অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଷ୍ଟରକ୍ୟାଣ୍ଟିନ୍ ହେବ ସ୍ମାର୍ଟ ଏରିଆ

ମାଷ୍ଟରକ୍ୟାଣ୍ଟିନ୍ ହେବ ସ୍ମାର୍ଟ ଏରିଆ

ଉପକ୍ରମ

ମାଷ୍ଟରକ୍ୟାଣ୍ଟିନ୍ ହେବ ସ୍ମାର୍ଟ ଏରିଆ । ଏହାର ପାରିପାଶ୍ୱର୍ର ଚେହେରା ବଦଳିଯିବ । ଆସନ୍ତା ୫ବର୍ଷ ମଧ୍ୟରେ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳକୁ ସମ୍ପୂର୍ଣ୍ଣ ସ୍ମାର୍ଟ ସିଟି କରିବାକୁ ଯୋଜନା ପ୍ରସ୍ତୁତ କରିବ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ସ୍ମାର୍ଟ ଏରିଆ ବାଛିବାକୁ ବିଏମ୍ସି ଲୋକଙ୍କୁ ନେଇ ଭୋଟିଂ କରିଥିଲା । ଏହି ଭୋଟିଂରେ ବିଏମ୍ସି କରିଥିବା ୭ଟି ଜିଲ୍ଲା ମଧ୍ୟରୁ ମାଷ୍ଟରକ୍ୟାଣ୍ଟିନ୍ ବା କେନ୍ଦ୍ରୀୟ ବ୍ୟବସାୟ ଜିଲ୍ଲାକୁ ସର୍ବାଧିକ ଭୋଟ୍ ମିଳିଛି । ଏହି ଅଞ୍ଚଳକୁ ଅତ୍ୟାଧୁନିକ ରୂପ ଦେବାକୁ ବିଏମ୍ସି ନିଷ୍ପତ୍ତି ନେଇଛି । ଏହାର ଡିପିଆର୍ ପ୍ରସ୍ତୁତ କରି ସ୍ମାର୍ଟ ସିଟି ଚୂଡାନ୍ତ ରିପୋର୍ଟକୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ଦିଆଯିବ ବୋଲି ବିଏମ୍ସି କମିଶନର ଡ.କ୍ରିଷନ କୁମାର କହିଛନ୍ତି । ଦେଶର ୯୮ଟି ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଛି ଭୁବନେଶ୍ୱର । ଏବେ ଟପ୍-୨୦ ରେସରେ ଦୌଡୁଛି । ତେବେ ସହର ସ୍ମାର୍ଟ ସିଟି ହେଲେ ନିର୍ଦ୍ଧିଷ୍ଟ ଏକ ଅଞ୍ଚଳକୁ ମଡେଲ ଭାବେ ନେଇ ପ୍ରଥମେ ବିକାଶ କରାଯିବ । ପରେ ଏହି ମଡେଲ ଅଞ୍ଚଳ ଆଧାରରେ ପୂରା ସହରକୁ ସ୍ମାର୍ଟ କରାଯିବ । ଏଥିପାଇଁ ଏହି ମଡେଲ ଅଞ୍ଚଳ ବାଛିବାକୁ ବିଏମ୍ସି ଏକ ସ୍ମାର୍ଟ ସିଟି ଭୋଟିଂ କରିଥିଲା । ଭୋଟିଂରେ ମୋଟ ୨ଲକ୍ଷ ୭୫ହଜାର ଲୋକ ମତ ଦେଇଥିଲେ । ଭୋଟିଂରେ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳ ସବୁଠୁ ଅଧିକ ଭୋଟ୍ ପାଇଁ ପ୍ରଥମ ହୋଇଛି । ଏଥିପାଇଁ ଏହାକୁ ପ୍ରଥମେ ମଡେଲ ଅଞ୍ଚଳ କରିବାକୁ ଯୋଜନା ହୋଇଛି ।

ସ୍ମାର୍ଟ ମଡେଲ

ମାଷ୍ଟରକ୍ୟାଣ୍ଟିନକୁ ସ୍ମାର୍ଟ ମଡେଲ ଅଞ୍ଚଳ କରିବାକୁ ଦାୟିତ୍ୱରେ ଥିବା କନସଲ୍ଟାନ୍ସି ସଂସ୍ଥାମାନେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳ ଟାଉନ୍ ସେଣ୍ଟର ହେବ । ଟାଉନସେଣ୍ଟର ବାର୍ସିଲୋନା ସହର ଢାଞ୍ଚାରେ ଗଢାଯିବ । ମାଷ୍ଟରକ୍ୟାଣ୍ଟିନ୍ ଆଖପାଖର ପ୍ରାୟ ୬୭୦ଏକର ଅଞ୍ଚଳ ବିକାଶ କରାଯିବ । ଏଥିପାଇଁ ପୂରା ଅଞ୍ଚଳର ମ୍ୟାପ୍ ପ୍ରସ୍ତୁତ କରିଛି ଟେକନିକାଲ୍ କମିଟି । ପ୍ରସ୍ତାବିତ ଟାଉନ୍ ସେଣ୍ଟରର ମଝିରେ ରହିବ ମାଷ୍ଟରକ୍ୟାଣ୍ଟିନ୍ । ପୂର୍ବରେ ଜନପଥ ଓ ପଶ୍ଚିମରେ ରେଳ ଧାରଣା ପାଖ ଅଞ୍ଚଳ ରହିବ । ସେହିପରି ମହର୍ଷି କଲେଜରୁ ବମିଖାଲ ଲେବୁଲ କ୍ରସିଂ ଦେଇ ଆଇଡିବିଆଇ ଛକ ଅଞ୍ଚଳ ଏହି କେନ୍ଦ୍ରର ଉତ୍ତରରେ ରହିବ । ଏହାର ଦକ୍ଷିଣରେ ଉଦ୍ୟାନ ମାର୍ଗ ଏରିଆ ଅଛି । କ୍ୟାପିଟାଲ ହସ୍ପିଟାଲରୁ ଶିଶୁ ଭବନ ଛକ, ରାଜମହଲ ଛକ, ଅଶୋକ ନଗର ମାର୍କେଟ ଅଞ୍ଚଳ, ଭୁବନେଶ୍ୱର ରେଳ ଷ୍ଟେସନ,ସିଟି ବସଷ୍ଟାଣ୍ଡ, ମାଷ୍ଟରକ୍ୟାଣ୍ଟିନ୍ ଛକ, ରାମମନ୍ଦିର ଛକ, ରୂପାଲି ଛକ ଓ ଏହାର କିଛି ପାଖ ଅଞ୍ଚଳ ଉପରେ ଏହି ଅତ୍ୟାଧୁନିକ ଟାଉନ୍ ସେଣ୍ଟର ଠିଆ ହେବ । ଏହି ଅଞ୍ଚଳରେ ଥିବା ମୋଟ ୬୭୦ ଏକର ଜାଗା ଉପରେ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯିବ । ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ସାଇକେଲ ଟ୍ରାକକୁ ନେଇ ଅତ୍ୟାଧୁନିକ ଟେକ୍ନୋଲୋଜି ପର୍ଯ୍ୟନ୍ତ ସବୁ ସୁବିଧା ରହିବ । ଫଳରେ ଲୋକେ ଗୋଟିଏ ଜାଗାରେ ଲୋକେ ସବୁ ସୁବିଧା ପାଇପାରିବେ । ରେଳ ଷ୍ଟେସନକୁ ଟ୍ରାନ୍ସପୋର୍ଟେସନ୍ ହବ୍ ଭାବେ ଗଢାଯିବ । ଏଠାରେ ସାଇକେଲ ଟ୍ରାକ୍, ସୁବ୍ୟବସ୍ଥିତ ରାସ୍ତା, ଅତ୍ୟାଧୁନିକ ପବ୍ଲିକ୍ ଟ୍ରାନ୍ସପୋର୍ଟ ସୁବିଧା ଓ ଫୁଟ୍ ଓଭରବ୍ରିଜ୍ ଭଳି ବହୁମୁଖୀ ସହରୀ ଯୋଗାଯୋଗ ସୁବିଧା ରହିବ।

ସେହିପରି ଅଶୋକ ନଗର ଓ ମାଷ୍ଟରକ୍ୟାଣ୍ଟିନ୍ ଛକର ଆହୁରି ବିକାଶ କରାଯିବ । ଏଠାରେ କମର୍ସିଆଲ୍ ଓ ଅଫିସ କମ୍ପ୍ଲେକ୍ସ, ବହୁତଳ ପାର୍କିଂର ବିକାଶ କରାଯିବ । ଏଠାରେ ଟ୍ରାନ୍ଜିଟ୍ ଓରିଏଣ୍ଟେଡ୍ ଡେଭଲପ୍ମେଣ୍ଟ(ଟିଓଡି) ବ୍ୟବସ୍ଥା ହେବ । ସେହିପରି ଜନପଥକୁ ହାଇଷ୍ଟ୍ରିଟ୍ କରାଯିବ । ଲୋକେ ପାଦରେ ଚାଲି ସପିଂ ଓ ଯାତାୟତ କରିବା ଭଳି ସୁବିଧା ଉପଲବ୍ଧ ରହିବ । ପ୍ରସ୍ତାବିତ ଲେକ୍ ଜୋନ୍ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏଥିରେ ବୋଟିଂ, ସ୍ୱିମିଂ ଓ ବିଭିନ୍ନ ଜଳକ୍ରୀଡା ସୁବିଧା ରଖିବାକୁ ପ୍ଲାନ୍ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳକୁ ଏମିତି ଭାବେ ବିଶ୍ୱସ୍ତରୀୟ କରିବାକୁ ବିଏମ୍ସି ଯୋଜନା କରିଛି ।

ଆଧାର

Smrutiranjan biswal (freelancer journalist)

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate