অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳା ଇ-ହାଟ

ଉପକ୍ରମ

ଏଣିକି ଆପଣ ଘରେ ବସି ବି ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା । କାରଣ ରୋଜଗାର ପାଇଁ ମୋଦି ସରକାର ଜନତାଙ୍କୁ ଭେଟି ଦେଇଛନ୍ତି ପୁଣି ଏକ ନୂଆ ପ୍ଲାଟଫର୍ମ । ଯେଉଁଥିରେ ଆପଣ ଘରେ ବସି ଅତି ସହଜରେ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା । ଯଦି ଆପଣଙ୍କ ନିକଟରେ କୌଣସି ପ୍ରତିଭା ରହିଛି ତେବେ ଏହି ପ୍ରତିଭା ବଳରେ ହିଁ ଆପଣ ଘରେ ବସି ବ୍ୟବସାୟ କରି ଟଙ୍କା କମେଇ ପାରିବେ । ଏଠାରେ ଆମେ କହି ରଖୁଛୁ କି ଏହି ଯୋଜନା କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ।

ମହିଳା ଇ-ହାଟ

ସୂଚାନ ମୁତାବକ, ଯଦି ଆପଣ ଘରେ ବସି କିଛି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରାଳୟ ଆପଣଙ୍କ ପାଇଁ ଏକ ମଂଚ ପ୍ରସ୍ତୁତ କରିଛି । ଯାହାର ନାଁ ରଖାଯାଇଛି ‘ମହିଳା ଇ-ହାଟ’ । ଏହି ମଂଚ (ପ୍ଲାଟଫର୍ମ)ରେ ଆପଣ ଘରେ ରହି ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରି ତାକୁ ଅନଲାଇନ ମାଧ୍ୟମରେ ବିକ୍ରି କରିପାରିବେ । ସବୁଠାରୁ ବଡ କଥା ହେଲା କି, ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଚାର୍ଜ ଦେବାକୁ ପଡିବନାହିଁ କି ନା ହିଁ ଆପଣଙ୍କର ପ୍ରଡକ୍ଟ ‘ମହିଳା ଇ-ହାଟ’ ପୋର୍ଟାଲରେ ଲିଷ୍ଟ କରିବା ପାଇଁ ସରକାର ଆପଣଙ୍କଠାରୁ କୌଣସି କମିସନ ମାଗିବେ ।

ତେବେ ମହିଳା ଇ-ହାଟ ଏକ ଅନଲାଇନ ପ୍ଲାଟଫର୍ମ । ଯେଉଁଠି ଆପଣ ଫ୍ୟାସନଠାରୁ ଆରମ୍ଭ କରି ଖେଳନା ପର୍ଯ୍ୟନ୍ତ କିମ୍ବା ଖାଦ୍ୟ ସାମଗ୍ରୀ ମଧ୍ୟ ତିଆରି କରି ତାହାକୁ ଏହି ପୋର୍ଟାଲରେ ସହଜରେ ଲିଷ୍ଟ କରିପାରିବେ ଏବଂ ତାକୁ ବିକ୍ରିକରି ଭଲ ରୋଜଗାର ବି କରିପାରିବେ । ହେଲେ ଏହି ପୋର୍ଟାଲରେ ନିଜ ପ୍ରଡକ୍ଟଗୁଡିକର ଲିଷ୍ଟ କରିବା ପାଇଁ ଆପଣଙ୍କୁ କିଛି ସର୍ତ୍ତକୁ ପୁରଣ କରିବା ପାଇଁ ପଡିବ । ଏହି ସାଇଟରେ ନିଜର ସାମଗ୍ରୀ ତଥା ଉତ୍ପାଦ ଲିଷ୍ଟ ହୋଇଯିବା ପରେ ଗ୍ରାହକ ଆପଣଙ୍କ ସହ ଯୋଗାଯୋଗ କରିବେ ଏବଂ ଉତ୍ପାଦକୁ କିଣିବେ ଓ ଏଥିସହିତ ଆପଣଙ୍କ ଉତ୍ପାଦ ସଂପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହିଁବେ । ଯାହାକି ଆପଣଙ୍କର ଏହି ପୋର୍ଟାଲ୍ ବିଜନେସକୁ ବଢାଇବାରେ ସହାୟକ କରିବ ।

ମହିଳାମାନେ କିପରି  ଯୋଡି ହୋଇପାରିବେ

ମହିଳା ଇ-ହାଟ ପୋର୍ଟାଲରେ ଦିଆଯାଇଥିବା ସୂଚନା ମୁତାବକ, ଏହି ପୋର୍ଟାଲ ସହିତ କେବଳ ମହିଳାମାନେ ହିଁ ଯୋଡି ହୋଇପାରିବେ । ଏଥିପାଇଁ ଉକ୍ତ ଇଚ୍ଛୁକଙ୍କର ବୟସ ୧୮ ବର୍ଷରୁ ଅଧିକ ବୟସ ହୋଇଥିବା ଆବଶ୍ୟକ । ଖାଲି ସେତିକି ନୁହେଁ ଯେଉଁ ସାମଗ୍ରୀଗୁଡିକୁ ପୋର୍ଟାଲରେ ଲିଷ୍ଟ କରାଯାଇଛି ଏବଂ ଯେଉଁ ମହିଳାଙ୍କ ନାମରେ କରାଯାଇଛି ସେ, ସେହି ସାମଗ୍ରୀ ତିଆରି କରିବାର ପ୍ରକ୍ରିୟା ସହ ଜଡିତ ଥିବା ଦରକାର । ଆପଣଙ୍କୁ ନିଜର ଉତ୍ପାଦ ତଥା ସାମଗ୍ରୀଗୁଡିକୁ ଏବଂ ତା’ ସହ ଜଡିତ ସୂଚନା ପୋର୍ଟାଲକୁ ଦେବାକୁ ପଡିବ । ଏଥିସହିତ ଆପଣଙ୍କୁ ଏହାର ଫଟୋ ମଧ୍ୟ ପୋର୍ଟାଲକୁ ପଠାଇବାକୁ ପଡିବ । ଯାହାଦ୍ୱାରା ତାଙ୍କୁ ପୋର୍ଟାଲରେ ପ୍ରକାଶ କରାଯାଇପାରିବ ।

ଆପଣ ନିଜ ଘରେ ବସି ହିଁ ଏହି ଉତ୍ପାଦ ତଥା ସାମଗ୍ରୀଗୁଡିକୁ ତିଆରି କରିପାରିବେ । ପୋର୍ଟାଲରେ ସ୍ପଷ୍ଟ କରାଯାଇଛି କି, ଆପଣ ନିଜର ଉତ୍ପାଦର କ୍ୱାଲିଟିର ସମସ୍ତ ଦାୟିତ୍ୱ ନିଜକୁ ହିଁ ରଖିବାକୁ ପଡିବ । ତେବେ ଧ୍ୟାନ ରଖିବେ ଏହା କେବଳ ଏକ ପ୍ଲାଟଫର୍ମ । ଯାହାକି ଆପଣଙ୍କୁ ଗ୍ରାହକଙ୍କ ସହ ଯୋଡିବାକୁ ସୁଯୋଗ ଦେଇଥାଏ ।

ସୌଜନ୍ୟ: ଆଜତକ୍

ଆଧାର :କନକ ନ୍ୟୁଜ୍

Last Modified : 12/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate