ଏବେ ପଞ୍ଜୀକରଣ କରନ୍ତୁ ଏହି ଭିଡିଓ ସାଇନ୍ ଇନ୍ ର ପଦ୍ଧତି ଏବଂ ଡିଜିଲକର କିପରି ବ୍ୟବହାର କରିପାରିବେ ଦର୍ଶାଉଛି । ଡିଜିଲକର କ’ଣ ଡିଜିଲକର ବ୍ୟକ୍ତିଗତ ସମର୍ପିତ ସ୍ଥାନର ଭଣ୍ଡାର ଯାହାକି ପ୍ରତେକ ନିବାସୀର ଆଧାର ସଂଖ୍ୟା ସହ ସଂଯୁକ୍ତ । ଡିଜିଲକର କୁ ଇ –ଦଲିଲର ନିରାପଦ ଭଣ୍ଡାର ଭାବେ ଏବଂ ବିଭିନ୍ନ ପ୍ରେରକ ବିଭାଗ ମାନଙ୍କ ଦ୍ଵାରା ପ୍ରେରିତ ଇ –ଦଲିଲର ସଂଯୋଜିତ ଭଣ୍ଡାର ୟୁନିଫର୍ମ୍ ସମ୍ପଦ ଚିହ୍ନଟକ।ରୀ (URI) ଭାବେ ବ୍ୟବହାର କରାଯାଏ । ଇ –ସ୍ଵାକ୍ଷରଯୋଗାଣ ସୁବିଧା ଡିଜିଲକର ଅଂଶ ସ୍ୱରୂପ ଇ-ଦଲିଲର ଡିଜିଟାଲ ସ୍ଵାକ୍ଷର ଭାବେ ବ୍ୟବହାର କରାଯାଏ । ଡିଜିଟାଲ (ସାଂଖିକ ) ଲକର ୱେଭ ପୋଟାଲ (ତରଙ୍ଗ ନିର୍ବାହିକା ) ବା ମୋବାଇଲ ଅନୁପ୍ରୟୋଗ ଦ୍ଵାରା ଅଭିଗମ୍ୟ । ଡିଜିଲକର ପ୍ରମୁଖ ଯନ୍ତ୍ରାଂଶ ପ୍ରତେକ ନିବାସୀର ଡିଜିଲକର ବିବରଣ ବିଭାଗ ନିମ୍ନ ପ୍ରଦତ୍ତ : ଡ୍ୟାସବୋର୍ଡ - ଏହି ବିଭାଗ ପ୍ରଥମ ପୃଷ୍ଟା ଯେଉଁଠି ଆପଣ ଲଗିଂ କଲେ ତୁମେ ସମସ୍ତ ଦଲିଲର ସାରାଂଶ ଦେଖିପାରିବ । ପ୍ରେରିତ ଦଲିଲ - ଏହି ବିଭାଗ ଆପଣଙ୍କ ପାଖକୁ ଡିଜିଲକରରେ ଅଂଶଗ୍ରହଣ କରିଥିବା ସରକାରୀ ବିଭାଗ କିମ୍ବା ଅନ୍ୟ ସଂସ୍ଥା ମାନଙ୍କଠାରୁ ପ୍ରାପ୍ତ (URI) ସଂଯୁକ୍ତ ଦଲିଲ ବା ପ୍ରମାଣପତ୍ରମାନ ଦର୍ଶାଏ । ଅପଲୋଡେଡ ଦଲିଲ - ଆପଣ ଅପଲୋଡ କରିଥିବା ସମସ୍ତ ଦଲିଲକୁ ଏହି ବିଭାଗ ଦର୍ଶାଏ । ଆପଣ ଦଲିଲସବୁକୁ ଅଦ୍ୟତନ, ଇ –ସ୍ଵାକ୍ଷର ଏବଂ ସହଭାଗ କରିପାରିବ । ସହଭାଗିତା ଦଲିଲ - ଏହି ବିଭାଗ ଦଲିଲ ସମୁହର ସହଭାଗିତ।ର ଚିଠା ଦର୍ଶାଏ , ଯାହାକୁ ଆପଣ ଇ –ମେଲ ମାଧ୍ୟମରେ ଅନ୍ୟ ମାନଙ୍କ ସହିତ ସହଭାଗିତା କରିଥାଆନ୍ତି । କାର୍ଯ୍ୟକଳାପ - ଏହି ବିଭାଗ କାର୍ଯ୍ୟସମୁହଁ ର ବିବରଣୀ ପ୍ରଦାନ କରିଥାଏ ଯାହା ଆପଣ ଡିଜିଲକରରେ ସମ୍ପାଦନ କରିଥାଆନ୍ତି । ପ୍ରେରକ - ଏହି ବିଭାଗ ସମସ୍ତ ବିଭାଗ ଏବଂ ସଂସ୍ଥାମାନଙ୍କର ସୂଚୀ ପ୍ରଦାନ କରିଥାଏ , ଯେଉଁମାନେ ଆପଣଙ୍କ ଡିଜିଲକରରେ ବିବରଣୀ ପ୍ରଦାନକାରୀ ଭାବେ ପଞ୍ଜୀକୃତ କରାଇଥାନ୍ତି । ଯଦି ଏହି ବିଭାଗ ଗୁଡିକ ଆପଣଙ୍କ ପାଖକୁ କିଛି ଦଲିଲ /ପ୍ରମାଣପତ୍ର ପଠାଇଥାନ୍ତି , ଏହା ଆପଣଙ୍କ ପ୍ରେରିତ ଦଲିଲ ବିଭାଗରେ URI(ସଂଯୁକ୍ତ ) ରୂପେ ଦୃଶ୍ୟମାନ ହେବ । ବ୍ୟବହାର ପ୍ରଣାଳୀ ନିବ।ସୀମାନଙ୍କ ପାଇଁ ଲଗ ଇନ ପାଇଁ ଜଣେ ଆପଣଙ୍କ ମୋବାଇଲ ଲଗ ଇନ କ୍ଷେତ୍ରରେ ପ୍ରବେଶ କରିବା ଜରୁରୀ । ଗୋଟିଏ ଏକାବଧି ପ୍ରବେଶ ସଂକେତ (ପାସୱ।ର୍ଡ) ଆପଣଙ୍କ ମୋବାଇଲକୁ ପଠାଯାଏ । ଆବଶ୍ୟକ କ୍ଷେତ୍ରରେ ଏକାବଧି ପ୍ରବେଶ ସଂକେତ (ପାସୱ।ର୍ଡ) ଏଣ୍ଟରକରିବା ସହିତ ଉପଭୋକ୍ତାଙ୍କ ନାମ ଏବଂ ପାସୱ।ର୍ଡକୁ ଚୟନ କରାଯାଏ । ଏହା ଆପଣଙ୍କ ଡିଜିଲକର ଏକାଉଣ୍ଟ ସୃଷ୍ଟିକରେ । ଆପଣଙ୍କ ଡିଜିଲକରର ଏକାଉଣ୍ଟର ସଫଳ ସୃଷ୍ଟିପରେ , ଆପଣ ସ୍ଵଚ୍ଛାକୃତ ଭାବେ ଆଧାର ନମ୍ବର ସଂଯୋଗ କରି ଅତିରିକ୍ତ ସେବା ପାଇପାରିବେ । ଏହା ସମାପନ ପରେ ,ନିବାସୀ ଇ-ଦଲିଲର URIsକୁ ଦେଖିପାରିବେ , ଯାହାକି ବହୁବିଧ ପ୍ରେରକଙ୍କ ଦ୍ଵାରା ଡିଜିଲକରରେ ଅପଲୋଡ କରାଯାଇଥିବ । ନିବାସୀ ତାଙ୍କ ଇ –ଦଲିଲକୁ ଡିଜିଟାଲ ଲକରରେ ଅପଲୋଡ କରିପାରିବେ ଏବଂ ସେଗୁଡିକୁ ଇ-ସ୍ଵାକ୍ଷର କରିପାରିବେ । ନିବାସୀ ନିଜସ୍ୱ ଦଲିଲକୁ ଅନୁରୋଧକାରୀଙ୍କ ଇ-ମେଲ ଠିକଣାରେ ସଂଯୁକ୍ତ କରି ଇ-ଦଲିଲକୁ ସମଭାଗୀ କରିପାରିବେ । ଥରେ ଉପରୋକ୍ତ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସମ୍ପାଦନ କରି , ଆପଣ ଆପଣଙ୍କର ଡିଜିଟାଲ ଲକରକୁ ସାଇନ-ଇନ କରି ଆଧାର ଅ।କ।ଉଣ୍ଟସ କିମ୍ବା ବ୍ୟାହାରକାରୀଙ୍କ ନାମ ଏବଂ ପାସୱାର୍ଡ କିମ୍ବା ସୋସିଆଲ ମିଡିଆ ଅ।କ।ଉଣ୍ଟସ୍ ସହ ସଂଲଗ୍ନ କରିପାରିବେ । ପ୍ରେରକମାନଙ୍କ ପାଇଁ ଅଦ୍ଵିତୀୟ ପ୍ରେରକ ପରିଚୟ (ID) ପାଇବାପାଇଁ ପ୍ରେରକ ଡିଜିଟାଲ ଲକର ସିଷ୍ଟମରେ ପଞ୍ଜୀକୃତ କରିବା ଆବଶ୍ୟକ । ଥରେ ଗୋଟିଏ ଆଇଡି ନ୍ୟସ୍ତ ହୋଇଗଲେ ,ପ୍ରେରକ ମାନକ XMLଫର୍ମାଟରେ ଅବହିତ ରିପୋଜିଟାରୀ ସେବା ପ୍ରଦାନକାରୀ APIରେ ଦଲିଲ ଅପଲୋଡ କରିପାରିବ । ରିପୋଜିଟୋରୀରେ ଅପଲୋଡ କରାଯାଇଥିବା ପ୍ରତେକ ଦଲିଲର ଅଦ୍ଵିତୀୟ URI ଅଛି , ଯଥା – ପ୍ରେରକ ଆଇଡି, ଦଲିଲର ପ୍ରକାର ଏବଂ ଦଲିଲ ଆଇଡି ଆଧାର ନମ୍ବର ଜରିଆରେ ଦଲିଲ (URI) ରେସିଡେଣ୍ଟସ୍ ଡିଜିଟାଲ ଲକରରେ ପ୍ରବେଶ କରାଯାଇପାରିବ । ଅନୁରୋଧକାରୀଙ୍କ ପାଇଁ ଅନୁରୋଧକାରୀ ପ୍ରଥମେ ଡିଜିଲକର ବୋର୍ଡର ପ୍ରବେଶ ପଥରେ ପ୍ରବେଶ କରିବା ସହିତ ପଞ୍ଜୀକୃତ କରିବା ଆବଶ୍ୟକ । ଅନୁରୋଧକାରୀ ଅଭିଗମ୍ୟତା ପ୍ରବେଶ ପଥ ଜରିଆରେ ଦଲିଲକୁ (URI) ରେପୋଜିଟୋରୀଠାରୁ ନିରାପଦ ଭାବରେ ପୁନଃଉଦ୍ଧାର କରି ବ୍ୟବହାର କରିପାରିବେ ନିବାସୀ ଡିଜିଲକରର ବିଭିନ୍ନ ଯନ୍ତ୍ରାଂଶ ସବୁ କ’ଣ ? ପ୍ରତ୍ୟେକ ନିବାସୀ ଡିଜିଟାଲ ଲକରର ବିଭାଗମାନ ନିମ୍ନ ପ୍ରଦତ୍ତ : ୧. ମୋର ପ୍ରମାଣପତ୍ର : ଏହି ବିଭାଗରେ ଦୁଇଟି ଅନୁବିଭାଗ ଅଛି । (କ ) ଡିଜିଟାଲ ଦଲିଲ – ନିବାସୀଙ୍କୁ ସରକାରୀ ବିଭାଗ ବା ଅନ୍ୟ ସଂସ୍ଥାମାନଙ୍କ ଦ୍ଵାରା ପଠାଯାଇଥିବା ଦଲିଲମାନଙ୍କର ବିଷୟ ସୂଚୀ-ସଂଯୁକ୍ତ । ପ୍ରତେକ ଦଲିଲରେ ନିମ୍ନ ସୂଚନା ପ୍ରଦତ୍ତ : URI ଦଲିଲର ନାମ ପ୍ରେରିତ ତାରିଖ ସହଭାଗ ବିକଳ୍ପ (ଖ) ଅପଲୋଡେଡ ଦଲିଲ – ସମସ୍ତ ଦଲିଲର ଚିଠା ଯାହା ନିବାସୀଙ୍କ ଦ୍ଵାରା ଅପଲୋଡ କରାଯାଇଛି , ତାହା ଏହି ଉପ-ବିଭାଗରେ ଦେଖିପାରିବେ । ପ୍ରତେକ ଦଲିଲର ସୂଚନା ନିମ୍ନ ପ୍ରଦତ୍ତ : ଦଲିଲର ନାମ ଅପଲୋଡ ତାରିଖ ସ୍ଥିତି : ଦଲିଲ ଇ –ସ୍ଵାକ୍ଷରିତ ବା ନୁହେଁ । କ୍ରିୟା : ଡିଜିଟାଲ ଲକରରୁ କୌଣସି ଦଲିଲ ଅପସାରଣ ବା ବିଲୋପନ । ବିସ୍ତୃତ ବିବରଣୀ ଅପଲୋଡ ଦଲିଲକୁ ଇ –ମେଲ ଜରିଆରେ ସହଭାଗ କରାଇବା । ଡିଜି- ସ୍ଵାକ୍ଷର ଚୟନ : ଥରେ ଦଲିଲ ଇ –ସ୍ଵାକ୍ଷର ହୋଇଗଲେ , ଏହା ଠିକ ଚିହ୍ନ ଦର୍ଶାଇବ । ୨. ମୋର ପରିଚ୍ଛେଦିକା ଏହି ବିଭାଗ ନିବାସୀର ସଂପୂର୍ଣ ପରିଚ୍ଛେଦିକା ପ୍ରଦର୍ଶନ କରେ (ନାମ, ଜନ୍ମତାରିଖ, ଲିଙ୍ଗ, ନିବାସୀର ଠିକଣା, ଇମେଲ , ମୋବାଇଲ ନମ୍ବର ) ଯାହା ଇଉଆଇଡ଼ିଏଆଇ(UIDAI) ଡାଟାବେସ୍ ରେ ଉପଲବ୍ଧ । ୩. ମୋର ପ୍ରେରକ ଏହି ବିଭାଗ ନିବାସୀ ପାଖକୁ ପ୍ରେରଣ କରିଥିବା ପ୍ରେରକର ନାମ ଏବଂ ଦଲିଲ ସଂଖ୍ୟା ଦର୍ଶାଏ । ୪. ମୋର ଅନୁରୋଧକାରୀ ଏହି ବିଭାଗ ଅନୁରୋଧକାରୀଙ୍କ ନାମ ଏବଂ ଦଲିଲ ସଂଖ୍ୟା ଦର୍ଶାଏ । ୫. ନିର୍ଦ୍ଦେଶାଳୟ ଏହି ବିଭାଗ ପ୍ରେରକ ଏବଂ ଅନୁରୋଧକାରୀଙ୍କ ସମ୍ପୂର୍ଣ ଚିଠା ପଞ୍ଜୀକୃତ କରିଥାଏ । ମୁଁ କେମିତି ମୋର ଡିଜିଲକରରେ ଦଲିଲଟେ ଅପଲୋଡ କରିବି ? ଦଲିଲ ଉପଲୋଡ ସୁବିଧା ‘ମୋର ପ୍ରମାଣପତ୍ର’ ବିଭାଗରେ ଉପଲବ୍ଧ । ଆପଣଙ୍କର ଦରକାର ପ୍ରଥମେ ଡ୍ରପ-ଡାଉନ ତାଲିକାରୁ ଦଲିଲଟି (ମାଧ୍ୟମିକ ବିଦ୍ୟାଳୟ ପ୍ରମାଣପତ୍ର ,ଉଚ୍ଚ ବିଦ୍ୟାଳୟ ପ୍ରମାଣପତ୍ର , ପ୍ୟାନକାର୍ଡ ,ଭୋଟର ଆଇଡି) ଇତ୍ୟାଦିକୁ ଚୟନ କରିବା । ଦଲିଲକୁ ନାମ ପ୍ରଦାନ କରିବା । ଚୟନ କରିଥିବା ଦଲିଲ ଅନୁଯାୟୀ, ଆପଣଦଲିଲ ସମ୍ପର୍କିତ ବିସ୍ତୃତ ବିବରଣୀ ପୂରଣ କରିବାର ଅଛି । ଡିଜିଲକରରେ ଅପଲୋଡ କରିବାପାଇଁ ଆପଣଙ୍କ ସ୍ଥାନୀୟ ମେସିନରୁ ଫାଇଲଟିକୁ ମନୋନୟନ କରନ୍ତୁ । ପ୍ରତେକ ଫାଇଲ ଯାହାକୁ ଅପଲୋଡ କରାଯିବ , ତାହା ୱାନ ଏମବିରୁ ଅଧିକ ହୋଇନଥିବ । (ୱାନ ଏମବି ହେଉଛି ଫାଇଲର ସର୍ବାଧିକ ଆକାର ) ଏବଂ କେବଳ pdf, jpg, png, bmp ଓ gif ପ୍ରକାରର ଫାଇଲସବୁ ଗ୍ରହଣୀୟ । ଦଲିଲର ବିବରଣୀ ( ସର୍ବାଧିକ ୫୦ ଅକ୍ଷର) ଯୋଗାଇଦେବା । ଅପଲୋଡ ବୋତାମ ଟିପନ୍ତୁ । ସଫଳ ଅପଲୋଡ ପରେ ଦଲିଲଟି ‘ଅପଲୋଡେଡ ଡକୁମେଣ୍ଟ ଉପବିଭାଗରେ ତାଲିକାଭୁକ୍ତ ହେବ । ମୁଁ କେମିତି ଇ-ଦଲିଲସବୁକୁ ମୋର ଡିଜିଟାଲ ଲକରରେ ସହଭାଗ କରିପାରିବି । ଆପଣଙ୍କ ଇ-ଦଲିଲର ସହଭାଗିତା ପାଇଁ (ଡିଜିଲକରର ଅନୁବିଭାଗରେ ପ୍ରଦତ୍ତ ଇଉଆରଆଇ ବା ଅପଲୋଡେଡ ଦଲିଲର ଉପବିଭାଗ )ରେ ତୁମେ ଚାହୁଁଥିବା ଦଲିଲ ଯୋଗସୂତ୍ରରେ ଚାପ ପ୍ରୟୋଗ କରିବା ଆବଶ୍ୟକ । ଦୟାକରି ସଂଳାପ ବାକ୍ସରେ ପ୍ରାପ୍ତେଷୁର ଇ-ମେଲ ଠିକଣା ଲେଖନ୍ତୁ ଏବଂ ସହଭାଗୀ ବୋତାମ ଉପରେ ଚାପ ପ୍ରୟୋଗ କରୁନ୍ତୁ। ଇ-ମେଲ ମାଧ୍ୟମରେ ଗ୍ରହୀତାଙ୍କ ସହିତ ଦଲିଲକୁ ସହଭାଗୀ କରାଯାଇ ପାରିବ । ଗ୍ରହିତା ‘ ନୋ ରିପ୍ଲାଇ @ଡିଜିଲକର ଗଭର୍ନମେଣ୍ଟ .ଗଭ .ଇନ’ ଉତ୍ତର ପ୍ରାପ୍ତ କରିବ । ଇ-ମେଲର ବିଷୟ ପଂକ୍ତିରେ ଦଲିଲର ନାମ ଏବଂ ଦଲିଲର ପ୍ରକାର ପ୍ରକାଶିତ ହେବ । ଇ-ମେଲର ବିଷୟବସ୍ତୁ URI ସଂଯୁକ୍ତ ଏବଂ ଦଲିଲ ପ୍ରେରକର ନାମ ଏବଂ ଆଧାର ନମ୍ବର ସହ ସଞ୍ଜୋଜିତ । ପ୍ରାପ୍ତେଷୁ ଇ-ମେଲ ପ୍ରଦତ୍ତ URI ସଂଯୋଗ ବ୍ୟବହାର କରି ଦଲିଲକୁ ପ୍ରବେଶ କରି ପାରିବେ । ଏହା କେମିତି ସାହାଯ୍ୟ କରେ ? ଏହା ଭୌତିକ ଦଲିଲର ବ୍ୟବହାରକୁ କ୍ଷୁଦ୍ରତ୍ତମ କରେ ଏବଂ ଇ-ଦଲିଲର ପ୍ରମାଣିକତା ପ୍ରଦାନ କରେ । ଏହା ସରକାରୀ ପ୍ରଦତ୍ତ ଦଲିଲକୁ ନିରାପଦ ପ୍ରବେଶାନୁମତି ପ୍ରଦାନ କରେ । ଏହା ମଧ୍ୟ ସରକାରୀ ବିଭାଗ ଏବଂ ସଂସ୍ଥାମାନଙ୍କ ପ୍ରଶାସନୀୟ ଶୀର୍ଷାଗ୍ର କୁ କମ୍ କରେ ଏବଂ ଏହା ଦ୍ଵାରା ନିବାସୀ ସେବା ପାଇବା ପାଇଁ ସହଜ ହୋଇଥାଏ । ଏବେ ପଞ୍ଜୀକୃତ କରନ୍ତୁ ଡିଜିଲକର ସପୋର୍ଟ ଟିମ ଭାୟା ଇ-ମେଲ support@digilocker.gov.in ଆଧାର - ଡିଜିଲକର