অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭିଡିଓ ଆନାଲିଟିକ୍ସ କ୍ଷେତ୍ରରେ ପ୍ରଥମ ଭାରତୀୟ କମ୍ପାନୀ Vidooly ଓ ଏହାର ଓଡିଆ CEO ସୁବ୍ରତ କର

ଭିଡିଓ ଆନାଲିଟିକ୍ସ କ୍ଷେତ୍ରରେ ପ୍ରଥମ ଭାରତୀୟ କମ୍ପାନୀ Vidooly ଓ ଏହାର ଓଡିଆ CEO ସୁବ୍ରତ କର

ସ୍ମାର୍ଟ ଫୋନ ଓ ଇଣ୍ଟରନେଟର ବ୍ୟବହାର

ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ବହୁଳ ପ୍ରସାର ଓ ବ୍ୟବହାର ପରେ ଭାରତୀୟ ବିଜ୍ଞାପନ ବଜାରର କୌଶଳରେ ଅନେକ ପରିବର୍ତ୍ତନ ଆସିଛି। ଏହା ମଧ୍ୟରୁ ସବୁଠାରୁ ବଡ ପରିବର୍ତ୍ତନଟି ହେଲା ନିଜ ପ୍ରଚାର ଭିଡିଓକୁ ଅନଲାଇନ ମାଧ୍ୟମରେ ପ୍ରଚାର କରିବା ଓ ଲୋକପ୍ରିୟ କରିବା। କେବଳ କମ୍ପାନୀମାନେ ନୁହନ୍ତି ବର୍ତ୍ତମାନ ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷ ମଧ୍ୟ ଭିଡିଓ ମାଧ୍ୟମରେ ନିଜ ଟାର୍ଗେଟ ଅଡିଏନ୍ସ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଆଉ ଏହି ପ୍ରୟାସ ଭିଡିଓ ଆନାଲିଟିକ୍ସ କମ୍ପାନୀମାନଙ୍କର କାମ ଓ ବ୍ୟବସାୟକୁ ବହୁ ଗୁଣିତ କରି ପାରିଛି। ଭିଡିଓ ଆନାଲିଟିକ୍ସ କମ୍ପାନୀମାନଙ୍କର କାମ ହେଲା ଅନଲାଇନ ଭିଡିଓ ନିର୍ମାତା, ବିଭିନ୍ନ କମ୍ପାନୀ ଓ ବ୍ରାଣ୍ଡ, ମଲ୍ଟି ଚ୍ୟାନେଲ ନେଟୱର୍କମାନଙ୍କୁ ସଠିକ ଡାଟା ଓ ପରିସଂଖ୍ୟାନ ଯୋଗାଇ ଦେଇ ସେମାନେ କିପରି ନିଜ ଟାର୍ଗେଟ ଅଡିଏନ୍ସ ପାଖରେ ଅଧିକ ପ୍ରଭାବଶାଳୀ ଉପାଯରେ ପହଞ୍ଚି ପାରିବେ ସେ ଦିଗରେ ସାହାଯ୍ୟ କରିବା। ବିଦେଶରେ ଏପରି ଅନେକ କମ୍ପାନୀ ଥିଲେ ମଧ୍ୟ ଭାରତରେ ଏମାନଙ୍କ ସଂଖ୍ୟା ହାତ ଗଣତି। ଆଉ Vidooly ହେଉଛି ଭାରତର ପ୍ରଥମ ଭିଡିଓ ଆନାଲିଟିକ୍ସ କମ୍ପାନୀ। ଖୁସିର କଥା ହେଲା, ଏହାର ସହ ସଂସ୍ଥାପକ ହେଉଛନ୍ତି ଜଣେ ଓଡିଆ। ଯାଜପୁରର ସୁବ୍ରତ କର ନିଜର ଦୁଇ ବନ୍ଧୁ ଅଜୟ ମିଶ୍ର ଓ ନିଶାନ୍ତ ରାଡିଆଙ୍କ ସହ ମିଶି 2014 ମସିହା ନଭେମ୍ବର ମାସରେ Vidooly ଆରମ୍ଭ କରିଥିଲେ।

Vidoolyର ମୂଳଦୁଆ

Vidooly ଆରମ୍ଭ କରିବା ପୂର୍ବରୁ ସୁବ୍ରତ Jabong and Indiamart ଭଳି ସଂସ୍ଥାରେ ପ୍ରଡ଼କ୍ଟ ମ୍ୟାନେଜର ଭାବେ କାମ କରିଥିଲେ। ଅଜୟ ତାଙ୍କର ଜଣେ ଭଲ ବନ୍ଧୁ। ଉଭୟ 10Timesରେ କାମ କରୁଥିବା ବେଳେ ଭେଟିଥିଲେ ନିଶାନ୍ତଙ୍କୁ ଆଉ ମୂଳଦୁଆ ପଡିଥିଲା Vidoolyର। ତିନି ବନ୍ଧୁ ବହୁ ମାସ ଧରି ଏହି ନୂଆ ଆଇଡିଆ ଉପରେ ବିଚାର ବିମର୍ଷ କରିଥିଲେ। ଏହାପରେ ତିନି ଜଣ ଚାକିରି ଛାଡି ନିଜର ଉଦ୍ୟୋଗ Vidooly ଆରମ୍ଭ କଲେ। ନିଜ ଯୋଜନା କୁ ଆଗକୁ ନେବା ପାଇଁ ସେମାନେ ପ୍ରଥମେ TLabs ଠାରୁ ୧୨ ଲକ୍ଷ ତାଙ୍କର ଆର୍ଥିକ ସହାୟତା ନେଇଥିଲେ ଓ ୨୦୧୫ ମସିହାରେ Bessemer Venture Partners କମ୍ପାନୀ ଏହି ସଂସ୍ଥାରେ ଏକ କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିଲା। ବର୍ତ୍ତମାନ Vidoolyର ଭିଡିଓ ଆନାଲିଟିକ୍ସ ସେବାକୁ ଉପଯୋଗ କରୁଛନ୍ତି ୫୦୦୦ରୁ ଅଧିକ ସକ୍ରିୟ Youtube ବ୍ୟବହାରକାରୀ ଓ ୧୦ ଟି ମଲ୍ଟି ଚ୍ୟାନେଲ ନେଟୱର୍କ। ନୋଇଡା ସ୍ଥିତ Vidoolyର ଦପ୍ତରରେ ୩୦ ଜଣ କର୍ମଚାରୀ କାମ କରୁଛନ୍ତି। ଏହା ସହ Vidooly କୁ Nasscom ଭାରତର ୧୦ଟି ଅଭିନବ ଷ୍ଟାର୍ଟଅପ ଭିତରୁ ଗୋଟିଏ ବୋଲି ଘୋଷଣା କରିଛି।

YouTubeରେ ଭିଡିଓ ଅପଲୋଡ

ଆପଣ ଯଦି YouTubeରେ ଭିଡିଓ ଅପଲୋଡ କରିବାକୁ ଚାହୁଁଛନ୍ତି କିମ୍ବା ଆପଣଙ୍କର YouTubeରେ ନିଜସ୍ୱ ଚ୍ୟାନେଲ ରହିଛି ତାହାଲେ Vidoolyର cloud-based tooକୁ ବ୍ୟବହାର କରି ଆପଣ ନିଜ ଭିଡିଓ ଗୁଡିକର ଭିଉ ବଢାଇ ପାରିବା ସହ ଦର୍ଶକ ସଂଖ୍ୟା ମଧ୍ୟ ବୃଦ୍ଧି କରିପାରିବେ। ମଲ୍ଟି ଚ୍ୟାନେଲ ନେଟୱର୍କମାନେ Vidoolyର ଡ୍ୟାସବୋର୍ଡର ବ୍ୟବହାର କରି ଗୋଟିଏ ଜାଗାରୁ ସମ୍ପୂର୍ଣ ବ୍ୟବସାୟକୁ ନିୟନ୍ତ୍ରଣ କରିପାରିବେ। କମ୍ପାନୀ ଓ ବ୍ରାଣ୍ଡ ମାନେ ଏହା ସହାୟତାରେ ଅନଲାଇନ ମାଧ୍ୟମରେ ସେମାନଙ୍କ ପ୍ରଚାର ପ୍ରସାର ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁଛି କି ନାହିଁ ତାହା ଜାଣି ପାରିବା ସହ ଡାଟା ବିଶ୍ଳେଷଣ କରି ନିଜ ପ୍ରଚାର କୌଶଳକୁ ଅଧିକ ଶାଣିତ କରିପାରିବେ। ଏବେ ନିକଟରେ ପ୍ରଖ୍ୟାତ ବଲିଉଡ ଫିଲ୍ମ ନିର୍ମାତା ସୁଭାଷ ଘାଇଙ୍କ Whistling Woods Film School ସହିତ Vidooly ସହବନ୍ଧନ କରିଛି। ଏହା ଫଳରେ ଏହି ସ୍କୁଲର ଛାତ୍ରଛାତ୍ରୀ ମାନେ ଆନାଲିଟିକ୍ସର ବ୍ୟବହାର କରି ଭିଡିଓର ପ୍ରଚାର ପ୍ରସାର ବିଷୟରେ ଅଧିକ ଶିକ୍ଷା ଲାଭ କରିପାରିବେ।

ପିଲାଦିନରୁ ହିଁ ନିଜର ଉଦ୍ୟୋଗ ଖୋଲିବାର ଲକ୍ଷ୍ୟ ଥିଲା ସୁବ୍ରତଙ୍କର। ସବୁଠାରୁ ମଜାଦାର କଥା ହେଲା ନିଜର କମ୍ପାନୀ ଆରମ୍ଭ କରିବା ପୂର୍ବରୁ ନା ସୁବ୍ରତ ନା ତାଙ୍କ ସାଙ୍ଗ ମାନେ କେହି ବି ଭିଡିଓ ଆନାଲିଟିକ୍ସ ସମ୍ପର୍କରେ ବେଶୀ କିଛି ଜାଣିଥିଲେ। ଏଥିପାଇଁ ସେମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା ବୋଲି ସୁବ୍ରତ କୁହନ୍ତି। ୨୦୧୬ ମସିହା ଭିଡିଓ ଆନାଲିଟିକ୍ସ ବ୍ୟବସାୟ ପାଇଁ ଏକ ମହତ୍ଵପୂର୍ଣ ବର୍ଷ ହେବ ବୋଲି ସୁବ୍ରତ କୁହନ୍ତି। ଦ ଭାଇରାଲ ଫିଭର ଓ A.Bର ଲୋକପ୍ରିୟତା ପରେ ଏହି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେଇଛି ଓ ୨୦୧୬ରେ ଏହି କ୍ଷେତ୍ର ଆହୁରି ଆଗକୁ ଯିବ ବୋଲି ସେ ମତ ଦେଇଛନ୍ତି। ବର୍ତ୍ତମାନ ସେ Vidoolyର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ କାର୍ଯ୍ୟରତ।

Vidooly ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ତାଙ୍କର ୱେବସାଇଟ ଚେକ କରନ୍ତୁ।

Aadhar

Team odia

yourstory

Last Modified : 2/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate