ହୋମ / ଇ-ଗଭର୍ଣ୍ଣ।ନ୍ସ / ଇ- ଶାସନ ସେବା ଅନଲାଇନ / କରୋନା (COVID-19)ପଞ୍ଜୀକରଣ ଏବଂ ଜରୁରୀ ପାସ
ସେଆର କରନ୍ତୁ

କରୋନା (COVID-19)ପଞ୍ଜୀକରଣ ଏବଂ ଜରୁରୀ ପାସ

କରୋନ ସଂକ୍ରମଣକୁ ରୋକିବା ପାଇଁ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ପଞ୍ଜିକରଣ ବିଷୟରେ ସୂଚନା ।

ବିଦେଶରୁ ଆସୁଥିବା ବ୍ୟକ୍ତି ନିୟମ ଉଲଂଘନ କଲେ

  • ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ।
  • ପନ୍ଦର ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା ଉଲଂଘନକାରୀ ଦଣ୍ଡିତ ହେବେ ।

COVID-19ର ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ

ଅସାଧାରଣ ପରିସ୍ଥିତିରେ ଅସାଧାରଣ ପଦକ୍ଷେପ ଜରୁରୀ ଅଟେ । ଓଡିଶାବାସୀଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।

ରାଜ୍ୟରେ COVID-19ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ  ପରିସ୍ଥିତିରେ ବିଦେଶରୁ ଓଡିଶାକୁ ଆସୁଥିବା ବ୍ୟକ୍ତି ମାନେ ହିଁ ସଂକ୍ରମଣର ପ୍ରମୁଖ କାରଣ ଅଟନ୍ତି । କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ଵର ବିଭିନ୍ନ ଦେଶରେ ସ୍କୁଲ୍ କଲେଜ ବନ୍ଦ ହେବା ସହିତ ଘରେ ରହି ଅଫିସ୍ କାର୍ଯ୍ୟ ସଂପାଦନ କରିବା ପାଇଁ Professional ମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡିଶାକୁ ଫେରି ଆସିବାର ସମ୍ଭାବନା ରହିଛି ।

ବିଦେଶରୁ ରାଜ୍ୟକୁ ଆସୁଥିବା ଯାତ୍ରୀମାନଙ୍କୁ ସଚେତନ କରିବା, ସଂକ୍ରମଣ ମୁକ୍ତ କରିବା ଏବଂ Quarantineରେ ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ପରିସ୍ଥିତିକୁ ଫଳପ୍ରଦ ଭାବରେ ତଦାରଖ କରିବା ପାଇଁ ରାଜ୍ୟ ସରକାର ନିମ୍ନୋକ୍ତ ନିୟମାବଳୀ ଲାଗୁ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେଗୁଡିକ ହେଲା : -

  1. ବିଦେଶରୁ ଓଡିଶାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୧୦୪କୁ କଲ କରନ୍ତୁ ମାଗଣା କିମ୍ବା Online Portal ଲିଙ୍କ କ୍ଲିକଜରିଆରେ ସେମାନଙ୍କ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି ।
  2. ବିଦେଶରୁ ଓଡିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ଏହି ପଞ୍ଜିକରଣ କରାଯିବା ଆବଶ୍ୟକ । ଏଥିରେ ସଂପୃକ୍ତ ବ୍ୟକ୍ତି ଙ୍କର ଟେଲିଫୋନ ନମ୍ବର ଏବଂ ସମସ୍ତ ଆବଶ୍ୟକ ତଥ୍ୟ ରହିବା ଜରୁରୀ । ପହଞ୍ଚିବାର ୧୪ ଦିନ ପର୍ଯ୍ୟନ୍ତ ସେମାନେ ନିଜ ଘରେ ସଂପୁର୍ଣ୍ଣ ଅଲଗା ରହିବା (Home Quarantine) ଆବଶ୍ୟକ । ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ଆଗୁଆ ପଞ୍ଜିକରଣ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ହେବ ଏବଂ ପରିସ୍ଥିତିକୁ ଭଲଭାବରେ ତଦାରଖ କରିବାପାଇଁ ସହାୟକ ହେବ ।
  3. ପଞ୍ଜିକରଣ ଏବଂ Home Quarantine ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ପନ୍ଦର ହଜାର ଟଙ୍କା ପ୍ରୋତ୍ସାହନ ଭାବରେ ଦିଆଯିବ ।
  4. Home Quarantine ସମୟରେ ନିୟମିତ ଭାବରେ ସେମାନଙ୍କର ଅବସ୍ଥିତି ସଂପର୍କରେ ଯାଞ୍ଚ କରାଯିବ ଏବଂ ନିର୍ଦ୍ଦିଷ୍ଟ ସଂଖ୍ୟକ phone call ଜରିଆରେ ସେମାନଙ୍କ ଉପରେ ନଜର ରଖାଯିବ ଏବଂ ଆବଶ୍ୟକ ଡାକ୍ତରୀ ପରାମର୍ଶ ଦିଆଯିବ ।
  5. ମାର୍ଚ୍ଚ ୪ ତାରିଖ ଦିନ କିମ୍ବା ତା ପରେ ରାଜ୍ୟରେ ପ୍ରବେଶ କରିଥିବା ବ୍ୟକ୍ତିମାନଙ୍କୁ ପଞ୍ଜିକରଣ କରିବା ପାଇଁ ଦିଆଯାଇଛି । ଏହାଦ୍ଵାରା ଏହି ସମୟ ମଧ୍ୟରେ ବିଦେଶରୁ ରାଜ୍ୟରେ ପ୍ରବେଶ କରିଥିବା ସମସ୍ତ ବ୍ୟକ୍ତି ମାନଙ୍କ ଅବସ୍ଥିତି ଯାଞ୍ଚ କରାଯିବା ସହିତ ସେମାନଙ୍କ ସ୍ଵାସ୍ଥ୍ୟ ଉପରେ ନଜର ରଖାଯାଇପାରିବ । ସେମାନଙ୍କୁ Home Isolation ସଂପର୍କରେ ସଚେତନ କରାଯାଇ ପରିସ୍ଥିତିର ଫଳପ୍ରଦ ତଦାରଖ କରାଯାଇପାରିବ ।
  6. ଆବଶ୍ୟକ କ୍ଷେତ୍ରରେ ଯାତ୍ରୀମାନଙ୍କର ଆତ୍ମୀୟ ଓ ବନ୍ଧୁମାନେ ମଧ୍ୟ ସେମାନଙ୍କ ପାଇଁ ପଞ୍ଜିକରଣ କରିପାରିବେ ।
  7. ଏହି ନିୟମାବଳୀକୁ ଉଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ଭାରତୀୟ ପିଙ୍ଗଳ କୋର୍ଡ ଓ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ।
  8. ବିଦେଶରୁ ଆସୁଥିବା ଯାତ୍ରୀମାନେ COVID-19ର ବାହକ ହେବାର ବହୁତ ଆଶଂକା ରହିଛି । ତେଣୁ ଓଡିଶାବାସୀଙ୍କୁ ସଂକ୍ରମଣରୁ ରକ୍ଷାକରିବା ପାଇଁ ରାଜ୍ୟ ସରକାର ଏହିସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହି ନିୟମାବଳୀ ଆସନ୍ତା ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆବଶ୍ୟକ ହେଲେ ଏହି ସମୟ ସୀମା ଆହୁରି ବୃଦ୍ଧି କରାଯାଇପାରେ ।

COVID-19 ପଞ୍ଜୀକରଣ ପୋର୍ଟାଲ

ଅନ୍ଲାଇନ COVID-19 ପଞ୍ଜୀକରଣ ପୋର୍ଟାଲ

ବିଦେଶରୁ ଓଡିଶାକୁ ଆସୁଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ଏହି ନିୟମାବଳୀକୁ କଡାକଡିଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରୁଛନ୍ତି ଏବଂ କରୋନା ଭାଇରସ୍ ସଂକ୍ରମଣରୁ ସୁରକ୍ଷିତ ରଖିବାପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ସମସ୍ତଙ୍କ ସହଯୋଗ କାମନା କରୁଛନ୍ତି ।

କରୋନା ଭୂତାଣୁ ପାଇଁ ଜରୁରୀ ପାସ ଇସୁ

କରୋନା ଭୂତାଣୁ ପାଇଁ ରାଜ୍ୟ ଏବଂ ସାରା ଦେଶ ବନ୍ଦ ରହିଛି । ସବୁ ଦେଶ ବାସୀଙ୍କୁ ଘରୁ ବାହାରିବା ପାଇଁ ମନା କରାଯାଇଛି । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ଜରୁରୀ ପରିସ୍ଥିତିରେ  ବାହାରିବା ପାଇଁ ଗାଇଡଲାଇନ ଅନୁସାରେ ପୋଲିସ କଣ୍ଟ୍ରୋଲ ରୁମରୁ ପାସ ଇସୁ କରିପାରିବେ ।

ଲକ ଡାଉନ ସମୟରେ ଯାତାୟାତ କରିବା ପାଇଁ ଛାଡ ପାଇବା ବର୍ଗଙ୍କ ତାଲିକା

ଛାଡ ପାଇବାକୁ ଥିବା ବର୍ଗ

କଣ ଦେଖାଇ ଯାଇ ପାରିବେ

ସମସ୍ତ ସ୍ୱାସ୍ଥ୍ୟ ଏବଂ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସେବା, ଔଷଧ ବିକ୍ରି ଓ ଯୋଗାଣ, ଟେଲିମେଡ଼ିସିନ ସେବା

ନିଜର ପରିଚୟପତ୍ର , ବିଭାଗୀୟ ଅନୁମତି ପତ୍ର, ପୋଲିସ ପ୍ରଦତ୍ତ ଅନୁମତି

ପ୍ରାଣୀ ଚିକିତ୍ସାଳୟ ଏବଂ ତତ ସମ୍ବନ୍ଧୀୟ ସେବା, ଔଷଧ ବିକ୍ରି ଓ ଯୋଗାଣ

ନିଜର ପରିଚୟପତ୍ର , ବିଭାଗୀୟ ଅନୁମତି

ପତ୍ର, ପୋଲିସ ପ୍ରଦତ୍ତ ଅନୁମତି

କେନ୍ଦ୍ରୀୟ ଅଫିସ, ଏହାର ସ୍ଵୟଂଶାସିତ ଏବଂ ଅଧସ୍ତନ ଅଫିସ: ସମସ୍ତ କର୍ମଚାରୀ

ନିଜର ପରିଚୟପତ୍ର , ବିଭାଗୀୟ ଅନୁମତି ପତ୍ର, ପୋଲିସ ପ୍ରଦତ୍ତ ଅନୁମତି ପତ୍ର

ରାଜ୍ୟ ସରକାରୀ ଅଫିସ ଏହାର ସ୍ଵୟଂଶାସିତ ଏବଂ ସ୍ଥାନୀୟ ସରକାରୀ ଅଫିସ

  • ପୋଲିସ, ହୋମ ଗାର୍ଡ, ସିଭିଲ ଡିଫେନସ, ଅଗ୍ନିଶମ ବିଭାଗ, ବିପର୍ଜୟ ପ୍ରଶମନ ବିଭାଗ, ମୁନିସିପାଲ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ଅନୁମତି ପ୍ରାପ୍ତ ଅଫିସ, ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ
  • ଏତଦବ୍ୟତୀତ ଅନ୍ୟାନ୍ୟ ସରକାରୀ ଅଫିସ ର ସୀମିତ ସଂଖ୍ୟା

ନିଜର ପରିଚୟପତ୍ର , ବିଭାଗୀୟ ଅନୁମତି ପତ୍ର, ପୋଲିସ ପ୍ରଦତ୍ତ ଅନୁମତି ପତ୍ର

ବାଣିଜ୍ୟିକ ପ୍ରତିଷ୍ଠାନ ଯଥା ବ୍ୟାଙ୍କ, NTPC, CCIL, ATM, SEBI, ଇଂସୁରାନ୍ସ କମ୍ପାନୀ, ଆର୍ଥିକ ଏବଂ କୋପରେଟିଭ କ୍ରେଡିଟ ସୋସାଇଟି

ନିଜର ପରିଚୟପତ୍ର , ବିଭାଗୀୟ ଅନୁମତି ପତ୍ର, ପୋଲିସ ପ୍ରଦତ୍ତ ଅନୁମତି ପତ୍ର

ଜନସାଧାରଣ ଉପଯୋଗୀତା ଯଥା ତୈଳ, ଗ୍ୟାସ, ବିଜୁଳି ଯୋଗାଣ, ନିଜର ପରିଚୟପତ୍ର , ବିଭାଗୀୟ ଅନୁମତି ପୋଷ୍ଟାଲ ସେବା, ମୁନସିପାଲିଟି ଜଳ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଦୂର  ସଂଚାର ଓ ଇଣ୍ଟରନେଟ ସେବା

ନିଜର ପରିଚୟପତ୍ର , ବିଭାଗୀୟ ଅନୁମତି ପତ୍ର, ପୋଲିସ ପ୍ରଦତ୍ତ ଅନୁମତି ପତ୍ର

  • ବାଣିଜ୍ୟିକ ଓ ବ୍ୟକ୍ତିଗତ ପ୍ରତିଷ୍ଠାନ ଯଥା ପିଡ଼ିଏସ ଅଧୀନ ରାସନ ଦୋକାନ, ଗ୍ରୋସରି ଫଳ, ପରିବା, କ୍ଷୀର, ମାଛ ମାଂସ, ପ୍ରାଣୀ ଖାଦ୍ୟ
  • ମଞ୍ଜି, ସାର ଓ ରସାୟନ, କୀଟନାଶକ ଦୋକାନ
  • ଢାବା (କେବଳ ବିତରଣ ପାଇଁ)
  • ଇ କମର୍ସ ଓ କୋରିୟର ସେବା, ଅନଲାଇନ ଡେଲିଭରି
  • ଖାଦ୍ୟ ଓ ଗ୍ରୋସେରି  ରିଟେଲର ଦୋକାନ
  • ବ୍ୟାଙ୍କ ମଧ୍ୟରେ ସମନ୍ଵୟ କାର୍ଯ୍ୟକଳାପ , ସଂଚାଳନ ଓ ନଗଦ ଅର୍ଥ ପରିଚାଳନା ସଂସ୍ଥା
  • ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମେଡ଼ିଆ
  • ଆଇଟି ସେବା (୫୦ % କର୍ମଚାରୀ )
  • ଡାଟା ଓ କଲ ସେଣ୍ଟର
  • କେବୁଲ ଅପରେଟର, ଡ଼ିଟିଏଚ ସେବା ଓ ଅପଟିକାଲ ଫାଇବର
  • ପେଟ୍ରୋଲ ପମ୍ପ, ଏଲପିଜି, ପେଟ୍ରୋଲିୟମ ସାମଗ୍ରୀ ସଂରକ୍ଷଣ
  • ଶକ୍ତି ଯୋଗାଣ ଓ ସଂରକ୍ଷଣ
  • SEBI ଅନୁବନ୍ଧିତ Capital ଆଣ୍ଡ Debt ମାର୍କେଟ
  • ଗ୍ରାମପଞ୍ଚାୟତ ସ୍ତରରେ ସରକାରୀ ସ୍ଵୀକୃତି ପ୍ରାପ୍ତ ସାଧାରଣ ସେବା (CSCS)
  • ଶୀତଳ ଭଣ୍ଡାର ଓ ବନ୍ଦର, ଏୟାରପୋର୍ଟ, ରେଲୱେ ଷ୍ଟେସନ ଆଦିରେ warehousing ସେବା
  • ଅଫିସ ଓ ଆବାସିକ ପ୍ରାଇଭେଟ ସୁରକ୍ଷା ସେବା
  • ହୋଟେଲ, ଲଜ
  • କ୍ଵାରେଣ୍ଟାଇନ ପାଇଁ ଉଦ୍ଦିଷ୍ଟ ସ୍ଥାନ
  • ଆତ୍ମନିଯୁକ୍ତି ଇଲେକ୍ଟ୍ରିସିଆନ , ସୂଚନାପ୍ରଯୁକ୍ତି ମରାମତି, ପାଣି ପାଇପ ମିସ୍ତ୍ରୀ, ମୋଟର ମେକାନିକ, ବଢେଇ/ କାଠ କାରିଗରୀ କାମ
  • ନିର୍ମାଣ ସରଞ୍ଜାମ (ସିମେଣ୍ଟ, ଲୁହା ରଡ଼, ଚିପସ ଇତ୍ୟାଦି) ଓ ଯୋଗାଣ ଦୋକାନ

ବାଣିଜ୍ୟକ ଅନୁମତି ପତ୍ର, ପୋଲିସ ପ୍ରଦତ୍ତ ଅନୁମତି ପତ୍ର ଦେଖାଇ ଯାଇପାରିବେ

ଆନ୍ତଃରାଜ୍ୟ ମାଲ ପରିବହନ କରି ପାରିବେ

  • ସମସ୍ତ ମାଲବାହୀ ଗାଡି
  • ଅଗ୍ନି, ଆଇନ ଶୃଙ୍ଖଳା ଓ ଜରୁରୀ ସେବା ପାଇଁ ଉଦ୍ଦିଷ୍ଟ ଗାଡି
  • ରେଳ ପରିବହନ ଓ ମାଲ ପରିବହନ, ବିମାନ ସେବା ଓ ରିଲିଫ ପରିବହନ
  • ବନ୍ଦର ଓ ଆନ୍ତଃରାଜ୍ୟ କଣ୍ଟେନର ଡିପୋ
  • ଏଲପିଜି, ଖାଦ୍ୟ ସାମଗ୍ରୀ, ମେଡିକାଲ ସାମଗ୍ରୀ ଯୋଗାଣ
  • ସମସ୍ତ ମାଲବାହୀ ଗାଡି, ଟ୍ରକ ଓ ଅନ୍ୟାନ୍ୟ ପରିବହନ ଯାନ । ମାଲ ଅନଲୋଡ ପରେ ଖାଲି ଗାଡି ମଧ୍ୟ ଚାଲି ପାରିବ
  • ଟ୍ରକ ମରାମତି ଦୋକାନ ଓ ହାଇୱେ ଢାବା
  • ସ୍ଵୀକୃତିପ୍ରାପ୍ତ ଆକାରୀଙ୍କ ଠାରୁ ଅନୁମତି ନେଇ ରେଳବାଇ, ବିମାନବନ୍ଦର, ବନ୍ଦର, ଜାହାଜ ରେ କାର୍ଯ୍ୟ ପାଇଁ ଶ୍ରମିକ ପରିବହନ ପାଇଁ ଉଦ୍ଦିଷ୍ଟ ଗାଡି

ସାମାଜିକ ପ୍ରତିଷ୍ଠାନ

  • ନାବାଳକ ଅକ୍ଷମ/ ମାନସିକ ଅନଗ୍ରସର ବରିଷ୍ଠ ନାଗରିକ/ ଅସହାୟ ମହିଳା/ ବିଧବା ଆଦିଙ୍କ ଆଶ୍ରୟସ୍ଥଳୀ
  • ବାଳ ଅପରାଧୀ ରହୁଥିବା ପର୍ଯ୍ୟବେକ୍ଷଣ ଗୃହ
  • ସାମାଜିକ ସୁରକ୍ଷା ପେନସନ ବଣ୍ଟନ (ବୃଦ୍ଧ। ବିଧବା/ ସ୍ଵାଧୀନତା ସଂଗ୍ରାମୀ / ଇପିଏଫଓ କର୍ମଚାରୀ)
  • ଅଙ୍ଗନବାଡି କେନ୍ଦ୍ର- ହିତାଧିକାରୀଙ୍କ ଘରେ ପ୍ରତି ୧୫ ଦିନରେ ଥରେ ଖାଦ୍ୟ ଓ ପୋଷଣ ବିତରଣ କରିବେ। ହିତାଧିକାରୀ ଅଙ୍ଗନବାଡି କେନ୍ଦ୍ରକୁ ଆସିବେ ନାହିଁ
  • ଉତ୍ପାଦ ଓ ବିକ୍ରୟ ପାଇଁ ମିଶନ ଶକ୍ତି ଅଧିନରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ

ବାଣିଜ୍ୟିକ ଅନୁମତି ପତ୍ର, ପୋଲିସ ପ୍ରଦତ୍ତ ଅନୁମତି ପତ୍ର ଦେଖାଇ ଯାଇପାରିବେ

କୃଷି ସମ୍ବନ୍ଧୀୟ, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ସମ୍ବନ୍ଧୀୟ, ଚାରାରୋପଣ, ପଶୁ ପାଳନ

ନିଜର ପରିଚୟପତ୍ର, ମୌଖିକ  ପରିଚୟ  ଦେଲେ ଛଡାଯିବ

ଅନଲାଇନ ଶିକ୍ଷା

ନିଜର ପରିଚୟପତ୍ର, ମୌଖିକ  ପରିଚୟ  ଦେଲେ ଛଡାଯିବ

ମନରେଗା

ନିଜର ପରିଚୟପତ୍ର, ମୌଖିକ  ପରିଚୟ  ଦେଲେ ଛଡାଯିବ

ଶିଳ୍ପ ଓ ଶିଳ୍ପ ସଂସ୍ଥା

  • ସମସ୍ତ ଶିଳ୍ପ ସଂସ୍ଥା
  • MSME
  • IT ହାର୍ଡୱେର
  • ଝୋଟ ଶିଳ୍ପ
  • ଇଟା ଭାଟି

ନିଜର ପରିଚୟପତ୍ର, ବିଭାଗୀୟ ଅନୁମତି ପତ୍ର, ପୋଲିସ ପ୍ରଦତ୍ତ ଅନୁମତି

ନିର୍ମାଣ କାର୍ଯ୍ୟ

  • ରାସ୍ତା , ଘର, ଶିଳ୍ପ ପ୍ରତିଷ୍ଠାନ
  • ଅକ୍ଷୟ ଶକ୍ତି

ନିଜର ପରିଚୟପତ୍ର , ବିଭାଗୀୟ ଅନୁମତି ପତ୍ର, ମୌଖିକ  ପରିଚୟ ଦେଲେ ଛଡାଯିବ

 

ଆଧାର – ଓଡ଼ିଶା ସରକାର

3.09523809524
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top