ଯେଉଁ ବସୁଧା, ଆମକୁ ବଞ୍ଚିବାକୁ ସମସ୍ତ ଉପାଦାନ ଦେଉଛି ତାହାକୁ ଓ ତାହାର ପରିବେଶକୁ ସୁରକ୍ଷିତ ରଖିବା ଆମର ମୌଳିକ କର୍ତ୍ତବ୍ୟ । ତାକୁ ଭୁଲିଗଲେ, ଅବହେଳା କଲେ, ନିଜର ଲାଭ ଓ ଲୋଭ ପାଇଁ ତାକୁ ମାତ୍ରାଧିକ ଉପଯୋଗ କଲେ ତାହା ଅଧିକ କାଳ ତିଷ୍ଠିବା ନାହିଁ। ପରିବେଶ ସୁରକ୍ଷା ସହିତ ପୃଥିବୀର ସୁରକ୍ଷା ସିଧାସଳଖ ଜଡିତ । ଲୋକଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ୍ ୫କୁ ‘ବିଶ୍ନ ପରିବେଶ ଦିବସ ' ଭାବେ ପାଳନ କରାଯାଉଛି । ଏହି ଅବସରରେ 'ସମାଜ' ପରିବେଶ ସୁରକ୍ଷା ଓ ସଚେତନତା ବାର୍ତ୍ତା ପ୍ରଚାରରେ ସାମିଲ ହୋଇଛି । ଆସନ୍ତୁ ଏହି ଦିବସରେ ଆମେ ପ୍ରକୃତି ସହ ସମ୍ପର୍କକୁ ଆଉଥରେ ଯୋଡି ଏହାକୁ ଏକ ଉତ୍ସବର ରୂପ ଦେବା । ଏଥିରେ ନୂଆ ସଂକଜ, ନୂଆ ଚିନ୍ତାର ସହ ପରିବେଶ ସୁରକ୍ଷା ପାଇଁ କାମ କରିବା ।
ସ୍ଵଚ୍ଛ ଭାରତ ଅଭିଯାନରେ ଜନସାଧାରଣଙ୍କୁ ସକ୍ରିୟ ଭାବେ ସାମିଲ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ମହେଶ ଶର୍ମା ସ୍ଵଚ୍ଛ ଭାରତ ଆପ୍ ର ଶୁଭାରମ୍ଭ କରାଇଥିଲା । ବର୍ତ୍ତମାନ ଏହି ଆୟ କେବଳ ଆଣ୍ଡ୍ରଏଡ ମୋବାଇଲ ଫୋନରେ ଗୁଗୁଲ ପ୍ଲେ, ଷ୍ଟୋରରୁ ଡାଉନଲୋଡ କରିହେବ । ଏହି ଆପ୍ରେ ଫିଜିକାଲ ୱେବର ଅବଧାରଣାକୁ କାର୍ଯ୍ୟକାରୀ କରାଯାଇପାରିବ । ଆପ୍ ଡାଉନଲୋଡ କରିଥିବା ବ୍ୟକ୍ତି ଯେ କୌଣସି ସ୍ମାରକୀ ବା ସଂଗ୍ରହାଳୟରେ ଥିଲାବେଳେ ଏହି ଆପ୍ ସ୍ଵଚ୍ଛ ଭାରତ ଅଭିଯାନ ବିଷୟରେ ସୂଚନା ପ୍ରଦାନ କରିବ ଏବଂ ଆଖ ପାଖରେ ଆବର୍ଜନାର ରିପୋର୍ଟ ପ୍ରଦାନ କରିବା ପାଇଁ ସୂଚିତ କରାଇବେ । ସଂପୃକ୍ତ ବ୍ୟକ୍ତିଙ୍କୁ କେବଳ
ତାଙ୍କ ମୋବାଇଲ ଡିଭାଇସର ବ୍ଲୁ ଟୁଥ୍ ଖୋଲା ରଖିବାକୁ ହେବ । ଯଦି ଆପଣ ଆପ୍ ଡାଉନଲୋଡ କରିନାହାଁନ୍ତି ତେବେ ଆପଣଙ୍କୁ ଗୁଗୁଲ ଜରିଆରେ ସ୍ଵଚ୍ଛ ଭାରତ ଅଭିଯାନ ବିଷୟରେ ସୂଚନା ପ୍ରଦାନ କରାଯିବ ଏବଂ ଏହା ଆପଣଙ୍କୁ ଆପ୍ ଡାଉନଲୋଡ କରିବା ପାଇଁ ଲିଙ୍କ ପ୍ରଦାନ କରିବ । ଆପ୍ ଓପନ କଲାପରେ ଏହା ଆବର୍ଜନାର ଫଟୋ ଉଠାଇବା ପାଇଁ ସୂଚନା ଦେବ ଏବଂ ଏହା ଉପରେ ଟିପ୍ପଣୀ ଲେଖି ସବମିଟ କରିବା ପାଇଁ ସୂଚିତ କରିବା । ଏହି ରିପୋର୍ଟ ସିଧାସଳଖ ସଂପୃକ୍ତ ଅଧିକାରୀଙ୍କ ପାଖକୁ ଚାଲିଯିବ । ଏହି ଆପ୍ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ପରିଚାଳନା କରାଯିବ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ନାଗରିକମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବହନ କରିବ । ସୋମବାର ବିଶ୍ଵ ପରିବେଶ ଦିବସ ଡବ୍ଲ୍ୟୁଇଡି)। ମିଳିତ ଜାତିସଂଘ ପକ୍ଷରୁ ବିଶ୍ଵ ବ୍ୟାପୀ ପରିବେଶ ସୁରକ୍ଷା ଉପରେ ସଚେତନତା ଉପରେ ପ୍ରାଧାନ୍ୟ ଦିଆଯାଉଛି। ୧୯୭୪ରେ ପ୍ରଥମ କରି ବିଶ୍ୱ ପରିବେଶ ଦିବସ ଉପରେ ଏକ ବୃହତ୍ କ୍ୟାମ୍ପେନ୍ ଆରମ୍ଭ କରାଯାଇଥିଲା । ଏଥିରେ ବିଶ୍ଵ ତାପାୟନ ଏବଂ ସାମୁଦ୍ରିକ ପ୍ରଦୂଷଣ ଭଳି ସମସ୍ୟାକୁ ନେଇ କ୍ୟାମ୍ପେନ୍ ହୋଇଥିଲା। ବିଶ୍ଵରୁ ୧୪୩ ରାଷ୍ଟ୍ର ବିଶ୍ଵ ପରିବେଶ ଦିବସ ପାଳନ କରିବା ସହ ଏ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ପ୍ରତ୍ୟେକ ବର୍ଷ ବିଶ୍ଵ ପରିବେଶ ଦିବସ ଲାଗି ନୂଆ ଥିମ୍ ରଖାଯାଇଛି । ଏହି ଥିମ୍ କୁ ବିଶ୍ଵ ବ୍ୟାପୀ ସମସ୍ତ ନିଗମ, ସ୍ଵେଚ୍ଛାସେବୀ ସଂଗଠନ, ଗୋଷ୍ଠୀ ସରକାର ଏବଂ ସେଲିବ୍ରିଟିମାନେ ଗ୍ରହଣ କରି ପରିବେଶ ସମସ୍ୟା ସମାଧାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକବର୍ଷ ବିଶ୍ଵ ପରିବେଶ ଦିବସ ପାଳନ ଲାଗି ପୃଥିବୀର ବିଭିନ୍ନ ସହରକୁ ଆୟୋଜନ ଭାବେ ନିଆଯାଇଥାଏ । ଚଳିତବର୍ଷ କାନାଡା ବିଶ୍ଵ ପରିବେଶ ଦିବସର ଆୟୋଜନ ରହିଛି । ଚଳିତବର୍ଷର ଥିମ୍ ‘ପ୍ରକୃତି ସହ ଲୋକଙ୍କୁ ସହରଠାରୁ ଗାଁ ଯାଏ, ମେରୁ ଠାରୁ ବିଷବରେଖା ଯାଏ ସଂଯୋଗ କରିବା ।
ମଣିଷ ସହ ପ୍ରକୃତି-ପରିବେଶର ସଂଯୋଗ ଓ ସୁରକ୍ଷା ଜରୁରୀ
ଦିଗନ୍ତ ଛୁଆଁ ପରିବ୍ୟାପ୍ତ ଧରିତ୍ରୀର ବର୍ଣ୍ଣିଳ ପ୍ରାକୃତିକ ଶୋଭାକୁ ଆମେ ‘ପ୍ରକୃତି’ ଓ ଇଂଲିଶରେ ‘‘ନେଚର' କହିଥାଉ । କିନ୍ତୁ ଆମେ ବର୍ତ୍ତମାନ ଏପରି ଜଞ୍ଜାଳଗ୍ରସ୍ତ / କାର୍ଯ୍ୟବ୍ୟସ୍ତ ଯେ ପ୍ରକୃତିକୁ ଦଣ୍ଡେ ଠିଆ ହୋଇଚାହିଁବା ପାଇଁ ଓ କି ବାର୍ତ୍ତା ସେ ଦେଉଛି ତାକୁ କାନ ଡେରି ଶୁଣିବା ପାଇଁ ଆମର ସମୟ ନାହିଁ । କବି ଉଇଲିୟମ ହେନେରୀ ଡେଭିସଙ୍କ ଭାଷାରେ : 'ଉଇ, ହାଉ ନୋ ଟାଇମ୍ ଟୁ ଷ୍ଟାଣ୍ଡ ଏଣ୍ଡ ଷ୍ଟେଆର. - ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଆମେ ପ୍ରକୃତିଠାରୁ ଏପରି ବିଚ୍ଛିନ୍ନ ହୋଇ ପଡ଼ିଛୁ ଏବଂ ପ୍ରକୃତିଠାରୁ ଏପରି ଭାବରେ ଦୂରେଇ ଯାଉଛୁ ଯେ ତାହା ଆଜି ବିଶ୍ଵସ୍ତରରେ ଉଦବେଗର କାରଣ ହେଲାଣି । ପ୍ରକୃତିକୁ ମୁଦୁର୍ତ୍ତଟିଏ ଉପଭୋଗ କରିବା ପାଇଁ ଆମ ପାଖରେ ସମୟ ନାହିଁ । ଆଜି ଆମେ ଅତିମାତ୍ରାରେ ମାନସିକ ସ୍ତରରେ ଚାପଗ୍ରସ୍ତ ଷ୍ଟ୍ରେସଡ’ ।
ପ୍ରକୃତି ଓ ପରିବେଶ ପରସ୍ପର ପରିପୂରକ ଭାବରେ ଆମକୁ ପ୍ରଭାବିତ କରନ୍ତି । ପ୍ରକୃତି ଓ ପରିବେଶକୁ ଏକ ସମନ୍ନିତ ଦୃଷ୍ଟିକୋଣରୁ ପ୍ରାଧାନ୍ୟ ଦେବା ଆବଶ୍ୟକ । ଆମ ଚାରିପଟେ ଯାହା ଆମେ ଦେଖୁଛୁ ଯେପରି କି ନଦୀ, ସମୁଦ୍ର, ପାହାଡ଼-ପର୍ବତ, ଜଙ୍ଗଲ ତାହା ଆମର ପ୍ରାକୃତିକ ପରିବେଶ ଏବଂ ପ୍ରକୃତିର ଏକ ଅଂଶବିଶେଷ । କିନ୍ତୁ ଘର ବାହାରେ ଯେଉଁ ପ୍ରମୋଦ ଉଦ୍ୟାନ ‘ପାର୍କ ତିଆରି କରୁଛୁ ଘରକୁ ସୁନ୍ଦର କରିବା ପାଇଁ ସବୁଜ କାନ୍ଥ ‘ଗ୍ରୀନ, ୱାଲ" ଥାପିଦେଉଛୁ, ଏବଂ ଘର ଭିତରେ ଫୁଲକୁଣ୍ଡ ଓ ବିଭିନ୍ନ ବ୍ୟବହାର୍ଯ୍ୟ ସାମଗ୍ରୀ ସଜାଇ ଯେଉଁ ପରିବେଶ ଆମେ ତିଆରି କରୁ ତାକୁ ଆମେ ଆମର ‘ହାତଗଢା ପରିବେଶ’ ‘ବିଲ୍ଡ-ଇନ-ଏନଭାଇରନ୍ମେଣ୍ଟ' କହିଥାଉ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ଅଗ୍ରଗତି ବସ୍ତୁବାଦୀ ଓ ଉନ୍ନତ ଜୀବନ ପରିଚର୍ଯ୍ୟାର ମାନସିକତା ମଣିଷକୁ କ୍ରମଶତଃ ପ୍ରକୃତିଠାରୁ ଦୂରେଇ ଦେଉଛି । ମଣିଷ ବର୍ତ୍ତମାନ 'ଦ୍ରୁତଗତି'କୁ ବଞ୍ଚିବାର ମନ୍ତ୍ର ରୂପେ ଆଦରି ନେଇଛି । ବିଶିଷ୍ଟ ଚିନ୍ତାନାୟକମାନେ ଏ ଯୁଗକୁ : ‘କ୍ରମଶଃ ବଢୁଥୁବା ଦ୍ରୁତଗତିର ଯୁଗ' ବା 'ଏଜ ଅଫ ଆକ୍ସିଲରେସନ' ବୋଲି କହିଲେଣି । ଯନ୍ତ୍ର ହଁ ଗତିଶୀଳତାକୁ ବଢ଼ାଇ ଦେଇଛି । ମଣିଷ ଆଜି ଯନ୍ତ୍ର କବଳିତ ହୋଇ ପ୍ରକୃତିଠାରୁ ଦୂରେଇ ଯାଉଛି । ଗୁରୁଚର ସହକାରେ ବିଶ୍ଵର ଉଦବେଗକୁ ଉପଲବ୍ଧ କରି ଜାତିସଂଘ ଚଳିତ ବର୍ଷ ଜୁନ ୫ ତାରିଖର ‘ବିଶ୍ଵପରିବେଶ ଦିବସ' କୁ ‘ମଣିଷକୁ ପ୍ରକୃତି ସହିତ ସଂଯୋଗ' 'କନକଟିଂ ପିପୁଲ ଟୁ ନେଚର' ନାମରେ ଅଭିହିତ କରି ବିଶ୍ଵର ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛି । ଅବାଧ ଗଛକଟା ଆଜି ପରିବେଶ ବିପର୍ଯ୍ୟୟର ମୁଖ୍ୟ କାରଣ ପାଲଟିଛି ପୁରୀର ସିପସରୁବାଲି ମୌଜାରେ ଶାମୁକା ପର୍ଯ୍ୟଟନ ପ୍ରକଳ୍ପପାଇଁ ହଜାର ହଜାର ଗଛକଟା ବନ୍ଦ ରହିଛି । ବାଲୁଖଣ୍ଡ ଓ ବଳିଆପଣ୍ଡା ମଧୁରଜଳ ସଂରକ୍ଷଣ ଅଞ୍ଚଳରେ ବ୍ୟାପକ ଗଛକଟା ପରିବେଶକୁ ଆଜି ବିପର୍ଯ୍ୟସ୍ତ କଲାଣି । ଏହି ମଧୁର ଜଳ ସଂରକ୍ଷଣ ଅଞ୍ଚଳର ଜମିର କିସମ ବଦଲାଯାଇ ଏହାକୁ ସଂରକ୍ଷଣ ଜଙ୍ଗଲ ଘୋଷଣା କରାଯିବାପାଇଁ ପ୍ରସ୍ତୁତି ଚାଲିଛି ।
ସ୍ନାର୍ଟସିଟି ମାନ୍ୟତା ପାଇଥିବା ରାଜଧାନୀ ଭୁବନେଶ୍ଵର ଓ ଆଇକନ୍ ମାନ୍ୟତା ଲାଭ କରିଥିବା ପୁରୀ ସହରରେ ରାସ୍ତାକଡରେ କୁଢ କୁଢ ବର୍ଜ୍ୟ ବସ୍ତୁ, ପ୍ଲାଷ୍ଟିକ୍ – ପଲିଥୀନ ବ୍ୟାଗ ଠିକ୍ ଭାବରେ ସଫା ନ ଆହୋଇ ପଡିରହୁଛି । ପ୍ରଦୂଷଣ ଯୋଗୁ ଲୋକେ ବିଭିନ୍ନ ରୋଗରେ ସଂକ୍ରମିତ ହେଉଛନ୍ତି । ମାଟି, ପାଣି, ପବନ ଆଜି ବହୁ ମାତ୍ରାରେ ପ୍ରଦୂଷିତ । ସମୁଦ୍ର ଓ ମହାକାଶକୁ ମଧ୍ୟ ବର୍ଜ୍ୟବସ୍ତୁ ପ୍ରବେଶ କଲାଣି । କହିବାକୁ ଗଲେ ପ୍ରଦୂଷଣର ବିଷ ବଳୟ ଭିତରେ ଆମେ ବଞ୍ଚିଛୁ । ପ୍ରକୃତିକୁ ଆମେ ଅଣଦେଖା । କରୁଛୁ । ପରିବେଶକୁ ଧ୍ଵଂସାଭିମୁଖୀ କରୁଛୁ । ମଣିଷ ବଞ୍ଚିବା ପାଇଁ ପରିବେଶର ସୁରକ୍ଷା ଆଜି ଏକାନ୍ତ ଜରୁରୀ । ପ୍ରକୃତିକୁ କିଛି ସମୟ ଦେଖିବା ପାଇଁ ସମୟ ବାହାର କରିବା ଦରକାର । କେବେ ଆମେ ଆଉ ଚେଚିବା ? ଚେଚିବା ବେଳକୁ ନେଡି ଗୁଡ କହୁଣୀକୁ ବୋହି ଯାଇଥିବା ଶେଷକୁ କହିବା: ସର୍ବେ ହୋଇଣ ଏକମୁଖ, ବୋଲିବା ନାରାୟଣ ରଖ’ ।
ସଂଗୃହିତ : ମନମୋହନ ମହାନ୍ତି ଭୂବିଜ୍ଞାନ ପ୍ରଫେସର। ,ପୁରୀ
Last Modified : 2/18/2020