ଜାତୀୟ ଆଜୀବିକା ସେବାର ଲକ୍ଷ ହେଉଛି ଯେଉଁମାନଙ୍କର କାମ ଦରକାର ଓ ଯେଉଁମାନେ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିବେ, ତଥା ଯେଉଁମାନଙ୍କର ତାଲିମ ଓ ଦିଶାଜ୍ଞାନ ଦରକାର ଓ ଯେଉଁ ମାନେ ତାହା ଦେଇପାରିବେ; ସେମାନଙ୍କ ମଧ୍ୟରେ ଦୁରତ୍ଵ କମ କରିବା । ଏହି ସେବା କର୍ମ ସଂସ୍ଥାନ ଖୋଜୁଥିବା ଲୋକ, ନିଯୁକ୍ତିକର୍ତା, ପରାମର୍ଶଦାତା, ତାଲିମଦାତା ଓ ନିଯୁକ୍ତିଦାତା ସଂସ୍ଥା ଇତ୍ୟାଦିଙ୍କୁ ଗୋଟିଏ ମଞ୍ଚରେ ଏକାଠି କରାଇ ଥାଏ ଓ ସୂଚନା ସମ୍ମେଳନ ଦ୍ଵାରା ଲୋକଙ୍କ ସଶକ୍ତିକରଣ କରାଇ ଥାଏ ।
ଏହି ସେବା ଦେଶର ସମସ୍ତ ଲୋକଙ୍କୁ, ବିଶେଷକରି ଯୁବାବର୍ଗଙ୍କୁ ଏକ ଉତ୍ତମ ସଂଯୋଜିତ ସୂଚନା ପ୍ରଯୁକ୍ତି ସଂରଚନା ପୋର୍ଟାଲ ମାଧ୍ୟମରେ ଦେଶର ସମସ୍ତ ପ୍ରାନ୍ତରେ ଥିବା ଆଜୀବିକା କେନ୍ଦ୍ର, ବହୁଭାଷୀ କଲ୍ ସେଣ୍ଟର, ଏବଂ ଆଜୀବିକା ପରମର୍ଶଦାତାମାନଙ୍କ ଦ୍ଵାରା ପହଞ୍ଚିଥାଏ ।
ଆଧାର ଭିତ୍ତିକ ପ୍ରାମାଣିକରଣ ଦ୍ଵାରା ଏହି ପୋର୍ଟାଲ ନିଯୁକ୍ତି ଖୋଜୁଥିବା ବ୍ୟକ୍ତି, ନିଯୁକ୍ତି ପ୍ରଦାନକାରୀ, ପରାମର୍ଶଦାତା ଓ ତାଲିମ ପ୍ରଦାନକାରୀ ମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରାଇଥାଏ । ଏଥିରେ ପଞ୍ଜୀକରଣ ଅନ୍-ଲାଇନ ଓ ମାଗଣା । ଏହୋ ପୋର୍ଟାଲ ୫୩ ଟି ଶିଲ୍ପ ବିଭାଗ ଯଥା ସୂଚନା ପ୍ରଯୁକ୍ତି, ବସ୍ତ୍ରଶିଳ୍ପ, ଜଣ ବାହନ, ଔଷଧ ତଥା ଅନ୍ୟାନ୍ୟ କ୍ଷେତ୍ର ରେ ୩୦୦୦ ରୁ ଅଧିକ ନିଯୁକ୍ତି ବିକଳ୍ପ ଉପରେ ସୂଚନା ପ୍ରଦାନ କରିଥାଏ । ନିଯୁକ୍ତି ଖୋଜୁଥିବା ବ୍ୟକ୍ତି ଏହା ମାଧ୍ୟମରେ ଶିଳ୍ପ ବାତାବରଣ ବିଷୟରେ ସଚେତନ ହୋଇପାରିଥାଏ ।
ଯଦି କୌଣସି ବ୍ୟକ୍ତି ଅନ୍-ଲାଇନ ପଞ୍ଜୀକରଣ କରି ନ ପାରନ୍ତି, ତେବେ ସେ ନିକଟସ୍ଥ ନିଯୁକ୍ତି କେନ୍ଦ୍ର କୁ ଯାଇ ସେଠାରୁ ନିଯୁକ୍ତି, ଆଜୀବିକା, ନିଯୁକ୍ତି ମେଳା ତଥା ଅନ୍ୟାନ୍ୟ ନିଯୁକ୍ତି ସମ୍ପର୍କୀୟ ତଥ୍ୟାବଳି ପାଇପାରିବେ । ସରକାର ବର୍ତମାନ ନିଯୁକ୍ତି ମେଳା, ନିଯୁକ୍ତି କାର୍ଯ୍ୟ।ଳୟ, ବିଶ୍ଵ ବିଦ୍ୟାଳୟ ନିଯୁକ୍ତି ସୂଚନା ବ୍ୟୁରୋ ଗୁଡିକୁ ନିଯୁକ୍ତି କେନ୍ଦ୍ର ରୂପେ ରୂପାନ୍ତର କରୁଛନ୍ତି । ନିଯୁକ୍ତି କେନ୍ଦ୍ର ଗୁଡିକ ସମ୍ପର୍କରେ ସୂଚନା ପାଇଁ ଏଠାରେ କ୍ଲିକ କରନ୍ତୁ ।
ଏହା କୌଣସି କାରଣରୁ ପଞ୍ଜୀକରଣ କରି ପାରୁନଥିବା ବ୍ୟକ୍ତି କିମ୍ବା ନିଯୁକ୍ତି ସମ୍ପର୍କିତ ଅନ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ସାହାଜ୍ୟ କରିବା ପାଇଁ ଉଦ୍ଦିଷ୍ଟ । ଏହି ସେବା ବୁଧବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୮.୦୦ ରୁ ସନ୍ଧ୍ୟା ୮.୦୦ ପର୍ଯ୍ୟନ୍ତ 1800-425-1514 ମାଧ୍ୟମରେ ଉପଲବ୍ଧ ।
ନିଯୁକ୍ତି ଖୋଜୁଥିବା ବ୍ୟକ୍ତି:
ବର୍ତ୍ତମାନ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିମାନେ ୫୩ ଟି ଶିଲ୍ପ ବିଭାଗ ଯଥା ସୂଚନା ପ୍ରଯୁକ୍ତି, ବସ୍ତ୍ରଶିଳ୍ପ, ଜଣ ବାହନ, ଔଷଧ ତଥା ଅନ୍ୟାନ୍ୟ କ୍ଷେତ୍ର ରେ ୩୦୦୦ ରୁ ଅଧିକ ନିଯୁକ୍ତି ବିକଳ୍ପ ବିଷୟରେ ଏହି ମଞ୍ଚରୁ ସୂଚନା ପାଇପାରିବେ । ଏଥିରେ ଅନ୍-ଲାଇନ ପଞ୍ଜୀକରଣ କରିପାରନ୍ତି ନତୁବା ନିଯୁକ୍ତି କେନ୍ଦ୍ରରେ କିମ୍ବା ସାଧାରଣ ସେବା କେନ୍ଦ୍ରରେ ଅଫ୍-ଲାଇନ ମାଧ୍ୟମରେ ନିମ୍ନୋକ୍ତ ସେବା ପାଇପାରିବେ :
ଏହା ସମ୍ବନ୍ଧରେ ଅଧିକ ଓ ସବିଶେଷ ତଥ୍ୟ ପାଇଁ ଏଠାରେ କ୍ଲିକ କରନ୍ତୁ ।
ନିଯୁକ୍ତି ପ୍ରଦାନକାରୀ
ଏହି ଦେଶବ୍ୟାପୀ ତଥ୍ୟ କୁ ଆଧାର କରି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ମାନେ ସେମାନଙ୍କ ପାଇଁ ଉପଯୁକ୍ତ ଓ କୁଶଳୀ କର୍ମଚାରୀ ପାଇ ପାରିବେ । ସେମାନେ ଏଥିରେ ଅନ୍-ଲାଇନ ପଞ୍ଜୀକରଣ କରିପାରନ୍ତି ନତୁବା ଅଫ୍-ଲାଇନ ମାଧ୍ୟମରେ ନିମ୍ନୋକ୍ତ ସେବା ପାଇପାରିବେ :
ଏହା ସମ୍ବନ୍ଧରେ ଅଧିକ ଓ ସବିଶେଷ ତଥ୍ୟ ପାଇଁ ଏଠାରେ କ୍ଲିକ କରନ୍ତୁ ।
ପରାମର୍ଶଦାତା:
ପରାମର୍ଶଦାତା ହେଉଛନ୍ତି ଜଣେ ତାଲିମପ୍ରାପ୍ତ ବୃତ୍ତିଧାରୀ ବ୍ୟକ୍ତି ଯିଏକି ଆପଣଙ୍କୁ ସକାରାତ୍ମକରୂପେ ଆପଣଙ୍କ ନିଯୁକ୍ତି ଦିଗରେ ବିଭିନ୍ନ ଦ୍ଵନ୍ଦ, ନିଜର ଦକ୍ଷତା ବୃଦ୍ଧି, ଆତ୍ମସଚେତନତା, କୌଶଳ ବିକାଶ ଇତ୍ୟାଦି ସମସ୍ୟା ସମାଧାନ ଉପରେ ଉପଯୁକ୍ତ ପରାମର୍ଶ ଦେଇପାରନ୍ତି । ଏହି ପୋର୍ଟାଲ ମାନସ-ମିତି (psychometric) ତଥା ଅନ୍ୟାନ୍ୟ ନିରୀକ୍ଷଣ କରିବା ପାଇଁ ସଜ୍ଜିତ ଓ ସେଥିସହ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ କେଉଁ ପ୍ରକାରର କାର୍ଯ୍ୟ ଉପଯୁକ୍ତ, ନିଜର ସାମର୍ଥ୍ୟ କଣ, ତାହା ଜାଣିବାରେ ସାହାଯ୍ୟ କରିଥାଏ । ଏହି ପରିକ୍ଷଣର ଫଳାଫଳ ନିଯୁକ୍ତି ଖୋଜୁଥୁବା ବ୍ୟକ୍ତିଙ୍କ ବିବରଣୀ ସହ ପୋର୍ଟାଲରେ ଅପ୍ଲୋଡ କରାଯାଏ । ଏଥି ସହ ପରମର୍ଶଦାତା ନିଯୁକ୍ତି ଖୋଜୁ ଥିବା ବ୍ୟକ୍ତିଙ୍କର ଦୁର୍ବଳତା ମଧ୍ୟ ଜାଣିପାରନ୍ତି ଯଦ୍ୱାରା ସେମାନେ ସେହି ବ୍ୟକ୍ତିଙ୍କୁ ଉପଯୁକ୍ତ ପରାମର୍ଶ ଦେଇପାରନ୍ତି ।
ଯେଉଁ ପରାମର୍ଶଦାତାମାନେ ଏହି ପୋର୍ଟାଲ ରେ ପଞ୍ଜୀକୃତ ସେମାନେ ନିମ୍ନୋକ୍ତ ସେବା ପାଇ ପାରିବେ:
ଏହା ସମ୍ବନ୍ଧରେ ଅଧିକ ଓ ସବିଶେଷ ତଥ୍ୟ ପାଇଁ ଏଠାରେ କ୍ଲିକ କରନ୍ତୁ।
ନିଯୁକ୍ତି କେନ୍ଦ୍ର:
ନିଯୁକ୍ତି ଖୋଜୁଥିବା ବ୍ୟକ୍ତିଙ୍କ ଆଗ୍ରହ, ସୁଯୋଗ ଓ ବୃତ୍ତିଗତ ପାରସ୍ପରିକ ବିଚାର ବିମର୍ଶ ଦିଗରେ ନିଯୁକ୍ତି କେନ୍ଦ୍ର ଗୁଡିକ ବିଭିନ୍ନ ସଂବ୍ୟବସାୟିକ ସେବା ପ୍ରଦାନ କରିଥାନ୍ତି । ପଞ୍ଜୀକୃତ ହୋଇ ନିଯୁକ୍ତି କେନ୍ଦ୍ର ଗୁଡିକ ନିମ୍ନୋକ୍ତ ସେବାଗୁଡିକ ପାଇପାରିବେ:
ନିଯୁକ୍ତି କେନ୍ଦ୍ର ବିଷୟରେ ଦିଶାନିର୍ଦ୍ଦେଶ ପାଇଁ ଏଠାରେ କ୍ଲିକ କରନ୍ତୁ ।
ଏହି ସେବା ସମୂହ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ।
କୌଶଳ ପ୍ରଦାତା:
ଯେଉଁମାନେ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଶେଷ ତାଲିମ ଦିଅନ୍ତି, ସେମାନଙ୍କ ପାଇଁ ଏହି ମଞ୍ଚରେ ନିମ୍ନୋକ୍ତ ସୁଧା ଉପଲବ୍ଧ:
ଏହି ସେବା ସମୂହ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ।
ନିଯୁକ୍ତି ଯୋଗାଉଥିବା ସଂସ୍ଥା:
ନିଯୁକ୍ତି ଯୋଗାଉଥିବା ସଂସ୍ଥା ଗୁଡିକ ବେସରକାରୀ । NCS ପୋର୍ଟାଲ ଏହି ସଂସ୍ଥା ମାନଙ୍କୁ ଉପଯୁକ୍ତ ପ୍ରାର୍ଥୀ/ ପ୍ରତାଶୀଙ୍କୁ ଚିହ୍ନଟ କରିବା, ନିଯୁକ୍ତି ପ୍ରଦାନ କରିବା ଦିଗରେ ସାହାଯ୍ୟ କରିଥାଏ । ପଞ୍ଜୀକୃତ ହୋଇ ନିଯୁକ୍ତି ଯୋଗାଉଥିବା ସଂସ୍ଥା ଗୁଡିକ ନିମ୍ନୋକ୍ତ ସେବାଗୁଡିକ ପାଇପାରିବେ:
ଏହା ସମ୍ବନ୍ଧରେ ଅଧିକ ଓ ସବିଶେଷ ତଥ୍ୟ ପାଇଁ ଏଠାରେ କ୍ଲିକ କରନ୍ତୁ ।
ସରକାରୀ ବିଭାଗ:
ଏହି ପୋର୍ଟାଲ ମାଧ୍ୟମରେ ସରକାରୀ ସଂସ୍ଥାଗୁଡ଼ିକ ନିଜ ଚାହିଦା ମୁତାବକ ପ୍ରାର୍ଥୀ/ ପ୍ରତ୍ୟାଶୀ ଖୋଜି ପାରିବେ ଓ ନିଯୁକ୍ତ କରି ପାରିବେ । ଏଥି ପାଇଁ ସେମାନଙ୍କୁ ଏହି ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିଥାଏ ଓ ପଞ୍ଜୀକୃତ ହେଲେ ନିମ୍ନୋକ୍ତ ସେବାଗୁଡିକ ପାଇପାରିବେ:
ଏହା ସମ୍ବନ୍ଧରେ ଅଧିକ ଓ ସବିଶେଷ ତଥ୍ୟ ପାଇଁ ଏଠାରେ କ୍ଲିକ କରନ୍ତୁ ।
ଆଞ୍ଚଳିକ ସେବା:
ଏକ ଅନନ୍ୟ ସେବା ଭାବେ ଏହି ପୋର୍ଟାଲ ଘରୋଇ ସେବା ଯଥା: ଡ୍ରାଇଭର, ପାଣି ଯୋଗାଣ/ ମରାମତି, ବିଦ୍ୟୁତ ମିସ୍ତ୍ରୀ, ବଢେଇ ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ପରିବାର ମାନଙ୍କୁ ଗୋଟିଏ ମଞ୍ଚକୁ ଆଣେ । ଏହାଦ୍ୱାରା ଘରୋଇ କ୍ଷେତ୍ରରେ ଆବଶ୍ୟକ ପଡୁଥିବା ବିଭିନ୍ନ ସେବାର ଚାହିଦା ମେଣ୍ଟିଥାଏ ତଥା ଏହା ତୃଣମୂଳ ସ୍ତରରେ ବସ କରୁଥିବା ଲିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ସୁରକ୍ଷା ଦୃଷ୍ଟିରୁ ଏହାକୁ ଆଧାର ପ୍ରାମାଣିକରଣ ଦ୍ଵାରା ନିଶ୍ଚିତ କରାଯାଏ ।
ଏହା ସେବା ପାଇଁ ଏଠାରେ କ୍ଲିକ କରନ୍ତୁ ।
ଉଦ୍ୟୋଗୀ ମାନଙ୍କ ପାଇଁ ସୂଚନା:
ପ୍ରଯୁକ୍ତି, ବିତ୍ତ ଓ ଖୋଲା ବଜାର କୁ ଅଧିକ ଅଭିଗମ୍ୟତା ଥାଇ ଆତ୍ମନିଯୁକ୍ତ ବ୍ୟକ୍ତି ମାନଙ୍କ ମଧ୍ୟରେ ବୃଦ୍ଧି ଓ ହୋଇ ଅନ୍ୟମାନଙ୍କୁ ନିଯୁକ୍ତି ସୁଯୋଗ ଦେବାପାଇଁ ପାଇଁ ଏକ ବିଶାଳ କ୍ଷମତା ରହିଛି । ଏହି ଉଦ୍ଦ୍ୟେଶ୍ୟ ନେଇ ସେମାନଙ୍କୁ ତାଙ୍କ ଉଦ୍ୟମିତା ଦିଗରେ ସାମଗ୍ରୀ ଓ ଉପଯୋଗୀ ସମ୍ପର୍କ ସ୍ଥାପନ କରିବା ସହ NCS ପ୍ରୋତ୍ସାହନ ଦେଇ ଥାଏ ।
ଅଧିକ ସୂଚନା ପାଇଁ ଏଠାରେ କ୍ଲିକ କରନ୍ତୁ ।
ଆଧାର - ନ୍ୟାସନାଲ କେୟାର ସର୍ଭିସ
Last Modified : 1/18/2023