ଆଧାର କଣ ? ଆଧାର ହେଉଛି ଏକ 12 ଅଙ୍କ ବିଶିଷ୍ଟ ଅନିୟମିତ ସଂଖ୍ୟା ଯାହା କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିରିକୃତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ UIDAI ଦ୍ୱାରା ଜାରି କରାଯାଏ । ବୟସ ଏବଂ ଲିଙ୍ଗ ନିର୍ବିଶେଷରେ ଯିଏ ଜଣେ ଭାରତୀୟ ନାଗରିକ, ସେ ସ୍ୱେଚ୍ଛାକୃତ ଭାବରେ ଆଧାର ନମ୍ବର ପାଇବା ପାଇଁ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ପଞ୍ଜୀକରଣ ସମୟରେ ବାୟୋମେଟ୍ରିକ୍ ଏବଂ ଜନସାଂଖିକୀୟ ସୂଚନା ଦେବାକୁ ପଡ଼ିବ, ଯାହା କି ସମ୍ପୂର୍ଣ୍ଣ ଭାବରେ ମାଗଣା ଅଟେ । ଆଧାର ପାଇଁ ଜଣେ ବ୍ୟକ୍ତିଙ୍କୁ କେବଳ ଥରେ ପଞ୍ଜୀକରଣ କରିବା ପାଇଁ ପଡ଼ିଥାଏ ଏବଂ ପୁନଃପ୍ରତିଲିପିକରଣ ପରେ, କେବଳ ଗୋଟିଏ ଆଧାର ହିଁ ଉତ୍ପନ୍ନ ହେବ, ଯେହେତୁ ଜନସାଂଖିକୀୟ/ବାୟୋମେଟ୍ରିକ୍ ପୁନଃପ୍ରତିଲିପିକରଣ ପ୍ରକ୍ରିୟା ସମୟରେ ତାହା ସ୍ୱତନ୍ତ୍ର ବୋଲି ପ୍ରମାଣିତ ହୋଇଥାଏ । ତେଣୁ, ଆଧାର ହେଉଛି ଏକ ସ୍ୱତନ୍ତ୍ର ଏବଂ ଆଜୀବନ ପରିଚୟ ସଂଖ୍ୟା, ଯାହା ଅନଲାଇନ ମାଧ୍ୟମରେ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ପ୍ରମାଣିତ କରାଯାଇ ପାରିବ ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ । ଜନସାଂଖିକୀୟ ସୂଚନା ନାମ, ଜନ୍ମ ତାରିଖ (କିମ୍ବା ବୟସ), ଲିଙ୍ଗ, ଠିକଣା, ମୋବାଇଲ୍ ନମ୍ବର (ଇଚ୍ଛାଧୀନ) ଏବଂ ଇ-ମେଲ୍ ଆଇଡି (ଇଚ୍ଛାଧୀନ) ବାୟୋମେଟ୍ରିକ୍ ସୂଚନା ଦଶଟି ଆଙ୍ଗୁଠିର ଚିହ୍ନ, ଦୁଇଟି ଆଇରିସ୍ ସ୍କାନ୍, ଏବଂ ମୁହଁର ଫଟୋ ଆଧାର ନମ୍ବରରେ କୌଣସି ଚାତୁର୍ଯ୍ୟ କିମ୍ବା ବ୍ୟକ୍ତିଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ କିମ୍ବା ଟ୍ରାକିଂ ସୂଚନା ନଥାଏ । ଏହା ଏକ ପରିଚାୟକ ଏବଂ ନାଗରିକତ୍ୱର ପ୍ରମାଣ ଭାବରେ ବ୍ୟବହାର କରାଯାଏ ନାହିଁ । ଏହା କୌଣସି ଅଧିକାର, ଲାଭ କିମ୍ବା କ୍ଷମତା ଦିଏ ନାହିଁ । ତେବେ, ଆଧାର ଏକ ସ୍ଥାୟୀ ଆର୍ଥିକ ଠିକଣା ଭାବରେ ବ୍ୟବହାର କରାଯାଇପାରିବ ଏବଂ ଏହା ସମାଜର ସାଧାରଣ ଜୀବନଯାପନ ଉପଭୋଗରୁ ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଆର୍ଥିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରେ । ତେଣୁ, ଏହା ନ୍ୟାୟ ଏବଂ ସମାନତା ବଣ୍ଟନର ଏକ ଉପକରଣ । ସାମାଜିକ ଏବଂ ଆର୍ଥିକ ଅନ୍ତର୍ଭୁକ୍ତି, ସାମାଜରେ ବିଭିନ୍ନ ଶ୍ରେଣୀରେ ନିୟମିତ ବଣ୍ଟନରେ ସଂସ୍କାର, ଆର୍ଥିକ ଖର୍ଚ୍ଚ ଅଟକଳ ପରିଚାଳନା ପାଇଁ, ସୁବିଧାସୁଯୋଗ ବଢ଼ାଇବା ଏବଂ ବାଧା-ମୁକ୍ତ ଜନକୈନ୍ଦ୍ରୀକ ସରକାରୀ ଶାସନକୁ ପ୍ରୋତ୍ସାହିତ କରିବା ପାଇଁ ଆଧାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଉପକରଣ । ଆଧାର ପରିଚୟ ମଞ୍ଚ ‘ଡିଜିଟାଲ୍ ଇଣ୍ଡିଆ’ର ପ୍ରମୁଖ ସ୍ତମ୍ଭଗୁଡ଼ିକ ମଧ୍ୟରୁ ଗୋଟିଏ, ଯେଉଁଠାରେ ଏହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ଯୋଗାଇଦେବ । ଆଧାର କାର୍ଯ୍ୟକ୍ରମ ଅନେକଗୁଡ଼ିକ ମାଇଲଖୁଣ୍ଟ ସଫଳତାର ସହ ଅତିକ୍ରମ କରିସାରିଛି ଏବଂ ବିଶ୍ୱରେ ଏହା ଏଭଳି ସର୍ବବୃହତ୍ ବାୟୋମେଟ୍ରିକ୍ ଉପରେ ପର୍ଯ୍ୟବସିତ ପରିଚୟ ବ୍ୟବସ୍ଥା । ବ୍ୟବହାର ଭାରତରେ ସରକାରଗୁଡ଼ିକ ଗରିବ ଏବଂ ସମାଜର ସର୍ବାଧିକ ବିପଦ ସଙ୍କୁଳ ଶ୍ରେଣୀର ଲୋକଙ୍କୁ ଦୃଷ୍ଟିରେ ରଖି ଅନେକଗୁଡ଼ିଏ ସାମାଜିକ ମଙ୍ଗଳ ଯୋଜନାକୁ ଆର୍ଥିକ ଅନୁଦାନ ଦେଇଥାନ୍ତି । ଏହି ଯୋଜନାମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଶାସନିକ ଅକ୍ଷମତା ମଧ୍ୟରେ ଗତି କରୁଛି । ଆଧାର ଓ ତାହାର ପ୍ଲାଟଫର୍ମ, ସରକାରଙ୍କୁ, ସେମାନଙ୍କର କଲ୍ୟାଣ ବିତରଣ କୌଶଳ ସୁପ୍ରବାହୀ କରିବା ପାଇଁ ଏକ ଅଦ୍ୱିତୀୟ ସୁଯୋଗ ପ୍ରଦାନ କରେ, ଯେଉଁଥିରୁ ପାରଦର୍ଶୀ ଓ ଉତ୍ତମ ଶାସନ ସୁନିଶ୍ଚିତ ହୋଇପାରିବ । ସରକାର ଏବଂ ସେବା ସଂସ୍ଥାଗୁଡ଼ିକ ପାଇଁ ବସିନ୍ଦାମାନଙକର ଜନସାଂଖିକୀୟ ଓ ବାୟୋମେଟ୍ରିକ୍ ବିଶେଷତାକୁ ନିଜର ସମଗ୍ର ଡାଟାବେସ୍ ସହିତ ପୁନଃ-ପ୍ରତିଲିପିକରଣ କରିବା ପରେ ହିଁ UIDAI ସେମାନଙ୍କୁ ଆଧାର ସଂଖ୍ୟା ଜାରି କରେ । ଆଧାର ପ୍ରମାଣୀକରଣ, ବିଭିନ୍ନ ଯୋଜନା ଅନ୍ତର୍ଗତ ନକଲ ଦୂରୀକରଣକୁ ସମର୍ଥ କରିବା ସହ ସରକାରୀ କୋଷକୁ ପର୍ଯ୍ୟାପ୍ତ ସଞ୍ଚୟ ଜେନେରେଟ୍ କରିବାର ଆଶା କରାଯାଏ । ଏହା ସରକାରଙ୍କୁ ହିତାଧିକାରୀଙ୍କର ସଠିକ୍ ତଥ୍ୟ ମଧ୍ୟ ଯୋଗାଇ ଦେଉଛି ଯାହା ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚୁଥିବା ଯୋଜନାକୁ କାର୍ଯ୍ୟକ୍ଷମ କରେ ଏବଂ ସରକାରୀ ବିଭାଗ/ସେବା ପ୍ରଦାନକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ବିଭିନ୍ନ ଯୋଜନାକୁ ଅଧିକ ଦକ୍ଷତାର ସହ କରିବା ପାଇଁ ସୁବିଧା ଯୋଗାଇ ଦିଏ । ଯୋଜନା କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକ ହିତାଧିକାରୀଙ୍କ ଯାଞ୍ଚ କରିବାରେ ହିତାଧିକାରୀ ଓ ଲାଭଗୁଡ଼ିକର ଲକ୍ଷିତ ବିତରଣକୁ ସୁନିଶ୍ଚିତ କରେ । ଏ ସମସ୍ତ କାର୍ଯ୍ୟ ଦ୍ୱାରା: ଲକ୍ଷ୍ୟଧାର୍ଯ୍ୟ କରି ନିୟମିତ ବଣ୍ଟନ ମାଧ୍ୟମରେ ବହିର୍ଗମନକୁ ଦମନ କରାଯାଉଛି: ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ସେବା ପହଞ୍ଚାଇବା ପୂର୍ବରୁ ଯେଉଁଠାରେ ହିତାଧିକାରୀମାନଙ୍କୁ, UIDAIର ପ୍ରମାଣୀକରଣସେବାରୁ ଲାଭ ପ୍ରଦାନ ପାଇଁ ସେବା ବିତରଣ ପୂର୍ବରୁ ସୁନିଶ୍ଚିତ କରିବାକୁ ପଡ଼ିବ । ଏହା, ଲିକେଜ୍ ରୋକିବ ଏବଂ ଏହା ସୁନିଶ୍ଚିତ କରିବ ଯେ, ସେବାଗୁଡ଼ିକ କେବଳ ଉଦ୍ଦିଷ୍ଟ ହିତାଧିକାରିମାନଙ୍କୁ ହିଁ ବିତରଣ କରାଯାଉଛି । ଉଦାହରଣଗୁଡ଼ିକରେ ରହିଛି, ସାର୍ବଜନୀନ ବିତରଣ ପ୍ରଣାଳୀ (PDS) ହିତାଧିକାରିମାନଙ୍କୁ, ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNRGS)ର କର୍ମସ୍ଥଳରେ ଉପସ୍ଥିତ ଥିବା ହିତାଧିକାରୀ ଆଦିଙ୍କୁ ରିଆତି ଦରରେ ଖାଦ୍ୟ ଓ କିରୋସିନ୍ ବଣ୍ଟନ । ଦକ୍ଷତା ଏବଂ କାର୍ଯ୍ୟକାରିତା ଉନ୍ନତ କରିବା:ସେବା ବିତରଣ କୌଶଳ ବିଷୟରେ ସଠିକ ଓ ପାରଦର୍ଶୀ ସୂଚନା ପ୍ରଦାନ କରୁଥିବା ଆଧାର ପ୍ଲାଟଫର୍ମ ସହିତ ସରକାର, ବିତରଣ ପ୍ରଣାଳୀର ବିକାଶ କରିପାରିବେ ଏବଂ ସେବା ବିତରଣ ନେଟୱର୍କରେ ଥିବା ମାନବ ସମ୍ୱଳକୁ ଉତ୍ତମ ଭାବରେ ବ୍ୟବହାର ସମେତ ଦୁର୍ଲଭ ବିକାଶ ପାଣ୍ଠିକୁ ବ୍ୟବହାର କରିପାରିବେ । ପ୍ରଶାସନିକ କର୍ମଚାରୀଙ୍କର ପ୍ରଦର୍ଶନରେ ଉନ୍ନତି:ବିସ୍ତୃତଭାବରେ ବିଭିନ୍ନ ଅଞ୍ଚଳରେ ଥିବା ଗରିବ ଏବଂ ପଛୁଆ ବର୍ଗର ଲୋକଙ୍କ ପାଖରେ ଦେୟ/ସେବା ପହଞ୍ଚାଇବା ପାଇଁ ବିଭାଗଗୁଡ଼ିକ ମଧ୍ୟସ୍ଥତା କରୁଥିବା ସଂସ୍ଥାଗୁଡ଼ିକର ଏକ ବୃହତ୍ତର ନେଟୱର୍କକୁ ନିଯୁକ୍ତ କରନ୍ତି। କାମଗୁଡ଼ିକ ସୁଚାରୁ ରୂପେ ସମ୍ପାଦନ ହେଉଛି କି ନାହିଁ ସୁନିଶ୍ଚିତ କରିବା ପାଇଁ ସରକାର ତଦାରଖ କରିବା ଦରକାର ପଡ଼େ। ହିତାଧିକାରୀଙ୍କର ଏକୀକୃତ ଦୃଶ୍ୟ:ଗରିବ ଏବଂ ଗ୍ରାମୀଣ ଜନତା NSAP/ପେନସନ୍ (ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମତା), ଜୀବିକା (MGNREGS), PDS ଅଧୀନରେ ମୌଳିକ ସୁବିଧା ସୁଯୋଗ (ଖାଦ୍ୟଶସ୍ୟ, କିରୋସିନି), ଇନ୍ଧନ (DBTL-PAHAL), ସୁବିଧା DBTL-PAHAL), ଏବଂ ଆର୍ଥିକ ଅନ୍ତର୍ଭୁକ୍ତି (PMJDY) ଭଳି ଅନେକ ସେବା ଏବଂ ଯୋଜନାର ବ୍ୟବହାର କରୁଛନ୍ତି । ତେବେ, ଏଗୁଡ଼ିକମଧ୍ୟରୁ ପ୍ରତ୍ୟେକ ବିଭାଗ ସ୍ୱାଧୀନ ଭାବରେ କାମ କରୁଛନ୍ତି ଏବଂ ସେମାନଙ୍କର ବିଭାଗ ଅନୁଯାୟୀ ନିର୍ଦ୍ଦିଷ୍ଟ ଡାଟାବେସ୍ ରହିଛି । ଆଧାର କାର୍ଯ୍ୟକ୍ଷମ ହେବା ଦ୍ୱାରା, ସରକାରୀ କଳଗୁଡ଼ିକ ଏକ ଏକୀକୃତ ଦୃଶ୍ୟ ପାଇପାରିବେ ଯାହା ଦ୍ୱାରା ନାଗରିକମାନଙ୍କର ଯୋଗ୍ୟତା ଅନୁଯାୟୀ ଯୋଜନାର ଲାଭ ସଠିକ୍ ହିତାଧିକାରୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଉପଯୁକ୍ତଭାବରେ ଲକ୍ଷ୍ୟଧାର୍ଯ୍ୟ କରିପାରିବେ । ବାସିନ୍ଦାମାନଙ୍କ ପାଇଁ ବାସିନ୍ଦାମାନଙ୍କ ପାଇଁ ଆଧାର ପ୍ରଣାଳୀ, ସମଗ୍ର ଦେଶରେ ଏକକ ଉତ୍ସ ଅନଲାଇନ୍ ପରିଚୟ ଯାଞ୍ଚ ପ୍ରଦାନ କରିଥାଏ । ଥରେ ବାସିନ୍ଦା ପଞ୍ଜୀକରଣ କରିସାରିବା ପରେ, ସେମାନେ ଆଧାର ସଂଖ୍ୟାକୁ ପ୍ରମାଣୀକରଣ ଓ ନିଜର ପରିଚୟ ସ୍ଥାପିତ କରିବା ପାଇଁ ବୈଦ୍ୟୁତିକ ଅର୍ଥରେ ଅନେକ ଥର ବ୍ୟବହାର କରିପାରିବେ । ଏହାଦ୍ୱାରା ବ୍ୟାଙ୍କ ଖାତା ଖୋଲିବା, ଡ୍ରାଇଭିଂ ଲାଇସେନ୍ସ ଆଦି ଏକ ବହନୀୟ ପରିଚୟ ପ୍ରମାଣ ପ୍ରଦାନ ଦ୍ୱାରା, ଯାହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ, ଅନଲାଇନ୍ ରେ ଆଧାର ପ୍ରମାଣୀକରଣ ମାଧ୍ୟମରେ ଯାଞ୍ଚ କରିହେବ, ଆଧାର ବ୍ୟବସ୍ଥା ଦେଶର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ଯାତାୟତ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କର ସ୍ଥାନାନ୍ତର ସମସ୍ୟା ସମାଧାନ କରେ । ଆଧାର - "UIDAI, ଭାରତ ସରକାର"