অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭିସା ପାଇଁ ଆବେଦନ

ଭିସା ପାଇଁ ଆବେଦନ

ବ୍ରିଟେନ ଭିସା ଓ ଇମିଗ୍ରେସନ୍ ସହ ବୁଝାମଣା କରି VFS-Global ପକ୍ଷରୁ “ଅନ ଡିମାଣ୍ଡ ମୋବାଇଲ୍ ଭିସା’ ସେବା ଆରମ୍ଭ ବିଷୟରେ ଘୋଷଣା କରାଯାଇଛି । ଭାରତୀୟମାନେ ଏହି ସେବାକୁ ବ୍ୟବହାର କରି ବ୍ରିଟେନ୍ ଭିସା ପାଇଁ ଆବେଦନ କରିପାରିବେ।

ଏହି ସେବା ଜରିଆରେ ଭାରତର ଯେ କୌଣସି ସ୍ଥାନରେ ବାସ କରୁଥିବା ଲୋକମାନେ ଭିସା ପାଇଁ ଆବେଦନ କରିବା ସହ ନିଜ ଘର କିମ୍ବା ଅଫିସରେ ରହି ବାୟୋମେଟ୍ରିକ୍ ତଥ୍ୟ ଦେଇପାରିବେ ।

“ଅନ୍ ଡିମାଣ୍ଡ୍’ ସେବା

“ଅନ୍ ଡିମାଣ୍ଡ୍’ ସେବା ଆବେଦନକାରୀଙ୍କ ଘରେ, ଅଫିସରେ କିମ୍ବା ଅନ୍ୟ ସ୍ଥାନରେ ପହଂଚାଇ ହେବ (ବିପଦର ମାତ୍ରା ଆକଳନ ପରେ) । ବହୁ ଭାରତୀୟ ଯଥା କର୍ପୋରେଟ୍ କର୍ମଚାରୀ, କଲେଜ୍ କ୍ୟାମ୍ପସ୍, ସିନେମା ନିର୍ମାଣ ୟୁନିଟ୍ ସଦସ୍ୟ, ଯେଉଁମାନେ ଭିସା ଆବେଦନ କେନ୍ଦ୍ରକୁ ଯାତ୍ରା କରିବାକୁ ଚାହୁଁ ନାହାନ୍ତି ସେମାନେ “ଅନ୍ ଡିମାଣ୍ଡ ମୋବାଇଲ୍ ଭିସା’ ସେବା ହାସଲ କରିପାରିବେ ଯାହା ସହଜରେ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି ।

ଏହି ସେବା ପୂର୍ବ ଆପଏଣ୍ଟମେଣ୍ଟ ଜରିଆରେ ମିଳୁଛି । ସପ୍ତାହନ୍ତରେ ମଧ୍ୟ ମିଳୁଛି । ଏଥିପାଇଁ ଅଧିକ ଶୁଳ୍କ ଦରକାର । ଏ ବିଷୟରେ ଅଧିକ ଜାଣିବା ପାଇଁ ଏଥିରେ userpayservicesindia@vfshelpline.com ଇମେଲ୍ କରିପାରିବେ ।

ହୋମ୍ ଟୁ ହୋମ୍ ସେବା ମଧ୍ୟ ଆରମ୍ଭ

ବ୍ରିଟେନ୍ ଭିସା ଆବେଦନ ପାଇଁ VFS-Global ପକ୍ଷରୁ ହୋମ୍ ଟୁ ହୋମ୍ (ଏଚ୍୨ଏଚ୍) ନାମକ ବ୍ୟକ୍ତିଗତ ସେବା ଆରମ୍ଭ କରାଯାଇଛିି । ଏଥିରେ ଡ୍ରାଇଭର ସେବା ସହିତ ଫର୍ମ ଆବେଦନରୁ ଦାଖଲ ପର୍ଯ୍ୟନ୍ତ ସୁବିଧା ଯୋଗାଇ ଦିଆଯାଉଛି । ସହର ବାହାରେ ରହୁଥିବା ଆବେଦନକାରୀଙ୍କ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି, ଯେଉଁମାନେ ଭିସା ଆବେଦନ ପାଇଁ ସହରକୁ ଆସିପାରନ୍ତି ନାହିଁ ।

ଏହି ସେବାର ମୁଖ୍ୟାଂଶ

  1. ପିକ୍ ଅପ୍ ଓ ଡ୍ରପ୍:
  2. ବିମାନ ବନ୍ଦର କିମ୍ବା ରେଳ ଷ୍ଟେସନ୍ରୁ ଆଣି ଫର୍ମ ଆବେଦନ ଓ ଦାଖଲ କରି ପୁଣି ଆବେଦନକାରୀଙ୍କୁ ଛାଡ଼ିବା ପର୍ଯ୍ୟନ୍ତ କାମ

  3. ପ୍ରିମିୟମ୍ ଲାଉଞ୍ଜ:
  4. ଏହି ଏକ୍ସପ୍ରେସ୍ ଚେକ୍ ଇନ୍ରେ ଆବେଦନକାରୀଙ୍କୁ ସିଧାସଳଖ ପ୍ରିମିୟମ୍ ଲାଉଞ୍ଜକୁ ନିଅଯାଏ । ସେଠାରେ ଫଟୋକପି, ଫଟୋ ବୁଥ୍ ଓ ଏସଏମ୍ଏସ୍ ସେବା ମାଗଣାରେ ମିଳେ । ମାଗଣାରେ କୁରିୟର ମଧ୍ୟ କରାଯାଇପାରିବ ।

  5. ବ୍ୟକ୍ତିଗତ ଭିଏଫ୍ଏସ୍ ସହାୟତା:
  6. ପିକ୍ ଅପ୍ ପଏଣ୍ଟରୁ ଆବେଦନ ଦାଖଲ ପର୍ଯ୍ୟନ୍ତ ଷ୍ଟାଫ୍ ସହାୟତା ପ୍ରଦାନ କରାଯାଏ । ଗ୍ରାହକଙ୍କୁ ଡିଜିଟାଲ୍ ସହାୟତା ଦିଆଯାଏ ।

  7. ଲମ୍ବା କାର୍ଯ୍ୟ ସମୟ:
  8. ସାଧାରଣ କାର୍ଯ୍ୟ ସମୟ ବାଦ ସୋମବାରରୁ ଶୁକ୍ରବାର ରାତି ୭ଟା ପର୍ଯ୍ୟନ୍ତ ସେବା ପ୍ରଦାନ କରାଯାଏ । ଏଚ୨ଏଚ୍ ସେବା ଅହମ୍ମଦାବାଦ, ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ, ଗୁରୁଗାଓଁ, ମୁମ୍ବାଇ ଓ ନୂଆଦିଲ୍ଳୀରେ ଉପଲବ୍ଧ ହେଉଛି । ଏ ବିଷୟରେ ଅଧିକ ଜାଣିବା ପାଇଁ ଲେଖିପାରିବେ ଏଥିରେ userpayservicesindia@vfshelpline.com ।

    ୨୦୦୩ ପରଠାରୁ ଭିଏଫ୍ଏସ୍ ଗ୍ଲୋବାଲ୍ ବ୍ରିଟେନ୍ ଭିସା ସେବା ଯୋଗାଇ ଦେଉଛି । ବର୍ତ୍ତମାନ ଏହାର ସାରା ବିଶ୍ୱର ୫୪ଟି ରାଷ୍ଟ୍ରରେ ୧୦୪ଟି ଭିସା ଆବେଦନ କେନ୍ଦ୍ର ରହିଛି।

ଆଧାର - ୟୌର ଷ୍ଟୋରୀ

Last Modified : 2/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate