অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିର୍ଲା ସନ୍ ଲାଇଫ୍ ମ୍ୟୁଚୁଆଲ୍ ଫଣ୍ଡ୍ ଆରମ୍ଭ କଲା ଇ-କେୱାଇସି

ବିର୍ଲା ସନ୍ ଲାଇଫ୍ ମ୍ୟୁଚୁଆଲ୍ ଫଣ୍ଡ୍ ଆରମ୍ଭ କଲା ଇ-କେୱାଇସି

ବିର୍ଲା ସନ୍ ଲାଇଫ୍

ବିର୍ଲା ସନ୍ ଲାଇଫ୍ ଆସେଟ୍ ମ୍ୟାନେଜମେଣ୍ଟ କଂପାନି ଲିମିଟେଡ୍, ଆଦିତ୍ୟ ବିର୍ଲା ଫାଇନାନ୍ସିଆଲ୍ ସର୍ଭିସେସ୍ ଗ୍ରୁପର ଏକ ସଂସ୍ଥା ଓ ବିର୍ଲା ସନ୍ ଲାଇଫ୍ ମ୍ୟୁଚୁଆଲ୍ ଫଣ୍ଡ୍ (ବିଏସଏଲଏମ୍ଏଫ୍)ର ପୁଞ୍ଜିନିବେଶ ମ୍ୟାନେଜର, ଆରମ୍ଭ କରିଛି ନୂଆ ଅନଲାଇନ୍ ଇଲେକ୍ଟ୍ରୋନିକ୍ସ କେୱାଇସି ବ୍ୟବସ୍ଥା । ଏଥିରେ ପ୍ରଥମ ଥର ପାଇଁ ନିବେଶକମାନେ ମ୍ୟୁଚୁଆଲ୍ ଫଣ୍ଡର ସମସ୍ତ କେୱାଇସି କାର୍ଯ୍ୟ ଅନଲାଇନରେ କରିପାରିବେ । ପ୍ରତ୍ୟକ୍ଷ ଭାବେ କେନ୍ଦ୍ରରେ ଉପସ୍ଥିତ ନ ହୋଇ ଦୁର୍ଗମ ଅଂଚଳରେ ନିବେଶକମାନେ ତିନିଟି ସୋପାନରେ ଇ-କେୱାଇସି ପ୍ରକ୍ରିୟାରେ ନିଜର ଡିଜିଟାଲ୍ ତଥ୍ୟ ଓ ଦଲିଲ ବିଏସଏଲଏମ୍ଏଫକୁ ଦାଖଲ କରିପାରିବେ ।

ଏହି ଲିଙ୍କକୁ ବ୍ୟବହାର କରି ତିନିଟି ସୋପାନରେ ନିବେଶକମାନେ ବିର୍ଲା ସନ୍ ଲାଇଫ୍ ମ୍ୟୁଚୁଆଲ୍ ଫଣ୍ଡରେ ଇ-କେୱାଇସି ଦାଖଲ କରିପାରିବେ ।

ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ

ଏ ସଂପର୍କରେ ଏ ବାଳସୁବ୍ରମଣ୍ୟମ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବିର୍ଲା ସନ୍ ଲାଇଫ୍ ଆସେଟ୍ ମ୍ୟାନେଜମେଂଟ୍ କଂପାନି କହିଛନ୍ତି ଯେ, ନିବେଶକଙ୍କ ପାଇଁ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶକୁ ସହଜ, ସରଳ ଓ ଉପଯୋଗୀ କରିବା ପାଇଁ ଆମେ ନିରନ୍ତର ପ୍ରୟାସ ଜାରି ରଖିଛୁ । ଆମର ନୂଆ ତିନି ସୋପାନ ବିଶିଷ୍ଟ ଇ-କେୱାଇସି ଦ୍ୱାରା ନୂତନ ନିବେଶକମାନେ ସହଜ କେୱାଇସି ଅନୁଭୂତି ପାଇବେ ଓ ସ୍ଥାନୀୟ ତଥା ପ୍ରବାସୀ ଭାରତୀୟ ନିବେଶକମାନେ ନିଜର ସୁବିଧା ଅନୁସାରେ ନିଜ ସ୍ଥାନରେ ରହି ଏହି ନିୟମ ପାଳନ କରିପାରିବେ । ସେମାନେ ଶୀଘ୍ର ନିଜର ମ୍ୟୁଚୁଆଲ୍ ଫଣ୍ଡ୍ କାରବାର ଆରମ୍ଭ କରିପାରିବେ ।

ଶ୍ରୀ ଏ କେ ସୁବ୍ରମଣ୍ୟମ କହିଛନ୍ତି ଯେ, ଖୁଚୁରା ନିବେଶକମାନେ ମ୍ୟୁଚୁଆଲ୍ ଫଣ୍ଡ୍ ପ୍ରତି ବିଶେଷ ଆଗ୍ରହ ଦେଖାଇଛନ୍ତ. ବିଶେଷ କରି ବି୧୫ ଶ୍ରେଣୀ ସହରର ନିବେଶକ ଅଧିକ ଆକର୍ଷିତ ହେଉଛନ୍ତି । ଦେଶରେ ଅନଲାଇନର ବ୍ୟବହାର ବଢ଼ି ଚାଲିଥିବାରୁ ଇ-କେୱାଇସି ନିବେଶକମାନଙ୍କ ପାଇଁ ଏକ ପ୍ରାଥମିକତା ହୋଇପାରିବ । ଏହା କେବଳ ମ୍ୟୁଚୁଆଲ୍ ଫଣ୍ଡର ଗ୍ରାହକ ସଂଖ୍ୟା ବଢ଼ାଇବ ତାହା ନୁହେଁ ସାରା ଦେଶରେ ଥିବା ମ୍ୟୁୟଚୁଆଲ୍ ଫଣ୍ଡ୍ ବିତରକଙ୍କ କାରବାର ମଧ୍ୟ ବଢ଼ାଇପାରିବ ।

ବିର୍ଲା ସନ୍ ଲାଇଫ୍ ସବୁ ବେଳେ ଗ୍ରାହକଙ୍କ ପାଇଁ ମ୍ୟୁଚୁଆଲ୍ ଫଣ୍ଡକୁ ସରଳ କରିବାକୁ ବିଭିନ୍ନ ଉପାୟ ବାହାର କରୁଛି ଓ ଗ୍ରାହକଙ୍କ ଅନୁଭୂତି ପାଇଁ ପ୍ରଯୁକ୍ତିର ବ୍ୟବହାର କରୁଛି । ନୂଆ ଇ-କେୱାଇସି ପ୍ରକ୍ରିୟା ହେଉଛି ଭିନ୍ନ । ଫଣ୍ଡ୍ ହାଉସ ଗୁଡ଼ିକ ଅନଲାଇନ୍ ପରିବେଶରେ ନିବେଶକଙ୍କ କେୱାଇସି କରିପାରିବେ । ଇ-କେୱାଇସି ଓ ଭିଡିଓ ଇନ୍-ପର୍ସନ ଭେରିଫିକେସନ୍ ଜରିଆରେ ନିଜ ସୁବିଧାରେ କେୱାଇସି ନିୟମ ପାଳନ କରାଯାଇପାରିବ ।

ମନି ଲଣ୍ଡରିଂ ନିରୋଧ ନିୟମ ୨୦୦୨ ଅନୁସାରେ ମୁ୍ୟଚୁଆଲ୍ ଫଣ୍ଡ ଗୁଡ଼ିକୁ କେୱାଇସି ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଗାଇଡଲାଇନ୍ ଜାରି କରିଛି । ଆର୍ଥିକ ସେବା ପ୍ରଦାନକାରୀଙ୍କ ପାଇଁ କେୱାଇସି ନିମନ୍ତେ ସ୍ୱତନ୍ତ୍ର ଆବଶ୍ୟକତା ଚିହ୍ନଟ କରିଛି ।


ଆଧାର :ସମାଜ ଖବର କାଗଜ

Last Modified : 12/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate