ଉପକ୍ରମ

ସ୍ଵାଧିନତାର ପ୍ରାୟ ସତୁରୀ ବର୍ଷ ଟପିଯାଇଥିଲେ ମଧ୍ୟ ଆମ ଦେଶର ଅନେକ ଗ୍ରାମୀଣ ଅଞ୍ଚଳରେ ମୌଳିକ ସ୍ଵାସ୍ଥ୍ୟସେବା ଶିକ୍ଷା, ଯୋଗାଯୋଗ ବ୍ୟବସ୍ଥା ପହଞ୍ଚିପାରିନାହିଁ। ଆମ ରାଜ୍ୟର ଅବସ୍ଥା ଆହୁରି ଖରାପ। ଏବେବି ଓଡ଼ିଶାର ଆଦିବାସୀ ବହୁଳ ଦୂର୍ଗମ ଗାଁଗୁଡିକରେ ଲୋକମାନେ ଦେହ ଖରାପ ହେଲେ କବିରାଜ ପାଖକୁ ଯାଆନ୍ତି ବା ଘରୋଇ ଚିକିତ୍ସା କରନ୍ତି। ଅନେକ କ୍ଷେତ୍ରରେ ରୋଗ ଚିହ୍ନିବା ପାଇଁ କିଛି ସାଧନ ନାହିଁ , ସାଧନ ଥିଲେ ସମ୍ବଳ ନାହିଁ।

ଗ୍ରାମୀଣ ହେଲଥକେୟାର

ଏପରି ଲୋକମାନଙ୍କ ପାଇଁ ସହାୟତାର ହାତ ବଢାଇଛି ଗ୍ରାମୀଣ ହେଲଥକେୟାର ନାମକ ସଂସ୍ଥା। ଏହି ସଂସ୍ଥାର ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଖକୁ ସ୍ଵାସ୍ଥ୍ୟସେବା ପହଞ୍ଚାଇବା। ନିଜର ଏହି ଲକ୍ଷ୍ୟ ହାସଲ ପାଇଁ ସଂସ୍ଥା ଅତ୍ୟାଧୁନିକ ସୂଚନାପ୍ରଯୁକ୍ତି ଓ ଯୋଗାଯୋଗ ବ୍ୟବସ୍ଥାର ବ୍ୟାପକ ଉପଯୋଗ କରୁଛି। ଦେଶର ପ୍ରମୁଖ ଟେଲିକମ ସେବା ଯୋଗାଣକାରୀ ଓ ହସପିଟାଲ ମାନଙ୍କ ସହ ଯୋଗାଯୋଗ ରକ୍ଷା କରି ଏହି ଟେଲିମେଡିସିନ ସେବା ପ୍ରଦାନ କରାଯାଉଛି। ସଂସ୍ଥା ପକ୍ଷରୁ ନିକଟରେ ଓଡ଼ିଶାର 6ଟି ଜିଲ୍ଲାରେ ଏହି ସେବା ଆରମ୍ଭ କରାଯାଇଛି ଏଥିପାଇଁ ମୋବାଇଲ ସେବା ପ୍ରଦାନକାରୀ କମ୍ପାନି ଏୟାରସେଲ୍ ସହଯୋଗରେ ଆରମ୍ଭ କରାଯାଇଛି ଗ୍ରାମୀଣ ହେଲଥକେୟାର ଲାଇନ୍। ଏହି 6ଟି ଜିଲ୍ଲା ହେଲେ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଏବଂ ଖୋର୍ଦ୍ଧା।

ମେଡିକାଲ୍ ଆବଶ୍ୟକତା ଉପଲବ୍ଧ

ରାଜ୍ୟରେ ପ୍ରଥମ କରି ଆରମ୍ଭ ହୋଇଥିବା ଏହି ସେବା ଜନସାଧାରଣଙ୍କୁ ସେମାନଙ୍କର ମୋବାଇଲ୍ ଫୋନ୍ ମାଧ୍ୟମରେ ଅତି ସହଜରେ ମେଡିକାଲ୍ ଆବଶ୍ୟକତା ଉପଲବ୍ଧ କରାଇବ। ଏହି ସେବା ଅସଂଖ୍ୟ ଜନତାଙ୍କୁ ସହଜରେ ଉପଲବ୍ଧ କରିହେଉଥିବା ବିସ୍ତୃତ ନେଟୱର୍କ ମାଧ୍ୟମରେ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ଡୋମେନ୍ ପ୍ରଣାଳୀ ସହିତ ସଂଯୋଗ କରାଇ ସାଧାରଣ ଜନସାଧାରଣଙ୍କର ପାଇଁ ଅପହଞ୍ଚ ହେଉଥିବା ସ୍ଵାସ୍ଥ୍ୟ ସମ୍ପର୍କିତ ସେବା, ଶ୍ରେଷ୍ଠ ଚିକିତ୍ସା ଏବଂ ଅଭିଜ୍ଞ ଡାକ୍ତରଙ୍କର ସହାୟତା ଉପଲବ୍ଧ କରାଇ ଜନସାଧାରଣଙ୍କର ଅର୍ଥ ତଥା ସମୟ ବଞ୍ଚାଇବ। ଏୟାରସେଲ୍ ଗ୍ରାହକ ସର୍ଟ କୋଡ୍ 55557କୁ ଡାଏଲ୍ କରି ମିନିଟ୍ ପିଛା 6ଟଙ୍କା ମୂଲ୍ୟରେ ଏହି ସେବାକୁ ଆକ୍ଟିଭେଟ୍ କରିପାରିବେ।

ଭାରତର 70%ରୁ ଅଧିକ ଜନସଂଖ୍ୟା ବର୍ତ୍ତମାନ ସୁଦ୍ଧା ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବାବେଳେ ସେମାନଙ୍କ ନିକଟରେ ସୀମିତ ହସପିଟାଲ ଏବଂ କ୍ଲିନିକ୍ ସୁବିଧା କିମ୍ବା ଏହି ସୁବିଧା ଅପହଞ୍ଚ ରହିଛି। ଜନସାଧାରଣଙ୍କର ଏହି ସମସ୍ୟାର ନିରାକରଣକୁ ଦୃଷ୍ଟିରେ ରଖି ଏକ ମାତ୍ର ସମାଧାନ ପନ୍ଥା ଭାବରେ ଗ୍ରାମୀଣ ହେଲଥକେୟାର ଲାଇନ୍ ଭଳି ବିକଶିତ ସେବା ସହାୟତାରେ ଜନସାଧାରଣଙ୍କର ପ୍ରାଥମିକ ସ୍ଵାସ୍ଥ୍ୟ ଆବଶ୍ୟକତା ପୂରଣ କରାଯାଇ ପାରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ସେବା ଜନସାଧାରଣଙ୍କୁ ସହଜରେ ପ୍ରଭାବଶାଳୀ ହେଲଥକେୟାର, ଉପଯୁକ୍ତ ପରାମର୍ଶ ସହଜରେ ଏବଂ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଉପଲବ୍ଧ କରାଇବାକୁ ସକ୍ଷମ ହେବ।

ଆଧାର: Tapan moharana (freelancer journalist)