡ଼ି ବାନ୍ଦି ଠିଆହେବାକୁ ପଡ଼ିବ ନାହିଁ। କିମ୍ବା ଘଣ୍ଟା ଘଣ୍ଟା ସମୟ ସେମାନଙ୍କର ନଷ୍ଟ ହେବ ନାହିଁ। କାରଣ ଓଡ଼ିଶାର ପ୍ରଥମ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ଶିଶୁଭବନରେ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିପାଇଁ ୩ ମାସ ପୂର୍ବରୁ ମଧ୍ୟ ଟିକେଟ୍ବୁକିଂ କରାଯାଇପାରିବ। ତେଣୁ ଏପରି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଡିଜିଟାଲ୍ଇଣ୍ଡିଆର ସ୍ୱପ୍ନ ଓଡ଼ିଶାରେ ଧିରେ ଧିରେ ସଫଳ ହେଉଥିବା ଦେଖାଯାଉଛି।ଅନ୍ଲାଇନ୍ରେଜିଷ୍ଟ୍ରେସନ ଏହି ଅନ୍ଲାଇନ୍ରେଜିଷ୍ଟ୍ରେସନ ପାଇଁ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ଓ ଇନ୍ଫରମେସନ୍ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଏକ ୱେବସାଇଟ୍www.ors.gov.in ଖୋଲାଯାଇଛି। ଏହି ୱେବସାଇଟ୍ସମ୍ବନ୍ଧୀତ ସମସ୍ତ କାର୍ଯ୍ୟକୁ ଏନ୍ଆଇସିକୁ ନ୍ୟସ୍ତ କରାଯାଇଛି। ଅଭିଭାବକମାନେ ଘରେ ବସି ଉକ୍ତ ୱେବସାଇଟ୍ରେ ଲଗ୍ଇନ୍କରି ଓପିଡି ଟିକେଟ୍ବୁକିଂ କରିବାରିବେ। ତେବେ ପ୍ରଥମେ ପଞ୍ଜିକରଣ ପାଇଁ ଆଧାର କାର୍ଡ ନମ୍ବର ବା ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ ଅଛି। ତାପରେ ରୋଗୀ ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ପଡ଼ିବ। କେଉଁ ତାରିଖରେ ଶିଶୁରୋଗୀ ଜଣକ ଡାକ୍ତରଙ୍କୁ ଭେଟିବେ ସଂପୃକ୍ତ ତାରିଖ ଅଭିଭାବକଙ୍କ ପକ୍ଷରୁ ପ୍ରଦାନ କରାଯିବ। ପଞ୍ଜୀକରଣ ପରେ ପୂର୍ବରୁ ଦିଆଯାଇଥିବା ମୋବାଇଲ୍ଫୋନ୍କୁ ଏକ ଆଇଡି ନମ୍ବର ଆସିବ ଅଥବା ପଞ୍ଜୀକରଣ ପରେ ଏକ ପ୍ରିଣ୍ଟ୍ବାହାରିବ। ଉକ୍ତ ଆଇଡି ନମ୍ବରକୁ ଧାର୍ଯ୍ୟ ତାରିଖରେ ଶିଶୁଭବନର ନିର୍ଦ୍ଦିଷ୍ଟ ଓଆର୍ଏସ୍ କାଉଣ୍ଟରରେ ଜମା କରି ଶିଶୁରୋଗୀମାନେ ଡାକ୍ତରଙ୍କୁ ସୁବିଧାରେ ଭେଟିପାରିବେ। ଏପରିକି ଅଭିଭାବକ ଚାହିଁଲେ ପଞ୍ଜୀକରଣକୁ ବାତିଲ ମଧ୍ୟ କରାପାରିବେ। ସୂଚନାଯୋଗ୍ୟ ଯେ ଗୁଗୁଲ୍ପ୍ଲେ ଷ୍ଟୋର୍ରୁ ଓଆର୍ଏସ୍ ଆପ୍ଲିକେସନ୍ ଡାଉନ୍ଲୋଡ କରି ମୋବାଇଲରେ ମଧ୍ୟ ଓପିଡି ଟିକେଟ୍ପଞ୍ଜୀକରଣ କରିହେବ। ଏବେ ଶିଶୁଭବନରେ ଓଆର୍ଏସ୍ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ ଖୋଲାଯାଇଛି। ଆଗକୁ ଅନ୍ଲାଇନ୍ବୁକିଂର ଚାହିଦା ବଢ଼ିଲେ କାଉଣ୍ଟର ସଂଖ୍ୟାକୁ ବୃଦ୍ଧି କରାଯିବ। ଏବେ ଅନ୍ଲାଇନ୍ରେ କେବଳ ଓପିଡି ଟିକେଟ୍ବୁକିଂ କରାଯାଉଛି। ପରେ ଏଥିରେ ବିଭିନ୍ନ ପରୀକ୍ଷା ରିପୋର୍ଟ ମିଳିବା ସହ ବ୍ଲଡ ଷ୍ଟୋରେଜ୍ୟୁନିଟ୍ରେ ସଂରକ୍ଷିତ ଥିବା ରକ୍ତ ପରିମାଣ ସମ୍ପର୍କରେ ମଧ୍ୟ ଡାକ୍ତରଖାନାକୁ ଆସିବା ପୂର୍ବରୁ ଜାଣିହେବ। ଏହା ସହ ଶିଶୁଭବନର ସମସ୍ତ ତଥ୍ୟ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।

ଆଧାର : "http://m.dailyhunt.in/"

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate