অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଢେଙ୍କାନାଳ - ଅନଲାଇନ ସେବା

ବଂଶଗତ ପ୍ରମାଣପତ୍ର

ବଂଶଗତ ପ୍ରମାଣପତ୍ର କଣ ?

ସାଧାରଣତ ପରିବାରର ମୁଖ୍ୟ ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କର  ବଂଶଗତ ଉତ୍ତରାଧିକାରୀ ଯେପରି ସ୍ତ୍ରୀ କିମ୍ବା ସ୍ଵାମୀ,ପୁଅ,ଝିଅ, ପିତା / ମାତା ବଂଶଗତ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ ।

ଏହାର ଆବଶ୍ୟକତା କଣ ?

ଏହା ନିମ୍ନଲିଖିତ କାରଣ ପାଇଁ ଦରକାର

  • ପାରିବାରିକ ପେନସନ ପାଇଁ
  • ସରକରୀ ଦେୟ ପାଇବା ପାଇଁ, ମୃତ  ବ୍ୟକ୍ତିଙ୍କର ଅନୁକମ୍ପା ରାଶି ପାଇବା ପାଇଁ, କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କର  ସରକାରୀ ପ୍ରୋଭିଡ଼ିଏଣ୍ଟ ଫଣ୍ଡ,ଗ୍ରାଯୁୟୁଟି ଏବଂ ଏରିଆର ଦରମା ନିମନ୍ତେ ଆବଶ୍ୟକ ।
  • ୫୦ ,୦୦୦ /- ରୁ କମ ଅଣ ସ୍ଟ୍ଯାଟୁଟରି ଏକ୍ସ ଗ୍ରାସିଆ ଦେୟ ପାଇଁ ଆବଶ୍ୟକ ।

ଆଇନ ସମ୍ବନ୍ଧୀୟ ବୈଧତା

ଏହି ପ୍ରମାଣ ପାତ୍ର ଟି  ଫର୍ମ  ନ॰ – ଆଇ. ଭି  ଓଡିଶା ସାଧାରଣ ଓ ବିବିଧ ପ୍ରମାଣପତ୍ର ଧାରା ୧୯୮୪  ଅନୁଯାଇ ଉପଲବ୍ଧ ।

ସମ୍ପୃକ୍ତ ବିଭାଗ

  • ରାଜସ୍ୱ ଓ ପରିଚାଳନା ବିଭାଗ , ଓଡିଶା ସରକାର

ବଂଶଗତ ପ୍ରମାଣପତ୍ର ଆବେଦନ କରିବା ର ପ୍ରଣାଳୀ

ଜଣେ ବ୍ୟକ୍ତି ଫର୍ମ ନ ॰ – ଆଇ  ରେ  କୋର୍ଟ ଦେୟ ଟ. ୩.୦୦ ଲଗାଇ ନିଜର ତହସିଲରେ ଆବେଦନ କରିପାରିବେ ।

ଆବଶ୍ୟକୀୟ ଦଲିଲ

  • ମୃତ ବ୍ୟକ୍ତି ଙ୍କର ମୂତ୍ୟୁ ପ୍ରମାଣ ପତ୍ର
  • ଶପଥ ପାଠ
  • ମୃତ ବ୍ୟକ୍ତି ଙ୍କର ସେବା ପୁସ୍ତକ
  • ରାସନ କାର୍ଡର ନକଲ ,ଭୋଟର ପରିଚୟ ପତ୍ର ରନକଲ ଓ ପଟା ର ନକଲ ଆବଶକ୍ୟ  ଆବଶ୍ୟକ  (ଯଦି  ମୃତ ବ୍ୟକ୍ତିଙ୍କ ନାମରେ ଥାଏ )

ଅନୁମୋଦନ କରିବା ଅଧିକାରୀ

ରାଜସ୍ୱ ଅଧିକାରୀ (ତହସିଲଦାର, ଅତିରିକ୍ତ ତହସିଲଦାର, ଉପ – ଜିଲ୍ଲାପାଳ , ଜିଲ୍ଲାପାଳ)

ଅଭିଯୋଗ ପଞ୍ଜୀକରଣ କରିବା ପାଇଁ ?

ଆବେଦନକାରୀ ୩ ମାସ ମଧ୍ୟରେ ଅପିଲ କରିପାରିବେ ।

  • ଉପ – ଜିଲ୍ଲାପାଳ ଯଦି ଅର୍ଡର ତହସିଲଦାର / ଅତିରିକ୍ତ ତହସିଲଦାର କରିଥାନ୍ତି ।
  • ଜିଲ୍ଲାପାଳ  ଯଦି ଅର୍ଡର  ଉପ – ଜିଲ୍ଲାପାଳ କରିଥାନ୍ତି ।
  • ରାଜସ୍ୱ ଉତ୍ତରାଞ୍ଚଳ ଅଧିକାରୀ ଯଦି ଅର୍ଡର ଜିଲ୍ଲାପାଳ କରିଥାନ୍ତି

କାର୍ଯ୍ୟାଳୟ ସମୟ

ଦିନ ୧୦.୦୦ ଟା ରୁ ସନ୍ଧ୍ୟା ୫.୦୦ ଯେ କୌଣସି କାର୍ଯ୍ୟକାରୀ ଦିବସରେ

ଯାଆନ୍ତୁଇ - ଜିଲ୍ଲା, ଓଡିଶା

ତହସିଲ କାର୍ଯ୍ୟ।ଳୟ

ତହସିଲ କାର୍ଯ୍ୟ।ଳୟ, ଢେଙ୍କାନାଳ ସଦର, ଭୁବନ, ଗନ୍ଦିଆ, ହିନ୍ଦୋଳ, କାମାକ୍ଷାନଗର, କଙ୍କଡାହାଡ, ଓଡାପଡା, ପରଜଙ୍ଗ
ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ ।  ସହର : ଢେଙ୍କାନାଳ ।  ପିନକୋର୍ଡ଼: ୭୫୯୦୦୧

ଜାତିଗତ ପ୍ରମାଣପତ୍ର

ଜାତିଗତ ପ୍ରମାଣପତ୍ର କଣ ?

ଜାତି ପ୍ରମାଣପତ୍ର ବ୍ୟକ୍ତିର ଜାତିକୁ ଦର୍ଶାଇଥାଏ । ଉଦାହରଣ ସ୍ୱରୂପ ତଫସିଲଭୁକ୍ତ ଜାତି ଅଥବା ତଫସିଲଭୁକ୍ତ ଜନଜାତି ।

ଯାଆନ୍ତୁଇ - ଜିଲ୍ଲା, ଓଡିଶା

ତହସିଲ କାର୍ଯ୍ୟ।ଳୟ

ତହସିଲ କାର୍ଯ୍ୟ।ଳୟ, ଢେଙ୍କାନାଳ ସଦର, ଭୁବନ, ଗନ୍ଦିଆ, ହିନ୍ଦୋଳ, କାମାକ୍ଷାନଗର, କଙ୍କଡାହାଡ, ଓଡାପଡା, ପରଜଙ୍ଗ
ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ ।  ସହର : ଢେଙ୍କାନାଳ ।  ପିନକୋର୍ଡ଼ : ୭୫୯୦୦୧

ଜମିବାଡି ସମ୍ବନ୍ଧରେ

ଜମି ପଟ୍ଟା କିପରି ଦେଖିବେ ?
ଓଡିଶାର ସଂପୂର୍ଣ୍ଣ ଭୌଗୋଳିକ ମାନଚିତ୍ର ଭୁଲେଖକୁ ବୁଝାଏ । ଓଡିଶା ସରକାରଙ୍କ ଦ୍ଵାରା ଜମି ସମ୍ବନ୍ଧିୟ ତଥ୍ୟ ଭୁଲେଖରେ ଦର୍ଶାଯାଇଛି । ଏହି ବିଷୟରେ ଜାଣିବା ପାଇଁ ନିମ୍ନରେ କ୍ଲିକ କରନ୍ତୁ ।

ଯାଆନ୍ତୁଭୁଲେଖ

ତହସିଲ କାର୍ଯ୍ୟ।ଳୟ

ତହସିଲ କାର୍ଯ୍ୟ।ଳୟ, ଢେଙ୍କାନାଳ ସଦର, ଭୁବନ, ଗନ୍ଦିଆ, ହିନ୍ଦୋଳ, କାମାକ୍ଷାନଗର, କଙ୍କଡାହାଡ, ଓଡାପଡା, ପରଜଙ୍ଗ
ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ ।  ସହର : ଢେଙ୍କାନାଳ ।  ପିନକୋର୍ଡ଼ : ୭୫୯୦୦୧

ମଧୁବାବୁ ଭତ୍ତା ଯୋଜନା

୧୯୭୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଏବଂ ୧୯୮୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ବିକଳାଙ୍ଗ ଭତ୍ତା ଯୋଜନାକୁ ସମିଶ୍ରଣ କରି ଜାନୁଆରୀ ୨୦୦୮ ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।

୬୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ, ବୟସ ନିର୍ବିଶେଷରେ ବିଧବା, ନିରାଶ୍ରୟ, କୁଷ୍ଠରୋଗମୁକ୍ତ ମାନଙ୍କୁ ବର୍ଦ୍ଧକ୍ୟ / ବିଧବା ଭତ୍ତା ଏବଂ ୫ବର୍ଷରୁ ଉର୍ଦ୍ଧ ଶାରୀରିକ ଅକ୍ଷମ, ଦୃଷ୍ଟିହୀନ, ମୁକ ଓ ବଧିର ଏବଂ ମାନସିକ ଅନଗ୍ରସର ମାନଙ୍କୁ ଭତ୍ତା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ।

୩୦ ବର୍ଷରୁ ଉର୍ଦ୍ଧ ଅବିବାହିତ ମହିଳାମାନଙ୍କୁ ମଧ୍ୟ ଏହି ଭତ୍ତା ଯୋଜନାର ଅନ୍ତର୍ଭୂକ୍ତ କରାଯାଇଛି ।

ଏହି ଭତ୍ତା ପାଇବା ପାଇଁ ଆବେଦନକାରି ନିମ୍ନଲିଖିତ ସର୍ତ୍ତ ପୂରଣ କରିବା ଦରକାର ।

  • ପରିବାର ଆୟ ବାର୍ଷିକ ୨୪୦୦୦/-ରୁ ଉର୍ଦ୍ଧ ହୋଇନଥିବ ।
  • ଆବେଦନକାରୀ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବ ।
  • ଆବେଦନକାରୀ ଫୌଜଦାରୀ କିମ୍ବା ମକୋଦମାରେ ଲିପ୍ତ ନଥିବେ ।
  • ବିପିଏଲ୍ ତାଲିକାଭୁକ୍ତ ପରିବାରର ଆବେଦନକାରୀଙ୍କ ନିମନ୍ତେ କୌଣସି ଆୟସୀମା ନାହିଁ ।
  • ଭିନ୍ନକ୍ଷମ ମାନଙ୍କ କ୍ଷେତ୍ରରେ ଭିନ୍ନକ୍ଷମତାର ପରିମାଣ ୪୦%ରୁ ଉର୍ଦ୍ଧ ହୋଇଥିବା ଦରକାର ।

ଏହି ଭତ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ସଂପୃକ୍ତ ଉପଜିଲ୍ଲାପାଳ ମଞ୍ଜୁରୀ କରିଥାନ୍ତି ।
ଏହି ଭତ୍ତା ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ୩୦୦ ଟଙ୍କା ହିସାବରେ ପ୍ରତ୍ୟେକ ମାସ ୧୫ ତାରିଖରେ (ଜନସେବା ଦିବସରେ) ଗ୍ରାମ ପଞ୍ଚାୟତ ମୁଖ୍ୟ ଆବସରେ ପ୍ରଦାନ କରାଯାଇଥାଏ ।
୮୦ବର୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀମାନଙ୍କୁ ମାସିକ ୫୦୦ଟଙ୍କା ହିସାବରେ ଭତ୍ତା ପ୍ରଦାନ କରାଯାଇଥାଏ ।
ଏହି ଭତ୍ତାବାବଦର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିଥାନ୍ତି ।

ଯାଆନ୍ତୁମଧୁବାବୁ ଭତ୍ତା

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ବି ବି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଢେଙ୍କାନାଳ
ସ୍ଥାନ : ଢେଙ୍କାନାଳ ।  ସହର : ଢେଙ୍କାନାଳ ।  ପିନକୋର୍ଡ଼ : ୭୫୯୦୦୧

ଜାତୀୟ ପରିବାର ମଙ୍ଗଳ ଯୋଜନା

ବିପିଏଲ ପରିବାରଭୁକ୍ତ ପରିବାରର ୧୮ରୁ ୫୯ବର୍ଷ ମଧ୍ୟରେ ହୋଇଥିବା ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କର ସ୍ଵାଭାବିକ ବା ଆକସ୍ମିକ ମୃତ୍ୟୁ ହେଲେ ସେହି ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଉଥିବା ହିତାଧିକାରୀମାନଙ୍କର ସହାୟତା ରାଶି ତା ୧୮.୧୦.୨୦୧୨ ରିଖ ଠାରୁ ଟ. ୧୦,୦୦୦/-ରୁ ଟ. ୨୦,୦୦୦/-କୁ ବଢାଇ ଦିଆଯାଇଅଛି ଏବଂ ଏହି ଯୋଜନାର ଅର୍ଥ ମଞ୍ଜୁରୀ ନିମନ୍ତେ ମଣ୍ଡଳ ଉନ୍ନୟନ ଅଧିକାରୀ ମାନଙ୍କୁ ତା. ୧୪.୦୧.୨୦୧୩ ଠାରୁ କ୍ଷମତା ପ୍ରଦାନ କରାଯାଇଅଛି ।

ଏହି ଯୋଜନାରେ ସରକାରଙ୍କ ଦ୍ଵାରା କୌଣସି ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଉନହିଁ ।

ଯାଆନ୍ତୁମଧୁବାବୁ ଭତ୍ତା

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ବି ବି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଢେଙ୍କାନାଳ
ସ୍ଥାନ : ଢେଙ୍କାନାଳ ।  ସହର : ଢେଙ୍କାନାଳ ।  ପିନକୋର୍ଡ଼ : ୭୫୯୦୦୧

ଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନା

ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୧୮ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଶତକଡା ୮୦ରୁ ଉର୍ଦ୍ଧ୍ଵ ଭିନ୍ନକ୍ଷମ ମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ଯୋଜନାରେ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ ।

ଯାଆନ୍ତୁଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନା

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ବି ବି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଢେଙ୍କାନାଳ
ସ୍ଥାନ : ଢେଙ୍କାନାଳ ।  ସହର : ଢେଙ୍କାନାଳ ।  ପିନକୋର୍ଡ଼ : ୭୫୯୦୦୧

ଇନ୍ଦିରାଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା

ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୪୦ବର୍ଷରୁ ଉର୍ଦ୍ଧ ବିଧବାମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ଯୋଜନାରେ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ ।

ଯାଆନ୍ତୁଇନ୍ଦିରାଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ବି ବି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଢେଙ୍କାନାଳ
ସ୍ଥାନ : ଢେଙ୍କାନାଳ ।  ସହର : ଢେଙ୍କାନାଳ ।  ପିନକୋର୍ଡ଼ : 759001

ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା

ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୬୦ବର୍ଷରୁ ଉର୍ଦ୍ଧ ବୃଦ୍ଧ, ବୃଦ୍ଧ ମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
୬୦ ବର୍ଷରୁ ୭୯ବର୍ଷ ମଧ୍ୟରେ ଥିବା ବୃଦ୍ଧ, ବୃଦ୍ଧା ମାନଙ୍କୁ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଥିବା ବେଳେ ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧା, ବୃଦ୍ଧ ମାନଙ୍କୁ ୫୦୦ଟଙ୍କା ପ୍ରଦାନ କରାଯାଇଥାଏ ।
ମଧୁବାବୁ ପେନସନ ଯୋଜନା ପରି ଏହି ଯୋଜନାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଭତ୍ତା ମଞ୍ଜୁର କରିଥାନ୍ତି ।

ଯାଆନ୍ତୁଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ

ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ବି ବି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଢେଙ୍କାନାଳ
ସ୍ଥାନ : ଢେଙ୍କାନାଳ ।  ସହର : ଢେଙ୍କାନାଳ ।  ପିନକୋର୍ଡ଼ : ୭୫୯୦୦୧

ଅଭିଯୋଗ ଦାଖଲ କିପରି କରିବେ ?

ଅନଲାଇନରେ ଅଭିଯୋଗ ସମାଧାନ

ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ସମାଧାନ ପାଇଁ ଓଡିଶା ସରକାର ଅନଲାଇନ ସେବା ଯୋଗାଇ ଦେଇଅଛନ୍ତି । ଏହି ସେବାକୁ ଉପଯୋଗ କରି ସାଧାରଣ ନାଗରିକ ନିଜର ସମସ୍ୟା ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଠାରେ ଉପସ୍ଥାପନ କରିପାରିବେ । ଅଭିଯୋଗ ଜଣାଇବାକୁ ଏହି ୱେବସାଇଟର ଉପଯୋଗ କରନ୍ତୁ  ଇ - ଅଭିଯୋଗ ଦାଖଲ

ଯାଆନ୍ତୁଇ - ଅଭିଯୋଗ ଦାଖଲ

ଜିଲ୍ଲାପାଳ କାର୍ଯ୍ୟ।ଳୟ

ଜିଲ୍ଲାପାଳ କାର୍ଯ୍ୟ।ଳୟ, ଢେଙ୍କାନାଳ
ସ୍ଥାନ : ଢେଙ୍କାନାଳ ।  ସହର : ଢେଙ୍କାନାଳ ।  ପିନ କୋଡ୍ : ୭୫୯୦୦୧

ଆଧାର - "ଢେଙ୍କାନାଳ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା"

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate