ଉପକ୍ରମ ବର୍ତ୍ତମାନ, ନାଗରିକ ମାନଙ୍କ ଦ୍ଵାରା ଦିଆଯାଉଥିବା ଅନେକ ଦରଖାସ୍ତ ପାଇଁ ସେମାନଙ୍କ ଦସ୍ତଖତ ଦରକାର ପଡୁଛି । ପାରମ୍ପରିକ ଭାବେ କାଗଜ ଉପରେ କଳିରେ ହେଉଥିବା ଦସ୍ତଖତକୁ ଇଲେକ୍ଟ୍ରୋନିକ ଫର୍ମାଟ ରେ ରୂପାନ୍ତରିକରଣକୁ ଡିଜିଟାଲ ସିଗ୍ନେଚର କୁହାଯାଏ । ଏଥିରେ ଏକ କୋର୍ଡ଼ କରାଯାଇଥିବା ସୂଚନା ଥାଏ ଯାହାକି ଦସ୍ତଖତ କରିବାଲୋକ ପାଇଁ ଅନନ୍ୟ ଅଟେ ଓ ତାଙ୍କୁ ଡିଜିଟାଲ ସିଗ୍ନେଚର ସହ ଯୋଡି ଥାଏ । ସଂକ୍ଷେପରେ କହିବାକୁ ଗଲେ ହାତରେ କରାଯାଇଥିବା ଦସ୍ତଖତ ଓ ଡିଜିଟାଲ ସିଗ୍ନେଚର ଗୋଟିଏ କାମହିଁ କରିଥାନ୍ତି । ଏହି ଡିଜିଟାଲ ସିଗ୍ନେଚରର ବିଶେଷତ୍ଵ ହେଉଛି ଯେ ଏହା ଅଣ-ପରିତ୍ୟାଗି, ଅଖଣ୍ଡ ଓ ସତ୍ୟ । ସୂଚନା ପ୍ରଯୁକ୍ତି ଅଧିନିୟମ ୨୦୦୦ ଏହାକୁ ବୈଧାନିକ ଶୁଦ୍ଧତା ପ୍ରଦାନ କରିଛି । ଇ- ସାଇନ୍ ସେବା ଭରତ ସରକାର ଭାରତୀୟ ରାଜପତ୍ର ସଂଖ୍ୟା D.L. 33004/99 ତା: ୨୮/ ୦୧/୨୦୧୫ ରେ ଘୋଷଣା କଲେ ଯେ ଯେଉଁ ମାନଙ୍କର ଆଧାର ପରିଚୟ ପାତ୍ର ଥିବ, ସେମାନେ ଏହି ସେବା ପ୍ରଦାନ କରି ପାରିବେ । ଏହି ଯୋଜନାର ମୂଳ ଲକ୍ଷ ହେଲା, ନାଗରିକମାନେ ଏକ ବୈଧତାପୂର୍ଣ ଭାବେ ସେମାନଙ୍କ ଦସ୍ତଖତ ତୁରନ୍ତ ଦେଇପାରିବେ । ଏହାର ଦୁଇଟି ଆପତ୍ତି ବା ଆକ୍ଷେପ ହେଲା: ଦସ୍ତଖତ କରୁଥିବା ଲୋକର ସତ୍ୟତା ଓ (୨) ଦସ୍ତଖତ କରିବାର ବିଶ୍ଵସ୍ତ ପ୍ରଣାଳୀ । ପ୍ରଥମଟି ପାଇଁ ଆଧାର ଭିତ୍ତିକ ପ୍ରାମାଣିକରଣକୁ ଆୟୁଧ କରାଯାଉଥିବା ବେଳେ ଦ୍ଵିତୀୟଟି ପାଇଁ Public Key Infrastructure (PKI) ବ୍ୟବହାର କରାଯାଏ । ଆଧାରରେ ପଞ୍ଜୀକୃତ ବ୍ୟକ୍ତି ମାନେ ସେମାନଙ୍କ ନଥିପତ୍ର e-signସେବାରେ upload କରି ପାରିବେ ଓ ଡିଜିଟାଲ ଦସ୍ତଖତ ପାଇପାରିବେ । ପଶ୍ଚାତଭାଗରେ ଆଧାର ସେବାକୁ ବ୍ୟବହାର କରି ବ୍ୟବାହାରକାରୀଙ୍କ ମାନ୍ୟତା ସ୍ଥିର କରାଯାଏ ଓ ଗୋଟେ ଯୋଡି କୁଞ୍ଜି (ଗୋଟେ ସାର୍ବଜନୀକ ଓ ଅନ୍ୟଟି ବ୍ୟକ୍ତିଗତ) ସୃଷ୍ଟି କରାଯାଇଥାଏ । ବ୍ୟବାହାରକାରୀଙ୍କୁ digital ଦସ୍ତଖତ ସମ୍ବଳିତ ନଥିପତ୍ର ଓ digital ଦସ୍ତଖତ ପ୍ରମାଣପତ୍ର ମିଳିଥାଏ । C-DAC ଏହାର ଇ-ହସ୍ତାକ୍ଷର ଯୋଜନାରେ ଆଧାର ପରିଚୟ ପତ୍ର ଓ ପଞ୍ଜୀକୃତ ମୋବାଇଲ ନମ୍ବର ଥିବା ନାଗରିକ ମାନଙ୍କୁ ଅନ୍-ଲାଇନ ଇ-ଦସ୍ତଖତ କରିବାପାଇଁ ସୁବିଧା ପ୍ରଦାନ କରିଥାଏ । ମୁଖ୍ୟ ସୁବିଧା: ସମୟ ଓ ମୂଲ୍ୟ ବଞ୍ଚାଏ ଆଧାର ଓ KYC ଭିତ୍ତିକ ପ୍ରାମାଣିକରଣ ବ୍ୟବହରକାରୀଙ୍କ ସୁବିଧା ବର୍ଦ୍ଧନ କରେ ଆଧାର ପରିଚୟପତ୍ର ବାଧ୍ୟତାମୂଳକ Digital ଦସ୍ତଖତ ଦରଖାସ୍ତର ସରଳତା ଜୀବମିତିୟ (biometric) କିମ୍ବା OTP ଭିତ୍ତିକ ପ୍ରାମାଣିକରଣ ସତ୍ୟସାଧନୀୟ ଦସ୍ତଖତ ଓ ଦସ୍ତଖତକାରୀ ନମନୀୟ ଓ ପ୍ରୟୋଗ ସହ ତୁରନ୍ତ ଏକୀକରଣ ଆଇନ ସମ୍ମତ ବ୍ୟକ୍ତି, ବ୍ୟବସାୟ ଓ ସରକାରଙ୍କ ପାଇଁ ଉପଯୋଗୀ ଅଧିକୃତ ଚାର୍ଟର୍ଡ ଅକାଉନ୍ଟାଣ୍ଟଙ୍କ ଦ୍ଵାରା ପରିଚାଳିତ ଆଦର୍ଶ API ଅଂଶଦାନ ବ୍ୟକ୍ତିଗତ ପ୍ରସଙ୍ଗ ଗୋପନୀୟତା ସମ୍ପୂର୍ଣ ଲେଖାପରୀକ୍ଷା ଏକୀକରଣ ସହଜ ଦସ୍ତଖତ ସତ୍ୟାପନ ବ୍ୟବହାର ପରେ କୁଞ୍ଜିର ତୁରନ୍ତ ବିଧ୍ଵଂସ ସ୍ଵଳ୍ପକାଳୀନ ବୈଧତା ଯୁକ୍ତ ପ୍ରମାଣପତ୍ର କୁଞ୍ଜି ସଂରକ୍ଷଣ ତଥା ସଞ୍ଚୟନ ପ୍ରସଙ୍ଗ ନାହି ଲାଭ ଯେକୌଣସି ଜାଗାରେ ଯେକୌଣସି ସମୟରେ digital ଦସ୍ତଖତ ଦ୍ଵାରା ସୂଚନା ପ୍ରଦାନର ସରଳତା : ଇ-ଦସ୍ତଖତ ଏକ ଅନ୍-ଲାଇନ ସେବା ଯେଉଥିରେ କୌଣସି ଭୌତିକ ଡୋଙ୍ଗଲ ବ୍ୟବହାର ନକରି ଆଧାର-KYC ଭିତ୍ତିରେ ଦସ୍ତଖତକାରୀଙ୍କ ପ୍ରାମାଣିକତା ସିଦ୍ଧ କରିପାରେ । ଆଇନସମ୍ମତ ବୈଧ ଦସ୍ତଖତ ସୁଗମ କରାଇବା: ସୂଚନା ପ୍ରଯୁକ୍ତି ଅଧିନିୟମ ଅନୁଯାୟୀ ଇ-ଦସ୍ତଖତରେ ଗ୍ରାହକ ସହମତି, digital ଦସ୍ତଖତ ପ୍ରମାଣପତ୍ର ଉତ୍ପନ୍ନ, digital ଦସ୍ତଖତ ସୃଷ୍ଟି ଓ ସଞ୍ଜୁକ୍ତି, digital ଦସ୍ତଖତ ପ୍ରମାଣପତ୍ରର ଗ୍ରହଣିୟତା ଇତ୍ୟାଦି ସମ୍ପୃକ୍ତ । ଏଥିରେ API ବିନିର୍ଦେଶ ତଥା ଆଦର୍ଶ ଅନୁଜ୍ଞାପତ୍ର ଅନୁପାଳନ କରାଯାଇଥାଏ ଏବଂ digital ଲେଖାପରୀକ୍ଷା ଚିହ୍ନଟ କରାଯାଇ ନେଣ-ଦେଣର ବୈଧତା ରକ୍ଷା କରାଯାଏ ତଥା ସଂରକ୍ଷିତ କରାଯାଏ । ନମନୀୟ ଏବଂ କାର୍ଯାନ୍ଵିତ କରିବାପାଇଁ ସହଜ: ଆଧାର ଓ ଇ-KYC ସେବା ମାଧ୍ୟମରେ ଇ-ଦସ୍ତଖତରେ ବିନ୍ୟାସଗତ ପ୍ରାମାଣିକରଣ କରାଯାଏ ତଥା ଦସ୍ତଖତକାରୀଙ୍କ ଚିହ୍ନଟିକରଣ କରାଯାଏ । ଆଧାର ତଥ୍ୟାଧାରରେ ଥିବା ଏକ ପଞ୍ଜୀକୃତ ମୋବାଇଲ ନମ୍ବର ମାଧ୍ୟମରେ ବାୟୋମେଟ୍ରିକ ତଥା OTP ପ୍ରାମାଣିକରଣ ଦସ୍ତଖତ ବିକଳ୍ପ ଭାବେ ଅନ୍ତର୍ଭୁକ୍ତ । ଇ-ଦସ୍ତଖତ ମାଧ୍ୟମରେ ନିୟୁତାଧିକ ଆଧାରଧାରକ ମାନେ ଏକ ଆଇନ ସମ୍ମତ ତଥା ବୈଧ digital ଦସ୍ତଖତ ସେବା ପାଇପାରିଥାନ୍ତି । ଗୋପନୀୟତାକୁ ସମ୍ମାନ: ଇ-ଦସ୍ତଖତରେ ସମସ୍ତ ନଥିପତ୍ର ଜମା କରାନଯାଇ କେବଳ ବୃଦ୍ଧାଙ୍ଗୁଷ୍ଠୀ ଚିହ୍ନ ବ୍ୟବହାର କରାଯାଇ ଗୋପନୀୟତା ରକ୍ଷକରାଯାଇଥାଏ । ସୁରକ୍ଷିତ ଅନ୍-ଲାଇନ ସେବା: ଏ-ଦସ୍ତଖତ ସେବା ଏକ ଇ-ପ୍ରାମାଣିକତା ଦିଶାନିର୍ଦେଶାବଳି ପାଳନ କରେ । ଯେତେବେଳେ ଆଧାର ଏବଂ ଇ-KYC ବ୍ୟବହାର କରି ଦସ୍ତଖତକାରୀଙ୍କୁ ଚିହ୍ନଟ କରାହୁଏ, ସେତେବେଳେ ନଥିପତ୍ରରେ ଥିବା ଦସ୍ତଖତକୁ ବ୍ୟାକ-ଏଣ୍ଡ ସର୍ଭର ଦ୍ଵାରା ପ୍ରମାଣିତ କରାଯାଏ । ସୁରକ୍ଷା ଏବଂ ଦୁରୁପଯୋଗ ନିରାକରଣ ପାଇଁ ପ୍ରମାଣପତ୍ରଧାରୀଙ୍କ ବ୍ୟକ୍ତିଗତ କୁଞ୍ଜି Hardware Security Module ଦ୍ଵାରା ସୃଷ୍ଟି କରାଯାଏ ଓ ଥରେ ବ୍ୟବହାର ପରେ ତୁରନ୍ତ ନଷ୍ଟ କରିଦିଆଯାଏ । ଏହା କିପରି କାମ କରେ ଇ-ଦସ୍ତଖତ API ଏବଂ ମୁଖ୍ୟଦ୍ଵାର: ଇ-ଦସ୍ତଖତ Applications Programming Interfaces (API) ଏହାର ମୂଳ ଶିଳ୍ପବିଦ୍ୟା ସଙ୍ଘଟକ ସଜ୍ଞା ନିରୂପଣ କରିଥାଏ । ଏହା ଛଡା ଏହାର ବିଭିନ୍ନ ଉପାଦାନ ଯଥା ସେବା ପ୍ରଦାନକାରୀ, ପ୍ରାମାଣିକରଣ ଅଧିକାରୀ, ବିଶ୍ଵସ୍ତ ତୃତୀୟ ପକ୍ଷ ଇତ୍ୟାଦି ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରେ । C-DAC ବର୍ତମାନ ଇ-ଦସ୍ତଖତ ମୁଖ୍ୟଦ୍ଵାର ପ୍ରଦାତା ଭାବେ କାର୍ଯ୍ୟ କରୁଛି । ଏହାକୁ କିଏ ଏବଂ କେଉଁଠାରେ ବ୍ୟବହାର କରାଯାଇପାରିବ ଇ-ଦସ୍ତଖତ ର ବ୍ୟକ୍ତିଗତ ବ୍ୟବହାରକାରୀ, ବ୍ୟବସାୟୀ ଓ ସରକାରଙ୍କ ପାଇ ନମନୀୟ ପ୍ରଣାଳୀମାନ ଅଛି । ଯେଉଁଥିରେ ତଥ୍ୟ ସମାଧାନର ସଙ୍କଟ କମ ଥାଏ ଏବଂ ଏହା ପ୍ରମୁଖ ମହତ୍ତ୍ଵ ବହନ କରିନଥାଏ, ସେଥିପାଇଁ OTP ଭିତ୍ତିକ ଇ-ଦସ୍ତଖତ ଉପଯୋଗୀ । ଯେଉଁଥିରେ ତଥ୍ୟ ସମାଧାନର ସଙ୍କଟ ଅପେକ୍ଷାକୃତ ଭାବେ ମଧ୍ୟମ ଥାଏ, ସେଥିପାଇଁ biometric (ବୃଦ୍ଧାଙ୍ଗୁଷ୍ଠୀ ଚିହ୍ନ/ ଆଖିଡୋଳା) ସ୍ତରୀୟ ଚିହ୍ନଟପ୍ରକ୍ରିୟା ଉପଯୋଗୀ । ଅପେକ୍ଷାକୃତ ବୃହତ ବିତ୍ତୀୟ କାରବାର ହୁଏ କିମ୍ବା ଠକାମିର ଶିକାରହେବାର ଆଶଙ୍କା ଥାଏ ତଥା ବ୍ୟକ୍ତିଗତ ସୂଚନା ସକାଶେ ବିଦ୍ୱେଷପୂର୍ଣ୍ଣ ଅଭିଗମ୍ୟତାର ଆଶଙ୍କା ଥାଏ, ସେଠାରେ ଏହା ବ୍ୟବହୃତ ହୋଇଥାଏ । ଆଧାର - ଇ- ସାଇନ୍ ଅଧିକ ସୂଚନା ପାଇଁ ଇ- ସାଇନ୍ ସମ୍ବନ୍ଧରେ ଏଫ୍କ୍ୟୁସ୍ ଇ- ସାଇନ୍ ଡାଉନ୍ଲୋଡ ଆପ୍ ଫର ଇ- ସାଇନ୍ ଡାଉନ୍ଲୋଡ ଏସଇଜ ଫାଇଲ