ଉପକ୍ରମ
ଆମ ସମ୍ବିଧାନ ଅନୁଯାୟୀ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଆମର ମୌଳିକ ଅଧିକାର । ସମସ୍ତ ଶିଶୁ (୧୪ ବର୍ଷ ପର୍ଯ୍ୟନ୍ତ) ମାଗଣା ରେ ଓ ବାଧ୍ୟତାମୂଳକ ଶିକ୍ଷାଦେବା ପାଇଁ ଭାରତ ସରକାର ସ୍ଵାକ୍ଷର ଅଭିଯାନ ଆରମ୍ଭ କରିଛି ଯାହାର ନାରା ଥିଲା ‘ସର୍ବ ଶିକ୍ଷା ଅଭିଯାନ’ । ୨୦୧୦ ଏହି ଯୋଜନାରେ କଳ୍ପନା କରଯାଇଥିଲା ଯେ ସମସ୍ତେ ଏହି ସର୍ବ ଶିକ୍ଷା ମାଧ୍ୟମରେ ସ୍ଵାକ୍ଷର ହେବେ କିନ୍ତୁ ଓଡିଶାରେ ଏହାର ପ୍ରଭାବ ପ୍ରଥମରୁ ଆଶାତୀତ ନ ଥିଲା । ସମସ୍ତ ୧୪ ବର୍ଷ ମଧ୍ୟରେ ଶିଶୁଙ୍କୁ ମାଗଣାରେ ବିଦ୍ୟାଳୟକୁ ଆଣିବା ଓ ତାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା । କିନ୍ତୁ ବିଗତ ୩-୪ ବର୍ଷ ହେବ ଏହି ଯୋଜନା ସମ୍ପୂର୍ଣ କାର୍ଯ୍ୟକାରୀ ହେଲାଣି ।
ପ୍ରଥମେ ସରକାରଙ୍କ କଣ ସବୁ ଅସୁବିଧା ସମୁଖୀନ ହେଲେ
ସରକାର ଶିଶୁମାନଙ୍କ ସଂଖ୍ୟା ହିସାବ କରିବାରେ ଅସୁବିଧା ହେଲା ପ୍ରଥମେ ଗ୍ରାମ ଅନୁଯାୟୀ ଶିଶୁଙ୍କ ବିସ୍ତିର୍ଣ ତାଲିକା ମିଳିଲା ନାହିଁ । ଦ୍ଵିତୀୟତଃ ଶିଶୁ ଯେଉଁମାନେ କି ୫ ବର୍ଷରୁ ଉର୍ଦ୍ଧ ବୟସରେ ବିଦ୍ୟାଳୟରେ ପ୍ରବେଶକରୁଥିବା ଶିଶୁଙ୍କୁ ଲକ୍ଷ୍ୟକରାଗଲା । କିନ୍ତୁ ସେଥିରେ ମଧ୍ୟ କିଛି ତ୍ରୁଟି ରହିଗଲା, ଭିନ୍ନ ଭିନ୍ନ ବିଦ୍ୟାଳୟରେ ଶିଶୁଙ୍କ ନାମଲେଖାହେବାରୁ ସଠିକ ତାଲିକା ମିଳିପାରିଲା ନାହିଁ । ସମସ୍ତ ଗ୍ରାମ ଓ ସାହି ରେ ଥିବା ସମସ୍ତ ଶିଶୁଙ୍କ ନିୟନ୍ତ୍ରଣ ସରକାରଙ୍କ ପାଖରେ ରହିଲା ନାହିଁ ।
ଇ-ଶିଶୁ ଯୋଜନାର ଶୁଭାରମ୍ଭ
ଶିଶୁଙ୍କ ପାଇଁ ଗୋଟିଏ ବିସ୍ତିର୍ଣ ତାଲିକା ବାହାର କରିବା ପାଇଁ ସରକାର ଶିଶୁଗଣନା ୨୦୦୫ ମସିହାରେ ଆରମ୍ଭ କଲେ। ଯାହାକି ରାଜ୍ୟ ପ୍ରତ୍ୟେକ ଘର ଅନୁସାରେ ତଥ୍ୟ କମ୍ପ୍ୟୁଟରକୃତ ସବିଶେଷ ତଥ୍ୟ ଆଧାରରେ ହେଲା । ଏହି ତଥ୍ୟରେ ୦-୧୪ ବର୍ଷ ଶିଶୁଙ୍କ ସମ୍ପୂର୍ଣ ନାମ, ବୟସ, ଲିଙ୍ଗ, ଜାତି, ଶିକ୍ଷାଗତ ଅବସ୍ଥା ଆଦି ନିଆଗଲା । ଏହି ଶିଶୁ ଗଣନାର ମୁଖ୍ୟ ଉଦେଶ୍ୟ ଥିଲାଯେ ୦-୧୪ ବର୍ଷର ରାଜ୍ୟର ସମସ୍ତ ଶିଶୁଙ୍କ ତଥ୍ୟ ହାସଲ କରିବା ଓ ଅନଲାଇନ ମାଧ୍ୟମରେ କମ୍ପ୍ୟୁଟରରେ ରଖିବା ଏବଂ ସେହି ସଫ୍ଟୱାର କୁ “ଚାଇଲ୍ଡ ଟ୍ରାକିଂ ସିଷ୍ଟମ” ବା ଇ- ଶିଶୁ କୁହାଗଲା । ଏହି ସିଷ୍ଟମକୁ ପ୍ରତ୍ୟେକ ବର୍ଷ ଅଧୁନାତନ କରାଯାଇ ରଖାଗଲା ଯାହା ଫଳରେ ସମସ୍ତ ଶିଶୁଙ୍କ ନଜର ସରକାର ରଖିପାରିଲେ ।
ଇ-ଶିଶୁ ଯୋଜନାର ସଫଳତା/ଉଦେଶ୍ୟ
- ଇ-ଶିଶୁ ମାଧ୍ୟମରେ ଯେଉଁ ଶିଶୁ ମାନେ ବିଦ୍ୟାଳୟ ଆସୁଛନ୍ତି କି ଆସୁନାହାନ୍ତି ଆଉ ଯେଉଁ ମାନେ ଆସୁନାହନ୍ତି ତାଙ୍କୁ ବିଦ୍ୟାଳୟକୁ ଆଣି ମୁଖ୍ୟସ୍ରୋତରେ ସାମିଲ କରାଇବାରେ ଏହା ସଫଳ ହେଉଛି
- ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ସେମାନକୁ ଯୋଗାଇବା ଫଳରେ ଶିଶୁମାନେ ପ୍ରତ୍ୟେକ ଦିନ ବିଦ୍ୟାଳୟରେ ଉପସ୍ଥିତ ରହିଲେ ।
- ଇ-ଶିଶୁ ମାଧ୍ୟମରେ ଶିଶୁଙ୍କ ସଫଳତା ଓ ବିଫଳତାର ନଜର ରକ୍ଷାଯାଇ ପାରିଲା । ଉଚିତ ପଦକ୍ଷେପ ନିଆଯାଇ ଶିକ୍ଷାର ମାନକୁ ବୃଦ୍ଧି କରାଗଲା ।
ସର୍ବ ଶିକ୍ଷା ଅଭିଯାନ ସହିତ ଇ-ଶିଶୁ
ଇ ଶିଶୁ ଓଡିଶାରେ କାର୍ଯ୍ୟକାରୀ ହେବା ଫଳରେ ଏହା ସର୍ବଶିକ୍ଷା ଅଭିଯାନ ଓ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମକୁ ଆଗେଇ ନେବାରେ ବହୁତ ସହାୟକ ହେଲା ।
- ବିଦ୍ୟାଳୟରୁ ବାହାର ଥିବା ଶିଶୁଙ୍କ ତାଲିକା
- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଶୁଙ୍କ ତାଲିକା
- ସରକାରଙ୍କ ତରଫରୁ ମିଳୁଥିବା ଶିଶୁଙ୍କ ପାଇଁ ସାମଗ୍ରୀର ତାଲିକା
୧. ମଧ୍ୟାନ ଭଜନ
୨. ବିଦ୍ୟାଳୟ ପୋଷାକ
୩. ମାଗଣା ପୁସ୍ତକ
୪. ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି
- ବିଦ୍ୟାଳୟରେ ଶିଶୁଙ୍କ ଉପସ୍ଥିତି
- ଶିକ୍ଷକଙ୍କ ବାରମ୍ବାର ଅନୁପସ୍ଥିତି
- ବିଦ୍ୟାଳୟ ବାହାରେ ଥିବା ଶିଶୁ କେଉଁ କାରଣରୁ ବିଦ୍ୟାଳୟ ଆସୁନାହାନ୍ତି ତା’ର ତାଲିକା
- ପ୍ରତ୍ୟେକ ଶିଶୁର ସଫଳତା
- ବିଦ୍ୟାଳୟରେ ପ୍ରବେଶ ପାଇଁ ଲକ୍ଷ୍ୟ ରଖିଥିବା ଶିଶୁଙ୍କ ତାଲିକା
- ସଂଖ୍ୟାଲଘୁ ଶିଶୁଙ୍କ ଚିହ୍ନଟ
- ବିଦ୍ୟାଳୟ ଛାଡିଥିବା ଶିଶୁଙ୍କ ହାର
- ୦-୫ ବର୍ଷ ଶିଶୁଙ୍କ ପାଇଁ ଅଗ୍ରୀମ ଯୋଜନା
ଯୋଜନାର ବିକାଶ କିପରି ହେଲା
ଓଡିଶା ଶିଶୁ ଗଣନା ୨୦୦୫
- ଚାଇଲ୍ଡ ଟ୍ରାକିଂ ସିଷ୍ଟମ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟ କରୁଛନ୍ତି ।
- ଅଦ୍ଵିତୀୟ EMIS କୋଡ ମାଧ୍ୟମରେ ୫୨୦୦୦ ଗ୍ରାମର ରେକର୍ଡ
- ୪୫୦୦୦ ବ୍ୟକ୍ତିଙ୍କ ଦ୍ଵାରା ୭୮ ଲକ୍ଷ ଘର ସର୍ବେକ୍ଷଣ କରଯାଇଥିଲା
- ୧୦.୫ ଲକ୍ଷ ଶିଶୁଙ୍କ (୦ରୁ ୧୪ ) ଡାଟା ବେସ ICR ସିଷ୍ଟମ ଦ୍ଵାରା କରାଗଲା ।
- ଚାଇଲ୍ଡ ଟ୍ରାକିଂ ସିଷ୍ଟମ ସଫ୍ଟୱାର ଏହି ଲିଂକରେ ଉପଲବ୍ଧ
"ଚାଇଲ୍ଡ ଟ୍ରାକିଂ ସିଷ୍ଟମ"
ଯାହାଦ୍ଵାରା ବିଦ୍ୟାଳୟ, ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବାରେ ସହାୟକ ହେବ ।
- ପ୍ରଯୁକ୍ତି ବିଭାଗର ସାହାଯ୍ୟ ଫଳରେ କମ୍ପ୍ୟୁଟର ରେ ତଥ୍ୟ ଓ ଆବଶ୍ୟକ ସଫ୍ଟୱାରର ଉନ୍ନତି କରାଯାଇପାରିଲା
ଅନ୍ୟ ବିଭାଗର କାର୍ଯ୍ୟରେ ମଧ୍ୟ ଅପରିହାର୍ଯ
- ଏହି ତଥ୍ୟ ଆଧାରରେ ମହିଳା ଓ ଶିଶୁ ବିଭାଗର ମଧ୍ୟ ମଧ୍ୟାନ ଭୋଜନ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟ ସୁବିଧାରେ ହୋଇପାରୁଛି ।
- ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମଧ୍ୟ ଏହି ତଥ୍ୟ ଆଧାରରେ ଆଦିବାସୀ ଶିଶୁଙ୍କ ଉନ୍ନତି ପାଇଁ ସହାୟକ ହୋଇପାରୁଛି
- ଶ୍ରମ ବିଭାଗ ମଧ୍ୟ ସହଜରେ ଶିଶୁ ଶ୍ରମିକଙ୍କ ତଥ୍ୟ ପାଇପାରୁଛି ।
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ତଥ୍ୟକୁ ନେଇ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ଅତି ସହଜରେ କରି ପାରୁଛି ।
- ଅଣସରକାରୀ ଅନୁଷ୍ଠାନ ବା ଅନୁସନ୍ଧାନ ସଂସ୍ଥା ଏହି ତଥ୍ୟକୁ ତାଙ୍କର ସମାଜମଙ୍ଗଳ କାର୍ଯ୍ୟରେ ଲଗାଉଛନ୍ତି ।
ଆଧାର
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର
"ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ"
"OPEPA"