অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଧାର ପ୍ରମାଣୀକରଣ ଅବଲୋକନ

ଆଧାର ପ୍ରମାଣୀକରଣ କ’ଣ?

ଆଧାର ପ୍ରମାଣୀକରଣ ଏପରି ଏକ ପ୍ରକ୍ରିୟା ଅଟେ, ଯେଉଁଥିରେ ଅନ୍ୟ ବିଶେଷତା ଜନସାଂଖିକୀୟ, ବାୟୋମେଟ୍ରିକ୍ସ, OTP ସମେତ ଆଧାର ସଂଖ୍ୟାଙ୍କକୁ ସତ୍ୟାପନ ପାଇଁ UIDAIର କେନ୍ଦ୍ରୀୟ ପରିଚୟ ତଥ୍ୟ କୋଷ (CIDR)ରେ ପ୍ରସ୍ତୁତ କରାଯାଇଥାଏ । CIDR ଏହା ସତ୍ୟାପିତ କରେ ଯେ, ପ୍ରସ୍ତୁତ କରାଯାଇଥିବା ଡାଟା CIDRରେ ଉପଲବ୍ଧ ଡାଟା ସହିତ ମେଲ ଖାଉଛି କି ନାହିଁ।

ଅବଲୋକନ

ଜଣେ ଆଧାର ଧାରକଙ୍କ ପରୀପ୍ରେକ୍ଷୀରେ ଆଧାର ସଂଖ୍ୟା କିମ୍ୱା ପ୍ରମାଣୀକରଣ, କୌଣସି ପ୍ରକାରର ନାଗରିକତା କିମ୍ୱା ଅଧିବାସର ଅଧିକାର କିମ୍ୱା ପ୍ରମାଣ ପ୍ରଦାନ କରେନାହିଁ ।

ଅନେକ ଅନୁରୋଧ ସଂସ୍ଥାମାନେ (କିମ୍ୱା ସେବା ପ୍ରଦାତାମାନେ), ବ୍ୟକ୍ତିବିଶେଷଙ୍କୁ, ସେମାନଙ୍କର ପରିଚୟ ପ୍ରମାଣ ଦାଖଲ କରିବାକୁ କହିଥା’ନ୍ତି, ଯାହା ଉପଭୋକ୍ତା ସେବା, ସବସିଡୀ କିମ୍ୱା ଲାଭ ପ୍ରଦାନ କରିବା ପାଇଁ ଏକ ସମ୍ୱଳ ଭାବେ କାର୍ଯ୍ୟ କରିଥାଏ । ଏହିପରି ପରିଚୟ ପ୍ରମାଣ ସଂଗ୍ରହ କରିବା ସମୟରେ, ଏହି ସେବା ପ୍ରଦାତାମାନେ, ବ୍ୟକ୍ତିବିଶେଷମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ପରିଚୟ ସୂଚନା ଦସ୍ତାବିଜ୍ କିମ୍ୱା ପ୍ରମାଣଗୁଡ଼ିକର ସଟିକତା ଯାଞ୍ଚ/ପୁଷ୍ଟି କରିବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ଆଧାର ପ୍ରମାଣୀକରଣର ଉଦ୍ଦେଶ୍ୟ ହେଉଛି, ଏକ ଡିଜିଟାଲ୍, ଅନଲାଇନ୍ ପରିଚୟ ପ୍ଲାଟଫର୍ମ ପ୍ରଦାନ କରିବା, ଯେଉଁଥିରୁ ଆଧାର ସଂଖ୍ୟା ଧାରକଙ୍କ ପରିଚୟ, ଯେକୌଣସି ସମୟରେ, ଯେକୌଣସି ‍ସ୍ଥାନରେ ତୁରନ୍ତ ପୁଷ୍ଟି କରାଯାଇପାରିବ ।

ଆଧାର ଭିତ୍ତିକ ପ୍ରମାଣୀକରଣକୁ UIDAI ଏକ ସେବା ଭାବେ ପ୍ରଦାନ କରେ, ଯାହା ଅନୁରୋଧ ସଂସ୍ଥାଗୁଡ଼ିକ (ସରକାରୀ/ସାର୍ବଜନୀନ ଓ ଘରୋଇ ସଂ‍ସ୍ଥା/ଏଜେନ୍ସୀଗୁଡ଼ିକ) ଦ୍ୱାରା ପ୍ରାପ୍ତ କରାଯାଇଥାଏ । UIDAIର ଏହି ସେବାକୁ, ସଂସ୍ଥାମାନଙ୍କ ଦ୍ୱାରା ସେମାନଙ୍କର ଗ୍ରାହକ/କର୍ମଚାରୀ/ଅନ୍ୟ ସହଭାଗୀ (ସେମାନଙ୍କର ବ୍ୟକ୍ତିଗତ ପରିଚୟ ସୂଚନା ଉପରେ ଆଧାର କରି)ମାନଙ୍କର, ସେମାନଙ୍କୁ ସଂସ୍ଥାର ଉପଭୋକ୍ତା ସେବା/ସବସିଡୀ/ଲାଭ/ବ୍ୟବସାୟ ସମାରୋହ/ପରିସରକୁ ପ୍ରବେଶାଧିକାର ପ୍ରଦାନ କରିବା ପୂର୍ବରୁ, ପରିଚୟ ପ୍ରମାଣୀକରଣ ପାଇଁ ବ୍ୟବହାର କରାଯାଇପାରେ ।

ପ୍ରମାଣୀକରଣର ରୂପାତ୍ମକତା

ନିମ୍ନଲିଖିତ ମୋଡ୍ ଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ୱା ଅଧିକରେ ଆଧାର ପ୍ରମାଣୀକରଣ କରିହେବ:

  • ଜନସାଂଖିକୀୟ ପ୍ରମାଣୀକରଣ ଯେଉଁଠାରେ CIDRରେ ଆଧାର ସଂଖ୍ୟାଧାରକଙ୍କ ଜନସାଂଖିକୀୟ ଗୁଣ (ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ ଆଦି) ସହିତ ଅନୁରୋଧକାରୀ ସଂସ୍ଥାର ଡାଟାବେସ୍ ରେ ଥିବା କିମ୍ୱା ପ୍ରମାଣୀକରଣ କେନ୍ଦ୍ରରୁ ପ୍ରାପ୍ତ କରାଯାଇଥିବା ଆଧାରଧାରକଙ୍କ ଆଧାର ସଂଖ୍ୟା ଓ ଜନସାଂଖିକୀୟ ତଥ୍ୟକୁ ମେଳ କରାଯାଏ ଏବଂ ପ୍ରମାଣୀକରଣ କାରବାର ସହିତ ସମ୍ପର୍କିତ ଅନ୍ୟ ସୂଚନା ସହିତ "ହଁ" କିମ୍ୱା "ନାହିଁ"ରେ ଉତ୍ତର ଦିଆଯାଏ ।
  • ବାୟୋମେଟ୍ରିକ୍ ପ୍ରମାଣୀକରଣ ବାୟୋମେଟ୍ରିକ୍ ପ୍ରମାଣୀକରଣ, ଯେଉଁଠାରେ ଜଣେ ଆଧାରଧାରକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଧାର ସଂଖ୍ୟା ସହିତ ବାୟୋମେଟ୍ରିକ୍ ଡାଟାକୁ, CIDRରେ ଗଚ୍ଛିତ ଥିବା ସେହି ଆଧାର ସଂଖ୍ୟାଧାରକଙ୍କ ବାୟୋମେଟ୍ରିକ୍ ଗୁଣ ସହିତ ମେଳ କରାଯାଏ ଏବଂ ପ୍ରମାଣୀକରଣ କାରବାର ସହିତ ସମ୍ପର୍କିତ ଅନ୍ୟ ସୂଚନା ସହିତ "ହଁ" କିମ୍ୱା "ନାହିଁ"ରେ ଉତ୍ତର ଦିଆଯାଏ । ଏହାକୁ ନିମ୍ନମତେ କରାଯାଇପାରେ:
    • ଆଙ୍ଗୁଠି ଚିହ୍ନ (FI) ପ୍ରମାଣୀକରଣ
    • ଆଇରିସ୍ ପ୍ରମାଣୀକରଣ
  • ୱନ୍ ଟାଇମ୍ ପିନ୍ (OTP) ପ୍ରମାଣୀକରଣ ଯେଉଁଠାରେ "ଆଧାର ୱନ୍ ଟାଇମ୍ ପିନ୍ (OTP) API" ଦସ୍ତାବିଜ୍ ରେ ନିର୍ଦ୍ଦିଷ୍ତ ହୋଇଥିବାନୁସାରେ, UIDAI (ପ୍ରାଧିକାରୀ) ସହିତ ପଞ୍ଜିକୃତ ହୋଇଥିବା ଆଧାର ସଂଖ୍ୟାଧାରକଙ୍କ ମୋବାଇଲ୍ ନମ୍ୱର୍ କୁ ଏକ OTP ପଠାଯାଏ । OTPର ବୈଧତା ସୀମିତ ସମୟ ପାଇଁ ଥାଏ । ପ୍ରମାଣୀକରଣ ସମୟରେ, ନିଜର ଆଧାର ସଂଖ୍ୟା ସହିତ ଆଧାର ସଂଖ୍ୟାଧାରକ ଏହି OTP ପ୍ରଦାନ କରିବେ ଏବଂ ତାହାକୁ, ପ୍ରାଧିକାରୀଙ୍କ ଦ୍ୱାରା ପଠାଯାଇଥିବା OTP ସହିତ ମେଳ କରାଯିବ ଏବଂ ପ୍ରମାଣୀକରଣ କାରବାର ସହିତ ସମ୍ପର୍କିତ ଅନ୍ୟ ସୂଚନା ସହିତ "ହଁ" କିମ୍ୱା "ନାହିଁ"ରେ ଉତ୍ତର ଦିଆଯାଏ ।

ବହୁକାରକ ପ୍ରମାଣୀକରଣ ହେଉଛି

ଉପରେ ହାଇଲାଇଟ୍ ହୋଇଥିବା ଦୁଇ କିମ୍ୱା ତିନୋଟି କାରକଗୁଡ଼ିକର ସମ୍ମିଶ୍ରଣ, ଯଥା OTP, ବାୟୋମେଟ୍ରିକ୍ (ଆଙ୍ଗୁଠି ଚିହ୍ନ ଓ/କିମ୍ୱା ଆଇରିସ୍), ଯାହା ପ୍ରମାଣୀକରଣ ପାଇଁ ବ୍ୟବହୃତ ହୋଇଥାଏ ।

ପ୍ରମାଣୀକରଣ ପାଇଁ ଆଧାର ସଂଖ୍ୟାଧାରକଙ୍କ ସହମତି ପ୍ରାପ୍ତ କରିବା:

କେନ୍ଦ୍ର/ରାଜ୍ୟ ସରକାର, ସବସିଡୀ, ଲାଭ କିମ୍ୱା ସେବା ଗ୍ରହଣ କରିବା ପାଇଁ ଏକ ‍ସ୍ଥିତି ଭାବରେ ବ୍ୟକ୍ତିବିଶେଷଙ୍କର ପରିଚୟ ‍ସ୍ଥାପନା ପାଇଁ ଏହା ଆବଶ୍ୟକ କରେ ଯେ, ଏହିପରି ବ୍ୟକ୍ତିବିଶେଷ, ପ୍ରମାଣୀକରଣ କରାଇବେ କିମ୍ୱା ଆଧାର ସଂଖ୍ୟା ଧାରଣ କରିଥିବାର ପ୍ରମାଣ ଦେବେ କିମ୍ୱା ଜଣେ ବ୍ୟକ୍ତିବିଶେଷଙ୍କୁ କୌଣସି ଆଧାର ସଂଖ୍ୟା ଆବଣ୍ଟିତ ନହୋଇଥିବା ମାମଲାରେ, ସେହିପରି ବ୍ୟକ୍ତିବିଶେଷ, ଆଧାର ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ ।

ଯଦି ଜଣେ ବ୍ୟକ୍ତିବିଶେଷଙ୍କୁ ଆଧାର ସଂଖ୍ୟା ଆବଣ୍ଟିତ ହୋଇନାହିଁ, ତେବେ ସେ ସବସିଡୀ, ଲାଭ କିମ୍ୱା ସେବା ପାଇଁ ପରିଚୟର ବିକଳ୍ପ ଓ ବ୍ୟବହାର୍ଯ୍ୟ ଅର୍ଥ ପ୍ରଦାନ କରିବେ ।

ଆଧାର ଅଧିନିୟମର ଅନୁପାଳନରେ, ସମସ୍ତ ଅନୁରୋଧ ସଂସ୍ଥା କିମ୍ୱା ସେବା ପ୍ରଦାତା ନିମ୍ନଲିଖିତ କରିବେ:

  • ଅଧିନିୟମରେ ଅନ୍ୟଥା ଯେପର୍ଯ୍ୟନ୍ତ ପ୍ରଦାନ କରାନଯାଇଛି, UIDAI ଦ୍ୱାରା ବାଧ୍ୟତାମୂଳକ କରାଯାଇଥିବା ନୀତି ଓ ନିୟମ ପରି ଶୈଳୀରେ ପ୍ରମାଣୀକରଣ ପାଇଁ ଜଣେ ବ୍ୟକ୍ତିବିଶେଷଙ୍କର ପରିଚୟ ସୂଚନା ସଂଗ୍ରହ କରିବା ପୂର୍ବରୁ ତାଙ୍କର ସହମତି ପ୍ରାପ୍ତ କରାଯିବ ।
  • ଜଣେ ବ୍ୟକ୍ତିବିଶେଷଙ୍କ ପରିଚୟ ସୂଚନା, କେବଳ CIDRକୁ ପ୍ରମାଣୀକରଣ ପାଇଁ ଦାଖଲ ନିମନ୍ତେ ବ୍ୟବହାର କରାଯାଉଥିବାର ସୁନିଶ୍ଚିତ କରାଯିବ ।

ଏହି ଆଧାର ଅଧିନିୟମରେ ଥିବା କିଛିବି, ଜଣେ ବ୍ୟକ୍ତିଙ୍କୁ, ଯେକୌଣସି ଉଦ୍ଦେଶ୍ୟ ପାଇଁ ପରିଚୟ ‍ସ୍ଥାପନା କରିବା ନିମନ୍ତେ ଆଧାର ସଂଖ୍ୟା ବ୍ୟବହାର କରିବାରୁ ପ୍ରତିରୋଧ କରିବ ନାହିଁ, ଅବା ତାହା ରାଜ୍ୟ ଦ୍ୱାରା ହେଉ କିମ୍ୱା କର୍ପୋରେଟ୍ ରୁ ଯେକୌଣସି ବ୍ୟକ୍ତି ହେଉ, ଆଇନ ଦ୍ୱାରା ଅନୁବର୍ତ୍ତୀ, ପ୍ରଭାବଶାଳୀ ଥିବା ସମଯ ପର୍ଯ୍ୟନ୍ତ କିମ୍ୱା ଏହି ପ୍ରଭାବ ପ୍ରତି ଯେକୌଣସି ଚୁକ୍ତି ହେଉ ।

କିନ୍ତୁ ଆଧାର ସଂଖ୍ୟାର ବ୍ୟବହାର, ଆଧାର ଅଧିନିୟମ ୨୦୧୬ର ସେକ୍ସନ୍ ୮ ଓ ଅଧ୍ୟାୟ VI ଅନ୍ତର୍ଗତ ପ୍ରକ୍ରିୟା ଓ ଦାୟିତ୍ୱ ବିଷୟକ ହୋଇଥିବା ଦରକାର ।

ପ୍ରମାଣୀକରଣ ସେବା

ନିଜର ଦୁଇଟି ଡାଟା ସେଣ୍ଟର୍, ଯଥା ହେବାଲ୍ ଡାଟା ସେଣ୍ଟର୍ (HDC) ଓ ମାନେସର୍ ଡାଟା ସେଣ୍ଟର୍ (MDC) ମାଧ୍ୟମରେ UIDAI ଦ୍ୱାରା ଅନଲାଇନରେ ଓ ରିଅଲ୍ ଟାଇମ୍ ଶୈଳୀରେ ପ୍ରମାଣୀକରଣ ସେବା ପ୍ରଦାନ କରେ, ଯେଉଁଠାରେ ପ୍ରମାଣୀକରଣ ପାଇଁ ଅନଲାଇନ୍ ସେବା ଥିବାବେଳେ ଅନ୍ୟ ସେବାଗୁଡ଼ିକ, ଯେପରି e-KYCକୁ ସେବାର ଉଚ୍ଚ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆକ୍ଟିଭ୍-ଆକ୍ଟିଭ୍ ମୋଡ୍ ରେ ନିୟୋଜିତ କରାଯାଇଛି ।

UIDAIର କେନ୍ଦ୍ରୀୟ ପରିଚୟ ତଥ୍ୟ କୋଷ (CIDR) ବର୍ତ୍ତମାନ, ଦୈନିକ ଭିତ୍ତିରେ ପ୍ରମାଣୀକରଣର ଅସଂଖ୍ୟ ମାମଲା ସମ୍ଭାଳିବାରେ ସମର୍ଥ ଏବଂ ଚାହିଦା ବୃଦ୍ଧି ହେବା ସହିତ ତାହାକୁ ଆହୁରି ବଢ଼ାଇପାରେ । ଅନେକ ଅନୁରୋଧକାରୀ ସଂସ୍ଥା, ଯେଉଁମାନେଆଧାର ସଂଖ୍ୟାଧାରକଙ୍କୁ ସେବା ପ୍ରଦାନ କରନ୍ତି, ଦେଶର ଯେକୌଣସି ସ୍ଥାନରେ ରିଅଲ୍-ଟାଇମ୍, ମାପନୀୟ, ଅନ୍ତଃକାର୍ଯ୍ୟକାରୀ ଶୈଳୀରେ ବିକଶିତ ସେବା ପ୍ରଦାନ ପାଇଁ, ନିଜର ଏକୀକୃତ ଡୋମେନ୍ ଆପ୍ଲିକେସନ୍ ରେ ଆଧାର ସନ୍ନିହିତ କରିଛନ୍ତି ।

ପ୍ରମାଣୀକରଣ ସେବା ଭିତ୍ତିକ ଆଧାରର ବ୍ୟାପକତାକୁ ନିମ୍ନ ସାରଣୀବଦ୍ଧ ବିଭାଗ ସୂଚିତ କରେ:

ଆଧାର ପ୍ରମାଣୀକରଣ କ’ଣ କରିବ?

  • UIDAIର CIDRରେ ବାସିନ୍ଦାଙ୍କ ତଥ୍ୟର ପ୍ରମାଣୀକରଣ
  • ହଁ/ନାହିଁ ଭାବରେ ଅନୁରୋଧ ସଂସ୍ଥାଗୁଡ଼ିକୁ ଉତ୍ତର
  • ମୋବାଇଲ୍ ନେଟୱର୍କ, ଲ୍ୟାଣ୍ଡଲାଇନ୍ ନେଟୱର୍କ ଓ ବ୍ରୋଡବ୍ୟାଣ୍ଡ ନେଟୱର୍କରେ ଅନୁରୋଧ ଆରମ୍ଭ
  • ପ୍ରତ୍ୟେକ ପ୍ରମାଣୀକରଣ ଅନୁରୋଧ ପାଇଁ ଆଧାର ଆବଶ୍ୟକ କରିବା
  • କାରବାରକୁ ୧:୧ ମେଳ ପର୍ଯ୍ୟନ୍ତ ହ୍ରାସ କରିବା

ଆଧାର ପ୍ରମାଣୀକରଣ କ’ଣ କରିବ ନାହିଁ?

  • ଏକ ସ୍ମାର୍ଟ କାର୍ଡରେ ବାସିନ୍ଦାଙ୍କର ପ୍ରମାଣୀକରଣ
  • ବାସିନ୍ଦାମାନଙ୍କର ବ୍ୟକ୍ତିଗତ ପରିଚୟ ସୂଚନା ଫେରସ୍ତ
  • ବ୍ରୋଡବ୍ୟାଣ୍ଡ ନେଟୱର୍କ ପ୍ରତି ପ୍ରତିବନ୍ଧିତ ରହିବା
  • ପ୍ରଦାନ କରାଯାଇଥିବା ବିବରଣୀକୁ ଭିତ୍ତିକରି ଆଧାର ଖୋଜିବା
  • ୧:N ମେଳ ଖୋଜିବା

ଆଧାର ପ୍ରମାଣୀକରଣର ଆଶା କରାଯାଉଥିବା ଲାଭ

ନିମ୍ନ ପ୍ରଦତ୍ତ ସାରଣୀବଦ୍ଧ ବିଭାଗ, ଲାଭଗୁଡ଼ିକର ତିନୋଟି ବର୍ଗ ପାଇଁ ଦୃଶ୍ୟ ପ୍ରଦର୍ଶନ କରେ, ଯାହା UIDAIର ଆଧାର ପ୍ରମାଣୀକରଣ ବ୍ୟବହାର କରି ଉନ୍ନୀତ କରାଯାଇପାରିବ ।

  1. ପରିଚୟ ‍ସ୍ଥାପନା
  2. ନୂଆ ହିତାଧିକାରୀ ଯୋଗ କରିବା: ଆଧାର ସଂଖ୍ୟାଧାରକମାନଙ୍କୁ PDS ଓ RSBY ପରି ମୌଳିକ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ପ୍ରସାରିତ କରିବା ପାଇଁ ଆଧାର ପ୍ରମାଣୀକରଣକୁ ପରିଚୟ ପ୍ରମାଣ ଭାବେ ବ୍ୟବହାର କରାଯାଇପାରେ । ବ୍ୟାଙ୍କିଙ୍ଗ୍ ଓ ଟେଲିକମ୍ ପରି ସାମାଜିକ ଲେଭଲର୍ସଙ୍କ ପ୍ରତି ଏହା ସେମାନଙ୍କୁ ଆକ୍ସେସ୍ ଦେଇଥାଏ, ଯେଉଁଥିପାଇଁ ସେମାନଙ୍କୁ ଏପର୍ଯ୍ୟନ୍ତ ପରିଚୟ ପ୍ରମାଣ ଆବଶ୍ୟକତା ପାଇଁ ପ୍ରତ୍ୟାଖ୍ୟାତ କରିଦିଆଯାଇଥିଲା ।

    ହିତାଧିକାରୀମାନଙ୍କୁ ସୁନିଶ୍ଚିତ କରିବା:ବିଭିନ୍ନ କାର୍ଯ୍ୟକ୍ରମ, ଯେଉଁଠାରେ ହିତାଧିକାରୀମାନଙ୍କୁ, ସେବା ଯୋଗାଣ ପୂର୍ବରୁ ସୁନିଶ୍ଚିତ ହେବାକୁ ଅଛି, ଆଧାର ପ୍ରମାଣୀକରଣ ବ୍ୟବହାର କରିପାରିବେ । ଏହା, ଅଙ୍କୁଶ ଲଗାଇବାରେ ସାହାଯ୍ୟ କରିବା ସହିତ ଲକ୍ଷିତ ହିତାଧିକାରୀମାନେ ଯୋଗ୍ୟତାରୁ ପ୍ରତ୍ୟାଖ୍ୟାତ ଯେପରି ନହୁଅନ୍ତି, ତାହା ସୁନିଶ୍ଚିତ କରିବ ।

    ଉପସ୍ଥିତି ପରିଚାଳନା:SSA ଓ NREGA ପରି କାର୍ଯ୍ୟକ୍ରମ, ଯେଉଁଠାରେ ଆର୍ଥିକ ପରିବ୍ୟୟ, ହିତାଧିକାରୀଙ୍କ ଉପସ୍ଥିତି ସହିତ ଜଡ଼ିତ ଥାଏ, ସେଠାରେ ଉପସ୍ଥିତି ଉପରେ ନଜର ରଖିବାକୁ ଆଧାର ପ୍ରମାଣୀକରଣକୁ ବ୍ୟବହାର କରାଯାଇପାରେ ।

    ଆର୍ଥିକ କାରବାର:ଆଧାର ଭିତ୍ତିକ ପ୍ରମାଣୀକରଣର ଗୋଟିଏ ସବୁଠାରୁ ବଡ଼ ଲାଭ ହେଉଛି, ଆର୍ଥିକ ଅନ୍ତର୍ଭୁକ୍ତିକରଣ ‍କ୍ଷେତ୍ରରେ । ଆଧାର ପ୍ରମାଣୀକରଣ ବ୍ୟବହାର କରୁଥିବା ମାଇକ୍ରୋ-ATM ଉପକରଣଗୁଡ଼ିକରେ ଦେଶର ଆର୍ଥିକ ରୂପରେଖ ପରିବର୍ତ୍ତନ କରିବାର ସମ୍ଭାବନା ଅଛି ।

    ପ୍ରବେଶ ନିୟନ୍ତ୍ରଣ:ଏୟାରପୋର୍ଟ, ହୋତେଲ୍ସ, ପରୀକ୍ଷା ହଲ୍ ଆଦି ପରି ‍ସ୍ଥାନମାନଙ୍କରେ ପ୍ରବେଶ ପ୍ରତିବନ୍ଧ ନିୟନ୍ତ୍ରଣ କରିବାରେ ଆଧାର ପ୍ରମାଣୀକରଣକୁ ବ୍ୟବହାର କରାଯାଇପାରେ ।

  3. ସେବା ବିତରଣରେ ଦକ୍ଷତା ଓ ପାରଦର୍ଶିତାର ବିକାଶ
  4. ଏଣ୍ଡ-ଟୁ-ଏଣ୍ଡ ସେବା ବିତରଣ ନଜର ରଖିବା: ଯଦି ଆଧାର ପ୍ରମାଣୀକରଣକୁ ସମଗ୍ର ସେବା ବିତରଣ ପ୍ରକ୍ରିୟା/ଯୋଗାଣ ଶୃଙ୍ଖଳାରେ ଲାଗୁ କରିଦିଆଯାଆନ୍ତା, ତେବେ ତାହା, ଲିକେଜ୍ ଓ ଦିଗଭ୍ରଷ୍ଟ ଉପରେ ଅଙ୍କୁଶ ଲଗାଇବାରେ ସାହାଯ୍ୟ କରିବା ସହ ବିତରଣରେ ବିଭ୍ରାଟକାରୀଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ।

    ଚାହିଦା-ପରିଚାଳିତ, ପୋର୍ଟେବଲ୍ ସେବା ବିତରଣ:ଯେହେତୁ ହିତାଧିଖାରୀମାନେ ନିଜର ଆଧାରକୁ ଯେକୌଣସି ‍ସ୍ଥାନରେ ପ୍ରମାଣୀକରଣ କରିପାରିବେ, ହିତାଧିକାରୀମାନଙ୍କ ପାଇଁ ବିତରଣକୁ ଆହୁରି ନମନୀୟ ଓ ଅନୁକୂଳ କରିବା ନିମନ୍ତେ ବିତରଣ ପ୍ରକ୍ରିୟାକୁ ପୁନର୍ଗଠିତ କରାଯାଇପାରିବ ।

    ପ୍ରାସଙ୍ଗିକ MISକୁ ପ୍ରବେଶ ଓ ହିତାଧିକାରୀଙ୍କର ସଶକ୍ତିକରଣ:ହିତାଧିକାରୀମାନଙ୍କୁ ସଶକ୍ତ କରିବା ପାଇଁ ଏବଂ କାର୍ଯ୍ୟକଳାପ ପାଇଁ ସ୍ୱୟଂ-ସହାୟତା ସୁବିଧା ପ୍ରଦାନ କରିବାରେ, ସ୍ୱୟଂ-ସେବା କିଓସ୍କ, ମୋବାଇଲ୍ ଫୋନ୍, କଲ୍ଦ ସେଣ୍ଟର୍ ଆଦି ମାଧ୍ୟମରେ ଆଧାର ବ୍ୟବହାର କରାଯାଇପାରେ, ଯେପରି ସେମାନଙ୍କର ଯୋଗ୍ୟତା ଯାଞ୍ଚ କରିବା, ସେବା ବିତରଣ ସମୟ, ଅଭିଯୋଗ ରୁଜୁ କରିବା ଆଦି ।

    ଉତ୍ତରଦାୟୀ / ସତର୍କତା:ସେବା ବିତରଣ, ଅଡିଟ୍, ସତର୍କତା ଆଦି ପାଇଁ ଦାୟୀ ଅଧିକାରୀ / ସଦସ୍ୟମାନଙ୍କର ପ୍ରମାଣୀକରଣ ପାଇଁ ମଧ୍ୟ ଆଧାର ଭିତ୍ତିକ ପ୍ରମାଣୀକରନ ବ୍ୟବହାର କରାଯାଇପାରେ ।

  5. ଜନସାଂଖିକୀୟ ପରିଚୟ ଯାଞ୍ଚ
  6. ଜନସାଂଖିକୀୟ ତଥ୍ୟ ଯାଞ୍ଚ: ନାମ, ବୟସ, ଲିଙ୍ଗ, ଠିକଣା ପରି ଜନସାଂଖିକୀୟ ତଥ୍ୟକୁ ଆଧାର ପ୍ରମାଣୀକରଣ ବ୍ୟବହାର କରି ଯାଞ୍ଚ କରାଯାଇପାରିବ ।

ଆଧାର - "UIDAI, ଭାରତ ସରକାର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate