অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୨୧ବ୍ୟାଙ୍କ ଯୋଗାଇବେ ୟୁପିଆଇ ବ୍ୟାଙ୍କିଙ୍ଗ ସେବା

୨୧ବ୍ୟାଙ୍କ ଯୋଗାଇବେ ୟୁପିଆଇ ବ୍ୟାଙ୍କିଙ୍ଗ ସେବା

ସ୍ମାର୍ଟଫୋନ ହେବ ସ୍ମାର୍ଟ ବ୍ୟାଙ୍କ

ନଗଦବିହୀନ ଅର୍ଥନୀତି ସୃଷ୍ଟି ପାଇଁ ପ୍ରସ୍ତୃତ କରାଯାଇଥିବା ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଆସନ୍ତା ୨/୩ ଦିନରେ ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହେବାକୁ ଯାଉଛି   । ଟଙ୍କା କାରବାରର ଧାରା ବଦଳାଇବାକୁ ଯାଉଥିବା ଏହି ବ୍ୟବସ୍ଥା ଜରିଆରେ ୨୧ ଟି ବ୍ୟାଙ୍କ ସେବା ପ୍ରଦାନ କରିବେ   ।

ୟୁପିଆଇ ଏକ ଆପ ଭାବେ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲ୍ଲବ୍ଧ ହେବ  । ଲୋକମାନେ ଏହାକୁ ନିଜ ସ୍ମାର୍ଟଫୋନରେ ଡାଉନଲୋର୍ଡ କରି ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରିପାରିବେ   । ରିଟେଲ ଦେଣନେଣ ବ୍ୟବସ୍ଥାର ସର୍ବୋଚ୍ଚ କର୍ତ୍ତୁପକ୍ଷ ନ୍ୟାସନାଲ ପେସେଣ୍ଟସ କର୍ପୋରେଷଣ ଅଫ ଇଣ୍ଡିଆ ୟୁପିଆଇ ବ୍ୟାଙ୍କିଙ୍ଗ ଆପ ବିକଶିତ କରିଛି   । ଏହି ଆପର ଅନେକ ଉପଯୋଗୀତା ରହିଛି   । ଆପ ଡାଉନଲୋର୍ଡ କରିବା ପରେ ଜଣେ ବ୍ୟାଙ୍କ ଗ୍ରାହକ ନିଜ ଫୋନ ନମ୍ବର ବ୍ୟବହାର କରି ୟୁପିଆଇ ଆଇଡି ସୃଷ୍ଟି କରିପାରିବେ   ।  ତାପରେ ଗ୍ରାହକ କନକ ଏହି ଆପ ଜରିଆରେ ୟୁପିଆଇ ଆଇଡି ଥିବା ଯେକୌଣସି ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପ୍ରେରଣ କରିପାରିବେ   । ଅନ୍ୟ ମୋବାଇଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭଳି ୟୁପିଆଇରେ ଦେଣନେଣ ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିବାଣୀ   । ଟଙ୍କା ଆଦାନ ପ୍ରଦାନ ସହିତ ଶପିଂ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ   ।

ୟୁପିଆଇକୁ ଗତ ଏପ୍ରିଲରେ ପରୀକ୍ଷାମୂଳକଭାବେ ଆରମ୍ଭ କରାଯାଇଥିଲା    । ସେତେବେଳେ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ଏହି ଆପ ସ୍ମାର୍ଟଫୋନକୁ ସ୍ମାର୍ଟ ବ୍ୟାଙ୍କରେ ପରିଣତ କରିବ ବୋଲି କହିଥିଲେ   । ଏହା ଏବେ ସତ ହେବାକୁ ଯାଉଛି   । ବର୍ତ୍ତମାନ ଏନଇଏଫଟି , ଆରଟିଜିଏସ ଓ ଆଇଏମପିଏସ ଆଦି ବ୍ୟବସ୍ଥା ମାଧ୍ୟମରେ ଟଙ୍କା ପ୍ରେରଣ ଓ ଗ୍ରହଣ ହୋଇପାରୁଛି   । ଏ ସବୁ ବ୍ୟବସ୍ଥାରେ ଯେଉଁ ବ୍ୟକ୍ତିଙ୍କ ପାଖକୁ ଟଙ୍କା ପଠାଯାଉଛି , ତାଙ୍କ ଆକାଉଣ୍ଟ ବିବରଣୀ ବ୍ୟାଙ୍କର ବିବରଣୀ ବ୍ୟାଙ୍କର ଆଇଏଫଏମସି କୋଡ ଆଦି ଦେବାକୁ ପଡୁଛି  । ହେଲେ ୟୁପିଆଇରେ ଏଥିପାଇଁ କେବଳ ଟଙ୍କା ଗ୍ରହଣକାରୀଙ୍କ ମୋବାଇଲ ନମ୍ବର ଦେବାକୁ ପଡିବ   । ସେହିପରି ଛୁଟି ଦିନମାନଙ୍କରେ ବି ଯେକୌଣସି ସମୟରେ ଟଙ୍କା ପ୍ରେରଣ କରାଯାଇପାରିବ   ।  ୟୁପିଆଇ ଯୋଗୁଁ ଆଉ କ୍ରେଡିଟ କାର୍ଡ କି ଡେବିଡ କାର୍ଡ ଧରି ସପିଙ୍ଗ କରିବାକୁ ଯିବା ପାଇଁ ପଡିବ ନାହିଁ   ।

ଆଧାର – ଧରିତ୍ରୀ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate