অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ୱେବସାଇଟରେ ଉପଲବ୍ଧ ମୁକ୍ତବୃତ୍ତିର ସୁଯୋଗ

ଅନଲାଇନ୍  ପ୍ଲାଟଫର୍ମ

ଏବେକାର ଯୁବପିଢି ଅଫିସ ଯାଇ ଧାର୍ଯ୍ୟ ସମୟ ମଧ୍ୟରେ ବାନ୍ଧି ହୋଇ ବସି କାମ କରିବା ଅପେକ୍ଷା ଘରେ ବସି ନିଜ ସୁବିଧା ଅନୁସାରେ କାମ କରିବାକୁ ବେଶି ପସନ୍ଦ କରୁଛନ୍ତି  । ଡିଜିଟାଲ ପେମେଣ୍ଟ କମ୍ପାନୀ ପେ-ପୋଲ୍  ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଜଣାପଡିଛି ଯେ ଭାରତରେ ପ୍ରାୟ ୧କୋଟି ଲୋକ ଫ୍ରିଲାନ୍ସର (ମୁକ୍ତବୃତ୍ତି) ଭାବେ କାର୍ଯ୍ୟରତ  । ଏପରି କାମ କରିବା ପାଇଁ ସହଯୋଗ କରୁଥିବା ପ୍ରମୁଖ ଅନଲାଇନ୍  ପ୍ଲାଟଫର୍ମ ସମ୍ପର୍କରେ ଜାଣନ୍ତୁ  ।

ଫ୍ରିଲାନ୍ସର ଡଟ୍ ଇନ୍

ଅଷ୍ଟ୍ରେଲୀୟ ୱେବସାଇଟ ଫ୍ରିଲାନ୍ସର ଡଟ୍ ଇନ୍ ବିଶ୍ଵର ସବୁଠାରୁ ବଡ ଫ୍ରିଲାନ୍ସିଙ୍ଗ ଏବଂ କ୍ରାଉଡସୋର୍ସିଙ୍ଗ ପ୍ଲାଟଫର୍ମ  । ବିଶ୍ଵର ୨୪୭ଟି ଦେଶର ଦେଶର ପ୍ରାୟ ୨.୭୬ କୋଟିରୁ ଅଧିକ ନିଯୁକ୍ତିଦାତା ଏବଂ ଫ୍ରିଲାନ୍ସର ଏହା ସହ ଜଡିତ ଅଛନ୍ତି  । ଏହି ନିଯୁକ୍ତିଦାତାମାନେ ସଫ୍ଟେୱେର ଡେଭଲପମେଣ୍ଟ, ଲେଖାଲେଖି , ଡାଟାଏଣ୍ଟ୍ରି, ଲୋଗୋ ଡିଜାଇନ, ଗ୍ରାଫିକ ଡିଜାଇନ୍, ୱେବସାଇଟ ଡିଜାଇନ, ଅନୁବାଦ, ୱାର୍ଡପ୍ରେସ, ଏସଇଓ, ଏକ୍ ସେଲ, ଫଟୋସପ ତଥା ଆର୍କିଟେକ୍ ଚର କ୍ଷେତ୍ରରେ ଫ୍ରିଲାନ୍ସରମାନଙ୍କୁ କାମ ଦେଉଛନ୍ତି  । ଏଥିସହିତ ନିଜ ଜି-ମେଲ୍ ଆକାଉଣ୍ଟରୁ ବି ପସନ୍ଦର ପ୍ରୋଜେକ୍ଟ ଉପରେ କାମ କରିପାରିବେ  । https://www.Freelancer.in

ଇଫି ଡଟ୍ କୋ

ଏଠାରେ ଆପଣ ଫଟୋଗ୍ରାଫି, ଇଞ୍ଜିନିୟରିଂ ତଥା ଡିଜାଇନ୍, ଲର୍ଣ୍ଣିଂ ଏଜୁକେଶନ, ଫେଶନ, କମ୍ପ୍ୟୁଟର ଟେକ୍ନୋଲୋଜି ତଥା ସ୍ପୋର୍ଟସରେ ପାର୍ଟଟାଇମ କାମ କରିପାରିବେ  । ଏହି ଆପ୍ କୁ ମଧ୍ୟ ଆପଣ ଗୁଗଲ୍ ପ୍ଲେ ଷ୍ଟୋରରୁ ବିନା ମୂଲ୍ୟରେ ଡାଉନଲୋଡ୍ କରିପାରନ୍ତି  । https://efii.co

ଫାଇବର ଡଟ୍ କମ୍

ଏହି ୱେବସାଇଟର ଆପ୍ କୁ ନିଜ ଫୋନ୍ ରେ ଅପଲୋଡ କରିବା ପରେ ଜି-ମେଲ୍ କିମ୍ବା ଫେସବୁକ୍  ମାଧ୍ୟମରେ ଲଗ୍ ଇନ୍ କରିପାରିବେ  । ଏଠାରେ ଭିନ୍ନଭିନ୍ନ କ୍ଷେତ୍ର, ଯଥା- ଭଏସ୍ଓଭର, ଗ୍ରାଫିକ ଡିଜାଇନ୍, ରାଇଟିଂ ଟ୍ରାନ୍ସଲେସନ, ମ୍ୟୁଜିକ ଅଡିଓ, ପ୍ରୋଗ୍ରାମିଂ ଟେଷ୍ଟ ଆଦି ଉପଲବ୍ଧ  । ନିଜ ପସନ୍ଦ ଅନୁସାରେ, ଯେଉଁ ଗୋଟିକୁ ବାଛି କାମ କରିପାରିବେ  । https://www.fiverr.com

ଟାସ୍କର୍ସ ଡଟ୍ କମ୍

ଭାରତ ସମେତ ୧୩ଟି ଦେଶରେ ଏହି ୱେବସାଇଟ କାମ କରିଥାଏ  । ଏହା ଆପଣଙ୍କୁ ଆଇଟି ସ୍ପେଶାଲିଷ୍ଟ, ଆକାଉଣ୍ଟିଙ୍ଗ, ବିଜନେସ୍ କନସଲଟାଣ୍ଟ ଆଦି ବିଭିନ୍ନ କ୍ଷେତ୍ରରେ କାମ କରିବାର ସୁଯୋଗ ଦେଇଥାଏ  । ଆପଣ ଏହି ୱେବସାଇଟକୁ ହିନ୍ଦୀ, ଇଂରାଜୀ ଆଦି ବିଭିନ୍ନ ଭାଷାରେ ପଢିପାରିବେ  । କମ୍ପ୍ୟୁଟର ମାଧ୍ୟମରେ କରାଯାଇଥିବା ସମସ୍ତ କାର୍ଯ୍ୟ ଏହି ୱେବସାଇଟରେ ପୋଷ୍ଟ କରାଯାଇପାରିବ  । ଏହା ସହିତ ବ୍ୟବସାୟ ପାଇଁ କର୍ମଚାରୀ ଆବଶ୍ୟକ କରୁଥିଲେ  ଆପଣ ମଧ୍ୟ ଏଥିରେ ଉପଲବ୍ଧ କର୍ମଚାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ  । https://www.taskkers.com

ଆଧାର –ୱେବ  ସୂଚନା  ବ୍ୟୁର

 

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate