ଉପକ୍ରମ ୫୨.୨ ଲକ୍ଷ ବ୍ୟକ୍ତିଙ୍କୁ ଡିଜିଟାଲ, ସାକ୍ଷରତା ଅଭିଯାନ କିମ୍ବା ଜାତୀୟ ଡିଜିଟାଲ ସାକ୍ଷରତା ମିଶନ ଦ୍ଵାରା ଆଇ.ଟି ଟ୍ରେନିଂ ଦିଆଯିବାର ଲକ୍ଷ୍ୟ ରକ୍ଷାଯାଇଛି । ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ,କଣ୍ଟ୍ରୋଲ ଡିଲର, ସାଧାରଣ ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । କାରଣ IT ସାକ୍ଷରତା ସେମାନଙ୍କୁ ଅଧିକ ଦକ୍ଷତାର ସହ ଦେଶର ଗଣତନ୍ତ୍ର ଓ ବିକାଶରେ ଯୋଗ ଦେବା ପାଇଁ ସହାୟକ ହେବ। ପ୍ରକଳ୍ପ ଅଞ୍ଚଳ ଏହି ଯୋଜନା ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତିନୋଟି ବିଭାଗରେ ବିଭକ୍ତ କରାଯାଇଛି । A,B,C ଭାଗରେ । A ବିଭାଗରେ ଥିବା ରାଜ୍ୟମାନେ ଏହାକୁ ୫-୭ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ଥିବା ବେଳେ B ବିଭାଗରେ ୪-୫ ଜିଲ୍ଲା ଏବଂ C ବିଭାଗରେ ୨-୩ ଜିଲ୍ଲାରେ କାର୍ଯ୍ୟକାରୀ କରାହେବ । କ୍ରମ.ନଂ ‘A’ ବିଭାଗ ( ୧୦) ‘B’ ବିଭାଗ (୧୦) ‘C’ ବିଭାଗ (୧୫) 1 ଉତ୍ତର ପ୍ରଦେଶ ଓଡ଼ିଶା ହିମାଚଳ ପ୍ରଦେଶ 2 ମହାରାଷ୍ଟ୍ର କେରଳ ତ୍ରିପୁରା 3 ବିହାର ଝାଡଖଣ୍ଡ ମେଘାଳୟ 4 ୱେଷ୍ଟବେଙ୍ଗଲ ଆସାମ ମଣିପୁର 5 ଆନ୍ଧ୍ର ପ୍ରଦେଶ ପଞ୍ଜାବ ନାଗାଲାଣ୍ଡ 6 ମଧ୍ୟପ୍ରଦେଶ ଛତିଶଗଡ଼ ଗୋଆ 7 ତାମିଲନାଡୁ ହରିୟାନ ଅରୁଣାଚଳ ପ୍ରଦେଶ 8 ରାଜସ୍ଥାନ ଜାମ୍ମୁ ଓ କାଶ୍ମୀର ମିଜୋରାମ 9 କର୍ଣ୍ଣାଟକ ଉତ୍ତରାଖଣ୍ଡ ସିକିମ 10 ଗୁଜୁରାଟ NCT ଅପ ଦିଲ୍ଲୀ ପଡୁଚେରୀ 11 ଚଣ୍ଡିଗଡ 12 ଆଣ୍ଡାମାନ, ନିକୋବର 13 ଦ୍ରାଦର ଏବଂ ନଗରହବେଲି 14 ତାମନ ଓ ଡ଼ିୟୁ 15 ଲାକ୍ଷ୍ୟାଦୀପ ଡିଜିଟାଲ ସାକ୍ଷରତାର ସଂଜ୍ଞା ବ୍ୟକ୍ତି ଓ ଗୋଷ୍ଠୀ ଡିଜିଟାଲ ସାକ୍ଷରତା ଦ୍ଵାରା ଡିଜିଟାଲ ଟେକ୍ନୋଲୋଜିକୁ ବ୍ୟବହାର ସମ୍ବନ୍ଧରେ ଜାଣିଥାଏ । ତାଲିମର ସ୍ତର ୨ଟି ସ୍ତରରେ ତାଲିମ ପ୍ରଦାନ କରାଯାଇଥାଏ । ଡିଜିଟାଲ ସାକ୍ଷରତାର ଅନୁକୂଳ ମତ – ଲକ୍ଷ୍ୟ – ଜଣେ ବ୍ୟକ୍ତିକୁ ଆଟି ସାକ୍ଷରତା କରାଇବା ଦ୍ଵାରା ସେ କେତେଗୁଡିଏ ଡିଜିଟାଲ ଉପକରଣ ଯେପରି ମୋବାଇଲ, ଟାବଲେଟ ଇତ୍ୟାଦି ବ୍ୟବହାର କରିପାରିବ ଏବଂ ଇଣ୍ଟରନେଟ୍ ମାଧ୍ୟମରେ ମେଲ ଚେକ କରିବା ସହ ନିଜର ଆବଶ୍ୟକତା ହେଉଥିବା ସୂଚନାକୁ ଇଣ୍ଟରନେଟରେ ଖୋଜି ପାରିବ । ତାଲିମର ଅବଧି – ୨୦ ଘଣ୍ଟା (ଅତିକମ୍ ରେ ୧୦ଦିନ ଅତିବେଶୀରେ ୩୦ ଦିନ) ଡିଜିଟାଲ ସାକ୍ଷରତାର ଆଧାର – ଲକ୍ଷ୍ୟ – ଆଇଟି ତାଲିମ ଅଧିକ ନେବାକୁଇଚ୍ଛୁକ ବ୍ୟକ୍ତି ବିଶେଷଙ୍କୁ ଏହା ଦିଆଯାଇ ପାରିବ ଯାହାଦ୍ଵାରା ସେମାନେ ଇ-ପ୍ରଶାସନର ସୁବିଧା ଉପୋଭଗ କରିପାରିବେ । ପାଠ୍ୟକ୍ରମ ଅବଧି – ୪୦ ଘଣ୍ଟା (ଅତିକମ୍ ରେ ୨୦ଦିନ କିମ୍ବା ଅତି ବେଶୀରେ ୬୦ ଦିନ ) ଯୋଗ୍ୟତା ମାନଦଣ୍ଡ ପ୍ରତ୍ୟେକ ଘରୁ ୧୪ ରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତିଙ୍କୁ ଯୋଗ୍ୟ ବୋଲି ଧରାଯିବ । ଲେଭଲ ୧ ତାଲିମ ପାଇଁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗ୍ୟତା ଥିବା ଆବଶ୍ୟକ । ଲେଭଲ ୨ ପାଇଁ ଜଣେ ବ୍ୟକ୍ତି ଅତିକମରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଆବଶ୍ୟକ । ଦେୟ ବିଭିନ୍ନ ସ୍ତରର ତାଲିମ ପାଇଁ ବିଭିନ୍ନ ପ୍ରକାର ଆଦିର ବ୍ୟବସ୍ଥା ରହିଛି । ସାଧାରଣ ବର୍ଗର ବ୍ୟକ୍ତିଙ୍କ ପାଇଁ ୨୫% କୋର୍ସ ଫି ଦେବାକୁ ପଡିବ । ଏସି/ ଏସ୍ଟି/ ବିପିଏଲ ପରିବାରକୁ ୧୦୦% ଫି ଛାଡ । ଲେଭଲ ୧ ପାଇଁ ଏସି/ ଏସ୍ଟି/ବିପିଏଲ ବ୍ୟକ୍ତିଙ୍କ ପାଇଁ କୌଣସି ଦେୟ ଦେବାକୁ ପଡୁନଥିବା ବେଳେ ସାଧାରଣ ବର୍ଗଙ୍କପାଇଁ ୧୨୫ଟଙ୍କା କୋର୍ସ ଫି ଦେବାକୁ ପଡ଼େ । ଲେଭଲ ୨ କୋର୍ସ ପାଇଁ ଏସି/ ଏସ୍ଟି/ବିପିଏଲଙ୍କ ପାଇଁ କୌଣସି ଦେୟ ଦେବାକୁ ପଢୁନଥିବା ବେଳେ ସାଧାରଣ ବର୍ଗଙ୍କୁ ୨୫୦ଟଙ୍କା ଦେବାକୁ ପଡିଥାଏ । କାର୍ଯ୍ୟକାରିତା ଧାରା ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ବେସରକାରୀ ସଂସ୍ଥା (NGO), ଶିଳ୍ପ, ସରକାରୀ ସଂସ୍ଥା, ଜନସେବାକେନ୍ଦ୍ର ଏବଂ ସ୍ଵୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ, କିମ୍ବା ଉପଯୁକ୍ତ ଭିତ୍ତି ଭୂମି ଥିବା ଅନୁଷ୍ଠାନ ଅତି କମରେ ୧୦ ଲକ୍ଷ୍ୟ ଲୋକଙ୍କୁ ଆଇ.ଟି କ୍ଷେତ୍ରରେ ଶିକ୍ଷିତ କରାଇବେ । ତାଲିମ ବିଭିନ୍ନ ସ୍ଥାନରେ ଯେପରି ଗ୍ରାମପଞ୍ଚାୟତ, ବ୍ଲକ, ଜିଲ୍ଲାରେ ଥିବା ବିଭିନ୍ନ ତାଲିମ ଅନୁଷ୍ଠାନ, NIELIT କେନ୍ଦ୍ର, RSRTI, NGO ଇତ୍ୟାଦିରେ କରାଯିବ । ଗୃହ ସର୍ଭେ ଯୋଗ୍ୟ ଗୃହ ଚିହ୍ନଟିକରଣ ପ୍ରତ୍ୟେକ ଘରୁ ଅତି କମରେ ଜଣଙ୍କୁ ଚିହ୍ନଟ କରାଯିବ । ଚିହ୍ନଟ କରାଯାଇଥିବା ବ୍ୟକ୍ତିଙ୍କୁ ପାଖରେ ଥିବା NDLM ତାଲିମ କେନ୍ଦ୍ରରେ ଆଧାର ନମ୍ବର ସହ ପଞ୍ଜୀକରଣ କରାଯିବ । ହିତାଧିକାରୀ ବ୍ୟବହାରକାରୀ ନାମ ଏବଂ ପାସୱାର୍ଡ ଦିଆଯିବ । ଇ- ମଡୁଲ୍ସ LMS ଦ୍ଵାରା ନିଜେ ପଢିବାକୁ ଦିଆଯିବ । ଆଧାର ନମ୍ବର ଆଧାରରେ ହିତାଧିକାରୀ ଉପସ୍ଥାନ ତଦାରଖ କରାଯିବ । ଅତିକମ୍ ପାଠ ପଢିବା ଘଣ୍ଟାକୁ ଦେଖି ହିତାଧିକାରୀଙ୍କ ସଫଳତା ଦେଖି ତାଙ୍କୁ ଜାତୀୟ ସ୍ତରରେ ପରୀକ୍ଷା ଦେବା ପାଇଁ କୁହାଯିବ । ସଫଳ ବ୍ୟକ୍ତିଙ୍କୁ ସାର୍ଟି ଫିକେଟ ପ୍ରଦାନ କରାଯିବ । ଆଧାର - NDLM ଅଧିକ ତଥ୍ୟ NDLM training centres NDLM State-wise training partners