অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜଧାନୀରେ ଗେମିଂ ଜୋନ୍ ଖୋଲିଲେ ତିନି ବନ୍ଧୁ ଅଙ୍କିତା, ସମ୍ପଦ ଓ ସମ୍ରାଟ

ରାଜଧାନୀରେ ଗେମିଂ ଜୋନ୍ ଖୋଲିଲେ ତିନି ବନ୍ଧୁ ଅଙ୍କିତା, ସମ୍ପଦ ଓ ସମ୍ରାଟ

ଉପକ୍ରମ

ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ବି.ଟେକ୍ ପଢିଲେ । ହେଲେ ଚାକିରୀ ପଛରେ ଧାଇଁଲେନି । ନିଜେ ନିଜ ଗୋଡ଼ରେ ଛିଡା ହେବାକୁ ନିଷ୍ପତ୍ତି ନେଲେ ଅଙ୍କିତା । ଆରମ୍ଭ କଲେ ନିଜର ଗେମିଂ ଜୋନ୍, ପୁଲ୍ ପାର୍ଲର ଓ କାଫେ ‘ଲେଟସ୍ ଗୋ ବନାନା’(Let's Go Bananas)। ରାଜଧାନୀର ପ୍ରଥମ ନ ହେଲେ ବି ଏମିତି ଏକ ନିଆରା ଗେମ୍ ଜୋନ୍ କରିବାକୁ ସାହସ ଜୁଟାଇ ଆଗକୁ ବଢିଲେ ଓ ସଫଳ ହେଲେ । ଏଥିପାଇଁ ଏହି କ୍ଷେତ୍ରରେ ଆଜି ଜଣେ ସଫଳ ଉଦ୍ୟୋଗୀ ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରି ପାରିଛନ୍ତି ।

ଲେଟସ୍ ଗୋ ବନାନା’ର ପରିକଳ୍ପନା

ଅଙ୍କିତା ପଟ୍ଟନାୟକ ଭୁବନେଶ୍ୱରର ବାସିନ୍ଦା । କୋଣାର୍କ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିରୁ ବି.ଟେକ୍ ପାସ୍ କରିବା ପରେ ସେ ସ୍ୱାବଲମ୍ବୀ ହେବାକୁ ଚିନ୍ତା କଲେ । ଏଥିପାଇଁ ୨୦୧୫ରେ ସେ ନିଜର ଦୁଇ ବନ୍ଧୁଙ୍କ ସହ ମିଶି ସେ ଭୁବନେଶ୍ୱରରେ ଏକ ନୂଆ ଚିନ୍ତାଧାରା କନସୋଲ୍ ଗେମିଂ ଆରମ୍ଭ କରିବାକୁ ଯୋଜନା କଲେ । ରବି ଟକିଜ୍ ଛକରେ ପ୍ରାୟ ୩୫୦୦ ବର୍ଗଫୁଟ ଜାଗାରେ ସେ ତାଙ୍କର ଗେମ୍ ଜୋନ୍ ‘ଲେଟସ୍ ଗୋ ବନାନା’ ଖୋଲିଲେ। ଏଥିରେ ପୁଲ୍ ଆଣ୍ଡ ଡାର୍ଟ ଲିଜର ଗେମ୍, ପୁଲ୍ ପାର୍ଲର ବା ବିଲିୟାର୍ଡସ୍, ୫୫ ଇଞ୍ଚର ଏଚ୍ ଡି ଟିଭି ସ୍କ୍ରିନ୍ ରେ କିକାସ୍ ଗେମ୍, ଡାର୍ଟ ବୋର୍ଡ, ବିଭିନ୍ନ କାଜୁଆଲ ଗେମିଂ ଓ ପିଲାଙ୍କ ପାଇଁ ଭିଡିଓ ଗେମ୍ ଭଳି ବିଭିନ୍ନ ଆଡଭାନ୍ସ ଗେମିଂ ବ୍ୟବସ୍ଥା କରିଛନ୍ତି । ବିଶେଷ କରି ଯୁବବର୍ଗ ଓ ପିଲାଙ୍କ ଖେଳିବା ପାଇଁ ବହୁ ଇନଡୋର ଗେମ୍ ସୁବିଧା ରହିଛି ।

କଲେଜରେ ବି.ଟେକ୍ ସରିବା ପରେ କିଛି ରୋଜଗାର କରିବାକୁ ଭାବିଲି । ହେଲେ ଚାକିରୀ କରିବାକୁ ଇଚ୍ଛା ନଥିଲା । ଏଥିପାଇଁ କିଛି ବିଜନେସ୍ କରିବାକୁ ମନକୁ ଆସିଲା । ଦୁଇ ବନ୍ଧୁ ସମ୍ପଦ ମିଶ୍ର ଓ ସମ୍ରାଟ ମଜୁମଦାର୍ ଏକ ଗେମିଂ ଜୋନ୍ କରିବାକୁ ମୋତେ ପ୍ରସ୍ତାବ ଦେଲେ। ମୋତେ ବି ଏହି ଯୋଜନା ଭଲ ଲାଗିଲା । ତା ପରେ ତିନି ଜଣ ମିଶି ଗେମିଂ ଜୋନ୍ ଲେଟସ୍ ଗୋ ବନାନା ଖୋଲିଲୁ । ପ୍ରାୟ ୩୦ ଲକ୍ଷ ଖର୍ଚ୍ଚ କଲୁ।

ଏବେ ଏଠାରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗଙ୍କ ପାଇଁ ବହୁତ ସାରା ଖେଳ ରହିଛି । ଅଧିକ ସଂଖ୍ୟାରେ ମହିଳା ବି ଏଠାକୁ ଖେଳିବାକୁ ଆସୁଛନ୍ତି । କଲେଜ ଓ ଆଇଟି ଛାତ୍ରଛାତ୍ରୀମାନେ ମଧ୍ୟ ଏଠାକୁ ଆସି ବିଭିନ୍ନ କନସୋଲ୍ ଗେମ୍ ଖେଳିବାକୁ ବେଶି ପସନ୍ଦ କରୁଛନ୍ତି । ପୁଲ୍ ଟେବୁଲ ପାଇଁ ଘଣ୍ଟାକୁ ୧୫୦ ଟଙ୍କା ଓ କନସୋଲ୍ ଗେମ୍ ଖେଳିବା ପାଇଁ ଘଣ୍ଟାକୁ ୨୦୦ ଟଙ୍କା ଚାର୍ଜ ରଖିଛୁ ।

ଖାଲି ଖେଳ ନୁହେଁ ଖଟି କରିବା ପାଇଁ ବି ଏଠାରେ ବ୍ୟବସ୍ଥା ରହିଛି । ଏଥିପାଇଁ ସ୍ୱତନ୍ତ୍ର ଲାଉଞ୍ଜ ରଖାଯାଇଛି । ଲୋକଙ୍କ ମନୋରଞ୍ଜନ ପାଇଁ ଏହି ଲାଉଞ୍ଜରେ ବଡ ଏଚ୍ ଡି ଟିଭି ଲାଗିଛି । ଟିଭିରେ କ୍ରିକେଟ୍, ହକି, ଫୁଟବଲ୍, WWE , UFS ଭଳି ବିଭିନ୍ନ ଖେଳର ଲାଇଭ୍ ସୋ ପ୍ରଦର୍ଶିତ ହେଉଛି। ଲୋକଙ୍କର ପସନ୍ଦର ଟିଭି ଓ ରିଅଲଟି ଶୋ'ର ଏପିସୋଡ ବି ଚାଲୁଛି । ଲୋକେ ଏଠାରେ ବସି ଟିଭି ଓ ସ୍ପୋର୍ଟସ୍ ଶୋ'ର ମଜା ଉଠାଇବା ସହ ଏଠାରେ ଥିବା କାଫେରେ ବସି ମସ୍ତି କରୁଛନ୍ତି ।

ଭବିଷ୍ୟତ ପାଇଁ କିଛି

ଅଙ୍କିତା କୁହନ୍ତି, ଇନ୍ ଡୋର ଗେମିଂ ପ୍ରତି ବର୍ତ୍ତମାନ ସମୟରେ ଚାହିଦା ବଡୁଛି । ବେଶି ଯୁବପିଢି ଏ ଆଡକୁ ଆକର୍ଷିତ ହେଉଛନ୍ତି । ଲୋକେ ବ୍ୟସ୍ତତା ଭିତରୁ ବାହାରି କେଉଁଠି ଟିକେ ହାଲୁକା ହେବାକୁ ଚାହୁଁଛନ୍ତି । ଆଉ ଏହି ଗେମିଂ ଜୋନ୍ କୁ ଆସି ସେମାନେ ଖେଳକୁଦ କରି ମଜାମସ୍ତି କରୁଛନ୍ତି । ବଡ ବଡ ସହରରେ ଗେମିଂ ଜୋନ୍ ର ବହୁ ଚାହିଦା ରହିଛି । ଭୁବନେଶ୍ୱରରେ ବହୁତ କମ୍ ଗେମିଂ ଜୋନ୍ ଥିବାରୁ ସେ ଏ ଦିଗରେ ପୁଞ୍ଜି ନିବେଶ କରିବାକୁ ମନ ବଳାଇଲି । ଆଗକୁ ସହରର ଅନ୍ୟ ସ୍ଥାନରେ ଗେମିଂ ଜୋନ୍ ଖୋଲିବାକୁ ଯୋଜନା ରହିଛି । ଏହାସହ ଏବେ ଥିବା ଗେମିଂ ଜୋନ୍ ରେ ଆହୁରି ଅଧିକ ଖେଳ ବ୍ୟବସ୍ଥା କରିବାକୁ ମଧ୍ୟ ଲକ୍ଷ୍ୟ ଅଛି ବୋଲି ଅଙ୍କିତା କୁହନ୍ତି ।

ଆଧାର - Smrutiranjan Biswal (freelancer journalist)

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate