ଉପକ୍ରମ ଡିଜିଟାଲ ସାକ୍ଷରତାର ସଂଜ୍ଞା: "କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ, ଡିଜିଟାଲ ଜ୍ଞାନକୌଶଳକୁ ବୁଝିବା ଓ ଜୀବନର ଆବଶ୍ୟକତା ଅନୁସାରେ ତାର ସଦୁପଯୋଗ କରିବାର କ୍ଷମତାକୁ ଡିଜିଟାଲ ସାକ୍ଷରତା କୁହାଯାଏ" । ଲକ୍ଷ୍ୟ ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ହେଲା, ସମସ୍ତ ରାଜ୍ୟ । କେନ୍ଦ୍ରଶାସିତ ଅଞ୍ଚଳର 6 କୋଟି ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ସାକ୍ଷର କରିବା, ଯାହା ପ୍ରତ୍ୟେକ ଯୋଗ୍ୟ ଗୃହରୁ ଅତି କମରେ ଜଣେ ସଦସ୍ୟଙ୍କୁ ମିଶାଇ ଗ୍ରାମୀଣ ଅଞ୍ଚଳର ପ୍ରାୟ 40% ଅଞ୍ଚଳକୁ ପହଞ୍ଚିବ । ଗ୍ରାମୀଣ ଅଞ୍ଚଳରେ ଲୋକଙ୍କୁ କମ୍ପ୍ୟୁଟର କିମ୍ବା (ସ୍ନାର୍ଟ ଫୋନ, ଟାବଲେଟ୍ ଭଳି) ଡିଜିଟାଲ ଆକସେସ୍ ଉପକରଣ ବିଷୟରେ ତାଲିମ ଦେଇ ସଶକ୍ତ କରିବା, ଇ-ମେଲ ପଢ଼ିବା ଓ ପଠାଇବା, ଇଣ୍ଟରନେଟ ବ୍ରାଉଜ କରିବା, ସରକାରୀ ସୁବିଧା ପର୍ଯ୍ୟନ୍ତ ପହଞ୍ଚିବା, ଆବଶ୍ୟକ ସୂଚନା ଖୋଜିବା, ଡିଜିଟାଲ ପେମେଣ୍ଟ କରିବା ଆଦି ଏହି ସ୍ଟିମର ଲକ୍ଷ୍ୟ । ଏହା ଲୋକଙ୍କୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ଏ ସମ୍ବନ୍ଧୀୟ ଆୟିକେସନର ବ୍ୟବହାର, ବିଶେଷକରି ଡିଜିଟାଲ ପେଟେମଣ୍ଟ କରିବା ସହ ରାଷ୍ଟ୍ରଗଠନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିବ । ଡିଜିଟାଲ ଉପକରଣର ବ୍ୟବହାର ଜାଣିଥିବା ଓ ଜାଣିନଥିବା ଲୋକଙ୍କ ମଧ୍ୟରେ ଯେଉଁ ତଫାତ ରହିଛି ତାକୁ ଦୂର କରିବା ଏହି ସ୍କିମର ଉଦ୍ଦେଶ୍ୟ, ଯେଉଁଥିରେ ମୁଖ୍ୟତଃ ଗ୍ରାମୀଣ ଅଞ୍ଚଳର ଅନସୂଚିତ ଜାତି (ଏସ୍ସି) ଅନସୂଚିତ ଜନଜାତି (ଏସସି), ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକେ (ବିପିଏଲ୍), ମହିଳା, ଭିନ୍ନକ୍ଷମ, ସଂଖ୍ୟାଲଖୁ ଗୋଷ୍ଠୀ ଭଳି ଅବହେଳିତ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେବାର ଯୋଜନା ରହିଛି । କାର୍ଯ୍ୟକାରୀ ସଂସ୍ଥା ଏହି ସ୍କିମ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ସିଏସସି ଇ-ଗଭର୍ଣ୍ଣାନ୍ସ ସାର୍ଭିସେସ୍ ଇଣ୍ଡିଆ ଲିମିଟେଡ ଦ୍ଵାରା କାର୍ଯ୍ୟକାରୀ କରାଯିବ, ଯାହାକି କମ୍ପାନି ଆଙ୍କୁ 1956ର ଅନ୍ତର୍ଭୁକ୍ତ ଏକ ସ୍ପେସାଲ ପରପଜ୍ ଭେହିକଲ (ଏସପିଭି) (ଏଥିରେ ସିଏସଇ-ଏସପିଭି ଭାବେ ସୂଚନା) । ଅବଧି: ଏହି ସ୍କିମର ଅବଧି ମାର୍ଚ୍ଚ 31, 2019 ପର୍ଯ୍ୟନ୍ତ ରହିଛି । ଟାର୍ଗେଟରେ ଥିବା ହିତାଧିକାରୀମାନେ ଯୋଗ୍ୟ ପରିବାର: ଘରର ମୁଖ୍ୟ, ପତି-ପତ୍ନୀ, ଛୋଟ ପିଲା ଓ ପିତା-ମାତାଙ୍କୁ ନେଇ ଗଠିତ ଏକ ୟୁନିଟକୁ ପରିବାର କୁହାଯାଏ । ଏପରି ସମସ୍ତ ପରିବାର ଯେଉଁଠାରେ ପରିବାରର କୌଣସି ବ୍ୟକ୍ତି। ଡିଜିଟାଲ ଭାବରେ ସାକ୍ଷର ନୁହନ୍ତି, ସେହି ପରିବାରମାନଙ୍କୁ ଏହି ଯୋଜନା ପାଇଁ ଯୋଗ୍ୟ ବିଚାର କରାଯିବ । ପ୍ରବେଶ ମାନଦଣ୍ଡ i) ହିତାଧିକାରୀ ଡିଜିଟାଲ ଭାବରେ ସାକ୍ଷର ହୋଇଥିବା ଆବଶ୍ୟକ । ii) ପତ୍ୟେକ ଯୋଗ୍ୟ ପରିବାର ପିଛା କେବଳ ଜଣେ ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିଚାର କରାଯିବ । iii) ବୟସ ବର୍ଗ: 14-60 ବର୍ଷ ନିମ୍ନୋକ୍ତ ପ୍ରାର୍ଥୀମାନଙ୍କୁ ପ୍ରାଥମିକତା ଦିଆଯିବ ସ୍ମାର୍ଟଫୋନର ବ୍ୟବହାର ଜାଣି ନ ଥିବା ବ୍ୟକ୍ତି, ଅନ୍ତ୍ୟାଦୟ ପରିବାର, କଲେଜ ପାଠ ପଢ଼ା ଅଧାରୁ ଛାଡ଼ିଥିବା ଛାତ୍ର, ପ୍ରୌଢଶିକ୍ଷା ମିଶନରେ ଅଂଶଗ୍ରହଣକାରୀ 9ରୁ 12 ଶ୍ରେଣୀ ପର୍ଯ୍ୟନ୍ତ ଡିଜିଟାଲ୍ କ୍ଷେତ୍ରରେ ନିରକ୍ଷର ଛାତ୍ର, ଯେଉଁମାନଙ୍କ ସ୍କୁଲରେ କମ୍ପ୍ୟୁଟର/ଆଇସିଟି ଶିକ୍ଷାର ସୁବିଧା ଉପଲବ୍ଧ ନାହିଁ | • ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକେ(ବିପିଏଲ୍), ମହିଳା, ଭିନ୍ନକ୍ଷମ, ସଂଖ୍ୟାଲଖୁ ଗୋଷ୍ଠୀମାନଙ୍କୁ ଅଗ୍ରାଧିକାର ଦିଆଯିବ । ପୃଷ୍ଠଭୂମି ଭାରତକୁ ଡିଜିଟାଲ ଅପରେସନ୍ କ୍ଷେତ୍ରରେ ସଶକ୍ତ ସମାଜ ଓ ନଲେଜ ଇକୋନୋମିରେ ରୂପାନ୍ତରିତ କରିବାର ମହତ୍ତୃକାଂକ୍ଷୀ ଦୃଷ୍ଟିକୋଣ ନେଇ ସରକାର ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ନାଗରିକମାନଙ୍କୁ ଇ-ଗଭର୍ନିନ୍ର ବିଭିନ୍ନ ପଦକ୍ଷେପ ସହ ଯୋଡ଼ିବା, ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ନିଷ୍ପତି ନେବାରେ ସର୍ବସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ପରିକଳ୍ପନା ହୋଇଛି, ଯାହା ପ୍ରାଶାସନିକ ଉତ୍ତରଦାୟିତ୍ଵ ବଢ଼ାଇବାରେ ସହାୟକ ହେବ । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ପୂର୍ଣ୍ଣ ସାମର୍ଥ୍ୟ ବାସ୍ତବତାରେ ପରିଣତ ହୋଇପାରିବ ଯଦି ନିଜର ସ୍ଥାନ ଓ ସାମାଜିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ନାଗରିକ, ଡିଜିଟାଲ ସେବା/ ଟେକ୍ନୋଲୋଜି ଆକସେସ୍ କରିବାର ସୁଯୋଗ ପାଇବା ସହ ଏହାକୁ ବ୍ୟବହାର କରି ନିଜର ଉଦ୍ଦେଶ୍ୟ ସାଧନ କରିପାରିବେ । ଏହି ପଦକ୍ଷେପଗୁଡ଼ିକର ସଫଳତା ପାଇଁ ଗ୍ରାମୀଣ ଭାରତ ସହିତ ଦେଶର ସମସ୍ତ ଭାଗରେ ବ୍ୟାପକ ଡିଜିଟାଲ ସାକ୍ଷରତା ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ | ସରକାର ରାଷ୍ଟ୍ରୀୟ ଡିଜିଟାଲ ସାକ୍ଷରତା ମିଶନ (ଏନଡିଏଲଏମ) ଓ ଡିଜିଟାଲ ସାକ୍ଷରତା ଅଭିଯାନ (ଡିଆଇଏସଏଚଏ) କୁ ଡିଜିଟାଲ ସାକ୍ଷରତା ପ୍ରଦାନ କରିବା ପାଇଁ ଦୁଇଟି ଯୋଜନା ଅନୁମୋଦିତ କରିଛନ୍ତି ଯାହାକୁ ସିଏସସି ଇ-ଗଭର୍ନିନ୍ନ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ, ଏକ ସ୍ପେସିଆଲ ପୋର୍ଯାଜ ଭେଇକିଲ (ସିଏସସି-ଏସପିଭି) (1956. କମ୍ପାନୀ ଆକ୍ଟ ଦ୍ଵାରା ସ୍ଥାପିତ ଏକ ପବ୍ଲିକ୍ ଲିମିଟେଡ କମ୍ପାନୀ) । ଏହି ଦୁଇଟି ଯୋଜନା ଅନୁସାରେ 52.5ଲକ୍ଷ ପ୍ରମାଣିତ ହିତାଧିକାରୀଙ୍କୁ ଡିସେମ୍ବର 2016ରେ ଡିଜିଟାଲ ସାକ୍ଷରତା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଥିଲା, ଯାହା ଡିସେମ୍ବର 2018ରେ ପ୍ରସ୍ତାବିତ ସମୟସୀମାର ବହୁ ପୂର୍ବରୁ ହାସଲ କରାଯାଇଥିଲା । ମାନନୀୟ ଅର୍ଥମନ୍ତ୍ରୀ, 2016-2017 କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବା ସମୟରେ, ଏହା ଘୋଷଣା କରିଥିଲେ ଯେ: "ଆମକୁ ଆମର ଜନସାଂଖିକୀୟ ଲାଭରୁ ଅଧିକ ଉପକୃତ ହେବାର ଆବଶ୍ୟକତା ରହିଛି । ଆମକୁ ଗ୍ରାମୀଣ ଭାରତରେ ଡିଜିଟାଲ ସାକ୍ଷରତା ପ୍ରସାର କରିବାର ଆବଶ୍ୟକତା ରହିଛି | 16.6 କୋଟି ଗ୍ରାମୀଣ ପରିବାର ମଧ୍ୟରୁ 12କେଟି ପରିବାର ପାଖରେ କମ୍ପ୍ୟୁଟର ନାହିଁ ଓ ଡିଜିଟାଲ ସାକ୍ଷର ବ୍ୟକ୍ତି ଥିବାର ସମ୍ଭାବନା ନାହିଁ । ଆମେ ଡିଜିଟାଲ ସାକ୍ଷରତାର ପ୍ରୋତ୍ସାହନ ପାଇଁ ପୂର୍ବରୁ ଦୁଇଟି ଯୋଜନା ଅନୁମୋଦନ କରିସାରିଛୁ : ସେଗୁଡ଼ିକ ହେଲା ରାଷ୍ଟ୍ରୀୟ ଡିଜିଟାଲ ସାକ୍ଷରତା ମିଶନ ଓ ଡିଜିଟାଲ ସାକ୍ଷରତା ଅଭିଯାନ । ବର୍ତ୍ତମାନ ଆମକୁ ଗ୍ରାମୀଣ ଭାରତ ପାଇଁ ଆସନ୍ତା ତିନି ବର୍ଷ ପାଇଁ ମଧ୍ୟରେ 6 କୋଟି ଅତିରିକ୍ତ ପରିବାର ପାଇଁ ଏକ ନୂଆ ଡିଜିଟାଲ ସାକ୍ଷରତା ମିଶନ ଯୋଜନା ଆରମ୍ଭ କରିବାର ଆବଶ୍ୟକତା ରହିଛି । ଏହି ଯୋଜନାର ବିବରଣୀ ପୃଥକ ଭାବରେ ସ୍ପଷ୍ଟ କରାଯିବ" | ମାନନୀୟ ଅର୍ଥମନ୍ତ୍ରୀଙ୍କର ଉପରେ ବର୍ଣ୍ଣିତ ବଜେଟ ସମ୍ବନ୍ଧୀୟ ଘୋଷଣା ଅନୁସାରେ ବର୍ତ୍ତମାନର ଯୋଜନାକୁ ଏକ ଫୋଲୋଅପ ରୂପରେ ଡିଜାଇନ୍ କରାଯାଇଛି । ଏକ ସଶକ୍ତ ସମାଜ ନିର୍ମାଣ କରିବାରେ ସରକାରଙ୍କ "ଡିଜିଟାଲ ଇଣ୍ଡିଆ ଇନିସିଏଟିଭ' ପରିକଳ୍ପନା ଅଧୀନରେ ଡିଜିଟାଲ ସାକ୍ଷରତା ହେଉଛି ଏକ ମୁଖ୍ୟ ଅଂଶ । ବିଶେଷ ଭାବରେ ଗ୍ରାମୀଣ ଭାରତ ପ୍ରସଙ୍ଗରେ ଡିଜିଟାଲ ସାକ୍ଷରତାର ପ୍ରଭାବ ଅନେକ ସାମାଜିକ-ଆର୍ଥିକ ସମସ୍ୟାର ସମାଧାନ କରିବ । ଡିଜିଟାଲ ସାକ୍ଷରତା ବିଶେଷ ଭାବରେ ସ୍ଵାସ୍ଥ୍ୟ, ଜୀବିକା ଅବଲମ୍ବନର ପନ୍ଥା ଉତ୍ପନ୍ନ କରିବା ଓ ଶିକ୍ଷା କ୍ଷେତ୍ରରେ ଗ୍ରାମୀଣ ଲୋକଙ୍କର ଦୈନନ୍ଦିନ ଜୀବନରେ ଆଇସିଟିର ଲାଭ ଆଣିଦେବ । ଏହା ବ୍ୟତୀତ, ମୋବାଇଲ ଫୋନ୍ ମାଧ୍ୟମରେ କ୍ୟାସଲେସ୍, ଟ୍ରାନ୍ଜାକ୍ସନକୁ ପ୍ରୋତ୍ସାହିତ କରିବା ଉପରେ ସରକାର ଗୁରୁତ୍ଵ ଦେଉଥିବାରୁ, ଏହି ପାଠ୍ୟକ୍ରମ ସୂଚୀ ଇଲେକ୍ଟ୍ରୋନିକ୍ ପେନେମଣ୍ଟ ସିଷ୍ଟମ୍ ପାଇଁ ଡିଜିଟାଲ ଫାଇନାନ୍ସିଆଲ ଟୁଲ୍ସର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ଵ ଦେବ । • ହିତାଧିକାରୀ ବ୍ୟକ୍ତିଙ୍କର ଚିହ୍ନଟ ସିଏସସି-ଏସପିଭି ଦ୍ଵାରା ଡିଇଜି.ଏସ୍ . ଗ୍ରାମ ପଞ୍ଚାୟତ, ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କର ସକ୍ରିୟ ସହାୟତାରେ କରାଯିବ । ଏହି ହିତାଧିକାରୀଙ୍କର ତାଲିକା ୟିମ ପୋର୍ଟାଲରେ ଉପଲବ୍ଧ ରହିବ । ଯୋଜନା ପରିସର ଏହି ଯୋଜନା କେବଳ ଦେଶର ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ । ଏହି ଯୋଜନାକୁ ଦେଶରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ, ଆନୁପାତିକ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରହୁଥିବା ଗ୍ରାମୀଣ ପରିବାରକୁ ଟାର୍ଗେଟ କରାଯାଇଛି, ଯାହାର ବିବରଣୀ APPENDIX-I)ରେ ଦିଆଯାଇଛି । ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଯେଉଁ ଟାର୍ଗେଟ ଦିଆଯାଇଛି ତାହା କେବଳ ସାଂକେତିକ, ପ୍ରଦର୍ଶନ ଆଧାରରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଏହି ଟାର୍ଗେଟ ବଢ଼ାଯାଇପାରିବ । ସହର ପରିସରର ଅଂଶ ଥିବା ପଞ୍ଚାୟତଗୁଡ଼ିକୁ ଏହି ଯୋଜନାରୁ ବାଦ ଦିଆଯିବ । ଏହି ବାଦ ଦିଆଯାଇଥିବା ପଞ୍ଚାୟତଗୁଡ଼ିକୁ ବିଭିନ୍ନ ସଂସ୍ଥା ଓ କମ୍ପାନିର ସିଏସ୍ଆର କାର୍ଯ୍ୟକଳାପ ଅନ୍ତର୍ଗତ ତାଲିମ ଦିଆଯିବାର ଆଶା କରାଯାଉଛି । ସାରା ଦେଶରେ ନ୍ୟାୟସଂଗତ ଭୌଗୋଳିକ କଭରେଜ ସୁନିଶ୍ଚିତ କରିବା ପାଇଁ, ସମସ୍ତ ଅଢ଼େଇ ଲକ୍ଷ ଗ୍ରାମ ପଞ୍ଚାୟତର ନିରୀକ୍ଷଣ ଲକ୍ଷ୍ୟ ନେଇ ପଞ୍ଚାୟତ କେନ୍ଦ୍ରିତ କାର୍ଯ୍ୟଧାରା ଗ୍ରହଣ କରାଯିବ । ପ୍ରତି ପଞ୍ଚାୟତରୁ ହାରାହାରି 200 ରୁ 300 ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାର ଆକାର, ଜନସଂଖ୍ୟା, ସ୍ଥାନୀୟ ଆବଶ୍ୟକତା ଆଦିକୁ ଦୃଷ୍ଟିରେ ରଖି ପଞ୍ଚାୟତ ପାଇଁ ପ୍ରକୃତ ଟାର୍ଗେଟ କେତେ ହେବା ଉଚିତ ତାହା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧକ୍ଷତାରେ ଥିବା ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ସୋସାଇଟି ( ଡିଇକି ଏସ୍)। ଏହି ନିଷ୍ପତ୍ତି ନେବ । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ପୂରା ଗାଁକୁ ଡିଜିଟାଲ ଦୃଷ୍ଟିରୁ ସାକ୍ଷର କରିବାକୁ ପ୍ରୟାସ କରାଯିବ । ବ୍ୟାପକ କାର୍ଯ୍ୟନ୍ନୟନ, ଜାଞ୍ଚା ଏମଇଆଇଟିୱାଇ ଉପଯୁକ୍ତ ପଲିସି ସହାୟତା ଯୋଗାଇବ ଏବଂ କେନ୍ଦ୍ରୀୟ ସ୍ତରରେ ଯୋଜନାର ପ୍ରଗତିର ନିରୀକ୍ଷଣ କରିବ । ଯୋଜନାକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ସିଏସ୍ସି-ଏସପିଭି ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସନର ସକ୍ରିୟ ସହାୟତାରେ କାମ କରିବ । ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ । ଜିଲ୍ଲାପାଳଙ୍କ ଅଧୀନରେ ଜିଲ୍ଲା ଇ ଗଭର୍ଣ୍ଣାନ୍ସ ସୋସାଇଟି ( ଡିଇକି ଏସ୍) ପିଏମଜିଡିଆଇଏସ୍ଏଚ୍ଏ ଯୋଜନାର ପୂର୍ଣ୍ଣ କାର୍ଯ୍ୟକାରିତା ଓ ନିରୀକ୍ଷଣରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ । ତୃଣମୂଳ ସ୍ତରରେ ଯୋଜନାର କାର୍ଯ୍ୟକାରିତା ସିଏସ୍ସି-ଏସପିଭି ଦ୍ଵାରା ଅନୁମୋଦିତ ସିଏସ୍ସିଗୁଡ଼ିକ ସହ ବିଭିନ୍ନ ସେଣ୍ଟର, ଟ୍ରେନିଂ ପାର୍ଟନରଙ୍କ ମାଧ୍ୟମରେ କରାଯିବ । ଆଗାମୀ ଭାଗରେ କାର୍ଯ୍ୟାନ୍ଵୟନ ଢାଞ୍ଚାର ପ୍ରମୁଖ ବିଶେଷତ୍ଵ ଉପସ୍ଥାପନ କରାଯାଇଛି । ଏନଡିଏଲଏମ/ଡିଆଇଏସ୍ଏଚ୍ଏ ଯୋଜନା ଭଳି ଏହି ଯୋଜନା ମଧ୍ୟ ଅନୁବନ୍ଧିତ ଟ୍ରେନିଂ ପାର୍ଟନର/ଗ୍ରେନିଂ ସେଣ୍ଟରକୁ ବ୍ୟବହାର କରି କାର୍ଯ୍ୟକାରୀ କରାଯିବ । ସାରାଦେଶରେ ଟ୍ରେନିଂ ପାର୍ଟନର ସଂଖ୍ୟା ପ୍ରାୟ 2500 ଏବଂ ଟ୍ରେନିଂ ସେଣ୍ଟର (ସିଏସସି ଗୁଡ଼ିକୁ ମିଶାଇ) ପାଖାପାଖି 2.5. ଲକ୍ଷକୁ ଅନୁଷ୍ଠାନା ସଂଗଠନ ଗୁଡିକ ଭାରତ ସରକାରଙ୍କ ନିୟମ ଅନୁସାରେ ପଞ୍ଜାକୃତ ହୋଇଥିବା ଆବଶ୍ୟକ, ଉଦାହରଣସ୍ବରୂପ, ଯଦି କମ୍ପାନୀ ତେବେ ଏହା କମ୍ପାନୀ ରେଜିସ୍ତାରଙ୍କ ସହ ପଞ୍ଜାକୃତ ହେବ, ଯଦି ସୋସାଇଟି ତେବେ ଏହା ସୋସାଇଟି ରେଜିଷ୍ଟ୍ରରଙ୍କ ସହ ପଞ୍ଜାକୃତ ହେବ ଓ ଆଗକୁ ମଧ୍ୟ ଏପରି ଜାରି ରହିବ । ପାର୍ଟନର ନିଶ୍ଚିତ ଭାବରେ ସ୍ପଷ୍ଟ ରୂପରେ ଲକ୍ଷ୍ୟ ବର୍ଣ୍ଣନା କରିବା ଉଚିତ, ଭଲଭାବରେ ଲିପିବଦ୍ଧ ଶିକ୍ଷାଆଇଟି ସାକ୍ଷରତା ଟ୍ରେନିଂର ସମସ୍ତ ପ୍ରକ୍ରିୟା ଓ ପଦ୍ଧତର ବ୍ୟାପକ ପରସର କଭର କରବା ଉଚତ । ଟ୍ରେନିଂ ପାର୍ଟନରଙ୍କର ଭୂମିକା ଚିହ୍ନଟ କରାଯାଇଥିବା ଜିଲ୍ଲା/ବ୍ଲକା/ଗ୍ରାମ ପଞ୍ଚାୟତରେ ପ୍ରାର୍ଥୀଙ୍କୁ ଡିଜିଟାଲ ସାକ୍ଷରତା ଟ୍ରେନିଂ ପ୍ରଦାନ କରିବା ପାଇଁ ଗ୍ରେନିଂ ସେଣ୍ଟର ନିର୍ମାଣ କିମ୍ବା ସ୍ଥାପନ କରବା ଦାୟୀତ୍ ଟ୍ରେନିଂ ପାର୍ଟନରଙ୍କର ହେବ । ଯୋଜନାର ଆବଶ୍ୟକତା ଅନୁସାରେ ଟ୍ରେନିଂ ସେଣ୍ଟର ନିୟମ ପାଳନ କରିବା ପାଇଁ ଗ୍ରେନିଂ ପାର୍ଟନର ଉତ୍ତରଦାୟୀ ରହିବେ । ଟ୍ରେନିଂ ପାର୍ଟନର ନିଜ ପରିସର ଭିତରେ ଥିବା ସେଣ୍ଟର ଗୁଡିକର ସମସ୍ତ କାର୍ଯ୍ୟର ଯାଞ୍ଚ ପାଇଁ ଉତ୍ତରଦାୟୀ ରହିବେ । ଟ୍ରେନିଂ ପାର୍ଟନର ନିଜର ସେଣ୍ଟରଗୁଡିକରେ ପୁର୍ବରୁ ଉଲ୍ଲିଖିତ କାର୍ଯ୍ୟର ରିପୋଟିଂ ସଠିକ୍ ଭାବରେ ଓ ଠିକ୍ ସମୟରେ କରିବା ପାଇଁ ଦାୟୀ ରହିବେ । ଟ୍ରେନିଂ ପାର୍ଟନର ପାଇଁ ସବିଶେଷ ମାନଦଣ୍ଡ, ସିଏସସି-ଏସପିଭି ଦ୍ଵାରା ପ୍ରକାଶିତ ସ୍ପଣ୍ଡାର୍ଡ ଅପରେଟିଂ ପ୍ରୋସିଡବ୍ଲ୍ୟୁର (ଏସ୍ ଓପି) ଅନୁସାରେ ହେବ । ଟ୍ରେନିଂ ସେଣ୍ଟର ବଛାଯାଇଥିବା ଗ୍ରାମ ପଞ୍ଚାୟତରେ ଆବଶ୍ୟକ ମାନବ ସମ୍ବଳ ଓ ଆବଶ୍ୟକ ଇନ୍ଫ୍ରାଷ୍ଟ୍ରକଚର ସହିତ ଟ୍ରେନିଂ ପାର୍ଟନର ଟ୍ରେନିଂ ସେଣ୍ଟର ସ୍ଥାପନ କରିବେ । ସେମାନଙ୍କୁ ନିମ୍ନ ମାନଦଣ୍ଡ ଆବଶ୍ୟକତା ପୂରଣ କରିବାକୁ ପଡିବ: ଶିକ୍ଷା/ଆଇଟି ସାକ୍ଷରତା କ୍ଷେତ୍ରରେ ପ୍ରମାଣିତ ଟ୍ରେନିଂ ଓ ସୁବିଧାସୁଯୋଗ ଥିବା ପରିଚୟ ପତ୍ର ସହିତ ଏକ ଟ୍ରେନିଂ ସେଣ୍ଟର ନିଶ୍ଚିତ ଭାବରେ ଭାରତର ଏକ ମାନ୍ୟତାପ୍ରାପ୍ତ ଅନୁଷ୍ଠାନର ଅଂଶ ହୋଇଥିବା ଉଚିତ । ଟ୍ରେନିଂ ସେଣ୍ଟର ଦ୍ଵାରା ସମସ୍ତ ଦସ୍ତାବିଜ ପ୍ରସ୍ତୁତି ସଂପୂର୍ଣ୍ଣ ହେବା ପରେ, ସିଏସ୍ସି-ଏସପିଭି ଦ୍ଵାରା ଗଠିତ ଯାଞ୍ଚ କମିଟି ଟ୍ରେନିଂ ସେଣ୍ଟରର ପରିଦର୍ଶନ କରିବେ ଓ ଯାଞ୍ଚ କମିଟିର ସନ୍ତୋଷଜନକ ରିପୋର୍ଟ ମିଳିଲେ ଏହାକୁ ମାନ୍ୟତା ପ୍ରଦାନ କରାଯିବ । ଟ୍ରେନିଂ ପାର୍ଟନର ପାଇଁ ସବିଶେଷ ମାନଦଣ୍ଡ ସିଏସିସି- ଏସପିଭି ଦ୍ଵାରା ପ୍ରକାଶିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ଅନୁସାର ହେବ । ସିଏସସି-ଏସପିଭି ସହିତ କାର୍ଯ୍ୟ କରୁଥିବା ସମସ୍ତ ସିଏସସିଗୁଡିକୁ ଟ୍ରେନିଂ ସେଣ୍ଟରର ମାନ୍ୟତା ଦିଆଯିବ ଓ ସିଏସସିରେ ମଧ୍ୟ ଟ୍ରେନିଂ ସେଣ୍ଟର ଭଳି ସମାନ ମାନଦଣ୍ଡ ଓ ନିର୍ଦେଶାବଳୀ ଲାଗୁ ହେବ । ଟ୍ରେନିଂ ସେଣ୍ଟରଗୁଡ଼ିକର ଭୂମିକା: ଟ୍ରେନିଂ ସେଣ୍ଟରଗୁଡ଼ିକ ନିମ୍ନଲିଖିତ କାମଗୁଡ଼ିକ ପାଇଁ ଦାୟୀ ରହିବେ: ପାଠ୍ୟକ୍ରମ ପାଇଁ ପ୍ରାର୍ଥୀଙ୍କ ନାମ ତାଲିକାଭୁକ୍ତ କରିବା । ପ୍ରାର୍ଥୀଙ୍କୁ ଉଚିତ ପ୍ରଶିକ୍ଷଣ ଦେବା । ଅନଲାଇନ୍ ମନିଟରିଂ ଆପ୍ଲିକେସନ-କମ୍-ମ୍ୟାନେଜମେଣ୍ଟ ସିଷ୍ଟମର ବ୍ୟବହାର କରି ଉପସ୍ଥିତି ଚିହ୍ନଟ କରିବା ଏବଂ ଓ ନିରନ୍ତର ମୂଲ୍ୟାଙ୍କନ କରିବା । ପାଠ୍ୟକ୍ରମରେ ନାମାଙ୍କିତ ସମସ୍ତ ଛାତ୍ରଙ୍କ ରେକର୍ଡ ରଖିବା, ତାଙ୍କର ଉପସ୍ଥିତିକୁ ପ୍ରମାଣିତ କରିବା ଏବଂ ପ୍ରାର୍ଥୀମାନେ ଅନଲାଇନ ପରୀକ୍ଷା ଦେଉଛନ୍ତି ବୋଲି ସୁନିଶ୍ଚିତ କରିବା । ଟ୍ରେନିଂ ଶେଷ ହେବା ପରେ ଅତି କମରେ ଦୁଇ ବର୍ଷ ପର୍ଯ୍ୟନ୍ତ ଟ୍ରେନିଂ ସେଣ୍ଟର ସମସ୍ତ ପ୍ରକାର ସାହାଯ୍ୟ ଓ ସହାୟତା ଯୋଗାଇଦେବେ । ପ୍ରତ୍ୟେକ ପ୍ରାର୍ଥୀ ଶିକ୍ଷାରୁ କିଛି ଫଳାଫଳ ହାସଲ କରୁଥିବା ସୁନିଶ୍ଚିତ କରିବା । ମୋବାଇଲ ଫୋନ୍ ଦ୍ଵାରା ସୂଚୀର ଡେଲିଭରୀ ଏକ ସପ୍ଲିମେଣ୍ଟାରୀ ସୁବିଧା ରୂପରେ ପ୍ରସ୍ତାବିତ କରାଯାଇଛି ଯାହାକୁ ଅଧିକ ସଂଖ୍ୟାରେ ନିଓ-ଆଇଟି ସାକ୍ଷରମାନେ ଫିଜିକାଲ ଟ୍ରେନିଂ ମାଧ୍ୟମରେ ଶିଖିଥିବା ବିଷୟକୁ ରିଫ୍ରେସ୍ କରି ଏହାର ପ୍ରୟୋଗ କରିପାରିବେ । ପ୍ରତ୍ୟେକ ହିତାଧିକାରୀଙ୍କୁ ସ୍ପଷ୍ଟ ରୂପରେ ଚିହ୍ନିବା ପାଇଁ ଓ ନକଲଜନିତ ଅସୁବିଧା ଏଡ଼ାଇବା ପାଇଁ ଆଧାର ନମ୍ବରର ବ୍ୟବହାର କରାଯିବ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପାର୍ଟନର/ସେଣ୍ଟରଗୁଡ଼ିକ ଦ୍ଵାରା ଟ୍ରେନିଂ କାର୍ଯ୍ୟକ୍ରମର ରିପୋଟିଂ/ମନିଟରିଂ ପାଇଁ ସିଏସସି-ଏସପିଭି ଦ୍ଵାରା ଉପଯୁକ୍ତ ରିପୋର୍ଟିଂ, ମେକାନିଜିମ ରଖାଯିବ । ଟ୍ରେନିଂ ପାର୍ଟନର ସେଣ୍ଟରରେ ନିଜର ଟ୍ରେନିଂ ସେଣ୍ଟରରେ ଚୟନ କରାଯାଇଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରିବେ ଓ ସେମାନଙ୍କୁ ଏହି ପ୍ରସଙ୍ଗରେ ନିର୍ଦ୍ଧାରିତ ହୋଇଥିବା ମାନଦଣ୍ଡ ଅନୁସାରେ ଟ୍ରେନିଂକୁ ସଫଳତାପୂର୍ବକ ସମାପ୍ତ କରିବା ପାଇଁ ପ୍ରୋତ୍ସାହନ କରିବେ । ସଫଳତାପୂର୍ବକ ଟ୍ରେନିଂ ସମାପ୍ତ ହେବା ପରେ, ଟ୍ରେନିଂ ପାର୍ଟନର/ସେଣ୍ଟର ଗୁଡ଼ିକ ସମୟ ସମୟରେ ଓ ସିଏସସି-ଏସପିଭି ରେ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ବିବରଣୀର ରିପୋର୍ଟିଂ କରିବେ। ଏକ ମାନ୍ୟତାପ୍ରାପ୍ତ ପ୍ରମାଣପତ୍ର ପ୍ରଦାନକାରୀ ସଂସ୍ଥା ଦ୍ଵାରା ପ୍ରଶିକ୍ଷିତ ପ୍ରାର୍ଥୀଙ୍କୁ ଏକ ଅନଲାଇନ୍ ପରୀକ୍ଷା ଦେବାକୁ ହେବ (ଗ୍ରେନିଂ ସମାପ୍ତ ହେବାର ତୁରନ୍ତ ପରେ) । ପ୍ରାର୍ଥୀମାନଙ୍କର ସଫଳ ପ୍ରମାଣିକରଣ ପରେ ଟ୍ରେନିଂ ସଂସ୍ଥାମାନେ ଟ୍ରେନିଂ ପାଇଁ କରିଥିବା ଖର୍ଚ୍ଚ ସିଏସସି-ଏସପିଭି ଦ୍ଵାରା ଜାରି କରାଯିବ, ତେବେ ଏହା ସର୍ତ୍ତ ଅନୁଯାୟୀ ଫଳାଫଳ ମିଳିବା ଉପରେ ନିର୍ଭର କରେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେସନ ଟେକ୍ନୋଲୋଜି(ଏନଆଇଏଲଆଇଟି), ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓପନ୍ ସ୍କୁଲି°(ଏନଆଇଓଏସ୍), ତାମିଲନାଡୁର ଆଇସିଟି ଏକାଡେମୀ(ଆଇସିଟିଏସିଟି), ହରିଆଣା ନଲେଜ କର୍ପୋରେସନ୍ ଲିମିଟେଡ(ଏଚକେସିଏଲ), ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଏଣ୍ଟରୋପ୍ରିନରସିପ ଏବଂ ସୁଲ ବିଜନେସ୍ ଡେଭଲପମେଣ୍ଟା(ଏନଆଇଇଏସବିୟୁତି) ଭଳି ରାଷ୍ଟ୍ରୀୟ ସ୍ତରରେ ମାନ୍ୟତାପ୍ରାପ୍ତ ସଂସ୍ଥା ଦ୍ଵାରା ଶୃଙ୍ଖଳାର ସହିତ ଅନଲାଇନ ପରୀକ୍ଷା ଜରିଆରେ ପ୍ରଶିକ୍ଷିତ ହିତାଧିକାରୀଙ୍କ ପ୍ରମାଣିକରଣ କରାଯିବ । ଉଦ୍ୟୋଗ, ସ୍ଵେଚ୍ଛାସେବୀ ସଂସ୍ଥା ଏବଂ ଅନ୍ୟମାଙ୍କ ସହ ବିଭିନ୍ନ ଆଇଟି ସାକ୍ଷରତା ଅଭୀରତା ଅଭିଯାନର ଏକୀକରଣ: ଡିଜିଟାଲ ସାକ୍ଷରତାକୁ ବ୍ୟାପକ କରିବା ପାଇଁ ଉଦ୍ୟୋଗ,ସ୍ଵେଚ୍ଛାସେବୀ ସଂସ୍ଥା ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ଦ୍ଵାରା ଦେଶରେ ଚାଲୁଥିବା ଏକାଭଳି ପ୍ରୟାସକୁ ଏହି ଯୋଜନା ଅଧିନରେ ଏକୀକୃତ କରାଯିବ ଏବଂ ଏଥିପାଇଁ ଆବଶ୍ୟକ ସମନୃୟ ସିଏସସି- ଏସପିଭି ଦ୍ଵାରା କରାଯିବ । ସିଏସସି- ଏସପିଭି ସମନ୍ଵୟ କରିବା ସହ ବିଭିନ୍ନ ସହଯୋଗୀଙ୍କ ମଧ୍ୟରେ ଆବଶ୍ୟକ ଏକାଭିମୁଖତା ଆଣିବାରେ ସହଯୋଗ କରିବ । ଯେଉଁ ପାର୍ଥୀମାନେ ବିଭିନ୍ନ ସହଯୋଗୀ ସଂସ୍ଥା, ଉଦ୍ୟୋଗ, ସ୍ଵେଚ୍ଛାସେବୀ ସଂସ୍ଥା ଆଦି ଦ୍ଵାରା ତାଲିମପ୍ରାପ୍ତ, ସେମାନଙ୍କୁ ମଧ୍ୟ ମାନ୍ୟତାପ୍ରାପ୍ତ ସଂସ୍ଥା ଦ୍ଵାରା ଡିଜିଟାଲ ସାକ୍ଷରତା ପ୍ରମାଣପତ୍ର ଦେବା ପାଇଁ ବିଚାର କରାଯିବ । ଏଭଳି ପ୍ରାର୍ଥୀକୁ ଏହି ସଂସ୍ଥାଗୁଡିକ ନିଜସ୍ଵ ସମ୍ଭଳ/ କର୍ପୋରେଟ ସୋସିଆଲ ରେସ୍ପନସିବିଲିଟି ( ସିଏସଆର) ଫଣ୍ଡ ବ୍ୟଭର କରି ତାମିଲ ଦେବେ । ଏହି ଉପାୟରେ ତାଲିମପ୍ରାପ୍ତ ପ୍ରାର୍ଥୀମାନେ ମାନ୍ୟତାପାପ୍ତ ସଂସ୍ଥା ଦ୍ଵାରା କରାଯାଉଥିବା ପ୍ରମାଣପତ୍ର ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ ଓ ଏଥିପାଇଁ ଆବେଦନକ ଫି ସଂପୃକ୍ତ ସଂସ୍ଥାଗୁଡ଼ିକ ବହନ କରିବେ । ବିଭିନ୍ନ ଏଜେନ୍ସୀଗୁଡିକର ଭୂମିକା ଓ ଦାୟିତ୍ଵ: ଏମଇଆଇଟିୱାଇ: i. ଯୋଜନାରେ ପଲିସିସ୍ତରୀୟ ହସ୍ତକ୍ଷେପ ସଂପର୍କିତ ନିଷ୍ପତ୍ତି ପାଇଁ ଏମଇଆଇଟିୱାଇ ସେକ୍ରେଟେରୀଙ୍କ ଅଧ୍ୟକ୍ଷତାରେ କ୍ଷମତାସଂପନ୍ନ କମିଟି ଗଠନ କରାଯାଇଛି। ii. ଜେଏସ୍ (ଏଚଆର), ଏମିଆଇଟିୱାଇ ଅଧ୍ୟକ୍ଷତାରେ ଏମଇଆଇଟିୱାଇ ଦ୍ଵାରା ଗଠିତ ପ୍ରୋଜେକ୍ଟ ରିଭ୍ୟୁ ଓ ଷ୍ଟିଅରିଂ ଗ୍ରୁପ (ପିଆରଏସ୍ଜି), ଯୋଜନାର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟକାରିତା ଓ ଅନୁମୋଦିତ ପାଣ୍ଠି ପ୍ରଦାନ କରିବା ସୁନିଶ୍ଚିତ କରିବ । iii. ପିଆରଜିଏସର ସୁପାରିଶ, ଏବଂ/ କିମ୍ବା ଏମଇଆଇଟିୱାଇ ଦ୍ଵାରା ସମୀକ୍ଷା ଏବଂ ଅନୁମୋଦନ ଆଧାରରେ କାର୍ଯ୍ୟକାରୀ ସଂସ୍ଥାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବ । iv ଯୋଜନାର ଅଗ୍ରଗତି, ସଂପୃକ୍ତ ସରକାରୀ ବିଭାଗ/ସଂସ୍ଥା ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ସହ ସମନ୍ଵୟ ସଂପର୍କିତ ପ୍ରସଙ୍ଗଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଯୋଗାଇଦେବ । v. ଯୋଜନା ସଂପର୍କିତ ଅନ୍ୟ କୌଣସି ପ୍ରସଙ୍ଗ ଓ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବ । ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟ୍ (ପିଏମୟ): ପିଏମଜିଦିଶା ସ୍କିମ୍ କାର୍ଯ୍ୟକାରୀ କରିବାକୁ ହେଲେ ସିଏସସି ଇ-ଗଭର୍ଣ୍ଣାନ୍ସ ସର୍ଭିସ୍ ଇଣ୍ଡିଆ ଲିମିଟେଡ୍(ସିଏସସି-ଏସପିଭି) ଅଧୀନରେ ଏକ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟ୍ ସ୍ଥାପନା କରିବାକୁ ପଡିବ । ସ୍କିମ୍ କାର୍ଯ୍ୟକାରୀତା, ପରିଚାଳନା ଓ ତଦାରଖ ପାଇଁ ଏମଇଆଇଟିୱାଇକୁ ପିଏମୟୁ ଆବଶ୍ୟକୀୟ ସହାୟତା ଯୋଗାଇବ । ସିଏସି-ଏସପିଭି: ପିଏମୟୁ ମୁଖ୍ୟତଃ ନିମ୍ନଲିଖିତ କାର୍ଯ୍ୟ କରିବ: ସଂପୂର୍ଣ୍ଣ ଯୋଜନାର ସାମଗ୍ରିକ ସଂଯୋଜନା, କାର୍ଯ୍ୟକାରିତା ଏବଂ ପରିଚାଳନା ଉଦେଶ୍ୟାଗ, ଏନର୍ଜିଓ ଆଦି ଅଂଶୀଦାରଙ୍କ ସମେତ ଅନ୍ୟ ବିଭିନ୍ନ ଅଂଶୀଦାର ଯେଉଁମାନେ ପିଏମଜିଦିଶା ଭଳି ସମାନ କାମରେ ସଂଶ୍ଳିଷ୍ଟ ଅଛନ୍ତି ସେମାନଙ୍କ ସହ ସମନ୍ଵୟ ରଖିବା । ପାଠ୍ୟକ୍ରମ ଶୈଳୀର ବିକାଶ / ପାଠ୍ୟ ସାମଗ୍ରୀ- ଷ୍ଟେକହୋଲଡର ଏବଂ ବିଶେଷଜ୍ଞଙ୍କ ପରାମର୍ଶରେ ବିଭିନ୍ନ ଭାଷାରେ ପ୍ରକରଣ ପ୍ରସ୍ତୁତି । ଏନଆଇଇଏଲଆଇଟି, ଇଗ୍ନୋ, ଏନଆଇଓଏସ ଆଦି ସ୍ଵୀକୃତିପ୍ରାପ୍ତ ସଂସ୍ଥା ସହ ପରାମର୍ଶ କରି ପ୍ରଶିକ୍ଷଣ ଲାଗି ଭିତିଭୂମି, ଗବେଷଣାଗାର, ଶିକ୍ଷକା ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ସଂସ୍ଥାର ସ୍ଵୀକୃତି ପାଇଁ ନିର୍ଦେଶାବଳୀ ପ୍ରସ୍ତୁତ କରିବା । ଉପଭୋକ୍ତା ଚୟନ, ଫକୀକରଣ ଏବଂ ପ୍ରଶିକ୍ଷଣର ତଦାରଖ ପାଇଁ ନିୟମ ପ୍ରସ୍ତୁତ କରିବା । ପ୍ରମାଣପତ୍ର ପ୍ରଦାନକାରୀ ସଂସ୍ଥା ସହ ପରାମର୍ଶ କରି ପ୍ରମାଣିକରଣ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତି । ମୋବାଇଲ ଫୋନ ଜରିଆରେ ଇ-କମେଣ୍ଟଣ୍ଟ ପହଞ୍ଚାଇବା । ଯୋଜନା ସଂପର୍କରେ ସଚେତନତା ପାଇଁ ବିଭିନ୍ନ ଅଂଶୀଦାରଙ୍କ ପାଇଁ କର୍ମଶାଳା, ସମ୍ମିଳନୀ ଏବଂ ଅନ୍ୟ ସଚେତନନତା ଅଭିଯାନ କରିବା । ଆଧାର ପରିଚୟ ପତ୍ର ମାଧ୍ୟମରେ ଉପଯୁକ୍ତ ଯାଞ୍ଚ ଶୈଳୀ ପ୍ରସ୍ତୁତ କରିବା ଯାହାଦ୍ଵାରା ଡବଲ ଆକାଉଣ୍ଟି'କୁ ଏଡାଇ ହେବ ଏବଂ ସଠିକ୍ ଯାଞ୍ଚ ସୁନିଶ୍ଚିତ ହେବ । 10. ସ୍କିମର ଯାଞ୍ଚ ପାଇଁ ଏକ ନିର୍ଦ୍ଦିଷ୍ଟ ଅବଧିରେ ଏମ୍ଇଆଇଟିୱାଇ ଏବଂ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନକୁ ତଥ୍ୟ ଯୋଗାଇ ଦିଆଯିବ । 11. ଦିଆଯାଇଥିବା ସମୟ ଏବଂ ବଜେଟ୍ ମଧ୍ୟରେ ଦିଆଯାଇଥିବା କାମ ଶେଷ ହେବା ସହ ସବୁ ଜିନିଷ ପହଞ୍ଚିବା ସୁନିଶ୍ଚିତ କରିବା । କୌଣସି ବ୍ୟତିକ୍ରମ ଥିଲେ, ଅନୁମତି ଆଣି ଏମଇଆଇଟିୱାଇ ନିକଟରେ ଦାଖଲ କରିବା ଉଚିତ । 12. ଆଧାର ଲିଙ୍କ ଥିବା ରେଜିଷ୍ଟ୍ରେସନ ଏବଂ ଉପଭୋକ୍ତାଙ୍କୁ ପରୀକ୍ଷା ପାଇଁ ସଠିକ କୌଶଳ ବାହାର କରିବା । 13. ଏମଇଆଇଟିୱାଇର ଅନୁମତି ନେଇ ତୃତୀୟ ପକ୍ଷ ଦ୍ଵାରା ସ୍ଟିମର ଇମ୍ପାକୁ ଆସେସମେଣ୍ଟ (ଆଇଇଏସ୍) ଷ୍ଟଡି କରିବା । 14. ଓପନ ସୋର୍ସ ଟେକ୍ନୋଲୋଜି ବ୍ୟବହାର କରି ସ୍କିମ ପାଇଁ ସେଣ୍ଟରାଲାଇଜଡ ପୋର୍ଟାଲ ବିକଶିତ କରିବା । ପୋର୍ଟାଲରେ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ରହିବା ସହ (a) ଟ୍ରେନିଂ ପାର୍ଟନର ଏବଂ ସେଣ୍ଟର ଭଳି ଏମପ୍ୟାନେଲମେଣ୍ଟ ପାଇଁ ଅନଲାଇନରେ ତଥ୍ୟ ରଖିବା (b) ଜ୍ୟାସଦେବାର୍ଡ ଆକସେସ୍ (c) ପ୍ରାର୍ଥୀଙ୍କ ରେଜିଷ୍ଟ୍ରେସନ ଏବଂ ଅପଡେସନ (d) କଣ୍ଟେଣ୍ଟ ସେଣ୍ଟରାଲ ରେପଜିଟୋରୀ କରିବା (e) ଆଧାର ତଥ୍ୟ ଦ୍ଵାରା ଡିଜିଟାଲ ସାକ୍ଷରତାର ଆସେସମେଣ୍ଟ ଏବଂ ସାର୍ଟିଫିକେସନ କରିବା (f) ତ୍ରିଲ ଡାଉନ୍ ଡାଟା ଆକ୍ସେସ (g) ରିପୋର୍ଟିଂ 15. 22ଟି ନିର୍ଦ୍ଧାରିତ ଭାଷାରେ ଟ୍ରେନିଂ କଣ୍ଟେଣ୍ଟ ଉପଲବ୍ଧ କରାଇବା ପାଇଁ ମୋବାଇଲ ଆପର ବିକାଶ କରିବା । ନିମ୍ନ ଲିଖିତ ପ୍ରକ୍ରିୟା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଢମ୍ପୁର ଉପଲବ୍ଧ କରାଯିବ: ପିଏମଳିଦିଶା ଅଧୀନରେ ପ୍ରାର୍ଥୀଙ୍କ ଫକୀକରଣ ଏବଂ ପ୍ରଶିକ୍ଷଣ ଦେବା ପିଏମଜିଦିଶା ଅଧୀନରେ ଟ୍ରେନିଂ ପାର୍ଟନର/ସେଣ୍ଟରର ଏମ୍ପନ୍ୟାନେଲମେଣ୍ଟ/ଡିସପନ୍ୟାନେଲମେଣ୍ଟ କରିବା । ପିଏମଜିଦିଶାରେ ପରୀକ୍ଷା ପିଏମଜିଦିଶା ପେଟେମଣ୍ଡ ପ୍ରୋସେସ୍ ଏମଇଆଇଟିୱାଇ ସେକ୍ରିଟାରୀଙ୍କ ଅଧ୍ୟକ୍ଷତାରେ ସିଏସପି-ଏସପିଭି ବୋର୍ଡ ଦ୍ଵାରା ଏକ ନିର୍ଦ୍ଦିଷ୍ଟ ଅବଧିରେ କାର୍ଯ୍ୟକାରିତାର ତଦାରଖ କରିବା । ରାଜ୍ୟ/କେନ୍ଦ୍ର ଶାସିତ ସରକାର: ପ୍ରମୁଖ ସଚିବା (ଆଇଟି) ନେତୃତ୍ଵରେ ଗଠିତ ରାଜ୍ୟସ୍ତରୀୟ କମିଟି କାର୍ଯ୍ୟକାରିତା ପାଇଁ ନୀତି ପ୍ରସ୍ତୁତ କରିବେ । କମିଟିର ସଂରଚନା ଏବଂ ପାଳନୀୟ ସର୍ତ୍ତ ପାରା-୧ ଅନୁବନ୍ଧ-II ରେ ଦିଆଯାଇଛି । ଷ୍ଟେଟ୍ ଇଂପ୍ଲିମେଣ୍ଟିଙ୍ଗ୍ ଏଜେନ୍ସି ( ଏସଆଇଏ): ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ସେମାନଙ୍କ କାର୍ଯ୍ୟକାରୀ ସଂସ୍ଥା ଦ୍ଵାରା ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇବା ପାଇଁ ଏହି ସ୍କିମର ପରିକଳ୍ପନା କରିଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ଦ୍ଵାରା ଚିହ୍ନଟ କରାଯାଇଥିବା ସଂସ୍ଥାର ଭୂମିକା ନିମ୍ନଲିଖିତ ଅନୁସାରେ ହେବ: I. ସ୍କିମର କାର୍ଯ୍ୟକାରିତ ସମ୍ପକରେ ରାଜ୍ୟ କମ୍ବା କେନ୍ଦ୍ରଶାସତ ଅଂଚଳ ପକ୍ଷରୁ ସିଏସସି-ଏସପିଭି ଏବଂ ଏସଆଇଏ ମଧ୍ୟରେ ଏମଓୟୁ ସ୍ଵାକ୍ଷରିତ ହେବ । II. ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଉପଲବ୍ଧ ସମ୍ବଳକୁ ବ୍ୟବହାର ପାଇଁ ସିଏସ୍ସି-ଏସପିଭିକୁ ପ୍ରୋସ୍ରାହିତ କରିବା । III. ଉପଯୁକ୍ତ ପ୍ରାର୍ଥୀ ଚିହ୍ନଟ ଏବଂ ଚୟନ ପାଇଁ ବିଭିନ୍ନ ସଂସ୍ଥା ସହ ସଂପର୍କ ସ୍ଥାପନ କରିବା, କଥାବାର୍ଭା ଏବଂ ସମନ୍ଵୟ ରକ୍ଷା କରିବା । IV. ଯୋଜନା ତଦାରଖ ପାଇଁ ରାଜ୍ୟ, ଜିଲ୍ଲା ତଥା ପଂଚାୟତ ସ୍ତରୀୟ କମିଟି ଗଠନ ପାଇଁ ବିଭିନ୍ନ ସରକାରୀ ସଂସ୍କା ତଥା ଅଂଶୀଦାରମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ କଥାବାର୍ତ୍ତା ଏବଂ ସମନ୍ଵୟ ରଖିବା । V. ପଞ୍ଚାୟତରେ ଯୋଜନାର ବାସ୍ତବ କାର୍ଯ୍ୟକାରିତା ପାଇଁ ବିଭିନ୍ନ ପ୍ରଶିକ୍ଷଣ ସଂସ୍ଥା। ( ସିଏସି-ଏସପିଭି ସହ ଆଲୋଚନା କରି) ଚୟନ କରି ସେମାନଙ୍କ ସହ ସମ୍ପର୍କ ସ୍ଥାପନ ଏବଂ ସମନ୍ଵୟ ରକ୍ଷା କରିବା । VI. ନିକଟସ୍ଥ ଡିଜିଟାଲ ସାକ୍ଷରତା ପ୍ରଶିକ୍ଷଣ ସେଣ୍ଟରକୁ ଯିବାକୁ ପ୍ରାର୍ଥୀମାନଙ୍କୁ ପ୍ରୋସ୍ରାହିତ କରିବା । VII. ବ୍ଲକସ୍ତରରେ କାର୍ଯ୍ୟକାରିତାର ତଦାରଖ ପାଇଁ ଜିଲ୍ଲାସ୍ତରୀୟ କମିଟିରେ ମାଜିଷ୍ଟ୍ରେଟ୍ କିମ୍ବା ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ । କମିଟିକୁ ନେଇ ସଂରଚନା ଏବଂ ସର୍ଭାବଳୀ ଅନୁବନ୍ଧ II ର ପାରା III ରେ ଦିଆଯାଇଛି । ପ୍ରମାଣିକରଣ ସଂସ୍ଥାଗୁଡ଼ିକ ଅର୍ଥାତ୍ ଏନଆଇଇଏଲଆଇଟି, ଏନଆଇଓଏସ୍. ଏଚକେସିଏଲ, ଆଇସିଟିଏସିଟି,ଏନଆଇଇ ଏସବିୟୁଡି ଇତ୍ୟାଦି: ଡିଜିଟାଲ ସାକ୍ଷରତା ପ୍ରଶିକ୍ଷଣ ପାଇଁ ଡିଜାଇନ, ଡେଭଲେପମେଣ୍ଟ, ଡେଲିଭରି, ଆସେସମେଣ୍ଟ ଏବଂ ସାର୍ଟିଫିକେସନ ଲାଗି ସିଏସପି – ଏସପିଭି ସହ ଆଲୋଚନା କରି ସାଧାରଣ ନିୟମ ହାସଲ କରିଥିବା ଦଳହୟତାର ଏବଂ ସ୍ଵାକୃତି ଦେବା । ଡିଜିଟାଲ ସାକ୍ଷରତା କ୍ଷେତ୍ରରେ ଉପଭୋକ୍ତା ହାସଲ କରିଥିବା ଦକ୍ଷତାର ମୂଲ୍ୟାୟନ ଏବଂ ସ୍ଵାକୃତି ଦେବ । ସ୍କିମର କାର୍ଯ୍ୟକାରିତା ପାଇଁ ଘରୋଇ ତଥା ସରକାରୀ ସ୍କୁଲ, କଲେଜ ଏବଂ ବିଶ୍ଵବିଦ୍ୟାଳୟର ଭିତିଭୂମି ପ୍ରଶିକ୍ଷଣରେ ବ୍ୟବହାର ସହ ସକ୍ରିୟ ଅଂଶଗ୍ରହଣ ପାଇଁ ସିଏସି-ଏସପିଭି ପ୍ରଚେଷ୍ଟା କରିବ । ଡିଜିଟାଲ ସାକ୍ଷରତା ପ୍ରଶିକ୍ଷଣ ଏବଂ ପାଠ୍ୟକ୍ରମ ଅବଧି ବିଷୟବସ୍ତୁର ବ୍ୟାପକ ବ୍ୟାଖା: ମଡ୍ୟୁଲ ନାମ ଡିଜିଟାଲ ଡିଭାଇସ୍ ସହ ପରିଚିତି ଅପରେଟିଂ ଡିଜିଟାଲ ଡିଭାଇସ୍ ଇଣ୍ଟରନେଟ୍ ସହ ପରିଚିତି ଇଣ୍ଟରନେଟର ବ୍ୟବହାର କରି ଯୋଗାଯୋଗ ଇଣ୍ଟରନେଟର ପ୍ରୟୋଗ (ନାଗରିକ-କେନ୍ଦ୍ରିକ ସେବା, କ୍ୟାସଲେସ୍ ଟ୍ରାନ୍ଜାକସନ୍ କରିବା ପାଇଁ ଡିଜିଟାଲ୍ ଫାଇନାନ୍ସିଆଲ ଉପକରଣଗୁଡ଼ିକର ବ୍ୟବହାରକୁ ମିଶାଇ) ମୋଟ ଅବଧି: 20 ଘଣ୍ଟା ଶିକ୍ଷାର ପରିଣାମ/ ଦକ୍ଷତା ମାନକ ଡିଜିଟାଲ ଡିଭାଇସର ମୌଳିକତା ( ଟର୍ମିନୋଲୋଜି, ନ୍ୟାଭିଟେସନ ଏବଂ ଫଙ୍କସନାଲିଟି) ବୁଝିବା ସୂଚନା ପାଇବା, ପରିଚାଳନା ଏବଂ ଅନ୍ୟମାନଙ୍କୁ ଦେବା ପାଇଁ ଡିଜିଟାଲ ଡିଭାଇସ୍ ବ୍ୟବହାର କରିବା ଇଣ୍ଟରନେଟକୁ ପ୍ରଭାଶାଳୀ ଏବଂ ଦାୟିତ୍ଵଶୀଳ ଢଙ୍ଗରେ ବ୍ୟବହାର କରିବା । ପ୍ରଭାବଶାଳୀ ଜଙ୍ଗରେ ଯୋଗାଯୋଗ ପାଇଁ ପ୍ରଯୁକ୍ତିର ବ୍ୟବହାର ଡିଜିଟାଲ ଫାଇନାନିସଆଲ ଟୁଲ (ୟୁଏସଏସଡି /ୟୁପିଆଇ । ଇ-ୱାଲେଟ/ । ଏଇପିଏସ୍/ କାର୍ତି । ପିଓଏସ୍) ବ୍ୟବହାର କରି କନ୍ୟାସଲେସ୍ ଟ୍ରାନଜକ୍ସନ କରିବା ଡିଜିଟାଲ ଲକର ବ୍ୟବହାର ଇଣ୍ଟରନେଟ କୈନ୍ଦ୍ରିକ ସେବାର ବ୍ୟବହାର ଆମର ଦୈନିକ ଜୀବନ, ସାମାଜିକ ଜୀବନ ଏବଂ କାର୍ଯ୍ୟଶୈଳୀରେ ଡିଜିଟାଲ ଟେକ୍ନୋଲୋଜିର ଭୂମିକାକୁ ପସନ୍ଦ କରିବା ସିଏସି-ଏସପିଭି ଦ୍ଵାରା ବିଷୟବସ୍ତୁର ସୃଷ୍ଟି, ପରିଚାଳନା ବିଭିନ୍ନ ବେଷ୍ଟକହୋଲଡରମାନଙ୍କ ସହ ଆଲୋଚନା କରି ସିଏସି-ଏସପିଭି ଦ୍ଵାରା ବିଷୟବସ୍ତୁର ସୃଷ୍ଟି, ପରିଚାଳନା, ଏକତ୍ରୀକରଣ କରିଥାଏ । ଡିଜିଟାଲ ସାକ୍ଷରତା ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ବିଷୟବସ୍ତୁକୁ ଇଂରାଜୀ ଛଡା ଭାରତର ୨୨ ଭାଷାରେ ଉପଲବ୍ଧ କରାଇବା । ଏଥିପାଇଁ ଏକ ମୋବାଇଲ ଆପ ମଧ୍ୟ ୨୨ ଟି ଭାଷାରେ ଉପଲବ୍ଧ ହେବ, ଯାହାଦ୍ଵାରା ପ୍ରଶିକ୍ଷଣ ବିଷୟବସ୍ତୁ ଡାଉନଲୋଡ କରିହେବ ଏବଂ ଆବଶ୍ୟକତା ବେଳେ ପୁନଃବ୍ୟବହାର କରିହେବ । ପଢି ଏବଂ ଲେଖିପାରୁନଥିବା ବ୍ୟକ୍ତିଙ୍କ ପାଇଁ ସେମାନଙ୍କ ପାଇଁ ଅଡିଓ, ଭିଜୁଆଲ ଟଚ୍ ବିଷୟବସ୍ତୁ ପ୍ରସ୍ତୁତ କରାଯିବ । ଯେଉଁମାନେ ଲେଖିପଢି ପାରନ୍ତି, ଲିଖିତ, ଅଡିଓ, ଭିଡିଓ ଏବଂ ଆପ୍ଲିକେସନରେ ସେମାନଙ୍କ ପାଇଁ ବିଷୟବସ୍ତୁ ଉପଲବ୍ଧ ହେବ । ସ୍ଥାନୀୟ ସମ୍ବଳ ବ୍ୟବହାର କରି ନିର୍ଦ୍ଦିଷ୍ଟ ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ବିଷୟବସ୍ତୁ ପ୍ରସ୍ତୁତ କରିବା ଦିଗରେ ପ୍ରୟାସ ରହିବ । ନିମ୍ନଲିଖିତ ନାଗରିକ କେନ୍ଦ୍ରିକ ଯୋଜନା ପାଠ୍ୟକ୍ରମର ଅଂଶବିଶେଷ ଜି୨ସି ସର୍ଭିସ - ଜାତିଗତ ପ୍ରମାଣପତ୍ର, ଅଧିବାସ ପ୍ରମାଣପତ୍ର, ଆୟକର ପ୍ରମାଣପତ୍ର ୟୁଆଇଡିଏଆଇ ସର୍ଭିସ ବ୍ୟାଙ୍କ ସେବା ଆଇଆରସିଟିସି - ରେଳବାଇ ସଂରକ୍ଷଣ ବୀମା ଟେଲିଫୋନ/ଡାଟା କାର୍ଡ ରିଚାର୍ଜ ଭୋଟ ପରିଚୟ ପତ୍ର ପ୍ରିଣ୍ଟି ଇଲେକ୍ଟ୍ରିସିଟି- ବିଲ୍ ପେମେଣ୍ଟ ପ୍ୟାନ କାର୍ଡ ପାସପୋର୍ଟ ଯେହେତୁ ସରକାର କନ୍ୟାସଲେସ୍ ଟ୍ରାନଜାକ୍ସନକୁ ମୋବାଇଲ ଫୋନ ଦ୍ଵାରା ପ୍ରୋତ୍ସାହନ ଦେଉଛନ୍ତି, ପାଠ୍ୟକ୍ରମର ବିଷୟବସ୍ତୁରେ ଡିଜିଟାଲ ୱାଲେଟ, ମୋବାଇଲ ବ୍ୟାଙ୍କି, ୟୁନିଫାଏଡ ପେପ୍ଟେମଣ୍ଡ୍ ଇଣ୍ଟରଫେସ (ଯୁପିଆଇ), ଅନ୍ଷ୍ଟ୍ରକଚରର୍ଡ ସପ୍ଲିମେଣ୍ଟାରୀ ସର୍ଭିସ ଡାଟା (ୟୁଏସଏସଡି) ଏବଂ ଆଧାର ଏନାବଲଡ ପେମେଣ୍ଟ ସିଷ୍ଟମ (ଏଇପିଏସ୍), ପିଓଏସକୁ ଗୁରୁତ୍ଵ ଦିଆଯାଇଛି । ଉପଭୋକ୍ତା ଏବଂ ପ୍ରଶିକ୍ଷକଙ୍କ ସଠିକ୍ ଫିଡବ୍ୟାକ ବିଷୟବସ୍ତୁକୁ ଆହୁର ସମୃଦ୍ଧ କରିବା ସହ ଆବଶ୍ୟକସ୍ଥଳେ ଉପଭୋକ୍ତାଙ୍କ ପାଇଁ ଏଥିରେ ସଂଶୋଧନ କରାଯିବ । ଡିଜିଟାଲ ଆକ୍ରେସ ଡିଭାଇସ୍( କଂପ୍ୟୁଟର, ଟାବଲେଟ) କୁ ବିଭିନ୍ନ ଆପ୍ଲିକେସନରେ ନ୍ୟାଭିଗେଟ କରିବା ପାଇଁ ଯେମିତିକି ଇଣ୍ଟରନେଟ ବ୍ରାଉଜର, ଓପନ କରିବା, ତଥ୍ୟ ପାଇଁ ବ୍ରାଉଜ କରିବା, ସୂଚନା ପାଇଁ ଅନୁସନ୍ଧାନ, ଅଡିଓ ଶୁଣିବା ଏବଂ ଭିଡିଓ ଦେଖିବା ଲାଗି ଗୁରୁତ୍ଵ ଦିଆଯିବ । ବିଭିନ୍ନ ସଂସ୍ଥା ଦ୍ଵାରା ଅନ୍ୟ ଡିଜିଟାଲ ସାକ୍ଷରତା ପାଠ୍ୟକ୍ରମକୁ ଡିଜିଟାଲ ଲିଟେରାସି ଟ୍ରେନିଂର ଅଂଶବିଶେଷ ବୋଲି ବିଚାରକୁ ନିଆଯିବ । ଏନଆଇଏଲଆଇଟି, ଇଗ୍ନୋ , ନିଓସ, ୟୁନେସ୍କୋ, ଡିଇଏଫ. ଆଇଟି, ଆଇଆଇଏମସି, ଇନଟେଲ, ନାସକମ, ଏନଆଇଆଇଟି, ପିଏମକିଦିସାର ସଦସ୍ୟଙ୍କୁ ନେଇ ସିଏସସି-ଏସପିଭି ଦ୍ଵାରା ଗଠିତ ଗୋଟକ୍ନିକାଲ କମିଟି ବିଷୟବସ୍ତୁ ସ୍ଥିର କରିବ । ସିଏସସି-ଏସପିଭି ଦ୍ଵାରା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ସ୍ଵତନ୍ତ୍ର ଭାବେ ବିଭିନ୍ନ ଭାଷାରେ ଉପାଦେୟ ବିଷୟବସ୍ତୁ ପ୍ରସ୍ତୁତ ହେବ । ଆର୍ଥିକ ସହାୟତା ଟ୍ରେନିଂ ଫି- ପ୍ରାର୍ଥୀ ସଫଳତାର ସହ ପ୍ରଶିକ୍ଷଣ ନେବା ପରେ ସିଏସସି-ଏସପିଭି ଜରିଆରେ ପ୍ରତି ପ୍ରାର୍ଥୀଙ୍କ ଠାରୁ ୩୦୦ ଟଙ୍କା ଲେଖାଏଁ ଟ୍ରେନିଂ ଫି ସିଧାସଳଖ ସମ୍ପୁକ୍ତ ପ୍ରଶିକ୍ଷଣ ସହଯୋଗୀ କିମ୍ବା ସେଣ୍ଟରକୁ ଯିବ । ଢିଇଢିଏସ ଠାରୁ ଫିଡବ୍ୟାକ କିମ୍ବା ଇନପୁଟ ସହ ଯେଉଁ ସଫଳତା ହାସଲ ହୋଇଥାଏ। ସେହି ଆଧାରରେ ଉପରିସ୍ଥ ସଂସ୍ଥା ପାଇଁ ପେଜେମଣ୍ଟ ରିଲିଜ ହୋଇଥାଏ । ଏହା ନିଜର ଇ-ମେଲ ଆକାଉଣ୍ଟ ସୃଷ୍ଟି କରିବା ହୋଇପାରେ, ଡିଜିଟାଲ ଲକର ଖୋଲିବା, ରେଳ ଟିକେଟ୍ ବୁକିଂ, ଇ-ପେମେଣ୍ଟ ଅଫ ଇଲେକ୍ଲିସିଟି ଏବଂ ୱାଟର ବିଲ, ପାସପୋର୍ଟ ପାଇଁ ଅନଲାଇନ୍ ଆବେଦନ, ଡିଜିଟାଲ ପେସେଣ୍ଟ କରିବା କିମ୍ବା ଟ୍ରେନି ମାନଙ୍କ ଦ୍ଵାରା ଇ-କେୱାଇସି, ଇତ୍ୟାଦି ପରୀକ୍ଷା ଫି/ସାର୍ଟିଫିକେସନ ଖର୍ଜି. ପରୀକ୍ଷା ଫି ପ୍ରତିପ୍ରାର୍ଥୀଙ୍କ ପିଛା ୭୦ ଟଙ୍କା । ଏହି ଫି ସିଧାସଳଖ ଫକୀକୃତ ସ୍ଵୀକୃତିପ୍ରାପ୍ତ ସଂସ୍ଥାକୁ ଯିବ, ଯିଏକି ପ୍ରାର୍ଥୀଙ୍କୁ ମୂଲ୍ୟାଙ୍କନ ଓ ସାର୍ଟିଫିକେଟ ଦେଇଥାଏ । ରାଜ୍ୟ ଏବଂ କେନ୍ଦ୍ରଶାସିକ ଅଂଚଳକୁ ଆର୍ଥିକ ସହାୟତା: ରାଜ୍ୟର କାର୍ଯ୍ୟକାରୀ ସଂସ୍ଥା ଯୋଜନାର ତଦାରଖ ଏବଂ ପରୋକ୍ଷ ଖର୍ଚ୍ଚ ଉଠାଇବା ପାଇଁ ଆର୍ଥିକ ସାହାଯ୍ୟ ପାଇବାକୁ ହକଦାର, ଏଥିପାଇଁ ସିଏସି-ଏସପିଭି ଦ୍ଵାରା ପ୍ରତି ପ୍ରାର୍ଥୀଙ୍କ ଠାରୁ 2 ଟଙ୍କା ନିଆଯିବ । ଇମ୍ପାକୁ ଆସେସମେଣ୍ଟ ଷ୍ଟଡି : ଇମ୍ପାକୁ ଆସେସମେଣ୍ଟ ଷ୍ଟଡି ଏକ ତୃତୀୟପକ୍ଷ ସ୍ଵାଧୀନ ସଂସ୍ଥା ଦ୍ଵାରା କରାଯିବ । ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ଵାରା ଉପଯୁକ୍ତ ଅନୁଷ୍ଠାନ ଏବଂ ସଂସ୍ଥା ନିଯୁକ୍ତ କରାଯିବ । ସ୍କିମର ସୋସିଆଲ ଅଡିଟିଂ ପାଇଁ ସ୍କୁଲ ଅଧ୍ୟକ୍ଷ, ଶିକ୍ଷାବିତ ଯେଉଁମାନେ କି ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମପଞ୍ଚାୟତସ୍ତରରେ ପ୍ରତିନିଧିତ୍ଵ କରିଥିବେ ସେମାନଙ୍କ ସହଯୋଗରେ ସିଏସସି-ଏସପିଭି କାମ କରିବ । ବିଭିନ୍ନ ବିଶ୍ଵବିଦ୍ୟାଳୟ, କଲେଜ ସହ ସିଏସପି-ଏସପିଭି ସଂପର୍କ ସ୍ଥାପନା କରି ନିର୍ଦ୍ଦିଷ୍ଟ ଅବଧିରେ ସ୍କିମର ସାମାଜିକ ଦୃଷ୍ଟିକୋଣରୁ ମୂଲ୍ୟାଙ୍କନ କରିବ । ଯୋଜନା ଅଧୀନରେ 6 କୋଟି ହିତାଧିକାରୀ ଲାଭାନ୍ୱିତ ହେବେ । ଯାହା ଦକ୍ଷତା ବିକାଶ ଏବଂ ଉଦେଶ୍ୟାଗ ମନ୍ତ୍ରାଳୟ, ରାଜ୍ୟ ସ୍ଟିଲ ଡେଭଲେପମେଣ୍ଟ ମିସନ, ସେକ୍ଟର ସ୍କିଲ କାଉନସିଲ ସହ ସଂପର୍କ ରକ୍ଷା କରିବା ସହ ବାକି ସ୍କିମ ଗୁଡିକ ସେମାନଙ୍କ ଦ୍ଵାରା କାର୍ଯ୍ୟକରିବା ସହ ଦେଶରେ ଇକୋ-ସିଷ୍ଟମ ବଜାୟ ରଖିବା ଲାଗି ପ୍ରଚେଷ୍ଟା କରିବା । ଅନୁବନ୍ଧ – ୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ସାଂକେତିକ ଡିଜିଟାଲ ସାକ୍ଷରତା ଲକ୍ଷ୍ୟ କ୍ରମିକ ସଂଖ୍ୟା ରାଜ୍ୟ/ କେନ୍ଦ୍ରସାଶିତ ଅଂଚଳ ଲକ୍ଷ୍ୟ 1 ଉତ୍ତରପ୍ରଦେଶ 11171000 2 ବିହାର 6630000 3 ପଶ୍ଚିମବଙ୍ଗ 4481000 4 ମହାରାଷ୍ଟ୍ର 4433000 5 ମଧ୍ୟପ୍ରଦେଶ 3784000 6 ରାଜସ୍ଥାନ 3712000 7 କର୍ଣ୍ଣାଟକ 2705000 8 ତାମଲନାଡୁ 2679000 9 ଓଡିଶା 2517000 10 ଗୁରୁରାଟ 2497000 11 ଆନ୍ଧ୍ରାପ୍ରଦେଶ 2028000 12 ତେଲେଙ୍ଗାମା 2028000 13 ଆସାମ 1929000 14 ଝାଡଖଣ୍ଡ 1803000 15 ଛତିଶଗଡ 1412000 16 କେରଳ 1257000 17 ପଂଜାବ 1247000 18 ହରିୟାଣା 1191000 19 ଜାମ୍ମୁ ଓ କାଶ୍ମୀର 658000 20 ଉତ୍ତରାଖଣ୍ଡ 506000 21 ହିମାଚଳ ପ୍ରଦେଶ 444000 22 ତ୍ରିପୁରା 195000 23 ମେଘାଳୟ 171000 24 ମଣିପୁର 137000 25 ନାଗାଲାଣ୍ଡ 101000 26 ଅରୁଣାଚଳପ୍ରଦେଶ 77000 27 ଗୋଆ 40000 28 ମିଜୋରାମ 38000 29 ସିକିମ୍ 33000 30 କେନ୍ଦ୍ର ଶାସିତ ଅଂଚଳ ଦିଲ୍ଲୀ 30000 31 ପୁଡୁଚେରୀ 28000 32 ଆଣ୍ଡାମାନ ଏବଂ ନିକୋବାର ଦ୍ଵୀପ 18000 33 ଦାଦରା ଏବଂ ନଗର ହାଭେଲି 13000 34 ଡାମନ୍ ଏବଂ ଡିଉ 4000 35 ଚଣ୍ଡୀଗଡ 2000 36 ଲାକ୍ଷାଦ୍ଵୀପ 1000 ମୋଟ 60000000 ବିଶେଷ ଦ୍ରଷ୍ଟବ୍ୟ: ପ୍ରଦର୍ଶନ ଭିଟଟିରେ ରାଜ୍ୟ କେନ୍ଦ୍ରଶାସିକ ଅଂଚଳ ଗୁଡିକର ଟାର୍ଗେଟ ପରିବର୍ତ୍ତନ ହୋଇପାରେ । ସହର ପରିସରରେ ଅଂଚଳଗୁଡିକୁ ଯୋଜନାରେ ସାମିଲ୍ କରାଯାଇ ନାହିଁ । ( ତାଲିକା ସଂଲଗ୍ନ) ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନ ଥିବା ସହରଗୁଡିକର ତାଲିକା କ୍ରମିକ ସଂଖ୍ୟା ରାଜ୍ୟର ନାମ ସହର ନାମ ସହର ଜନସଂଖ୍ୟା ( 2011 ଭାରତର ଜନଗଣନା ଅନୁସାରେ 1 ମହାରାଷ୍ଟ୍ର ଗ୍ରେଟର ମୁମ୍ବାଇ ( ମ୍ୟୁନିସିପାଲିଟି କର୍ପୋରେସନ୍) 1,24,78,447 2 ଏନସିଟି ଅଫ୍ ଦିଲ୍ଲୀ ଏମସି ( ୟୁ) ( ମ୍ୟୁନିସିପାଲିଟି କର୍ପୋରେସନ୍) 1,10,07,835 3 କର୍ଣ୍ଣାଟକ ବୃହତ ବେଙ୍ଗଳୁଲୁ ମହାନଗର ପାଳିକା ( ବିବିଏମପ) ମ୍ୟୁନିସିପାଲିଟି କାର୍ପାରେସନ୍ ) 84,25,970 4 ଆନ୍ଧ୍ରପ୍ରଦେଶ ଗ୍ରଟର ହାଇଦ୍ରାବାଦ ( ମ୍ୟୁନିସିପାଲିଟି କର୍ପୋରେସନ୍) 68,09,970 5 ଗୁଜରାଟ ଅହମ୍ମଦାବାଦ ( ମ୍ୟୁନିସିପାଲିଟି କର୍ପୋରେସନ୍) 55,70,585 6 ତାମିଲନାଡୁ ଚେନ୍ନାଇ ( ମ୍ୟୁନିସିପାଲିଟି କର୍ପୋରେସନ୍) 46,81,087 7 ପଶ୍ଚିମବଙ୍ଗ କୋଲକାତା ( ମ୍ୟୁନିସିପାଲିଟି କର୍ପୋରେସନ୍) 44,86,679 8 ଗୁଜରାଟ ସୁରତ ( ମ୍ୟୁନିସିପାଲିଟି କର୍ପୋରେସନ୍) 44,62,002 9 ମହାରାଷ୍ଟ୍ର ପୁଣେ ( ମ୍ୟୁନିସିପାଲିଟି କର୍ପୋରେସନ୍) 31,15,431 10 ରାଜସ୍ଥାନ ଜୟପୁର ( ମ୍ୟୁନିସିପାଲିଟି କର୍ପୋରେସନ୍) 30,73,350 11 ଉତ୍ତରପ୍ରଦେଶ ଲକ୍ଷନୌ ( ମ୍ୟୁନିସିପାଲିଟି କର୍ପୋରେସନ୍) 28,15,601 12 ଉତ୍ତରପ୍ରଦେଶ କାନପୁର ( ମ୍ୟୁନିସିପାଲିଟି କର୍ପୋରେସନ୍) 27,67,031 13 ମହାରାଷ୍ଟ୍ର ନାଗପୁର( ମ୍ୟୁନିସିପାଲିଟି କର୍ପୋରେସନ୍) 24,05,421 14 ମଧ୍ୟପ୍ରଦେଶ ଇନ୍ଦୋର ( ମ୍ୟୁନିସିପାଲିଟି କର୍ପୋରେସନ୍) 19,60,631 15 ମହାରାଷ୍ଟ୍ର ଥାଣେ ( ମ୍ୟୁନିସିପାଲିଟି କର୍ପୋରେସନ୍) 18,18,872 16 ମଧ୍ୟପ୍ରଦେଶ ଭୋପାଳ ( ମ୍ୟୁନିସିପାଲିଟି କର୍ପୋରେସନ୍) 17,95,648 17 ଆନ୍ଧ୍ରପ୍ରଦେଶ ଗ୍ରେଟର ବିଶାଖାପାତନମ୍ ( ମ୍ୟୁନିସିପାଲିଟି କର୍ପୋରେସନ୍) 17,30,320 18 ମହାରାଷ୍ଟ୍ର ପିମ୍ପରି – ଚିନୱାଡ ( ମ୍ୟୁନିସିପାଲିଟି କର୍ପୋରେସନ୍) 17,29,359 19 ବିହାର ପାଟଣା ( ମ୍ୟୁନିସିପାଲିଟି କର୍ପୋରେସନ୍) 16,83,200 20 ଗୁଜରାଟ ବରୋଦା ( ମ୍ୟୁନିସିପାଲିଟି କର୍ପୋରେସନ୍) 16,66,730 21 ପଂଜାବ ଲୁଧିଆନା ( ମ୍ୟୁନିସିପାଲିଟି କର୍ପୋରେସନ୍) 16,13,878 22 ଉତ୍ତରପ୍ରଦେଶ ଆଗ୍ରା ( ମ୍ୟୁନିସିପାଲିଟି କର୍ପୋରେସନ୍) 15,74,542 23 ମହାରାଷ୍ଟ୍ର ନାସିକ ( ମ୍ୟୁନିସିପାଲିଟି କର୍ପୋରେସନ୍) 14,86,973 24 ହରିଯାଣା ଫରିଦାବାଦ ( ମ୍ୟୁନିସିପାଲିଟି କର୍ପୋରେସନ୍) 14,04,653 25 ଉତ୍ତରପ୍ରଦେଶ ମିରଟ ( ମ୍ୟୁନିସିପାଲିଟି କର୍ପୋରେସନ୍) 13,09,023 26 ଗୁଜରାଟ ରାଜକୋଟ୍ ( ମ୍ୟୁନିସିପାଲିଟି କର୍ପୋରେସନ୍) 12,86,995 27 ମହାରାଷ୍ଟ୍ର କଲ୍ୟାଣ - ଡୋମବିଭ୍ୟାଲି ( ମ୍ୟୁନିସିପାଲିଟି କର୍ପୋରେସନ୍) 12,46,381 28 ମହାରାଷ୍ଟ୍ର ବସାଇ ବିରାର ସିଟି ( ମ୍ୟୁନିସିପାଲିଟି କର୍ପୋରେସନ୍) 12,21,233 29 ଉତ୍ତରପ୍ରଦେଶ ବରାଣସୀ ( ମ୍ୟୁନିସିପାଲିଟି କର୍ପୋରେସନ୍) 12,01,815 30 ଜାମ୍ମୁ ଓ କାଶ୍ମୀର ଶ୍ରୀନଗର ( ମ୍ୟୁନିସିପାଲିଟି କର୍ପୋରେସନ୍) 11,92,792 31 ମହାରାଷ୍ଟ୍ର ଔରଙ୍ଗାବାଦ ( ମ୍ୟୁନିସିପାଲିଟି କର୍ପୋରେସନ୍) 11,71,330 32 ଝାଡଖଣ୍ଡ ଧାନବାଦ ( ମ୍ୟୁନିସିପାଲିଟି କର୍ପୋରେସନ୍) 11,61,561 33 ପଂଜାବ ଅମ୍ରିତସର ( ମ୍ୟୁନିସିପାଲିଟି କର୍ପୋରେସନ୍) 11,32,761 34 ମହାରାଷ୍ଟ୍ର ନଭି ମୁମ୍ବାଇ ( ମ୍ୟୁନିସିପାଲିଟି କର୍ପୋରେସନ୍) 11,19,477 35 ଉତ୍ତରପ୍ରଦେଶ ଆହ୍ମାବାଦ ( ମ୍ୟୁନିସିପାଲିଟି କର୍ପୋରେସନ୍) 11,17,094 36 ଝାଡଖଣ୍ଡ ରାଞ୍ଚି ( ମ୍ୟୁନିସିପାଲିଟି କର୍ପୋରେସନ୍) 10,73,440 37 ପଶ୍ଚିମବଙ୍ଗ ହାୱାଡା ( ମ୍ୟୁନିସିପାଲିଟି କର୍ପୋରେସନ୍) 10,72,161 38 ତାମିଲନାଡୁ କୋଏମ୍ବାଟୁର ( ମ୍ୟୁନିସିପାଲିଟି କର୍ପୋରେସନ୍) 10,61,447 39 ମଧ୍ୟପ୍ରଦେଶ ଜବଲପୁର ( ମ୍ୟୁନିସିପାଲିଟି କର୍ପୋରେସନ୍) 10,54,336 40 ମଧ୍ୟପ୍ରଦେଶ ଗୋୱାଲିଅର ( ମ୍ୟୁନିସିପାଲିଟି କର୍ପୋରେସନ୍) 10,53,505 41 ଆନ୍ଧ୍ରପ୍ରଦେଶ ବିଜୟୱାଡା ( ମ୍ୟୁନିସିପାଲିଟି କର୍ପୋରେସନ୍) 10,48,240 42 ରାଜସ୍ଥାନ ଜୋଧପୁର ( ମ୍ୟୁନିସିପାଲିଟି କର୍ପୋରେସନ୍) 10,33,918 43 ତାମିଳାନାଡୁ ମଦୁରାଇ ( ମ୍ୟୁନିସିପାଲିଟି କର୍ପୋରେସନ୍) 10,16,885, 44 ଛତିଶଗଡ ରାୟପୁର ( ମ୍ୟୁନିସିପାଲିଟି କର୍ପୋରେସନ୍) 10,10,087 45 ରାଜସ୍ଥାନ କୋଟା ( ମ୍ୟୁନିସିପାଲିଟି କର୍ପୋରେସନ୍) 10,01,365 46 ଆସାମ ଗୁହାଆଟି ( ମ୍ୟୁନିସିପାଲିଟି କର୍ପୋରେସନ୍) 9,63,429 47 ଚଣ୍ଡିଗଡ ଚଣ୍ଡିଗଡ ( ମ୍ୟୁନିସିପାଲିଟି କର୍ପୋରେସନ୍) 9,60,429 48 ସୋଲାପୁର ( ମ୍ୟୁନିସିପାଲିଟି କର୍ପୋରେସନ୍) 9,51,118, 49 କର୍ଣ୍ଣାଟକ ହୁବଲି – ଧରୱାଡ୍ ( ମ୍ୟୁନିସିପାଲିଟି କର୍ପୋରେସନ୍) 9,43,857 50 ଉତ୍ତରପ୍ରଦେଶ ବରେଲି ( ମ୍ୟୁନିସିପାଲିଟି କର୍ପୋରେସନ୍) 8,98,167 ଅନୁବନ୍ଧ- ii ପିଏମଜିଦିଶା ସ୍କିମ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକ କମିଟି ଗଠନ କରିବେ ରାଜ୍ୟସ୍ତରୀୟ କମିଟି- ( ରାଜ୍ୟର ମୁଖ୍ୟ ଶାସନ ସିଚବ କିମ୍ବା କେନ୍ଦ୍ରଶାସିତ ଅଂଚଳର ପ୍ରଶାସକଙ୍କ ଦ୍ଵାରା ଗଠନ କରାଯିବ) ସଂରଚନା ଅଧ୍ୟକ୍ଷ- - ପ୍ରମୁଖ ସଚିବ (ଆଇଟି) ସଭାମାନେ ମୌଳିକ ଶିକ୍ଷା ବିଭାଗର ପ୍ରତିନିଧ ପଞ୍ଚାୟତିରାଜ ବିଭାଗର ପ୍ରତିନିଧି ସମାଜ ମଙ୍ଗଳ ବିଭାଗର ପ୍ରତିନିଧି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ପ୍ରତିନିଧି ଷ୍ଟେଟ୍ ଇପ୍ଲିଂମେଣ୍ଟିଂ ଏଜେନ୍ସି (ଏସଆଇଏ)ର ପ୍ରତିନିଧି ରାଜ୍ୟ ସୁଚନା ଅଧିକାରୀ –ଏସ ଆଇଓ, ଏନଆଇସି ସିଏସି-ଏସପିଭିର ପ୍ରତିନିଧି ସ୍ଵତନ୍ତ୍ର ସବିବ(ଆଇଟି)/ ଯୁଗୁ ସଚିବା (ଆଇଟ)- ମେମ୍ବର ସେକ୍ରେଟାରୀ • ଚେୟାରମ୍ୟାନଙ୍କ ଅନୁମତି ନେଇ କମିଟି ଚାହିଁଲେ ତାର କୌଣସି ବୈଠକରେ ସ୍ଵତନ୍ତ୍ର ଅତିଥି ଭାବେ ଯେ କୌଣସି ବ୍ୟକ୍ତିବିଶେଷଙ୍କୁ ଚୟନ କରିପାରିବ । ସର୍ତ୍ତାବଳୀ • ନିମ୍ନଲିଖିତ ସର୍ଭାବଳୀଗୁଡ଼ିକୁ କମିଟି ପାଳନ କରିବାକୁ ପଡିବ: I. ରାଜ୍ୟରେ ପିଏମ ସିଦିଶା ସ୍କିମର ନିୟମିତ ଯାଞ୍ଚ ସହ ସଠିକ କାର୍ଯ୍ୟକାରିତା II. ରାଜ୍ୟରେ ସ୍କିମ କାର୍ଯ୍ୟକାରିତାରେ ନିୟୋଜିତ ଟ୍ରେନିଂ ସେଣ୍ଟର ଏବଂ ପାର୍ଟନର ମାନେ ସେମାନେ ଉଠାଇଥିବା ସମସ୍ୟାର ସମାଧାନ ସର୍ଭାବଳୀ • ନିମ୍ନଲିଖିତ ସର୍ତ୍ତାବଳୀଗୁଡିକି କମିଟି ପାଳନ କରିବାକୁ ପଡିବ: a) ତୃଣମୂଳସ୍ତରରେ ଯୋଜନାର କାର୍ଯ୍ୟକାରିତାର ତଦାରଖ କରିବା b) ଜିଲ୍ଲା କିମ୍ବା ବ୍ଲକ ସ୍ତରରେ ସ୍କିମର କାର୍ଯ୍ୟକାରିତାରେ ସମ୍ପୃକ୍ତ ଟ୍ରେନିଂ ସେଣ୍ଟର ଓ ପାର୍ଟନର ମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏଥିପାଇଁ କମିଟି ପଦକ୍ଷେପ ନେବ । c) ଜିଲ୍ଲା ଓ ବ୍ଲକରେ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ବନ୍ଧୀୟ ଅନ୍ୟ କୌଣସି ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରିବ । d) ଅତି କମରେ ମାସକୁ ଥରେ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିବା ଆଧାର :PMGDISHA ସମ୍ପର୍କୀୟ ତଥ୍ୟ FAQs on Training in PMGDISHA National Digital Literacy Mission