অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଜର ଆଧାର ବିବରଣୀ କିପରି

ଆଧାର ହେଉଛି ଭାରତ ସରକାରଙ୍କ ତରଫରୁ ଭାରତୀୟ ଅନନ୍ୟ ଚିହ୍ନଟୀକରଣ କର୍ତ୍ତୃପକ୍ଷଙ୍କ ଦ୍ଵାରା ଜାରି କରାଯାଇଥିବା ୧୨ ଅଙ୍କ ବିଶିଷ୍ଟ ଏକ ପରିଚୟ ପ୍ରଦାନକାରୀ ସଂଖ୍ୟା । ଏହି ସଂଖ୍ୟା ଭାରତର ଯେ କୌଣସି ସ୍ଥାନରେ ପରିଚୟର ପ୍ରମାଣ ଭାବରେ କାମ କରିବ । ଡାକ ବିଭାଗ ଜରିଆରେ ପ୍ରାପ୍ତ ହୋଇଥିବା ଆଧାର ପତ୍ର ବା ଭାରତୀୟ ଅନନ୍ୟ ଚିହ୍ନଟୀକରଣ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ୱେବସାଇଟରୁ ଡାଉନଲୋଡ କରାହୋଇଥିବା ଇ-ଆଧାର ମଧ୍ୟ ସମାନ ଭାବରେ ପରିଚୟର ପ୍ରମାଣ ଭାବରେ ଗ୍ରହଣଯୋଗ୍ୟ ।

ଭାରତର ବାସିନ୍ଦା ହୋଇଥିବା ତଥା ଆଧାରରେ ପଞ୍ଜିକରଣ ପାଇଁ ୟୁଆଇଡିଏଆଇ ଧାର୍ଯ୍ୟ କରିଥିବା ଭେରିଫିକେସନ ବ୍ୟବସ୍ଥାକୁ ହାସଲ କରିପାରୁଥିବା ଯେକୌଣସି ବ୍ୟକ୍ତି, ସେ ଯେଉଁ ଲିଙ୍ଗ ବା ଯେଉଁ ବୟସର ବି ହୁଅନ୍ତୁ, ଆଧାରରେ ଯୋଗଦାନ ପାଇଁ ଆବେଦନ କରିପାରିବେ ।

ପ୍ରତ୍ୟେକ ବ୍ୟକ୍ତି କେବଳ ଥରେ ଯୋଗଦାନ କରିପାରିବେ । ଏହା ପାଇଁ କୌଣସି ଦେୟ ଦେବାକୁ ପଡେ ନାହିଁ । ପ୍ରତ୍ୟେକ ଆଧାର ସଂଖ୍ୟା ଜଣେ ବ୍ୟକ୍ତିର ପରିଚୟ ପ୍ରଦାନ କରୁଥିବା ଏକ ଅନନ୍ୟ ସଂଖ୍ୟା । ଗୋଟିଏ ସଂଖ୍ୟା କେବଳ ଜଣେ ବ୍ୟକ୍ତିକୁ ହିଁ ମିଳିଥାଏ ତେଣୁ ତାହା ଅନନ୍ୟ । ଅନ୍ୟ କେହି ସେହି ସଂଖ୍ୟା ପାଇବେ ନାହିଁ । ଏହି ସଂଖ୍ୟା ସାରା ଜୀବନ ପାଇଁ ବୈଧ । ଆଧାର ସଂଖ୍ୟା ଆପଣଙ୍କୁ ବ୍ୟାଙ୍କ ସେବା, ମୋବାଇଲ ଫୋନ କନେକସନ ତଥା ଅନ୍ୟ ସରକାରୀ ଓ ଅଣସରକାରୀ ସେବା ହାସଲ କରିବାରେ ସାହାଯ୍ୟ କରିବ ।

ଆଧାର ବିଷୟରେ ଅନ୍ୟ କିଛି ସୂଚନା

ଆଧାର:

  • ଏହାକୁ ଅନଲାଇନରେ ଓ ଖର୍ଚ୍ଚସାଶ୍ରୟୀ ମାଧ୍ୟମରେ ଅତି ସହଜରେ ପରଖା ଯାଇପାରେ ।
  • ସରକାରୀ ବା ବେସରକାରୀ ଡାଟାବେସରେ ବହୁ ପରିମାଣରେ ଥିବା ମିଥ୍ୟା ଓ ନକଲି ପରିଚୟକୁ ନିକାଲି ବାହାର କରିବାରେ ଏହା ଅତି ଦକ୍ଷ ଓ ଅନନ୍ୟ ।
  • ଆଧାର ସଂଖ୍ୟା ଏପରି ଏକ ସଂଖ୍ୟା ଯାହା ଜାତି, ବର୍ଣ୍ଣ, ଧର୍ମ ଓ ଭୌଗଳିକ ସ୍ଥିତି ଆଧାରିତ ନୁହେଁ । ଏହା ସର୍ମ୍ପୁର୍ଣ୍ଣ ଭାବରେ କମ୍ପ୍ୟୁଟର ଦ୍ଵାରା ଜାରି ହୋଇଥିବା ଏକ ଅନନ୍ୟ ସଂଖ୍ୟା ।

ଆପଣ ୩ଟି ଉପାୟରେ ନିଜ ଆଧାରର ସୂଚନା (ନାମ,ଠିକଣା, ମୋବାଇଲ ନମ୍ବର ଓ ଇ-ମେଲ୍ ପରିବର୍ତ୍ତନ)ଅପଡେଟ୍ କରିପାରିବେ ।

ଅନ୍ଲାଇନ୍

ୟୁଡିଆଇ ପରିଦର୍ଶନ କରନ୍ତୁ ଏବଂ ‘ନିଜ ଆଧାର ତଥ୍ୟ ଅପଡେଟ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କ ପରିଚୟ ପ୍ରମାଣନ ପାଇଁ ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ ଓଟିପି ପଠାଯିବ । ନିଜ ତଥ୍ୟ ଅପଡେଟ୍ କରନ୍ତୁ ଏବଂ ପ୍ରାମାଣିକ କାଗଜପତ୍ର ଅପଲୋଡ୍ କରନ୍ତୁ ।

ଡାକଯୋଗେ

ୟୁଡିଆଇ ଅପଡେଟ୍ ଫର୍ମ ଡାଉନ୍ଲୋଡ କରନ୍ତୁ, ଅପଡେଟ୍ ହୋଇଥିବା ବିବରଣୀ ପୂରଣ କରନ୍ତୁ ଏବଂ ଆବଶ୍ୟକ କାଗଜପତ୍ର ସହିତ ଫର୍ମକୁ ନିମ୍ନଲିଖିତ ଠିକଣାରେ ପଠାନ୍ତୁ –

  • ୟୁଆଇଡିଏଆଇ
  • ପୋଷ୍ଟ ବକ୍ସ ନଂ.୧୦, ଛିନ୍ଦୱାଡା, ମଧ୍ୟପ୍ରଦେଶ – ୪୮୦୦୦୧

    କିମ୍ବା

  • ୟୁଆଇଡିଏଆଇ
  • ପୋଷ୍ଟ ବକ୍ସ ନଂ.୯୯, ବଞ୍ଜାରା ହିଲ୍ସ, ହାଇଦ୍ରାବାଦ -୫୦୦୦୩୪

ପର୍ମାନେଣ୍ଟ ଏନ୍ରୋଲ୍ମେଣ୍ଟ ସେଣ୍ଟର (ଫିସ)ଗୁଡ଼ିକରେ

ଟ.୧୫ର ନାମପତ୍ର ଦେୟରେ ନିଜ ତଥ୍ୟ ତଥା ବାୟୋମେଟ୍ରିକ୍ ସୂଚନା ଅପଡେଟ୍ କରିବା ପାଇଁ ନିକଟସ୍ଥ ପିଇସି ପରିଦର୍ଶନ କରନ୍ତୁ । ଦୟାକରି ଧ୍ୟାନରେ ରଖନ୍ତୁ ଯେ ବାୟୋମେଟ୍ରିକ୍ ବିବରଣୀ କେବଳ ଏକ ପିଇସିରେ ଅପଡେଟ୍ କରାଯାଇପାରିବେ ।

ସୂଚନା

୫ବର୍ଷ ଏବଂ ୧୫ ବର୍ଷ ବୟସରେ ପିଲାମାନଙ୍କର ବାୟୋମେଟ୍ରିକ୍ ବିବରଣୀ ନିଶ୍ଚିତ ଭାବେ ଅପଡେଟ୍ କରାଯିବା ଆବଶ୍ୟକ ।

ଆଧାର – ୟୁଡିଆଇ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate