অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶାର ପ୍ରଥମ ଅନଲାଇନ୍‌ ସପିଙ୍ଗ୍‌ ଷ୍ଟୋର୍‌ ‘iHomeshop’

ଓଡ଼ିଶାର ପ୍ରଥମ ଅନଲାଇନ୍‌ ସପିଙ୍ଗ୍‌ ଷ୍ଟୋର୍‌ ‘iHomeshop’

ଅନଲାଇନ ସପିଙ୍ଗ୍‌

ସପିଙ୍ଗ୍‌ କରିବାକୁ କାହାକୁ ବା ଭଲ ନ ଲାଗେ। ନିଜ ଘରର ଆରାମ ମଧ୍ୟରେ ରହି ସପିଙ୍ଗ୍‌ କରିବା  ଆହୁରି ଅଧିକ ମଜାଦାର ଅନୁଭବ ହେଇଥାଏ। ଅନଲାଇନ ସପିଙ୍ଗ୍‌ ର ଲୋକପ୍ରିୟତା କିଛି ବର୍ଷ ମଧ୍ୟରେ ବହୁତ ବୃଦ୍ଧି ହୋଇଛି। ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ ଆଦି ଏ କ୍ଷେତ୍ରର ବିରାଟ ଖେଳାଳୀଙ୍କ ନାମ। ତେବେ ଆମ ନିଜ ରାଜ୍ୟ ଓଡ଼ିଶାରେ ଆରମ୍ଭ ହେଇଛି ଏପରି ଏକ ଅନଲାଇନ ସପିଙ୍ଗ୍‌ ୱେବସାଇଟ।

ରାଜଧାନୀରେ ଏକ ମେଗା ଅନଲାଇନ୍‌ ଷ୍ଟୋର୍‌

ରାଜଧାନୀରେ ଆରମ୍ଭ ହୋଇଛି ଏକ ମେଗା ଅନଲାଇନ୍‌ ଷ୍ଟୋର୍‌ ଆଇହୋମ୍‌ସପ୍‌

(www.Ihomeshop.co.in)। ଏଥିରେ ଲୋକମାନେ ଘରେ ବସି ସପିଙ୍ଗ କରିପାରିବେ ଓ ଡେଲିଭରି ମଧ୍ୟ ହାସଲ କରିପାରିବେ। ଏହି ମେଗା ଅନଲାଇନ ଷ୍ଟୋରରେ ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଇଲେକ୍‌ଟ୍ରୋନିକ୍ସ, ଗୃହୋପଯୋଗୀ ଯନ୍ତ୍ରାଂଶ, ନିତ୍ୟ ବ୍ୟବହାର ଜିନିଷ, ଫେସନ ସାମଗ୍ରୀ, ଜୁଏଲାରୀ, ରୋଷେଇ ଘରର ପ୍ରତ୍ୟେକ ଉପକରଣ ଖରିଦ କରାଯାଇପାରିବ।

କମ୍ପାନୀର ସିଇଓ ହେଉଛନ୍ତି ମଳୟ ରଞ୍ଜନ ବିଶ୍ଵାଳ ଓ ସିଓଓ ହେଲେ ଦୀପକ ବିଶ୍ଵାଳ। ଏହି ଅଭିନବ ପ୍ରୟାସକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପାନିକୁ ପ୍ରାୟ ୬ ମାସରୁ ଅଧିକ ସମୟ ଲାଗିଥିଲା। ଏହି ଅନ୍‌ଲାଇନ ସେବା ପ୍ରଥମ ପର୍ଯ୍ୟାୟରେ କେବଳ ଭୁବନେଶ୍ୱରରୁ ଆରମ୍ଭ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ କଟକ, ପୁରୀ, ଖୋର୍ଦ୍ଧା ଏବଂ ଓଡ଼ିଶାର ସମସ୍ତ ସହରରେ ପହଞ୍ଚିବ। ବିଶେଷ କରି ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ଅନ୍‌ଲାଇନ ସେବା ପହଞ୍ଚାଇବା ପାଇଁ କମ୍ପାନୀପ୍ରୟାସ କରୁଛି।

ଆଧାର

ଓଡିଶା ରିପୋଟର

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate