অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସହାୟତା କରିବ ଅନଲାଇନ୍ କ୍ୟାଲେଣ୍ଡର

ଅନଲାଇନ୍ କ୍ୟାଲେଣ୍ଡ

ପ୍ରତିଦିନ ଛୋଟବଡ କାର୍ଯ୍ୟକ୍ରମ, କାମ ସାକ୍ଷାତ କରିବା ପ୍ରସଙ୍ଗ ଆଦି ବ୍ୟସ୍ତତା ଭିତରେ ମନେରଖିବା ଖୁବ୍ କଷ୍ଟକର  । ଏ କ୍ଷେତ୍ରରେ ଅନଲାଇନ୍ କ୍ୟାଲେଣ୍ଡର ବେଶ୍ ଉପଯୋଗୀ  । ଏହା ସହାୟତାରେ ରିମାଇଣ୍ଡର ସେଟ କରି ସାରାଦିନର କାର୍ଯ୍ୟ ଯୋଜନାବଦ୍ଧ ଭାବେ କରିପାରିବେ  । ଏପରି ୫ଟି ଅନଲାଇନ୍ କ୍ୟାଲେଣ୍ଡର ସମ୍ପର୍କରେ  -

ଗୁଗଲ୍ କ୍ୟାଲେଣ୍ଡର

ଏହାର ସବୁଠାରୁ ବଡ ବିଶେଷତ୍ଵ ହେଲା ଜି-ମେଲ୍ ତଥା ଅନ୍ୟ ଗୁଗଲ୍ ପ୍ରଡ଼କ୍ଟ  ସହିତ ସଂଯୁକ୍ତ ହୋଇ ରହିବା  । ଏଥିରେ ଆପଏଣ୍ଟମେଣ୍ଟ, ମିଟିଂ ଏବଂ କାର୍ଯ୍ୟକ୍ରମଗୁଡିକୁ ତାରିଖ ଓ ସମୟ ସହିତ ସେଭ୍ କରିହୁଏ  । ଆପଣଙ୍କ କାମ ଏବଂ  ବ୍ୟକ୍ତିଗତ କ୍ୟାଲେଣ୍ଡରକୁ ମଧ୍ୟ ଏହା ସପୋର୍ଟ କରେ  । ଜି-ମେଲ୍ ରୁ  ଆପଏଣ୍ଟମେଣ୍ଟ ସେୟାର କରିବାର ସୁବିଧା ବି ଏଠାରେ ଅଛି  । ଏହା ସହିତ କରିବାକୁ ଥିବା କାମ ବା ‘ଟୁ ଡୁ ଲିଷ୍ଟ’ ଆପସ ଏବଂ ବୁକିଂ ଟୁଲ୍ ସ ଏଥିରେ କାମ କରେ  । ଆଣ୍ଡ୍ରଏଡ ଡିଭାଇସରେ ସହଜରେ କମ କରିଥାଏ ଗୁଗଲ୍ କ୍ୟାଲେଣ୍ଡର  ।

କୋଜି କ୍ୟାଲେଣ୍ଡର

ଏହା ଏପରି ଏକ ଅନଲାଇନ୍ କ୍ୟାଲେଣ୍ଡର ଯାହା ପାରିବାରିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଥିଲେ ବି ବ୍ୟବସାୟ ଲାଗି ଆବଶ୍ୟକ ବିଭିନ୍ନ କାମ ଟ୍ରାକ କରିବାରେ ସହାୟକ ହୋଇଥାଏ  । ଏଥିରେ ପରିବାରର ପ୍ରତ୍ୟକ ସଦସ୍ୟ ନିଜନିଜ କ୍ୟାଲେଣ୍ଡର କରିପାରନ୍ତି ଏବଂ ସବୁକୁ ମିଶାଇ ଗୋଟିଏ କ୍ୟାଲେଣ୍ଡରରେ ପରିଣତ କରିହୁଏ  । ଫଳରେ ସମସ୍ତେ ସମସ୍ତଙ୍କ କାର୍ଯ୍ୟକ୍ରମ ଏହା ମାଧ୍ୟମରେ ଜାଣିପାରିବେ  । ସପିଙ୍ଗ ତାଲିକା, ରୋଷେଇ ପ୍ରଣାଳୀ, ପାରିବାରିକ କ୍ୟାଲେଣ୍ଡର ଏବଂ ଟୁ ଡୁ ଲିଷ୍ଟ ଆଦି ସହାୟତାରେ କାମ, ଖେଳ, ଛୁଟିଦିନ ଏପରିକି ସଉଦା ତାଲିକାର ପ୍ରସ୍ତୁତୁ ଭଲ ଭାବେ କରିହୋଇଥାଏ  ।

ଜୋହୋ କ୍ୟାଲେଣ୍ଡର

ଏହା ମଧ୍ୟ ଗୁଗଲ୍ ଏବଂ କୋଜି କ୍ୟାଲେଣ୍ଡର ପରି କେତେକ ବିଶେଷ ବ୍ୟବସ୍ଥାଯୁକ୍ତ  । ଗ୍ରୁପ କ୍ୟାଲେଣ୍ଡର ଓ ସେୟାରିଂ ଫିଚର ଏଥିରେ ରହିଛି  । ଯେ କୌଣସି ୱେବସାଇଟ ସହ ଏହାକୁ ଯୋଡାଯାଇପାରେ  ଏବଂ ମତାମତ ଜାଣିବାର ସୁବିଧା ରହିଛି  । ଏଥିରେ ମଧ୍ୟ ଟାଇମ୍ ଜୋନ୍ ବଦଳାଇ ପାରିବେ  ।

ଥାର୍ଟି ବକ୍ ସେସ : ବ୍ୟବହାର କୌଶଳ ଖୁବ୍ ସାଧାରଣ ହୋଇଥିବାରୁ ଏହା ବେଶ୍ ଲୋକପ୍ରିୟ ହୋଇପାରିଛି  । କ୍ୟାଲେଣ୍ଡରର ସମସ୍ତ ବ୍ୟବସ୍ଥା ସହିତ ନିଜ ଭାଷାରେ ତଥ୍ୟ ଲେଖିବାର ସୁବିଧା ଏଥିରେ ଅଛି  । ସୋସିଆଲ ମିଡିଆ ଅପ୍ ଡେଟ୍ କରିବା ସହିତ ବ୍ଲଗ ପୋଷ୍ଟ ଆଦି କାମ ବି ଏହି କ୍ୟାଲେଣ୍ଡରରୁ କାମ କରିପାରିବେ  ।

ମାଇଁ ମେମୋରାଇଜର

ରିମାଇଣ୍ଡରର ସତର୍କ ଘଣ୍ଟିରୁ ମୁକ୍ତି ଚାହୁଁଥିଲେ ମାଇଁ ମେମୋରାଇଜର ଆପଣଙ୍କ ପାଇଁ ଭଲ ବିକଳ୍ପ  । ଏହା କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇବା ଲାଗି ଇ-ମେଲ୍ କିମ୍ବା ଟେକ୍ସଟ ମେସେଜ୍ ପଠାଇଥାଏ  । ବ୍ୟବହାର କରିବା ଖୁବ୍ ସହଜ  । ନିଜ ଆକାଉଣ୍ଟରେ ନିଜର ଇ-ମେଲ୍ କିମ୍ବା ମୋବାଇଲ ନମ୍ବର, ଏପରିକି ଦୁଇଟିଯାକ ସଂଯୁକ୍ତ କରିଦେଲେ କୌଣସି କାର୍ଯ୍ୟକ୍ରମର ସୂଚନା ଲାଗି ରିମାଇଣ୍ଡର ମେସେଜ ମିଳିଯାଇପାରିବ  ।

ଆଧାର –ୱେବ  ସୂଚନା  ବ୍ୟୁର 

Last Modified : 6/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate