অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏକ ଯୁଗାନ୍ତକାରୀ ଅନଲାଇନ ଟୀକା ବିକ୍ରି ମଡେଲ

ଏକ ଯୁଗାନ୍ତକାରୀ ଅନଲାଇନ ଟୀକା ବିକ୍ରି ମଡେଲ

ସହଜରେ ଟୀକା ଉପଲବ୍ଧ

ଶୀଘ୍ର ପଞ୍ଜୀକରଣ କର। ନିଜ ବିକ୍ରି ସାମଗ୍ରୀକୁ ସୀମିତ ରଖ ଓ ଖୁବ ଶୀଘ୍ର ବିକ୍ରି କର । ଅଗ୍ରଣୀ ସ୍ମାର୍ଟ ଫୋନ ବିକ୍ରେତା ‘Xiaomi’ ର ସଫଳତା ପଛରେ ଏହାହିଁ ଥିଲା ମନ୍ତ୍ର । ତେବେ ସାମୟିକ ଭାବେ ଏହି ମନ୍ତ୍ରକୁ ଅନୁସରଣ କରିଥିଲା ମେଡୟୋଗ ।

କିଛି ଦିନ ହେବ ସାରା ଦେଶରେ ସ୍ଵାଇନ ଫ୍ଲୁ ଏକ ଆତଙ୍କ ସୃଷ୍ଟି କରିଛି । ଟୀକା ନେଲେ ହିଁ ଏହି ରୋଗର ଭୟାବହତାରୁ ସମସ୍ତେ ଦୂରେଇ ନିରାପଦ ରହିପାରିବେ । ମାତ୍ର ଟୀକାର ସ୍ୱଳ୍ପ ଯୋଗାଣ ଓ ଅତ୍ୟଧିକ ଚାହିଦା କାରଣରୁ ଏହାକୁ ପାଇବା ଅତି କଠିନ ବ୍ୟାପାର । ଏଭଳି ପରିସ୍ଥିତିରେ ଆବଶ୍ୟକ କରୁଥିବା ଲୋକଙ୍କୁ ସହଜରେ ଟୀକା ଉପଲବ୍ଧ କରାଇବାକୁ କିଛି ମାସ ତଳେ ମେଡ଼ୟୋଗ ପ୍ରୟାସ କରିଥିଲା । ଏଥିପାଇଁ ଏହି କମ୍ପାନୀ ବାଙ୍ଗାଲୋରର ପ୍ରାୟ ସବୁ ହସ୍ପିଟାଲ, ଟୀକା କେନ୍ଦ୍ର, ଡାଇଗ୍ନୋଷ୍ଟିକ କେନ୍ଦ୍ର, ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଓ ସେମାନଙ୍କର ବିତରକ ଏଜେନ୍ସିଙ୍କ ସହ ଯୋଗାଯୋଗ କରିଥିଲା । କିନ୍ତୁ କୌଣସି ଠାରେ ବି ଏହା ଉପଲବ୍ଧ ହେଉନଥିଲା । ତେବେ ଏହି ଟୀକା ପାଇବାକୁ ମେଡ଼ୟୋଗ ନିୟମିତ ଚେଷ୍ଟା ଜାରି ରଖିଥିଲା । ଟୀକା ବହୁତ ଶୀଘ୍ର ମିଳିବ ବୋଲି ଏକ ଅଗ୍ରଣୀ ଡାଇଗ୍ନୋଷ୍ଟିକ କେନ୍ଦ୍ର ମେଡ଼ୟୋଗକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲା ।

ଅନଲାଇନ ପୋର୍ଟାଲ ସେବା

ମେଡ଼ୟୋଗ ଟୀକା ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ସୁବିଧାରେ ଏହାକୁ ପହଞ୍ଚାଇବାକୁ ଆରମ୍ଭ କରିଥିଲା ଏକ ଅନଲାଇନ ପୋର୍ଟାଲ ସେବା । ଏହି ପୋର୍ଟାଲ ମାଧ୍ୟମରେ ସ୍ଵାଇନ ଫ୍ଲୁକୁ ନେଇ ଆତଙ୍କିତ ହୋଇ ରହିଥିବା ଲୋକଙ୍କୁ ସେବା ଯୋଗାଇଦେବା କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପୋର୍ଟାଲ ଆରମ୍ଭ ହେବାର ମାତ୍ର କିଛି ଦିନ ମଧ୍ୟରେ ପ୍ରାୟ ୧୨୦୦ ଲୋକ ଟୀକା ପାଇବାକୁ ପଞ୍ଜୀକରଣ କରିଥିଲେ । କିନ୍ତୁ ବଜାରରେ ସେ ପର୍ଯ୍ୟନ୍ତ ଟୀକା ଉପଲବ୍ଧ ହେଇପାରିନଥିଲା । ଯେଉଁ କିଛି ନିର୍ଦ୍ଧିଷ୍ଟ ବିକ୍ରେତା ଏହି ଟୀକାକୁ କମ୍ପାନୀକୁ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେମାନେ ବି ଅନିଶ୍ଚିତତା ମଧ୍ୟରେ ଥିଲେ । ମାତ୍ର କମ୍ପାନୀ ପଞ୍ଜୀକରଣ ବନ୍ଦ କରିନଥାଏ । କେବଳ ଟୀକା ମିଳିବାରେ ବିଳମ୍ବ ହେଉଛି ବୋଲି ତାର ଉପଭୋକ୍ତାଙ୍କୁ ଜଣାଇଥିଲା । ଧୈର୍ଯ୍ୟର ସହ ଏଭଳି ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢୁଥିଲା ମେଡ଼ୟୋଗ ।

ତେବେ ସେହି ସମୟରେ କେବଳ ବାଙ୍ଗାଲୋର ନୁହେଁ ଦେଶର ବହୁ ବଡ ବଡ ସହରରେ ମଧ୍ୟ ଏହି ଟୀକାର ଘୋର ଅଭାବ ଦେଖା ଦେଇଥିଲା । ଟୀକା ଉତ୍ପାଦନକାରୀମାନେ ଏହାର ଚାହିଦା ଏତେ ଅଧିକ ହେବ ବୋଲି କଳ୍ପନା କରିପାରିନଥିଲେ । ଆଉ କମ ଉତ୍ପାଦନ କାରଣରୁ ଏହି ଟୀକାକୁ ନେଇ ଏପରି ଏକ ଉତ୍କଟ ପରିସ୍ଥିତି ସୃଷ୍ଟି ହେଇଥିଲା । ପରିସ୍ଥିତି ଉପରେ ନଜର ରଖି କେନ୍ଦ୍ର ସରକାର ମଧ୍ୟ ଏହାର ଉତ୍ପାଦନ ଓ ଯୋଗାଣକୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରୁଥିଲେ । ସେତେବେଳେ ରାଜସ୍ଥାନ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ଭଳି ସ୍ଥାନରେ ସ୍ଵାଇନ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢି ଚାଲିଥିଲା । ସେହି ଅଞ୍ଚଳକୁ ଅଧିକ ଔଷଧ ଯୋଗାଣ ପାଇଁ କେନ୍ଦ୍ର ସରକାର ଔଷଧ ଉତ୍ପାଦନକାରୀ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏପରି ଏକ ସଙ୍କଟ ସମୟରେ କମ୍ପାନୀକୁ ଏମିତି ଏକ ଅନଲାଇନ ଟୀକା ବିକ୍ରି ଉଦ୍ୟମରୁ ଓହରିଯିବା ପାଇଁ ଅନେକ ସହଯୋଗୀ କମ୍ପାନି ମାନେ ପରାମର୍ଶ ଦେଲେ । ମାତ୍ର ସେବା ମନୋବୃତ୍ତି ଭଳି ଏକ ମହତ ଚିନ୍ତାଧାରା ଓ ଉପଭୋକ୍ତାଙ୍କ ବିଶ୍ବାସ ବଜାୟ ରଖିବାକୁ ମେଡ଼ୟୋଗ ତାର ପ୍ରୟାସରୁ ପଛକୁ ହଟିନଥିଲା । ସେ ସମୟରେ ଟୀକାକୁ ନେଇ ଦେଖା ଯାଇଥିବା ଉତ୍କଟ ପରିସ୍ଥିତି ପାଇଁ ଉପଭୋକ୍ତାମାନେ ମଧ୍ୟ ମେଡ଼ୟୋଗ ଉପରେ ଗଭୀର ଆସ୍ଥା ବଜାୟ ରଖିଥିଲେ । ଟୀକା ଆବଶ୍ୟକ କରୁଥିବା ଏମିତି ମାତ୍ରାଧିକ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମେଡ଼ୟୋଗ ପୁଣି ଥରେ ବାଙ୍ଗାଲୋରର ପ୍ରମୁଖ ଔଷଧ ନିର୍ମାଣକାରୀ ଓ ଯୋଗାଣକାରୀ ସଂସ୍ଥା ସହ ଯୋଗାଯୋଗ କରିଥିଲା । ସର୍ବଶେଷରେ ୨୦୧୫ ମାର୍ଚ୍ଚ ୧୮ରେ ‘ଆପୋଲୋ ହସ୍ପିଟାଲ’ ଟୀକା ଯୋଗାଇଦେବା ପାଇଁ ମେଡ଼ୟୋଗକୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲା । ଆପୋଲୋ ହସ୍ପିଟାଲ ପ୍ରଥମେ ୧୦୦ଟି ଟୀକା ଯୋଗାଇଦେବ ବୋଲି କହିଥିଲା ।

ମାର୍ଚ୍ଚ ୨୦ ତାରିଖ ଅପରାହ୍ନ ୨ଟାରେ ମେଡ଼ୟୋଗକୁ ଟୀକା ହସ୍ତାନ୍ତର କରିଥିଲା ଆପୋଲୋ । ମେଡ଼ୟୋଗକୁ ଟୀକା ମିଳିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ସବୁ ଟୀକା ବିକ୍ରି ହୋଇଯାଇଥିଲା । କମ ଟୀକା ଥିବା କାରଣରୁ ବହୁ ଆଶାୟୀ ବ୍ୟକ୍ତି ନିରାଶ ହୋଇ ଫେରିଥିଲେ । ଇଚ୍ଛୁକ ଉପଭୋକ୍ତାଙ୍କ ଅଭାବ ନଥିଲେ ମଧ୍ୟ କମ ଟୀକା ଥିବା ଯୋଗୁ ଯୋଗାଇବା ସମ୍ଭବ ହେଇପାରିନଥିଲା । ପ୍ରଥମ ପର୍ଯ୍ୟାୟ ପରେ ଏବେ ଦ୍ଵିତୀୟ ପର୍ଯ୍ୟାୟରେ କମ୍ପାନୀର ଅନଲାଇନ ପୋର୍ଟାଲରେ ପ୍ରାୟ ୨୫୦୦ ରୁ ଅଧିକ ଲୋକ ଟୀକା ପାଇଁ ପଞ୍ଜୀକରଣ କରିସାରିଛନ୍ତି । ନିଜର ପ୍ରଚାର ପିଛା ଟଙ୍କାଏ ମାତ୍ର ଖର୍ଚ୍ଚ ନକରି ମେଡ଼ୟୋଗ ଅସାମାନ୍ୟ ପ୍ରଚାର ପ୍ରସାର ପାଇପାରିଛି କେବଳ ବିକ୍ରିର ମଡେଲ ଯୋଗୁ ।

ତେବେ ମେଡ଼ୟୋଗ ଏକ ସଙ୍କଟ ପରିସ୍ଥିତିକୁ ଦୃଢତାର ସହ ମୁକାବିଲା କରି ଏମିତି ଏକ ଜଟିଳ ପ୍ରକ୍ରିୟାକୁ ସହଜ କରିପାରିଛି ।ବହୁ ବଡ ବଡ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ମାନେ ମଧ୍ୟ ଟୀକା ଆବଶ୍ୟକ ଲୋକଙ୍କୁ ଏହାକୁ ସହଜରେ ଉପଲବ୍ଧ କରାଇବାରେ ସକ୍ଷମ ହେଇପାରିନଥିଲେ । ମାତ୍ରମେଡ଼ୟୋଗ ଅନଲାଇନ ପୋର୍ଟାଲ ଦ୍ଵାରା ଲୋକଙ୍କୁ ଟୀକା ଯୋଗାଇବା ସହ ଲୋକଙ୍କୁ ଏହା ବିଷୟରେ ଟିକିନିଖି ସୂଚନା ଦେଇ ସେମାନଙ୍କ ଆସ୍ଥା ଓ ବିଶ୍ଵାସ ଜିତିପାରିଥିଲା । ଏବେ ପଞ୍ଜୀକରଣ କରିଥିବା ଆହୁରି ୨୫୦୦ ଲୋକଙ୍କୁ ଟୀକା ଯୋଗାଇଦେବା ପାଇଁ ମେଡ଼ୟୋଗ ବଦ୍ଧପରିକର ଏବଂ ପ୍ରୟାସ ଜାରି ରଖିଛି ।

ଆଧାର

yourstory

Teamodia

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate