অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଧାର ପଞ୍ଜୀକରଣ

ପଞ୍ଜୀକରଣ

ପଞ୍ଜୀକରଣ ID ସଂଗ୍ରହ କରିବା ପୂର୍ବରୁ ପଞ୍ଜୀକରଣ କେନ୍ଦ୍ର ଯିବା, ପଞ୍ଜୀକରଣ ଫର୍ମ ପୂରଣ କରିବା, ଜନ୍ମ, ବୟସ ଓ ଲିଙ୍ଗଗତ ଏବଂ ବାୟୋମେଟ୍ରିକ୍ ତଥ୍ୟ ଅଧିକୃତ କରିବା, ପରିଚୟ ଏବଂ ଠିକଣା ପ୍ରମାଣପତ୍ର ଦାଖଲ କରିବା ଆଧାର ପଞ୍ଜୀକରଣ ପ୍ରକ୍ରିୟାର ଅନ୍ତର୍ଭୁକ୍ତ ଦସ୍ତାବିଜ୍, ପଞ୍ଜୀକରଣ ID ଥିବା ପ୍ରାପ୍ତିସ୍ୱୀକାର ଚିରୁକୁଟି ସଂଗ୍ରହ କରିବା ପୂର୍ବରୁ ।  ଆଧାର ପଞ୍ଜୀକରଣ ମୁଖ୍ୟାକର୍ଷଣଗୁଡ଼ିକ ହେଉଛି:

  • ଆଧାର ପଞ୍ଜୀକରଣ ବା ସଂଯୋଗ ସମ୍ପୁର୍ଣ୍ଣ ମାଗଣା ଅଟେ ।
  • ଆପଣ ଭାରତର ଯେକୌଣସି ସ୍ଥାନରେ ଥିବା ଯେକୌଣସି ଅଧିକୃତ ଆଧାର ପଞ୍ଜୀକରଣ କେନ୍ଦ୍ରକୁ ନିଜର ଠିକଣା ଓ ପରିଚୟର ପ୍ରମାଣ ଧରି ଯାଇପାରିବେ ।
  • UIDAI ପ୍ରକ୍ରିୟା ୧୮ଟି ପରିଚୟ ପ୍ରମାଣ (PoI)କୁ ତଥା ୩୩ଟି ଠିକଣା ପ୍ରମାଣ (PoA) ଗ୍ରହଣ କରିଥାଏ । ଦୟାକରିଏଠାରେ କ୍ଲିକ୍ କରନ୍ତୁଦସ୍ତାବିଜର ଏକ ରାଷ୍ଟ୍ରୀୟ ବୈଧ ତାଲିକା ପାଇଁ ।  ପରିଚୟ ଓ ଠିକଣାର ସାଧାରଣ ପ୍ରମାଣଗୁଡ଼ିକ ହେଉଛି ନିର୍ବାଚନୀ ଫୋଟୋ ପରିଚୟ ପତ୍ର, ରେଶନ୍ କାର୍ଡ, ପାସପୋର୍ଟ ଓ ଡ୍ରାଇଭିଙ୍ଗ୍ ଲାଇସେନ୍ସ ।
  • ଫଟୋ ଥିବା ଆଇଡେଣ୍ଟିଟି ବା ପରିଚୟପ୍ରଦାନକାରୀ କାର୍ଡ ଯଥା ପାନ୍ କାର୍ଡ ଓ ଅନ୍ୟ ସରକାରୀ ଆଇଡେଣ୍ଟିଟି କାର୍ଡ, ପରିଚୟର ପ୍ରମାଣ ଭାବରେ ଗ୍ରହଣଯୋଗ୍ୟ ।  ଠିକଣାର ପ୍ରମାଣ ଭାବରେ ବିଗତ ତିନି ମାସର ଜଳ, ବିଦ୍ୟୁତ୍, ଟେଲିଫୋନ ବିଲ୍ କୁ ମଧ୍ୟ ଗ୍ରହଣ କରାଯାଏ ।
  • ଯଦି ଆପଣଙ୍କ ପାଖରେ ଉପରୋକ୍ତ ସାଧାରଣ ବ୍ୟବହୃତ ପ୍ରମାଣ ନଥାଏ, ତେବେ ଗେଜେଟେଡ୍ ଅଫିସର/ତହସିଲଦାରଙ୍କ ଦ୍ୱାରା, ତାଙ୍କ ସରକାରୀ ଲେଟରହେଡ୍ ରେ ଜାରି ହୋଇଥିବା ସାର୍ଟିଫିକେଟ୍ ବା ପ୍ରମାଣପତ୍ରକୁ ମଧ୍ୟ ପରିଚୟର ପ୍ରମାଣ ଭାବରେ ଗ୍ରହଣ କରାଯାଇଥାଏ ।  ସାଂସଦ କିମ୍ୱା ବିଧାୟକ/ଗେଜେଟେଡ୍ ଅଫିସର/ତହସିଲଦାର କିମ୍ୱା ଗ୍ରାମ ପଞ୍ଚାୟତର ପ୍ରମୁଖ କିମ୍ୱା ସମକକ୍ଷ ଅଧିକାରୀଙ୍କ (ଗ୍ରାମାଞ୍ଚଳ ପାଇଁ) ଦ୍ୱାରା ଲେଟରହେଡ୍ ରେ ଜାରି ହୋଇଥିବା ପ୍ରମାଣପତ୍ରକୁ ଠିକଣାର ବୈଧ ପ୍ରମାଣ ଭାବରେ ଗ୍ରହଣ କରାଥାଏ ।
  • ଯଦି ପରିବାର କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ଭାବରେ କୌଣସି ବୈଧ ଦସ୍ତାବିଜ ନଥାଏ, ତେବେ ମଧ୍ୟ ସେହି ବାସିନ୍ଦାଙ୍କ ପରିବାରର ଅନ୍ୟ ଯେକୌଣସି ଅଧିକାର ସମ୍ପର୍କିତ ଦସ୍ତାବିଜରେ ତାଙ୍କ ନାମ ଉଲ୍ଲେଖ ଥିଲେ ସିଏ ଆଧାରରେ ନିଜକୁ ସାମିଲ କରିପାରିବେ ।  ଏହିଭଳି କ୍ଷେତ୍ରରେ ପରିବାରର ମୁଖ୍ୟ ଯୋଗ୍ୟତା ଦସ୍ତାବିଜରେ, ବୈଧ ପରିଚୟ ଓ ଠିକଣାର ପ୍ରମାଣ ଉପସ୍ଥାପନ କରି ନିଜକୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ ।  ତାହାପରେ, ପରିବାରର ମୁଖ୍ୟ, ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କୁ, ସେମାନେ ପଞ୍ଜୀକରଣ କରିବା ସମୟରେ, ଚିହ୍ନଟ କରାଇ ତାଙ୍କର ପଞ୍ଜୀକରଣ କରାଇପାରିବେ ।  UIDAI ୮ ପ୍ରକାରର ଦସ୍ତାବିଜକୁ ସମ୍ବନ୍ଧର ପ୍ରମାଣ ଭାବରେ ଗ୍ରହଣ କରିଥାଏ ।  ଦୟାକରି ଏଠାରେ କ୍ଲିକ୍ କରନ୍ତୁ ଦସ୍ତାବିଜର ଏକ ରାଷ୍ଟ୍ରୀୟ ବୈଧ ତାଲିକା ପାଇଁ ।
  • ଯଦି କୌଣସି ବି ଦସ୍ତାବିଜ ଉପଲବ୍ଧ ନଥାଏ, ତେବେ ମଧ୍ୟ ଜଣେ ବାସିନ୍ଦା ପଞ୍ଜୀକରଣ କେନ୍ଦ୍ରରେ ଉପସ୍ଥିତ ଥିବା ପରିଚୟକର୍ତ୍ତାଙ୍କ ସାହାଯ୍ୟ ନେଇପାରିବେ ।  ଏହି ପରିଚୟକର୍ତ୍ତା ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ବିଜ୍ଞାପିତ ହୋଇଥା’ନ୍ତି ।  ଅଧିକ ବିବରଣୀ ପାଇଁ ଦୟାକରି ସମ୍ପୃକ୍ତ ରେଜିଷ୍ଟ୍ରାର୍ ଙ୍କ ସହିତ ଯୋଗାଯୋଗ କରନ୍ତୁ ।

ପଞ୍ଜୀକରଣ ପାଇଁ ତିନୋଟି ଉପାୟ

ଦସ୍ତାବିଜ ଭିତ୍ତିକ

  • ଏକ ବୈଧ ପରିଚୟ ପ୍ରମାଣପତ୍ର (PoI) ଏବଂ ଏକ ବୈଧ ଠିକଣା ପ୍ରମାଣପତ୍ର (PoA) ଦାଖଲ କରିବା

ପରିବାର ମୁଖ୍ୟ (HOF)-ଭିତ୍ତିକ

  • ସମ୍ପର୍କକୁ ସ୍ଥାପନ କରୁଥିବା ପ୍ରମାଣପତ୍ର (PoR)ଗୁଡ଼ିକ ମାଧ୍ୟମରେ ପରିବାର ମୁଖ୍ୟ (HoF) ପରିବାର ସଦସ୍ୟମାନଙ୍କର ପରିଚୟ କରାଇ ପାରିବେ ।

ପରିଚୟକର୍ତ୍ତା- ଭିତ୍ତିକ

  • ବୈଧ ପରିଚୟ ପ୍ରମାଣପତ୍ର (PoI) ଏବଂ ଏକ ବୈଧ ଠିକଣା ପ୍ରମାଣପତ୍ର (PoA) ନ ଥିଲେ ଜଣେ ପରିଚାୟକଙ୍କର ସେବା ଉଦ୍ଦେଶ୍ୟ ସାଧନ କରିପାରେ । ପରିଚୟକର୍ତ୍ତା ବା ଇଣ୍ଟ୍ରୋଡ୍ୟୁସର ହେଉଛନ୍ତି ପ୍ରବନ୍ଧକ ବା ରେଜିଷ୍ଟ୍ରାରଙ୍କ ଦ୍ୱାରା ନିଯୁକ୍ତ ଜଣେ ବ୍ୟକ୍ତି ଏବଂ ତାଙ୍କ ପାଖରେ ଏକ ବୈଧ ଆଧାର ନମ୍ବର ଥିବା ଉଚିତ ।
  • ପଞ୍ଜୀକରଣ କେନ୍ଦ୍ରରେ, ପଞ୍ଜୀକରଣ ଫର୍ମ ଭିତରେ ଦୟାକରି ନିଜର ବ୍ୟକ୍ତିଗତ ବିବରଣୀ ପୂରଣ କରନ୍ତୁ । ଆପଣଙ୍କ ଫଟୋ, ଆଙ୍ଗୁଠି ଚିହ୍ନ ଏବଂ ଆଇରିସ୍ ସ୍କାନ୍ ମଧ୍ୟ ପଞ୍ଜୀକରଣର ଅଂଶଭାବରେ ଗ୍ରହଣ କରାଯିବ । ଆପଣ ଦେଇଥିବା ତଥ୍ୟକୁ ଆପଣ ସମୀକ୍ଷା କରିପାରିବେ ଏବଂ ପଞ୍ଜୀକରଣ ସମୟରେ ହିଁ ସଂଶୋଧନ କରିପାରିବେ । ଏକ ଅସ୍ଥାୟୀ ପଞ୍ଜୀକରଣ ସଂଖ୍ୟା ଏବଂ ପଞ୍ଜୀକରଣ ସମୟରେ ଦେଇଥିବା ଅନ୍ୟ ବିବରଣୀ ଥିବା ଏକ ସ୍ୱୀକୃତି ଚିରକୁଟ୍ ଆପଣ ପାଇବେ । ପଞ୍ଜୀକରଣର ୯୬ ଘଣ୍ଟା ମଧ୍ୟରେ ସ୍ୱୀକୃତି ଚିରକୁଟ ସହ ପଞ୍ଜୀକରଣ କେନ୍ଦ୍ର ଯାଇ ପଞ୍ଜୀକରଣ ତଥ୍ୟରେ ଯେକୌଣସି ସଂଶୋଧନ କରାଯାଇପାରିବ ।
  • ଆପଣଙ୍କୁ କେବଳ ଥରେ ହିଁ ପଞ୍ଜୀକରଣ କରିବା ପାଇଁ ପଡ଼ିବ, ଯେହେତୁ UIDAIର ନିର୍ଦ୍ଦେଶ ବିନା ଏକାଧିକ ଥର ପଞ୍ଜୀକରଣ କଲେ ଏହା ପ୍ରତ୍ୟାଖ୍ୟାନ ହେବ । ପୁଣିଥରେ ପଞ୍ଜୀକରଣ କରି କେବଳ ଆପଣ ସମୟ ନଷ୍ଟ କରିବେ ଯେହେତୁ ଆପଣ କେବଳ ଗୋଟିଏ ଆଧାର ନମ୍ବର ପାଇବେ ।
  • CIDR ତଥ୍ୟ ପ୍ୟାକେଟ ପାଇବା ଦିନଠାରୁ ଆଧାର ସଂଖ୍ୟା ପାଇବା ପାଇଁ ୬୦ରୁ ୯୦ ଦିନ ସମୟ ଲାଗିପାରେ ।  ତେବେ, ଯଦି NPR ମାଧ୍ୟମରେ ପଞ୍ଜୀକରଣ କରାଯାଇଥାଏ ତେବେ ଅଧିକ ସମୟ ଲାଗିପାରେ । .

କେଉଁଠାରେ ପଞ୍ଜୀକରଣ କରିବେ

ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପଞ୍ଜୀକରଣ UIDAI ଭାରତୀୟ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ (RGI ) ଦ୍ୱାରା କରାଯାଉଛି । ଆସାମ ଓ ମେଘାଳୟରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର୍ ର ପ୍ରସ୍ତୁତି ସମେତ ବିଶେଷକରି RGI ଦ୍ୱାରା ଆଧାର ପଞ୍ଜୀକରଣ କାର୍ଯ୍ୟ କରାଯାଇଥାଏ ।  ଅନ୍ୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବାସିନ୍ଦାମାନଙ୍କୁ କେବଳ ଆଧାର ପଞ୍ଜୀକରଣ କେନ୍ଦ୍ର/ଆଧାର ଶିବିର କିମ୍ୱା କେକୌଣସି ସ୍ଥାୟୀ ପଞ୍ଜୀକରଣ କେନ୍ଦ୍ର ପ୍ରଦତ୍ତରେ ପଞ୍ଜୀକରଣ କରିବାକୁ ପଡ଼ିବ ।  (NPR) ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନାଗରିକମାନେ କେବଳ ଏକ ଆଧାର ପଞ୍ଜୀକରଣ କେନ୍ଦ୍ର / ଆଧାର କ୍ୟାମ୍ପ କିମ୍ବା କୌଣସି ସ୍ଥାୟୀ ପଞ୍ଜୀକରଣ କେନ୍ଦ୍ରରେ ପଞ୍ଜୀକରଣ କରିବା ଦରକାର ।

ଆଧାର - "UIDAI, ଭାରତ ସରକାର "

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate