অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହାଇ-ଟେକ୍ ମହାକାଶଯାନ

ମହାକାଶ ଗବେଷଣା ସଂସ୍ଥା

ମହାକାଶ ଗବେଷଣା କ୍ଷେତ୍ରରେ ଅଧିକ ସଫଳତା ହାସଲ ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ତାହାର ଉଦ୍ୟମ ଜାରି ରଖିଛି । ବିଶେଷ ଭାବରେ ମଙ୍ଗଳ ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ସେମାନେ ଏକ ହାଇ-ଟେକ୍ ମହାକାଶଯାନ ପ୍ରସ୍ତୁତ କରିବାକୁ ଯାଉଛନ୍ତି  । ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆଧାର କରି ଏହାକୁ ପ୍ରସ୍ତୁତ କରାଯାଉଛି ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି ।

ମହାକାଶଯାନ

ଉକ୍ତ ଜ୍ଞାନକୌଶଳକୁ  ‘ହାଇପର୍ସୋନିକ୍ ଏରିୟୋଡାଇନାମିକ୍ ଡିସିଲିରାଟର’ (ଏଚ.ଆଇ.ଏ.ଡି) ନାମରେ ନାମିତ କରାଯାଇଛି । ଏହାଦ୍ୱାରା ମହାକାଶଯାନଟି ମହାକାଶରେ ଯେ କୌଣସି ପ୍ରତିକୂଳ ସମସ୍ୟାର ସହଜରେ ମୁକାବିଲା କରିପାରିବ । ମଙ୍ଗଳଗ୍ରହରେ ଯଦି ଏହି ମହାକାଶଯାନଟି ଅବତରଣ କରେ ତେବେ ତାହାର ବାହ୍ୟ ଭାଗ କିମ୍ବା ଭିତର ଭାଗ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଏହି ହାଇଟେକ୍ ମହାକାଶଯାନକୁ ଏଭଳି ନିର୍ମାଣ କରାଯାଇଛି ଯାହାର ଆକାରକୁ ଏକ ସୁଇଚ୍ ଦ୍ଵା ନିୟନ୍ତ୍ରଣ କରାଯାଇଥାଏ । ଆବଶ୍ୟକ ପଡିଲେ ଏହାକୁ ସଙ୍କୋଚନ କରାଯାଇ ପରବର୍ତ୍ତୀ ସମୟରେ ପମ୍ପ୍ ଦ୍ଵାରା ପ୍ରକୃତ ଆକାରକୁ ଆଣିହେବ ବୋଲି ‘ନାସା’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଆଧାର- ଦୈନିକ ଧରିତ୍ରୀ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate