ଇ-କମର୍ସର ଖେଳରେ ଆଗଧାଡ଼ିରେ ରହିବା ସହ ନିଜେ ଦେଉଥିବା ସୁବିଧାର ତାଲିକାକୁ ଆଉ ଲମ୍ବାକରିବାକୁ Flipkart ଏବେ ନୂଆ କରି Fliptech ବୋଲି ଏକ ପ୍ରଡ଼କ୍ଟ ଗାଇଡ ଯୋଡିଛି। ଏହା ସାହାଯ୍ୟରେ ଉପଭୋକ୍ତା ମାନେ ମିଳୁଥିବା ଅନେକ ଉତ୍ପାଦ ମଧ୍ୟରେ ଉପଯୁକ୍ତ ଚୟନ କରିପାରିବେ।
Fliptech ସବୁ ଶ୍ରେଣୀର ଉତ୍ପାଦ ମାନଙ୍କ ସମ୍ପର୍କରେ (ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ, ମୋବାଇଲ ଓ ଘରକରଣା ଇତ୍ୟାଦି) ତଥ୍ୟ ଯୋଗାଉଛି।
Fliptech ଏକ ସମ୍ପୂର୍ଣ୍ଣ ଗ୍ୟାଜେଟ ଗାଇଡ ଯାହାକି ବଜାରରେ ଆସିଥିବା ସମସ୍ତ ନବୀନତମ ଉତ୍ପାଦ (କ୍ୟାମେରା ଠାରୁ ଆରମ୍ଭ କରି ଲାପଟପ ଯାଏଁ) ସମ୍ପର୍କରେ ବିବରଣୀ ଦେଇଥାଏ। ଏହି ନୂତନ ଫିଚର ସହିତ ଗ୍ରାହକ ମାନେ କିଛି ଗୋଟିଏ ଜିନିଷ ଖୋଜିବା ସମୟରେ ସେହି ଜିନିଷକୁ ନେଇ ସୁପାରିଶ ସହ ସେଦିନର ବେଷ୍ଟ ବାଏ ମଧ୍ୟ ଦେଖିପାରିବେ। ଏହି ନୂଆ ଫିଚର ଯୋଡ଼ିବା ପଛରେ Flipkartର ଲକ୍ଷ୍ୟ ହେଉଛି ଗ୍ରାହକଙ୍କୁ ତାଙ୍କର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଜିନିଷଟିଏ ଖୋଜି ପାଇବାରେ ସାହାଯ୍ୟ କରିବା ଓ ସାଧାରଣତଃ ଦାମିକା ଜିନିଷ କିଣିବା ପୂର୍ବରୁ ଥତମତ ହେଉଥିବା ଗ୍ରାହକକୁ ଉପଯୁକ୍ତ ପରାମର୍ଶ ଦେବା ସହ ଅନଲାଇନ କିଣିବାକୁ ବେଶୀ ଲୋକପ୍ରିୟ କରାଇବା।
ଏହା ସହ ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରକାର ରୁଚିକୁ ନେଇ ଥିବା ବିଭିନ୍ନ ଜିନିଷ ସହ ଯୋଡ଼ିବା ପାଇଁ Flipkart ଏବେ ‘Hobby Hub’ ନାମରେ ଆଉ ଏକ ଫିଚର ଆରମ୍ଭ କରିଛି। ଏହା ଦ୍ଵାରା ଗ୍ରାହକ ମାନେ ତାଙ୍କ ରୁଚି, ଆଗ୍ରହ ଓ ପସନ୍ଦ ସମ୍ପର୍କରେ ଅଧିକ ଜାଣିପାରିବେ ଓ ସେହି ହିସାବରେ ଜିନିଷ ଦେଖି କିଣିପାରିବେ।
ଗ୍ରାହକ ଅନୁକୂଳ Hobby Hub ଗ୍ରାହକ ମାନଙ୍କୁ ନିଜ ନିଜର ପସନ୍ଦ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ସହ ତା’ ସମ୍ପର୍କୀୟ ମିଳୁଥିବା ଜିନିଷ ଗୁଡିକ ବିଷୟରେ ତଥ୍ୟ ଦେବାରେ ସହାୟକ ହେଇଥାଏ। ଯେମିତିକି ଯଦି ଆପଣଙ୍କର ପସନ୍ଦ ଫୋଟୋଗ୍ରାଫି ହେଇଥାଏ ତା’ହେଲେ Hobby Hub ଫୋଟୋଗ୍ରାଫିର ବିଭିନ୍ନ ଦିଗ ସମ୍ପର୍କରେ ଜଣାଇଥାଏ ଯେପରିକି – ବନ୍ୟ ଜୀବନ , ଖାଦ୍ୟ, ପ୍ରକୃତି, ମଣିଷ ଇତ୍ୟାଦି ଇତ୍ୟାଦି। ଏହା ଗ୍ରାହକର ପସନ୍ଦ ଅନୁଯାୟୀ କିଣାକିଣି ପ୍ରକ୍ରିୟାକୁ ସରଳ କରି ତାଙ୍କୁ ସିଧାସଳଖ ସେପରି ଜିନିଷ ଦେଖାଏ ଓ ସେଦିନର ବେଷ୍ଟ ଡିଲ ସମ୍ପର୍କରେ ଜଣାଇଥାଏ। Fliptech ଆଉ Hobby Hub ବର୍ତ୍ତମାନ ଆଣ୍ଡ୍ରୋଏଡ ଓ iOS ର ଆପ ଓ ୱେବସାଇଟରେ ଉପଲବ୍ଧ।
ବିନି ବଂଶଲ Flipkartର ସିଇଓ ଭାବେ ଦାୟିତ୍ଵ ନେବା ପରେ ଅନେକ ଗୁଡିଏ ପରିବର୍ତ୍ତନ ଆଣିଛନ୍ତି। ଇ-କମର୍ସ ବ୍ୟବସାୟ ଯାହାକି ମୁଖ୍ୟତଃ ଗ୍ରାହକ ମାନଙ୍କୁ ବଡ ଧରଣର ରିହାତି ଓ ଆକର୍ଷଣୀୟ ଅଫର ମାଧ୍ୟମରେ ଟାଣିବାକୁ ଚେଷ୍ଟା କରିଥାଏ। Flipkart ନିଜର ପରିବହନ ବ୍ୟବସ୍ଥାକୁ ମଧ୍ୟ ଶକ୍ତିଶାଳୀ କରିଛି ଏବଂ ଏହା ସ୍ପଷ୍ଟ କରିଛି ଯେ ଯଦି କୌଣସି ନୂଆ ଫିଚର ଲାଭଦାୟୀ ନହୁଏ ତେବେ ତାକୁ ପର ଛ’ ମାସ ମଧ୍ୟରେ ବନ୍ଦ କରିଦିଆଯିବ। ଏବେ କିଛି ଦିନ ତଳେ ହିଁ flipkart-shuts-ping,Flipkart Ping ନାମକ ଏକ ସୋସିଆଲ ଫିଚରକୁ ବନ୍ଦ କରିଦେଇଛି। ଫିଙ୍ଗ ସାହାଯ୍ୟରେ ବ୍ୟବହାରକାରୀ ମାନେ ପରସ୍ପରକୁ ମେସେଜ ପଠେଇ ପାରୁଥିଲେ ଓ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହୋଇ ଜିନିଷ କିଣାକିଣି କରିବା ପାଇଁ ଉଦ୍ଧିଷ୍ଟ ଥିଲା ଏହି ଫିଚର। ଏହା flipkart-shuts-nearby,Nearbuy ନାମକ ଏକ ଫିଚର ମଧ୍ୟ ଛ’ ମାସ ଭିତରେ ବନ୍ଦ କରିଦେଇଛି। Nearbuy ଯୋଗେ ଗ୍ରାହକ ମାନେ ଗ୍ରୋସରି କିଣିପାରୁଥିଲେ।
ଆଧାର
Last Modified : 12/11/2019