ଓଡିଶାରେ ଉପଲବ୍ଧ ଅନଲାଇନ ସେବା ଓଡିଶାରେ ଉପଲବ୍ଧ ଇ – ଗଭର୍ଣ୍ଣାନ୍ସ ସେବା ସମୂହ ଲୋକ ମାନେ ଅନଲାଇନ ମଧ୍ୟ ପାଇପାରିବେ । ଯଥା - ରାଜ୍ୟ କମିଶନର, ଭିନ୍ନକ୍ଷମଙ୍କ ପାଖରେ ଅଭିଯୋଗ, ରକ୍ତଦାତା ହିସାବରେ ନିଜକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପଞ୍ଜୀକୃତ କରାନ୍ତୁ, ଇତ୍ୟାଦି । ଇ-ଗଭର୍ଣ୍ଣାନ୍ସ ସେବା ସମୂହ ରାଜ୍ୟ କମିଶନର, ଭିନ୍ନକ୍ଷମଙ୍କ ପାଖରେ ଅଭିଯୋଗ ଆପଣ ଯଦି ଦିବ୍ୟାଙ୍ଗ ହୋଇଥିବେ, ଭିନ୍ନକ୍ଷମ ମାନଙ୍କ ପାଇଁ ଓଡିଶା ରାଜ୍ୟ କମିଶନରଙ୍କ ପାଖରେ ଅନଲାଇନ ଅଭିଯୋଗ କରିପାରିବେ । ଏହି ସୁବିଧା କେବଳ ଦିବ୍ୟାଙ୍ଗମାନଙ୍କପାଇଁ ଉପଲବ୍ଧ । ଅଭିଯୋଗକାରୀଙ୍କୁ ନିଜ ନାମ, ବୟସ, ଠିକଣା, ଜିଲ୍ଲା, ଅକ୍ଷମତାର ପ୍ରକାର, ଭିନ୍ନକ୍ଷମ ପ୍ରମାଣପତ୍ର, ଜାରି କରିଥିବା ଅଧିକାରୀ ଓ ଅଭୋଯୋଗର ବିବରଣୀ ସହ ଅନଲାଇନ ଦରଖାସ୍ତ ଫର୍ମ ପୁରଣକରିବାକୁ ପଡିବ । Link:"scpdodisha.nic.in"How to register a complaint ରକ୍ତଦାତା ହିସାବରେ ନିଜକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପଞ୍ଜୀକୃତ କରାନ୍ତୁ ଆପଣ ନିଜକୁ ଜଣେ ରକତଦାତା ହିସାବରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୋର୍ଟାଲରେ ପଞ୍ଜୀକୃତ କରାଇପାରିବେ । ଜଣେ ପଞ୍ଜୀକୃତ ପୁନରାବୃତ୍ତ ରକ୍ତଦାତା ହିସାବରେ ଆପଣ ଚୟନୀତ ରକ୍ତବ୍ୟାଙ୍କ ଗୁଡିକରୁ ରକ୍ତବ୍ୟାଙ୍କ ସୁବିଧାସୁଯୋଗ ପାଇ ପାରିବେ । Link:"www.odishablooddonors.org/Registration.aspx" ଓଡିଶାରେ ନିଯୁକ୍ତି ଖୋଜିବା ପାଇଁ ଅନଲାଇନ ପଞ୍ଜୀକରଣ ନିଯୁକ୍ତି ଖୋଜୁଥିଲେ ରାଜ୍ୟ ସରକାରଙ୍କ ନିଯୁକ୍ତି ନିର୍ଦ୍ଦେଶାଳୟଙ୍କ ରାଜ୍ୟ ନିଯୁକ୍ତି ମିସନରେ ନିଜକୁ ପଞ୍ଜିଭୂକ୍ତ କରାଇପାରିବେ ସେଥିପାଇଁ ନିଜର ସମସ୍ତ ବିବରଣ, ଯଥା ନାମ, ଠିକଣା ଇତ୍ୟାଦି ଦେବାକୁ ପଡିଥାଏ । Link: "www.empmissionodisha.gov.in/Mission" "www.labour.odisha.gov.in" ଅନଲାଇନ ସାଧାରଣ ଭବିଷ୍ୟନିଧି ବିବରଣୀ ନିଜର ସାଧାରଣ ଭବିଷ୍ୟନିଧିର ବିବରଣୀ ଅନଲାଇନରେ ପାଇପାରିବେ । ସେଥିପାଇଁ ନିଜ ନାମ, ଠିକଣା,ସାଧାରଣ ଭବିଷ୍ୟନିଧି ନମ୍ବର,ଜନ୍ମ ତାରିଖ, ମୋବାଇଲ ନମ୍ବର, ଇ-ମେଲ ଠିକଣା ଓ ପ୍ୟାନ କାର୍ଡ ବିବରଣୀ ଦେବାକୁ ପଡିଥାଏ । Link: "www.epfindia.com" ଓଡିଶାର ଜମି ବିବରଣୀ ଅନଲାଇନ ପ୍ରାପ୍ତି: ଓଡିଶାର ବିଭିନ୍ନ ଜିଲ୍ଲା, ତହସିଲ, ଉପଖଣ୍ଡ, ଗ୍ରାମର ନାମ, ଖାତା ନମ୍ବର/ ପ୍ଲଟ ନମ୍ବର ଇତ୍ୟାଦି ବିବରଣୀ ଦେଇ ଏହି ସେବା ରେ ଜମିର ସମସ୍ତ ବିବରଣୀ ପାଇପାରିବେ । ଏଥିରେ ଆପଣ ଜମିର ନକ୍ସା ମଧ୍ୟ ପାଇପାରିବେ । Link:"bhulekh.in" ବିଦ୍ୟୁତ ଓ ଜଳ ଦେୟ ପଇଠ: ଏହାଦ୍ଵାରା ଆପଣ ଜଳ କିମ୍ବା ବିଦ୍ୟୁତ ଦେୟ ପଇଠ କରିପାରିବେ । ସେଥିପାଇଁ ଆପଣଙ୍କୁ ଜଳ କିମ୍ବା ବିଦ୍ୟୁତ ସିଲେକ୍ଟ କରି ପଇଠ କରିବାକୁ ପଡେ । Link:"www.odishaonline.gov.in/Site/Common_Quick_Pay.aspx" ଭୁବନେଶ୍ଵର ଉନ୍ନୟନ କର୍ତୃପକ୍ଷଙ୍କ ସହ ଯୋଗାଯୋଗ: ଏହା ମାଧ୍ୟମରେ ବ୍ୟବହାରକାରୀ ଭୁବନେଶ୍ଵର ଉନ୍ନୟନ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରିପାରିବେ । ସେମାନଙ୍କ ଠିକଣା, ଇ-ମେଲ, ଫୋନ ନମ୍ବର ଇତ୍ୟାଦି ଏହାଦ୍ଵାରା ମିଳିବ । Link:"www.bda.bbsr.in" ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ରେ ଆପତ୍ତି/ ଅଭିଯୋଗ: ଓଡିଶାରେ ପ୍ରଚଳିତ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ଉପରେ କୌଣସି ଆପତ୍ତି/ ଅଭିଯୋଗ ଥିଲେ ବ୍ୟବହାରକାରୀ ଏହାଦ୍ୱାରା ଜଣାଇପାରିବେ । ଏଥିପାଇଁ ନିଜ ନାମ, ଠିକଣା, ଫୋନ ନମ୍ବର, ଜିଲ୍ଲା, ବ୍ଲକ ଓ ଅଭିଯୋଗର ବିବରଣୀ ଦେବାକୁ ହୁଏ । ଏଥିରେ ବ୍ୟବହାରକାରୀ ଅଭିଯୋଗ ସିଦ୍ଧ କରୁଥିବା ନଥି ମଧ୍ୟ ଅପ-ଲୋଡ ହୋଇପାରିବ Link:"www.rdodisha.gov.in" ପରିବହନ ବିଭାଗର ୱେବ-ସାଇଟ: ରାଜ୍ୟର ଏକ ଦୀର୍ଘକାଳୀନ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ସମୃଦ୍ଧି ପାଇଁ ଏକ ଦକ୍ଷ ଓ ଉଦ୍ୟୋଗୀ ପରିବହନ ବ୍ୟବସ୍ଥା ଜରୁରୀ । ଏହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଜୀବନଧାରା ଉପରେ ପଡିଥାଏ । ଏହାର ସାମଗ୍ରିକ ପ୍ରଭାବ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଉପରେ ପଡିଥାଏ । Link: "www.orissatransport.nic.in" "www.vahan.ori.nic.in" Support Call (Mobile): +91-7735557799 ଅନଲାଇନ ପଡି କାର୍ଡ ଦରଖାସ୍ତ: ଏହି ୱେବ-ସାଇଟ, ଟି ଓଡିଶା ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ଵାରା ପରିଚାଳିତ । ଏଥିରେ ବ୍ୟବହାରକାରୀ ନିଜଦ୍ଵାରା କରାଯାଇଥିବା ଦରଖାସ୍ତର ସ୍ଥିତି ଜାଣିପାରିବେ । Link:"www.foododisha.in" ବିବାହ ପ୍ରମାଣପତ୍ର ଦରଖାସ୍ତ: ଜିଲ୍ଲା ପ୍ରଶାସନ ପକ୍ଷରୁ ଚଲାଯାଉଥିବା ଏହି ପୋର୍ଟାଲ ଦ୍ଵାରା ବ୍ୟବହାରକାରୀ ନିଜର ବିବାହ ବିବାହ ପ୍ରମାଣପତ୍ର ଦରଖାସ୍ତ କରିପାରିବେ ଓ ଏହାର ସ୍ଥିତି ମଧ୍ୟ ଜାଣି ପାରିବେ । Link:"www.bmc.gov.in/OnlineMarriageCertificate.aspx" ଓଡିଶାର ଇ-ଜିଲ୍ଲା ୱେବ-ସାଇଟ ଏହି ପୋର୍ଟାଲ ଗୁଡିକ ଜିଲ୍ଲା ଦ୍ଵାରା ପରିଚାଳିତ । ଜିଲ୍ଲା ସହ ସମ୍ବନ୍ଧିତ ସମସ୍ତ ନାଗରିକ ସେବା ଏକ ସମନ୍ଵିତ ଢଙ୍ଗରେ ପ୍ରଦାନ କରିଥାନ୍ତି, ଯଥା ଜାତି ପ୍ରମାଣପତ୍ର, ରୋଜଗାର ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, କରଦାନ କ୍ଷମତା ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଇତ୍ୟାଦି ଦରଖାସ୍ତ କରିପାରିବେ ଓ ପାଇପାରିବେ । Link:"www.(name of district).nic.in" ଅପରାଧ/ ଅପରାଧୀ ଚିହ୍ନଟିକରଣ ଓ ପିଛା: ଓଡିଶା ପୁଲିସ CCTNS ନାମରେ ଏକ ପୋର୍ଟାଲ ପରିଚାଳନା କରୁଛି । ଏହା ଏକ ବିଶେଷ କାର୍ଯ୍ୟ ପ୍ରଣାଳୀ ଅନ୍ତର୍ଗତ କାର୍ଯ୍ୟ କରିଥାଏ । Link:"www.odishpolice.gov.in" ଶ୍ରୀ ଜଗନ୍ନାଥ ମନ୍ଦିର ପୋର୍ଟାଲ: ଏହି ପୋର୍ଟାଲ ମାଧ୍ୟମରେ ବ୍ୟବହାରକାରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଦାନ ଦେଇ ପାରିବେ । Link:"www.jagannath.nic.in" ଆଧାର – ଓଡିଶା ସରକାର