অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଧାର ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ

ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ

.ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ ହେଉଛି ସେହି ସଂସ୍ଥା, ଯେଉଁମାନଙ୍କୁ, UIDAI ପଞ୍ଜୀକରଣ ପ୍ରକ୍ରିୟା ଅନୁସାରେ, ବାସିନ୍ଦାମାନଙ୍କର ପଞ୍ଜୀକରଣ ନିମନ୍ତେ ଜନସାଂଖିକୀୟ ଓ ବାୟୋମେଟ୍ରିକ୍ ଡାଟା ସଂଗ୍ରହ କରିବା ପାଇଁ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ନିଯୁକ୍ତି ଦିଆଯାଇଥାଏ ।  ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ନିୟୋଜିତ ହେବା କ୍ରମରେ, ପଞ୍ଜୀକରଣ ଏଜେନ୍ସୀଗୁଡ଼ିକୁ, UIDAI ସହିତ ପାନେଲଭୂକ୍ତତାକୁ ଜାରି ରଖିବା ସୁନିଶ୍ଚିତ କରିବାକୁ ପଡ଼ିବ ।  ଯଦି ଅଣ-ପାନେଲଭୂକ୍ତ ଏଜେନ୍ସୀଗୁଡ଼ିକ ରେଜିଷ୍ଟ୍ରାରଙ୍କ ଦ୍ୱାରା ନିୟୋଜିତ ହୁଅନ୍ତି, ତେବେ ସେମାନଙ୍କୁ ମଧ୍ୟ ପାନେଲଭୂକ୍ତ ଏଜେନ୍ସୀ ପରି ସମାନ ସର୍ତ୍ତାବଳୀ ମାନିବାକୁ ହେବ ।

  • ପଞ୍ଜୀକରଣ ଏଜେନ୍ସୀ ହେଉଛି ସେହି ଏଜେନ୍ସୀ, ଯାହାକୁ ଅନୁଷ୍ଠାନର ପ୍ରୋଫାଇଲ୍, ବୈଷୟିକ ଓ ଆର୍ଥିକ ମୂଲ୍ୟାଙ୍କନ ଯାଞ୍ଚ କରିବା ପାଇଁ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ନିଯୁକ୍ତ କରାଯାଇଥାଏ ।
  • ପଞ୍ଜୀକରଣ ଏଜେନ୍ସୀଗୁଡ଼ିକୁ, ଫିଳ୍ଡରେ ଥିବା ପଞ୍ଜୀକରଣ ଷ୍ଟେସନ୍ସ ପାଇଁ ଅପରେଟର୍ ଓ ସୁପରଭାଇଜରମାନଙ୍କର ବ୍ୟବସ୍ଥା କରିବା ସହ ବାସିନ୍ଦାଙ୍କର ନ୍ୟୁନତମ ପଞ୍ଜୀକରଣ ପାଇଁ ଆବଶ୍ୟକ ସର୍ତ୍ତାବଳୀଊ ମଧ୍ୟ ସୃଷ୍ଟି କରିବାକୁ ହୋଇଥାଏ ।
  • ବାସିନ୍ଦାମାନଙ୍କୁ ଓ UIDAIକୁ ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ, ପଞ୍ଜୀକରଣ କାର୍ଯ୍ୟସୂଚୀ ବିଷୟରେ ନିଶ୍ଚିତ ଭାବେ ଆଗୁଆ ଜଣାଇବେ ।
  • ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ, ସଫଳତାପୂର୍ବକ ଆଧାର ପ୍ରସ୍ତୁତି ପାଇଁ UIDAI ଦ୍ୱାରା ପାନେଲଭୂକ୍ତ କରାଯିବେ ଏବଂ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ପୈଠ କରାଯିବେ ।
  • ବାସିନ୍ଦାଙ୍କର ପଞ୍ଜୀକରଣ ସମେତ ସେମାନଙ୍କ ତଥ୍ୟର ସଂଶୋଧନ ଓ ନବୀକରଣ ପାଇଁ ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ, ପଞ୍ଜୀକରଣ କେନ୍ଦ୍ରର ‍ସ୍ଥାପନା କରିବେ ।
  • ପଞ୍ଜୀକରଣ ପାଇଁ, କେବଳ UIDAI ଦ୍ୱାରା ପ୍ରଦାନ କରାଯାଇଥିବା ସଫ୍ଟୱେର୍ କୁ ହିଁ EA ବ୍ୟବହାର କରିବେ ।  ପଞ୍ଜୀକରଣ କ୍ଲାଏଣ୍ଟ, ଅପରେଟର୍, ସୁପରଭାଇଜର୍, ପଞ୍ଜୀକରଣ ଏଜେନ୍ସୀ, ରେଜିଷ୍ଟ୍ରାର୍ ଓ ଅନ୍ୟାନ୍ୟ ସୂଚନାର ଅନୁସନ୍ଧନୀୟତା ପାଇଁ ପ୍ରତ୍ୟେକ ପଞ୍ଜୀକରଣ / ନବୀକରଣ ସହିତ ପଞ୍ଜୀକରଣ ପ୍ୟାକେଟ୍ ର ଏକ ଅଂଶ ଭାବରେ ଅଡିଟ୍ ଡାଟା ସଂଗ୍ରହ କରିବାର ବ୍ୟବସ୍ଥା ମଧ୍ୟ ପଞ୍ଜୀକରଣ ସଫ୍ଟୱେର୍ ରେ ଅଛି ।
  • ସମୟ ସମୟରେ UIDAI ଦ୍ୱାରା ପରାମର୍ଶିତ ଅନୁସାରେ କମ୍ପ୍ୟୁଟର୍, ପ୍ରିଣ୍ଟର୍, ବାୟୋମେଟ୍ରିକ୍ ଉପକରଣ ଓ ଅନ୍ୟାନ୍ୟ ସରଞ୍ଜାମ ପରି ଉପକରଣଗୁଡ଼ିକର ବିଶେଷତା ହେବା ଦରକାର ।
  • ପଞ୍ଜୀକରଣ ପାଇଁ ବ୍ୟବହୃତ ବାୟୋମେଟ୍ରିକ୍ ଉପକରଣଗୁଡ଼ିକ, ପ୍ରାଧିକାରୀଙ୍କ ଦ୍ୱାରା ପରାମର୍ଶିତ ହେବା ସହିତ UIDAI ଦ୍ୱାରା ପରାମର୍ଶିତ ଅନୁସାରେ ପ୍ରମାଣିତ ହୋଇଥିବା ଦରକାର ।
  • UIDAI ଦ୍ୱାରା ପରିଭାଷିତ ପ୍ରକ୍ରିୟା ଅନୁସାରେ, ପଞ୍ଜୀକରଣ ଅପରେଟର୍, ସମର୍ଥିତ ଦସ୍ତାବିଜର ଭୌତିକ/ବୈଦ୍ୟୁତିକ ନକଲ ସଂଗ୍ରହ କରିବେ କିମ୍ୱା ତାହାକୁ ବୈଦ୍ୟୁତିକ ପର୍ମାଟରେ ବଦଳାଇବେ ।
  • ଫିଲ୍ଡସ୍ତରୀୟ କାର୍ଯ୍ୟାନ୍ୱୟନ ଓ ଅଡିଟ୍ ପାଇଁ ପଞ୍ଜୀକରଣ ଏଜେନ୍ସୀ ଦାୟୀ ଅଟେ ।  ପଞ୍ଜୀକରଣ ଏଜେନ୍ସୀ, ପ୍ରାଧିକାରୀଙ୍କୁ କିମ୍ୱା ତାଙ୍କ ତରଫରୁ ଆସିଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଯଥୋଚିତ ପ୍ରବେଶାଧିକାର ଦେବ ଏବଂ ପଞ୍ଜୀକରଣ ଏଜେନ୍ସୀ ଅଧିକାରରେ ଥିବା କୌଣସି ପ୍ରକାରର ପୁସ୍ତକ, ରେକର୍ଡ୍ସ, ଦସ୍ତାବିଜ୍ ଓ କମ୍ପ୍ୟୁଟର୍ ଡାଟା ଯାଞ୍ଚ କରିବାର ଯଥୋଚିତ ସୁବିଧା ତାଙ୍କୁ କିମ୍ୱା ତାଙ୍କ ତରଫରୁ ଆସିଥିବା ବ୍ୟକ୍ତିଙ୍କୁ ଦେବ ଏବଂ ଦସ୍ତାବିଜ କିମ୍ୱା ଅନ୍ୟ କୌଣସି ସାମଗ୍ରୀ ପ୍ରାଧିକାରୀଙ୍କ ମତରେ ଅଡିଟ୍ ପାଇଁ ପ୍ରାସଙ୍ଗିକ ହୋଇଥିବ, ସେଗୁଡ଼ିକର ନକଲ ମଧ୍ୟ ପ୍ରଦାନ କରିବ ।
  • ପଞ୍ଜୀକରଣ ଏଜେନ୍ସୀ, ସବୁବେଳେ ପଞ୍ଜୀକରଣ ଏଜେନ୍ସୀର ଆଚାର ସଂହିତାକୁ ପାଳନ କରିବ ।
  • ସମୟ ସମୟରେ, ପ୍ରାଧିକାରୀଙ୍କ ଦ୍ୱାରା ଜାରି କରାଯାଉଥିବା ବିଭିନ୍ନ ପ୍ରକ୍ରିୟା, ନିୟମ ଓ ମାର୍ଗଦର୍ଶିକା, ଯାଞ୍ଚ ତାଲିକା, ଫର୍ମ୍ସ ଓ ଟେମ୍ପଲେଟ୍ସକୁ ପଞ୍ଜୀକରଣ ଏଜେନ୍ସୀ ପାଳନ କରିବ ।

ପଞ୍ଜୀକରଣ ଏଜେନ୍ସୀ କାର୍ଯ୍ୟକଳାପ

  • ପଞ୍ଜୀକରଣ କେନ୍ଦ୍ର ‍ସ୍ଥାପନା ପାଇଁ ଯାଞ୍ଚ ତାଲିକା ଅନୁସାରେ ଉପକରଣ ଓ ଅନ୍ୟାନ୍ୟ ଆବଶ୍ୟକତାର ଯୋଗାଣ ।
  • ଅପରେଟର୍ସ/ସୁପରଭାଇଜର୍ସଙ୍କ ପଞ୍ଜୀକରଣ କରି ସେମାନଙ୍କୁ UIDAIଠାରେ ପଞିକରଣ ଓ ସକ୍ରିୟ କରିବା
    • ଜଣେ ଅଧିକାରପ୍ରାପ୍ତ EA ଅପରେଟର୍ ଦ୍ୱାରା ପ୍ରଥମ ଅପରେଟର୍ ର ପଞ୍ଜୀକରଣ କରିବା
    • ଏହି ଅପରେଟର୍ ପାଇଁ CIDRକୁ ଡାଟା ପ୍ୟାକେଟ୍ ଓ ଉପଭୋକ୍ତା ପରିଚାଳନା ଫର୍ଦ୍ଦ ପଠାଇବା
    • UID ଗ୍ରହଣ କରି ଏହି ଅପରେଟର୍ ସହିତ ଆଗକୁ ବଢ଼ି ଅନ୍ୟମାନଙ୍କର ପଞ୍ଜୀକରଣ ଆରମ୍ଭ କରିବା
    • ଅପରେଟର୍/ସୁପରଭାଇଜର୍ ଓ ବୈଷୟିକ ବ୍ୟବସ୍ଥାପକ ଏବଂ ଯଦି ଆବଶ୍ୟକ ହୁଏ, ତେବେ ପରିଚୟକର୍ତ୍ତା ପ୍ରାପ୍ତ କରି, ପ୍ରଥମ ଅପରେଟର୍ ଦ୍ୱାରା ସେମାନଙ୍କର ପଞ୍ଜୀକରଣ କରିବା
    • ସେମାନଙ୍କର ଡାଟା ପ୍ୟାକେଟ୍ସ ଓ ଉପଭୋକ୍ତା ପରିଚାଳନା ଫାଇଲ CIDRକୁ ପଠାଇବା
    • UIDs ଗ୍ରହଣ କରିବା
    • Sify ଦ୍ୱାରା ପ୍ରମାଣୀକରଣ ପରୀକ୍ଷା ପାଇଁ ସେମାନାଙ୍କୁ ପଞିକୃତ କରିବା
    • CIDRରେ ପ୍ରମାଣିତ ଓ ପଞ୍ଜିକୃତ କର୍ମକର୍ତ୍ତା ଆଗକୁ ଯାଇପାରିବେ ତଥା ଅନ୍ୟ ପରିଚୟକର୍ତ୍ତା, ବାସିନ୍ଦାମାନଙ୍କର ପଞ୍ଜୀକରଣ କରିପାରିବେ ।
  • ଷ୍ଟେସନ୍ ପଞ୍ଜିକରଣ
    • A ଟେକ୍ନିକଲ୍ ଆଡମିନ୍ ଏମେଲ୍ IDରେ EA ଅଧିକାରପ୍ରାପ୍ତ ଉପଭୋକ୍ତା ଓ କୋଡ୍ ପ୍ରାପ୍ତ କରିବ।
    • UIDAIଠାରୁ ରେଜିଷ୍ଟ୍ରାର୍ କୋଡ୍, EA କୋଡ୍ ପ୍ରାପ୍ତ କରିବ ।
    • ଅଦୁନାତନ ଆଧାର ସଫ୍ଟୱେର୍ ପ୍ରାପ୍ତ କରି ତାହାକୁ କ୍ଲାଏଣ୍ଟ ଲାପଟପ୍ସରେ ରେଜିଷ୍ଟର୍ ଓ କନଫିଗର୍ କରିବ ।
    • ୟୁଜର୍ ସେଟଅପ୍ ସମ୍ପୂର୍ଣ୍ଣ କରି KYR ଓ KYR+ ପାଇଁ ଟେଷ୍ଟ ରିଲିଜ୍ କରିବ ।
    • ପ୍ରାକ୍-ପଞ୍ଜୀକରଣ ଡାଟାର ଲୋଡିଙ୍ଗ୍ ଓ ଟେଷ୍ଟିଙ୍ଗ୍ କରିବ ।
    • ସମୟ ସମୟରେ ଷ୍ଟେସନ୍ କୁ ନବୀକରଣ ରଖିବ ।
  • ଆଧାର - "UIDAI, ଭାରତ ସରକାର"

    Last Modified : 12/18/2019



    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate