অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇ – ରେଜିଷ୍ଟ୍ରେସନ

ଜମି ଜମା ରେଜିଷ୍ଟ୍ରେସନ

ରାଜ୍ୟର ଜମି ଜମା ରେଜିଷ୍ଟ୍ରେସନ  କାର୍ଯ୍ୟକୁ ଇଲେକଟ୍ରୋନିକ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ଜମି ରେଜିଷ୍ଟ୍ରେସନ  କାର୍ଯ୍ୟ ଏହି ଆଧୁନିକ ବ୍ୟବସ୍ଥାରେ କରାଯିବ । ଆଜି ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହି ଇ- ରେଜିଷ୍ଟ୍ରେସନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ଏହି ବ୍ୟବସ୍ଥା ଦ୍ଵାରା ରାଜସ୍ୱ ବିଭାଗ ପକ୍ଷରୁ ହେଉଥିବା ଜମି ରେଜିଷ୍ଟ୍ରେସନ କାର୍ଯ୍ୟ ସୁରୁଖୁରୁରେ ଏବଂ ଶୀଘ୍ର ସମ୍ପାଦିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ।

ଇ-ରେଜିଷ୍ଟ୍ରେସନ  ଅଫିସ

ଏହି ଇ- ରେଜିଷ୍ଟ୍ରେସନ ବ୍ୟବସ୍ଥା ରାଜ୍ୟର ସମସ୍ତ ୧୭୭  ଇ-ରେଜିଷ୍ଟ୍ରେସନ  ଅଫିସରେ କାର୍ଯ୍ୟକାରୀ ହେବ । ଏହାଦ୍ବାରା ରେଜିଷ୍ଟ୍ରେସନ କାର୍ଯ୍ୟ ତ୍ୱରାନ୍ୱିତ, ସରଳ ଓ ନିର୍ଭୁଲ ହୋଇ ପାରିବ ବୋଲି ସେ କହିଥିଲେ। ପୂର୍ବରୁ ଜମିଜମା ରେଜିଷ୍ଟ୍ରେସନ କରି ଦଲିଲ ଆଦି ପାଇବା ପାଇଁ କ୍ରେତାଙ୍କୁ ୩୦ରୁ ୪୫ ଦିନ ସମୟ ଲାଗୁ ଥିବା ବେଳେ ଏବେ ଏହା ମାତ୍ର ଏକ ଘଣ୍ଟା ମଧ୍ୟରେ ହୋଇ ପାରିବ ବୋଲି ସେ କହିଥିଲେ । ଏକ ଘଣ୍ଟାରୁ କମ ସମୟ ମଧ୍ୟରେ ରେଜିଷ୍ଟ୍ରେସନ କାର୍ଯ୍ୟ ହେବା ସହିତ ଇସି ଏବଂ ସାର୍ଟିଫାଏଡ କପି ମଧ୍ୟ ଆବେଦନକାରି ପାଇପାରିବେ ।

ଏହି ବ୍ୟବସ୍ଥା ଦ୍ଵାରା ଅନଧିକାର ଜମି ବିକ୍ରୀକୁ ରୋକାଯାଇ ପାରିବ । ଏହି ନୂଆ ବ୍ୟବସ୍ଥାରେ ଅନୁସୂଚିତ ଜାତି ଓ ଜନଜାତିର ବ୍ୟକ୍ତିମାନଙ୍କର ଜମି ବିକ୍ରୀ କ୍ଷେତ୍ରରେ ଉପଯୁକ୍ତ ତଦାରଖ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଓକାକ, ଆଇଏଲ  ଆଣ୍ଡ ଏଫଏସ ଦ୍ଵାରା ଏକମ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ଇ - ଗଭନ୍ନାକ୍ସ ସର୍ଭିସେସ ଲିମିଟେଡ ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଓକାକ ଏବଂ ଓଏସଏଲର ମିଳିତ ଉଦ୍ୟମରେ ଏହା ଆରମ୍ଭ କରାଯାଇଛି ।

ସରକାରଙ୍କ ନାଗରିକ ସେବା ବ୍ୟବସ୍ଥାକୁ ସୂଚନା ଓ ପ୍ରଯୁକ୍ତି ଜ୍ଞାନର ପ୍ରୟୋଗ ମାଧ୍ୟମରେ ଲୋକାଭିମୁଖୀ କରିବା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସରକାରଙ୍କ ଇ-ପ୍ରୋକୀଓରମେଣ୍ଟ ବ୍ୟବସ୍ଥାର ସଫଳତା ପରେ ଏହି ପ୍ରକଳ୍ପର ଆରମ୍ଭ ହେବା ଲୋକମାନଙ୍କୁ ସେବା ପ୍ରଦାନରେ ସହାୟକ ହେବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ।

ରାଜ୍ୟର ସମସ୍ତ ୧୭୭ ଟି ରେଜିଷ୍ଟ୍ରେସନ କାର୍ଯ୍ୟ।ଳୟରେ କାର୍ଯ୍ୟକାରୀ ହେବ

ଆଧାର : ଓଡିଶା ସରକାର

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate