অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଦଳୁଛି ଶିକ୍ଷା ଢାଞ୍ଚା

ଡିଜିଟାଲମୁହାଁ ବିଦ୍ୟାଳୟ

ବଦଳୁଛି ପାଠପଢା ଢାଞ୍ଚା ଚାଳିଆ ଘରର ଚାଟଶାଳୀ ପାଠ ଆଉ ନାହିଁ, ଏବେ ସବୁଠି କୋଠା  । ତା’ ଭିତରେ ପିଲାଙ୍କୁ ଦିଆଯାଉଛି ଗୁଣାତ୍ମକ ଶିକ୍ଷା ପାଠପଢା ସାଙ୍ଗକୁ ପିଲାଙ୍କ ଶାରୀରିକ, ମାନସିକ ଯତ୍ନ ପ୍ରତି ବି ଧ୍ୟାନ ଦିଆଯାଉଛି  । ପିଲାଙ୍କ ସୁରକ୍ଷା ଲାଗି କ୍ୟାମ୍ପସ ଚାରିପାଖରେ ବୁଲିଛି ପାଚେରି  । ତାହାରି ଭିତରେ ଖେଳୁଛନ୍ତି, ବୁଲୁଛନ୍ତି ଛାତ୍ରଛାତ୍ରୀ  । କଳାପଟା ପରିବର୍ତ୍ତେ ଏବେ ବିଦ୍ୟାଳୟ  ଗୁଡିକ ଡିଜିଟାଲମୁହାଁ ହେବାରେ ଲାଗିଛନ୍ତି  । ପ୍ରତିବର୍ଷ ବଦଳି ଚାଲିଛି ପାଠପଢାର ଶୈଳୀ  । ଘରୋଇ ବିଦ୍ୟାଳୟଗୁଡିକ ଅତ୍ୟାଧୁନିକ ପ୍ରଣାଳୀରେ ପିଲାଙ୍କୁ ଶିକ୍ଷା ଦେଉଥିବା ବେଳେ ଏବେ ସରକାରୀ ବିଦ୍ୟାଳୟ ମଧ୍ୟ ଏ ଦିଗରେ ପଦକ୍ଷେପ ନେଲାଣି  ।

ଡିଜିଟାଲ ବୋର୍ଡରେ ପାଠପଢା

ଶ୍ରେଣୀଗୃହରୁ ହଟୁଛି କଳାପଟା  । ଅତ୍ୟାଧୁନିକ ଜ୍ଞାନକୌଶଳରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି  । ଶ୍ରେଣୀଗୃହରେ ଥିବା କଳାପଟା ବଦଳରେ ଗତ କିଛି ବର୍ଷ ହେଲା ବିଦ୍ୟାଳୟଗୁଡିକ ଡିଜିଟାଲ ବୋର୍ଡର ବ୍ୟବହାର କରୁଛନ୍ତି  । ଭୁବନେଶ୍ୱର ମଧ୍ୟରେ ଥିବା ବଡ ବଡ ବିଦ୍ୟାଳୟଗୁଡିକ ଇତି ମଧ୍ୟରେ ଶ୍ରେଣୀଗୃହରେ ଡିଜିଟାଲ ବୋର୍ଡ ଲଗାଇ ସାରିଲେଣି  । ପ୍ରତି ଶ୍ରେଣୀଗୃହରେ ଶିକ୍ଷକମାନେ ଡିଜିଟାଲ ବୋର୍ଡ ଲଗାଇ ସାରିଲେଣି  । ପ୍ରତି ଶ୍ରେଣୀଗୃହରେ ଶିକ୍ଷକମାନେ ଡିଜିଟାଲ ବୋର୍ଡରେ ପଢାଉଛନ୍ତି  । ଅତ୍ୟାଧୁନିକ ଜ୍ଞାନକୌଶଳ, କମ୍ପ୍ୟୁଟର, ଡିସ୍ ପ୍ଲେ ବୋର୍ଡ, ପ୍ରୋଜେକ୍ଟର ଆଦିର ବ୍ୟବହାର କରି ଶ୍ରେଣୀଗୃହରେ  ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି  । କେତେକ ଛୋଟ ଛୋଟ ସ୍କୁଲ ମଧ୍ୟ ଅନୁରୂପ ଭାବେ ଡିଜିଟାଲ ବୋର୍ଡ ବ୍ୟବସ୍ଥା ଆପଣାଉଛନ୍ତି  । କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଥିବାରୁ କେତେକ ବିଦ୍ୟାଳୟ ପଛଘୁଞ୍ଚା ମଧ୍ୟ ଦେଉଛନ୍ତି  । ତଥାପି ୨୦୨୦ ସୁଦ୍ଧା ଭୁବନେଶ୍ୱରର ଅଧିକାଂଶ ଘରୋଇ ବିଦ୍ୟାଳୟରେ ଡିଜିଟାଲ ବୋର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି  ।

ପିଲାଙ୍କୁ ଜଗୁଛି ଜିପିଏସ୍

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ବିଦ୍ୟାଳୟ  । ପିଲା କୁଆଡେ ଗଲେ ? ଘରେ ପହଞ୍ଚିଲେ କି ନାହିଁ  ? ବସ୍ ରେ ସୁରକ୍ଷିତ ଅଛନ୍ତି କି ନାହିଁ  ? ଘରକୁ ଫେରିବା ସମୟରେ କିଛି ଅସୁବିଧା ହେଉଛି କି ? ଏଭଳି ସମସ୍ୟାକୁ ଗୁରୁତର ସହ ନେଇ ବିଦ୍ୟାଳୟଗୁଡିକ ଏବେ ବସ୍ ରେ ଗ୍ଲୋବାଲ ପୋଜିସନିଂ  ସିଷ୍ଟମ (ଜିପିଏସ୍) ଓ ସିସିଟିଭି ଲଗାଉଛନ୍ତି  । ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ପ୍ରତି ନିର୍ଯାତନାଜନିତ ଅଭିଯୋଗ ବାରମ୍ବାର ଆସିବା ପରେ ଭୁବନେଶ୍ଵରରେ ଥିବା ଘରୋଇ ବିଦ୍ୟାଳୟଗୁଡିକ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି  । ଅଧିକାଂଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏବେ ସୁଦ୍ଧା ସିଷ୍ଟମ କରି ସାରିଛନ୍ତି ଛାତ୍ରଛାତ୍ରୀ ବସ୍ ରେ ଚଢିବାଠାରୁ ଓହ୍ଲାଇବା ପର୍ଯ୍ୟନ୍ତ ପ୍ରତିଟି ଖବର ସ୍କୁଲ କର୍ତୃପକ୍ଷଙ୍କ ନିକଟରେ ରହୁଛି  ।

ପାଠପଢାର ତଦାରଖ କରୁଛି ସିସିଟିଭି

ବର୍ତ୍ତମାନ ସମୟରେ ପାଠପଢା ତଦାରଖ କରୁଛି ସିସିଟିଭି  । ପିଲା ଶ୍ରେଣୀଗୃହରେ ପଢୁଛନ୍ତି କି ନାହିଁ  ? ଶିକ୍ଷକମାନେ ଠିକ୍ ଭାବେ ପଢାଉଛନ୍ତି କି ନାହିଁ ? ପାଠପଢା ବ୍ୟତୀତ ଶ୍ରେଣୀଗୃହରେ ଆଉ କ’ଣ  ହେଉଛି, ସେସବୁର ଟିକିନିଖି ଖବର ରହୁଛି ବିଦ୍ୟାଳୟ ମୁଖ୍ୟଙ୍କ ନିକଟରେ  । ଘରୋଇ ସମେତେଆ ସରକାରୀ ବିଦ୍ୟାଳୟଗୁଡିକ ଏବେ ଶ୍ରେଣୀ ଗୃହରେ ସିସିଟିଭି ଲଗାଉଛନ୍ତି  । ଏହାଦ୍ଵାରା ପାଠପଢା ଶୈଳୀରେ ପରିବର୍ତ୍ତନ ଆଣିବା ସହ ପିଲାଙ୍କ ସୁରକ୍ଷା ଉପରେ ନଜର ରଖାଯାଇପାରୁଛି  । ଛାତ୍ରଛାତ୍ରୀଙ୍କ ଖାଇବା, ପିଇବା, ଖେଳିବା ଉପରେ ନଜର ରଖିବା ଲାଗି ସମ୍ପୂର୍ଣ୍ଣ କ୍ୟାମ୍ପସରେ ସିସିଟିଭି ଲଗାଯାଉଛି  । ଏବେ ସରକାରୀ ଓ ଓଡିଆ ମାଧ୍ୟମ ଘରୋଇ ବିଦ୍ୟାଳୟଗୁଡିକ ମଧ୍ୟ ସିସିଟିଭି ଲଗାଇ ଶିକ୍ଷାଦାନ ପ୍ରଣାଳୀର ତଦାରଖ କରାଯାଉଛି  ।

ଖେଳରେ ଖେଳରେ ପାଠ

ଛୋଟ ପିଲାଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବାକୁ ବିଦ୍ୟାଳୟଗୁଡିକ କ୍ୟାମ୍ପସରେ ବିଭିନ୍ନ ପ୍ରକାର ଖେଳକୁଦର ବ୍ୟବସ୍ଥା କରୁଛନ୍ତି  । ଖେଳରେ ଖେଳରେ ପିଲାମାନେ କିଭଳି ପାଠ ପଢିବେ, ତାହାକୁ ପ୍ରାଥମିକତା ଦେଉଛନ୍ତି  । ଘରୋଇ ବିଦ୍ୟାଳୟ ଗୁଡିକରେ ଭିନ୍ନ ଭିନ୍ନ ଖେଳ ଲାଗି ପଡିଆ ବ୍ୟବସ୍ଥା କରୁଛନ୍ତି  । କ୍ରିକେଟ୍, ଭଲିବଲ, ବାସ୍କେଟ ବଲ ପରି ଖେଳର ସୁବିଧା ହେଉଛି  । ଛୋଟ ପିଲାଙ୍କ ଲାଗି ମଧ୍ୟ ସଙ୍ଗୀତ, ନୃତ୍ୟ ପରି ମନୋରଞ୍ଜନଧର୍ମୀ ଖେଳର ବ୍ୟବସ୍ଥା ହେଉଛି  । ଏହାଦ୍ଵାରା ପିଲା ବେଶ ଉପକୃତ ହେଉଛନ୍ତି ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ହୋଇପାରୁଛି  ।

ନାମଲେଖା ପୂର୍ବରୁ ଭଲ ଭାବେ ଯାଞ୍ଚ କରନ୍ତୁ

ସ୍କୁଲରେ ନାମଲେଖା ପୂର୍ବରୁ ଅଭିଭାବକମାନେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ  । ସ୍କୁଲର ଶିକ୍ଷାଦାନ ପ୍ରଣାଳୀ, ଭିତ୍ତିଭୂମି, ଶିକ୍ଷକ-ଛାତ୍ର ଅନୁପାତ, ସୁରକ୍ଷାକୁ ଯାଞ୍ଚ କରିବା ନିହାତି ଦରକାର  । ଅଧିକାଂଶ ସ୍କୁଲର ନିଜସ୍ଵ ୱେବସାଇଟ ରହିଛି  । ସେଠାରୁ ଅଭିଭାବକମାନେ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ  । ତଥାପି ପିଲାଙ୍କ ନାମଲେଖା ପୂର୍ବରୁ ସ୍କୁଲକୁ ଯାଇ ଯାଞ୍ଚ କରିପାରିଲେ ଭଲ  । ସ୍କୁଲରେ ପଢାଯାଉଥିବା ଶିକ୍ଷକଙ୍କ ଦକ୍ଷତା ସମ୍ପର୍କରେ ସେଠାରୁ ପାସ୍ କରିଥିବା ପିଲାଙ୍କଠାରୁ ପଚାରିବୁଝିବା ଦରକାର  । ନିୟମ ଅନୁଯାୟୀ, ୩୦ ଜଣ ପିଲାଙ୍କ ଲାଗି ଜଣେ ଶିକ୍ଷକ ରହିଛନ୍ତି କି ନାହିଁ  ଅଭିଭାବକମାନେ ବୁଝନ୍ତୁ  । ପର୍ଯ୍ୟାପ୍ତ ଶ୍ରେଣୀଗୃହ ରହିଛି କି ନାହିଁ , ଯାଞ୍ଚ କରନ୍ତୁ  । ପିଲାଙ୍କ ଶ୍ରେଣୀ ଅନୁଯାୟୀ ଉପଯୁକ୍ତ ବେଞ୍ଚ ଓ ଟେବୁଲ୍ ଠିକ୍ ରହିଛି କି ନାହିଁ ସେଥିପ୍ରତି ନଜର ଦେବା ଆବଶ୍ୟକ  । କ୍ରୀଡା ଓ ସଙ୍ଗୀତ ଶିକ୍ଷକ ଅଛନ୍ତି କି ନାହିଁ ତାହା ଦେଖିବାକୁ ହେବ  । ବର୍ତ୍ତମାନ ସମୟରେ ଉଭା ହୋଇଛି  । କ୍ୟାମ୍ପସରେ ଉପଯୁକ୍ତ ପାଚେରି ରହିଛି କି ନାହିଁ ? ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି କି ନାହିଁ ? ସ୍କୁଲର ନିଜସ୍ଵ ପରିବହନ  ସେବା ଥିଲେ ତାହାକୁ ଭଲ ଭାବେ ଯାଞ୍ଚ କରିବାର ଆବଶ୍ୟକତା ରହିଛି  ।

ପ୍ରାକ୍ ଶିକ୍ଷାଦାନ କ୍ଷେତ୍ରରେ ୱାଓ କିଡସ’ ର ସଫଳତା

ୱାଓ କିଡସ ହେଉଛି ଏକ ଆନ୍ତର୍ଜାତିକ ଶିକ୍ଷାନୁଷ୍ଠାନ  । ଯାହା ଶିଶୁମାନଙ୍କ ପ୍ରାରମ୍ଭିକ ପାଠପଢା ପାଇଁ ସହାୟତା କରିଥାଏ  । ୱାଓ କିଡ୍ ର ମୌଳିକ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କର ସାମଗ୍ରିକ ବିକାଶ  । ୱାଓ କିଡସ କଳିଙ୍ଗ ନଗର ଫ୍ରାଞ୍ଚାଇଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପିଲାମାନଙ୍କ ପାଠପଢା ସହିତ ତାର ସୁରକ୍ଷା, ଯତ୍ନ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇଥାଏ  । ପିଲାଟି ମୌଳିକ ସ୍ତରରେ ଯେପରି ପାଠପଢା ପ୍ରତି ଧ୍ୟାନ କେନ୍ଦ୍ରିତ କରିପାରିବ  ଓ ପାଠକୁ ଆୟତ କରିପାରିବ  । ସେହି ଅନୁସାରେ ୱାଓ କିଡ୍ ର  ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି  । ଏଠାରେ ମଜାଦାର ଶିକ୍ଷଣ ଶୈଳୀ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ କରାଯାଇଥାଏ  । ଯଦ୍ଵାରା ପିଲାମାନେ ସହଜରେ ସବୁକଥାକୁ ବୁଝିପାରନ୍ତି ଓ ନିଜକୁ ଗଢିଥାନ୍ତି  । ଏଠାରେ ପ୍ରି ସ୍କୁଲ ଅପରେଟିଂ ଆମେରିକାନ ପ୍ରି ସ୍କୁଲ କରିକୁଲମ୍ ପରି ସମସ୍ତ ଆବଶ୍ୟକତା ଅନୁଯାୟୀ ଅତ୍ୟାଧୁନିକ ଭିତ୍ତିଭୂମି ସୁବିଧା ରହିଛି  । ତାଲିମପ୍ରାପ୍ତ ଓ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ଵାରା ଶିଶୁମାନଙ୍କ ପ୍ରତି ଏଠାରେ ସବୁ ପ୍ରକାର ଯତ୍ନ ନିଆଯାଇଥାଏ  । ଏଠାରେ ପ୍ଲେ ଗ୍ରୁପ, ନର୍ସରୀ, ଜୁନିଅର କେଜି ଓ ସିନିଅର କେଜି କ୍ଲାସ ଜରିଆରେ ପାଠପଢା ହୁଏ  । ପିଲାମାନଙ୍କ ମଧ୍ୟ ଏଠାରେ ସମର କ୍ୟାମ୍ପର ବ୍ୟବସ୍ଥା କରାଯାଇଛି  । ପ୍ରମାଣିତ ମଣ୍ଟେଶ୍ଵରୀ, ନର୍ସରୀ ଏବଂ ସେନସୋରିଆଲ କରିକୁଲମ ପାଇଁ ୱାଓ କିଡସ ପୁରସ୍କାର ପାଇଛି ଏକ ପରିବେଶ ଉପଯୋଗୀ ମଧ୍ୟରେ ପାଠପଢା ସାଙ୍ଗକୁ ପିଲାମାନଙ୍କୁ ଭବିଷ୍ୟତରେ ଆଦର୍ଶ କରି ଗଢି ତୋଳିବା ଏହି ଶିକ୍ଷାନୁଷ୍ଠାନର ଲକ୍ଷ୍ୟ  ।

ଆଧାର  – ପ୍ରଫେସର ବାସୁଦେବ ଛାଟୋଇ, ଶିକ୍ଷାବିତ୍

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate