অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାରେ ଇ-ଡ଼େସପାଚ ସେବା

ଉପକ୍ରମ

 

ଆଗରୁ ସରକାରୀ ଦପ୍ତର ଗୁଡିକରେ ଗୋଟିଏ ନଥି ବା ଅଫିସ ପତ୍ର ପହଞ୍ଚାଇବା ପାଇଁ ମାସ ମାସ ଲାଗି ଯାଉଥିଲା ଏବଂ କାମ ମଧ୍ୟ ବିଳମ୍ବ ହେଉଥିଲା ଯାହା ଫଳରେ ଅନେକ ହଇରାଣ ହେବାକୁ ପଡୁଥିଲା । ଏହି ସବୁରୁ ମୁକ୍ତି ପାଇଁ ସରକାରଙ୍କ ଗଭର୍ନାନ୍ସ ଏହାର ବିକଳ୍ପ ଚିନ୍ତା କଲା ଓ  ଏକ ୱେବ ଆଧାରିତ ସେବା ଆରମ୍ଭ କଲା ଯାହାକୁ ଇ- ଡ଼େସପାଚ କୁହାଗଲା । ଏହା ଏକ ୱେବ ସେବା ଯାହା ଦ୍ଵାରା ଇଣ୍ଟରନେଟ ମାଧ୍ୟମରେ ଅଫିସ ପତ୍ର ବା ଅନ୍ୟ ଦରକାରୀ ସରକାରୀ ନଥି ସଙ୍ଗେ ସଙ୍ଗେ ଅନ୍ୟ ପାଖକୁ ପଠାଯାଇପାରିଲା । ଏହି ସେବା ୨୦୦୭ ମସିହାରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଦ୍ଵାରା ଆରମ୍ଭ କରାଗଲା । ପରେ ପରେ ଓଡିଶା ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗରେ ଆରମ୍ଭ ହେଲା । ଏହି ସେବା ଏତେ ଭଲ କାମକଲା ଯାହା ଫଳରେ ଏହାକୁ ସମାଜ ଅଭିନବୀକରଣ Nasscom ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ସେବାର ଉପକାରିତା

ଏହି ଯୋଜନା ଦ୍ଵାରା ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳ , ୩୦ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଏବଂ ୩୧୪ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ସଂଯୋଗ କରାଯାଇପାରିଲା । ରାଜ୍ୟ ମୁଖ୍ୟ ଶାଖାରୁ ଅନ୍ୟ ରାଜ୍ୟକୁ ଅଫିସ ପତ୍ର ବିନା ବିଳମ୍ବରେ ପହଞ୍ଚିପାରିଲା ।  ସମସ୍ତ ଜନସାଧାରଣ ଏହି ପୋର୍ଟାଲରୁ ନିଜର ଆବଶ୍ୟକ ପତ୍ର ନିଜେ ଦେଖିପାରିବେ ଏବଂ କମ୍ପ୍ୟୁଟରରେ ରଖିପାରିବେ। ଆଭ୍ୟନ୍ତରୀଣ ବ୍ୟବହାରକାରୀ ତାଙ୍କର ୟୁଜର ଆଇଡି ଓ ପାସୱାର୍ଡ ଦେଇ ପତ୍ରର ସ୍ଥିତି ମଧ୍ୟ ଜାଣିପାରିବେ ।

ଏହି ସେବାର କାର୍ଯ୍ୟଶୈଳୀ

ଏହି ଅତ୍ୟାଧୁନିକ ସେବାରେ ସ୍ଵୟଂ ଲିଖିତ ଏକ ପତ୍ର ସଂଖ୍ୟା ଏବଂ ପତ୍ର ବିତରଣର ପ୍ରକାର ସୃଷ୍ଟି ହୋଇଯିବ । ତା’ପରେ ପ୍ରତ୍ୟେକ ପତ୍ର ସ୍କାନ ହୋଇ pdf ରୂପରେ ଡାଟା ବେସରେ ରହିବ । ଠିକ ସମୟରେ ପତ୍ର ସମ୍ପର୍କରେ ଏସଏମଏସ ଦ୍ଵାରା ସୂଚନା ଦେବାପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଏହି ସେବା ସମ୍ପର୍କରେ ଅଧିକ ଜାଣିବା ପାଇଁ ଏହି ଲିଙ୍କ କୁ ଯାଆନ୍ତୁ"ଇ- ଡ଼େସପାଚ" ଏବଂ ଯେକୌଣସି ବିଭାଗର ପତ୍ର ଦେଖି ପାରିବେ । ଯଦି ପତ୍ର ନମ୍ବର ଓ ତାରିଖ ଜାଣିଥିବେ ତେବେ ମଧ୍ୟ ପତ୍ରକୁ ଖୋଜି ଦେଖିପାରିବେ ।

ଆଧାର

ଦେବବ୍ରତ ବେହେରା

ଓଡିଶା କମ୍ପ୍ୟୁଟର ଆପ୍ଲିକେସନ କେନ୍ଦ୍ର "OCAC"

Last Modified : 8/5/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate